ଯୁମେ ଗୋପନୀୟତା ନୀତି
ଏହି ଗୋପନୀୟତା ନୀତି ସେମାନଙ୍କ ସେବା ଶକାସେ ସଂକଳିତ କରାଯାଇଛି ଯେଉଁମାନେ ତାଙ୍କ "ବ୍ୟକ୍ତିଗତ ରୁପେ ଚିହ୍ନଟ କରାଯାଇ ପାରୁଥିବା ସୂଚନା" (ପିଆଇ୍ଆଇ୍) ଅନ୍ଲାଇ୍ନ୍ରେ କିଭଳି ବ୍ୟବହାର କରାଯାଏ ବୋଲି ଚିନ୍ତିତ ଅଟନ୍ତି | ଏହି ପିଆଇ୍ଆଇ୍, ଯୁକ୍ତରାଷ୍ଟ୍ରର ଗୋପନୀୟତା ଆଇନ ଓ ସୂଚନା ସୁରକ୍ଷାରେ ଯେପରି ବର୍ଣ୍ଣନା କରାଯାଇଛି, ଏପ୍ରକାର ସୂଚନା ଯାହାକୁ ସ୍ୱଂୟ ଅଥବା ଅନ୍ୟ ସୂଚନା ସହ ବ୍ୟବହାର କରି ଚିହ୍ନଟ କରିବାକୁ, ସମ୍ପର୍କ କରିବାକୁ, ଜଣେ ବ୍ୟକ୍ତିଙ୍କୁ ଠାବ କରିବାକୁ, ଅଥବା ଜଣେ ବ୍ୟକ୍ତିଙ୍କୁ ପ୍ରସଙ୍ଗରେ ଚିହ୍ନଟ କରିବାକୁ ବ୍ୟବହାର କରାଯାଇ ପାରେ | ଦୟାକରି ଆମର ଗୋପନୀୟତା ନୀତିକୁ ଧ୍ୟାନ ସହକାରେ ପଢନ୍ତୁ ଯାହାଦ୍ୱାରା ଆମେ କିପରି ଭାବରେ ଆପଣଙ୍କ ବ୍ୟକ୍ତିଗତ ସୂଚନାକୁ ସଂଗ୍ରହ, ବ୍ୟବହାର, ସୁରକ୍ଷା କିମ୍ବା ଅନ୍ୟ ଉପାୟରେ ପରିଚାଳନା କରୁ ତାହା ସ୍ପଷ୍ଟ ଭାବରେ ବୁଝିପାରିବେ ।
ସାମାଜିକ ସାଇନ୍-ଅନ୍ ଲଗଇନ୍ ପାଇଁ କେଉଁ ଅନୁମତିସବୁ ଆବଶ୍ୟକ?
ଫେସବୁକ୍ କିମ୍ବା ଗୁଗୁଲ୍ ସାଇନ୍ ଅନ୍ ବ୍ୟବହାର ହୋଇଛି କି ନାହିଁ ତାହା ଉପରେ ନିର୍ଭର କରି ନିମ୍ନରେ ଥିବା ପ୍ରୋଫାଇଲ୍ ଉପାଦାନଗୁଡ଼ିକ ପରିବର୍ତ୍ତନ ହୋଇଥାଏ।
- ସାର୍ବଜନୀକ ପ୍ରୋଫାଇଲ୍ | ଏଥିରେ କିଛି ଉପଯୋଗ କର୍ତ୍ତାଙ୍କ ନିଶ୍ଚିତ ତଥ୍ୟ ଯେପରିକି ଆଇ୍ଡି, ନାମ, ଛବି, ଲିଙ୍ଗ ଓ ସ୍ଥାନ ଅନ୍ତର୍ଭୁକ୍ତ ଅଟେ ।
- ଇମେଲ୍ ଠିକଣା ।
ଆମ ୱେବସାଇଟ୍ ମାଧ୍ୟମରେ ଆମେ ଲୋକଙ୍କଠାରୁ କେଉଁ ବ୍ୟକ୍ତିଗତ ସୂଚନା ସଂଗ୍ରହ କରୁ?
ୱେବସାଇଟର ସଠିକ କାର୍ଯ୍ୟକାରିତା ପାଇଁ କିଛି ବ୍ୟକ୍ତିଗତ ସୂଚନା ଟ୍ରାକ୍ କରାଯାଏ, ଏବଂ ଅତିରିକ୍ତ ପ୍ରଶିକ୍ଷଣ ଏବଂ ସହାୟତା ପାଇଁ ଅନ୍ୟ ସୂଚନା ଅନୁରୋଧ ଏବଂ ସଞ୍ଚୟ କରାଯାଏ।
- ସାଇଟ୍ ଏବଂ ଯୋଗାଯୋଗର ବ୍ୟକ୍ତିଗତ ଗୁଣବତ୍ତା ରେ ଉନ୍ନତି ଆଣିବା ସହିତ ଗ୍ରାହକ ସେବା ଅନୁରୋଧ ଏବଂ ପ୍ରଶିକ୍ଷଣ ପାଇଁ ଉପଭୋକ୍ତାଙ୍କ ପ୍ରକୃତ ନାମ କିମ୍ବା ଡାକନାମ ଅନୁରୋଧ କରାଯାଇଥାଏ।
- ଉପଯୋଗକର୍ତ୍ତାଙ୍କର ଭାଷା ପସନ୍ଦକୁ ସାଇତି ରଖାଯାଏ ଯାହାଦ୍ୱାରା ସାଇଟ୍ ଓ ଯୋଗାଯୋଗର ସଠିକ କାର୍ଯ୍ୟକଳାପକୁ ସହାୟତା ମିଳିପାରିବ ଏବଂ ଉପଯୋଗକର୍ତ୍ତାଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ସମ୍ବଳ ସହିତ ଯୋଡ଼ିବାରେ ଆମକୁ ସହାୟତା ମିଳିପାରିବ ।
- ଏକ ଆକାଉଣ୍ଟ ସ୍ଥାପନ କରିବାକୁ ଉପଭୋକ୍ତାଙ୍କ ଇମେଲ୍ ଠିକଣା ଆବଶ୍ୟକ ଏବଂ ସାଇଟ୍ ଅପରେସନର ଅଂଶ ଭାବରେ କାରବାର ସମ୍ପର୍କିତ ଯୋଗାଯୋଗ ପାଇଁ ବ୍ୟବହୃତ ହୁଏ ।
- ମାଗଣା କୋଚିଂ ସେବାକୁ ସମର୍ଥନ କରିବା ପାଇଁ ଉପଭୋକ୍ତାଙ୍କ ଫୋନ୍ ନମ୍ବର ସଂଗ୍ରହ କରାଯାଇ ସଂରକ୍ଷିତ କରାଯାଇଥାଏ ।
- ସାଇଟ ର ସମ୍ବଳ ଓ ଯୋଗାଯୋଗକୁ ବ୍ୟକ୍ତିଗତ କରିବା ପାଇଁ ଏବଂ ଉପଯୋଗକର୍ତ୍ତାମାନଙ୍କୁ ଉପଯୁକ୍ତ କୋଚିଂ ଓ ଗ୍ରାହକ ସେବା ସମ୍ବଳ ସହିତ ସଂଯୋଗ କରିବା ପାଇଁ, ଜଣେ ଉପଯୋଗକର୍ତ୍ତାଙ୍କ ସହର ଅନୁରୋଧ କରାଯାଏ ।
ଆମେ ସୂଚନା କେତେବେଳେ ସଂଗ୍ରହ କରୁ ?
- ଆମେ ଲଗଇନ୍ ସମୟରେ ଆପଣଙ୍କ ସୂଚନା ସଂଗ୍ରହ କରୁ।
- ଆମେ ପ୍ରଶିକ୍ଷଣ ପାଠ୍ୟକ୍ରମ ଏବଂ ସାଇଟ୍ ବ୍ୟବହାର ମାଧ୍ୟମରେ ମଧ୍ୟ ଆପଣଙ୍କ ଅଗ୍ରଗତି ଅନୁସରଣ କରୁ।
- ଆମେ ବିଭିନ୍ନ ପଞ୍ଜୀକରଣ ଏବଂ ଅନୁରୋଧ ଫର୍ମ ମାଧ୍ୟମରେ ଆବଶ୍ୟକୀୟ ସୂଚନା ମାଗିଥାଉ ।
ଆମେ ଆପଣଙ୍କ ସୂଚନା କିପରି ବ୍ୟବହାର କରୁ ?
- ଆପଣଙ୍କ ଇମେଲ୍ ଠିକଣା ଆଧାରରେ ଯୁମେ ସିଷ୍ଟମରେ ଏକ ଉପଯୋଗକର୍ତ୍ତା ଆକାଉଣ୍ଟ ସୃଷ୍ଟି କରିବାକୁ ଆମେ ଆପଣଙ୍କ ସୂଚନା ବ୍ୟବହାର କରୁ।
- ଆମେ ଆପଣଙ୍କ ପାସ୍ୱାର୍ଡ୍ ରିସେଟ୍ ଅନୁରୋଧ ଓ ସିଷ୍ଟମ୍ ସୂଚନା ଭଳି ମୌଳିକ ଦେଣନେଣ ପାଇଁ ଇମେଲ୍ କରିବୁ ।
- ଆପଣଙ୍କ ତାଲିମ୍ର ପ୍ରଗତି ଉପରେ ନିର୍ଭର କରି ଆମେ ଆପଣଙ୍କୁ ସାମୟିକ ଅନୁସ୍ମାରକ ଓ ପ୍ରୋତ୍ସାହଜନକ ଇମେଲ୍ ସବୁ ପଠାଇବୁ ।
ଆମେ ଆପଣଙ୍କ ସୂଚନାର କିପରି ସୁରକ୍ଷା କରୁ ?
ଅନଲାଇନରେ ପ୍ରସାରିତ ସମ୍ବେଦନଶୀଳ ସୂଚନାକୁ ସୁରକ୍ଷିତ କରିବାକୁ ଆମେ ଏନକ୍ରିପ୍ସନ୍ ବ୍ୟବହାର କରୁ, ଆମେ ଆପଣଙ୍କ ସୂଚନା ଅଫଲାଇନରେ ମଧ୍ୟ ସୁରକ୍ଷିତ କରିଥାଉ। କେବଳ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦନ କରିବାକୁ ସୂଚନା ଆବଶ୍ୟକ କରୁଥିବା ଦଳର ସଦସ୍ୟମାନଙ୍କୁ (ଉଦାହରଣ ସ୍ୱରୂପ, ୱେବ୍ ପ୍ରଶାସକ କିମ୍ବା ଗ୍ରାହକ ସେବା) ବ୍ୟକ୍ତିଗତ ଭାବରେ ଚିହ୍ନଟ ଯୋଗ୍ୟ ସୂଚନା ଆକସେସ୍ ପ୍ରଦାନ କରାଯାଏ।
ଆପଣଙ୍କ ବ୍ୟକ୍ତିଗତ ସୂଚନା ଏକ ସୁରକ୍ଷିତ ନେଟ୍ୱାର୍କ୍ ପଛରେ ଧାରଣ କରି ରଖାଯାଇଛି, ଏବଂ ଅତି ସୀମିତ ଲୋକଙ୍କ ପହଞ୍ଚରେ ଓ ଏହି ସିଷ୍ଟମ୍କୁ ଯେଉଁମାନଙ୍କୁ ସ୍ୱତନ୍ତ୍ର ଅଧିକାର ଦିଆଯାଇଛି ଏବଂ ସୂଚନାକୁ ଗୋପନୀୟ ରଖିବାକୁ ଆବଶ୍ୟକ କରନ୍ତି କେବଳ ସେମାନେ ହିଁ ପହଞ୍ଚି ପାରନ୍ତି | ଅଧିକ ରୁପେ, ଆପଣ ଯୋଗାଇଥିବା ସମସ୍ତ ସମ୍ବେଦନଶୀଳ/ଋଣ ସୂଚନା ସେକ୍ୟୁର୍ ସୋକେଟ୍ ଲେୟାର୍ (ଏସ୍ଏସ୍ଏଲ୍) ଟେକ୍ନୋଲୋଜି ଯୋଗେ ଏନ୍କ୍ରିପ୍ଟ୍ କରାଯାଇଛି ।
ଯେତେବେଳେ ଜଣେ ଉପଭୋକ୍ତା ଆପଣଙ୍କ ବ୍ୟକ୍ତିଗତ ସୂଚନାର ସୁରକ୍ଷା ବଜାୟ ରଖିବା ପାଇଁ ସେମାନଙ୍କର ସୂଚନା ଦାଖଲ କରନ୍ତି କିମ୍ବା ପ୍ରବେଶ କରନ୍ତି, ଆମେ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରୁ।
ଆମେ "କୁକିଜ୍" ବ୍ୟବହାର କରୁ କି?
ଏହି ଆପ୍ଲିକେସନ ଦ୍ୱାରା କିମ୍ବା ଏହି ଆପ୍ଲିକେସନ ଦ୍ୱାରା ବ୍ୟବହୃତ ତୃତୀୟ ପକ୍ଷ ସେବାଗୁଡିକର ମାଲିକମାନଙ୍କ ଦ୍ୱାରା କୁକିଜ୍ - କିମ୍ବା ଅନ୍ୟ ଟ୍ରାକିଂ ଟୁଲ୍ସର ଯେକୌଣସି ବ୍ୟବହାର, ଯଦି ଅନ୍ୟଥା ଦର୍ଶାଯାଇନାହିଁ, ଉପଯୋଗକର୍ତ୍ତାଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କର ପସନ୍ଦକୁ ମନେ ରଖିବା ପାଇଁ, ଉପଯୋଗକର୍ତ୍ତାଙ୍କ ଦ୍ୱାରା ଆବଶ୍ୟକ ସେବା ଯୋଗାଇବା ପାଇଁ ଏକମାତ୍ର ଉଦ୍ଦେଶ୍ୟରେ କରାଯାଇଥାଏ ।
ସୂଚନାକୁ ଆପଣଙ୍କର ପ୍ରବେଶ ଏବଂ ନିୟନ୍ତ୍ରଣ ।
ଆପଣ ଆମର "Contact Us" ପୃଷ୍ଠା ମାଧ୍ୟମରେ ଆମ ସହିତ ଯୋଗାଯୋଗ କରି ଯେକୌଣସି ସମୟରେ ନିମ୍ନଲିଖିତ କାମଗୁଡ଼ିକ କରିପାରିବେ।
- ଆମ ସହିତ ଆପଣଙ୍କର ଗତିବିଧିରୁ ଆମେ କେଉଁ ତଥ୍ୟ ସଂଗ୍ରହ କରିଛୁ ତାହା ଦେଖନ୍ତୁ ।
- ଆପଣଙ୍କ ବିଷୟରେ ଆମ ପାଖରେ ଥିବା କୌଣସି ତଥ୍ୟ ପରିବର୍ତ୍ତନ/ସଂଶୋଧନ କରନ୍ତୁ।
- ଆମ ପାଖରେ ଥିବା ଆପଣଙ୍କ କୌଣସି ତଥ୍ୟ ଡିଲିଟ୍ କରନ୍ତୁ ।
- ଆପଣଙ୍କ ତଥ୍ୟର ବ୍ୟବହାରକୁ ନେଇ ଆପଣଙ୍କ ମନରେ ଥିବା କୌଣସି ଚିନ୍ତା ବ୍ୟକ୍ତ କରନ୍ତୁ ।
- ଆମ ସହ ଭବିଷ୍ୟତରେ କୌଣସି ଯୋଗାଯୋଗ ନ କରିବାକୁ ଚୟନ କରନ୍ତୁ।
ଅପଡେଟ୍
ଆମର ଗୋପନୀୟତା ନୀତି ସମୟ ସମୟରେ ପରିବର୍ତ୍ତନ ହୋଇପାରେ ଏବଂ ସମସ୍ତ ଅପଡେଟ୍ ଏହି ପୃଷ୍ଠାରେ ପୋଷ୍ଟ କରାଯିବ ।