tool

ବିଏଲ୍‌ଇଏସ୍‌ଏସ୍ ପ୍ରାର୍ଥନା ଢାଞ୍ଚା

ଏହି ପୃଷ୍ଠାକୁ ଭାଗ କରନ୍ତୁ

ବିଏଲ୍‌ଇଏସ୍‌ଏସ୍ ପ୍ରାର୍ଥନା ଶୈଳୀ ପାଞ୍ଚଟି ଉପାୟ ଦେଇଥାଏ ଯାହା ଆପଣ ଯେକୌଣସି ସମୟରେ ସାକ୍ଷାତ କରୁଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କରିପାରିବେ, କିନ୍ତୁ ବିଶେଷ ଭାବେ ପ୍ରାର୍ଥନାରେ ଚାଲିବା ସମୟରେ ।

ଆପଣ ଯେତେବେଳେ ଚାଲନ୍ତି ଏବଂ ପ୍ରାର୍ଥନା କରନ୍ତି, ରାସ୍ତାରେ ଆପଣ ସାକ୍ଷାତ କରୁଥିବା ପ୍ରତ୍ୟେକ ଲୋକ ଏବଂ ଲୋକସମୂହ ମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଈଶ୍ୱରଙ୍କ ଆତ୍ମାଙ୍କ ଚାଳନା ପାଇବାକୁ ଏବଂ ସୁଯୋଗ ନିମନ୍ତେ ସଜାଗ ରୁହନ୍ତୁ । ଆପଣ କହିପାରିବେ, "ଆମେ ଏହି ଗୋଷ୍ଠି ନିମନ୍ତେ ପ୍ରାର୍ଥନା କରୁଅଛୁ, ଆପଣଙ୍କ ପାଇଁ ପ୍ରାର୍ଥନା କରିବାକୁ ଏପରି କିଛି ନିର୍ଦ୍ଧିଷ୍ଟ ବିଷୟ ରହିଅଛି କି?" କିମ୍ବା ଆପଣ କୁହନ୍ତୁ, "ମୁଁ ଏହି ଅଞ୍ଚଳ ପାଇଁ ପ୍ରାର୍ଥନା କରୁଅଛି, ଏପରି କୌଣସି ବିଷୟ ଆପଣ ଜାଣନ୍ତି କି ଆମକୁ ପ୍ରାର୍ଥନା କରିବା ନିମନ୍ତେ?"

ସେମାନଙ୍କ ଉତ୍ତର ଶୁଣିବା ପରେ ଆପଣ ସେମାନଙ୍କର ନିଜସ୍ୱ ଆବଶ୍ୟକତା ବିଷୟରେ ପଚାରି ପାରନ୍ତି । ଯଦି ସେମାନେ ପ୍ରକାଶ କରନ୍ତି, ସେମାନଙ୍କ ପାଇଂ ଠିକ୍ ଭାବେ ପ୍ରାର୍ଥନା କରନ୍ତୁ । ଈଶ୍ୱର ଯଦି ଚାହାଁନ୍ତି, ଆପଣ ସେମାନଙ୍କ ଅନ୍ୟ ଆବଶ୍ୟକତା ନିମନ୍ତେ ମଧ୍ୟ ପ୍ରାର୍ଥନା କରି ପାରନ୍ତି । ପାଞ୍ଚଟି ଭିନ୍ନ ଭିନ୍ନ ଉପାୟରେ ପ୍ରାର୍ଥନା କରିବାକୁ ମନେ ରଖିବା ପାଇଁ ସାହାଯ୍ୟ ନିମନ୍ତେ ବିଏଲ୍‌ଇଏସ୍‌ଏସ୍ ଶବ୍ଦ ବ୍ୟବହାର କରନ୍ତୁ ।

  • ଶରୀର - ସ୍ୱାସ୍ଥ୍ୟ
  • ପରିଶ୍ରମ - କାର୍ଯ୍ୟ ଓ ଅର୍ଥ
  • ଆବେଗ - ନୈତିକତା
  • ସାମାଜିକ - ସମ୍ପର୍କ
  • ଆତ୍ମିକତା - ଈଶ୍ୱରଙ୍କୁ ଅଧିକରୂପେ ଜାଣିବା ଓ ପ୍ରେମ କରିବା

ଅଧିକାଂଶ କ୍ଷେତ୍ରରେ, ଆପଣ ଯେଉଁ ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଅଧିକ ଯତ୍ନଶୀଳ ହୁଅନ୍ତି, ସେମାନେ ସେଥିପାଇଁ କୃତଜ୍ଞ ହୋଇଥା’ନ୍ତି । ସେହି ବ୍ୟକ୍ତି ଯଦି ଜଣେ ଖ୍ରୀଷ୍ଟିୟାନ୍ ନୁହଁନ୍ତି, ତେବେ ଏକ ଆତ୍ମିକ କଥାବାର୍ତ୍ତା ପ୍ରତି ଓ ଆପଣଙ୍କ କାହାଣୀ ଓ ଈଶ୍ୱରଙ୍କ କାହାଣୀ କହିବା ପାଇଁ ଏକ ସୁଯୋଗ ନିମନ୍ତେ ଆପଣଙ୍କ ପ୍ରାର୍ଥନା ହୁଏତ ଦ୍ୱାର ଖୋଲିଦେବ । ଏକ ବାଇବଲ ଅଧ୍ୟୟନର ଅଂଶୀ ହେବା ପାଇଁ କିମ୍ବା ଏପରିକି ସେମାନଙ୍କ ଘରେ ଆବାହକ ହେବା ପାଇଁ ଆପଣ ସେମାନଙ୍କୁ ନିମନ୍ତ୍ରଣ କରିପାରିବେ ।

ଯଦି ଜଣେ ବ୍ୟକ୍ତି ଖ୍ରୀଷ୍ଟିୟାନ୍, ତେବେ ଆପଣ ତାଙ୍କୁ ଆପଣଙ୍କ ପ୍ରାର୍ଥନା ଗମନାଗମନରେ ଯୋଗ ଦେବାକୁ କିମ୍ବା ସେମାନେ କିପରି ପ୍ରାର୍ଥନା ଗମନାଗମନ କରିପାରିବେ ସେଥିପାଇଁ ସେମାନଙ୍କୁ ତାଲିମ୍ ଦେଇପାରିବେ ଓ ପ୍ରଭାବଶାଳୀ କ୍ଷେତ୍ରଗୁଡ଼ିକ ନିମନ୍ତେ ପ୍ରାର୍ଥନା କରିବା କିମ୍ବା ଈଶ୍ୱରଙ୍କ ପରିବାରକୁ ଅଧିକ ବୃଦ୍ଧି କରିବାକୁ ବି.ଏଲ୍.ଇ.ଏସ୍.ଏସ୍. ପ୍ରାର୍ଥନା ପରି ସରଳ ସୋପାନଗୁଡ଼ିକ ବ୍ୟବହାର କରିପାରିବେ ।

ନିଜକୁ ପଚାରନ୍ତୁ

  • ଅପରିଚିତ ଲୋକମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଆପଣଙ୍କ କେଉଁ ଭୟ ରହିଅଛି? ଈଶ୍ୱର ଆପଣଙ୍କୁ ଏପରି କ'ଣ କହି ପାରିବେ ଯେ ତାହା ଆପଣଙ୍କ ଭୟ ଦୂର କରିବ?
    • କେଉଁ ଉତ୍ତମ ବିଷୟ ସବୁ ହୋଇ ପାରିବ ଯଦି ଆପଣ ଜଣକ ପାଇଁ ଏପରିକି ଜଣେ ଅଜଣା ବ୍ୟକ୍ତିଙ୍କ ପାଇଁ ପ୍ରାର୍ଥନା କରିବାକୁ ଦାୟୀତ୍ୱ ନିଅନ୍ତି?

ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ

ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।

ମାଗଣାରେ ପଞ୍ଜିକରଣ କରନ୍ତୁ