ସୁସମାଚାର ଏବଂ ଏହାକୁ କିପରି ଅନ୍ୟମାନଙ୍କୁ ପ୍ରଦାନ କରିବା
ଈଶ୍ୱରଙ୍କ ବିଷୟରେ ଅନ୍ୟମାନଙ୍କୁ ପ୍ରକାଶ କରିବା ନିମନ୍ତେ ଅନେକ ମାଧ୍ୟମ ରହିଅଛି । ସବୁଠୁ ଉତ୍ତମ ଉପାୟ ଆପଣ ଯାହା ସହିତ ଏହାକୁ ଭାଗୀଦାର କରିବାକୁ ଚାହୁଁଛନ୍ତି ସେମାନଙ୍କ ଏବଂ ସେମାନଙ୍କ ଦୁନିଆ ପ୍ରତି ଦୃଷ୍ଟିକୋଣ ଏବଂ ଜୀବନର ଅନୁଭୁତି ଉପରେ ନିର୍ଭର କରିବ । ଈଶ୍ୱର ଶୁଣିବାକୁ ଇଚ୍ଛୁକ ଥିବା ହୃଦୟ ପ୍ରତି କାର୍ଯ୍ୟ କରିବାକୁ ଭାଗୀଦାର କରିବା ନିମନ୍ତେ ଇଚ୍ଛୁକ ହୃଦୟକୁ ବ୍ୟବହାର କରନ୍ତି । ଅନ୍ୟମାନଙ୍କୁ ଈଶ୍ୱରଙ୍କ ବିଷୟରେ ପ୍ରକାଶ କରିବାର ଗୋଟିଏ ଉପାୟ ହେଉଛି ଈଶ୍ୱରଙ୍କ ଦ୍ୱାରା ସୃଷ୍ଟିର ଆରମ୍ଭଠାରୁ ଏଇ ଯୁଗର ଶେଷରେ ତାହାଙ୍କ ବିଚାର ପର୍ଯ୍ୟନ୍ତ ଯାହାସବୁ ଘଟଣାସମୂହକୁ ବର୍ଣ୍ଣନା କରିବା ।
ଈଶ୍ୱରଙ୍କ ବିଷୟ : ସୃଷ୍ଟିରୁ ବିଚାର ଢାଞ୍ଚା
ଆରମ୍ଭରେ, ଈଶ୍ୱର ସାରା ପୃଥିବୀ ଏବଂ ତନ୍ମଧ୍ୟସ୍ଥ ସବୁକିଛି ସୃଷ୍ଟି କଲେ ।
ସେ ପ୍ରଥମ ପୁରୁଷ ଏବଂ ପ୍ରଥମ ସ୍ତ୍ରୀ ସୃଷ୍ଟି କଲେ । ସେ ସେମାନଙ୍କୁ ଏକ ସୁନ୍ଦର ବଗିଚାରେ ରଖିଲେ । ସେ ସେମାନଙ୍କୁ ନିଜ ପରିବାରର ଅଂଶ କଲେ ଏବଂ ସେମାନଙ୍କ ସହିତ ଗୋଟିଏ ଘନିଷ୍ଟ ସମ୍ପର୍କ ରହିଥିଲା ।
ସେ ସେମାନଙ୍କୁ ସବୁଦିନ ଜୀବିତ ରହିବା ନିମନ୍ତେ ସୃଷ୍ଟି କରିଥିଲେ । ମୃତ୍ୟୁ ଭଳି କିଛି ନଥିଲା । ଏପରିକି ଏହି ଉପଯୁକ୍ତ ସ୍ଥାନରେ, ମନୁଷ୍ୟ ଈଶ୍ୱରଙ୍କ ବିରୁଦ୍ଧାଚରଣ କଲା ଏବଂ ପାପ ଓ ଦୁଃଖ ଜଗତକୁ ଆଣିଲା । ଈଶ୍ୱର ମନୁଷ୍ୟକୁ ବଗିଚାରୁ ନିର୍ବାସନ କଲେ । ମନୁଷ୍ୟ ଏବଂ ଈଶ୍ୱରଙ୍କ ମଧ୍ୟରେ ଥିବା ସମ୍ପର୍କ ବିଛିନ୍ନ ହେଲା । ବର୍ତ୍ତମାନ ମନୁଷ୍ୟକୁ ମୃତ୍ୟୁ ଭୋଗିବାକୁ ହେବ । ଶହ ଶହ ବର୍ଷ ଧରି ଈଶ୍ୱର ପୃଥିବୀକୁ ତାହାଙ୍କ ବାର୍ତ୍ତାବାହକମାନଙ୍କୁ ପଠାଇ ଚାଲିଲେ । ସେମାନେ ମନୁଷ୍ୟକୁ ତାହାର ପାପ ସ୍ମରଣ କରାଇଲେ ଆଉ ମଧ୍ୟ ପୃଥିବୀକୁ ଜଣେ ଉଦ୍ଧାରକତ୍ତର୍କଙ୍କୁ ପଠାଇବା ନିମନ୍ତେ ଈଶ୍ୱରଙ୍କ ବିଶ୍ୱସ୍ତତା ଏବଂ ପ୍ରତିଜ୍ଞା ବିଷୟରେ କହିଲେ ।
ସେଇ ଉଦ୍ଧାରକର୍ତ୍ତା ଈଶ୍ୱର ଏବଂ ମନୁଷ୍ୟ ମଧ୍ୟରେ ଘନିଷ୍ଟ ସମ୍ପର୍କକୁ ପୁନଃସ୍ଥାପନ କରିବେ । ସେଇ ଉଦ୍ଧାରକର୍ତ୍ତା ମନୁଷ୍ୟକୁ ମୃତ୍ୟୁରୁ ଉଦ୍ଧାର କରିବେ । ସେଇ ଉଦ୍ଧାରକର୍ତ୍ତା ଅନନ୍ତ ଜୀବନ ପ୍ରଦାନ କରିବେ ଏବଂ ଅନନ୍ତକାଳ ମନୁଷ୍ୟ ସହିତ ରହିବେ । ଈଶ୍ୱର ଆମ୍ଭମାନଙ୍କୁ ଏତେ ପ୍ରେମ କରନ୍ତି ଯେ ଯେତେବେଳେ ସଠିକ୍ ସମୟ ଉପସ୍ଥିତ ହେଲା, ସେ ତାହାଙ୍କ ପୁତ୍ରଙ୍କୁ ସେଇ ଉଦ୍ଧାରକର୍ତ୍ତା ହେବା ନିମନ୍ତେ ପୃଥିବୀକୁ ପ୍ରେରଣ କଲେ ।
ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି । ସେ କୁମାରୀ କନ୍ୟାଙ୍କଠାରୁ ଏ ପୃଥିବୀରେ ଜନ୍ମ ଗ୍ରହଣ କଲେ । ସେ ଗୋଟିଏ ସିଦ୍ଧ ଜୀବନ ଯାପନ କଲେ । ସେ କଦାପି ପାପ କରି ନଥିଲେ । ଯୀଶୁ ଲୋକମାନଙ୍କୁ ଈଶ୍ୱରଙ୍କ ବିଷୟରେ ଶିକ୍ଷା ଦେଇଥିଲେ । ସେ ଅନେକ ଆଶ୍ଚର୍ଯ୍ୟ କର୍ମ କରି ତାହାଙ୍କ ମହାନ୍ ଶକ୍ତି ପ୍ରଦର୍ଶନ କରିଥିଲେ । ସେ ଅନେକ ଭୁତ ଛଡ଼ାଇଥିଲେ । ସେ ଅନେକ ଲୋକଙ୍କୁ ସୁସ୍ଥ କରିଥିଲେ । ସେ ଅନ୍ଧକୁ ଦୃଷ୍ଟିଶକ୍ତି ଦେଇଥିଲେ । ସେ ବଧୀରକୁ ଶ୍ରବଣ ଶକ୍ତି ଦେଇଥିଲେ । ସେ ଛୋଟାକୁ ଚଲାଇ ଥିଲେ । ଏପରିକି ଯୀଶୁ ମୃତ୍ୟୁରୁ ଉଠାଇଥିଲେ । ଅନେକ ଧାର୍ମିକ ନେତାମାନେ ଯୀଶୁଙ୍କ ପ୍ରତି ଭୟଭୀତ ଏବଂ ଇର୍ଷାନ୍ୱିତ ହେଲେ ।
ସେମାନେ ତାଙ୍କୁ ହତ୍ୟା କରିବାକୁ ଚାହିଁଲେ । ଯେହେତୁ ଯୀଶୁ ପାପ କରିନଥିଲେ, ଯୀଶୁଙ୍କୁ ମୃତ୍ୟୁଭୋଗ କରିବାର ନଥିଲା ।
କିନ୍ତୁ ସେ ଆମ୍ଭମାନଙ୍କ ସମସ୍ତଙ୍କ ଶକାସେ ଗୋଟିଏ ବଳି ରୁପେ ମୃତ୍ୟୁ ଭୋଗିବାକୁ ଚାହିଁଲେ । ତାହାଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ମାନବ ଜାତିର ପାପ ମୋଚନ କଲା । ଏହାପରେ, ଯୀଶୁଙ୍କୁ କବର ଦିଆଗଲା । ଯୀଶୁଙ୍କ ଉତ୍ସର୍ଗ କରିଥିବା ବଳି ଈଶ୍ୱର ଦେଖିଲେ ଏବଂ ଗ୍ରହଣ କଲେ । ଯୀଶୁଙ୍କୁ ତୃତୀୟ ଦିବସରେ ମୃତ୍ୟୁରୁ ଉଥାପନ କରି ଈଶ୍ୱର ତାହାଙ୍କ ଗ୍ରହଣୀୟତା ପ୍ରଦର୍ଶନ କଲେ ।
ଈଶ୍ୱର ଏହା କହିଛନ୍ତି ଯେ ଯଦି ଆମ୍ଭେମାନେ ଆମ୍ଭମାନଙ୍କ ପାପ ନିମନ୍ତେ ଯୀଶୁଙ୍କ ବଳିକୁ ବିଶ୍ୱାସ ଏବଂ ଗ୍ରହଣ କରୁ -- ଯଦି ଆମ୍ଭେମାନେ ଆମ୍ଭମାନଙ୍କ ପାପରୁ ଫେରୁ ଏବଂ ଯୀଶୁଙ୍କ ଅନୁଗମନ କରୁ, ଈଶ୍ୱର ଆମ୍ଭମାନଙ୍କୁ ସମସ୍ତ ପାପରୁ ପରିଷ୍କୃତ କରନ୍ତି ଏବଂ ତାହାଙ୍କ ପରିବାରକୁ ଆମ୍ଭମାନଙ୍କୁ ସ୍ୱାଗତ କରନ୍ତି ।
ଈଶ୍ୱର ପବିତ୍ରଆତ୍ମାଙ୍କୁ ଆମ୍ଭମାନଙ୍କ ଅନ୍ତରରେ ବାସ କରିବାକୁ ପଠାନ୍ତି ଏବଂ ଯୀଶୁଙ୍କ ଅନୁଗମନ କରିବାକୁ ସକ୍ଷମ କରାନ୍ତି । ଆମ୍ଭେମାନେ ଏହି ପୁନଃସ୍ଥାପିତ ସମ୍ପର୍କକୁ ଦର୍ଶାଇବାକୁ ଏବଂ ମୁଦ୍ରାଙ୍କିତ କରିବାକୁ ଜଳରେ ବାପ୍ତିଜିତ ହୋଇଅଛୁ ।
ମୃତ୍ୟୁର ଗୋଟିଏ ସଙ୍କେତ ଭାବରେ ଆମ୍ଭେମାନେ ଜଳ ମଧ୍ୟରେ ନିମଗ୍ନ ହୋଇଅଛୁ । ନୂତନ ଜୀବନର ସଙ୍କେତ ଭାବରେ ଯୀଶୁଙ୍କ ଅନୁଗମନ କରିବା ନିମନ୍ତେ ଜଳ ମଧ୍ୟରୁ ବାହାରି ଆସିଅଛୁ ।
ଯୀଶୁ ମୃତ୍ୟୁରୁ ଉଥିତ ହେଲାପରେ ୪୦ ଦିନ ଏହି ଜଗତରେ ଅବସ୍ଥାନ କଲେ ।
ଯୀଶୁ ତାହାଙ୍କ ଅନୁଗମନକାରୀମାନଙ୍କୁ ସାରା ପୃଥିବୀର ପ୍ରତ୍ୟେକ ସ୍ଥାନକୁ ଯାଇ ପ୍ରତ୍ୟେକ ଲୋକଙ୍କୁ ତାହାଙ୍କ ପରିତ୍ରାଣର ସୁସମାଚାର କହିବାକୁ ଶିକ୍ଷା ଦେଲେ । ଯୀଶୁ କହିଲେ - ସମସ୍ତ ଜାତି ନିକଟକୁ ଯାଇ, ପିତା, ପୁତ୍ର ଏବଂ ପବିତ୍ରଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ସେମାନଙ୍କୁ ଶିଷ୍ୟ କର; ଏବଂ ମୁଁ ଯେଉଁ ସବୁ ଆଜ୍ଞା ଦେଇଅଛି ତାହା ପାଳନ କରିବାକୁ ଶିକ୍ଷା ଦିଅ । ମୁଁ ତୁମ୍ଭମାନଙ୍କ ସଙ୍ଗରେ ସବୁବେଳେ ରହିଥିବି - ଏପରିକି ଯୁଗାନ୍ତ ପର୍ଯ୍ୟନ୍ତ ।
ଯୀଶୁ ସେମାନଙ୍କ ଚକ୍ଷୁ ସାମ୍ନାରେ ସ୍ୱର୍ଗାରୋହଣ କଲେ । ଗୋଟିଏ ଦିନ, ଯୀଶୁ ଠିକ୍ ସେହିପରି ପୁଣି ଆସିବେ ଯେପରି ସେ ଯାଇଥିଲେ । ସେ ସେମାନଙ୍କୁ ଅନନ୍ତ କାଳ ନିମନ୍ତେ ଦଣ୍ଡ ବିଧାନ କରିବେ ଯେଉଁମାନେ ତାହାଙ୍କୁ ପ୍ରେମ ଏବଂ ପାଳନ କରିନାହାନ୍ତି । ସେ ଅନନ୍ତ କାଳ ନିମନ୍ତେ ସେମାନଙ୍କୁ ଗ୍ରହଣ ଏବଂ ପୁରସ୍କୃତ କରିବେ ଯେଉଁମାନେ ତାହାଙ୍କୁ ପ୍ରେମ ଏବଂ ପାଳନ କରିଛନ୍ତି । ଆମ୍ଭେମାନେ ଅନନ୍ତକାଳ ନିମନ୍ତେ ତାହାଙ୍କ ସହିତ ନୂତନ ସ୍ୱର୍ଗ ମଧ୍ୟରେ ଏବଂ ଗୋଟିଏ ନୂତନ ପୃଥିବୀରେ ବାସ କରିବୁ ।
ଯୀଶୁ ମୋ ପାପ ପାଇଁ କରିଥିବା ବଳିଦାନ କୁ ମୁଁ ବିଶ୍ୱାସ ଏବଂ ଗ୍ରହଣ କରିଅଛି । ସେ ମୋତେ ପରିଷ୍କୃତ କରିଅଛନ୍ତି ଏବଂ ମୋତେ ଈଶ୍ୱରଙ୍କ ପରିବାରର ଅଂଶ ସ୍ୱରୁପେ ପୁନଃସ୍ଥାପନ କରିଛନ୍ତି । ସେ ମୋତେ ପ୍ରେମ କରନ୍ତି, ଏବଂ ମୁଁ ତାଙ୍କୁ ପ୍ରେମ କରେ ଏବଂ ତାହାଙ୍କ ରାଜ୍ୟରେ ଅନନ୍ତକାଳ ନିମନ୍ତେ ତାହାଙ୍କ ସହିତ ବାସ କରିବି । ଈଶ୍ୱର ଆପଣଙ୍କୁ ପ୍ରେମ କରନ୍ତି ଏବଂ ସେ ଆପଣଙ୍କୁ ମଧ୍ୟ ଏହି ଉପହାର ଗ୍ରହଣ କରିବା ଚାହାଁନ୍ତି । ଆପଣ ବର୍ତ୍ତମାନ ହିଁ ତାହା କରିବାକୁ ଚାହାଁନ୍ତି କି?
ସୁସମାଚାରର ଏହି ଉପସ୍ଥାପନାକୁ ଆପଣ ନିଜେ ଏହି ବିଷୟ କହିବାକୁ ସୁବିଧାଜନକ ଅନୁଭବ କରିବା ପର୍ଯ୍ୟନ୍ତ ଅଭ୍ୟାସ କରନ୍ତୁ ।
ନିଜକୁ ପଚାରନ୍ତୁ
- ଆପଣ ଏହି ବିଷୟକୁ ସ୍ମରଣରେ ରଖି ପାରିବେ କି ? ଅଭ୍ୟାସ ଦ୍ୱାରା ସୁସମାଚାର ବିଷୟକୁ କହିବାରେ ସମସ୍ତେ ଉନ୍ନତି କରନ୍ତି । ବର୍ତ୍ତମାନ ରହିଯାଆନ୍ତୁ ଏବଂ ୩ ଥର ଅଭ୍ୟାସ କରନ୍ତୁ ।
- ଏହି କାହାଣୀରେ ମାନବ ଜାତି ବିଷୟରେ ଆପଣ କ'ଣ ଶିକ୍ଷା କଲେ ?
- ଈଶ୍ୱରଙ୍କ ବିଷୟରେ ଆପଣ କ'ଣ ଶିକ୍ଷା କଲେ ?
- ଆପଣ ଭାବନ୍ତି କି ଏଭଳି କାହାଣୀ କହି ଅନ୍ୟମାନଙ୍କୁ ଈଶ୍ୱରଙ୍କ ବିଷୟରେ ଜଣାଇବା ସହଜ କିମ୍ବା କଷ୍ଟସାଧ୍ୟ ହେବ ?
ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ
ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।
ମାଗଣାରେ ପଞ୍ଜିକରଣ କରନ୍ତୁ