tool

ଉତ୍ତରଦାୟୀ ଦଳ

ଏହି ପୃଷ୍ଠାକୁ ଭାଗ କରନ୍ତୁ

ଯୀଶୁଙ୍କ ପ୍ରତ୍ୟେକ ଅନୁଗାମୀମାନେ ଉତ୍ତରଦାୟୀ ରହିବେ, ତେଣୁ ପ୍ରତ୍ୟେକ ଅନୁଗାମୀମାନେ ଅନ୍ୟମାନଙ୍କ ସହିତ ଉତ୍ତରଦାୟୀତ୍ୱ ଅଭ୍ୟାସ କରିବା ଉଚିତ । ଯୀଶୁ ଅନେକ ଉତ୍ତରଦାୟୀତ୍ୱ କାହାଣୀ କହିଛନ୍ତି ଏବଂ ଆମେ କିପରି ଆମ କାର୍ଯ୍ୟ ଏବଂ କଥା ପାଇଁ ଉତ୍ତରଦାୟୀ ରହିବୁ ତାହାର ସତ୍ୟତା କହିଛନ୍ତି । ତେଣୁ ଉତ୍ତରଦାୟୀ ଦଳ ଗୁଡ଼ିକ ସତ୍ୟ ଏବଂ ପ୍ରେମରେ ଏକତ୍ର ଚାଲୁଥିବା ଭାଇ ଓ ଭଉଣୀ ମାନଙ୍କର ଗୋଟିଏ ସ୍ୱାଭାବିକ ପ୍ରକାଶନ । ଉତ୍ତରଦାୟୀ ଦଳ ଗୁଡ଼ିକ ଦୁଇ ବା ତିନି ଜଣ କେବଳ ପୁରୁଷ କିମ୍ବା କେବଳ ସ୍ତ୍ରୀ ମାନଙ୍କ ଦ୍ୱାରା ଗଠନ କରାଯାଏ - ଯେଉଁମାନେ ସପ୍ତାହରେ ଥରେ କେତେଗୁଡ଼ିଏ ପ୍ରଶ୍ନ ସମନ୍ଧରେ ଆଲୋଚନା କରନ୍ତି ଯାହା କେଉଁଠାରେ ସବୁ ଠିକ୍ ଭାବେ ଚାଲିଛି ଏବଂ ଅନ୍ୟ ଅଞ୍ଚଳମାନଙ୍କରେ କିଛି ସୁଧାର ଆବଶ୍ୟକ ଥାଏ ତାହା ପ୍ରକାଶିତ ହୁଏ । ଯଦି ସେମାନେ ସାକ୍ଷାତ କରିବାକୁ ଅସମର୍ଥ ତେବେ ଫୋନ୍ ମାଧ୍ୟମରେ ସାକ୍ଷାତ୍ କରନ୍ତି ।

ଉତ୍ତରଦାୟୀ ପ୍ରଶ୍ନ ଗୁଡ଼ିକ - ତାଲିକା ୧

  1. ପ୍ରାର୍ଥନା କରନ୍ତୁ ଯେପରି ଆମେ ଯୀଶୁଙ୍କ ସଦୃଶ୍ୟ ହେବୁ ।
  2. ଆପଣ କିପରି ଅଛନ୍ତି? ଆପଣଙ୍କ ପ୍ରାର୍ଥନା ଜୀବନ କିପରି ଅଟେ ? 
  3. ସ୍ୱୀକୀର କରିବାକୁ ଆପଣଙ୍କ କିଛି ପାପ ରହିଅଛି କି? ସମ୍ପର୍କୀୟ, ଯୌନଗତ, ଆର୍ଥିକ, ଗର୍ବ, ଏକତା, ଉତ୍ତରାଧିକାରୀଙ୍କ ନିକଟରେ ଆଜ୍ଞାବହତା ଇତ୍ୟାଦି । 
  4. ଗତଥର ଈଶ୍ୱର ଆପଣଙ୍କୁ ଯାହା କହିଥିଲେ ତାହା ଆପଣ ପାଳନ କଲେ କି? ସବୁକିଛି ପ୍ରକାଶ କରନ୍ତୁ ।
  5. ଏହି ସପ୍ତାହରେ ଆପଣଙ୍କ ସମ୍ପର୍କୀୟ ତାଲିକାରେ ରହିଥିବା ""ଅବିଶ୍ୱାସୀ'' ମାନଙ୍କ ନିମନ୍ତେ ପ୍ରାର୍ଥନା କଲେ କି? ସେମାନଙ୍କ ମଧ୍ୟରୁ କାହାକୁ ବି ସହଭାଗୀ କରିବା ନିମନ୍ତେ ଆପଣ ସୁଯୋଗ ପାଇଛନ୍ତି କି? ସବୁକିଛି ପ୍ରକାଶ କରନ୍ତୁ ।
  6. ଆପଣ ଏଇ ସପ୍ତାହରେ ଗୋଟିଏ ନୁଆ ପଦ ମୁଖସ୍ତ କରିଛନ୍ତି କି? ଉଲ୍ଲେଖ କରନ୍ତୁ ।
  7. ଆପଣ ଏଇ ସପ୍ତାହରେ ବାଇବଲରୁ ଅତି କମ୍‌ରେ ୨୫ ଟି ଅଧ୍ୟାୟ ପଢିଛନ୍ତି କି?
  8. ଏଇ ସପ୍ତାହରେ ଆପଣଙ୍କୁ ଈଶ୍ୱର ତାଙ୍କ ବାକ୍ୟ ମାଧ୍ୟମରେ କ'ଣ କହନ୍ତି?
  9. ଏଇ ବିଷୟରେ ଆପଣ ସ୍ୱତନ୍ତ୍ର ଭାବେ କ'ଣ କରିବାକୁ ଯାଉଛନ୍ତି?
  10. ଆପଣ ଏଇ ସପ୍ତାହରେ ଆପଣଙ୍କ ୩/୩ ଦଳ ସହିତ ସାକ୍ଷାତ କଲେ କି? ଏହା କିପରି ଥିଲା?
  11. ଆପଣ ଏଇ ସପ୍ତାହରେ ଗୋଟିଏ ନୁଆ ୩/୩ ଦଳ ଗଠନ କିମ୍ବା ଗଠନ କରିବାରେ ସାହାଯ୍ୟ କରିଛନ୍ତି କି? ସବୁକିଛି ପ୍ରକାଶ କରନ୍ତୁ ।
  12. ଯୀଶୁଙ୍କ ସହିତ ମୋର ଗମନ କରିବାରେ କୌଣସି ବିଷୟ ପ୍ରତିବନ୍ଧକ କରିବା ଦେଖିଛନ୍ତି କି?
  13. ଆପଣ ଏଇ ସପ୍ତାହରେ ସୁସମାଚାର ପ୍ରଦାନ କରିବା ସୁଯୋଗ ପାଇଛନ୍ତି କି? ସବୁକିଛି ପ୍ରକାଶ କରନ୍ତୁ ।
  14. ବର୍ତ୍ତମାନ ହିଁ ୧ - ୩ ମିନିଟ୍ ସାକ୍ଷ୍ୟ ଏବଂ ସୁସମାଚାର ପ୍ରଦାନ କରିବା ଅଭ୍ୟାସ କରନ୍ତୁ ।
  15. ତୁମେ କାହାକୁ ଆସନ୍ତା ସପ୍ତାହରେ ତୁମ ଦଳକୁ ନିମନ୍ତ୍ରଣ କରି ପାରିବ? ଯଦି ଦଳ ୪ କିମ୍ବା ଅଧିକ, ଏହାକୁ ବୃଦ୍ଧି କରନ୍ତୁ ।
  16. ଯାହା ତୁମେ ପ୍ରକାଶ କରିଅଛ ସେ ବିଷୟକୁ ପ୍ରାର୍ଥନା ସହିତ ସମାପ୍ତ କରନ୍ତୁ ।

 

ଉତ୍ତରଦାୟୀ ପ୍ରଶ୍ନ ଗୁଡିକ - ତାଲିକା ୨

  1. ଗତ ସପ୍ତାହର ପଠନରୁ ଆପଣଙ୍କ ଅନ୍ତର୍ଦୃଷ୍ଟି ଆପଣଙ୍କ ଭାବନା ଏବଂ ଜୀବନକୁ କିପରି ଆକାର ପ୍ରଦାନ କରିଅଛି?
  2. ଗତ ସପ୍ତାହର ଅନ୍ତର୍ଦୃଷ୍ଟିକୁ ଆପଣ କାହାକୁ ପ୍ରଦାନ କରିଥିଲେ ଏବଂ ଏହା କିପରି ଗ୍ରହଣ କରାଗଲା? 
  3. ଆପଣ ଈଶ୍ୱରଙ୍କୁ କାର୍ଯ୍ୟରେ ଦେଖିଛନ୍ତି କି? 
  4. ଏଇ ସପ୍ତାହରେ ଆପଣ ଯୀଶୁଖ୍ରୀଷ୍ଟଙ୍କ ମହାନତାକୁ ଆପଣଙ୍କର କଥା ଏବଂ କାର୍ଯ୍ୟ ଉଭୟ ଦ୍ୱାରା ଗୋଟିଏ ସାକ୍ଷ୍ୟ ହୋଇଛନ୍ତି କି ?
  5. ଆପଣ ଯୌନ ସମନ୍ଧୀୟ ବିଷୟର ସମ୍ମୁଖୀନ ହୋଇଛନ୍ତି କି ଅବା ଆପଣଙ୍କ ମନରେ ଅନୁପଯୁକ୍ତ ଯୌନ ଚିନ୍ତାଧାରାକୁ ଆପଣଙ୍କ ଭାବନାରେ ସ୍ଥାନ ଦେଇଛନ୍ତି କି?
  6. ଆପଣ ବ୍ୟବହାର କରୁଥିବା ଅର୍ଥରେ ଈଶ୍ୱରଙ୍କ ଅଧିକାରକୁ ସ୍ୱୀକାର କରିଛନ୍ତି କି? 
  7. ଆପଣ କିଛି ଲୋଭ କରିଛନ୍ତି କି ?
  8. ଆପଣ ଆପଣଙ୍କ କଥାରେ କାହାର ମର୍ଯ୍ୟାଦାରେ କିମ୍ବା ଭାବନାରେ ଆଘାତ ଦେଇଛନ୍ତି କି?
  9. ଆପଣ କଥାରେ କିମ୍ବା କାର୍ଯ୍ୟରେ ଅସାଧୁ ହୋଇଛନ୍ତି କି କିମ୍ବା ଅତ୍ୟୁକ୍ତି କରିଛନ୍ତି କି?
  10. ଆପଣ ଏକ ଆସକ୍ତି ( କିମ୍ବା ଅଳସୁଆ କିମ୍ବା ବିଶୃଙ୍ଖଳିତ) ଆଚରଣ କରିଛନ୍ତି କି?
  11. ଆପଣ ପୋଷାକ ପରିଧାନ, ବନ୍ଧୁବର୍ଗ, କାର୍ଯ୍ୟ କିମ୍ବା ସମ୍ପତ୍ତିର ଦାଶ ହୋଇଛନ୍ତି କି? 
  12. ଆପଣ କାହାକୁ କ୍ଷମା ଦେବାରେ ବିଫଳ ହୋଇଛନ୍ତି କି?
  13. ଆପଣ କେଉଁ ଚିନ୍ତା କିମ୍ବା ଉଦ୍‌ବେଗର ସମ୍ମୁଖୀନ ହେଉଛନ୍ତି? ଆପଣ ଅଭିଯୋଗ କିମ୍ବା ଅସନ୍ତୋଷ ପ୍ରକାଶ କରିଛନ୍ତି କି ?
  14. ଆପଣଙ୍କର ଗୋଟିଏ କୃତଜ୍ଞତାର ହୃଦୟ ରହିଅଛି କି ? 
  15. ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କରେ ଆପଣ ସମ୍ମାନ, ବୁଝାମଣା ଏବଂ ଉଦାର ଅଟନ୍ତି କି? 
  16. ଆପଣଙ୍କ ଭାବନାରେ, କଥାରେ କିମ୍ବା କ୍ରିୟାରେ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି କି ଏବଂ କିପରି ତାହାର ପ୍ରତିକ୍ରିୟା କରିଛନ୍ତି?
  17. ଆପଣ ଅନ୍ୟମାନଙ୍କୁ ବିଶେଷ କରି ବିଶ୍ୱାସୀମାନଙ୍କୁ ସେବା କିମ୍ବା ଆଶୀର୍ବାଦ କରିବାର ସୁଯୋଗ ନେଇଛନ୍ତି କି?
  18. ଆପଣ ପ୍ରାର୍ଥନାର ନିର୍ଦ୍ଧିଷ୍ଟ ଉତ୍ତର ଦେଖିଛନ୍ତି କି?
  19. ଆପଣ ସପ୍ତାହକ ପାଇଁ ପଠନ ପୁରା କରିଛନ୍ତି କି?

ନିଜକୁ ପଚାରନ୍ତୁ

  • ମୁଁ କାହା ସହିତ ନିୟମିତ ଭାବେ ସାକ୍ଷାତ କରିପାରିବି ଏବଂ ଏଇ ସମସ୍ୟା ଗୁଡ଼ିକକୁ ଜଡ଼ିତ କରିପାରିବି? ଗୋଟିଏ ନାମ ଦେବାକୁ ଈଶ୍ୱରଙ୍କୁ ପ୍ରାର୍ଥନା କରି ମାଗନ୍ତୁ ।
    • ଆପଣଙ୍କୁ କ'ଣ ଏହି ପ୍ରକାର ଉଦ୍ଦେଶ୍ୟ ଠାରୁ ଆପଣଙ୍କ ବ୍ୟକ୍ତିଗତ ପବିତ୍ରତା ସହିତ ରଖେ?

ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ

ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।

ମାଗଣାରେ ପଞ୍ଜିକରଣ କରନ୍ତୁ