ଆପଣଙ୍କ ୩ -ମିନିଟ୍ ସାକ୍ଷ୍ୟ ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ
ଯୀଶୁ ତାହାଙ୍କ ଅନୁଗାମୀମାନଙ୍କୁ କହିଲେ - "ତୁମ୍ଭେମାନେ ଏହାର ସାକ୍ଷୀ ଅଟ ।" ପ୍ରତ୍ୟେକ ଜଣକର ଗୋଟିଏ କାହାଣୀ ରହିଅଛି । ଆପଣଙ୍କ ନିମନ୍ତେ ଅଭ୍ୟାସ କରିବା ପାଇଁ ଏହା ଏକ ସୁଯୋଗ ଅଟେ । ଯୀଶୁଙ୍କର ଜଣେ ଅନୁଗାମୀ ଭାବେ, ଆମ୍ଭେମାନେ "ସାକ୍ଷୀ" ମଧ୍ୟ ଅଟୁ - ଆମ୍ଭମାନଙ୍କ ଜୀବନରେ ଯୀଶୁ ପକାଇଥିବା ପ୍ରଭାବ ବିଷୟରେ "ସାକ୍ଷ୍ୟ ପ୍ରଦାନ କରିବା" ଈଶ୍ୱରଙ୍କ ସହିତ ଆପଣଙ୍କ ରହିଥିବା ସମ୍ପର୍କର ବିଷୟକୁ ଆପଣଙ୍କ ସାକ୍ଷ୍ୟ କୁହାଯାଏ । ପ୍ରତ୍ୟେକ ଜଣକର ଗୋଟିଏ କାହାଣୀ ରହିଅଛି । ଅନ୍ୟମାନଙ୍କୁ ଆପଣଙ୍କ ସାକ୍ଷ୍ୟପ୍ରଦାନ କରିବା ହେଉଛି ଆପଣଙ୍କ ନିମନ୍ତେ ଅଭ୍ୟାସ କରିବା ପାଇଁ ଏକ ସୁଯୋଗ ଅଟେ ।
୩ଟି ମୌଳିକ ପ୍ରକାରର ସାକ୍ଷ୍ୟ
ଆପଣଙ୍କ କାହାଣୀର ଆକାର ଦେବା ପାଇଁ ଅସୀମ ଉପାୟ ଅଛି, ମାତ୍ର ଆମେ ଏଠାରେ କିଛି ଉପାୟ ଦେଖିଛୁ, ଯାହାକି ଭଲରୂପେ କାର୍ଯ୍ୟ କରିଥାଏ :
- ଏକ ସରଳ ଉକ୍ତି - ଆପଣ ଯୀଶୁଙ୍କୁ ଅନୁସରଣ କରିବାକୁ କାହିଁକି ମନୋନୟନ କଲେ ସେ ବିଷୟରେ ଆପଣ ଏକ ସରଳ ଉକ୍ତି କହିପାରିବେ । ଜଣେ ନୂତନ ବିଶ୍ୱାସୀ ନିମନ୍ତେ ଏହା ଭଲରୂପେ କାର୍ଯ୍ୟ କରିଥାଏ ।
- ପୂର୍ବରୁ ଓ ପରେ - ଆପଣ ଆପଣଙ୍କର “ପୂର୍ବରୁ” ଓ “ପରେ” କାହାଣୀ କହିପାରିବେ - ଅର୍ଥାତ୍ ଆପଣ ଯୀଶୁଙ୍କୁ ଜାଣିବା ପୂର୍ବରୁ ଆପଣଙ୍କ ଜୀବନ କିପରି ଥିଲା ଓ ବର୍ତ୍ତମାନ ଆପଣଙ୍କ ଜୀବନ କିପରି ଅଛି । ସରଳ ଓ ଶକ୍ତିଶାଳୀ ।
- ସହିତ ଓ ପୃଥକ୍ - ଆପଣ ଆପଣଙ୍କର “ସହିତ” ଓ “ପୃଥକ୍” କାହାଣୀ କହିପାରିବେ - “ଯୀଶୁଙ୍କ ସହିତ” ଆପଣଙ୍କ ଜୀବନ କ’ଣ ଅଟେ ଓ “ତାହାଙ୍କ ବିନା” ଏହା କିପରି ହେବ । ଆପଣ ଯଦି ସାନ ବେଳୁ ବିଶ୍ୱାସଲାଭ କରିବେ, ତେବେ ଆପଣଙ୍କ କାହାଣୀର ଏହି ସଂସ୍କରଣ ଭଲରୂପେ କାର୍ଯ୍ୟ କରିବ ।
ଆପଣଙ୍କ ସାକ୍ଷ୍ୟ ଅନ୍ୟମାନଙ୍କୁ ପ୍ରକାଶ କରିବାରେ ୩ଟି ଅଂଶ
ଆପଣଙ୍କ କାହାଣୀ କହିଲା ବେଳେ ଏହାକୁ ଏକ ତିନି-ପ୍ରକାର ପ୍ରକ୍ରିୟାର ଅଂଶ ଭାବରେ ଚିନ୍ତା କରିବା ସହାୟକ ହେବ :
- ସେମାନଙ୍କ କାହାଣୀ - ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରୁଛନ୍ତି ତାଙ୍କୁ ସେମାନଙ୍କ ଆତ୍ମିକ ଯାତ୍ରା ବିଷୟରେ ପଚାରନ୍ତୁ ।
- ଆପଣଙ୍କ କାହାଣୀ - ତା’ପରେ ଆପଣଙ୍କ ସାକ୍ଷ୍ୟ କୁହନ୍ତୁ ଯାହାକି ସେମାନଙ୍କ ଅନୁଭୂତି ଚତୁର୍ଦ୍ଦିଗରେ ଅଛି ।
- ଈଶ୍ୱରଙ୍କ କାହାଣୀ - ଶେଷରେ ଈଶ୍ୱରଙ୍କ କାହାଣୀକୁ ଏପରି ଭାବରେ କୁହନ୍ତୁ ଯେପରି ତାହା ସେମାନଙ୍କ ବିଶ୍ୱ-ମତ, ମୂଲ୍ୟ ଓ ଅଗ୍ରାଧିକାର ସହିତ ସଂଯୁକ୍ତ ହୋଇଥାଏ ।
ଆପଣଙ୍କ ସାକ୍ଷ୍ୟ ଦୀର୍ଘ ହେବା ଉଚିତ୍ ନୁହେଁ, କିମ୍ବା ପ୍ରଭାବପୂର୍ଣ୍ଣ ହେବା ପାଇଁ ଏହାକୁ ଅଧିକ ପୁଙ୍ଖାନୁପୁଙ୍ଖ ଭାବରେ କୁହାଯିବାକୁ ପଡ଼ିବ ନାହିଁ । ପ୍ରକୃତରେ, ଆପଣଙ୍କ ସାକ୍ଷ୍ୟକୁ ପ୍ରାୟ ୩ ମିନିଟ୍ ମଧ୍ୟରେ ରଖିବା ଦ୍ୱାରା ତାହା ପ୍ରଶ୍ନ ନିମନ୍ତେ ଓ ଗଭୀର କଥାବାର୍ତ୍ତା କରିବା ପାଇଁ ସମୟ ଦେବ । କିପରି ଆରମ୍ଭ କରିବେ ସେ ବିଷୟରେ ଯଦି ଆପଣ ବ୍ୟସ୍ତ ହେଉଛନ୍ତି - ତେବେ ଏହାକୁ ସରଳ କରନ୍ତୁ । ଜୀବନ ପରିବର୍ତ୍ତନ କରିବା ପାଇଁ ଈଶ୍ୱର ଆପଣଙ୍କ କାହାଣୀ ବ୍ୟବହାର କରିପାରିବେ, ମାତ୍ର ମନେରଖନ୍ତୁ - ଆପଣଙ୍କୁ ହିଁ ଏହା କହିବାକୁ ପଡ଼ିବ ।
ନିଜକୁ ପଚାରନ୍ତୁ
- କେଉଁ ମିଥ୍ୟା ଭୟ ଆମକୁ ଆମ ସାକ୍ଷ୍ୟ ଅନ୍ୟମାନଙ୍କୁ ପ୍ରକାଶ କରିବାକୁ ବାରଣ କରେ ?
- ଗୋଟିଏ ସାକ୍ଷ୍ୟକୁ କ'ଣ ପ୍ରଭାବପୂର୍ଣ୍ଣ କରେ ? କେଉଁଠାରୁ ଏହାର ଶକ୍ତି ଆସେ ?
ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ
ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।
ମାଗଣାରେ ପଞ୍ଜିକରଣ କରନ୍ତୁ