ଶିଷ୍ୟ ଏବଂ ମଣ୍ଡଳୀର ସରଳ ଅର୍ଥ
"ଶିଷ୍ୟ'' ଏବଂ "ମଣ୍ଡଳୀର'' ଏକ ସରଳ ଅର୍ଥ ରହିବା ଗୁରୁତ୍ୱପୂର୍ଣ୍ଣ ଅଟେ, ଯେପରି କି ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ କିଏ ଏବଂ ଆମେ କିପରି ଅନ୍ୟମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଂପୃକ୍ତ କରିବାକୁ ଆଶା କରିବା ନିମନ୍ତେ ଜାଣିପାରୁ ।
ଜଣେ ଶିଷ୍ୟ କ'ଣ ଅଟନ୍ତି ?
ଶିଷ୍ୟ ଶବ୍ଦର ଅର୍ଥ ଜଣେ ଅନୁଗାମୀ ଅଟେ । ଜଣେ ଶିଷ୍ୟ ଈଶ୍ୱରଙ୍କ ଅନୁଗାମୀ ଅଟନ୍ତି । ଯୀଶୁ କହିଲେ ""ସ୍ୱର୍ଗ ଏବଂ ପୃଥିବୀର ସମସ୍ତ କର୍ତ୍ତୁତ୍ୱ ମୋତେ ଦିଆଯାଇଅଛି ।'' ତେଣୁ ଈଶ୍ୱରଙ୍କ ରାଜ୍ୟରେ, ଯୀଶୁ ଆମ୍ଭମାନଙ୍କର ରାଜା ଅଟନ୍ତି । ଆମ୍ଭେମାନେ ତାହାଙ୍କ ନାଗରୀକ ଅଟୁ, ଯାହା ତାହାଙ୍କ ଈଚ୍ଛା, ତାହାଙ୍କ ଆକାଂକ୍ଷା, ଉଦ୍ଦେଶ୍ୟ, ଲକ୍ଷ ଗୁଡିକକୁ ପ୍ରାଥମିକତା ଦିଏ ଏବଂ ସର୍ବୋଚ୍ଚ ଏବଂ ସର୍ବୋତ୍ତମ ଅଟେ । ତାହାଙ୍କ ବାକ୍ୟ ବ୍ୟବସ୍ଥା ଅଟେ । ତାହାଙ୍କ ରାଜ୍ୟର ନିୟମ କ'ଣ ଅଟେ? ଯୀଶୁ ତାହାଙ୍କ ନାଗରୀକମାନଙ୍କୁ କ'ଣ କରିବାକୁ କହନ୍ତି? ଯୀଶୁ ଶିକ୍ଷା ଦେଲେ ଯେ ପୁରାତନ ନିୟମରୁ ଈଶ୍ୱରଙ୍କ ଆଜ୍ଞା ଗୁଡ଼ିକକୁ ଉଦାହରଣ ସ୍ୱରୂପ ବ୍ୟବସ୍ଥା ଏବଂ ଭବିଷ୍ୟତ୍ବକ୍ତା ମାନଙ୍କର ସମସ୍ତ ବିଷୟ ଗୁଡ଼ିକକୁ ସଂକ୍ଷେପରେ ଦୁଇଟି ବିଷୟରେ ପ୍ରକାଶ କରିହେବ : ଈଶ୍ୱରଙ୍କୁ ପ୍ରେମ କର ଏବଂ ଲୋକମାନଙ୍କୁ ପ୍ରେମ କର । ଯୀଶୁ ଆମ୍ଭମାନଙ୍କୁ ଶିଷ୍ୟ କରିବାକୁ ଏବଂ ସେ ଯେଉଁସବୁ ଆଜ୍ଞା ଦେଇଛନ୍ତି ତାହା ପାଳନ କରିବା ନିମନ୍ତେ ଶିକ୍ଷା ଦେବାକୁ ଆଦେଶ ଦେଇଥିଲେ । ସେଥି ଯୋଗୁ ଶିଷ୍ୟ ଗଠନ କରିବା ସହିତ ଯୀଶୁଙ୍କ ଆଜ୍ଞା ସବୁ ପାଳନ କରିବାକୁ ଶିକ୍ଷା ଦେବା, ନୂତନ ନିୟମକୁ ସଂକ୍ଷେପରେ ଗୋଟିଏ ବିଷୟ ବ୍ୟକ୍ତ କରାଯାଇ ପାରିବ : ଶିଷ୍ୟ ଗଠନ କର । ଅତଏବ, ଜଣେ ଶିଷ୍ୟ ଯୀଶୁଙ୍କ ଅନୁଗାମୀ ଅଟେ ଯିଏ କି ଈଶ୍ୱରଙ୍କୁ ପ୍ରେମ କରେ, ଲୋକମାନଙ୍କୁ ପ୍ରେମ କରେ ଏବଂ ଶିଷ୍ୟ ଗଠନ କରେ ।
ଗୋଟିଏ ମଣ୍ଡଳୀ କ'ଣ ଅଟେ ?
ଆପଣ ଭାବୁଥିବେ ଯେ ମଣ୍ଡଳୀ ଗୋଟିଏ ବିରାଟ କୋଠା - ଗୋଟିଏ ସ୍ଥାନ ଯେଉଁଠି ତୁମେ ଯାଅ - କିନ୍ତୁ ଈଶ୍ୱରଙ୍କ ବାକ୍ୟ ମଣ୍ଡଳୀକୁ ଗୋଟିଏ ସମାବେଶ - ତୁମେ ଥିବା ଲୋକମାନଙ୍କ ସମ୍ମିଳନୀ । "ମଣ୍ଡଳୀ'' ଶବ୍ଦ ବାଇବଲରେ ତିନି ପ୍ରକାର ଭାବେ ବ୍ୟବହୃତ ହୋଇଅଛି :
- ସାର୍ବଜନୀନ ମଣ୍ଡଳୀ - ସମସ୍ତ ଲୋକମାନେ ଯେଉଁମାନେ ଯୀଶୁଙ୍କ ଅନୁଗାମୀ ଥିଲେ, ଅଛନ୍ତି ଏବଂ ଆଗାମୀ ସମୟରେ ରହିବେ ।
- ସହରାଞ୍ଚଳ ବା ଆଞ୍ଚଳିକ ମଣ୍ଡଳୀ - ସମସ୍ତ ଲୋକମାନେ ଯୀଶୁଙ୍କ ଅନୁଗମନ କରନ୍ତି ଏବଂ କିଛି ଅଞ୍ଚଳ ମଧ୍ୟରେ କିମ୍ବା ଆଖପାଖ ଅଞ୍ଚଳରେ ବାସ କରନ୍ତି ।
- ଗୃହ ମଧ୍ୟରେ ମଣ୍ଡଳୀ - ସମସ୍ତ ଲୋକମାନେ ଯେଉଁମାନେ ଯୀଶୁଙ୍କ ଅନୁଗମନ କରନ୍ତି ଏବଂ ସେମାନଙ୍କ ମଧ୍ୟରେ ଏକ କିମ୍ବା ଅଧିକ ଲୋକ ବାସ କରୁଥିବା ସ୍ଥାନରେ ଏକତ୍ର ହୁଅନ୍ତି ।
ସାଧାରଣ ମଣ୍ଡଳୀ ଗୁଡ଼ିକ, ଯୀଶୁ ସେମାନଙ୍କର କେନ୍ଦ୍ର ଏବଂ ରାଜା ଭାବେ ଥିବା ଏକ ଆତ୍ମିକ ପରିବାର ଅଟନ୍ତି । ସେମାନେ ଆତ୍ମିକ ପରିବାର ଅଟନ୍ତି ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଅନ୍ୟମାନଙ୍କୁ ପ୍ରେମ କରନ୍ତି ଏବଂ ଶିଷ୍ୟ ଗଠନ କରନ୍ତି । ଯେତେବେଳେ ଏହି ମଣ୍ଡଳୀ ଗୁଡ଼ିକ ସାମୁହିକ ଭାବେ କିଛି ବୃହତ୍ କାର୍ଯ୍ୟ କରିବାକୁ ସଂଯୁକ୍ତ ହୁଅନ୍ତି, ସେମାନେ ସହରାଞ୍ଚଳ କିମ୍ବା ଆଞ୍ଚଳିକ ମଣ୍ଡଳୀ ଗଠନ କରି ପାରିବେ । ସାର୍ବଜନୀନ ମଣ୍ଡଳୀ, ସମସ୍ତ ସାଧାରଣ ମଣ୍ଡଳୀ ଗୁଡ଼ିକ ଏକତ୍ର ହୋଇ ଆଞ୍ଚଳିକ ଭାବେ ସଙ୍ଗଠିତ ହୁଅନ୍ତି ଏବଂ ଈତିହାସ ମଧ୍ୟ ଦେଇ ବିସ୍ତାର କରନ୍ତି ।
ନିଜକୁ ପଚାରନ୍ତୁ
- ଆପଣ ଯେତେବେଳେ ଗୋଟିଏ ମଣ୍ଡଳୀ ବିଷୟରେ ଭାବନ୍ତି, ମନରେ କ'ଣ ଆସେ ?
- ସେହି ଛବି ଏବଂ ଭିଡିଅରେ ବର୍ଣ୍ଣନା କରାଯାଇଥିବା "ସାଧାରଣ ମଣ୍ଡଳୀ' ମଧ୍ୟରେ ପାର୍ଥକ୍ୟ କ'ଣ ରହିଅଛି ?
- ଆପଣ କେଉଁଟାକୁ ବୃଦ୍ଧି ପାଇବାକୁ ସହଜ ବୋଲି ଭାବନ୍ତି ଏବଂ କାହିଁକି ?
ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ
ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।
ମାଗଣାରେ ପଞ୍ଜିକରଣ କରନ୍ତୁ