ସର୍ବଶ୍ରେଷ୍ଠ ଆଶୀର୍ବାଦର ଦର୍ଶନ
ଯେତେବେଳେ ଜଣେ ଯୀଶୁଙ୍କ ଅନୁଗମନ କରିବାକୁ ନିଷ୍ପତ୍ତି ନିଏ, ଆପଣ କିପରି ସେମାନଙ୍କୁ ସଠିକ୍ ରାସ୍ତାରେ ଯିବାକୁ ସାହାଯ୍ୟ କରିବେ ? ସେମାନେ ଯୀଶୁଙ୍କ ଅନୁଗାମୀ ଭାବେ ଯେପରି ମହାନ୍ ଆଶୀର୍ବାଦକୁ ଅନୁଭବ କରିପାରନ୍ତି ତାହାର ଦର୍ଶନ ସହ ଆରମ୍ଭ କରନ୍ତୁ । ଏହାକୁ ସେମାନଙ୍କ ନିକଟରେ ପ୍ରକାଶ କରିବାକୁ ଚିନ୍ତା କରନ୍ତୁ :
ଯୀଶୁଙ୍କୁ ଅନୁଗମନ କରିବା ଏକ ଆଶୀର୍ବାଦ ଅଟେ । ଅନ୍ୟମାନଙ୍କୁ ଯୀଶୁଙ୍କ ଅନୁଗମନ କରିବାକୁ ଆଗେଇ ନେବା ଏକ ମହାନ୍ ଆଶୀର୍ବାଦ ଅଟେ । ଗୋଟିଏ ନୂତନ ଆତ୍ମିକ ପରିବାର ଆରମ୍ଭ କରିବା ଏକ ବଡ଼ ଆଶୀର୍ବାଦ ଅଟେ । ଅନ୍ୟମାନଙ୍କୁ ଗୋଟିଏ ଆତ୍ମିକ ପରିବାର ଆରମ୍ଭ କରିବାକୁ ସଜ୍ଜିତ କରିବା ଆହୁରି ବଡ଼ ଆଶୀର୍ବାଦ ଅଟେ ।
ମହାନ୍ ଆଶୀର୍ବାଦକୁ ଅନ୍ୟମାନଙ୍କୁ ଅଂଶୀଦୀର କରିବା ଉଦାହରଣ
ଜଣେ ଖ୍ରୀଷ୍ଟଙ୍କୁ ଅନୁଗମନ କରିବାକୁ ମନୋନୀତ କରିବା ମାତ୍ରେ ସେମାନଙ୍କୁ ପ୍ରଶିକ୍ଷଣ କରିବା ଗୋଟିଏ ଉତ୍ତମ ଉପାୟ ଅଟେ, ଏହି ନୀତି ମାନଙ୍କ ମଧ୍ୟରୁ କେତେକ ପାଳନ କରି ସେମାନଙ୍କୁ ସଠିକ୍ ରାସ୍ତାରେ ଆରମ୍ଭ କରିବା ନିମନ୍ତେ ।
ପ୍ରଥମେ, ସେମାନଙ୍କ ଯୋଗାଯୋଗ ସୂଚନା ସଂଗ୍ରହ କରନ୍ତୁ ଏବଂ ପରେ ସେମାନଙ୍କୁ କୁହନ୍ତୁ : "ପ୍ରଭୁଙ୍କୁ ଅନୁଗମନ କରିବା ଏକ ଆଶୀର୍ବାଦ ଅଟେ । ଅନ୍ୟମାନଙ୍କୁ ପ୍ରଭୁଙ୍କ ଅନୁଗମନ କରିବାକୁ ଆଗେଇ ନେବା ଏକ ମହାନ୍ ଆଶୀର୍ବାଦ ଅଟେ । ଗୋଟିଏ ନୂତନ ଆତ୍ମିକ ପରିବାର ଆରମ୍ଭ କରିବା ଏକ ବଡ଼ ଆଶୀର୍ବାଦ ଅଟେ । ଅନ୍ୟମାନଙ୍କୁ ଗୋଟିଏ ଆତ୍ମିକ ପରିବାର ଆରମ୍ଭ କରିବାକୁ ସଜ୍ଜିତ କରିବା ଆହୁରି ବଡ଼ ଆଶୀର୍ବାଦ ଅଟେ । ମୁଁ ଆପଣଙ୍କୁ ମହାନ୍ ଆଶୀର୍ବାଦ, ମହାନ୍ତର ଆଶୀର୍ବାଦ, ଏବଂ ମହାନ୍ତମ ଆଶୀର୍ବାଦ ପାଇବାକୁ ଆରମ୍ବ କରିବା ନିମନ୍ତେ ସାହାଯ୍ୟ କରିବାକୁ ଚାହେଁ ।
ଆପଣ ଜାଣିଥିବା ୧୦୦ ଜଣ ଲୋକଙ୍କର ଗୋଟିଏ ତାଲିକା ପ୍ରସ୍ତୁତ କରନ୍ତୁ ଏବଂ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ନିଅନ୍ତୁ ( ଯେଉଁମାନେ ପ୍ରଭୁଙ୍କୁ ଜାଣି ନଥିବେ) ଯେଉଁମାନଙ୍କୁ ଆପଣ ସଠିକ୍ ରାସ୍ତାରେ ଅଂଶୀଦାର କରିବାକୁ ଚାହୁଁଥିବେ ।" ତା'ପରେ, ସେମାନଙ୍କର ତାଲିକା ପ୍ରସ୍ତୁତ ହେଲେ, ସେମାନଙ୍କୁ ସେମାନଙ୍କର ସାକ୍ଷ୍ୟ ଏବଂ ସୁସମାଚାର ଅଂଶୀଦାର କରିବା ନିମନ୍ତେ ପ୍ରସ୍ତୁତ କରନ୍ତୁ ।
ପାଞ୍ଚ ଥର ଅଭ୍ୟାସ କରନ୍ତୁ, ସେମାନେ ମନୋନୀତ କରିଥିବା ପ୍ରତି ପାଞ୍ଚ ଜଣଙ୍କ ପାଇଁ ଥରେ । ତା'ପରେ ସେମାନେ ଅଭ୍ୟାସ କରିବା ସମୟରେ ସେଇ ପ୍ରତିଜଣକର ଅଭିନୟ କରନ୍ତୁ ।
ଦୁଇ ଦିନ ପରେ, ସେମାନଙ୍କୁ ପୁଣି ଥରେ ସାକ୍ଷାତ କରନ୍ତୁ । ଯଦି ସେମାନେ ଅଂଶୀଦୀର କରିନାହାଁନ୍ତି, ତା'ହେଲେ କିଛି ନୁଆ ବିଷୟ କୁହନ୍ତୁ ନାହିଁ । ଅଂଶୀଦାର କରିବାକୁ ସେମାନଙ୍କ ସହିତ ଯିବାକୁ ପ୍ରସ୍ତାବ ଦିଅନ୍ତୁ । ସେମାନଙ୍କ ସହିତ ଅଧିକ ଅଭ୍ୟାସ କରିବାକୁ ପ୍ରସ୍ତାବ ଦିଅନ୍ତୁ । ଅନ୍ୟମାନଙ୍କ ସହିତ ଅଂଶୀଦାର କରିବା ଆରମ୍ଭ କରିବା ପାଇଁ ଆପଣ ଯାହା କରିପାରିବେ ତାହା କରନ୍ତୁ । ଆପଣ ସନ୍ଦେହ କରିବା ଆରମ୍ଭ କରି ପାରନ୍ତି, ଅଥଚ, ଏହି ବ୍ୟକ୍ତି "ଉତ୍ତମ ମୃତ୍ତିକା" ନୁହଁନ୍ତି, ଯଦି ଏହା ହୁଏ, ଆପଣ ସମ୍ଭବତଃ ଅଧିକ ବିନିଯୋଗ କରିବେ ନାହିଁ । ଯଦି ସେମାନେ ଅଂଶୀଦାର କରନ୍ତି କିନ୍ତୁ କେହି ବିଶ୍ୱାସ କରନ୍ତି ନାହିଁ, ଖୁସି ହୁଅନ୍ତୁ! ସେମାନଙ୍କୁ ବାପ୍ତିସ୍ମ ବିଷୟରେ କହିବା ଆରମ୍ଭ କରନ୍ତୁ ଏବଂ ଶିଷ୍ୟ ଗଠନକାରୀ ଉପକରଣ ମଧ୍ୟରୁ ଗୋଟିଏ ସହିତ ପରିଚିତ କରାନ୍ତୁ ।
ଆବଶ୍ୟକ ଅନୁଯାୟୀ ଅଂଶୀଦାର ଏବଂ ଉଭ୍ୟାସ କରିବା ପାଇଁ ସେମାନଙ୍କ ୧୦୦ ତାଲିକା ମଧ୍ୟରୁ କିଛି ଅତିରିକ୍ତ ଲୋକଙ୍କୁ ବାଛନ୍ତୁ । ଯଦି ସେମାନେ ଅଂଶୀଦାର କଲେ ଏବଂ କେତେକ ବିଶ୍ୱାସ କଲେ କିନ୍ତୁ ମହାନ୍ ଆଶୀର୍ବାଦ ବିଷୟରେ କହିବାକୁ ବିଫଳ ହୋଇଛନ୍ତି, ତା'ହେଲେ ସେମାନଙ୍କ ସହିତ ଆନନ୍ଦ କରନ୍ତୁ, ସମୀକ୍ଷା କରନ୍ତୁ, ଏବଂ ଏହି ପ୍ରକ୍ରିୟାକୁ ଚାଲୁ ରଖିବା ନିମନ୍ତେ ସେମାନଙ୍କୁ ସେହି ଲୋକମାନଙ୍କ ନିକଟକୁ ପୁଣିଥରେ ପଠାନ୍ତୁ । ଯଦି ସେମାନେ ଅଂଶୀଦାର କଲେ ଏବଂ କେତେକ ବିଶ୍ୱାସ କଲେ ଏବଂ ସେମାନେ ମହାନ୍ ଆଶୀର୍ବାଦ ବିଷୟରେ କହିଛନ୍ତି, ତା'ହେଲେ ଉତ୍ସାହିତ ହୁଅନ୍ତୁ!
ଅନୁମାନ କରନ୍ତୁ ସେମାନେ ସମ୍ଭବତଃ "ଉତ୍ତମ ମୃତ୍ତିକା" ଏବଂ ସେମାନଙ୍କର ଆତ୍ମିକ ବିକାଶ ନିମନ୍ତେ ଅଧିକ ବିନିଯୋଗ କରିବା ପାଇଁ ଯୋଜନା କରନ୍ତୁ । ବାପ୍ତିସ୍ମ ବିଷୟରେ କହିବା ଆରମ୍ଭ କରନ୍ତୁ ଏବଂ ସେମାନଙ୍କୁ ୩/୩ ଦଳ ପଦ୍ଧତି ସହିତ ପରିଚିତ କରାନ୍ତୁ ଏବଂ ଏହାର ନମୁନା ପରିବେଷଣ କରନ୍ତୁ ଯେପରିକି ସେମାନେ ପ୍ରଭୁଙ୍କ ନିକଟକୁ ନେଇଥିବା ଲୋକମାନଙ୍କ ମଧ୍ୟରେ ଏକ ଦଳ ଆରମ୍ଭ କରିବାକୁ ଚେଷ୍ଟା କରିପାରିବେ ।
ନିଜକୁ ପଚାରନ୍ତୁ
- ଆପଣ ଯେତେବେଳେ ପ୍ରଥମରେ ଯୀଶୁଙ୍କୁ ଅନୁଗମନ କରିବାକୁ ଆରମ୍ଭ କରିଥିଲେ ଏହି ଢାଞ୍ଚାରେ ଆପଣଙ୍କୁ ଶିକ୍ଷା ଦିଆଯାଇ ଥିଲା କି? ଯଦି ନାହିଁ, ତେବେ କ'ଣ ଭିନ୍ନ ଥିଲା ?
- ଆପଣ ବିଶ୍ୱାସରେ ଆସିବା ପରେ, ଆପଣ ଅନ୍ୟମାନଙ୍କୁ ଶିଷ୍ୟ କରିବା ଆରମ୍ଭ କରିବା ପୂର୍ବରୁ କେତେ ସମୟ ଥିଲା ?
- ଯଦି ଜଣେ ନୂତନ ଅନୁଗାମୀ, ତୁରନ୍ତ ଅନ୍ୟମାନଙ୍କୁ ଅଂଶୀଦାର ଏବଂ ଶିଷ୍ୟ କରିବା ଆରମ୍ଭ କରିଦିଏ ତା'ହେଲେ କ'ଣ ପରିଣାମ ହେବ ବୋଲି ଆପଣ ଭାବୁଛନ୍ତି ?
ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ
ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।
ମାଗଣାରେ ପଞ୍ଜିକରଣ କରନ୍ତୁ