tool

ଶିକ୍ଷାଦାନ ଯାଞ୍ଚ ତାଲିକା

ଏହି ପୃଷ୍ଠାକୁ ଭାଗ କରନ୍ତୁ

ଶିକ୍ଷାଦାନ ଯାଞ୍ଚ ତାଲିକା ଗୋଟିଏ ସାଧାରଣ ଉପକରଣ ଯାହା ଆପଣ ବ୍ୟବହାର କରିପାରିବେ ତାହା ଆପଣଙ୍କୁ ଅନ୍ୟମାନଙ୍କୁ ସମ୍ପୂର୍ଣ୍ଣ ସଜ୍ଜିତ ଶିଷ୍ୟ ହେବାର ବିଭିନ୍ନ ଅଂଶ ପ୍ରଶିକ୍ଷଣ ଦେବାରେ ମାର୍ଗ ଦେଖାଇବାରେ ସାହାଯ୍ୟ କରିଥାଏ । ନିମ୍ନରେ ଜୁମେ ପ୍ରଶିକ୍ଷଣରେ ଦିଆଯାଉଥିବା ପ୍ରଶିକ୍ଷଣ ଚକ୍ର କିମ୍ବା ୧୦୦ ତାଲିକା ସହିତ ସମ୍ପର୍କ ପରିଚାଳନାରେ ଶିକ୍ଷା ଦିଆଯାଉଥିବା ନୀତି ପାଇଁ ଗୋଟିଏ ଉଦାହରଣ ଦିଆଯାଇଛି । ଗୋଟିଏ ଶିକ୍ଷାଦାନ ଯାଞ୍ଚ ତାଲିକା ଆପଣଙ୍କୁ ଧ୍ୟାନ କେନ୍ଦ୍ରିତ କରିବାରେ ଏବଂ କାର୍ଯ୍ୟରେ ଜଡ଼ିତ ରହିବାରେ ସାହାଯ୍ୟ କରିବ ଯେପରି ଆପଣ ଯୀଶୁଙ୍କ ଅନୁଗାମୀମାନଙ୍କୁ ଈଶ୍ୱରଙ୍କ ପରିବାରରେ ନେତା ଭାବେ ବିକଶିତ କରନ୍ତି । ଆପଣ ଯେଉଁ ସ୍ଥାନକୁ ଗଲେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ଏହି ତାଲିକା ଆପଣଙ୍କୁ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବାରେ ସାହାଯ୍ୟ କରିଥାଏ : ଆପଣ ଅନ୍ୟମାନଙ୍କ ମଧ୍ୟରେ କେଉଁ ଦକ୍ଷତା ବିକଶିତ ହେବାର ଦେଖୁଛନ୍ତି ? କେଉଁ କ୍ଷେତ୍ର ଗୁଡ଼ିକ ବର୍ତ୍ତମାନ ବି ବିକଶିତ ହେବାକୁ ଆବଶ୍ୟକ ଅଛି?

ଶିକ୍ଷାଦାନ ଯାଞ୍ଚ ତାଲିକା ଗୋଟିଏ ଶକ୍ତିଶାଳୀ ଉପକରଣ ଯାହାକୁ ଆପଣ ଶୀଘ୍ର ନିଜର ଶକ୍ତି ଏବଂ ଦୁର୍ବଳତା ଆକଳନ କରିବାକୁ ବ୍ୟବହାର କରିପାରିବେ ଯେତେବେଳେ କି ଶିଷ୍ୟ ଗଠନ କଥା ଆସେ ଯେଉଁମାନେ ସଂଖ୍ୟାରେ ବୃଦ୍ଧି ପାଆନ୍ତି । ଏହା ମଧ୍ୟ ଗୋଟିଏ ଶକ୍ତିଶାଳୀ ଉପକରଣ ଯାହାକୁ ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ବ୍ୟବହାର କରି ପାରିବେ - ଏବଂ ଅନ୍ୟମାନେ ଆପଣଙ୍କୁ ସାହାଯ୍ୟ କରିବାକୁ ବ୍ୟବହାର କରି ପାରିବେ । ନିମ୍ନରେ ଥିବା ଲିଙ୍କ୍‌ରୁ ଶିକ୍ଷାଦାନ ଯାଞ୍ଚ ତାଲିକା ଡାଉନ୍‌ଲୋଡ୍ କରନ୍ତୁ ଏବଂ ଶୀଘ୍ର (୫-ମିନିଟ୍ କିମ୍ବା କମ୍ ସମୟରେ) ଆତ୍ମ-ଆକଳନ କରନ୍ତୁ ।

Coaching Checklist

  1. ଯାଞ୍ଚ ତାଲିକାର ବାମ ପାଶ୍ୱର୍ରେ ଥିବା ସ୍ତମ୍ବରୁ ଶିଷ୍ୟ ପ୍ରଶିକ୍ଷଣ ଉପକରଣ ପଢ଼ନ୍ତୁ ।
  2. ନିମ୍ନରେ ଥିବା ପଦ୍ଧତି ବ୍ୟବହାର କରି, ପ୍ରତ୍ୟେକ ପ୍ରଶିକ୍ଷଣ ଉପକରଣକୁ ଚିହ୍ନଟ କରନ୍ତୁ ।
    • ଯଦି ଆପଣ ଅପରିଚିତ ଅଟନ୍ତି କିମ୍ବା ଉପକରଣକୁ ବୁଝିପାରୁ ନାହାଁନ୍ତି - କଳା ସ୍ତମ୍ବ ଯାଞ୍ଚ କରନ୍ତୁ
    • ଯଦି ଆପଣ କିଛି ମାତ୍ରାରେ ପରିଚିତ କିନ୍ତୁ ତଥାପି ଉପକରଣ ବିଷୟରେ ନିଶ୍ଚିତ ନୁହଁନ୍ତି - ଲାଲ୍ ସ୍ତମ୍ବ ଯାଞ୍ଚ କରନ୍ତୁ
    • ଯଦି ଆପଣ ବୁଝି ପାରନ୍ତି ଏବଂ ଉପକରଣର ମୂଳ ବିଷୟରେ ପ୍ରଶିକ୍ଷଣ ଦେଇ ପାରିବେ - ହଳଦିଆ ସ୍ତମ୍ବ ଯାଞ୍ଚ କରନ୍ତୁ
    • ଯଦି ଆପଣଙ୍କ ଆତ୍ମବିଶ୍ୱାସ ଅଛି ଏବଂ ପ୍ରଭାବପୂର୍ଣ୍ଣ ଭାବେ ଉପକରଣ ପ୍ରଶିକ୍ଷଣ ଦେଇ ପାରିବେ - ସବୁଜ ସ୍ତମ୍ବ ଯାଞ୍ଚ କରନ୍ତୁ

 

ନିଜକୁ ପଚାରନ୍ତୁ

  • କେଉଁ ପ୍ରଶିକ୍ଷଣ ଉପକରଣ ଗୁଡ଼ିକକୁ ଆପଣ ଭଲ ଭାବରେ ପ୍ରଶିକ୍ଷଣ ଦେଇ ପାରିବେ ବୋଲି ଅନୁଭବ କରନ୍ତି?
    • ପ୍ରଶିକ୍ଷକ ଭାବେ କେଉଁ ଉପକରଣ ପ୍ରଶିକ୍ଷଣ ଦେବାରେ ଦୁର୍ବଳ ବୋଲି ଅନୁଭବ କରନ୍ତି?
    • ଯାଞ୍ଚ ତାଲିକାରେ ଏପରି କୌଣସି ପ୍ରଶିକ୍ଷଣ ଉପକରଣ ଅଛିକି ଯାହାକୁ ଆପଣ ସାମିଲ କରିବେ କିମ୍ବା ବାଦ୍ ଦେବେ? କାହିଁକି?

ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ

ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।

ମାଗଣାରେ ପଞ୍ଜିକରଣ କରନ୍ତୁ