ଈଶ୍ୱରଙ୍କ ରାଜ୍ୟ ଯେଉଁଠି ନାହିଁ ତାହା ଦେଖିବା ନିମନ୍ତେ ଚକ୍ଷୁ
ଯେଉଁଠି ଈଶ୍ୱରଙ୍କ ରାଜ୍ୟ ନାହିଁ ତାହା ଦେଖିବା ନିମନ୍ତେ ପ୍ରତ୍ୟେକ ଶିଷ୍ୟଙ୍କୁ ସଜ୍ଜିତ ହେବା ଆବଶ୍ୟକ । ଆମ ଚତୁର୍ପାଶ୍ୱରେ ଏଭଳି ସ୍ଥାନ ଗୁଡ଼ିକ ରହିଅଛି ଯେଉଁଠାରେ ସ୍ୱର୍ଗରାଜ୍ୟ ଭଳି ପୃଥିବୀରେ ଈଶ୍ୱରଙ୍କ ଇଚ୍ଛା ସାଧନ କରାଯାଏ ନାହିଁ । ବିରାଟ ବ୍ୟବଧାନ ରହିଅଛି ଯେଉଁଠାରେ ଭଗ୍ନତା, ବେଦନା, ତାଡ଼ନା, ଦୁଃଖଭୋଗ ଏପରିକି ମୃତ୍ୟୁ ସବୁ ଦୈନନ୍ଦିନ ଜୀବନର, ସାଧାରଣ ଅଂଶ ଅଟେ । ଆମେ ଏହି ପୃଥିବୀରେ ଥିଲାବେଳେ ଆମକୁ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ କରୁଥିବା ଶ୍ରମ ମଧ୍ୟରେ ଉକ୍ତ ବ୍ୟବଧାନ ଗୁଡ଼ିକକୁ ବନ୍ଦ କରିବା ନିମନ୍ତେ କାର୍ଯ୍ୟ କରିବାକୁ ଅଛି ।
ଆମ୍ଭମାନଙ୍କର ଚକ୍ଷୁ ଖୋଲି ଦେଖିବା ଯେଉଁଠି ଈଶ୍ୱରଙ୍କ ରାଜ୍ୟ ନାହିଁ ଏବଂ ଲୋକମାନଙ୍କୁ ଯେଉଁମାନଙ୍କୁ ଆମେ ଜାଣିଛୁ ଓ ଲୋକମାନଙ୍କୁ ଯେଉଁମାନଙ୍କୁ ଆମେ, ତଥାପି, ଜାଣିନାହୁଁ ସେମାନଙ୍କ ନିକଟକୁ ପହଞ୍ଚିବା ହେଉଛି ଶିଷ୍ୟମାନେ ସଂଖ୍ୟାରେ ବୃଦ୍ଧି ପାଇବା ଏବଂ ଈଶ୍ୱରଙ୍କ ରାଜ୍ୟ ବହୁତ ଏବଂ ଦୃତ ଗତିରେ ବୃଦ୍ଧିପ୍ରାପ୍ତ ହେବା ।
ପୃଥିବୀରେ ଈଶ୍ୱରଙ୍କ ଇଚ୍ଛା ସଠିକ୍ ଭାବେ ସାଧନ ହେବା ଏବଂ ବର୍ତ୍ତମାନ ରହିଥିବା ପରିସ୍ଥିତି ମଧ୍ୟରେ ଥିବା ବ୍ୟବଧାନକୁ ଆମକୁ ଦେଖିବାର ଆବଶ୍ୟକତା ଅଛି । ଏହା ଦୁଇଟି କ୍ଷେତ୍ରରେ ଘଟିବା ଆବଶ୍ୟକ ରହିଅଛି :
ଚାଲୁ ରହିଥିବା ସମ୍ପର୍କ
ଆମ୍ଭମାନଙ୍କର ଚାଲୁ ରହିଥିବା ସମ୍ପର୍କ ଗୁଡ଼ିକ ପ୍ରଥମ କ୍ଷେତ୍ର ଅଟେ । ଏହା ଆମ୍ଭମାନଙ୍କର ବନ୍ଧୁ, ପରିବାର, ସହକର୍ମୀ, ସହପାଠୀ ଏବଂ ସମ୍ଭବତଃ ପଡ଼ୋଶୀମାନଙ୍କୁ ନେଇ ଗଠିତ । ଏହିପରି ଭାବେ ସୁସମାଚାର ଦୃତତମ ଗତିରେ ପ୍ରସାରିତ ହୋଇଥାଏ ଏହି ଲୋକମାନଙ୍କ ନିମନ୍ତେ ଚିନ୍ତା ସ୍ୱାଭାବିକ ଅଟେ । ଲୁକ ୧୬ : ୧୯-୩୧ ରେ ଆମେ ଦେଖୁ କିପରି ନର୍କରେ ଯନ୍ତ୍ରଣା ଭୋଗୁଥିବା ସେହି ଧନୀ ଲୋକ ସୁଦ୍ଧା ତାହାର ପରିବାର ପାଇଁ ଏହି ପ୍ରକାର ପ୍ରେମ ଏବଂ ଚିନ୍ତା କରିଥିଲା । ଏହି ଲୋକମାନଙ୍କୁ ଈଶ୍ୱର ଆମ୍ଭମାନଙ୍କ ଜୀବନ ମଧ୍ୟରେ ରଖିଅଛନ୍ତି । ସେହି ସମ୍ପର୍କ ଗୁଡ଼ିକକୁ ଆମକୁ ପ୍ରେମ, ଧୈର୍ଯ୍ୟ ଏବଂ ସ୍ଥିରତାର ସହିତ ପରିଚର୍ଯ୍ୟା କରିବାର ଆବଶ୍ୟକ ଅଛି ।
ଆପଣ ଖ୍ରୀଷ୍ଟଙ୍କ ଅନୁଗାମୀମାନଙ୍କୁ ଏହି ଗୋଷ୍ଠୀର ଲୋକମାନଙ୍କ ପାଇଁ ସେମାନେ ଜାଣିଥିବା ୧୦୦ ଜଣ ଲୋକଙ୍କ ତାଲିକା ପ୍ରସ୍ତୁତ କରିବାକୁ ଚେଷ୍ଟା କରି ସମ୍ବେଦନଶୀଳ କରାଇପାରିବେ । ସେମାନଙ୍କୁ ତିନିଟି ଦଳରେ ବିଭକ୍ତ କରିବାକୁ ଉତ୍ସାହିତ କରନ୍ତୁ : ଯେଉଁମାନେ ଖ୍ରୀଷ୍ଟଙ୍କ ଅନୁଗମନ କରନ୍ତି, ଯେଉଁମାନେ ଖ୍ରୀଷ୍ଟଙ୍କ ଅନୁଗମନ କରନ୍ତି ନାହିଁ ଏବଂ ଯେଉଁମାନଙ୍କ ଆତ୍ମିକ ସ୍ଥିତି ଅଜ୍ଞାତ ଅଟେ ।
ତା'ପରେ ସେମାନେ ଯେଉଁମାନେ ଖ୍ରୀଷ୍ଟଙ୍କ ଅନୁଗମନ କରନ୍ତି ସେମାନଙ୍କୁ ଅଧିକ ଫଳପ୍ରଦ ଏବଂ ବିଶ୍ୱସ୍ତ ହେବା ନିମନ୍ତେ ସଜ୍ଜିତ ଏବଂ ଉତ୍ସାହିତ କରି ପାରିବେ । ଯେଉଁମାନେ ଏବେ ସୁଦ୍ଧା ଈଶ୍ୱରଙ୍କ ରାଜ୍ୟରେ ଖ୍ରୀଷ୍ଟଙ୍କ ଅନୁଗମନ କରନ୍ତି ନାହିଁ ସେମାନଙ୍କୁ "ଶିଷ୍ୟ" କରିବା ନିମନ୍ତେ ଉପାୟ ଖୋଜିବା ଆରମ୍ଭ କରି ପାରିବେ ।
ଚାଲୁ ରହିଥିବା ସମ୍ପର୍କ ବ୍ୟତୀତ ଅନ୍ୟ ଯୋଗାଯୋଗ ଏବଂ ସମ୍ପର୍କ
ଦେଖିବାକୁ ଥିବା ଦ୍ୱିତୀୟ କ୍ଷେତ୍ର ହେଉଛି, ଯେଉଁଠାରେ କି ଆମର ଚାଲୁରହିଥିବା ସମ୍ପର୍କ କିମ୍ବା ଯୋଗାଯୋଗ ବାହାରେ ଥିବା ଲୋକମାନେ ଯେଉଁମାନଙ୍କ ସହିତ ଈଶ୍ୱରଙ୍କ ରାଜ୍ୟ ଜଡ଼ିତ ନଥାଏ ।
ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପୃଥିବୀର ସମସ୍ତ ଜାତିର ଲୋକମାନଙ୍କୁ ଶିଷ୍ୟ କରିବାକୁ ଆଦେଶ ଦେଇଥିଲେ । ସେ ସେମାନଙ୍କୁ ସେମାନେ ରହିଥିବା ସ୍ଥାନ ଆଉ ମଧ୍ୟ ଆଖପାଖ ଅଞ୍ଚଳ, ଏବଂ ସେମାନଙ୍କଠାରୁ ଭିନ୍ନ ଥିବା ଲୋକମାନଙ୍କ, ଏବଂ ଏପରିକି "ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ" ଶିଷ୍ୟ କରିବାକୁ ଆଦେଶ ଦେଇଥିଲେ । ଏହିପରି ସୁସମାଚାର ସୁଦୂରକୁ ପ୍ରସାରିତ ହୁଏ ଏହା ସ୍ୱାଭାବିକ ନୁହେଁ । ଏହା ଆଲୌକିକ ଅଟେ । ଏହା ହେଉଛି ଆମ୍ଭମାନଙ୍କର ଜୀବନରେ ପବିତ୍ରଆତ୍ମାଙ୍କର ପ୍ରମାଣ ।
ଈଶ୍ୱରଙ୍କ ପସନ୍ଦ ରହିଅଛି । ତାହାଙ୍କ ପସନ୍ଦ ଗୁଡ଼ିକ ହେଉଛି ସର୍ବନିମ୍ନ, ଶେଷ ଏବଂ ଯାହା ହଜିଯାଇ ଅଛି । ଅତଏବ ଆମ୍ଭେମାନେ ଆମର ଜୀବନକୁ କେବଳ ନିକଟରେ ରହିଥିବା ଲୋକଙ୍କ ସେବାରେ ନିୟୋଜିତ ନକରି ସେମାନଙ୍କ ସେବାରେ ମଧ୍ୟ ନିୟୋଜିତ କରିବା ଯେଉଁମାନେ ଆତ୍ମିକ ଭାବେ ପୃଥିବୀର ଅନ୍ଧକାର କୋଣରେ ରହିଛନ୍ତି । ଈଶ୍ୱର ଗର୍ବୀ ମାନଙ୍କୁ ବିରୋଧ କରନ୍ତି କିନ୍ତୁ ନମ୍ରକୁ ଅନୁଗ୍ରହ କରନ୍ତି । ଆମ୍ଭେମାନେ ସେମାନଙ୍କୁ ସେବା କରିବା ଉଚିତ ଯେଉଁମାନେ ନିରାଶ ଅଟନ୍ତି । ନିରାଶ ମାନେ ସବୁଠାରୁ ନମ୍ର ଅଟନ୍ତି । ଏହିପରି ଲୋକମାନଙ୍କ ପାଇଁ, ଆମକୁ ବିଶେଷ ରୁପେ ଖୋଜିବା ଓ ନିୟୋଜିତ କରିବା ଉଚିତ ଯେଉଁମାନେ ବିଶ୍ୱସ୍ତ ଅଟନ୍ତି ।
ମନେ ରଖନ୍ତୁ ଈଶ୍ୱର ଯାହା ପ୍ରକାଶ କରିଛନ୍ତି ସେଥିରେ ଆଜ୍ଞାବହତା ଏବଂ ଅନ୍ୟମାନଙ୍କୁ ଅଂଶୀଦାର କରିବା ଦ୍ୱାରା ବିଶ୍ୱସ୍ତତା ପ୍ରଦର୍ଶିତ ହୁଏ । ଏହି ଲୋକମାନେ ଯୀଶୁ ଦେଇଥିବା ଦୃଷ୍ଟାନ୍ତର ଉତ୍ତମ ମୃତ୍ତିକା ଭଳି ଅଟନ୍ତି । ସେମାନେ ହେଉଛନ୍ତି ଯେଉଁମାନେ କି ୩୦, ୬୦ କିମ୍ବା ୧୦୦ ଗୁଣ ଉତ୍ପାଦନ କରନ୍ତି । ସେମାନେ କଠିନ ହୃଦୟର ଲୋକ ନୁହଁନ୍ତି ଯେଉଁମାନେ ଉପଦେଶକୁ ପ୍ରତ୍ୟାଖ୍ୟାନ କରନ୍ତି । ଏମାନେ ସେଇ ଲୋକମାନେ ନୁହଁନ୍ତି ଯେଉଁମାନେ ତାଡ଼ନା ଆସିଲେ ଦୂରେଇ ଯାଆନ୍ତି । ଏମାନେ ସେଇ ଲୋକମାନେ ନୁହଁନ୍ତି ଯେଉଁମାନେ ଜଗତର ଯତ୍ନ କିମ୍ବା ଧନରେ ବିଭ୍ରାନ୍ତ ହୁଅନ୍ତି । ସେମାନେ ଗରାଶୀୟ ଭୁତଗ୍ରସ୍ତ ଲୋକ ଭଳି ଅଟନ୍ତି ଯିଏ ଯୀଶୁଙ୍କ ସେବାକାର୍ଯ୍ୟର ପ୍ରତିକ୍ରିୟାରେ ତାହାଙ୍କ ଆଜ୍ଞା ପାଳନ ଏବଂ ଈଶ୍ୱର ତାଙ୍କ ପ୍ରତି ଯାହା କରିଛନ୍ତି ତାହା ଅନ୍ୟମାନଙ୍କୁ ସେଥିର ଅଂଶୀଦାର କରିଥିଲେ । ତା' ଫଳରେ, ଯେତେବେଳେ ଯୀଶୁ ପରେ ସେଇ ଅଞ୍ଚଳକୁ ଫେରିଲେ, ବହୁ ସଂଖ୍ୟକ ଲୋକ ତାହାଙ୍କୁ ଭେଟିବାକୁ ଆସିଲେ ।
ନିଜକୁ ପଚାରନ୍ତୁ
- ଆପଣଙ୍କ ପାଇଁ କାହା ସହିତ ଅଂଶୀଦାର କରିବା ସୁବିଧାଜନକ ଅଟେ --- ଆପଣ ଆଗରୁ ଜାଣିଥିବା ଲୋକମାନଙ୍କ ସହିତ କିମ୍ବା ଆପଣ ଯେଉଁମାନଙ୍କ ସହିତ ବର୍ତ୍ତମାନ ସୁଦ୍ଧା ସାକ୍ଷାତ କରିନାହାଁନ୍ତି ?
- ଆପଣ ସେପରି କାହିଁକି ଭାବନ୍ତି ?
- ଆପଣଙ୍କ ପାଇଁ କମ୍ ସୁବିଧାଜନକ ଥିବା ଲୋକମାନଙ୍କ ସହିତ କିପରି ଭାବେ ଅଂଶୀଦାର କରିବାରେ ଉନ୍ନତି କରିପାରିବେ?
ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ
ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।
ମାଗଣାରେ ପଞ୍ଜିକରଣ କରନ୍ତୁ