ଜଣେ ଶାନ୍ତିର ବ୍ୟକ୍ତି ଏବଂ କିପରି ତାଙ୍କୁ ଅନ୍ୱେଷଣ କରିବେ
ଜଣେ ଶାନ୍ତିର ବ୍ୟକ୍ତି ଦ୍ରୁତ ଗତିରେ ଶିଷ୍ୟ ଗଠନ କରିବାରେ ସାହାଯ୍ୟ କରିପାରେ ଏପରିକି ଯେଉଁଠାରେ ଯୀଶୁଙ୍କ ଅନୁଗାମୀମାନେ ଅଳ୍ପ ସଂଖ୍ୟକ ଏବଂ ସେମାନେ ନିଜଠାରୁ ଦୂରରେ ରହିଛନ୍ତି । ସେ ବ୍ୟକ୍ତି ଜଣକ କିଏ ହୋଇପାରନ୍ତି ଏବଂ ଆପଣ କିପରି ଜାଣିବେ ଯେ ଆପଣ ଜଣକୁ ପାଇଛନ୍ତି ବୋଲି ତାହା ଶିଖିବା ନିମନ୍ତେ ନିମ୍ନରେ ଥିବା ଭଡିଅ ଦେଖନ୍ତୁ ।
ଯେତେବେଳେ ଆପଣ ଏପରି ଏକ ସ୍ଥାନରେ ଶିଷ୍ୟ ଗଠନ କରିବାକୁ ଚାହାଁନ୍ତି ଯେଉଁଠାରେ ବହୁତ କମ୍ ଅଛନ୍ତି କିମ୍ବା ହୋଇପାରେ କେହି ବି ନାହାଁନ୍ତି, ତା'ହେଲେ ଆପଣ କରିବାକୁ ଥିବା ଜଣେ ଶାନ୍ତିର ବ୍ୟକ୍ତିଙ୍କୁ ଅନ୍ୱେଷଣ କରିବା ଅତି ମହତ୍ୱପୂର୍ଣ୍ଣ ବିଷୟ ଅଟେ ।
ଜଣେ ଶାନ୍ତିର ବ୍ୟକ୍ତି :
- ଜଣେ ବ୍ୟକ୍ତି ଯିଏ ଆପଣଙ୍କ ବିଷୟ, ଈଶ୍ୱରଙ୍କ ବିଷୟ ଏବଂ ଯୀଶୁଙ୍କ ସୁସମାଚାରକୁ ଶୁଣିବା ନିମନ୍ତେ ମୁକ୍ତ ଅଟନ୍ତି ।
- ଜଣେ ବ୍ୟକ୍ତି ଯିଏ କି ଅତିଥୀପରାୟଣ ଏବଂ ସେମାନଙ୍କ ଗୃହରେ ବା ସେମାନଙ୍କ କାର୍ଯ୍ୟାଳୟରେ କିମ୍ବା ସେମାନଙ୍କ ପରିବାର ଏବଂ ବନ୍ଧୁମାନଙ୍କ କାର୍ଯ୍ୟକ୍ରମରେ ଆପଣଙ୍କୁ ସାମିଲ ହେବା ନିମନ୍ତେ ନିମନ୍ତ୍ରଣ କରନ୍ତି ।
- ଜଣେ କେହି ଯିଏକି ଅନ୍ୟମାନଙ୍କ ପରିଚୟ ଜାଣନ୍ତି (କିମ୍ବା ଅନ୍ୟମାନଙ୍କ ଦ୍ୱାରା ପରିଚିତ ଅଟନ୍ତି) ଏବଂ ଗୋଟିଏ ଛୋଟ ଗୋଷ୍ଠୀ ଏପରିକି ଗୋଟିଏ ବଡ଼ ଜନସମୂହଙ୍କୁ ଏକତ୍ର ଆକର୍ଷିତ କରିବାକୁ ଉତ୍ସାହିତ ଅଟନ୍ତି ।
- ଜଣେ କେହି ଯିଏକି ବିଶ୍ୱସ୍ତ ଏବଂ ଅନ୍ୟମାନଙ୍କ ସହିତ ଯାହା ଶିଖନ୍ତି ତାହା ଅନ୍ୟମାନଙ୍କୁ ସହଭାଗୀ କରାନ୍ତି - ଏପରିକି ଆପଣ ଚାଲିଯିବା ପରେ ମଧ୍ୟ ।
ଜଣେ ଶାନ୍ତିର ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ତିନିଟି ସରଳ ଉପାୟ :
- ଗୋଷ୍ଠୀର ଲୋକମାନଙ୍କଠାରୁ ଅନୁମୋଦନ ପାଇବା ନିମନ୍ତେ ଅନୁରୋଧ କରନ୍ତୁ -- "ଏପରି ଜଣେ ଯିଏକି ଏଠାରେ ବିଶ୍ୱାସଯୋଗ୍ୟ ଅଟନ୍ତି? ଏହି ସ୍ଥାନରେ ଏପରି କେହି ଜଣେ ଅଛନ୍ତି କି ଯିଏକି ନିଜପାଇଁ ଚିନ୍ତା କରିବା ପୂର୍ବେ ଅନ୍ୟମାନଙ୍କ ପାଇଁ ଚିନ୍ତା କରନ୍ତି?"
- ଆପଣ ପ୍ରାର୍ଥନାରେ ଚାଲୁଥିବା ସମୟରେ କିମ୍ବା ଆପଣଙ୍କ ଦୈନନ୍ଦିନ ଚଳପ୍ରଚଳରେ ସାକ୍ଷାତ କରିଥିବା ଜଣକୁ ପ୍ରାର୍ଥନା କରିବାକୁ ପ୍ରସ୍ତାବ ଦିଅନ୍ତୁ ।
- ଜଣେ ବ୍ୟକ୍ତିଙ୍କ ଜୀବନରେ ଈଶ୍ୱର କାର୍ଯ୍ୟ କରୁଛନ୍ତି କି ନାହିଁ ଦେଖିବା ନିମନ୍ତେ ପ୍ରତ୍ୟେକ ବାର୍ତ୍ତାଳାପରେ ଆତ୍ମିକ ଚିନ୍ତାଧାରା ଗୁଡ଼ିକ ଉପସ୍ଥାପନ କରନ୍ତୁ ।
ଆମେ ସେମାନଙ୍କୁ ଯେପରି ପାଇଲେ ସୁଦ୍ଧା, ମନେ ରଖନ୍ତୁ ଯୀଶୁ କହିଛନ୍ତି ଜଣେ ଶାନ୍ତିର ବ୍ୟକ୍ତି ଏପରି ଜଣେ କେହି ଅଟନ୍ତି ଯାହା ସହିତ ଆମେ ଅଧିକାଂଶ ସମୟ ଶିଷ୍ୟ ଗଠନ କରିବାରେ ବିତାଇବା ଉଚିତ ।
ନିଜକୁ ପଚାରନ୍ତୁ
- ଏପରି ଜଣେ ଯାହାର "ଦୁର୍ନାମ" ରହିଅଛି (ଶମୀରଣୀୟ ସ୍ତ୍ରୀ କିମ୍ବା ଗରାଶୀୟ ଅଞ୍ଚଳର ଭୁତଗ୍ରସ୍ତ ଲୋକ ଭଳି) ପ୍ରକୃତରେ ଜଣେ ଶାନ୍ତିର ବ୍ୟକ୍ତି ହୋଇ ପାରିବେ କି? କାହିଁକି କିମ୍ବା କାହିଁକି ନାହିଁ ?
- ଆପଣଙ୍କ ଆଖପାଖରେ ଏପରି କେଉଁ ସମୁଦାୟ ବା ସମାଜର ଅଂଶ ରହିଅଛି ଯେଉଁଠାରେ ଈଶ୍ୱରଙ୍କ ରାଜ୍ୟର ଉପସ୍ଥିତି ବହୁତ କମ୍ (କିମ୍ବା କିଛିନାହିଁ) ଭଳି ଲାଗେ? ସେହି ସମୁଦାୟରେ କିପରି ଜଣେ ଶାନ୍ତିର ବ୍ୟକ୍ତି (ଯିଏକି ମୁକ୍ତ, ଆତିଥ୍ୟପରାୟଣ, ଅନ୍ୟମାନଙ୍କ ସହିତ ପରିଚିତ ଏବଂ ଅନ୍ୟମାନଙ୍କୁ ସହଭାଗୀ କରାନ୍ତି) ସୁସମାଚାର ପ୍ରଚାରକୁ ତରାନ୍ୱିତ କରି ପାରିବେ?
ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ
ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।
ମାଗଣାରେ ପଞ୍ଜିକରଣ କରନ୍ତୁ