concept

ସହକର୍ମୀ ପରାମର୍ଶଦାତା ଗୋଷ୍ଠୀ

ଏହି ପୃଷ୍ଠାକୁ ଭାଗ କରନ୍ତୁ

ବ୍ୟକ୍ତି ବିଶେଷ, ସାଧାରଣ ମଣ୍ଡଳୀ ଏବଂ ଏପରିକି ମଣ୍ଡଳୀ ମାନଙ୍କର ନେଟ୍‌ୱାର୍କ୍ କୁ ମଜ୍‌ବୁତ୍ କରିବା ପାଇଁ ନେତା - ରୁ- ନେତା ପରାମର୍ଶ ନିମନ୍ତେ ଏହି ପ୍ରଣାଳୀ ବ୍ୟବହାର କରନ୍ତୁ । ଏହି ଗୋଷ୍ଠୀ ଗୁଡ଼ିକ ସେଇ ଲୋକମାନଙ୍କୁ ଦ୍ୱାରା ଗଠିତ ଯେଉଁମାନେ ୩/୩ ଦଳର ନେତୃତ୍ୱ ନିଅନ୍ତି ଏବଂ ଆରମ୍ଭ କରନ୍ତି । ଏହା ମଧ୍ୟ ୩/୩ ପ୍ରଣାଳୀ ବ୍ୟବହାର କରେ ଏବଂ ଏପଣଙ୍କ ଅଞ୍ଚଳରେ ଈଶ୍ୱରଙ୍କ କାର୍ଯ୍ୟର ଆତ୍ମିକ ସ୍ୱାସ୍ଥ୍ୟ ଆକଳନ କରିବା ନିମନ୍ତେ ଗୋଟିଏ ଶକ୍ତିଶାଳୀ ଉପାୟ ଅଟେ । ଏହି ଦଳ ଗୁଡ଼ିକ ଧର୍ମଶାସ୍ତ୍ରରୁ ଯୀଶୁଙ୍କ ସେବାକାର୍ଯ୍ୟର ଉଦାହରଣକୁ ଅନୁସରଣ କରନ୍ତି, ପରସ୍ପର ସହିତ ପ୍ରଶ୍ନ ପଚାରନ୍ତି ଏବଂ ମତାମତ ଦିଅନ୍ତି -- ୩/୩ ଦଳ ଭାବେ ସମସ୍ତେ ସେଇ ଏକା ମୂଳ ସମୟ ସଂରଚନା ବ୍ୟବହାର କରନ୍ତି । ଯୀଶୁ କହିଛନ୍ତି "ଗୋଟିଏ ନୂତନ ଆଦେଶ ମୁଁ ତୁମ୍ଭମାନଙ୍କୁ ଦେଉଛି : ପରସ୍ପରକୁ ପ୍ରେମ କର । ଯେହେତୁ ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ, ତୁମ୍ଭେମାନେ ପରସ୍ପରକୁ ପ୍ରେମ କରିବା ଉଚିତ । ଯଦି ତୁମ୍ଭମାନେ ପରସ୍ପରକୁ ପ୍ରେମ କର, ଏହା ଦ୍ୱାରା ସମସ୍ତେ ଜାଣିବେ ଯେ ତୁମ୍ଭମାନେ ମୋହର ଶିଷ୍ୟ ।" ଏହି ସହକର୍ମୀ ପରାମର୍ଶଦାତା ଗୋଷ୍ଠୀର ଉଦ୍ଦେଶ୍ୟ ହେଉଛି ଯେ ଯୀଶୁଙ୍କ ଅନୁଗାମୀମାନଙ୍କୁ ପ୍ରାର୍ଥନା, ଆଜ୍ଞାବହତା, ପ୍ରୟୋଗ ଏବଂ ଉତ୍ତରଦାୟୀତ୍ୱତା ମାଧ୍ୟମରେ ବୃଦ୍ଧି କରିବା ନିମନ୍ତେ ସାହାଯ୍ୟ କରିବା ପାଇଁ ଏକ ସରଳ ପନ୍ଥା ପ୍ରଦାନ କରିବା । ଅନ୍ୟ ଶବ୍ଦରେ -- "ପରସ୍ପରକୁ ପ୍ରେମ କରିବାକୁ ।"

ସହକର୍ମୀ ପରାମର୍ଶଦାତା ନେତୃତ୍ୱ ନିମନ୍ତେ ସରଳ ଢାଞ୍ଚା :

ପଛକୁ ଦେଖନ୍ତୁ [ଆପଣଙ୍କ ୧/୩ ସମୟ]

ପ୍ରଥମ ଏକ ତୃତୀୟାଂଶରେ - ପ୍ରାର୍ଥନାରେ ଏବଂ ଯତ୍ନ ନେବାରେ ସମୟ ଅତିବାହିତ କରନ୍ତୁ ଯେପରି କି ଆପଣ ମୁଖ୍ୟ ୩/୩ ଦଳରେ କରିବେ । ତା'ପରେ ବିଗତ ସାକ୍ଷାତକାରର କରିଥିବା ପ୍ରତିବଦ୍ଧତାର ଦର୍ଶନ ଏବଂ ବିଶ୍ୱସ୍ତତା ପ୍ରତି ଆଲୋକପାତ କରିବାରେ ସମୟ ବିତାନ୍ତୁ : ଖ୍ରୀଷ୍ଟଙ୍କୁ ମାନିବାରେ ଆପଣ କେତେ ଉତ୍ତମ ଅଟନ୍ତି? [ଧର୍ମଶାସ୍ତ୍ର, ପ୍ରାର୍ଥନା, ଭରସା, ଆଜ୍ଞାଧୀନତା, ସମ୍ପର୍କ?] ଆପଣଙ୍କ ଦଳ ଗତ ଅଧିବେଶନରେ କରିଥିବା ଯୋଜନା ସମ୍ପୂର୍ଣ୍ଣ କଲେ କି? ସେ ଗୁଡ଼ିକ ପୁନଃସମୀକ୍ଷା କରନ୍ତୁ ।

ଉପରକୁ ଦେଖନ୍ତୁ [ଆପଣଙ୍କ ୧/୩ ସମୟ]

ନିମ୍ନ ଲିଖିତ ପ୍ରଶ୍ନ ଗୁଡ଼ିକ ଆଲୋଚନା କରନ୍ତୁ :

  • ଚାରି କ୍ଷେତ୍ର ଚିତ୍ରରେ ଥିବା ପ୍ରତ୍ୟେକ ବିଭାଗରେ ଆପଣ କିପରି କରୁଛନ୍ତି?
  • କ'ଣ ଉତ୍ତମରେ ଚାଲିଛି? କ'ଣ ଆପଣଙ୍କର ବଡ଼ ଆହ୍ୱାନ ଅଟେ ?
  • ବର୍ତ୍ତମାନର ପିଢ଼ି ସମନ୍ଧୀୟ ମାନଚିତ୍ର ସମୀକ୍ଷା କରନ୍ତୁ ।
  • ଆପଣଙ୍କୁ କ'ଣ ଆହ୍ୱାନ କରିଅଛି କିମ୍ବା କ'ଣ ବୁଝିବାକୁ କଷ୍ଟ ବୋଲି ଭାବନ୍ତି?
  • ଆପଣଙ୍କୁ ବର୍ତ୍ତମାନ ଈଶ୍ୱର କ'ଣ ଦର୍ଶାଉଛନ୍ତି ?
  • ଅଭିଜ୍ଞ ନେତା କିମ୍ବା ଅନ୍ୟ ଅଂଶଗ୍ରହଣକାରୀ ମାନଙ୍କଠାରୁ କୌଣସି ପ୍ରଶ୍ନ ଅଛି କି?

 

ଆଗକୁ ଦେଖନ୍ତୁ [ଆପଣଙ୍କ ୧/୩ ସମୟ]

ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର କିପରି ଦିଆଯିବ ତାହା ଦର୍ଶାଇବା ନିମନ୍ତେ ଦଳର ସମସ୍ତେ ପବିତ୍ରଆତ୍ମାଙ୍କୁ ନୀରବ ପ୍ରାର୍ଥନା କରିବାରେ ସମୟ ବିତାନ୍ତୁ :

  • ଆମେ ଆସନ୍ତାଥର ଏକତ୍ର ହେବା ପୂର୍ବରୁ ଈଶ୍ୱର ମୋତେ କେଉଁ କାର୍ଯ୍ୟ କରିବା ନିମନ୍ତେ ଯୋଜନା କିମ୍ବା ଲକ୍ଷରେ ରଖିବେ? [ଆପଣଙ୍କ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବାକୁ ସାହାଯ୍ୟ ନିମନ୍ତେ ଚାରି କ୍ଷେତ୍ର ଉପକରଣ ବ୍ୟବହାର କରନ୍ତୁ]
  • ଏହି କାର୍ଯ୍ୟରେ ମୋର ପରାମର୍ଶଦାତା କିମ୍ବା ଦଳର ଅନ୍ୟ ସଦସ୍ୟମାନେ ମୋତେ କିପରି ସାହାଯ୍ୟ କରି ପାରିବେ?

ଶେଷରେ ପ୍ରାର୍ଥନାରେ ଈଶ୍ୱରଙ୍କ ସହିତ ଦଳ କଥା ହେଲା ଭଳି ସମୟ ବିତାନ୍ତୁ । ସାମୁହିକ ଭାବେ ପ୍ରାର୍ଥନା କରନ୍ତୁ ଯେପରିକି ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ପ୍ରାର୍ଥନା କରାଯିବ ଏବଂ ଯେଉଁମାନଙ୍କ ନିକଟରେ ସେମାନେ ପହଞ୍ଚିବେ ସେମାନଙ୍କ ହୃଦୟକୁ ପ୍ରସ୍ତୁତ କରିବା ନିମନ୍ତେ ଈଶ୍ୱରଙ୍କୁ ମାଗନ୍ତୁ । ଏହି ଅଧିବେଶନରେ ଈଶ୍ୱର ସେମାନଙ୍କୁ ଯାହା ଶିକ୍ଷା ଦେଇଛନ୍ତି ତାହା ପ୍ରୟୋଗ ଏବଂ ପାଳନ କରିବାକୁ ଦଳର ସମସ୍ତ ସଦସ୍ୟମାନଙ୍କୁ ସାହସ ଏବଂ ଶକ୍ତି ଦେବା ନିମନ୍ତେ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ । ଯଦି ଜଣେ ଅଭିଜ୍ଞ ନେତା ଜଣେ ଯୁବ ନେତା ପାଇଁ ପ୍ରାର୍ଥନା କରିବା ଆବଶ୍ୟକ କରନ୍ତି, ତା'ହେଲେ ପ୍ରାର୍ଥନା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଯେହେତୁ ଏହି ଦଳ ଗୁଡ଼ିକ ସମୟ ସମୟରେ ସାକ୍ଷାତ କରନ୍ତି, ପ୍ରଭୁଭୋଜରେ ସହଭାଗୀତା କିମ୍ବା ଭୋଜନରେ ଏକତ୍ର ହେବା ସମ୍ଭାବନା ବହୁତ କମ୍‌, କିନ୍ତୁ ସ୍ୱାସ୍ଥ୍ୟ ଏବଂ ପରିବାର ଓ ବନ୍ଧୁମାନଙ୍କ ନିମନ୍ତେ ସମୟ ଦେବାକୁ ନିଶ୍ଚିତ କରନ୍ତୁ ।

 

ନିଜକୁ ପଚାରନ୍ତୁ

  • କିପରି ଏହି ସହକର୍ମୀ ପରାମର୍ଶଦାତା ଢାଞ୍ଚା ତୁମେ ବିଦ୍ୟାଳୟରେ କିମ୍ବା କାର୍ଯ୍ୟ କ୍ଷେତ୍ରରେ ଅନୁଭବ କରିଥିବା ଅନ୍ୟ ସହକର୍ମୀ ପରାମର୍ଶଦାତା ସହ ସମାନ କିମ୍ବା ଭିନ୍ନ ଅଟେ ?

ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ

ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।

ମାଗଣାରେ ପଞ୍ଜିକରଣ କରନ୍ତୁ