ନେତୃତ୍ୱ ପ୍ରକୋଷ୍ଠ
ନେତୃତ୍ୱ ପ୍ରକୋଷ୍ଠ ଗୁଡ଼ିକ ବିଶ୍ୱାସୀମାନଙ୍କୁ କମ୍ ସମୟ ମଧ୍ୟରେ ବହୁଗୁଣିତ କରିବା ଶୈଳୀ ଶିଖିବାରେ ସଜ୍ଜିତ କରିଥାଏ ଯାହା ସାରାଜୀବନ ରହିଥାଏ । ଯାଯାବର, ଛାତ୍ର, ସାମରୀକ କର୍ମଚାରୀ, ଋତୁକାଳୀନ କର୍ମଚାରୀ ଯେଉଁମାନେ ଆଗରୁ ଯୀଶୁଙ୍କ ଅନୁଗମନ କରୁଛନ୍ତି ନେତୃତ୍ୱ ପ୍ରକୋଷ୍ଠରେ ଉତ୍ତମ କାର୍ଯ୍ୟ କରନ୍ତି । ସେମାନଙ୍କ ସଂସ୍କୃତି, ସେମାନଙ୍କ ପେଶା କିମ୍ବା ସେମାନଙ୍କ ବୟସ ହେତୁ - ଗୋଟିଏ ଚାଲୁ ରହିଥିବା ଦଳ ଗଠନ କରିବାକୁ ସେମାନଙ୍କୁ କଷ୍ଟ ହୋଇପାରେ, କିନ୍ତୁ ସେମାନେ ଯାତ୍ରା କରୁଥିବା ପ୍ରତ୍ୟେକ ସ୍ଥାନରେ ଦଳ ଗୁଡ଼ିକ ଆରମ୍ଭ କରିବାକୁ ସେମାନଙ୍କୁ ସେମାନଙ୍କୁ ପକ୍କା ଭାବେ ପ୍ରଶିକ୍ଷିତ କରାଯାଇ ପାରେ । ଏହି ବିଶେଷ ଉଦ୍ଦେଶ୍ୟ ଥିବା ଦଳ ଗୁଡ଼ିକ ଶିକ୍ଷାର୍ଥୀ ମାନଙ୍କୁ ନେତା ହେବାକୁ ସାହାଯ୍ୟ କରନ୍ତି ଯେଉଁମାନେ ଈଶ୍ୱରଙ୍କ ପରିବାର ବୃଦ୍ଧି କରିବାକୁ ପରେ ନୂତନ ଦଳ ଗଠନ କରିବେ, ନୂତନ ମଣ୍ଡଳୀ ମାନଙ୍କୁ ପ୍ରଶିକ୍ଷଣ ଦେବେ ଏବଂ ଅଧିକ ନେତୃତ୍ୱ ପ୍ରକୋଷ୍ଠ ଆରମ୍ଭ କରିବେ ।
ଯେତେବେଳେ ଲୋକ ମାନଙ୍କର ଗୋଟିଏ ଦଳ ଏକ ସମୟରେ ବିଶ୍ୱାସକୁ ଆସନ୍ତି ନେତୃତ୍ୱ ପ୍ରକୋଷ୍ଠ ମଧ୍ୟ ଉତ୍ତମ କାମ କରିଥାଏ । ଗୋଟିଏ ପରିବାର, ବନ୍ଧୁମାନଙ୍କର ଗୋଟିଏ ଦଳ ଏପରିକି ଗୋଟିଏ ଛୋଟ ଗ୍ରାମକୁ କମ୍ ସମୟ ମଧ୍ୟରେ ସାରା ଜୀବନ ପାଇଁ ଗଠନକାରୀ ହେବା ନିମନ୍ତେ ପ୍ରଶିକ୍ଷଣ ଦିଆଯାଇ ପାରିବ - ଏପରିକି ବ୍ୟକ୍ତିଗତ ଅନୁସରଣ କିମ୍ବା ଆତ୍ମିକ ଶିକ୍ଷାପ୍ରଦାନ ବିନା ।
ନେତୃତ୍ୱ ପ୍ରକୋଷ୍ଠ ସାକ୍ଷାତକାର ଢାଞ୍ଚା (୩/୩ ଶୈଳୀ )
ପଛକୁ ଦେଖନ୍ତୁ (ଆପଣଙ୍କ ୧/୩ ସମୟ)
ଯତ୍ନ
ପ୍ରତି ଜଣକ ସେମାନେ ଯାହା ପାଇଁ କୃତଜ୍ଞ ଅଟନ୍ତି ତାହା ଅନ୍ୟମାନଙ୍କୁ ପ୍ରକାଶ କରନ୍ତୁ । ତା'ପରେ ପ୍ରତିଜଣ ଯେଉଁ ବିଷୟରେ ସଂଘର୍ଷ କରୁଛନ୍ତି ତାହା ଅନ୍ୟମାନଙ୍କୁ ପ୍ରକାଶ କରିବା ଉଚିତ । ସେମାନେ ପ୍ରକାଶ କରିଥିବା ବିଷୟ ନିମନ୍ତେ ସେମାନଙ୍କ ଡାହଣରେ ଥିବା ବ୍ୟକ୍ତି ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ଯଦି କେହି କୌଣସି ବିଷୟରେ ସଂଘର୍ଷ କରୁଥାଏ ଯାହା ଅଧିକ ଧ୍ୟାନ ଆବଶ୍ୟକ କରେ, ସେ ବ୍ୟକ୍ତିଙ୍କ ପାଇଁ ଯତ୍ନ ନେବାରେ ଲାଗି ରୁହନ୍ତୁ ।
ଦର୍ଶନ (କଦାପି ଛାଡ଼ନ୍ତୁ ନାହିଁ)
ଏକତ୍ର ଗୀତ ଗାନ କରନ୍ତୁ ଏବଂ ଗୀତ ଗୁଡ଼ିକକୁ ଈଶ୍ୱରଙ୍କୁ ପ୍ରେମ କରିବା, ଅନ୍ୟମାନଙ୍କୁ ପ୍ରେମ କରିବା, ଅନ୍ୟମାନଙ୍କୁ ଯୀଶୁଙ୍କ ସହଭାଗୀ କରାଇବା, ନୁଆ ଦଳ ଆରମ୍ଭ କରିବା ଏବଂ ଅନ୍ୟମାନଙ୍କୁ ଏହା କରିବା ନିମନ୍ତେ ସାହାଯ୍ୟ କରିବା ବିଷୟ ପ୍ରତି ଜଡ଼ିତ କରନ୍ତୁ । ଏହାର ବିକଳ୍ପ ଭାବେ ବାଇବଲର ଅନୁଛେଦ ଗୁଡ଼ିକର ସହଭାଗୀ କରାଇ ପାରିବେ ଯାହା ଉପରୋକ୍ତ ବିଷୟ ସବୁ ପ୍ରକାଶ କରେ ।
ଉପସ୍ଥିତି ପ୍ରଦାନ (କଦାପି ଛାଡ଼ନ୍ତୁ ନାହିଁ)
ପ୍ରତ୍ୟେକ ବ୍ୟକ୍ତି ସେମାନେ ଗତ ସପ୍ତାହରେ ଯାହା ପ୍ରତିବଦ୍ଧତା ଲେଖିଥିଲେ ତାହା କିପରି ସମ୍ପନ୍ନ କରିଥିଲେ ତାହା ଅନ୍ୟମାନଙ୍କୁ ପ୍ରକାଶ କରନ୍ତୁ :
- ଆପଣ ଯାହା ଶିଖିଛନ୍ତି ତାହା କିପରି ପାଳନ କଲେ?
- ଆପଣ ଯାହା ଶିଖିଛନ୍ତି ତାହା କାହାକୁ ପ୍ରଶିକ୍ଷଣ କରିଛନ୍ତି?
- କାହା ସହିତ ଆପଣ ଆପଣଙ୍କ ବିଷୟ କିମ୍ବା ଈଶ୍ୱରଙ୍କ ବିଷୟରେ ସହଭାଗୀ କରାଇ ଅଛନ୍ତି?
ଯଦି ସେମାନେ କିଛି ପ୍ରତିବଦ୍ଧତା ସମ୍ପନ୍ନ କରିବାକୁ ଭୁଲି ଗଲେ କିମ୍ବା ତାହା କରିବାକୁ ସୁଯୋଗ ପାଇ ନାହାଁନ୍ତି, ତା'ହେଲେ ସେଇ ପ୍ରତିବଦ୍ଧ ଗୁଡ଼ିକ ଏଇ ସପ୍ତାହର ପ୍ରତିବଦ୍ଧ ସହିତ ଯୋଗ କରାଯିବା ଉଚିତ । ଯଦି ଜଣେ ଈଶ୍ୱରଙ୍କଠାରୁ ସ୍ପଷ୍ଟ ଭାବେ କିଛି ଶୁଣିଥିବା ବିଷୟକୁ ପାଳନ କରିବାକୁ ପ୍ରତ୍ୟାଖ୍ୟାନ କରେ ଏହାକୁ ମଣ୍ଡଳୀର ଅନୁଶାସନର ପ୍ରସଙ୍ଗ ବୋଲି ଧରିନେବା ଉଚିତ ।
ଦେଖନ୍ତୁ (ଆପଣଙ୍କ ସମୟର୧/୩ ଅଂଶ)
ପ୍ରାର୍ଥନା କରନ୍ତୁ
ଈଶ୍ୱରଙ୍କ ସହିତ ସରଳ ଏବଂ ସଂକ୍ଷିପ୍ତ ଭାବେ କଥା ହୁଅନ୍ତୁ । ଏହି ଶାସ୍ତ୍ରାଂଶକୁ ଶିକ୍ଷା ଦେବା ନିମନ୍ତେ ଈଶ୍ୱରଙ୍କୁ ମାଗନ୍ତୁ ।
ପଢ଼ନ୍ତୁ ଏବଂ ଆଲୋଚନା କରନ୍ତୁ
ଏହି ସପ୍ତାହର ଶାସ୍ତ୍ରାଂଶ ପଢ଼ନ୍ତୁ । ନିମ୍ନରେ ଥିବା ପ୍ରଶ୍ନ ଗୁଡ଼ିକ ଆଲୋଚନା କରନ୍ତୁ :
- ଏହି ଶାସ୍ତ୍ରାଂଶରେ କ'ଣ ଭଲ ଲାଗିଲା?
- ଏହି ଶାସ୍ତ୍ରାଂଶରେ କ'ଣ ଆପଣଙ୍କୁ ଆହ୍ୱାନପୂର୍ଣ୍ଣ କିମ୍ବା ବୁଝିବାକୁ କଷ୍ଟସାଧ୍ୟ ଲାଗିଲା?
ପୁଣିଥରେ ଏ ସପ୍ତାହର ଶାସ୍ତ୍ରାଂଶକୁ ପଢ଼ନ୍ତୁ ।
- ଏହି ଶାସ୍ତ୍ରାଂଶରୁ ଆମେ ଲୋକମାନଙ୍କ ବିଷୟରେ କ'ଣ ଶିକ୍ଷା କରି ପାରିବା?
- ଏହି ଶାସ୍ତ୍ରାଂଶରେ ଆମ୍ଭେମାନେ ଈଶ୍ୱରଙ୍କ ବିଷୟରେ କ'ଣ ଶିକ୍ଷା କରି ପାରିବା?
ଆଗକୁ ଦେଖନ୍ତୁ (ଆପଣଙ୍କ ସମୟର୧/୩ ଅଂଶ)
ପାଳନ କରନ୍ତୁ, ପ୍ରଶିକ୍ଷଣ କରନ୍ତୁ, ଅଂଶୀଦାର କରନ୍ତୁ (କଦାପି ଛାଡ଼ନ୍ତୁ ନାହିଁ)
ଅନ୍ତତଃ ପାଞ୍ଚ ମିନିଟ୍ ନୀରବ ପ୍ରାର୍ଥନା କରନ୍ତୁ । ଦଳର ସମସ୍ତେ ପବିତ୍ରଆତ୍ମାଙ୍କୁ ଏହି ସବୁ ପ୍ରଶ୍ନର ଉତ୍ତର କିପରି ଦେବେ ସେମାନଙ୍କୁ ଦେଖାଇବାକୁ ପ୍ରାର୍ଥନା କରନ୍ତୁ, ତା'ପରେ ପ୍ରତିବଦ୍ଧତା କରନ୍ତୁ । ସମସ୍ତେ ପ୍ରତିବଦ୍ଧତା ଲେଖିବା ଉଚିତ ଯାହା ସେମାନେ ବିଜ୍ଞତାର ସହିତ ଲୋକମାନଙ୍କ ପାଇଁ ପ୍ରାର୍ଥନା କରି ପାରିବେ ଏବଂ ସେମାନଙ୍କୁ ଉତ୍ତରଦାୟୀ କରିପାରିବେ । ସେମାନେ ପ୍ରତି ସପ୍ତାହରେ ପ୍ରତି ପ୍ରଶ୍ନ ସହିତ ଜଡ଼ିତ କିଛି ବିଷୟ ଶୁଣି ନ ପାରନ୍ତି । ସେମାନେ ଉଲ୍ଲେଖ କରିବା ଉଚିତ ଯଦି ସେମାନେ ଗୋଟିଏ ପ୍ରତିକ୍ରିୟା ଅଂଶୀଦାର କରନ୍ତି ଯାହା ସେମାନେ ନିଶ୍ଚିତ ନୁହଁନ୍ତି ଯେ ସେମାନେ ଈଶ୍ୱରଙ୍କଠାରୁ ଶୁଣଛନ୍ତି, କିନ୍ତୁ ସେମାନେ ଭାବନ୍ତି ଯେ ଏହା ଏକ ଉତ୍ତମ ଧାରଣା ହୋଇପାରେ କାରଣ ଉତ୍ତରଦାୟୀତ୍ୱ ସେ କ୍ଷେତ୍ରରେ ଏକ ଭିନ୍ନ ସ୍ତରରେ ପରିଚାଳନା କରାଯିବ ।
- ମୁଁ କିପରି ଏହି ଶାସ୍ତ୍ରାଂଶକୁ ପ୍ରୟୋଗ କରିପାରିବି ଏବଂ ପାଳନ କରି ପାରିବି?
- କାହାକୁ ମୁଁ ଏହି ଶାସ୍ତ୍ରାଂଶ ବିଷୟରେ ପ୍ରଶିକ୍ଷଣ କରିବି କିମ୍ବା ଅଂଶୀଦାର କରିବି ?
- କାହା ସହିତ ଈଶ୍ୱର ଏ ସପ୍ତାହରେ ମୋତେ ମୋର ବିଷୟକୁ (ସାକ୍ଷ୍ୟ) ଏବଂ/କିମ୍ବା ଈଶ୍ୱରଙ୍କ ବିଷୟରେ ସହଭାଗୀ କରିବାକୁ ଚାହାଁନ୍ତି?
ଅଭ୍ୟାସ କରନ୍ତୁ (କଦାପି ଛାଡ଼ନ୍ତୁ ନାହିଁ)
ଦୁଇ କିମ୍ବା ତିନି ଜଣଙ୍କର ଦଳରେ, ପ୍ରଶ୍ନ ୫, ୬ କିମ୍ବା ୭ରେ ଆପଣ ଯାହା ପ୍ରତିବଦ୍ଧ କରିଛନ୍ତି ଆଭ୍ୟାସ କରନ୍ତୁ । ଉଦାହରଣ ସ୍ୱରୁପ, ଗୋଟିଏ କଠିଣ ବାର୍ତ୍ତାଳାପରେ କିମ୍ବା ପରୀକ୍ଷାର ସମ୍ମୁଖୀନ ହେବା ଭୁମିକା ଗ୍ରହଣ କରନ୍ତୁ ; ଆଜିର ଶାସ୍ତ୍ରାଂଶ ଶିଖାଇବା ଅଭ୍ୟାସ କରନ୍ତୁ କିମ୍ବା ସୁସମାଚାର ଅଂଶୀଦାର କରିବା ଅଭ୍ୟାସ କରନ୍ତୁ ।
ଈଶ୍ୱରଙ୍କ ସହିତ କଥା ହୁଅନ୍ତୁ
ସେଇ ଏକା ଦୁଇ କିମ୍ବା ତିନି ଜଣଙ୍କ ଦଳରେ, ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ବ୍ୟକ୍ତିଗତ ଭାବେ ପ୍ରାର୍ଥନା କରନ୍ତୁ । ଏଇ ସପ୍ତାହରେ ଯେଉଁ ଲୋକମାନେ ଯୀଶୁଙ୍କ ବିଷୟରେ ଶୁଣିବେ ସେମାନଙ୍କ ହୃଦୟକୁ ପ୍ରସ୍ତୁତ କରିବାକୁ ଈଶ୍ୱରଙ୍କୁ ମାଗନ୍ତୁ । ଆପଣ ଦେଇଥିବା ପ୍ରତିବଦ୍ଧତାରେ ଆଜ୍ଞାବହ ହେବା ପାଇଁ ଆପଣଙ୍କୁ ଶକ୍ତି ଏବଂ ଜ୍ଞାନ ଦେବାକୁ ତାହାଙ୍କୁ ପ୍ରାର୍ଥନା କରନ୍ତୁ । ଏହା ହେଉଛି ବୈଠକର ସମାପ୍ତି ।
ସମଗ୍ର ଅଧିବେଶନରେ ଦଳ ମଧ୍ୟରେ ନେତୃତ୍ୱର ପରିବର୍ତ୍ତନ କରନ୍ତୁ ଯେପରିକି ପ୍ରତ୍ୟେକ ଜଣ ନେତୃତ୍ୱ ନେବାକୁ, ପ୍ରାର୍ଥନା କରିବାକୁ କିମ୍ବା ପ୍ରଶ୍ନ ପଚାରିବାକୁ ସୁଯୋଗ ପାଇପାରିବେ । ଯାହା ଠିକ୍ ଚାଲିଛି, ଅଳ୍ପ ଅଭ୍ୟାସ ଦ୍ୱାରା କ'ଣ ଉତ୍ତମ ହୋଇ ପାରିବ ଏବଂ ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ କେଉଁ ପରବର୍ତ୍ତୀ ଉତ୍ତମ ପଦକ୍ଷେପ ଆହୁରି ଅଧିକ ବୃଦ୍ଧି ପାଇବା ନିମନ୍ତେ ଜଣେ ଅନ୍ୟ ଜଣକୁ ଉତ୍ସାହିତ ଏବଂ ପ୍ରଶିକ୍ଷଣ କରନ୍ତୁ ।
ନିଜକୁ ପଚାରନ୍ତୁ
- ଯୀଶୁଙ୍କ ଅନୁଗାମୀମାନଙ୍କ ଗୋଟିଏ ଦଳ ରହିଥିବା ଆପଣ ଜାଣନ୍ତି କି ଯେଉଁମାନେ ଆଗରୁ ସାକ୍ଷାତ କରନ୍ତି କିମ୍ବା ଜୁମେ ପ୍ରଶିକ୍ଷଣ ନେବାକୁ ଗୋଟିଏ ନେତୃତ୍ୱ ପ୍ରକୋଷ୍ଠ ଗଠନ କରିବା ନିମନ୍ତେ ସାକ୍ଷାତ କରିବାକୁ ଇଚ୍ଛା କରନ୍ତି ?
- ସେମାନଙ୍କୁ ଏକତ୍ର କରିବାକୁ କ'ଣ ଆବଶ୍ୟକ ହେବ?
ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ
ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।
ମାଗଣାରେ ପଞ୍ଜିକରଣ କରନ୍ତୁ