ଯୀଶୁଙ୍କୁ କିପରି ଅନୁସରଣ କରିବା
Video not available
ଆପଣଙ୍କ ନୂଆ ଜୀବନର ୪ଟି ସମ୍ପର୍କ ବିଷୟରେ ବର୍ଣ୍ଣନା କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଭିଡିଓ ଦେଖନ୍ତୁ
ନିମ୍ନୋକ୍ତ ବିଭାଗଗୁଡିକ, ଆପଣଙ୍କୁ ଶିକ୍ଷା ଦେବ ଯେ ଯୀଶୁଙ୍କ ଅନୁଗାମୀ (ଶିଷ୍ୟ) ହେବାର ଅର୍ଥ କ'ଣ
ପଞ୍ଜିକୃତ କରାନ୍ତୁଆପଣ ଦେଖିବେ କିପରି ଈଶ୍ୱର ସାମାନ୍ୟ କାର୍ଯ୍ୟ କରୁଥିବା ସାଧାରଣ ଲୋକଙ୍କୁ ବଡ଼ ପ୍ରଭାବ ପକାଇବା ନିମନ୍ତେ ବ୍ୟବହାର କରିଥାନ୍ତି ।
ଶିଷ୍ୟ ହେବାର ମୂଳତତ୍ବ, ଶିଷ୍ୟ କରିବା, ଏବଂ ମଣ୍ଡଳୀ କ'ଣ ତାହା ଆବିଷ୍କାର କରନ୍ତୁ ।
ଯୀଶୁଙ୍କ କେବଳ ଗୋଟିଏ ଅନୁଗାମୀଙ୍କୁ ନୁହଁ, ବରଂ ପରବର୍ତ୍ତୀ ପିଢ଼ି ପାଇଁ ବର୍ଦ୍ଧିତ ହେଉଥିବା ସମ୍ପୂର୍ଣ୍ଣ ଆତ୍ମିକ ପରିବାରକୁ ତିଆରି କରିବାର ଏକ ସରଳ ପଦ୍ଧତି ଶିଖନ୍ତୁ ।
ଈଶ୍ୱର ଦୈନନ୍ଦିନ ଅନୁଗାମୀମାନଙ୍କୁ ଯୀଶୁଙ୍କ ପରି ଅଧିକ କରିବାର ଚାରିଟି ମୁଖ୍ୟ ଉପାୟ ଆପଣ ଆବିଷ୍କାର କରିବେ।
ପ୍ରାର୍ଥନା
ଜଣେ ଶିଷ୍ୟ ହେବାର ଅର୍ଥ ହେଉଛି ଆମେ ଈଶ୍ବରଙ୍କଠାରୁ ଶୁଣିବା ଏବଂ ଈଶ୍ବରଙ୍କ ଆଜ୍ଞା ମାନିବା ।
ଦେଖନ୍ତୁ ପ୍ରାର୍ଥନାରେ ଏକ ଘଣ୍ଟା ବିତାଇବା କେତେ ସହଜ ।
ଆପଣ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା ଉପାୟ ମନେପକାଇଦେବାକୁ ଏକ ସରଳ ସ୍ମୃତି ସହାୟକ ଅଭ୍ୟାସ ସହ କରନ୍ତୁ ।
ବାଇବଲ୍ ଅଧ୍ୟୟନ
ଦୈନନ୍ଦିନ ବାଇବଲ ଅଧ୍ୟୟନ ପାଇଁ ଏକ ସାଧନ ଯାହା ଆପଣଙ୍କୁ ଈଶ୍ବରଙ୍କ ବାକ୍ୟ ବୁଝିବା, ପାଳନ କରିବା ଏବଂ ଅନ୍ୟମାନଙ୍କୁ ବାଣ୍ଟିବାରେ ସାହାଯ୍ୟ କରେ ।
ଶିଷ୍ୟମାନେ କ'ଣ ଜାଣନ୍ତି ତାହା ଗୁରୁତ୍ୱପୂର୍ଣ୍ଣ - କିନ୍ତୁ ସେମାନେ ଯାହା ଜାଣନ୍ତି ତାହା ସହିତ ସେମାନେ କ'ଣ କରିଥାଆନ୍ତି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ।
ସମୁଦାୟ
ଏକ ୩/୩ ଦଳ ହେଉଛି ଯୀଶୁଙ୍କ ଅନୁଗାମୀମାନଙ୍କ ପାଇଁ ଏକ ମାର୍ଗ ଯାହା ଦ୍ବାରା ସେମାନେ ଏକତ୍ରିତ ହୋଇ, ପ୍ରାର୍ଥନା କରିବା, ଶିଖିବା, ବୃଦ୍ଧି ପାଇବା, ସହଭାଗୀତା କରିବା ଏବଂ ସେମାନେ ଯାହା ଶିଖିଛନ୍ତି ତାହା ପାଳନ କରିବା ଏବଂ ବାଣ୍ଟିବା ଅଭ୍ୟାସ କରନ୍ତି । ଏହିପରି ଭାବରେ, ଏକ 3/3 ଦଳ କେବଳ ଏକ ଛୋଟ ଦଳ ନୁହେଁ ବରଂ ଏକ ସରଳ ମଣ୍ଡଳୀ ଅଟେ ।
ସମ ଲିଙ୍ଗର ଦୁଇ ବା ତିନି ଜଣ ବ୍ୟକ୍ତିଙ୍କ ପାଇଁ ସାପ୍ତାହିକ ସାକ୍ଷାତର ଏକ ସାଧନ ଯାହା ଦ୍ବାରା ସେମାନେ ପରସ୍ପରକୁ ଉତ୍ସାହିତ କରିପାରିବେ ଯେଉଁ କ୍ଷେତ୍ରରେ ସେମାନେ ଭଲ କରୁଛନ୍ତି ଏବଂ ଯେଉଁ କ୍ଷେତ୍ରରେ ସୁଧାରର ଆବଶ୍ୟକତା ରହିଛି ତାହା ପ୍ରକାଶ କରିପାରିବେ ।
ଯିବା ଏବଂ ରହିବା ଦ୍ୱାରା କିପରି ଯୀଶୁଙ୍କ ଆଜ୍ଞାମାନିବା ଶିକ୍ଷା କରନ୍ତୁ।
ଏହା ଯୀଶୁଙ୍କ ସହିତ ଆମର ଅନ୍ତରଙ୍ଗ ସମ୍ପର୍କ ଏବଂ ଜାରି ରହିଥିବା ସମ୍ପର୍କକୁ ଉତ୍ସବ କରିବାର ଏକ ସରଳ ଉପାୟ । ଉତ୍ସବ କରିବାକୁ ଏକ ସରଳ ଉପାୟ ଶିଖନ୍ତୁ ।
ଯୀଶୁ କହିଲେ, "ଯାଅ ଓ ସମସ୍ତ ଜାତିର ଲୋକମାନଙ୍କୁ ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ସେମାନଙ୍କୁ ମୋର ଶିଷ୍ୟ କର..." ଏହାକୁ କିପରି ଅଭ୍ଯାସ କରିବେ ଜାଣନ୍ତୁ ।
ତ୍ୟାଗ ଓ କ୍ଲେଶ
ଈଶ୍ବରଙ୍କ ଅର୍ଥନୀତି ଜଗତର ଅର୍ଥନୀତିରୁ କିପରି ଭିନ୍ନ ଅଟେ ଜାଣନ୍ତୁ । ଯେଉଁମାନେ ପୂର୍ବରୁ ଦିଆଯାଇଥିବା ବିଷୟଗୁଡ଼ିକରେ ବିଶ୍ୱସ୍ତ ଅଟନ୍ତି ଈଶ୍ୱର ତାଙ୍କ ଜୀବନରେ ଅଧିକ ନିବେଶ କରିଥାଆନ୍ତି ।
ଈଶ୍ବରଙ୍କ ରାଜ୍ୟ କେଉଁଠାରେ ନାହିଁ ତାହା ଦେଖିବା ଆରମ୍ଭ କରନ୍ତୁ । ଏହା ସାଧାରଣତଃ ସେହି ସ୍ଥାନ ଯେଉଁଠାରେ ଈଶ୍ବର ସବୁଠାରୁ ଅଧିକ କାର୍ଯ୍ୟ କରିବାକୁ ଚାହାଁନ୍ତି ।
ଯୀଶୁ ସେମାନଙ୍କ ନିକଟକୁ ଆସି କହିଲେ, "ସ୍ଵର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି।"
ଅନ୍ୟମାନଙ୍କୁ ଆପଣଙ୍କ ସହିତ ଯୀଶୁଙ୍କ ଆଜ୍ଞାମାନିବା ଏବଂ ଅନୁସରଣ କରିବାକୁ ଶିକ୍ଷା ଦେବା
ଶିଷ୍ୟ ତିଆରି କରିବା ସହ ବତକଛୁଆର ସମ୍ପର୍କ କ'ଣ ଜାଣନ୍ତୁ ।
ପ୍ରଶିକ୍ଷଣ ଚକ୍ର ବିଷୟରେ ଜାଣନ୍ତୁ ଏବଂ ଶିଷ୍ୟ ତିଆରି କରିବାରେ ଏହା କିପରି ପ୍ରଯୁଜ୍ୟ ତାହା ବିଚାର କରନ୍ତୁ।
ଶିଷ୍ୟ ନିର୍ମାଣ କିପରି ରୈଖିକ ହେବା ଆବଶ୍ୟକ ନୁହେଁ ଜାଣନ୍ତୁ | ଏକ ସମୟରେ ଅନେକ ବିଷୟ ଘଟିପାରେ ।
ବହୁଗୁଣିତ ହେବା ଗୁରୁତ୍ବପୂର୍ଣ୍ଣ ଏବଂ ଶୀଘ୍ର ବହୁଗୁଣିତ ହେବା ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ଗତି କାହିଁକି ଗୁରୁତ୍ୱପୂର୍ଣ୍ଣ ଦେଖନ୍ତୁ ।
ଆପଣ ଜାଣିଥିବା ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହିବା
ଏକ ସାଧନ ଯାହା ଆପଣଙ୍କୁ ଆପଣଙ୍କ ସମ୍ପର୍କର ଉତ୍ତମ ପରିଚାଳକ ହେବା ପାଇଁ ସାହାଯ୍ୟ କରିବ ।
ମାନବଜାତିର ଆରମ୍ଭରୁ ଏହି ଯୁଗର ଶେଷ ପର୍ଯ୍ୟନ୍ତ ଈଶ୍ବରଙ୍କ ସୁସମାଚାରକୁ ବାଣ୍ଟିବାର ଏକ ଉପାୟ ଶିଖନ୍ତୁ ।
ଯୀଶୁ ଆପଣଙ୍କ ଜୀବନକୁ କିପରି ପ୍ରଭାବିତ କରିଛନ୍ତି ତାହା ଜଣାଇବାକୁ ତିନି ମିନିଟର ଆପଣଙ୍କ ସାକ୍ଷ୍ୟ କିପରି ବାଣ୍ଟିବେ ତାହା ଶିଖନ୍ତୁ ।
ଆପଣ ଜାଣିନଥିବା ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହିବା
ଜଣେ ଶାନ୍ତିର ପାତ୍ର କିଏ ହୋଇପାରନ୍ତି ଓ ଜଣକୁ ପାଇଛନ୍ତି ବୋଲି ଆପଣ କିପରି ଜାଣିବେ ଶିଖନ୍ତୁ ।
ଏହା ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା ନିମନ୍ତେ ଈଶ୍ବରଙ୍କ ଆଦେଶ ପାଳନ କରିବାର ଏକ ସରଳ ଉପାୟ । ଏବଂ ଏହା ଯେଭଳି ଶୁଭୁଛି ତାହା ହିଁ ଅଟେ – ଈଶ୍ବରଙ୍କୁ ପ୍ରାର୍ଥନା କରିବା ସମୟରେ ଚଲାବୁଲା କରିବା!
ଏହା ଏପରି ଏକ ଗୋଷ୍ଠୀ ଯାହା ୩/୩ ଦଳ ଆରମ୍ଭ କରୁଥିବା ଓ ନେତୃତ୍ୱ ଦେଉଥିବା ବ୍ୟକ୍ତିମାନଙ୍କୁ ନେଇ ଗଠିତ। ଏହା ମଧ୍ୟ ଗୋଟିଏ ୩/୩ ଫର୍ମାଟ୍ ଅନୁସରଣ କରେ ଓ ଆପଣଙ୍କ ଅଞ୍ଚଳରେ ଈଶ୍ୱରଙ୍କ କାର୍ଯ୍ୟର ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ କରିବାର ଏକ ଶକ୍ତିଶାଳୀ ପଦ୍ଧତି ଅଟେ।
ଯେତେବେଳେ ଏହା ବହୁଗୁଣିତ କରୁଥିବା ଶିଷ୍ୟ କରିବାର କଥା ଆସେ ଏହା ଏକ ଶକ୍ତିଶାଳୀ ସାଧନ ଅଟେ ଯାହାକୁ ଆପଣ ବ୍ୟବହାର କରି ନିଜର ସବଳତା ଓ ଦୁର୍ବଳତା ବିଷୟରେ ଶୀଘ୍ର ଆକଳନ କରିପାରିବେ ।
ଏକ ନେତୃତ୍ୱ କୋଷ ହେଉଛି ଯିଏ ନେତୃତ୍ୱ ନେବା ପାଇଁ ଆହ୍ୱାନ ଅନୁଭବ କରନ୍ତି ସେ ସେବା କରିବା ଅଭ୍ୟାସ କରି ତାଙ୍କ ନେତୃତ୍ୱକୁ ବିକାଶ କରିପାରିବାର ଏକ ମାର୍ଗ ଅଟେ।
ବହୁଗୁଣିତ ହେଉଥିବା ମଣ୍ଡଳୀଗୁଡ଼ିକ କିଭଳି ପରସ୍ପର ସହିତ ସଂଯୁକ୍ତ ହୋଇ ରୁହନ୍ତି ଏବଂ ବିସ୍ତାରିତ ଓ ଆଧ୍ୟାତ୍ମିକ ପରିବାର ରୁପେ ଏକତ୍ର ଜୀବନ ଯାପନ କରନ୍ତି ଜାଣନ୍ତୁ ।