ପ୍ରାର୍ଥନାରେ କିପରି ଏକ ଘଣ୍ଟତ ବିତାଇବେ?
ପ୍ରାର୍ଥନା ଅଭ୍ୟାସ କରିବା ନିମନ୍ତେ ପ୍ରାର୍ଥନା ଚକ୍ର ଗୋଟିଏ ସାଧାରଣ ଉପକରଣ ଯାହାକୁ ଆପଣ ନିଜେ ବ୍ୟବହାର କରି ପାରିବେ ଏବଂ ଯୀଶୁଙ୍କ ଯେକୌଣସି ଅନୁଗାମୀଙ୍କ ସହ ଭାଗୀଦାର କରିପାରିବେ । କେବଳ ୧୨ ଟି ସରଳ ପଦକ୍ଷେପରେ - ପ୍ରତ୍ୟେକ ୫ ମିନିଟ୍ - ପ୍ରାର୍ଥନା ଚକ୍ର ଆପଣଙ୍କୁ, ବାଇବଲ ପ୍ରାର୍ଥନା କରିବାକୁ ଶିକ୍ଷା ଦେଉଥିବା ୧୨ଟି ଉପାୟରେ ଆମକୁ ପଥ ପ୍ରଦର୍ଶନ କରେ । ଶେଷରେ, ଆପଣ ଏକ ଘଣ୍ଟତ ପ୍ରାର୍ଥନା କରିଥିବେ । ବାଇବଲ ଆମକୁ ଶିକ୍ଷା ଦିଏ - "ଅବିଶ୍ରାନ୍ତ ଭାବେ ପ୍ରାର୍ଥନା କର" ଆମ ମଧ୍ୟରୁ ଅନେକେ କହି ପାରିବେ ନାହିଁ ଯେ ଆମେ ତାହା କରୁ ବୋଲି । କିନ୍ତୁ ଏଇ ଏକ ଘଣ୍ଟତର ପ୍ରାର୍ଥନା ପରେ - ଆପଣ ଗୋଟିଏ ପାଦ ନିକଟତର ହେବେ ।
କେବଳ ୧୨ଟି ସରଳ ସୋପାନରେ - ପ୍ରତିଟି ୫ ମିନିଟ୍ ଲେଖାଏଁ - ବାଇବଲ ଆମକୁ ପ୍ରାର୍ଥନା କରିବାକୁ ଯେପରି ଶିକ୍ଷା ଦିଏ, ଏହି ପ୍ରାର୍ଥନା ଚକ୍ର ଆପଣଙ୍କୁ ସେହିପରି ବାରଟି ଉପାୟରେ ପରିଚାଳନା ଦେଇଥାଏ । ଶେଷରେ, ଆପଣଙ୍କୁ ଗୋଟିଏ ଘଣ୍ଟା ଧରି ପ୍ରାର୍ଥନା କରିବାକୁ ପଡ଼ିବ ।

ପ୍ରଶଂସା - ପ୍ରଭୁଙ୍କର ପ୍ରଶଂସା ସହିତ ଆପଣଙ୍କର ପ୍ରାର୍ଥନା ସମୟ ଆରମ୍ଭ କରନ୍ତୁ । ବର୍ତ୍ତମାନ ଆପଣଙ୍କ ମନରେ ଯେଉଁ ସବୁ ବିଷୟ ଅଛି ସେଥିପାଇଁ ତାହାଙ୍କୁ ପ୍ରଶଂସା କରନ୍ତୁ । ଗତ ସପ୍ତାହରେ ସେ ଆପଣଙ୍କ ଜୀବନରେ ଘଟାଇଥିବା ଗୋଟିଏ ସ୍ୱତନ୍ତ୍ର ବିଷୟ ପାଇଁ ତାହାଙ୍କୁ ପ୍ରଶଂସା କରନ୍ତୁ । ତୁମ ପରିବାର ପ୍ରତି ତାହାଙ୍କ ଉତ୍ତମତା ପାଇଁ ପ୍ରଶଂସା କରନ୍ତୁ ।
ଅପେକ୍ଷା କରନ୍ତୁ - ପ୍ରଭୁଙ୍କୁ ଅପେକ୍ଷା କରି ସମୟ ବିତାନ୍ତୁ । ନୀରବ ରୁହନ୍ତୁ ଏବଂ ତାହାଙ୍କୁ ତୁମ ପ୍ରତିଫଳନ ଏକତ୍ର କରିବାକୁ ଦିଅନ୍ତୁ ।
ସ୍ୱୀକାର କରନ୍ତୁ - ପବିତ୍ରଆତ୍ମାଙ୍କୁ ତୁମ ଜୀବନର କୌଣସି ବିଷୟ ଯାହା ତାହାଙ୍କୁ ଅସନ୍ତୁଷ୍ଟ କରିଥାଏ ତାହା ଦର୍ଶାଇବାକୁ ପ୍ରାର୍ଥନା କରନ୍ତୁ । ତାହାଙ୍କୁ ଭୁଲ୍ ମନୋଭାବ, ଆହୁରି ମଧ୍ୟ ନିର୍ଦ୍ଧିଷ୍ଟ କାର୍ଯ୍ୟକଳାପ ଦର୍ଶାଇବାକୁ ପ୍ରାର୍ଥନା କରନ୍ତୁ ଯାହା ନିମନ୍ତେ ଆପଣ ବର୍ତ୍ତମାନ ସୁଦ୍ଧା ସ୍ୱୀକାର ପ୍ରାର୍ଥନା କରିନାହାନ୍ତି । ବର୍ତ୍ତମାନ ପ୍ରଭୁଙ୍କ ନିକଟରେ ତାହା ସ୍ୱୀକାର କରନ୍ତୁ ଯେପରିକି ଆପଣ ପରିଷ୍କୃତ ହୋଇପାରିବେ ।
ଈଶ୍ୱରଙ୍କ ବାକ୍ୟ ପଢ଼ନ୍ତୁ - ଗୀତସଂହୀତା, ଭବିଷ୍ୟତ୍ବକ୍ତାମାନଙ୍କ ପୁସ୍ତକ କିମ୍ବା ନୂତନ ନିୟମରେ ଥିବା ପ୍ରାର୍ଥନା ସମନ୍ଧୀୟ ଅନୁଛେଦ ଗୁଡ଼ିକ ପଢ଼ି ସମୟ ବିତାନ୍ତୁ ।
ମାଗନ୍ତୁ - ନିଜ ପାଇଁ ପ୍ରାର୍ଥନା କରନ୍ତୁ ।
ଅନ୍ୟମାନଙ୍କ ପାଇଁ ନିବେଦନ - ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ ।
ଈଶ୍ୱରଙ୍କ ବାକ୍ୟ ଦ୍ୱାରା ପ୍ରାର୍ଥନା କରନ୍ତୁ - ନିର୍ଦ୍ଧିଷ୍ଟ ଅନୁଛେଦକୁ ପ୍ରାର୍ଥନା ରୁପେ ବ୍ୟବହାର କରନ୍ତୁ । ଧର୍ମଶାସ୍ତ୍ରରେ ଥିବା ପ୍ରାର୍ଥନା, ତତ୍ ସଙ୍ଗେ ଗୀତସଂହୀତାରୁ ଅନେକ ଅନୁଛେଦକୁ ବ୍ୟବହାର କରାଯାଇ ପାରିବ ।
ଧନ୍ୟବାଦ ଦିଅନ୍ତୁ - ଆପଣଙ୍କ ଜୀବନର ବିଷୟ ଗୁଡ଼ିକ ନିମନ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତୁ, ଆପଣଙ୍କ ପରିବାର ନିମନ୍ତେ ଏବଂ ଆପଣଙ୍କ ମଣ୍ଡଳୀ ନିମନ୍ତେ ।
ଗୀତ ଗାନ କରନ୍ତୁ - ପ୍ରଶଂସା କିମ୍ବା ଆରାଧନା କିମ୍ବା ଖ୍ରୀଷ୍ଟିୟାନ ମଣ୍ଡଳୀର ଗୀତ କିମ୍ବା ଆତ୍ମିକ ଗୀତ ଗାନ କରନ୍ତୁ ।
ଧ୍ୟାନ କରନ୍ତୁ - ପ୍ରଭୁଙ୍କ ନିକଟରେ ତୁମ ସହିତ କଥା କହିବାକୁ ପ୍ରାର୍ଥନା କରନ୍ତୁ । ସେ ଯେଉଁ ଧାରଣା ଦିଅନ୍ତି ତାହା ଲିପିବଦ୍ଧ କରିବା ନିମନ୍ତେ କାଗଜ ଏବଂ କଲମ ରଖନ୍ତୁ ।
ଶୁଣନ୍ତୁ - ଆପଣ ପଢ଼ିଥିବା ବିଷୟ, ଆପଣ କରିଥିବା ପ୍ରାର୍ଥନା ଏବଂ ଆପଣ ଗାଇଥିବା ବିଷୟ ଗୁଡ଼ିକକୁ ସଂଯୋଗ କରିବାରେ ସମୟ ବିତାନ୍ତୁ ଏବଂ ଦେଖନ୍ତୁ ପ୍ରଭୁ କିପରି ସେଗୁଡ଼ିକକୁ ଏକତ୍ର କରି ତୁମକୁ କଥା କହନ୍ତି ।
ପ୍ରଶଂସା କରନ୍ତୁ - ଆପଣଙ୍କ ସହିତ ବିତାଇଥିବା ସମୟ ଏବଂ ସେ ଆପଣଙ୍କୁ ଦେଇଥିବା ଧାରଣା ନିମନ୍ତେ ପ୍ରଭୁଙ୍କୁ ପ୍ରଶଂସା କରନ୍ତୁ । ତାହାଙ୍କ ଗୌରବମୟ ଗୁଣ ନିମନ୍ତେ ତାହାଙ୍କୁ ପ୍ରଶଂସା କରନ୍ତୁ ।
ଡିକ୍ ଇଷ୍ଟ୍ମ୍ୟାନ୍ଙ୍କ ପୁସ୍ତକ ଦି ହୱାର୍ ଦାଟ୍ ଚେଞ୍ଜେସ୍ ଦି ୱାର୍ଲ୍ଡ୍ ୨୦୦୨ରୁ ଉଦ୍ଧୃତ,
ନିଜକୁ ପଚାରନ୍ତୁ
- ଆପଣଙ୍କ ପ୍ରାର୍ଥନା ଜୀବନ ବୃଦ୍ଧି କରିବା ନିମନ୍ତେ ଆପଣଙ୍କୁ କ'ଣ ପୁନଃଆୟୋଜନ କିମ୍ବା ବନ୍ଦ କରିବାକୁ ପଡ଼ିବ ?
ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ
ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।
ମାଗଣାରେ ପଞ୍ଜିକରଣ କରନ୍ତୁ