concept

ଶିଷ୍ୟତ୍ୱର ବତକ ଛୁଆ ଭଳି ପ୍ରକୃତି - ତୁରନ୍ତ ନେତୃତ୍ୱ ନେବା

ଏହି ପୃଷ୍ଠାକୁ ଭାଗ କରନ୍ତୁ

ଆପଣ ଜାଣନ୍ତି କି ଶିଷ୍ୟ ଗଠନ କରିବା ଏବଂ ବତକ ଛୁଆମାନଙ୍କ ମଧ୍ୟରେ କ'ଣ ସମ୍ପର୍କ ଅଛି? ଆପଣ କେବେ ବତକ ଛୁଆମାନଙ୍କ ଗୋଟିଏ ଦଳ ଚାଲୁଥିବା ଦେଖିଛନ୍ତି କି? ବତକ ଛୁଆ ଗୁଡ଼ିକ ଶିଷ୍ୟ ଗଠନ କରିବା ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ନୀତି ଉପସ୍ଥାପନ କରନ୍ତି । ଯଦି ଆପଣ ଈଶ୍ୱରଙ୍କ ପରିବାରକୁ ବହୁତ ବୃଦ୍ଧି ପାଇବା ଏବଂ ବିଶ୍ୱସ୍ତତାର ସହିତ ବୃଦ୍ଧି ପାଇବା ଦେଖିବାକୁ ଚାହାଁନ୍ତି, ତା'ହେଲେ ବତକ ଛୁଆମାନଙ୍କ ଭଳି ଶିଷ୍ୟ ଗଢ଼ିବା ବିଷୟରେ ଚିନ୍ତା କରନ୍ତୁ - ଠିକ୍ ଏକା ସମୟରେ ଅନୁଗାମୀ ହେବା ଏବଂ ନେତୃତ୍ୱ ନେବା ।

ଆପଣ ପୃଥିବୀର ଯେକୌଣସି ସ୍ଥାନରେ ଥାଆନ୍ତୁନା କାହିଁକି ଏହା ସବୁବେଳେ ସମାନ ଦେଖାଯାଏ । 

ଗୋଟିଏ ମାଁ ବତକ ନେତୃତ୍ୱ ନିଏ ଏବଂ ତାହାର ଛୁଆ ଗୁଡ଼ିକ ଗୋଟିଏ ପରେ ଗୋଟିଏ ତାହାର ଅନୁସରଣ କରନ୍ତି - ଗୋଟିଏ ଧାଡ଼ିରେ । ମାଁ ବତକ ଆଗେଇ ନିଏ । ଛୋଟ ବତକ ଗୁଡ଼ିକ ଅନୁସରଣ କରନ୍ତି । କିନ୍ତୁ ଆପଣ ଯଦି ଆହୁରି ନିକଟରେ ଦେଖିବେ, ଆପଣ ଦେଖିବେ କିଛି ଅନ୍ୟ ବିଷୟ ମଧ୍ୟ ଘଟୁଛି । ପ୍ରତ୍ୟେକ ବତକ ଛୁଆ ବାସ୍ତବରେ ଦୁଇଟି ଭୂମିକା ସମାପନ କରୁଛନ୍ତି । ଠିକ୍ ଏକ ସମୟରେ: 

  • ପ୍ରତ୍ୟେକ ବତକ ଛୁଆ ଜଣେ ଅନୁଗାମୀ, କାରଣ ଏହା ମାଁ ବତକ କିମ୍ବା ଠିକ୍ ତା ସମ୍ମୁଖରେ ଚାଲୁଥିବା ଅନ୍ୟ ବତକ ଛୁଆକୁ ଅନୁସରଣ କରୁଛି ।
  • ଏବଂ ଠିକ୍ ସେଇ ସମୟରେ, ପ୍ରତ୍ୟେକ ବତକ ଛୁଆ ନେତୃତ୍ୱ ନେଉଛନ୍ତି, କାରଣ ଏହା ଠିକ୍ ତା' ପଛରେ ଚାଲୁଥିବା ବତକ ଛୁଆକୁ (କିମ୍ବା ବତକ ଛୁଆ ଗୁଡ଼ିକକୁ) ଆଗେଇ ନେଉଛନ୍ତି ।

ତେଣୁ ବତକ ଛୁଆ ଜଣେ ଅନୁଗାମୀ କିମ୍ବା ଜଣେ ନେତା? ଏହା ଉଭୟ ।

ଏବଂ ସେଥି ପାଇଁ   "ବୁଲିବା ପାଇଁ ବାହାରକୁ ଯିବା" ବତକମାନେ ଶିଷ୍ୟ ଗଠନ କରିବା ସହିତ ସମ୍ପର୍କ ରହିଅଛି । ଈଶ୍ୱର ଚାହାଁନ୍ତି ତାହାଙ୍କ ପରିବାର ବହୁତ ବୃଦ୍ଧିପାଉ ଏବଂ ତେଣୁ ପ୍ରତ୍ୟେକ ଅନୁଗାମୀଙ୍କୁ ଅଗ୍ରଜ (ନେତା), ପ୍ରତ୍ୟେକ ବିଶ୍ୱାସୀଙ୍କୁ ପ୍ରକାଶକ, ଏବଂ ପ୍ରତ୍ୟେକ ଶିଷ୍ୟଙ୍କୁ ଜଣେ ଶିଷ୍ୟ ଗଠନକାରୀ - ଏକା ସମୟରେ ହେବା ନିମନ୍ତେ ଆଶା କରନ୍ତି ।

ଜଣେ ଶିଷ୍ୟ ଏବଂ ଶିଷ୍ୟ ନିର୍ମାତା ଭାବରେ, ଆମ୍ଭେମାନେ ଗୋଟିଏ ଫାନ୍ଦରେ ପଡ଼ିଥାଉ, ତାହା ହେଉଛି ଗୋଟିଏ ମିଥ୍ୟା ବିଶ୍ୱାସ ଯେ ଆମକୁ ଅନ୍ୟମାନଙ୍କୁ ଅଂଶୀଦାର କରିବା ପୂର୍ବରୁ ଆମ୍ଭମାନଙ୍କୁ ସବୁକିଛି, କିମ୍ବା ଏପରିକି ବହୁତ କିଛି ଜାଣିବାକୁ ହେବ । କିନ୍ତୁ ଶିଷ୍ୟତ୍ୱ ଏପରି କାମ କରେ ନାହିଁ । ଶିଷ୍ୟମାନେ ବତକ ଛୁଆମାନଙ୍କ ଭଳି ଅଟନ୍ତି । ଜଣେ ନେତା ହେବା ନିମନ୍ତେ ସେମାନଙ୍କୁ ସବୁକିଛି ଜାଣିବାକୁ ପଡ଼ିବ ନାହିଁ ।

ସେମାନଙ୍କୁ କେବଳ ଗୋଟିଏ ପାଦ ଆଗରେ ରହିବାକୁ ହେବ । ଈଶ୍ୱର ତାହାଙ୍କ ପରିବାରକୁ ବିଶ୍ୱସ୍ତତାରେ ବୃଦ୍ଧି ପାଇବାକୁ ଚାହାଁନ୍ତି - ଏବଂ ସେ ଆଶା କରନ୍ତି ପ୍ରତ୍ୟେକ ନେତାଙ୍କୁ ଜଣେ ଅନୁଗାମୀ, ଅନ୍ୟମାନଙ୍କୁ ପ୍ରକାଶ କରୁଥିବା ପ୍ରତ୍ୟେକଙ୍କୁ ଜଣେ ବିଶ୍ୱାସୀ, ଏବଂ ପ୍ରତ୍ୟେକ ଶିଷ୍ୟ ଗଠନକାରୀଙ୍କୁ ଜଣେ ଶିଷ୍ୟ ହେବାକୁ - ମଧ୍ୟ, ସେଇ ଏକା ସମୟରେ । ଜଣେ ଶିଷ୍ୟ ଏବଂ ଶିଷ୍ୟ ଗଠନକାରୀ ଭାବରେ ଅନ୍ୟ ଏକ ଫାନ୍ଦରେ ଆମେ ପଡ଼ିଥାଉ, ଗୋଟିଏ ମିଥ୍ୟା ବିଶ୍ୱାସ ଏହା ଯେ କେହି ଜଣେ, କୌଣସି ସ୍ଥାନରେ ସବୁକିଛି ଜାଣନ୍ତି ଏବଂ ଯଦି ଆମେ ତାଙ୍କୁ ଖୋଜି ତାଙ୍କର ଅନୁସରଣ କରୁ, ତା'ହେଲେ ଆମେ ଠିକ୍ । କିନ୍ତୁ ଶିଷ୍ୟତ୍ୱରେ ଏହା ମଧ୍ୟ କାମ ଦିଏ ନାହିଁ ।

ଈଶ୍ୱରଙ୍କ ରାଜ୍ୟରେ, କେବଳ ଜଣେ "ମାଁ ବତକ"  ଅଛନ୍ତି ଆମ ସମସ୍ତଙ୍କୁ ତାହାଙ୍କୁ ହିଁ ଅନୁଗମନ କରିବାକୁ ପଡ଼ିବ -- ଏବଂ ସେ ହେଉଛନ୍ତି ଯୀଶୁଖ୍ରୀଷ୍ଟ । ପ୍ରଚାରକ ନାହିଁ, ପାଳକ ନାହିଁ, ଶିକ୍ଷାନୁଷ୍ଠାନର ପ୍ରଫେସର ନାହିଁ । କେବଳ ଯୀଶୁ ହିଁ ଆମ ବିଶ୍ୱାସର ପରିମାପକର ଯୋଗ୍ୟ ଅଟନ୍ତି ।

ଆମର ଅବଶିଷ୍ଟ "ପ୍ରକ୍ରିୟାରେ" ଚାଲୁରହିଛି । ସବୁବେଳେ ଜଣେ କେହି ଯୀଶୁଙ୍କ ନିକଟତର ହୋଇ ରହିବେ ଯାହାଙ୍କୁ ଆମେ ଅନୁସରଣ କରିପାରିବା । ଏବଂ ସବୁବେଳେ ଜଣେ କେହି ଦୂରରେ ରହିବେ ଯାହାକୁ ଆମେ ନେତୃତ୍ୱ ଦେଇ ପାରିବା । କିନ୍ତୁ ଆମର ସ୍ଥିତି ଯାହା ହେଉ ନା କାହିଁକି, ଆମର ଚକ୍ଷୁ, ଆମର ହୃଦୟ ସବୁବେଳେ ଯୀଶୁଙ୍କ ଉପରେ ଜଡ଼ିତ ହୋଇ ରହିବା ଉଚିତ ।

ବାଇବଲରେ, ପାଉଲ, ଯିଏକି ନୂତନ ନିୟମର ଅଧିକାଂଶ ଅଂଶ ଲେଖିଛନ୍ତି ଏବଂ ଅନେକ ଆଦ୍ୟ ମଣ୍ଡଳୀ ସ୍ଥାପନ କରିଛନ୍ତି, ସେ କେବଳ - "ମୋହର ଅନୁଗମନ କର" ବୋଲି ଲେଖି ନାହାଁନ୍ତି । ସେ ଲେଖିଛନ୍ତି "ମୋହର ଅନୁଗମନ କର, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଅନୁଗମନ କରେ" । ପାଉଲ ଜାଣିଥିଲେ ସବୁ ସ୍ଥାନରେ ବତକ ଛୁଆ ଗୁଡ଼ିକ କ'ଣ ଜାଣନ୍ତି ଏବଂ ପ୍ରତ୍ୟେକ ଶିଷ୍ୟ କ'ଣ ଜାଣିବା ଉଚିତ, ପ୍ରତ୍ୟେକ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ ଜଣେ ଅନୁଗାମୀ ମଧ୍ୟ ହେବାକୁ  - ଏବଂ ଆମ ସମସ୍ତଙ୍କୁ ଯୀଶୁଙ୍କ ଅନୁଗମନ କରିବାକୁ ପଡ଼ିବ ।

ବାଇବଲରେ, ପାଉଲ ଆହୁରି ମଧ୍ୟ ଲେଖିଛନ୍ତି : "ତୁମ୍ଭେମାନେ ମୋ ଠାରୁ ଯାହା ଶୁଣିଅଛ... ବିଶ୍ୱସ୍ତ ଲୋକମାନଙ୍କ ସହିତ ଭାଗୀଦାର କର, ଯିଏକି ଅନ୍ୟମାନଙ୍କୁ ମଧ୍ୟ, ଶିକ୍ଷା ଦାନ କରିବାକୁ ସକ୍ଷମ ହୋଇ ପାରିବ ।" ପାଉଲ ଜାଣିଥିଲେ ସବୁ ସ୍ଥାନରେ ବତକ ଛୁଆ ଗୁଡ଼ିକ କ'ଣ ଜାଣନ୍ତି ଏବଂ ପ୍ରତ୍ୟେକ ଶିଷ୍ୟ କ'ଣ ଜାଣିବା ଉଚିତ, ମଧ୍ୟ । ପ୍ରତ୍ୟେକ ଅନୁଗାମୀମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ଜଣେ ନେତୃତ୍ୱ ନେଉଥିବା ବ୍ୟକ୍ତି ହେବାକୁ ପଡ଼ିବ - ଏବଂ ଅନ୍ୟମାନଙ୍କ ପାଇଁ ଆମ ଜୀବନ ଉତ୍ସର୍ଗ କରି ଆମ ସମସ୍ତଙ୍କୁ ଯୀଶୁଙ୍କ ଭଳି ବଞ୍ଚିବାକୁ ହେବ । ଯଦି ଆପଣ ଈଶ୍ୱରଙ୍କ ପରିବାରକୁ ବହୁତ ବୃଦ୍ଧି ପାଇବା ଏବଂ ବିଶ୍ୱସ୍ତତାର ସହିତ ବୃଦ୍ଧି ପାଇବା ଦେଖିବାକୁ ଚାହାଁନ୍ତି, ତା'ହେଲେ ବତକ ଛୁଆମାନଙ୍କ ଭଳି ଶିଷ୍ୟ ଗଢ଼ିବା ବିଷୟରେ ଚିନ୍ତା କରନ୍ତୁ - ଠିକ୍ ଏକା ସମୟରେ ଅନୁଗାମୀ ହେବା ଏବଂ ନେତୃତ୍ୱ ନେବା ।

ନିଜକୁ ପଚାରନ୍ତୁ

  • ଶିଷ୍ୟତ୍ୱର କେଉଁ ଗୋଟିଏ କାର୍ଯ୍ୟ (ପଢ଼ିବା / ବାଇବଲକୁ ବୁଝିବା / ପ୍ରାର୍ଥନା କରିବା, ଆନ୍ୟମାନଙ୍କୁ ଈଶ୍ୱରଙ୍କ ବିଷୟ କହିବା ଇତ୍ୟାଦି) ଯାହା ଆପଣ ଅଧିକ ଶିଖିବାକୁ ଚାହାଁନ୍ତି? ସେ କିଏ ଯିଏକି ଆପଣଙ୍କୁ ଶିଖିବାରେ ସାହାଯ୍ୟ କରି ପାରିବ?
    • ଶିଷ୍ୟତ୍ୱର କେଉଁ ଗୋଟିଏ ବିଷୟ ଯାହା ଆପଣ ଅନୁଭବ କରନ୍ତି ଯେ ତାହା ଆପଣ ଅନ୍ୟମାନଙ୍କୁ ଭାଗୀଦାର କରି ପାରିବେ? ଜଣେ କିଏ ଯାହା ସହିତ ଆପଣ ଭାଗୀଦାର କରି ପାରିବେ ?

ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ

ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।

ମାଗଣାରେ ପଞ୍ଜିକରଣ କରନ୍ତୁ