tool

ପ୍ରାର୍ଥନାରେ ଚାଲିବା ଏବଂ ଏହା କିପରି କରାଯାଏ

ଏହି ପୃଷ୍ଠାକୁ ଭାଗ କରନ୍ତୁ

ପ୍ରାର୍ଥନାରେ ଚାଲିବା ଠିକ୍ ଏହିପରି ଯେପରି ଏହା ଶୁଣାଯାଏ - ଚାଲୁଥିବା ସମୟରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା । ଆମ୍ଭମାନଙ୍କର ଚକ୍ଷୁ ବନ୍ଦ କରିବା ଏବଂ ମୁଣ୍ଡ ନୁଆଇବା ପରିବର୍ତ୍ତେ, ମ୍ଭେମାନେ ଆମେ ଦେଖୁଥିବା ଆବଶ୍ୟକତା ନିମନ୍ତେ ବିନମ୍ରତାର ସହିତ ଈଶ୍ୱରଙ୍କୁ ହସ୍ତକ୍ଷେପ କରିବାକୁ ମାଗିବା ପାଇଁ ଚକ୍ଷୁ ଖୋଲା ରଖିଥାଉ ଏବଂ ଆମ ହୃଦୟକୁ ନୁଆଁଇଥାଉ । ଆପଣ ଦୁଇ କିମ୍ବା ତିନିଟି ଦଳରେ ବିଭକ୍ତ ହୋଇ ପ୍ରାର୍ଥନାରେ ଚାଲି ପାରିବେ କିମ୍ବା ଆପଣ ନିଜେ ପ୍ରାର୍ଥନାରେ ଚାଲି ପାରିବେ ।

ଆପଣ ପ୍ରାର୍ଥନାରେ ଚାଲୁଥିବା ବେଳେ, ରାସ୍ତାରେ ଆପଣ ସାକ୍ଷାତ କରୁଥିବା ବ୍ୟକ୍ତିମାନଙ୍କୁ କିମ୍ବା ଦଳ ନିମନ୍ତେ ପ୍ରାର୍ଥନା କରିବାକୁ ଈଶ୍ୱରଙ୍କ ଆତ୍ମା ଦ୍ୱାରା ଚାଳନା ପାଇବା ଏବଂ ସୁଯୋଗ ନିମନ୍ତେ ସଜାଗ ରୁହନ୍ତୁ । ଈଶ୍ୱରଙ୍କ ବାକ୍ୟ କହେ ଯେ ଆମ୍ଭେମାନେ ଯେପରି ଧାର୍ମିକତା ଏବଂ ପବିତ୍ରତାରେ ଶାନ୍ତିପୂର୍ଣ୍ଣ ଏବଂ ଶାନ୍ତ ଜୀବନ ଯାପନ କରିବା ନିମନ୍ତେ -- ଆମ୍ଭେମାନେ ସମସ୍ତ ଲୋକ, ଶାସକ ଏବଂ ସମସ୍ତ ଉତ୍ତରାଧିକାରୀମାନଙ୍କ ନିମନ୍ତେ "ନିବେଦନ, ପ୍ରାର୍ଥନା, ମଧ୍ୟସ୍ଥତା କରିବା ଏବଂ ଧନ୍ୟବାଦ ଦେବା ଆବଶ୍ୟକ ଅଟେ ।

ଏହା ଉତ୍ତମ ଅଟେ, ଏବଂ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ, ଯିଏ ଚାହାଁନ୍ତି ଯେ ସମସ୍ତ ଲୋକ ଯେପରି ଉଦ୍ଧାରପ୍ରାପ୍ତ ହୁଅନ୍ତି ଏବଂ ସତ୍ୟର ଜ୍ଞାନ ପାଆନ୍ତି ।" ଅନ୍ୟମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ପାଇଁ ଈଶ୍ୱରଙ୍କ ଯେଉଁ ଆଜ୍ଞା ରହିଅଛି ତାହା ପାଳନ କରିବା ନିମନ୍ତେ ପ୍ରାର୍ଥନାରେ ଚାଲିବା ଗୋଟିଏ ସରଳ ଉପାୟ ଅଟେ । ପ୍ରାର୍ଥନାରେ ଚାଲିବା ଠିକ୍ ଏହିପରି ଯେପରି ଏହା ଶୁଣାଯାଏ - ଚାଲୁଥିବା ସମୟରେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ।

ଚାରିଟି ଉତ୍ସ ଯାହା ଆପଣଙ୍କ ପ୍ରାର୍ଥନାକୁ ଆଗେଇ ନେଇଥାଏ :

  1. ପର୍ଯ୍ୟବେକ୍ଷଣ -  ଆପଣ କ'ଣ ଦେଖୁଛନ୍ତି ? ଯଦି ଆପଣ ଅଗଣାରେ ଗୋଟିଏ ପିଲାମାନଙ୍କ ଖେଳନା ଦେଖୁଛନ୍ତି, ହୋଇପାରେ ଆପଣଙ୍କୁ ପୋଡ଼ୋଶୀଙ୍କ ପିଲାମାନଙ୍କ ପାଇଁ, ପରିବାରମାନଙ୍କ ପାଇଁ କିମ୍ବା ଉକ୍ତ ଅଞ୍ଚଳର ସ୍କୁଲମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଚାଳନା ଆସିପାରେ ।
  2. ଅନୁସନ୍ଧାନ - ଆପଣ କ'ଣ ଜାଣନ୍ତି ? ଯଦି ଆପଣ ପୋଡ଼ୋଶୀମାନଙ୍କ ବିଷୟରେ ବୁଝନ୍ତି, ହୋଇପାରେ ଆପଣ ସେଠାରେ ବସବାସ କରୁଥିବା ଲୋକମାନଙ୍କ ବିଷୟରେ କିଛି ଧାରଣା ପାଇପାରନ୍ତି, କିମ୍ବା ଯଦି ଉକ୍ତ ଅଞ୍ଚଳ ଅପରାଧ ବା ଅନ୍ୟାୟରେ ପିଡ଼ୀତ । ଏହିସବୁ ବିଷୟରେ ଈଶ୍ୱରଙ୍କୁ ହସ୍ତକ୍ଷେପ କରିବା ନିମନ୍ତେ ପ୍ରାର୍ଥନା କରି ମାଗନ୍ତୁ ।
  3. ପ୍ରକାଶନ - ପବିତ୍ରଆତ୍ମା ଆପଣଙ୍କ ହୃଦୟରେ ଆପଣଙ୍କୁ ସୂଚନା ପ୍ରଦାନ କରିପାରନ୍ତି କିମ୍ବା ଗୋଟିଏ ନିର୍ଦ୍ଧିଷ୍ଟ ଆବଶ୍ୟକତା କିମ୍ବା କିଛି ବିଷୟ ନିମନ୍ତେ ପ୍ରାର୍ଥନା କରିବାକୁ ମନଯୋଗ କରିବା ପାଇଁ ଆପଣଙ୍କ ମନରେ ଏକ ଧାରଣା ଜନ୍ମାଇ ପାରନ୍ତି । ତାହା ଶୁଣନ୍ତୁ ଏବଂ ପ୍ରାର୍ଥନା କରନ୍ତୁ ।
  4. ଧର୍ମଶାସ୍ତ୍ର - ଆପଣ ପ୍ରାର୍ଥନାରେ ଚାଲିବା ନିମନ୍ତେ ଆପଣ ଈଶ୍ୱରଙ୍କ ବାକ୍ୟରୁ କିଛି ଅଂଶ ପଢ଼ିଥାଇ ପାରନ୍ତି, କିମ୍ବା ଚାଲୁଥିବା ସମୟରେ ପବିତ୍ର ଆତ୍ମା ଧର୍ମଶାସ୍ତ୍ରର କିଛି ଅଂଶ ଆପଣଙ୍କ ମନରେ ଆଣିପାରନ୍ତି । ସେହି ଶାସ୍ତ୍ରାଂଶ ନିମନ୍ତେ ଏବଂ ତାହା ଯେପରି ଉକ୍ତ ଅଞ୍ଚଳର ଲୋକମାନଙ୍କୁ ପ୍ରଭାବ ପକାଇପାରେ ସେଥିପାଇଁ ପ୍ରାର୍ଥନା କରନ୍ତୁ ।

ପ୍ରାର୍ଥନା କେନ୍ଦ୍ରିଭୂତ କରିବା ନିମନ୍ତେ ପାଞ୍ଚଟି ପ୍ରଭାବକାରୀ କ୍ଷେତ୍ର

  1. ସରକାର - ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଯେପରି କି ବିଚାରାଳୟ, ଆୟୋଗ ଗୃହ ବା ଆଇନ ପ୍ରବର୍ତ୍ତନକାରୀ କାର୍ଯ୍ୟାଳୟ ପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ପ୍ରାର୍ଥନା କରନ୍ତୁ । ସେହି ଅଞ୍ଚଳର ସୁରକ୍ଷା, ନ୍ୟାୟ ଏବଂ ଏହାର କର୍ତ୍ତୃପକ୍ଷଙ୍କୁ ଈଶ୍ୱରୀୟ ଜ୍ଞାନ ନିମନ୍ତେ ପ୍ରାର୍ଥନା କରନ୍ତୁ ।
  2. ବ୍ୟବସାୟ ଏବଂ ବାଣିଜ୍ୟ - ବାଣିଜ୍ୟ କେନ୍ଦ୍ର ଗୁଡ଼ିକ ଯେପରି କି ଆର୍ଥିକ ଜୋନ୍ ବା ସପିଂ ଅଞ୍ଚଳ ପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ପ୍ରାର୍ଥନା କରନ୍ତୁ । ସାଧୁତାର ସହିତ ବିନିଯୋଗ ଏବଂ ସମ୍ବଳ ଗୁଡ଼ିକର ଉତ୍ତମ ପରିଚାଳନା ପାଇଁ ପ୍ରାର୍ଥନା କରନ୍ତୁ । ଅର୍ଥନୈତିକ ନ୍ୟାୟ ଓ ସୁଯୋଗ ନିମନ୍ତେ ଏବଂ ଉଦାର ଏବଂ ଈଶ୍ୱରୀୟ ଦାତ୍ତାମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଯେଉଁମାନେ ଲୋକମାନଙ୍କୁ ଲାଭ ଆଗରେ ରଖନ୍ତି ।
  3. ଶିକ୍ଷା - ଶିକ୍ଷାନୁଷ୍ଠାନ ଗୁଡ଼ିକ ଯେପରି କି ବିଦ୍ୟାଳୟ ଏବଂ ପ୍ରଶାସନିକ ଭବନ, ବୃତ୍ତିଗତ ତାଲିମ କେନ୍ଦ୍ର, ଗୋଷ୍ଠି ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ପ୍ରାର୍ଥନା କରନ୍ତୁ । ଈଶ୍ୱରଙ୍କ ସତ୍ୟତା ଶିକ୍ଷା ଦେବା ନିମନ୍ତେ ଏବଂ ସେମାନଙ୍କ ଛାତ୍ରମାନଙ୍କ ମନର ସୁରକ୍ଷା କରିବା ନିମନ୍ତେ ବିଧିସମ୍ମତ୍ତ ଶିକ୍ଷାବିତ୍ତ୍‌ମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ପ୍ରତ୍ୟେକ ମିଥ୍ୟା ବା ଦ୍ୱନ୍ଦକୁ ପ୍ରୋତ୍ସାହିତ କରିବା ପ୍ରୟାସରେ ଈଶ୍ୱରଙ୍କୁ ହସ୍ତକ୍ଷେପ କରିବାକୁ ପ୍ରାର୍ଥନା କରନ୍ତୁ । ପ୍ରାର୍ଥନା କରନ୍ତୁ ଯେ ଏହି ସ୍ଥାନରୁ ଯେଉଁମାନଙ୍କର ସେବା କରିବା ଏବଂ ନେତୃତ୍ୱ ନେବା ପାଇଁ ପାଇଁ ଗୋଟିଏ ହୃଦୟ ଥିବା ବିଜ୍ଞ ନାଗରୀକ ମାନଙ୍କୁ ଗଠନ କରିବେ ।
  4. ଯୋଗାଯୋଗ - ଯୋଗାଯୋଗ କେନ୍ଦ୍ର ଗୁଡ଼ିକ ଯେପରି କି ବେତାର କେନ୍ଦ୍ର, ଟିଭି ପ୍ରସାରଣ କେନ୍ଦ୍ର ଏବଂ ସମ୍ବାଦ ପ୍ରକାଶନ ସଂସ୍ଥା ପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ପ୍ରାର୍ଥନା କରନ୍ତୁ । ଈଶ୍ୱରଙ୍କ ବିଷୟରେ ଏବଂ ତାହାଙ୍କ ଅନୁଗାମୀମାନଙ୍କ ସାକ୍ଷ୍ୟ ସହର ମଧ୍ୟରେ ଏବଂ ସାରା ପୃଥିବୀରେ ପ୍ରସାରିତ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ । ପ୍ରାର୍ଥନା କରନ୍ତୁ ଯେ ତାହାଙ୍କ ବାକ୍ୟ ତାଙ୍କ ମାଧ୍ୟମ ଦେଇ ତାଙ୍କ ଜନସମୂହ ନିକଟରେ ପ୍ରଚାରିତ ହେବ ଏବଂ ଈଶ୍ୱରଙ୍କ ଲୋକମାନେ ପ୍ରତ୍ୟେକ ସ୍ଥାନରେ ଈଶ୍ୱରଙ୍କ କାର୍ଯ୍ୟ ଦେଖିବେ ।
  5. ଆଧ୍ୟାତ୍ମିକତା - ଆଧ୍ୟାତ୍ମିକ କେନ୍ଦ୍ର ଗୁଡ଼ିକ ଯେପରି କି ଗୀର୍ଜାଗୃହ, ମସ୍‌ଜିଦ୍‌, ବା ଦେଉଳମାନଙ୍କ  ପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ପ୍ରାର୍ଥନା କରନ୍ତୁ । ପ୍ରାର୍ଥନା କରନ୍ତୁ ଯେପରି ପ୍ରତ୍ୟେକ ଆଧ୍ୟାତ୍ମିକ ସନ୍ଧାନୀ ଯୀଶୁଙ୍କ ନିକଟରେ ଶାନ୍ତି ପ୍ରାପ୍ତ ହେବେ ଏବଂ କୌଣସି ମିଥ୍ୟା ଧର୍ମ ଦ୍ୱାରା ଭ୍ରାନ୍ତ କିମ୍ବା ଦ୍ୱନ୍ଦରେ ନ ପଡ଼ନ୍ତି ।

 

ନିଜକୁ ପଚାରନ୍ତୁ

  • ଆପଣଙ୍କ ଦୈନନ୍ଦିନ ଜୀବନରେ ଏପରି କେଉଁ ସାଧାରଣ ସ୍ଥାନ ଅଛି ଯେଉଁଠାରେ କି ଆପଣ ସ୍ୱାଭାବିକ ଭାବେ ପ୍ରାର୍ଥନାରେ ଚାଲି ପାରିବେ?
    • ଆପଣଙ୍କ ଆଖପାଖରେ ରହିଥିବା କେଉଁ ସ୍ଥାନରେ ଆପଣ ପ୍ରାର୍ଥନାରେ ଚାଲି ପାରିବେ ଯାହା "ଅନ୍ଧକାର" ମଧ୍ୟରେ ରହିଅଛି ଏବଂ ଆପଣଙ୍କ ପ୍ରାର୍ଥନା ଦ୍ୱାରା ଲାଭବାନ ହୋଇ ପାରିବ?

ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ

ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।

ମାଗଣାରେ ପଞ୍ଜିକରଣ କରନ୍ତୁ