tool

ପ୍ରାର୍ଥନାରେ କିପରି ଏକ ଘଣ୍ଟତ ବିତାଇବେ?

ଏହି ପୃଷ୍ଠାକୁ ଭାଗ କରନ୍ତୁ

ପ୍ରାର୍ଥନା ଅଭ୍ୟାସ କରିବା ନିମନ୍ତେ ପ୍ରାର୍ଥନା ଚକ୍ର ଗୋଟିଏ ସାଧାରଣ ଉପକରଣ ଯାହାକୁ ଆପଣ ନିଜେ ବ୍ୟବହାର କରି ପାରିବେ ଏବଂ ଯୀଶୁଙ୍କ ଯେକୌଣସି ଅନୁଗାମୀଙ୍କ ସହ ଭାଗୀଦାର କରିପାରିବେ । କେବଳ ୧୨ ଟି ସରଳ ପଦକ୍ଷେପରେ - ପ୍ରତ୍ୟେକ ୫ ମିନିଟ୍ - ପ୍ରାର୍ଥନା ଚକ୍ର ଆପଣଙ୍କୁ, ବାଇବଲ ପ୍ରାର୍ଥନା କରିବାକୁ ଶିକ୍ଷା ଦେଉଥିବା ୧୨ଟି ଉପାୟରେ ଆମକୁ ପଥ ପ୍ରଦର୍ଶନ କରେ । ଶେଷରେ, ଆପଣ ଏକ ଘଣ୍ଟତ ପ୍ରାର୍ଥନା କରିଥିବେ । ବାଇବଲ ଆମକୁ ଶିକ୍ଷା ଦିଏ - "ଅବିଶ୍ରାନ୍ତ ଭାବେ ପ୍ରାର୍ଥନା କର" ଆମ ମଧ୍ୟରୁ ଅନେକେ କହି ପାରିବେ ନାହିଁ ଯେ ଆମେ ତାହା କରୁ ବୋଲି । କିନ୍ତୁ ଏଇ ଏକ ଘଣ୍ଟତର ପ୍ରାର୍ଥନା ପରେ - ଆପଣ ଗୋଟିଏ ପାଦ ନିକଟତର ହେବେ ।

କେବଳ ୧୨ଟି ସରଳ ସୋପାନରେ - ପ୍ରତିଟି ୫ ମିନିଟ୍ ଲେଖାଏଁ - ବାଇବଲ ଆମକୁ ପ୍ରାର୍ଥନା କରିବାକୁ ଯେପରି ଶିକ୍ଷା ଦିଏ, ଏହି ପ୍ରାର୍ଥନା ଚକ୍ର ଆପଣଙ୍କୁ ସେହିପରି ବାରଟି ଉପାୟରେ ପରିଚାଳନା ଦେଇଥାଏ  ।  ଶେଷରେ, ଆପଣଙ୍କୁ ଗୋଟିଏ ଘଣ୍ଟା ଧରି ପ୍ରାର୍ଥନା କରିବାକୁ ପଡ଼ିବ  ।

prayer cycle

ପ୍ରଶଂସା - ପ୍ରଭୁଙ୍କର ପ୍ରଶଂସା ସହିତ ଆପଣଙ୍କର ପ୍ରାର୍ଥନା ସମୟ ଆରମ୍ଭ କରନ୍ତୁ । ବର୍ତ୍ତମାନ ଆପଣଙ୍କ ମନରେ ଯେଉଁ ସବୁ ବିଷୟ ଅଛି ସେଥିପାଇଁ ତାହାଙ୍କୁ ପ୍ରଶଂସା କରନ୍ତୁ । ଗତ ସପ୍ତାହରେ ସେ ଆପଣଙ୍କ ଜୀବନରେ ଘଟାଇଥିବା ଗୋଟିଏ ସ୍ୱତନ୍ତ୍ର ବିଷୟ ପାଇଁ ତାହାଙ୍କୁ ପ୍ରଶଂସା କରନ୍ତୁ । ତୁମ ପରିବାର ପ୍ରତି ତାହାଙ୍କ ଉତ୍ତମତା ପାଇଁ ପ୍ରଶଂସା କରନ୍ତୁ ।

ଅପେକ୍ଷା କରନ୍ତୁ - ପ୍ରଭୁଙ୍କୁ ଅପେକ୍ଷା କରି ସମୟ ବିତାନ୍ତୁ । ନୀରବ ରୁହନ୍ତୁ ଏବଂ ତାହାଙ୍କୁ ତୁମ ପ୍ରତିଫଳନ ଏକତ୍ର କରିବାକୁ ଦିଅନ୍ତୁ ।

ସ୍ୱୀକାର କରନ୍ତୁ - ପବିତ୍ରଆତ୍ମାଙ୍କୁ ତୁମ ଜୀବନର କୌଣସି ବିଷୟ ଯାହା ତାହାଙ୍କୁ ଅସନ୍ତୁଷ୍ଟ କରିଥାଏ ତାହା ଦର୍ଶାଇବାକୁ ପ୍ରାର୍ଥନା କରନ୍ତୁ । ତାହାଙ୍କୁ ଭୁଲ୍ ମନୋଭାବ, ଆହୁରି ମଧ୍ୟ ନିର୍ଦ୍ଧିଷ୍ଟ କାର୍ଯ୍ୟକଳାପ ଦର୍ଶାଇବାକୁ ପ୍ରାର୍ଥନା କରନ୍ତୁ ଯାହା ନିମନ୍ତେ ଆପଣ ବର୍ତ୍ତମାନ ସୁଦ୍ଧା ସ୍ୱୀକାର ପ୍ରାର୍ଥନା କରିନାହାନ୍ତି । ବର୍ତ୍ତମାନ ପ୍ରଭୁଙ୍କ ନିକଟରେ ତାହା ସ୍ୱୀକାର କରନ୍ତୁ ଯେପରିକି ଆପଣ ପରିଷ୍କୃତ ହୋଇପାରିବେ ।

ଈଶ୍ୱରଙ୍କ ବାକ୍ୟ ପଢ଼ନ୍ତୁ - ଗୀତସଂହୀତା, ଭବିଷ୍ୟତ୍‌ବକ୍ତାମାନଙ୍କ ପୁସ୍ତକ କିମ୍ବା ନୂତନ ନିୟମରେ ଥିବା ପ୍ରାର୍ଥନା ସମନ୍ଧୀୟ ଅନୁଛେଦ ଗୁଡ଼ିକ ପଢ଼ି ସମୟ ବିତାନ୍ତୁ ।

ମାଗନ୍ତୁ - ନିଜ ପାଇଁ ପ୍ରାର୍ଥନା କରନ୍ତୁ ।

ଅନ୍ୟମାନଙ୍କ ପାଇଁ ନିବେଦନ - ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ ।

ଈଶ୍ୱରଙ୍କ ବାକ୍ୟ ଦ୍ୱାରା ପ୍ରାର୍ଥନା କରନ୍ତୁ - ନିର୍ଦ୍ଧିଷ୍ଟ ଅନୁଛେଦକୁ ପ୍ରାର୍ଥନା ରୁପେ ବ୍ୟବହାର କରନ୍ତୁ । ଧର୍ମଶାସ୍ତ୍ରରେ ଥିବା ପ୍ରାର୍ଥନା, ତତ୍ ସଙ୍ଗେ ଗୀତସଂହୀତାରୁ ଅନେକ ଅନୁଛେଦକୁ ବ୍ୟବହାର କରାଯାଇ ପାରିବ ।

ଧନ୍ୟବାଦ ଦିଅନ୍ତୁ - ଆପଣଙ୍କ ଜୀବନର ବିଷୟ ଗୁଡ଼ିକ ନିମନ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତୁ, ଆପଣଙ୍କ ପରିବାର ନିମନ୍ତେ ଏବଂ ଆପଣଙ୍କ ମଣ୍ଡଳୀ ନିମନ୍ତେ ।

ଗୀତ ଗାନ କରନ୍ତୁ - ପ୍ରଶଂସା କିମ୍ବା ଆରାଧନା କିମ୍ବା ଖ୍ରୀଷ୍ଟିୟାନ ମଣ୍ଡଳୀର ଗୀତ କିମ୍ବା  ଆତ୍ମିକ ଗୀତ ଗାନ କରନ୍ତୁ ।

ଧ୍ୟାନ କରନ୍ତୁ - ପ୍ରଭୁଙ୍କ ନିକଟରେ ତୁମ ସହିତ କଥା କହିବାକୁ ପ୍ରାର୍ଥନା କରନ୍ତୁ । ସେ ଯେଉଁ ଧାରଣା ଦିଅନ୍ତି ତାହା ଲିପିବଦ୍ଧ କରିବା ନିମନ୍ତେ କାଗଜ ଏବଂ କଲମ ରଖନ୍ତୁ ।

ଶୁଣନ୍ତୁ - ଆପଣ ପଢ଼ିଥିବା ବିଷୟ, ଆପଣ କରିଥିବା ପ୍ରାର୍ଥନା ଏବଂ ଆପଣ ଗାଇଥିବା ବିଷୟ ଗୁଡ଼ିକକୁ ସଂଯୋଗ କରିବାରେ ସମୟ ବିତାନ୍ତୁ ଏବଂ ଦେଖନ୍ତୁ ପ୍ରଭୁ କିପରି ସେଗୁଡ଼ିକକୁ ଏକତ୍ର କରି ତୁମକୁ କଥା କହନ୍ତି ।

ପ୍ରଶଂସା କରନ୍ତୁ - ଆପଣଙ୍କ ସହିତ ବିତାଇଥିବା ସମୟ ଏବଂ ସେ ଆପଣଙ୍କୁ ଦେଇଥିବା ଧାରଣା ନିମନ୍ତେ ପ୍ରଭୁଙ୍କୁ ପ୍ରଶଂସା କରନ୍ତୁ । ତାହାଙ୍କ ଗୌରବମୟ ଗୁଣ ନିମନ୍ତେ ତାହାଙ୍କୁ ପ୍ରଶଂସା କରନ୍ତୁ ।

ଡିକ୍ ଇଷ୍ଟ୍‌ମ୍ୟାନ୍‌ଙ୍କ ପୁସ୍ତକ ଦି ହୱାର୍ ଦାଟ୍ ଚେଞ୍ଜେସ୍ ଦି ୱାର୍ଲ୍‌ଡ୍ ୨୦୦୨ରୁ ଉଦ୍ଧୃତ,

ନିଜକୁ ପଚାରନ୍ତୁ

  • ଆପଣଙ୍କ ପ୍ରାର୍ଥନା ଜୀବନ ବୃଦ୍ଧି କରିବା ନିମନ୍ତେ ଆପଣଙ୍କୁ କ'ଣ ପୁନଃଆୟୋଜନ କିମ୍ବା ବନ୍ଦ କରିବାକୁ ପଡ଼ିବ ?

ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ

ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।

ମାଗଣାରେ ପଞ୍ଜିକରଣ କରନ୍ତୁ