tool

ଏସ୍‌ଓଏପିଏସ୍ ବାଇବଲ ଅଧ୍ୟୟନ

ଏହି ପୃଷ୍ଠାକୁ ଭାଗ କରନ୍ତୁ

ଯୀଶୁଙ୍କ ଜଣେ ଅନୁଗାମୀ ଭାବେ ଆମ୍ଭେମାନେ ପ୍ରତିଦିନ ଧର୍ମଶାସ୍ତ୍ର ବାଇବଲ ପଢିବା ଉଚିତ । ଗୋଟିଏ ଉତ୍ତମ ଉପଦେଶ ଏହା ଯେ ପ୍ରତି ସପ୍ତାହରେ ୨୫-୩୦ ଟି ଅଧ୍ୟାୟ ପଢିବା ଉଚିତ । ଏସ୍‌.ଓ.ଏ.ପି. ବାଇବଲ ଅଧ୍ୟୟନ ପତ୍ରିକା ଦୈନିକ ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ ବୁଝିବାକୁ, ପାଳନ କରିବାକୁ ଓ ଅନ୍ୟମାନଙ୍କୁ ଭାଗୀଦାର କରାଇବାରେ ଅଧିକ ସାହାଯ୍ୟ କରିବ । ଏସ୍.ଓ.ଏ.ପି.ଏସ୍‍:

  • ଶାସ୍ତ୍ର : ଗୋଟିଏ ବା ଏକାଧିକ ପଦ ଲେଖନ୍ତୁ ଯାହାକି ଆଜି ଆପଣଙ୍କ ନିମନ୍ତେ ଅର୍ଥପୂର୍ଣ୍ଣ ଅଟେ  ।
  • ଲକ୍ଷ୍ୟ : ଅଧିକ ଭଲରୂପେ ବୁଝିବା ପାଇଁ ସେହି ପଦଗୁଡ଼ିକ କିମ୍ବା ମୂଳ ବିଷୟଗୁଡ଼ିକ ଆପଣଙ୍କ ନିଜ ଭାଷାରେ ପୁନର୍ବାର ଲେଖନ୍ତୁ  ।
  • ପ୍ରୟୋଗ : ଆପଣଙ୍କ ନିଜ ଜୀବନରେ ଏହି ଆଜ୍ଞାଗୁଡ଼ିକର ଅର୍ଥ କ’ଣ ସେ ବିଷୟରେ ଚିନ୍ତା କରନ୍ତୁ  ।
  • ପ୍ରାର୍ଥନା : ଆପଣ ଯାହା ଶିକ୍ଷା କରିଛନ୍ତି ଓ ଆଜ୍ଞାବହ ହେବାକୁ ଆପଣ ଯେଉଁ ଯୋଜନା କରନ୍ତି ସେ ବିଷୟରେ ଈଶ୍ୱରଙ୍କୁ କହି ଏକ ପ୍ରାର୍ଥନା ଲେଖନ୍ତୁ  ।
  • ଅଂଶୀ କରିବା : ଆପଣ ଯାହା ଶିକ୍ଷା କରିଛନ୍ତି / ପ୍ରୟୋଗ କରିଛନ୍ତି କାହାକୁ ସେ ବିଷୟରେ କହିବେ ବୋଲି ଈଶ୍ୱର ଇଚ୍ଛା କରନ୍ତି ତାହାଙ୍କୁ ସେ ବିଷୟରେ ପଚାରନ୍ତୁ  ।

ଗୋଟିଏ ପ୍ରଭାବପୂର୍ଣ୍ଣ ବାଇବଲ ଅଧ୍ୟୟନ କରି ଶିଖିବାକୁ ଏବଂ ମନେ ରଖିବାକୁ ଏହା ଗୋଟିଏ ସରଳ ଉପାୟ ଅଟେ ଯାହାକୁ ଯେକୌଣସି ଯୀଶୁଙ୍କ ଅନୁଗମନକାରୀ ବ୍ୟବହାର କରି ପାରିବେ ।

ନିମ୍ନରେ ଏସ୍.ଓ.ଏ.ପି କାର୍ଯ୍ୟ କରିବାର ଏକ ଉଦାହରଣ ଅଛି :

ଏସ୍ - “ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ  ।  କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ, ସେପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ ।” ଯିଶାଇୟ ୫୫:୮-୯

- ମନୁଷ୍ୟ ଭାବରେ, ମୁଁ ଜ୍ଞାନ ସୀମିତ ଓ କିପରି କରିବାକୁ ହେବ ସେ ବିଷୟରେ ମଧ୍ୟ ସୀମିତ ବିଷୟ ଜାଣିଛି  ।  ଈଶ୍ୱର କୌଣସିମତେ ସୀମିତ ନୁହଁନ୍ତି  ।  ସେ ପ୍ରତ୍ୟେକ ବିଷୟ ଦେଖନ୍ତି ଓ ଜାଣନ୍ତି  ।  ସେ ଯେକୌଣସି ବିଷୟ କରିପାରିବେ  ।

- ଈଶ୍ୱର ପ୍ରତ୍ୟେକ ବିଷୟ ଜାଣିଥିବାରୁ ପୁଣି ତାହାଙ୍କ ମାଗସକଳ ସର୍ବୋତ୍ତମ ହୋଇଥିବାରୁ, ବିଷୟଗୁଡ଼ିକ ମୋର ନିଜ ଉପାୟରେ କରିବାରେ ଆସ୍ଥା ସ୍ଥାପନ କରିବା ଅପେକ୍ଷା ମୁଁ ଯଦି ତାହାଙ୍କୁ ଅନୁସରଣ କରିବି ତେବେ ମୁଁ ଅଧିକ ସଫଳ ହୋଇପାରିବି  ।

ପି - ପ୍ରଭୁ, ତୁମର ସନ୍ତୋଷଜନକ ଓ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପରି ଏକ ଉତ୍ତମ ଜୀବନଯାପନ କିପରି କରିପାରିବି ମୁଁ ତାହା ଜାଣେ ନାହିଁ  ।  ମୋର ଉପାୟଗୁଡ଼ିକ ଭୁଲ୍ ଆଡ଼କୁ କଢ଼ାଇ ନେଇଥାଏ  ।  ମୋର ଚିନ୍ତାଧାରା ଆଘାତ ଦେବାକୁ କଢ଼ାଇ ନେଇଥାଏ  ।  ବରଂ ଦୟାକରି ମୋତେ ତୁମର ଉପାୟଗୁଡ଼ିକ ଓ ଚିନ୍ତାଧାରା ଶିଖାଅ  ।  ମୁଁ ତୁମର ଅନୁସରଣ କଲା ବେଳେ ତୁମର ପବିତ୍ର ଆତ୍ମା ମୋତେ ପରିଚାଳନା କରନ୍ତୁ  ।

ଏସ୍ - ମୁଁ ଏହି ପଦଗୁଡ଼ିକ ଓ ଏହି ପ୍ରୟୋଗ ମୋର ସାଙ୍ଗ, ଷ୍ଟିଭ୍ଙ୍କୁ କହିବି, ଯେ କି ଏକ କଷ୍ଟକର ସମୟରେ ଗତି କରୁଛନ୍ତି ଓ ସେ  ହେଉଥିବା ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନିମନ୍ତେ ଦିଗଦର୍ଶନ ଆବଶ୍ୟକ କରନ୍ତି ।

ନିଜକୁ ପଚାରନ୍ତୁ

  • ମୋର ବାଇବଲ ଅଧ୍ୟୟନ ସମୟରେ ଯାହା ମୁଁ ଈଶ୍ୱରଙ୍କଠାରୁ ଶୁଣେ ତାହା ଅନ୍ୟମାନଙ୍କୁ ପ୍ରଦାନ କରିବା ମୋ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଅଟେ ?
    • ମୋର ପରିସର ମଧ୍ୟରେ ରହିଥିବା ଲୋକମାନେ କିଏ ଅଟନ୍ତି ଯେଉଁମାନଙ୍କୁ ମୁଁ ଏହି ଉପକରଣଟିକୁ ବର୍ତ୍ତମାନ ହିଁ ଭାଗୀଦାର କରି ପାରିବି?

ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ

ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।

ମାଗଣାରେ ପଞ୍ଜିକରଣ କରନ୍ତୁ