ନେଟ୍ୱାର୍କ୍ରେ ନେତୃତ୍ୱ
ନେଟ୍ୱାର୍କ୍ରେ ନେତୃତ୍ୱ ନେବା ବୃଦ୍ଧି ପାଉଥିବା ସାଧାରଣ ମଣ୍ଡଳୀ ଗୁଡ଼ିକର ସମାରୋହକୁ ଏକତ୍ର କାର୍ଯ୍ୟ କରିବାକୁ, ନୂତନ ନେତା ବୃଦ୍ଧି କରିବାକୁ ଏବଂ ଏପରିକି ଈଶ୍ୱର ତାହାଙ୍କ ଲୋକମାନଙ୍କ ନିମନ୍ତେ କରିଥିବା ଯୋଜନା ମଧ୍ୟରୁ ଉତ୍ତମ ବିଷୟ ଗୁଡ଼ିକ ସମ୍ପାଦନ କରିବାକୁ ଦେଇଥାଏ । ତା'ହେଲେ ଏ ସମସ୍ତ ମଣ୍ଡଳୀ ଗୁଡ଼ିକର କ'ଣ ହୁଏ ଯେପରି ସେମାନେ ବୃଦ୍ଧି ପାଆନ୍ତି ଏବଂ ନୂତନ ମଣ୍ଡଳୀ ଆରମ୍ଭ କରନ୍ତି ତାହା ନୂତନ ମଣ୍ଡଳୀ ଆରମ୍ଭ କରେ ତାହା ନୂତନ ମଣ୍ଡଳୀ ଆରମ୍ଭ କରେ? ସେମାନେ କିପରି ସଂଯୁକ୍ତ ହୋଇ ରହନ୍ତି ? ସେମାନେ ଗୋଟିଏ ବିସ୍ତାରିତ ଆତ୍ମିକ ପରିବାର ଭାବେ କିପରି ବଞ୍ଚନ୍ତି?
ଯେତେବେଳେ ଆତ୍ମିକ ପରିବାର(ଉଦାହରଣ ସ୍ୱରୁପ ସାଧାରଣ ମଣ୍ଡଳୀ)ଗୁଡ଼ିକ ସଂଖ୍ୟାରେ ବୃଦ୍ଧି ପାଆନ୍ତି, ସଂପୃକ୍ତ ମଣ୍ଡଳୀମାନଙ୍କ ମଧ୍ୟରେ ଯୋଗସୁତ୍ର(ନେଟ୍ୱାର୍କ୍) ଶୀଘ୍ର ବିକଶିତ ହୁଏ । ଏହି ନେଟ୍ୱାର୍କ୍ ଗୁଡ଼ିକ ସହର ବା ଆଞ୍ଚଳିକ ମଣ୍ଡଳୀ ଭଳି କାର୍ଯ୍ୟ କରେ ।
ସହର କିମ୍ବା ଆଞ୍ଚଳିକ ସ୍ତରରେ ଆମ୍ଭେମାନେ ପ୍ରାଚୀନ ଏବଂ ଡିକନ୍ ମାନଙ୍କୁ କାର୍ଯ୍ୟରତ ଥିବା ଦେଖୁ । ଏଠାରେ ମଧ୍ୟ ନେତୃତ୍ୱର ଦାନ ଗୁଡ଼ିକ ଯେପରି ପ୍ରେିରିତ, ଭବିଷ୍ୟତ୍ ବକ୍ତା, ସୁସମାଚାର ପ୍ରଚାରକ, ମେଷପାଳକ(ପାଳକ) ଏବଂ ଶିକ୍ଷକମାନେ କାର୍ଯ୍ୟରେ ରହନ୍ତି । ଏହି ନେତୃତ୍ୱର ଦାନ ଗୁଡ଼ିକ ଶିଷ୍ୟମାନଙ୍କୁ ସେବାକାର୍ଯ୍ୟରେ ଅଧିକ ପ୍ରଭାବଶାଳୀ କରିବାକୁ ପ୍ରସ୍ତୁତ ନିମନ୍ତେ ମୂଳତଃ ସଜ୍ଜିତକାରୀ ଦାନ ଅଟେ । ଏହି ନେତା, ଆଉ ମଧ୍ୟ ପ୍ରାଚୀନ, ଡିକନ୍ ମାନେ ବହୁସଂଖ୍ୟକ ଆତ୍ମିକ ପରିବାରମାନଙ୍କୁ ସେବା କରି ପାରିବେ ।
ଏହି ଢାଞ୍ଚାକୁ ଆମେ ଧର୍ମଶାସ୍ତ୍ରରେ ଦେଖୁ ଉଦାହରଣ ସ୍ୱରୁପ ଯିରୁଶାଲମ ମଣ୍ଡଳୀର ଡିକନ୍ ସମୂହ କିମ୍ବା ଏଫିସୀୟ ମଣ୍ଡଳୀର ପ୍ରଚୀନ ଗଣ । ଏହି ପ୍ରକାର ସଂଗଠନ ସେଇ ସମାନ ଢାଞ୍ଚା ବୃହତ୍ ସ୍ତରରେ ଉପଯୋଗ ହୁଏ ଯେପରି ସୁକ୍ଷ୍ମ ସ୍ତରର ଆତ୍ମିକ ପରିବାରରେ ସୁସ୍ପଷ୍ଟ । ୩/୩ ଢାଞ୍ଚା ନେତୃତ୍ୱ ପ୍ରଶିକ୍ଷଣ ସାକ୍ଷାତକାର ଏବଂ ପରାମର୍ଶ ପ୍ରଦାନ ଅଧିବେଶନରେ ସୁସ୍ପଷ୍ଟ ଅଟେ ।
ଚାରିଟି କ୍ଷେତ୍ର ଢାଞ୍ଚା ଯୋଜନା, ମୂଲ୍ୟାଙ୍କନ ଏବଂ ଉଚ୍ଚ ସ୍ତରରେ ଶିକ୍ଷାଦାନ ପାଇଁ ବ୍ୟବହୃତ ହୁଏ । ଏଠାରେ ମୁଖ୍ୟ ସମନ୍ୱୟ ଏହା ଯେ ପ୍ରୟୋଗ ଗୁଡ଼ିକକୁ ବ୍ୟକ୍ତିଗତ ଆଖ୍ୟା ବଦଳରେ ସାଙ୍ଗଠାନିକ ଆଖ୍ୟା ଦିଆଯାଇଛି । ଲକ୍ଷ ଏବଂ କାର୍ଯ୍ୟମାନଙ୍କୁ ବୈଠକରେ ଉପସ୍ଥାପନ କରାଯାଇଥିବା ମାପରେ ନିଆଯାଏ । ସାଧାରଣତଃ ଯେଉଁଠାରେ ନେଟ୍ୱାର୍କ୍ ଆରମ୍ଭ ହୁଏ ତାହା ନେତୃତ୍ୱ ଦୃଷ୍ଟିକୋଣରେ କେନ୍ଦ୍ରିତ ହୋଇଯାଏ ।
ଯେପରି ସେହି ନେଟ୍ୱାର୍କ୍ର ପ୍ରଭାବ ବିସ୍ତାର ପାଏ, ଏହା ଶିଖର ସ୍ତରର ନିମ୍ନରେ ଅନ୍ୟ ସ୍ତର ଯୋଗ କରେ । ଉଦାହରଣ ସ୍ୱରୁପ, ଯଦି ଗୋଟିଏ ନେଟ୍ୱାର୍କ୍ ଟାମ୍ପାରେ ଆରମ୍ଭ ହୁଏ, ଏହା ପ୍ରଥମେ ଟାମ୍ପାରେ ସହର ମଣ୍ଡଳୀ ରୁପେ କାର୍ଯ୍ୟ କରେ । ଯେତେବେଳେ ଏହାର ପ୍ରଭାବ ଫ୍ଲୋରିଡା ରାଜ୍ୟରେ ବିସ୍ତାରିତ ହୁଏ, ଏହା ତାପରେ ରାଜ୍ୟ ମଣ୍ଡଳୀ ରୁପେ କାର୍ଯ୍ୟ କରିପାରେ ଏବଂ ବିଭିନ୍ନ ସହର ଏବଂ ପ୍ରଦେଶରେ ଏହାର ଶାଖା ମଣ୍ଡଳୀ ଗଢ଼ିପାରେ । ଏହା ବୃଦ୍ଧି ପାଇବାକୁ ଲାଗିଲେ ଏହା ଜାତୀୟ ସ୍ତରରେ କାର୍ଯ୍ୟ କରିବାକୁ ଆରମ୍ଭ କରିବ ଏପରିକି ଅନ୍ତର୍ଜାତୀୟ ସ୍ତରରେ । ସାରା ପୃଥିବୀର ବିଭିନ୍ନ ରାଜ୍ୟ ଏବଂ ଦେଶରେ ଏହାର ଶାଖା ମଣ୍ଡଳୀ ଗୁଡ଼ିକ ପ୍ରସାରିତ ହେବାରେ ଲାଗିବ ।
ଏହି ମଣ୍ଡଳୀ ଗୁଡ଼ିକର ଡିଏନ୍ଏ ଏବଂ ଉତ୍ପତି ସମାନ ହୋଇଥିବାରୁ ସେମାନେ ପରସ୍ପର ମଧ୍ୟରେ ସଂଯୁକ୍ତ ହୋଇ ରୁହନ୍ତି । ଯଦି କିଛି ଶାଖା ସେମାନେ ନିଜ ସୁବିଧା, ଭାଷା, ନିମନ୍ତେ କିମ୍ବା ଅନ୍ୟ କାରଣ ଯୋଗୁ ନିଜ ନେଟ୍ୱାର୍କ୍ରେ ବିଭାଜିତ ହୁଅନ୍ତି ତା'ହେଲେ କିଛି ସମସ୍ୟା ନାହିଁ । ଯଦି ଡିଏନ୍ଏ ସଫଳତାର ସହିତ ପାରିତ ହୋଇଥାଏ ତା'ହେଲେ ଶିଷ୍ୟମାନଙ୍କୁ ସଂଖ୍ୟାରେ ବୃଦ୍ଧି କରିବାକୁ ଏକ ନୂତନ ଆନ୍ଦୋଳନ ପ୍ରତିଷ୍ଠା କରିବାକୁ ଆବଶ୍ୟକ ସବୁକିଛି ପ୍ରତ୍ୟେକ ଆତ୍ମିକ ପରିବାରରେ କିମ୍ବା ଏପରି କି ଆତ୍ମିକ ପରିବାରର ପ୍ରତ୍ୟେକ ସଦସ୍ୟଙ୍କଠାରେ ରହିଥାଏ । ସାଧାରଣତଃ, ପ୍ରତ୍ୟେକ ମଣ୍ଡଳୀ ଛୋଟ ଅଟେ, ୪ ରୁ ୧୨ ଜଣ ବୟସ୍କ, ସେମାନଙ୍କର ପିଲାମାନଙ୍କ ସହିତ ରହିଥା'ନ୍ତି ।
ସେମାନେ ଆନ୍ତବଂଶୀୟ ଅଟନ୍ତି, ଯଦିଅ କିଶୋରମାନେ ଯଦି ଚାହାଁନ୍ତି ସେମାନେ ଚର୍ଚ୍ଚ୍ ରୋପଣ ଆରମ୍ଭ କରିପାରନ୍ତି । ଏହି ଛୋଟ ଆକାର ସମ୍ପର୍କକୁ ଅଧିକ ଘନିଷ୍ଟ ହେବାକୁ, ଉତ୍ତରଦାୟୀତ୍ୱ ଅଧିକ ପ୍ରଭାବଶାଳୀ ହେବାକୁ ଏବଂ ଅଂଶଗ୍ରହଣ ପୂର୍ଣ୍ଣମାତ୍ରାରେ କରିବାକୁ ସମ୍ଭବପର କରିଥାଏ । ଏହି ଢାଞ୍ଚାରେ ଯେଉଁ ଲୋକମାନେ ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତି କିମ୍ବା ଯେଉଁମାନେ ପୂର୍ବରୁ ଖ୍ରୀଷ୍ଟଙ୍କ ଅନୁଗମନ କରନ୍ତି କିନ୍ତୁ ଗୋଟିଏ ନୂତନ ସ୍ଥାନକୁ ଯାଉଥାଆନ୍ତି ସେମାନଙ୍କୁ ବିଦ୍ୟମାନ ମଣ୍ଡଳୀରେ ଯୋଗଦେବା ପାଇଁ ନୁହେଁ, ବରଂ ଏକ ନୂତନ ଆତ୍ମିକ ପରିବାର ଆରମ୍ଭ କରିବା ନିମନ୍ତେ ସଜ୍ଜିତ ହେବା ପାଇଁ ଅଟେ, ଯେଉଁଟା ପରେ ନେଟ୍ୱାର୍କ୍ରେ ଯୋଗ ଦିଏ । ଏହି ପ୍ରକାରେ, ଶିଷ୍ୟ ଗଠନ ପ୍ରକ୍ରିୟାକୁ ଫଳପ୍ରଦ ଏବଂ ପ୍ରଭାବପୂର୍ଣ୍ଣ କରିବା ନିମନ୍ତେ ଆତ୍ମିକ ପରିବାର ମାନଙ୍କୁ ଯଥେଷ୍ଟ ଛୋଟ ରଖାଯାଇପାରେ ।
ଆହୁରି, ଏହି ଛୋଟ ଆକାର ସମ୍ପର୍କକୁ ଅଧିକ ଘନିଷ୍ଟ ହେବାକୁ, ଉତ୍ତରଦାୟୀତ୍ୱ ଅଧିକ ପ୍ରଭାବଶାଳୀ ହେବାକୁ ଏବଂ ଅଂଶଗ୍ରହଣ ପୂର୍ଣ୍ଣମାତ୍ରାରେ କରିବାକୁ ସମ୍ଭବପର କରିଥାଏ । ସାଧାରଣ ମଣ୍ଡଳୀର ଇଚ୍ଛାନୁକୂଳତା ଏବଂ ବ୍ୟକ୍ତିଗତ ଅନୁଗାମୀମାନଙ୍କ ଈଶ୍ୱରଙ୍କ ବାକ୍ୟକୁ ଶିଖିବା, ପାଳନ କରିବା ଏବଂ ଅନ୍ୟମାନଙ୍କୁ ଅଂଶୀଦାର କରିବା ହେଉଛି ଗୋଟିଏ ଆନ୍ଦୋଳନର ଆତ୍ମିକ ଡିଏନ୍ଏ । ଯଦିଏହା ପିଢ଼ିରୁ ପିଢ଼ିରୁ ମଣ୍ଡଳୀରୁ ମଣ୍ଡଳୀ ବିଶ୍ୱାସୀରୁ ବିଶ୍ୱାସୀ ପର୍ଯ୍ୟନ୍ତ ସଫଳତା ପୂର୍ବକ ପାରିତ କରାଯାଏ ତା'ହେଲେ ଶିଷ୍ୟମାନଙ୍କୁ ସଂଖ୍ୟାରେ ବୃଦ୍ଧି କରିବାକୁ ଏକ ନୂତନ ଆନ୍ଦୋଳନ ଆରମ୍ଭ କରିବା ନିମନ୍ତେ ଆବଶ୍ୟକ ସବୁ କିଛି ପ୍ରତ୍ୟେକ ଆତ୍ମିକ ପରିବାର ଏବଂ ପ୍ରତ୍ୟେକ ଯୀଶୁଙ୍କ ଅନୁଗାମୀମାନଙ୍କ ନିକଟରେ ଉପସ୍ଥିତ ରହିଛି ।
ଯେତେବେଳେ ଆନ୍ଦୋଳନ ଗୁଡ଼ିକ ଆନ୍ଦୋଳନ ଆରମ୍ଭ କରିଥାନ୍ତି, ତାହା ଯେତେବେଳେ ଆମେ "ଖମୀର" ଦେଖିବା ଆରମ୍ଭ କରୁ ତାହା ଗୋଟିଏ ସହର କିମ୍ବା ରାଜ୍ୟ ଏପରିକି ରାଷ୍ଟ୍ରରେ ଦଳା ହୋଇଥିବା ଅଟା ମାଧ୍ୟମ ଦେଇ କାର୍ଯ୍ୟ କରିଥାଏ । ଏହିପରି ଈଶ୍ୱରଙ୍କ ରାଜ୍ୟ ଏପରି ଭାବେ ଆସେ ଯେ ଈଶ୍ୱରଙ୍କ ଇଚ୍ଛା ପୃଥିବୀରେ ସଫଳ ହୁଏ ଯେପରିକି ଏହା ସ୍ୱର୍ଗରେ ହୋଇଥାଏ । ଏହିପରି ଭାବେ ଆମେ ସମସ୍ତ ଜାତିରେ ଶିଷ୍ୟ ଗଠନ କରି ସେଇ ମହାନ୍ ଆଦେଶକୁ ସଫଳ କରିପାରୁ ।
ନିଜକୁ ପଚାରନ୍ତୁ
- ଯେତେବେଳେ ସାଧାରଣ ମଣ୍ଡଳୀର ନେଟ୍ୱାର୍କ୍ ଗୁଡ଼ିକ ଗଭୀର, ବ୍ୟକ୍ତିଗତ ସମ୍ପର୍କ ଦ୍ୱାରା ଜଡ଼ିତ ହୁଅନ୍ତି ଏଥିରେ କିଛି ଲାଭ ଅଛି କି? କ'ଣ ଏପରି କିଛି ଉଦାହରଣ ମନରେ ଆସେ?
ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ
ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।
ମାଗଣାରେ ପଞ୍ଜିକରଣ କରନ୍ତୁ