ସଂଖ୍ୟାବୃଦ୍ଧି ବିଷୟକ ବେଗ
ବେଗର ପ୍ରଭାବ ରହିଅଛି କାରଣ ଆମର ଅନନ୍ତକାଳ ଛୋଟ ସମୟ ମଧ୍ୟରେ ନିର୍ଦ୍ଧାରିତ ହୁଏ ତାହାକୁ ଆମେ "ଜୀବନ" କହୁ । ଈଶ୍ୱରଙ୍କ ବାକ୍ୟ ଆମକୁ କହେ ଯେ ଈଶ୍ୱର ଆମ ସହିତ ଧୈର୍ଯ୍ୟଶୀଳ ଅଟନ୍ତି - କେହି ବି ବିନଷ୍ଟ ହେବା ଚାହୁଁ ନାହାଁନ୍ତି, କିନ୍ତୁ ସମସ୍ତଙ୍କୁ ଫେରି ଆସି ତାହାଙ୍କୁ ଅନୁଗମନ କରିବାକୁ । ଈଶ୍ୱର ଆମକୁ ଅଧିକ ସମୟ ଦିଅନ୍ତି କାରଣ ଆମକୁ ସେ ଯାହା କରିବାକୁ ଆହ୍ୱାନ କରିଛନ୍ତି ସେ ସମସ୍ତ କରିବାକୁ ଏବଂ ଯେଉଁମାନଙ୍କ ନିକଟକୁ ପହଞ୍ଚିବାକୁ ଆହ୍ୱାନ କରିଛନ୍ତି ସେ ସମସ୍ତଙ୍କ ନିକଟକୁ ପହଞ୍ଚିବାକୁ ଗୋଟିଏ ସ୍ପଳ୍ପ ସମୟ ଅଛି । ଯୀଶୁଙ୍କୁ ଅଧିକ ନିକଟରୁ ଅନୁଗମନ କରିବା ପାଇଁ, ଆମକୁ ତାହାଙ୍କ ଲୋକମାନଙ୍କ ନିକଟକୁ ଅଧିକ ଶୀଘ୍ର ଯିବାକୁ ପଡ଼ିବ । ଆମେ ଅଧିକ ସମୟ ନେଇ ପାରିବୁ ନାହିଁ । ଆମକୁ ଆମର ଗତିର ବେଗ ବଢ଼ାଇବାକୁ ପଡ଼ିବ ।
ଯଦିଓ ମଣ୍ଡଳୀ ଆକାରରେ ବୃହତ୍ ଅଟେ ଏବଂ ପୂର୍ବ ଅପେକ୍ଷା ବିଶ୍ୱ ଜନସଂଖ୍ୟାର ଏକ ବିଶାଳ ଅଂଶ ଅଟେ, ତଥାପି ଆମେ ଜନସଂଖ୍ୟା ବୃଦ୍ଧି ହାର ସହିତ ତାଳ ବଜାୟ ରଖିବାରେ ବିଫଳ ଅଟୁ । ଏହାର ଅର୍ଥ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ହଜିଯାଇଥିବା ଲୋକ ଆଜି ଜୀବିତ ଅଛନ୍ତି । ଏହି ସ୍ଥିତି ଗ୍ରହଣୀୟ ନୁହେଁ । ଏହା ଗୋଟିଏ କାରଣ ଯେ ଶିଷ୍ୟମାନଙ୍କ ସଂଖ୍ୟା ବୃଦ୍ଧି କରୁଥିବା ଶିଷ୍ୟ ଗଠନ କରିବା ମହତ୍ୱପୂର୍ଣ୍ଣ ଅଟେ ।
ପ୍ରକୃତରେ ନିୟମିତ ଭାବେ ବହୁଗୁଣିତ ହେଉଥିବା ଶିଷ୍ୟମାନଙ୍କ ଶତକଡ଼ା ହିସାବ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ ।
ଏହା ଦର୍ଶାଇବାକୁ, ଦଶ ବର୍ଷ ସମୟର ଗୋଟିଏ ଉଦାହରଣ ଦେଖିବା, ମନେ କରନ୍ତୁ ଆପଣ ଜଣେ ଶିଷ୍ୟ ଗଠନ କଲେ ଯିଏ କି ପ୍ରତି ୧୮ମାସରେ ଜଣେ ନୁଆ ଶିଷ୍ୟ ପୁନଃ ଗଠନ କରନ୍ତି । ନୂତନ ଶିଷ୍ୟମାନେ ମଧ୍ୟ ଠିକ୍ ସେହିପରି କରନ୍ତି । ଦଶ ବର୍ଷରେ, ଆପଣଙ୍କର ୬୪ ଶିଷ୍ୟ ରହିବେ ।
ଏହା ପରିବର୍ତ୍ତେ, ଯଦି ଜଣେ ଶିଷ୍ୟ ଏବଂ ନୂତନ ଶିଷ୍ୟମାନେ ପୁନଃ ଶିଷ୍ୟ ଗଠନ ପ୍ରତି ୪ ମାସରେ କରନ୍ତି, ତା'ହେଲେ ଦଶ ବର୍ଷରେ ଆପଣଙ୍କର ଗୋଟିଏ ବିଲିୟନ୍ରୁ ଅଧିକ ଶିଷ୍ୟ ରହିବେ । ଅନ୍ୟ ଶବ୍ଦରେ, ଦଶ ବର୍ଷର ଅବଧି ମଧ୍ୟରେ, ହାରାହାରି ଶିଷ୍ୟ ସଂଖ୍ୟା ବୃଦ୍ଧି ହାର ୧୮ ମାସରୁ ୪ ମାସକୁ ପରିବର୍ତ୍ତନ କରିବାର ଅର୍ଥ ନୁହେଁ ଯେ ଫଳାଫଳ ସାଢ଼େ ଚାରିଗୁଣ ଦ୍ରୁତତର ଅଟେ । ଏହା ୧୫ ମିଲିଅନ୍ ରୁ ଅଧିକ ସମୟ ଦ୍ରୁତତର ଅଟେ ।
ଏହା ସମ୍ଭବ ଅଟେ କାରଣ ଜଣେ ନୂତନ ଶିଷ୍ୟଙ୍କୁ ଯାହା କରିବାକୁ ଅଛି ତାହା ହେଉଛି ସେ ଯାହା ଶିଖୁଛନ୍ତି ତାହା ଅନ୍ୟମାନଙ୍କୁ ସେଥିରେ ଭାଗୀଦାର କରିବା ଉଚିତ । ତାହାର ଅର୍ଥ ସେମାନେ ବିଶ୍ୱାସକୁ ଆସିବା ମାତ୍ରେ ସେମାନେ ଅନ୍ୟ ଜଣେ କାହାକୁ ଖ୍ରୀଷ୍ଟଙ୍କ ନିକଟକୁ ଆଗେଇ ନେଇ ପାରିବେ । ଏହି ଢାଞ୍ଚା ପରିପକ୍ୱତା ପ୍ରକ୍ରିୟା ମାଧ୍ୟମରେ ଜାରି ରହି ପାରିବ ଯଦି ଶିଷ୍ୟମାନେ ସେମାନେ ଯାହା ଶିଖନ୍ତି ତାହା ପାଳନ କରିବା ଏବଂ ଅନ୍ୟମାନଙ୍କୁ ଭାଗୀଦାର କରିବା ଦୈତ ଉତ୍ତରଦାୟୀତ୍ୱ ଢାଞ୍ଚା ଜାରି ରଖନ୍ତି ।
ନିଜକୁ ପଚାରନ୍ତୁ
- କାହିଁକି ବେଗ ଗୁରୁତ୍ୱପୂର୍ଣ୍ଣ ଅଟେ?
- ବେଗ ନିମନ୍ତେ ଈଶ୍ୱରଙ୍କ ପ୍ରାଥମିକତା ସହିତ ଉତ୍ତମ ସମନ୍ୱୟ ରଖିବାକୁ ଆପଣଙ୍କ ଭାବିବାରେ, କାର୍ଯ୍ୟରେ କିମ୍ବା ମନୋଭାବରେ ପରିବର୍ତ୍ତନ ନିମନ୍ତେ ଆପଣ କ'ଣ ଆବଶ୍ୟକ କରନ୍ତି?
- ଏହି ସପ୍ତାହରେ କେଉଁ ଗୋଟିଏ ବିଷୟ ଆପଣ ଆରମ୍ଭ କରିପାରିବେ ଯାହା ଏକ ପରିବର୍ତ୍ତନ ଆଣିବ?
ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ
ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।
ମାଗଣାରେ ପଞ୍ଜିକରଣ କରନ୍ତୁ