concept

ଉପଭୋକ୍ତା ବନାମ ଉତ୍ପାଦକ ଜୀବନ ଶୈଳୀ

ଏହି ପୃଷ୍ଠାକୁ ଭାଗ କରନ୍ତୁ

ଯଦି ଆମେ ଶିଷ୍ୟ ଗଠନ କରିବାକୁ ଯାଉଛୁ ଯେଉଁମାନେ ବୃଦ୍ଧି ପାଇବେ, ତା' ହେଲେ ଆମକୁ ସେମାନଙ୍କୁ ଉତ୍ପାଦନକାରୀ ହେବା ନିମନ୍ତେ ସଜ୍ଜିତ କରିବାକୁ ହେବ ଏବଂ କେବଳ ଗ୍ରାହକ ନାହିଁ । ଆମ ଭଙ୍ଗା ଜଗତରେ, ଲୋକମାନେ ଈଶ୍ୱରଙ୍କ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଏବଂ ଅନେକ ଈଶ୍ୱରଙ୍କ ସମୀକରଣର କିଛି ଅଂଶ କେବଳ  ବଞ୍ଚିବାରେ ସେମାନଙ୍କର ଶକ୍ତି ବ୍ୟୟ କରନ୍ତି । ସେମାନେ ଶିକ୍ଷା ଗ୍ରହଣ କରନ୍ତି କିନ୍ତୁ ପ୍ରଦାନ କରନ୍ତି ନାହିଁ । ସେମାନେ ପୂର୍ଣ୍ଣ ହୁଅନ୍ତି କିନ୍ତୁ କଦାପି ଢାଳନ୍ତି ନାହିଁ । ସେମାନେ ଗ୍ରାସ କରନ୍ତି କିନ୍ତୁ ଉତ୍ପାଦନ କରନ୍ତି ନାହିଁ ।

ଚାରିଟି ମୂଖ୍ୟ ମାଧ୍ୟମ ରହିଅଛି ଯାହା ଦ୍ୱାରା ଈଶ୍ୱର ଆମକୁ ଆତ୍ମିକ ଭାବେ ବୃଦ୍ଧି କରାନ୍ତି । ଏହି ଉପକରଣ ସମୂହର ଉପକରଣ ଗୁଡ଼ିକୁ ଚାରିଟି ମାଧ୍ୟମର ଦୃଷ୍ଟିକୋଣରୁ ଉପସ୍ଥାପନ କରାଯିବ ।

୧. ଧର୍ମଶାସ୍ତ୍ର

ପ୍ରତ୍ୟେକ ଶିଷ୍ୟଙ୍କୁ ଧର୍ମଶାସ୍ତ୍ରକୁ ଶିଖିବାକୁ, ବ୍ୟାଖ୍ୟା କରିବାକୁ ଏବଂ ପ୍ରୟୋଗ କରିବାକୁ ସଜ୍ଜିତ ହେବାକୁ ପଡ଼ିବ, ହଜାରରୁ ଅଧିକ ବର୍ଷ ଧରି ବିଭିନ୍ନ ଲେଖକଙ୍କ ଦ୍ୱାରା, ଈଶ୍ୱର ତାହାଙ୍କ ବାକ୍ୟକୁ ବିଶ୍ୱସ୍ତ ଲୋକମାନଙ୍କ ହୃଦୟରେ କହିଥିଲେ ଯେଉଁମାନେକି ସେମାନେ ଶୁଣିଥିବା ବିଷୟ ଗୁଡ଼ିକୁ ପ୍ରକାଶ କରିଥିଲେ । ଧର୍ମଶାସ୍ତ୍ର ଆମକୁ ଈଶ୍ୱରଙ୍କ, ତାହାଙ୍କ ଯୋଜନା ସମୂହ, ତାହାଙ୍କ ହୃଦୟ, ତାହାଙ୍କ ମାର୍ଗ ବିଷୟରେ ଶିକ୍ଷା ଦିଏ । ଯଦି ଜଣେ ଶିଷ୍ୟ ପଢ଼ିପାରେ ନାହିଁ, ତା' ହେଲେ ତାକୁ ଏହା କରିବା ନିମନ୍ତେ କୌଣସି ମୌକିକ ପଦ୍ଧତି ଦ୍ୱାରା ସଜ୍ଜିତ କରିବାକୁ ପଡ଼ିବ, ବୋଧହୁଏ ଗୋଟିଏ ଆଡିଅ ବାଇବଲ ଶୁଣିବାକୁ ଆରମ୍ଭ କରିବାକୁ ପଡ଼ିବ । ଏ କ୍ଷେତ୍ରରେ ଏଠାରେ ଉଲ୍ଲେଖ କରାଯାଇଥିବା ତିନିଟି ଉପକରଣ ପରସ୍ପର ସହିତ ସାମଞ୍ଜ୍ୟସ ରଖି ଶିଷ୍ୟମାନଙ୍କୁ ବାଇବଲ ବ୍ୟାଖ୍ୟା କରିବାକୁ ଏବଂ ପ୍ରୟୋଗ କରିବାକୁ ସମର୍ଥ ହେବା ନିମନ୍ତେ ଆବଶ୍ୟକ ଥିବା ବିଭିନ୍ନ କୌଶଳ ଦ୍ୱାରା ସଜ୍ଜିତ କରିବାକୁ ସାହାଯ୍ୟ କରିବ । ଆପଣ ଯଦି ଏହା ବ୍ୟବହାର କରି ନାହାନ୍ତି, ଏହାକୁ ପରଖି ନିଅନ୍ତୁ !

୨. ପ୍ରାର୍ଥନା

ଈଶ୍ୱରଙ୍କ ସହିତ ସମ୍ପର୍କ ନିମନ୍ତେ ପ୍ରାର୍ଥନା ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ । ପ୍ରାର୍ଥନା ଦ୍ୱାରା ଆମେ ତାହାଙ୍କୁ ଶୁଣିଥାଉ ଏବଂ କଥା କହିଥାଉ । ପ୍ରାର୍ଥନା ଆମକୁ ତାହାଙ୍କୁ ଅଧିକ ଘନିଷ୍ଟ ଭାବେ ଜାଣିବାକୁ ଏବଂ ତାହାଙ୍କ ହୃଦୟକୁ, ତାହାଙ୍କ ଇଚ୍ଛାକୁ ଏବଂ ତାହାଙ୍କ ମାର୍ଗକୁ ବୁଝିବାକୁ ସମର୍ଥ କରିଥାଏ । ପ୍ରାର୍ଥନା ଅନ୍ୟମାନଙ୍କୁ ସେବା କରିବାକୁ, ସେମାନଙ୍କୁ ଶିକ୍ଷା ଦେବାକୁ ଏବଂ ସେମାନଙ୍କୁ ସାକ୍ଷ୍ୟ ଦେବାକୁ ଆମକୁ ସାହାଯ୍ୟ କରିଥାଏ । ନିମ୍ନୋକ୍ତ ଦୁଇଟି ଉପକରଣ (ଅଭ୍ୟାସ) ଶିଷ୍ୟମାନଙ୍କୁ ସେମାନଙ୍କ ପ୍ରାର୍ଥନା ଜୀବନରେ ବୃଦ୍ଧି ପାଇବାକୁ ଏବଂ ଅନ୍ୟମାନଙ୍କୁ ସେବା କରିବାକୁ ସାହାଯ୍ୟ କରିପାରିବ । ଏହା ଆମକୁ ପ୍ରାର୍ଥନାର ମନୋଭାବ ନେଇ  ବଞ୍ଚିବାରେ ଅଭ୍ୟାସ ବିକଶିତ କରିବାରେ ଏବଂ ଦୃଶ୍ୟମାନ ପାର୍ଥିବ ପରିସ୍ଥିତି ବଦଳରେ କ୍ରମାଗତ ଭାବେ ଜଗତକୁ ଆତ୍ମିକ ଦୃଷ୍ଟିକୋଣରୁ ଦେଖିବାକୁ ସାହାଯ୍ୟ କରିପାରିବ । ଏହା ଆମ ପ୍ରାର୍ଥନା କରିବା କ୍ଷମତାକୁ ମଧ୍ୟ ବୃଦ୍ଧି କରିପାରିବ ।

୩. ଶରୀର ଜୀବନ

ଈଶ୍ୱର ତାହାଙ୍କ ଶରୀରକୁ ଏପରି ଗଠନ କରିଛନ୍ତି ଯେପରି କି ଆମେ ପରସ୍ପରକୁ ଆବଶ୍ୟକ କରୁ । ଆମ ପ୍ରତ୍ୟେକଙ୍କର ଗୋଟିଏ ନିର୍ଦ୍ଧିଷ୍ଟ କ୍ଷମତା ଏବଂ ଗୋଟିଏ ନିର୍ଦ୍ଧିଷ୍ଟ ଦୁର୍ବଳତା ରହିଅଛି । ଆମକୁ ପରସ୍ପରକୁ ସମର୍ପଣ କରିବାକୁ ଏବଂ ପରସ୍ପରକୁ ସେବା କରିବାକୁ ହେବ । ଜଣେ ଶିଷ୍ୟର ଜୀବନ କେବଳ ଜଣକୁ ଈଶ୍ୱରଙ୍କ ସହିତ ହିଁ ସମ୍ପୃକ୍ତ କରେନାହିଁ, କିନ୍ତୁ ଜଣକୁ ଅନ୍ୟମାନଙ୍କ ସହିତ ମଧ୍ୟ ସମ୍ପୃକ୍ତ କରେ । ଶିଷ୍ୟତ୍ୱ କେବଳ ବ୍ୟକ୍ତିଗତ ନୁହେଁ କିନ୍ତୁ ସାଂଗଠାନିକ ପ୍ରକୃତିର ଅଟେ । ନିମ୍ନୋକ୍ତ ଉପକରଣ ଗୁଡିକ ଆମକୁ ଗୋଟିଏ ପ୍ରେମପୂର୍ଣ୍ଣ ପରିବେଶରେ ପରସ୍ପରକୁ ପ୍ରେମ କରିବାକୁ ଏବଂ ଉତ୍ତମ କାର୍ଯ୍ୟ କରିବାକୁ ଈଶ୍ୱର ଆମକୁ ଯାହା କୁହନ୍ତି ତାହାକୁ ପାଳନ କରିବାକୁ ଏବଂ ଅନ୍ୟମାନଙ୍କୁ ଭାଗୀଦାର କରାଇବାକୁ ପ୍ରେରଣା ଦେବାରେ ସାହାଯ୍ୟ କରେ ।

୪. ତାଡ଼ନା ଏବଂ ଦୁଃଖଭୋଗ

ଈଶ୍ୱର ଆମ୍ଭମାନଙ୍କର ହିତ ନିମନ୍ତେ ବିଭିନ୍ନ ଉପାୟରେ ତାଡ଼ନା ଏବଂ ଦୁଃଖଭୋଗକୁ ବ୍ୟବହାର କରନ୍ତି । ଆମ ଚରିତ୍ରକୁ ପରିଷ୍କୃତ କରିବା ଏବଂ ଆମ୍ଭମାନଙ୍କଠାରେ ଈଶ୍ୱରୀୟ ଗୁଣ ବିକଶିତ କରିବା ପାଇଁ ସେ ଏହାକୁ ବ୍ୟବହାର କରନ୍ତି । ଆମର ବିଶ୍ୱାସକୁ ଦୃଢ଼ ଏବଂ ଶୁଦ୍ଧ କରିବା ପାଇଁ ସେ ଏହାକୁ ବ୍ୟବହାର କରନ୍ତି । ଯେଉଁମାନେ ଦୁଃଖଭୋଗ କରୁଛନ୍ତି ସେମାନଙ୍କୁ ସେବା କରିବାକୁ ଆମକୁ ସଜ୍ଜିତ କରିବା ନିମନ୍ତେ ସେ ଏହାକୁ ବ୍ୟବହାର କରନ୍ତି । ସେ ନିଜକୁ ଗୌରବାନ୍ୱିତ କରିବା ପାଇଁ ଆମ ଇଚ୍ଛା ମାଧ୍ୟମରେ ଆମକୁ ତାହାଙ୍କ ନିମନ୍ତେ ବଳିଦାନ ଏବଂ କ୍ଷତି ସହିବାକୁ ମଧ୍ୟ ସେ ଏହାକୁ ବ୍ୟବହାର କରନ୍ତି । ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ଆମେ ଯଦି ଏଇ ପୃଥିବୀରେ ତାଙ୍କ ପାଇଁ କେବଳ  ବଞ୍ଚିବାକୁ ଚାହୁଁ, ଆମକୁ ତାଡ଼ନା ଦିଆଯିବ ।  ଈଶ୍ୱରଙ୍କ ରାଜ୍ୟ ପାଇଁ ତାଡ଼ନା ଏବଂ ଦୁଃଖଭୋଗ ପାଇବାକୁ ଆଶା କରିବାକୁ ଶିକ୍ଷା ଦିଆଯାଏ ତା'ହେଲେ ସେମାନେ ଏହାର ହେଲେ ଦ୍ୱନ୍ଦ, ତିକ୍ତତା, ରାଗ, କ୍ରୋଧ, ନିରୁତ୍ସାହ କିମ୍ବା ଉଦାସରେ ପଡ଼ିବା ଆଶା ବହୁତ କମ୍ ଥାଏ । ଶିଷ୍ୟମାନଙ୍କୁ ସେମାନଙ୍କର ନୂତନ ଜୀବନ ଆରମ୍ଭରୁ ହିଁ ଈଶ୍ୱର ଯାହା ଠିକ୍ ତାହା କରିବାରେ ବିଶ୍ୱସ୍ତ ସୃଷ୍ଟିକର୍ତ୍ତା ବୋଲି ଏବଂ ଦୁଃଖଭୋଗ ଆଶା କରିବାକୁ ଏବଂ ଉତ୍ତମ ଭାବେ ସହ୍ୟ କରିବା ନିମନ୍ତେ ପ୍ରସ୍ତୁତ କରିବା ଆବଶ୍ୟକ ଅଟେ । ଈଶ୍ୱରଙ୍କ ରାଜ୍ୟ ପାଇଁ ଦୁଃଖଭୋଗ ଆମକୁ ଖ୍ରୀଷ୍ଟଙ୍କ ସହିତ ଅନନ୍ତକାଳ ନିମନ୍ତେ ବାସ କରିବା ନିମନ୍ତେ ପ୍ରସ୍ତୁତ କରୁଛି ଏବଂ ଆମକୁ ବିଶୋଧନ କରୁଛି । 

ନିଜକୁ ପଚାରନ୍ତୁ

  • ଉପରୋକ୍ତ ଚାରିଟି ବିଷୟମାନଙ୍କରୁ (ପ୍ରାର୍ଥନା, ଈଶ୍ୱରଙ୍କ ବାକ୍ୟ ଇତ୍ୟାଦି), ଆପଣ କେଉଁ ଟା ଆଗରୁ ଅଭ୍ୟାସ ଜାରି ରଖିଛନ୍ତି ?
    • ଆପଣ କେଉଁ ବିଷୟ ପ୍ରତି ନିଶ୍ଚିତ ନୁହଁନ୍ତି ବୋଲି ଅନୁଭବ କରନ୍ତି ?
    • ଅନ୍ୟମାନଙ୍କୁ ତାଲିମ ଦେବା ସମୟରେ ଆପଣ କେତେ ପ୍ରସ୍ତୁତ ଅନୁଭବ କରନ୍ତି ?

ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ

ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।

ମାଗଣାରେ ପଞ୍ଜିକରଣ କରନ୍ତୁ