ଅନ୍ୟମାନଙ୍କ ସହ ବାଣ୍ଟିବା
ଯେତେବେଳେ ଆମେ ଆଜ୍ଞାବହ ହେବା ଏବଂ ପ୍ରଭୁ ଯାହା ଦେଇଛନ୍ତି ତାହା ବାଣ୍ଟିବା ପାଇଁ ବିଶ୍ୱସ୍ତ ହୋଇଥାଉ, ସେତେବେଳେ ସେ ଆହୁରି ଅଧିକ ବାଣ୍ଟିବାକୁ ପ୍ରତିଜ୍ଞା କରନ୍ତି ।
ଈଶ୍ୱର ସାଧାରଣ ଲୋକମାନଙ୍କୁ ବ୍ୟବହାର କରନ୍ତି
ଆପଣ ଦେଖିବେ କିପରି ଈଶ୍ୱର ସାମାନ୍ୟ କାର୍ଯ୍ୟ କରୁଥିବା ସାଧାରଣ ଲୋକଙ୍କୁ ବଡ଼ ପ୍ରଭାବ ପକାଇବା ନିମନ୍ତେ ବ୍ୟବହାର କରିଥାନ୍ତି ।
ଶିଷ୍ୟ ଏବଂ ମଣ୍ଡଳୀର ସରଳ ଅର୍ଥ
ଶିଷ୍ୟ ହେବାର ମୂଳତତ୍ବ, ଶିଷ୍ୟ କରିବା, ଏବଂ ମଣ୍ଡଳୀ କ'ଣ ତାହା ଆବିଷ୍କାର କରନ୍ତୁ ।
ଆତ୍ମିକ ଶ୍ୱାସପ୍ରଶ୍ୱାସ ଈଶ୍ୱରଙ୍କୁ ଶୁଣିବା ଏବଂ ପାଳନ କରିବା ଅଟେ
ଜଣେ ଶିଷ୍ୟ ହେବାର ଅର୍ଥ ହେଉଛି ଆମେ ଈଶ୍ବରଙ୍କଠାରୁ ଶୁଣିବା ଏବଂ ଈଶ୍ବରଙ୍କ ଆଜ୍ଞା ମାନିବା ।
ଏସ୍ଓଏପିଏସ୍ ବାଇବଲ ଅଧ୍ୟୟନ
ଦୈନନ୍ଦିନ ବାଇବଲ ଅଧ୍ୟୟନ ପାଇଁ ଏକ ସାଧନ ଯାହା ଆପଣଙ୍କୁ ଈଶ୍ବରଙ୍କ ବାକ୍ୟ ବୁଝିବା, ପାଳନ କରିବା ଏବଂ ଅନ୍ୟମାନଙ୍କୁ ବାଣ୍ଟିବାରେ ସାହାଯ୍ୟ କରେ ।
ଉତ୍ତରଦାୟୀ ଦଳ
ସମ ଲିଙ୍ଗର ଦୁଇ ବା ତିନି ଜଣ ବ୍ୟକ୍ତିଙ୍କ ପାଇଁ ସାପ୍ତାହିକ ସାକ୍ଷାତର ଏକ ସାଧନ ଯାହା ଦ୍ବାରା ସେମାନେ ପରସ୍ପରକୁ ଉତ୍ସାହିତ କରିପାରିବେ ଯେଉଁ କ୍ଷେତ୍ରରେ ସେମାନେ ଭଲ କରୁଛନ୍ତି ଏବଂ ଯେଉଁ କ୍ଷେତ୍ରରେ ସୁଧାରର ଆବଶ୍ୟକତା ରହିଛି ତାହା ପ୍ରକାଶ କରିପାରିବେ ।
ଉପଭୋକ୍ତା ବନାମ ଉତ୍ପାଦକ ଜୀବନ ଶୈଳୀ
ଈଶ୍ୱର ଦୈନନ୍ଦିନ ଅନୁଗାମୀମାନଙ୍କୁ ଯୀଶୁଙ୍କ ପରି ଅଧିକ କରିବାର ଚାରିଟି ମୁଖ୍ୟ ଉପାୟ ଆପଣ ଆବିଷ୍କାର କରିବେ।
ପ୍ରାର୍ଥନାରେ କିପରି ଏକ ଘଣ୍ଟତ ବିତାଇବେ?
ଦେଖନ୍ତୁ ପ୍ରାର୍ଥନାରେ ଏକ ଘଣ୍ଟା ବିତାଇବା କେତେ ସହଜ ।
ସମ୍ପର୍କୀୟ ଅଧ୍ୟକ୍ଷ୍ୟତା - ୧୦୦ ଜଣଙ୍କ ତାଲିକା
ଏକ ସାଧନ ଯାହା ଆପଣଙ୍କୁ ଆପଣଙ୍କ ସମ୍ପର୍କର ଉତ୍ତମ ପରିଚାଳକ ହେବା ପାଇଁ ସାହାଯ୍ୟ କରିବ ।
ଈଶ୍ୱରଙ୍କ ରାଜ୍ୟ ଅର୍ଥନୀତି
ଈଶ୍ବରଙ୍କ ଅର୍ଥନୀତି ଜଗତର ଅର୍ଥନୀତିରୁ କିପରି ଭିନ୍ନ ଅଟେ ଜାଣନ୍ତୁ । ଯେଉଁମାନେ ପୂର୍ବରୁ ଦିଆଯାଇଥିବା ବିଷୟଗୁଡ଼ିକରେ ବିଶ୍ୱସ୍ତ ଅଟନ୍ତି ଈଶ୍ୱର ତାଙ୍କ ଜୀବନରେ ଅଧିକ ନିବେଶ କରିଥାଆନ୍ତି ।
ସୁସମାଚାର ଏବଂ ଏହାକୁ କିପରି ଅନ୍ୟମାନଙ୍କୁ ପ୍ରଦାନ କରିବା
ମାନବଜାତିର ଆରମ୍ଭରୁ ଏହି ଯୁଗର ଶେଷ ପର୍ଯ୍ୟନ୍ତ ଈଶ୍ବରଙ୍କ ସୁସମାଚାରକୁ ବାଣ୍ଟିବାର ଏକ ଉପାୟ ଶିଖନ୍ତୁ ।
ବାପ୍ତିସ୍ମ ଏବଂ ଏହା କିପରି କରିବାକୁ ହେବ
ଯୀଶୁ କହିଲେ, "ଯାଅ ଓ ସମସ୍ତ ଜାତିର ଲୋକମାନଙ୍କୁ ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ସେମାନଙ୍କୁ ମୋର ଶିଷ୍ୟ କର..." ଏହାକୁ କିପରି ଅଭ୍ଯାସ କରିବେ ଜାଣନ୍ତୁ ।
ଆପଣଙ୍କ ୩ -ମିନିଟ୍ ସାକ୍ଷ୍ୟ ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ
ଯୀଶୁ ଆପଣଙ୍କ ଜୀବନକୁ କିପରି ପ୍ରଭାବିତ କରିଛନ୍ତି ତାହା ଜଣାଇବାକୁ ତିନି ମିନିଟର ଆପଣଙ୍କ ସାକ୍ଷ୍ୟ କିପରି ବାଣ୍ଟିବେ ତାହା ଶିଖନ୍ତୁ ।
ସର୍ବଶ୍ରେଷ୍ଠ ଆଶୀର୍ବାଦର ଦର୍ଶନ
ଯୀଶୁଙ୍କ କେବଳ ଗୋଟିଏ ଅନୁଗାମୀଙ୍କୁ ନୁହଁ, ବରଂ ପରବର୍ତ୍ତୀ ପିଢ଼ି ପାଇଁ ବର୍ଦ୍ଧିତ ହେଉଥିବା ସମ୍ପୂର୍ଣ୍ଣ ଆତ୍ମିକ ପରିବାରକୁ ତିଆରି କରିବାର ଏକ ସରଳ ପଦ୍ଧତି ଶିଖନ୍ତୁ ।
ଶିଷ୍ୟତ୍ୱର ବତକ ଛୁଆ ଭଳି ପ୍ରକୃତି - ତୁରନ୍ତ ନେତୃତ୍ୱ ନେବା
ଶିଷ୍ୟ ତିଆରି କରିବା ସହ ବତକଛୁଆର ସମ୍ପର୍କ କ'ଣ ଜାଣନ୍ତୁ ।
ଈଶ୍ୱରଙ୍କ ରାଜ୍ୟ ଯେଉଁଠି ନାହିଁ ତାହା ଦେଖିବା ନିମନ୍ତେ ଚକ୍ଷୁ
ଈଶ୍ବରଙ୍କ ରାଜ୍ୟ କେଉଁଠାରେ ନାହିଁ ତାହା ଦେଖିବା ଆରମ୍ଭ କରନ୍ତୁ । ଏହା ସାଧାରଣତଃ ସେହି ସ୍ଥାନ ଯେଉଁଠାରେ ଈଶ୍ବର ସବୁଠାରୁ ଅଧିକ କାର୍ଯ୍ୟ କରିବାକୁ ଚାହାଁନ୍ତି ।
ପ୍ରଭୁଭୋଜ ଏବଂ ଏହାର ପରିଚାଳନା
ଏହା ଯୀଶୁଙ୍କ ସହିତ ଆମର ଅନ୍ତରଙ୍ଗ ସମ୍ପର୍କ ଏବଂ ଜାରି ରହିଥିବା ସମ୍ପର୍କକୁ ଉତ୍ସବ କରିବାର ଏକ ସରଳ ଉପାୟ । ଉତ୍ସବ କରିବାକୁ ଏକ ସରଳ ଉପାୟ ଶିଖନ୍ତୁ ।
ପ୍ରାର୍ଥନାରେ ଚାଲିବା ଏବଂ ଏହା କିପରି କରାଯାଏ
ଏହା ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା ନିମନ୍ତେ ଈଶ୍ବରଙ୍କ ଆଦେଶ ପାଳନ କରିବାର ଏକ ସରଳ ଉପାୟ । ଏବଂ ଏହା ଯେଭଳି ଶୁଭୁଛି ତାହା ହିଁ ଅଟେ – ଈଶ୍ବରଙ୍କୁ ପ୍ରାର୍ଥନା କରିବା ସମୟରେ ଚଲାବୁଲା କରିବା!
ଜଣେ ଶାନ୍ତିର ବ୍ୟକ୍ତି ଏବଂ କିପରି ତାଙ୍କୁ ଅନ୍ୱେଷଣ କରିବେ
ଜଣେ ଶାନ୍ତିର ପାତ୍ର କିଏ ହୋଇପାରନ୍ତି ଓ ଜଣକୁ ପାଇଛନ୍ତି ବୋଲି ଆପଣ କିପରି ଜାଣିବେ ଶିଖନ୍ତୁ ।
ବିଶ୍ୱସ୍ତତା ଜ୍ଞାନ ଅପେକ୍ଷା ଉତ୍ତମ ଅଟେ
ଶିଷ୍ୟମାନେ କ'ଣ ଜାଣନ୍ତି ତାହା ଗୁରୁତ୍ୱପୂର୍ଣ୍ଣ - କିନ୍ତୁ ସେମାନେ ଯାହା ଜାଣନ୍ତି ତାହା ସହିତ ସେମାନେ କ'ଣ କରିଥାଆନ୍ତି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ।
ବିଏଲ୍ଇଏସ୍ଏସ୍ ପ୍ରାର୍ଥନା ଢାଞ୍ଚା
ଆପଣ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା ଉପାୟ ମନେପକାଇଦେବାକୁ ଏକ ସରଳ ସ୍ମୃତି ସହାୟକ ଅଭ୍ୟାସ ସହ କରନ୍ତୁ ।
୩/୩ ଦଳ ସାକ୍ଷାତକାର ଶୈଳୀ
ଏକ ୩/୩ ଦଳ ହେଉଛି ଯୀଶୁଙ୍କ ଅନୁଗାମୀମାନଙ୍କ ପାଇଁ ଏକ ମାର୍ଗ ଯାହା ଦ୍ବାରା ସେମାନେ ଏକତ୍ରିତ ହୋଇ, ପ୍ରାର୍ଥନା କରିବା, ଶିଖିବା, ବୃଦ୍ଧି ପାଇବା, ସହଭାଗୀତା କରିବା ଏବଂ ସେମାନେ ଯାହା ଶିଖିଛନ୍ତି ତାହା ପାଳନ କରିବା ଏବଂ ବାଣ୍ଟିବା ଅଭ୍ୟାସ କରନ୍ତି । ଏହିପରି ଭାବରେ, ଏକ 3/3 ଦଳ କେବଳ ଏକ ଛୋଟ ଦଳ ନୁହେଁ ବରଂ ଏକ ସରଳ ମଣ୍ଡଳୀ ଅଟେ ।
ଶିଷ୍ୟମାନଙ୍କୁ ପରିପକ୍ୱ କରିବା ନିମନ୍ତେ ପ୍ରଶିକ୍ଷଣ ଚକ୍ର
ପ୍ରଶିକ୍ଷଣ ଚକ୍ର ବିଷୟରେ ଜାଣନ୍ତୁ ଏବଂ ଶିଷ୍ୟ ତିଆରି କରିବାରେ ଏହା କିପରି ପ୍ରଯୁଜ୍ୟ ତାହା ବିଚାର କରନ୍ତୁ।
ନେତୃତ୍ୱ ପ୍ରକୋଷ୍ଠ
ଏକ ନେତୃତ୍ୱ କୋଷ ହେଉଛି ଯିଏ ନେତୃତ୍ୱ ନେବା ପାଇଁ ଆହ୍ୱାନ ଅନୁଭବ କରନ୍ତି ସେ ସେବା କରିବା ଅଭ୍ୟାସ କରି ତାଙ୍କ ନେତୃତ୍ୱକୁ ବିକାଶ କରିପାରିବାର ଏକ ମାର୍ଗ ଅଟେ।
ଅଣ-କ୍ରମାଗତ ବୃଦ୍ଧି ଆଶା କରନ୍ତୁ
ଶିଷ୍ୟ ନିର୍ମାଣ କିପରି ରୈଖିକ ହେବା ଆବଶ୍ୟକ ନୁହେଁ ଜାଣନ୍ତୁ | ଏକ ସମୟରେ ଅନେକ ବିଷୟ ଘଟିପାରେ ।
ସଂଖ୍ୟାବୃଦ୍ଧି ବିଷୟକ ବେଗ
ବହୁଗୁଣିତ ହେବା ଗୁରୁତ୍ବପୂର୍ଣ୍ଣ ଏବଂ ଶୀଘ୍ର ବହୁଗୁଣିତ ହେବା ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ଗତି କାହିଁକି ଗୁରୁତ୍ୱପୂର୍ଣ୍ଣ ଦେଖନ୍ତୁ ।
ସବୁବେଳେ ଦୁଇଟି ମଣ୍ଡଳୀର ଅଂଶ
ଯିବା ଏବଂ ରହିବା ଦ୍ୱାରା କିପରି ଯୀଶୁଙ୍କ ଆଜ୍ଞାମାନିବା ଶିକ୍ଷା କରନ୍ତୁ।
ଶିକ୍ଷାଦାନ ଯାଞ୍ଚ ତାଲିକା
ଯେତେବେଳେ ଏହା ବହୁଗୁଣିତ କରୁଥିବା ଶିଷ୍ୟ କରିବାର କଥା ଆସେ ଏହା ଏକ ଶକ୍ତିଶାଳୀ ସାଧନ ଅଟେ ଯାହାକୁ ଆପଣ ବ୍ୟବହାର କରି ନିଜର ସବଳତା ଓ ଦୁର୍ବଳତା ବିଷୟରେ ଶୀଘ୍ର ଆକଳନ କରିପାରିବେ ।
ନେଟ୍ୱାର୍କ୍ରେ ନେତୃତ୍ୱ
ବହୁଗୁଣିତ ହେଉଥିବା ମଣ୍ଡଳୀଗୁଡ଼ିକ କିଭଳି ପରସ୍ପର ସହିତ ସଂଯୁକ୍ତ ହୋଇ ରୁହନ୍ତି ଏବଂ ବିସ୍ତାରିତ ଓ ଆଧ୍ୟାତ୍ମିକ ପରିବାର ରୁପେ ଏକତ୍ର ଜୀବନ ଯାପନ କରନ୍ତି ଜାଣନ୍ତୁ ।
ସହକର୍ମୀ ପରାମର୍ଶଦାତା ଗୋଷ୍ଠୀ
ଏହା ଏପରି ଏକ ଗୋଷ୍ଠୀ ଯାହା ୩/୩ ଦଳ ଆରମ୍ଭ କରୁଥିବା ଓ ନେତୃତ୍ୱ ଦେଉଥିବା ବ୍ୟକ୍ତିମାନଙ୍କୁ ନେଇ ଗଠିତ। ଏହା ମଧ୍ୟ ଗୋଟିଏ ୩/୩ ଫର୍ମାଟ୍ ଅନୁସରଣ କରେ ଓ ଆପଣଙ୍କ ଅଞ୍ଚଳରେ ଈଶ୍ୱରଙ୍କ କାର୍ଯ୍ୟର ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ କରିବାର ଏକ ଶକ୍ତିଶାଳୀ ପଦ୍ଧତି ଅଟେ।
ଚାରି କ୍ଷେତ୍ର ଉପକରଣ
ଚାରୋଟି କ୍ଷେତ୍ର ନିଦାନ ଚାର୍ଟ ହେଉଛି, ଏକ ନେତୃତ୍ୱ କୋଷ ଦ୍ୱାରା ସାମ୍ପ୍ରତିକ ପ୍ରୟାସର ସ୍ଥିତି ଏବଂ ସେମାନଙ୍କ ଚାରିପାଖରେ ଥିବା ରାଜ୍ୟ କାର୍ଯ୍ୟକଳାପ କୁ ପ୍ରତିଫଳିତ କରିବା ପାଇଁ ବ୍ୟବହୃତ ହେଉଥିବା ଏକ ସରଳ ଉପକରଣ ।
ପିଢ଼ିଗତ ମାନଚିତ୍ରଣ
ପିଢ଼ିଗତ ମାନଚିତ୍ରଣ ହେଉଛି ଆନ୍ଦୋଳନର ନେତୃବୃନ୍ଦଙ୍କୁ ସେମାନଙ୍କ ଆଖପାଖର ବିକାଶକୁ ବୁଝିବାରେ ସାହାଯ୍ୟ କରିବା ପାଇଁ ଅନ୍ୟ ଏକ ସରଳ ଉପକରଣ ।
୩-ଚକ୍ର ସୁସମାଚାର ଉପସ୍ଥାପନା
୩-ଚକ୍ର ସୁସମାଚାର ଉପସ୍ଥାପନା ହେଉଛି ଏକ ସରଳ ଉଦାହରଣ ବ୍ୟବହାର କରି ସୁସମାଚାର କହିବାର ଏକ ଉପାୟ ଯାହା ଏକ କାଗଜ ଖଣ୍ଡରେ ଅଙ୍କାଯାଇପାରିବ ।