concept

ଈଶ୍ୱର ସାଧାରଣ ଲୋକମାନଙ୍କୁ ବ୍ୟବହାର କରନ୍ତି

ଏହି ପୃଷ୍ଠାକୁ ଭାଗ କରନ୍ତୁ

ଆପଣ କେବେ ଚିନ୍ତା କରିଛନ୍ତି କି ମଣ୍ଡଳୀ କିପରି ଆରମ୍ଭ ହେଲା? ଆରମ୍ଭରେ କେହି ମଧ୍ୟ ପେଶାଦାର ନଥିଲେ । ଆଶ୍ଚର୍ଯ୍ୟ ଲାଗୁଛି ନା? ଈଶ୍ୱର ଯୋଜନା କରିଥିବା ଗୋଟିଏ ଉତ୍ତମ ବିଷୟ ନିମନ୍ତେ ପେଶାଦାରମାନଙ୍କ ଆବଶ୍ୟକତା ନଥିଲା । ଈଶ୍ୱର ସାଧାରଣ ଲୋକମାନଙ୍କୁ ବ୍ୟବହାର କରନ୍ତି । ମଣ୍ଡଳୀର ପ୍ରଥମ ପଦକ୍ଷେପରେ ଏହା କରିଥିଲେ । ଏବଂ ଆଜି ସେ ଏହା କରନ୍ତି । ପ୍ରଥମ ମଣ୍ଡଳୀ ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ କହିବା ନିମନ୍ତେ ସାଧାରଣ ଲୋକମାନଙ୍କୁ ସାରା ଜଗତକୁ ପ୍ରେରଣ କରିଥିଲା ରାଜ୍ୟପାଳ ଏବଂ ସେନାଧ୍ୟକ୍ଷ ଏବଂ ଶାସକ ଏବଂ ରାଜାମାନଙ୍କର ସମ୍ମୁଖରେ ଦଣ୍ଡାୟମାନହେବା ନିମନ୍ତେ ସାଧାରଣ ଲୋକମାନଙ୍କୁ ମଣ୍ଡଳୀ ପଠାଇଥିଲା । ରୋଗୀମାନଙ୍କ ସୁସ୍ଥତା, ଭୋକିଲାଙ୍କୁ ଆହାର, ମୃତ୍ୟୁରୁ ଉଠାଇବା ଏବଂ ସମଗ୍ର ପୃଥିବୀର ପ୍ରତ୍ୟେକଙ୍କୁ ଈଶ୍ୱରଙ୍କ ସମସ୍ତ ଆଜ୍ଞା ଶିକ୍ଷାଦେବା ନିମନ୍ତେ ଏହା ସାଧାରଣ ଲୋକମାନଙ୍କୁ ପଠାଇଥିଲା । ପୃଥିବୀକୁ ବଦଳାଇବା ନିମନ୍ତେ ପ୍ରଥମ ମଣ୍ଡଳୀ ସାଧାରଣ ଲୋକମାନଙ୍କୁ ପ୍ରେରଣ କରିଥିଲା । ଏବଂ ସେମାନେ ଏହା ସମ୍ପନ୍ନ କଲେ ।

ଯୀଶୁ ଯାହା କହିଛନ୍ତି ତାହା ସମ୍ପନ୍ନ କରିବା ଆମ ସ୍ୱପ୍ନ ଅଟେ - ସାରା ଜଗତର ସାଧାରଣ ଲୋକମାନଙ୍କୁ ଛୋଟ ଉପକରଣ ବ୍ୟବହାର କରି ଈଶ୍ୱରଙ୍କ ରାଜ୍ୟରେ ବଡ଼ ପ୍ରଭାବ ପକାଇବା ନିମନ୍ତେ ସାହାଯ୍ୟ କରିବାକୁ ।  ଯୀଶୁଙ୍କ ଅନ୍ତିମ ନିର୍ଦ୍ଦେଶ ଗୁଡ଼ିକ ସରଳ ଥିଲା । ସେ କହିଲେ - ସ୍ୱର୍ଗ ଏବଂ ପୃଥିବୀର କର୍ତ୍ତୁତ୍ୱ ମୋତେ ଦିଆଯାଇଅଛି । ଅତଏବ, ଯାଅ ଏବଂ ସମସ୍ତ ଜାତିର ଲୋକମାନଙ୍କୁ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ସେମାନଙ୍କୁ ମୋହର ଆଜ୍ଞା ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର, ଏବଂ ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ସଙ୍ଗରେ ଅଛି । ଯୀଶୁଙ୍କ ଆଜ୍ଞା ସରଳ ଥିଲା - ଶିଷ୍ୟ କର ।

ତାହାଙ୍କ ନିର୍ଦ୍ଦେଶ କିପରି ସମ୍ପନ୍ନ କରାଯିବ ତାହା ସରଳ ଥିଲା :

  • ତୁମ୍ଭେମାନେ ଯେଉଁ ସ୍ଥାନକୁ ଯାଉଅଛ ସେଠାରେ ଶିଷ୍ୟ କର, 
  • ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ସେମାନଙ୍କୁ ଶିଷ୍ୟ କର, 
  • ସେମାନଙ୍କୁ ସେ ଦେଇଥିବା ଆଜ୍ଞାସବୁ ପାଳନ କରିବାକୁ ଶିକ୍ଷା ଦେଇ ଶିଷ୍ୟ କର ।

ତେଣୁ ଶିଷ୍ୟ କରିବାକୁ କ'ଣ ସବୁ ପଦକ୍ଷେପ ରହିଅଛି?

  • ଆମ୍ଭେମାନେ ଯେଉଁସ୍ଥାନକୁ ଯାଉଅଛୁ ଏବଂ ଯାଉ ଆମ୍ଭେମାନେ ସବୁ ସମୟରେ ଶିଷ୍ୟ କରିଥାଉ । 
  • ଯେତେବେଳେ ଜଣେ କେହି ଯୀଶୁଙ୍କ ଅନୁଗମନ କରିବାକୁ ନିଷ୍ପତି ନିଏ - ସେମାନେ ବାପ୍ତିସ୍ମ ପାଇବା ଉଚିତ । 
  • ସେମାନେ ଯେପରି ବୃଦ୍ଧି ପାଆନ୍ତି - ଯୀଶୁ ଯେଉଁସବୁ ଆଜ୍ଞା ଦେଇ ଅଛନ୍ତି ତାହା ସବୁ କିପରି ପାଳନ କରିବାକୁ ହେବ ଆମ୍ଭମାନେ ପ୍ରତ୍ୟେକ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଉଚିତ ।

ଯେହେତୁ ସେ ଦେଇଥିବା ଆଜ୍ଞା ମାନଙ୍କ ମଧ୍ୟରୁ ଗୋଟିଏ ଶିଷ୍ୟ କରିବା ବିଷୟ ଅଟେ, ତାହାର ଅର୍ଥ ଏହା ଯେ ପ୍ରତ୍ୟେକ ଶିଷ୍ୟ ଯିଏ ଯୀଶୁଙ୍କ ଅନୁଗମନ କରେ ସେ ମଧ୍ୟ କିପରି ଶିଷ୍ୟ କରିବାକୁ ହେବ ତାହା ଶିଖିବାକୁ ହେବ ।

ନିଜକୁ ପଚାରନ୍ତୁ

  • ଯଦି ଯୀଶୁ ତାଙ୍କର ପ୍ରତ୍ୟେକ ଅନୁଗାମୀଙ୍କୁ ତାଙ୍କର ମହାନ ଆୟୋଗ ପାଳନ କରିବାକୁ ଇଚ୍ଛା କରନ୍ତି, ତେବେ ପ୍ରକୃତରେ ବହୁତ କମ୍ ଲୋକ ଶିଷ୍ୟ କାହିଁକି କରନ୍ତି?
    • କରିଅଛ ତାହା ଈଶ୍ୱର ସାଧାରଣ ଲୋକଙ୍କୁ ବ୍ୟବହାର କରିବା ଧାରଣା ଠାରୁ ଭିନ୍ନ ଅଟେ କି?

ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ

ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।

ମାଗଣାରେ ପଞ୍ଜିକରଣ କରନ୍ତୁ