ଚାରି କ୍ଷେତ୍ର ଉପକରଣ
ଚାରି କ୍ଷେତ୍ର ଉପକରଣ ଗୋଟିଏ ରୋଗ ଚିହ୍ନଟକାରୀ ଲେଖାଚିତ୍ର ଅଟେ ସେମାନଙ୍କ ଚତୁର୍ପାଶ୍ୱରେ ଈଶ୍ୱରଙ୍କ ରାଜ୍ୟ କାର୍ଯ୍ୟକଳାପର ସ୍ଥିତି ଓ ସାମ୍ପ୍ରତିକ ପ୍ରୟାସର ପ୍ରତିଫଳନ କରିବାକୁ ନେତୃତ୍ୱ ପ୍ରକୋଷ୍ଠ ଦ୍ୱାରା ବ୍ୟବହୃତ ହୁଏ । କାର୍ଯ୍ୟ କିପରି ଚାଲିଛି ସମୀକ୍ଷା କରିବା ପାଇଁ ଯୀଶୁ ପ୍ରାୟତଃ ଶିଷ୍ୟମାନଙ୍କୁ ସେବାକାର୍ଯ୍ୟ ଠାରୁ ଶାନ୍ତ ସ୍ଥାନକୁ ନେଉଥିଲେ । ଏହି ସରଳ ଉପକରଣ ହେଉଛି ଯୀଶୁଙ୍କର ଏହି ଶୈଳୀକୁ ଅନୁସରଣ କରିବା ଏବଂ ଆପଣଙ୍କ ପରିଚାଳନାର ସମସ୍ତ ଅଂଶକୁ ସମ୍ବୋଧିତ କରିବା ପାଇଁ ଆପଣଙ୍କୁ ଏବଂ ଆପଣଙ୍କ ସହ-ନେତୃବୃନ୍ଦଙ୍କୁ ସାହାଯ୍ୟ କରିବା । କାର୍ଯ୍ୟକଳାପ, ଲୋକମାନଙ୍କୁ ଏବଂ ଦଳମାନଙ୍କୁ ବିଭିନ୍ନ କ୍ଷେତ୍ରରେ ବର୍ଗୀକୃତ କରି ସମୀକ୍ଷା କରିବାକୁ ସହକର୍ମୀ ପରାମର୍ଶ ରେ ବ୍ୟବହାର କରନ୍ତୁ ଏବଂ କାର୍ଯ୍ୟର ଆଭ୍ୟାନ୍ତରୀଣ ରୁ ବାହ୍ୟ ଅଂଶ ପର୍ଯ୍ୟନ୍ତ ଏବଂ ପରବର୍ତ୍ତୀ ପଦକ୍ଷେପ ବିଷୟରେ ପରସ୍ପରକୁ ପଚାରନ୍ତୁ ।
ଚାରି କ୍ଷେତ୍ର ଉପକରଣର ଉଦାହରଣ
ଖାଲି କ୍ଷେତ୍ର
ପ୍ରଶ୍ନ ପଚାରନ୍ତୁ: କେଉଁଠାରେ କିମ୍ବା କାହା ସହିତ ଣ୍ଟକେଉଁ ଲୋକ ସମୂହ ଈଶ୍ୱରଙ୍କ ରାଜ୍ୟ ବିସ୍ତାର କରିବାକୁ ଯୋଜନା କରୁଛନ୍ତି ?
ବିଜ ରୋପଣ କ୍ଷେତ୍ର
ପ୍ରଶ୍ନ ପଚାରନ୍ତୁ: କେଉଁଠାରେ ବା କାହାକୁ ଆପଣ ସୁସମଚାର ପ୍ରକାଶ କରୁଛନ୍ତି ? ଆପଣ ତାହା କିପରି କରୁଛନ୍ତି ?
ବୃଦ୍ଧି ପାଉଥିବା କ୍ଷେତ୍ର
ପ୍ରଶ୍ନ ପଚାରନ୍ତୁ : କିପରି ଆପଣ ଲୋକମାନଙ୍କୁ ସଜ୍ଜିତ କରୁଛନ୍ତି ଏବଂ ଆତ୍ମିକ, ବ୍ୟକ୍ତିଗତ ଏବଂ ସେମାନଙ୍କ ପ୍ରାକୃତିକ ନେଟ୍ୱାର୍କ୍ ମଧ୍ୟରେ ସେମାନଙ୍କୁ ବୃଦ୍ଧି କରୁଛନ୍ତି ?
ଅମଳ କ୍ଷେତ୍ର
ପ୍ରଶ୍ନ ପଚାରନ୍ତୁ : ନୂତନ ଆତ୍ମିକ ପରିବାର [ସାଧାରଣ ମଣ୍ଡଳୀ] ଗଠନ ହୁଏ ?
ସଂଖ୍ୟାରେ ବୃଦ୍ଧି ପାଉଥିବା କ୍ଷେତ୍ର
ପ୍ରଶ୍ନ ପଚାରନ୍ତୁ : କାହା ସହିତ, କିପରି ଏବଂ କେବେ ଆପଣ ବିଶ୍ୱସ୍ତ ଲୋକମାନଙ୍କୁ ପୃଥକ୍ କରୁଛନ୍ତି ଏବଂ ସଜ୍ଜିତ କରୁଛନ୍ତି ଏବଂ ସେମାନଙ୍କୁ ସଂଖ୍ୟା ବୃଦ୍ଧି କରିବାକୁ ସେମାନଙ୍କୁ ଉତ୍ତରଦାୟୀ କରୁଛନ୍ତି ?
ନିଜକୁ ପଚାରନ୍ତୁ
- ଆପଣଙ୍କ ଆବେଗକୁ ଭାଗୀଦାର କରିବା ପାଇଁ ଆପଣଙ୍କର କିଏ ଅଛି ଯାହାକୁ ଆପଣ ସାକ୍ଷାତ କରି ପାରିବେ ଏବଂ ଏହି ପ୍ରଶ୍ନ ଗୁଡ଼ିକର ସମୀକ୍ଷା କରି ପାରିବେ?
ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ
ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।
ମାଗଣାରେ ପଞ୍ଜିକରଣ କରନ୍ତୁ