ଈଶ୍ୱରଙ୍କ ରାଜ୍ୟ ଅର୍ଥନୀତି
ଈଶ୍ୱର ଆମକୁ ତାହାଙ୍କ ରାଜ୍ୟର ଅର୍ଥନୀତିରେ ଦର୍ଶାନ୍ତି ଆମ୍ଭେମାନେ କିଛି ପାଇବା ଦ୍ୱାରା ପୁରସ୍କୃତ ହୋଇନଥାଉ - କିନ୍ତୁ ଆମେ ଯାହା ପ୍ରଦାନ କରିଥାଉ । ଆମେ ଯେତେବେଳେ ଈଶ୍ୱର ଆମ୍ଭମାନଙ୍କୁ ଯାହା ଦେଇଛନ୍ତି ତାହା ପାଳନ କରିବାକୁ ଏବଂ ଅନ୍ୟମାନଙ୍କୁ ଅଂଶୀଦାର କରାଇବାକୁ ବିଶ୍ୱସ୍ତ ହେଉ, ତା'ହେଲେ ସେ ଆହୁରି ଅଧିକ ଦେବାକୁ ପ୍ରତିଶୃତି ଦିଅନ୍ତି । ଯୀଶୁ କହିଛନ୍ତି - ଯାହାକୁ ବହୁତ କମ୍ ବିଶ୍ୱାସ କରାଯାଇ ପାରିବ ତାଙ୍କୁ ମଧ୍ୟ ବହୁତ ବିଶ୍ୱାସ କରାଯାଇ ପାରିବ । ଏହା ହେଉଛି ଗଭୀର ଅନ୍ତର୍ଦୃଷ୍ଟି, ଅଧିକ ନିବିଡ଼ତା ଏବଂ ପ୍ରଚୁର ଜୀବନ ବଞ୍ଚିବାର ପଥ ଯେଉଁଥିପାଇଁ ଈଶ୍ୱର ଆମକୁ ସୃଷ୍ଟି କରିଛନ୍ତି । ଏହା ହେଉଛି ସେଇ ପଥ ଯେଉଁଠି ଆମେ ଉତ୍ତମ କର୍ମ କରି ଚାଲି ପାରିବା ଯାହା ଆମକୁ କରିବାକୁ ଈଶ୍ୱର ଆମ ପାଇଁ ଆଗରୁ ଯୋଜନା କରିଛନ୍ତି ।
ଈଶ୍ୱରଙ୍କ ରାଜ୍ୟର ଅର୍ଥନୀତିରେ, ଆମେ ଯାହା ଦେଇଥାଉ ସେଥିରେ ଆମେ ଲାଭବାନ୍ ହୋଇଥାଉ । ଏହା ହେଉଛି ଆତ୍ମିକ ଶ୍ୱାସକ୍ରିୟାର ଆଧାର । ପ୍ରଭୁ ଆମକୁ ଯାହା ଯୋଗାଯୋଗ କରନ୍ତି ତାହାକୁ ପାଳନ ଏବଂ ପ୍ରଦାନ କରିବାକୁ ବିଶ୍ୱସ୍ତ ହୋଇଥାଉ, ସେ ଆମକୁ ଅଧିକ ସ୍ପଷ୍ଟ ଏବଂ ସମ୍ପୂର୍ଣ୍ଣ ଭାବେ ଯୋଗାଯୋଗ କରିବେ । ଏହା ହେଉଛି ଗଭୀର ଅନ୍ତର୍ଦୃଷ୍ଟି, ଈଶ୍ୱରଙ୍କ ସହିତ ଅଧିକ ନିବିଡ଼ତା ଏବଂ ପ୍ରଚୁର ଜୀବନ ବଞ୍ଚିବାର ପଥ ଯାହା ଈଶ୍ୱର ଆମଠାରୁ ଚାହାଁନ୍ତି । ଏହା ହେଉଛି ସେଇ ପଥ ଯେଉଁଠି ଆମେ ଉତ୍ତମ କର୍ମ କରି ଚାଲି ପାରିବା ଯାହା ଆମକୁ କରିବାକୁ ଈଶ୍ୱର ଆମ ପାଇଁ ଆଗତୁରା ଯୋଜନା କରିଛନ୍ତି । ଏହାର ଅର୍ଥ ହେଉଛି ଈଶ୍ୱରଙ୍କ ଶରୀର(ମଣ୍ଡଳୀ) ମଧ୍ୟରେ ଆମେ ପରସ୍ପର ନିମନ୍ତେ ସବୁଠୁ ସ୍ନେହପୂର୍ଣ୍ଣ କାର୍ଯ୍ୟ କରିପାରିବା ତାହା ହେଉଛି ଦୈତ୍ୱ ଉତ୍ତରଦାୟୀତ୍ୱ ଅଭ୍ୟାସ କରିବା । ତାହା ହେଉଛି, ଆମକୁ ପ୍ରଭୁ ଯାହା ପ୍ରକାଶ କରନ୍ତି ତାକୁ ପାଳନ କରିବା ଏବଂ ଅନ୍ୟମାନଙ୍କୁ ପ୍ରଦାନ କରିବା ଉତ୍ତରଦାୟୀତ୍ୱ ; ଏହା କରିବାକୁ ଏବଂ ଶିକ୍ଷା ଦେବାକୁ ; ଅଭ୍ୟାସ କରିବାକୁ ଏବଂ ଅନ୍ୟମାନଙ୍କୁ ପ୍ରଦାନ କରିବାକୁ । ଈଶ୍ୱରଙ୍କ ରାଜ୍ୟ ଅର୍ଥନୀତିରେ ଜୀବନ ଯାପନ କରିବା ହେଉଛି ଶିଷ୍ୟ ହେବାର ଗୋଟିଏ ପ୍ରମୁଖ ଅଂଶ । ଆଶୀର୍ବାଦ ପାଇବା ନିମନ୍ତେ ଆମ୍ଭେମାନେ ଆଶୀର୍ବାଦ ପ୍ରାପ୍ତ ହୋଇଛୁ । ଆମ୍ଭେମାନେ ଅନୁଗାମୀ ଏବଂ ନେତା । ଆମ୍ଭେମାନେ ଶିକ୍ଷାର୍ଥୀ ଏବଂ ଶିକ୍ଷକ । ଏହିପରି ଭାବେ ଆମେ ଈଶ୍ୱରଙ୍କ ନେତୃତ୍ୱକୁ ପରିଚାଳନା କରିପାରିବା । ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ମାତ୍ରେ ଆମ୍ଭେମାନେ ଏହି ପ୍ରକ୍ରିୟା ଆରମ୍ଭ କରିବା ଉଚିତ । ଏହିପରି ଭାବେ ସେବା ଆରମ୍ଭ କରିବାକୁ ଆମକୁ "ପରିପକ୍ୱ" ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ଅନୁଚିତ । ଏହା ପରିବର୍ତ୍ତେ, ଏହି ପ୍ରକାରେ ସେବା କରି ଆମେ ପରିପକ୍ୱ ହୋଇଥାଉ । ଆମ୍ଭେମାନେ ନିଶ୍ୱାସ ନେଉ ଏବଂ ଈଶ୍ୱରଙ୍କଠାରୁ ଶୁଣିଥାଉ । ଆମ୍ଭେମାନେ ପ୍ରଶ୍ୱାସ ଛାଡ଼ିଥାଉ ଓ ଯାହା ଶୁଣୁ ତାହା ପାଳନ ଏବଂ ଅନ୍ୟମାନଙ୍କୁ ପ୍ରଦାନ କରିଥାଉ ।
ନିଜକୁ ପଚାରନ୍ତୁ
- ଈଶ୍ୱରଙ୍କ ଆତ୍ମିକ ଅର୍ଥନୀତି ଏବଂ ଆମ୍ଭମାନଙ୍କର ଜାଗତିକ ଭାବେ କାର୍ଯ୍ୟ ସମ୍ପନ୍ନ କରିବାରେ କେତେକ ପାର୍ଥକ୍ୟ କ'ଣ ଅଟେ ?
ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ
ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।
ମାଗଣାରେ ପଞ୍ଜିକରଣ କରନ୍ତୁ