concept

ଆତ୍ମିକ ଶ୍ୱାସପ୍ରଶ୍ୱାସ ଈଶ୍ୱରଙ୍କୁ ଶୁଣିବା ଏବଂ ପାଳନ କରିବା ଅଟେ

ଏହି ପୃଷ୍ଠାକୁ ଭାଗ କରନ୍ତୁ

ଆତ୍ମିକ ଶ୍ୱାସପ୍ରଶ୍ୱାସ ଈଶ୍ୱରଙ୍କୁ ଶୁଣିବା ଏବଂ ପାଳନ କରିବା ଅଟେ ... ସାରା ଦିନ, ପ୍ରତି ଦିନ ।

ନିଶ୍ୱାସ ନିଅନ୍ତୁ

ଈଶ୍ୱରଙ୍କ ରାଜ୍ୟରେ ଆମ୍ଭେମାନେ ଶ୍ୱାସପ୍ରଶ୍ୱାସ ନେଇଥାଉ ଯେତେବେଳେ ଆମେ:

  • ତାହାଙ୍କ ବାକ୍ୟ - ବାଇବଲ
  • ପ୍ରାର୍ଥନା - ତାହାଙ୍କ ସହିତ ଆମ୍ବମାନଙ୍କ ବାର୍ତ୍ତାଳାପ
  • ତାହାଙ୍କ ଶରୀର - ମଣ୍ଡଳୀ, ଯୀଶୁଙ୍କ ଅନ୍ୟ ଅନୁଗାମୀ ମାନେ
  • ତାହାଙ୍କ କାର୍ଯ୍ୟସମୂହ - ଘଟଣା ଗୁଡିକ, ଅନୁଭୁତି ଗୁଡିକ ଏବଂ ବେଳେ ବେଳେ ସେ ତାହାଙ୍କ ସନ୍ତାନ ସନ୍ତତିମାନଙ୍କୁ ତାଡନା ଏବଂ ଯନ୍ତ୍ରଣା ଦେଇ ଗତି କରିବାକୁ ଦିଅନ୍ତି ।

ଯୀଶୁଙ୍କ ପ୍ରତ୍ୟେକ ଅନୁଗାମୀମାନଙ୍କ ନିମନ୍ତେ ଶୁଭ ସମ୍ବାଦ ଏହା ଯେ ଯେତେବେଳେ ଆମ୍ଭେମାନେ ନିଶ୍ୱାସ ନେଇଥାଉ ଏବଂ ଈଶ୍ୱରଙ୍କଠାରୁ ଶୁଣିଥାଉ ଏବଂ ଯେତେବେଳେ ଆମ୍ଭେମାନେ ପ୍ରଶ୍ୱାସ ଛାଡିଥାଉ ଏବଂ ଆମେ ଯାହା ଶୁଣୁ ତାହା ପାଳନ କରି ଅନ୍ୟମାନଙ୍କୁ ସେଥିରେ ଭାଗିଦାର କରିଥାଉ - ଈଶ୍ୱର ଆହୁରି ଅଧିକ ସ୍ପଷ୍ଟ ଭାବେ କଥା କହିବେ ।

ପ୍ରଶ୍ୱାସ ଛାଡନ୍ତୁ

ଈଶ୍ୱରଙ୍କ ରାଜ୍ୟରେ ଆମେ ପ୍ରଶ୍ୱାସ ଛାଡ଼ୁ ଯେତେବେଳେ କି ଆମେ ଈଶ୍ୱରଙ୍କଠାରୁ ଯାହା ଶୁଣୁ ତାହା କାର୍ଯ୍ୟରେ ପରିଣତ କରିଥାଉ । ଆମ୍ଭେମାନେ ପ୍ରଶ୍ୱାସ ଛାଡ଼ିଥାଉ ଯେତେବେଳେ ଆମ୍ଭେମାନେ ପାଳନ କରିଥାଉ । ବେଳେ ବେଳେ ପାଳନ କରିବାକୁ ପ୍ରଶ୍ୱାସ ଛାଡ଼ିବା ଅର୍ଥ ଆମ୍ବମାନଙ୍କ ମନୋଭାବକୁ ପରିବର୍ତ୍ତନ କରିବା, ଆମ୍ବମାନଙ୍କ କଥାରେ କିମ୍ବା କାର୍ଯ୍ୟରେ ସେ ଗୁଡ଼ିକୁ ଯୀଶୁଙ୍କ ଏବଂ ତାହାଙ୍କ ଇଚ୍ଛା ସହିତ ସମାନତା ରକ୍ଷା କରିବା । ବେଳେ ବେଳେ ପାଳନ କରିବାକୁ ପ୍ରଶ୍ୱାସ ଛାଡ଼ିବା ଅର୍ଥ ଯୀଶୁ ଆମ୍ଭମାନଙ୍କୁ ଯାହା ପ୍ରଦାନ କରିଛନ୍ତି ତାହା ସହିତ ଅନ୍ୟମାନଙ୍କୁ ଭାଗିଦାର କରାଇବା - ସେ ଯାହା ପ୍ରଦାନ କରିଛନ୍ତି ତାହା ଅନ୍ୟକୁ ଦାନ କରିବା - ଯେପରିକି ଅନ୍ୟମାନେ ଠିକ୍ ଆମ୍ଭମାନଙ୍କ ଭଳି ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି । ଯୀଶୁଙ୍କ ଜଣେ ଅନୁଗାମୀ ନିମନ୍ତେ - ଏହି ନିଶ୍ୱାସ ନେବା ଏବଂ ପ୍ରଶ୍ୱାସ ଛାଡ଼ିବା ଅତି ସଙ୍କଟମୟ ଅଟେ । ଏହା ଆମ ଜୀବନ ଅଟେ ।

ନିଜକୁ ପଚାରନ୍ତୁ

  • ଈଶ୍ୱରଙ୍କ ସ୍ୱରକୁ ଶୁଣିବାକୁ ଏବଂ ସ୍ୱୀକାର କରିବାକୁ ଶିଖିବା, କାହିଁକି ଆବଶ୍ୟକ ଅଟେ?
    • ଈଶ୍ୱରଙ୍କୁ ଶୁଣିବା ଏବଂ ପ୍ରତିକ୍ରିୟା କରିବା ଶ୍ୱାସକ୍ରିୟା ଭଳି ଅଟେ କି? କାହିଁକି ବା କାହିଁକି ନାହିଁ ?

ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ

ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।

ମାଗଣାରେ ପଞ୍ଜିକରଣ କରନ୍ତୁ