concept

ସବୁବେଳେ ଦୁଇଟି ମଣ୍ଡଳୀର ଅଂଶ

ଏହି ପୃଷ୍ଠାକୁ ଭାଗ କରନ୍ତୁ

ଯୀଶୁ ତାଙ୍କ ଅନୁଗାମୀମାନଙ୍କୁ ଶିକ୍ଷା ଦେଇଥିଲେ ଯେ ସେମାନେ କ୍ରମାଗତ ଭାବେ ନୂତନ ଆତ୍ମିକ ପରିବାର ଆରମ୍ଭ କରିବା ଉଚିତ, ଯୀଶୁଙ୍କ ଭଳି ବୃଦ୍ଧି ପାଇବାକୁ, ଏବଂ ମଧ୍ୟ, ସେମାନଙ୍କୁ କିପରି ନୂତନ ଆତ୍ମିକ ପରିବାର ଆରମ୍ଭ କରିବାକୁ ଶିଖିବା ନିମନ୍ତେ ସାହାଯ୍ୟ କରିବା ଉଚିତ । ତା'ହେଲେ ଏହି ଦୁଇଟି ବିଷୟ କିପରି ଏକତ୍ର ହେବେ - ଆମେ କିପରି ଗୋଟିଏ ମଣ୍ଡଳୀର ଅଂଶ ଏବଂ ନୂତନ ମଣ୍ଡଳୀ ଆରମ୍ବ କରିବା ପ୍ରକ୍ରିୟାରେ ସାମିଲ ହୋଇ ପାରିବା - ସବୁ ଏକା ସମୟରେ ।

ଈଶ୍ୱରଙ୍କ ବାକ୍ୟରେ, ଆମେ ଶିଖୁ ଯେ  ଆମକୁ ଏକ ଆତ୍ମିକ ପରିବାର ଭାବରେ ବଞ୍ଚିବାକୁ ଆମ୍ଭମାନଙ୍କ ପାଇଁ ତାହାଙ୍କ ଉପଯୁକ୍ତ ଯୋଜନା ଅଟେ । ବାଇବଲ ଏହି ପରିବାରକୁ ମଣ୍ଡଳୀ ଭାବରେ ତିନିଟି ରୁପରେ ପ୍ରକାଶ କରେ :

  • ସାର୍ବଜନୀନ ମଣ୍ଡଳୀ -- ସମସ୍ତ ବିଶ୍ୱାସୀମାନଙ୍କ ସମାବେଶ ଯେଉଁମାନେ ଯୀଶୁଙ୍କ ଅନୁଗାମୀ ଥିଲେ, ଅଛନ୍ତି ଏବଂ ଆଗାମୀ ସମୟରେ ରହିବେ ।
  • ସହରାଞ୍ଚଳ ବା ଆଞ୍ଚଳିକ ମଣ୍ଡଳୀ -- ଗୋଟିଏ ସହରରେ କିମ୍ବା ଗୋଟିଏ ଦେଶର ଏକ ଅଂଶର ସମସ୍ତ ବିଶ୍ୱାସୀମାନଙ୍କ ସମାବେଶ ।
  • ସାଧାରଣ ମଣ୍ଡଳୀ -- ବିଶ୍ୱାସୀମାନଙ୍କର ସମାବେଶ ଯେଉଁମାନେ ଗୋଟିଏ କୋଠା କିମ୍ବା ଗୃହରେ ଛୋଟ ଦଳ ହୋଇ ଏକତ୍ର ହୁଅନ୍ତି ।

ଚାରିଟି ପରିବାରର ଗୋଟିଏ ସାଧାରଣ ମଣ୍ଡଳୀ କଳ୍ପନା କରନ୍ତୁ । ଏଇ ମୂଳ ମଣ୍ଡଳୀ ସିଏ ଅଟେ ଯେଉଁମାନଙ୍କ ସହିତ ସେଇ ପରିବାର ଜୀବନ ବିତାନ୍ତି - ଭାଇ ଏବଂ ଭଉଣାମାନେ ଯେଉଁମାନେ ପ୍ରେମ ଏବଂ ଉତ୍ତମ କାର୍ଯ୍ୟରେ ସେମାନଙ୍କୁ ଉତ୍ସାହିତ କରନ୍ତି । ବର୍ତ୍ତମାନ ଚାରିଟି ଦମ୍ପତି ପ୍ରତ୍ୟେକେ ଗୋଟିଏ କରି ଆତ୍ମିକ ପରିବାର ଆରମ୍ଭ କରିବା କଳ୍ପନା କରନ୍ତୁ । ସେମାନେ ନିଜର ଛୋଟ ପରିବାର ଦଳରେ ଅଂଶ ଗ୍ରହଣ କରିବା ସଦୃଶ ଏଠାରେ କରୁ ନାହାଁନ୍ତି, କିନ୍ତୁ ଗୋଟିଏ ଆତ୍ମିକ ପରିବାର ଆରମ୍ଭ କରିବାରେ ଏବଂ ବୃଦ୍ଧି ପାଇବାରେ  ନମୁନା ଏବଂ ସହାୟତା କରିବାରେ ସାହାଯ୍ୟ କରୁଛନ୍ତି । ଗୋଟିଏ ସାଧାରଣ ମଣ୍ଡଳୀରୁ ଚାରିଟି ନୂତନ ମଣ୍ଡଳୀ ଏକସଙ୍ଗେ ଆରମ୍ଭ ହୁଏ ।

ଏହା ଈଶ୍ୱର କିପରି ତାହାଙ୍କ ପରିବାରକୁ ଦ୍ରୁତ ଗତିରେ ବୃଦ୍ଧି କରନ୍ତି ତାହାର ଗୋଟିଏ ଉଦାହରଣ ଅଟେ । ଏପରି ଭାବେ ମଣ୍ଡଳୀ ଏହାର ବେଗ ବୃଦ୍ଧି କରିପାରେ ।

ତା'ହେଲେ ଏ ସମସ୍ତ ମଣ୍ଡଳୀ ଗୁଡ଼ିକର କ'ଣ ହୁଏ ଯେପରି ସେମାନେ ବୃଦ୍ଧି ପାଆନ୍ତି ଏବଂ  ନୂତନ ମଣ୍ଡଳୀ ଆରମ୍ଭ କରନ୍ତି ତାହା ନୂତନ ମଣ୍ଡଳୀ ଆରମ୍ଭ କରେ ତାହା ନୂତନ ମଣ୍ଡଳୀ ଆରମ୍ଭ କରେ? ସେମାନେ କିପରି ସଂଯୁକ୍ତ ହୋଇ ରହନ୍ତି? ସେମାନେ ଗୋଟିଏ ବିସ୍ତାରିତ ଆତ୍ମିକ ପରିବାର ଭାବେ କିପରି ବଞ୍ଚନ୍ତି? ଉତ୍ତର ଏହା ଯେ ସମସ୍ତ ସାଧାରଣ ମଣ୍ଡଳୀ ଗୁଡ଼ିକ ଠିକ୍ ଗୋଟିଏ ବୃଦ୍ଧି ପାଉଥିବା ଶରୀରର କୋଷ ମାନଙ୍କ ଭଳି ଏବଂ ସେମାନେ ଏକତ୍ର ଜଡ଼ିତ ରହନ୍ତି ଏବଂ ସଂଯୁକ୍ତ ହୋଇ ସହର କିମ୍ବା ଆଞ୍ଚଳିକ ମଣ୍ଡଳୀରେ ପରିଣତ ହୁଅନ୍ତି । ମଣ୍ଡଳୀ ଗୁଡ଼ିକ ପରସ୍ପର ସମ୍ପର୍କୀୟ ଅଟନ୍ତି । ସେମାନେ ସମାନ ଆତ୍ମିକ ଡିଏନ୍‌ଏ ଅଂଶୀଦାର କରନ୍ତି । ସେମାନେ ସମାନ ସମସ୍ତେ ପ୍ରଥମ ସଂଖ୍ୟାବୃଦ୍ଧିକାରୀ ପରିବାର ସହିତ ସଂଯୁକ୍ତ ଅଟନ୍ତି । ଏବଂ ବର୍ତ୍ତମାନ -- କିଛି ମାର୍ଗଦର୍ଶନ ସହିତ - ସେମାନେ ଗୋଟିଏ ବିଶାଳ ଶରୀର ରୁପେ ଏପରିକି ଆହୁରି ଅଧିକ ଭାବେ ଏକତ୍ର ହୁଅନ୍ତି ।

ନିଜକୁ ପଚାରନ୍ତୁ

  • ଏକ ଉପଯୁକ୍ତ ଆତ୍ମିକ ପରିବାର ଜାରି ରଖିବାରେ କେତେକ ଲାଭ କ'ଣ ରହିଅଛି ଯାହା  କ୍ରମାଗତ ଭାବେ ବୃଦ୍ଧି ପାଇବା ଏବଂ ବିଭାଜିତ ହେବା ପରିବର୍ତ୍ତେ ନୂତନ ପରିବାରକୁ ଜନ୍ମ ଦେଇଥାଏ ଏବଂ ବୃଦ୍ଧିପାଏ ଏବଂ ସଂଖ୍ୟାରେ ବୃଦ୍ଧିପାଏ?

ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ

ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।

ମାଗଣାରେ ପଞ୍ଜିକରଣ କରନ୍ତୁ