tool

ବାପ୍ତିସ୍ମ ଏବଂ ଏହା କିପରି କରିବାକୁ ହେବ

ଏହି ପୃଷ୍ଠାକୁ ଭାଗ କରନ୍ତୁ

ବାପ୍ତିସ୍ମ ହେଉଛି ଆମ୍ଭମାନଙ୍କର ନୂତନ ଜୀବନର ଏକ ଛବି, ଯୀଶୁଙ୍କ ପ୍ରତିମୂର୍ତ୍ତିରେ ସିକ୍ତ ହେବା, ଈଶ୍ୱରଙ୍କୁ ଆଜ୍ଞାବହତାରେ ରୁପାନ୍ତରୀତ ହେବା । ଏହା ପାପରେ ମୃତ୍ୟୁ ହେବାର ଗୋଟିଏ ଛବି ଅଟେ, ଠିକ୍ ଯେପରି ଆମ୍ଭମାନଙ୍କର ପାପ ଲାଗି ଯୀଶୁ ମୃତ୍ୟୁଭୋଗ କରିଥିଲେ । ଏହା ଆମ୍ଭମାନଙ୍କର ଜୀବନର ପୁରାତନ ସ୍ୱଭାବର କବରସ୍ତ ହେବା ଗୋଟିଏ ଛବି ଅଟେ, ଠିକ୍ ଯେପରି କି ଯୀଶୁ କବରସ୍ତ ହୋଇଥିଲେ । ଏହା ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନରେ ପୁନର୍ଜନ୍ମ ପ୍ରାପ୍ତ ହେବା ଗୋଟିଏ ଛବି ଅଟେ, ଠିକ୍ ଯୀଶୁ ଯେପରି ପୁନରୁଥିତ ହୋଇ ଆଜି ଜୀବିତ ଅଟନ୍ତି । ଯୀଶୁ କହିଲେ -- "ସମସ୍ତ ଜାତିଙ୍କ ନିକଟକୁ ଯାଇ, ପିତା ଏବଂ ପୁତ୍ର ଏବଂ ପବିତ୍ରଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ସେମାନଙ୍କୁ ଶିଷ୍ୟ କର." ବାପ୍ତିସ୍ମ - ବା ମୂଳ ଗ୍ରୀକ୍ ଭାଷାରେ ବାପ୍‌ଟାଇଜୋ - ଅର୍ଥ ଡୁବାଇବା କିମ୍ବା ବୁଡ଼ାଇବା - ଯେପରି ଆପଣ ଗୋଟିଏ କପଡ଼ାକୁ ରଙ୍ଗରେ ବୁଡ଼ାଇଲେ ଏହା ରୁପାନ୍ତରୀତ ହୋଇ ରଙ୍ଗିନ୍ ହୋଇ ବାହାରକୁ ଆସେ ।

ଜଣକୁ କିପରି ବାପ୍ତିସ୍ମ ଦିଆଯାଏ 

ଯଦି ଆପଣ ପୂର୍ବରୁ କେବେ କାହାକୁ ବାପ୍ତିସ୍ମ ଦେଇ ନାହାନ୍ତି, ଏହା ଭୟଭୀତ ମନେ ହୋଇପାରେ, କିନ୍ତୁ ହେବା ଉଚିତ ନୁହେଁ । ଏଠାରେ କେତେକ ସରଳ ପଦକ୍ଷେପ ରହିଅଛି ।

  • କିଛି ସ୍ଥିର ଜଳ ଖୋଜନ୍ତୁ, ଯେପରି କି ନୂତନ ଶିଷ୍ୟଙ୍କୁ ଜଳମଗ୍ନ କରାଇବା ପାଇଁ ଆବଶ୍ୟକ ଗଭୀରତା ଥାଏ । ଏହା ପୋଖରୀ, ନଦୀ, ହ୍ରଦ କିମ୍ବା ସମୁଦ୍ର ହୋଇପାରେ । ଏହା ଗାଧୁଆ କୁଣ୍ଡ କିମ୍ବା ଜଳ ରଖିବାର ଅନ୍ୟ କୌଣସି ଉପାୟ ହୋଇପାରେ ।
  • ଶିଷ୍ୟ ଆପଣଙ୍କ ଗୋଟିଏ ହାତ ଧରୁ ଏବଂ ଅନ୍ୟ ହାତ ତାହାର ପୃଷ୍ଟ ଭାଗକୁ ଭରା ଦେଉ ।
  • ସେମାନଙ୍କର ନିଷ୍ପତ୍ତି ସେମାନେ ଠିକ୍ ଭାବେ ବୁଝନ୍ତି ବୋଲି ନିଶ୍ଚିତ କରିବା ନିମନ୍ତେ ଏଭଳି ଦୁଇଟି ପ୍ରଶ୍ନ ପଚାରନ୍ତୁ । "ଆପଣ ଯୀଶୁଙ୍କୁ  ଆପଣଙ୍କର ପ୍ରଭୁ ଏବଂ ତ୍ରାଣକର୍ତ୍ତା ରୁପେ ଗ୍ରହଣ କରିଛନ୍ତି କି?" "ଆପଣ ଆପଣଙ୍କ ରାଜା ବୋଲି ଆପଣଙ୍କ ବାକି ଜୀବନ ସାରା ତାହାଙ୍କ ସେବା କରିବେ କି?"
  • ଯଦି ସେମାନେ ଉଭୟ ପ୍ରଶ୍ନ କୁ "ହଁ " ଉତ୍ତର ଦିଅନ୍ତି, ତା'ହେଲେ ଏଭଳି କିଛି କୁହନ୍ତୁ "ଯେହେତୁ ତୁମେ ପ୍ରଭୁ ଯୀଶୁଙ୍କ ପ୍ରତି ତୁମର ବିଶ୍ୱାସ ସ୍ୱୀକାର କରିଛ, ବର୍ତ୍ତମାନ ମୁଁ ତୁମକୁ ପିତା, ପୁତ୍ର ଏବଂ ପବିତ୍ରଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଉଛି" 
  • ସେମାନଙ୍କୁ ଜଳ ମଧ୍ୟକୁ ଡୁବାନ୍ତୁ, ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ କରନ୍ତୁ ଏବଂ ସେମାନଙ୍କୁ ଜଳ ମଧ୍ୟରୁ ପୁଣିଥରେ ଉଠାନ୍ତୁ ।

 

ଅଭିନନ୍ଦନ ! ଯୀଶୁଙ୍କ ଜଣେ ନୂତନ ଅନୁଗାମୀଙ୍କୁ ଆପଣ ବାପ୍ତିସ୍ମ ଦେଇଛନ୍ତି - ସ୍ୱର୍ଗର ଜଣେ ନୂତନ ନାଗରୀକ - ଜୀବନ୍ତ ଈଶ୍ୱରଙ୍କ ଜଣେ ନୂତନ ସନ୍ତାନ । ବର୍ତ୍ତମାନ ଆନନ୍ଦ ଉତ୍ସବ କରିବା ସମୟ !

 

ନିଜକୁ ପଚାରନ୍ତୁ

  • ଆପଣ ବାପ୍ତିସ୍ମ ପାଇଛନ୍ତି କି? ଯଦି ନାହିଁ, କିଏ ଜଣେ ବିଶ୍ୱାସୀଙ୍କ ସହିତ ଆପଣ କଥାବାର୍ତ୍ତା କରି ଏହି ଆଜ୍ଞାବହତାର ପରବର୍ତ୍ତୀ ପଦକ୍ଷେପ ନେଇପାରିବେ ?
    • ଆପଣ କାହାକୁ ବାପ୍ତିସ୍ମ ଦେଇଛନ୍ତି କି ?
    • ଆପଣ ଏ ବିଷୟରେ ବିଚାର କରିଛନ୍ତି କି ?
    • ଯଦି ସେଇ ମହାନ୍ ଆଦେଶ ଯୀଶୁଙ୍କ ପ୍ରତ୍ୟେକ ଅନୁଗାମୀମାନଙ୍କ ନିମନ୍ତେ, ଏହାର ଅର୍ଥ କ'ଣ ପ୍ରତ୍ୟେକ ଅନୁଗାମୀମାନେ ଅନ୍ୟମାନଙ୍କୁ ବାପ୍ତିସ୍ମ ଦେଇ ପାରିବେ କି ? କାହିଁକି କିମ୍ବା କାହିଁକି ନାହିଁ ?

ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ

ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।

ମାଗଣାରେ ପଞ୍ଜିକରଣ କରନ୍ତୁ