tool

ପିଢ଼ିଗତ ମାନଚିତ୍ରଣ

ଏହି ପୃଷ୍ଠାକୁ ଭାଗ କରନ୍ତୁ

ପିଢ଼ିଗତ ମାନଚିତ୍ରଣ (ପିଢ଼ି ମାନଚିତ୍ର ବା ପିଢ଼ି ମାନଚିତ୍ରଣ ବୋଲି ମଧ୍ୟ ଜଣାଯାଏ) ନେତାମାନଙ୍କୁ ସେମାନଙ୍କ ଚତୁର୍ପାଶ୍ୱର ଅଭିବୃଦ୍ଧିକୁ ବୁଝିବାରେ ସାହାଯ୍ୟ କରିବାକୁ ଆଉ ଏକ ଉପକରଣ ଅଟେ । ଏହା ଫଳପୂର୍ଣ୍ଣ ମଣ୍ଡଳୀ ଗୁଡ଼ିକକୁ ପ୍ରଦର୍ଶନ କରିବାରେ ସାହାଯ୍ୟ କରେ, ଯାହା ନିରନ୍ତର ନିବେଶ ଏବଂ ଧ୍ୟାନ ପାଇଁ ଯୋଗ୍ୟ ହୁଏ । ଏକ ବଂଶାବଳୀ (ବୃକ୍ଷ୍ୟ) ମାନଚିତ୍ର ଗୋଟିଏ କିମ୍ବା ଅଧିକ କାଗଜରେ ଅଙ୍କନ କରାଯାଇ ପାରେ । ଏହି ମାନଚିତ୍ର କେଉଁଠି ସଂଖ୍ୟାରେ ବୃଦ୍ଧି ପାଇବା ବିରତି ଘଟିଛି ଏବଂ ପ୍ରଶିକ୍ଷଣ ଆବଶ୍ୟକ କରେ ତାହା ଦର୍ଶାଏ । ଆନ୍ଦୋଳନର ସ୍ୱାସ୍ଥ୍ୟ ନେତାମାନଙ୍କ ନିମନ୍ତେ ପ୍ରମୁଖ ଚିନ୍ତା ଏବଂ ଫଳପ୍ରଦତା ଏକ ସ୍ୱାସ୍ଥ୍ୟ ମାପିବାର ଏକ ପ୍ରମୁଖ ଉପାୟ ଅଟେ ।

ଗୋଟିଏ ଦଳର ଉପାଦାନ ସମୁହ

ଗୋଟିଏ ଦଳର ମହତ୍ୱପୂର୍ଣ୍ଣ ସୂଚନା ପାଞ୍ଚଟି ସରଳ କ୍ଷେତ୍ର ଦ୍ୱାରା ଲିଖିତ କରାଯାଇ ପାରିବ (ଯେପରି ଚାରି କ୍ଷେତ୍ର ଢାଞ୍ଚାରେ ଅଙ୍କିତ ହୁଏ):

  • ନେତାଙ୍କ ନାମ
  • ସନ୍ଧାନକାରୀଙ୍କ ସଂଖ୍ୟା
  • ବାପ୍ତିଜିର ବିଶ୍ୱାସୀଙ୍କ ସଂଖ୍ୟା
  • ଉତ୍ତରଦାୟୀତ୍ୱ ସମ୍ପର୍କରେ ସଂଖ୍ୟା
  • ଏକ ମଣ୍ଡଳୀ ଭଳି କାର୍ଯ୍ୟ କରେ (ହଁ/ନାହିଁ)
  • ଅନ୍ୟ ଦଳ ଗଠନକାରୀଙ୍କ ସଂଖ୍ୟା

ପ୍ରତ୍ୟେକ ମଣ୍ଡଳୀ ଜଣେ ନେତାଙ୍କ ନାମ, ସ୍ଥାନ ଏବଂ ସେମାନଙ୍କ ଗଠନ ତାରିଖ ନାମିତ ହୋଇଛି । ପ୍ରତ୍ୟେକ ମଣ୍ଡଳୀରେ ଚାରି କ୍ଷେତ୍ର ଚିତ୍ରର ପାଞ୍ଚଟି ଦୃଷ୍ଟିକୋଣ ସହିତ ସମନ୍ଧିତ ସୂଚନା ରହିଅଛି । ବୃତ୍ତର ଉପର ବାମ ଏକ ଚତୁର୍ଥାଂଶ ସୂଚିତ କରେ ଦଳରେ କେତେ ଅଣ ଖ୍ରୀଷ୍ଟିଆନ ଅଛନ୍ତି । (ଏହା ସମ୍ପୂର୍ଣ୍ଣ ଭାବେ ସନ୍ଧାନକାରୀ ହୋଇପାରନ୍ତି ଏବଂ ଏହା ବର୍ତ୍ତମାନ ସୁଦ୍ଧା ମଣ୍ଡଳୀ ହୋଇ ନପାରେ ।) ବୃତ୍ତର ଉପର ଡାହାଣ ଏକ ଚତୁର୍ଥାଂଶ ସୂଚିତ କରେ ଦଳରେ କେତେ (ବାପ୍ତିଜିତ) ବିଶ୍ୱାସୀ ଅଛନ୍ତି । ବୃତ୍ତର ନିମ୍ନ ଡାହାଣ ଏକ ଚତୁର୍ଥାଂଶ ସୂଚିତ କରେ ଦଳରେ କେତେ  ଜଣ ଅଂଶଗ୍ରହଣକାରୀ ଉତ୍ତରଦାୟୀତ୍ୱ ଦଳରେ ଅଛନ୍ତି । ବୃତ୍ତର ନିମ୍ନ ବାମ ଏକ ଚତୁର୍ଥାଂଶ ସୂଚିତ କରେ ଦଳ ମଣ୍ଡଳୀ ଭାବେ କାର୍ଯ୍ୟ କରେ କି ନାହିଁ । ମଧ୍ୟଭାଗ ସୂଚିତ କରେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ କେତେଜଣ ପରବର୍ତ୍ତୀ ପିଢ଼ିର ମଣ୍ଡଳୀ ଗୁଡ଼ିକ ଆରମ୍ଭ କରିବାରେ ଭୁମିକା ନେଇଛନ୍ତି । ପିଢ଼ି ମାନଚିତ୍ରଣ ଅନେକ ସ୍ତରରେ ସହାୟକ ହୋଇଥାଏ । ଗୋଟିଏ ବିଷୟ ପାଇଁ, ଏହି ସୂଚନା ଆବିଷ୍କାର କରିବାର ପ୍ରକ୍ରିୟା ନିଶ୍ଚିତ କରିବାରେ ସାହାଯ୍ୟ କରେ ଯେ ପ୍ରତ୍ୟେକ ସ୍ତରରେ ଉପଯୁକ୍ତ ପରାମର୍ଶ ଏବଂ ପ୍ରଶିକ୍ଷଣ ଚାଲିଛି । ଦ୍ୱିତୀୟରେ, ଏହା ବ୍ୟକ୍ତିଗତ ଆତ୍ମିକ ପରିବାର ଏବଂ ବିସ୍ତାରିତ ନେଟ୍‌ୱାର୍କ୍‌ରେ ଶକ୍ତି ଏବଂ ଦୁର୍ବଳତା ବିଷୟରେ ସୂଚନା ପ୍ରଦାନ କରେ । ଶକ୍ତି ଏବଂ ଦୁର୍ବଳତାର ଢାଞ୍ଚା ପ୍ରାୟତଃ ଏହିପରି ଆକଳନ ଦ୍ୱାରା ପ୍ରକାଶ ପାଏ ।

ବଂଶାବଳୀ ମାନଚିତ୍ରର ଉଦାହରଣ :

genmap

Note that this generational map has four generations represented.  A single church is in the first generation of this map. There are four second-generation churches, nine third-generation churches, and four fourth-generation churches.

ନିଜକୁ ପଚାରନ୍ତୁ

  • ଯଦି ବର୍ତ୍ତମାନ ଆପଣ ପିଢ଼ି ମାନଚିତ୍ର ଅଙ୍କନ କରି ପାରିବେ ନାହିଁ, ଆପଣ ବିଶ୍ୱାସ କରନ୍ତି କି ଈଶ୍ୱର, ଆପଣଙ୍କ ଦ୍ୱାରା, ଦିନେ କରି ପାରିବେ?

ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ

ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।

ମାଗଣାରେ ପଞ୍ଜିକରଣ କରନ୍ତୁ