ବିଶ୍ୱସ୍ତତା ଜ୍ଞାନ ଅପେକ୍ଷା ଉତ୍ତମ ଅଟେ
ଜ୍ଞାନ ଏବଂ ପ୍ରଶିକ୍ଷଣ ଅପେକ୍ଷା ବିଶ୍ୱସ୍ତତା ହେଉଛି ଆମିôକ ପରିପକ୍ୱତାର ଗୋଟିଏ ବହୁତ ଉତ୍ତମ ମାପକାଠି ଅଟେ । ଯେହେତୁ ଆମେ ଶିଷ୍ୟମାନଙ୍କ ସଂଖ୍ୟା ବୃଦ୍ଧି କରୁ, ଆମେ ନିଶ୍ଚିତ କରିବା ଯେ ଆମେ ସଠିକ୍ ବିଷୟ ନିର୍ଣ୍ଣୟ କରୁଅଛୁ । ଯଦି ଆମେ ଅନ୍ୟମାନଙ୍କ ସହିତ ଯାହା ଶୁଣୁ ତାହା ପାଳନ କରୁ ଏବଂ ଅନ୍ୟମାନଙ୍କୁ ସହଭାଗୀ କରାଉ ତା'ହେଲେ, ଆମ୍ଭେମାନେ ବିଶ୍ୱସ୍ତ ଅଟୁ । ଯଦି ଆମେ ଶୁଣୁ କିନ୍ତୁ ତାହା ପାଳନ କରିବାକୁ ଏବଂ ଅନ୍ୟମାନଙ୍କୁ ସହଭାଗୀ କରାଇବା ପାଇଁ ପ୍ରତ୍ୟାଖ୍ୟାନ କରୁ, ଆମ୍ଭେମାନେ ଅବିଶ୍ୱସ୍ତ ଅଟୁ ।
ଆଜି, ଦୁଇଟି ଧାରଣା ରହିଅଛି ଯାହା ମଣ୍ଡଳୀରେ ଅନେକ ସମସ୍ୟା ସୃଷ୍ଟି କରିଅଛି ।
ପ୍ରଥମଟି ହେଉଛି ଜଣେ ବ୍ୟକ୍ତିର ଆତ୍ମିକ ପରିପକ୍ୱତା ସେମାନେ ଈଶ୍ୱରଙ୍କ ବାକ୍ୟ କେତେ ମାତ୍ରାରେ ଜାଣନ୍ତି ତାହା ସହିତ ଜଡ଼ିତ । ସେମାନେ ଧରି ନିଅନ୍ତି ଯେ ଠିକ୍ ବିଶ୍ୱାସ - କିମ୍ବା ନୌଷ୍ଠିକତା - ଜଣେ ବ୍ୟକ୍ତିର ବିଶ୍ୱାସର ଗୋଟିଏ ଉତ୍ତମ ମାପକାଠି ଅଟେ ।
ଦ୍ୱିତୀୟଟି ଏହି ଧାରଣା ଯେ ସେବାକାର୍ଯ୍ୟ ଆରମ୍ଭ କରିବା ଆଗରୁ ଜଣକର ନେତୃତ୍ୱ ନେବା ସକ୍ଷମତା ଗୋଟିଏ "ପୂର୍ଣ୍ଣ ପ୍ରଶିକ୍ଷଣ ଆବଶ୍ୟକ କରେ । ସେମାନେ ଧରି ନିଅନ୍ତି ଯେ ସମ୍ପୂର୍ଣ୍ଣ ଜ୍ଞାନ - ହେଉଛି ସେବା କରିବା ନିମନ୍ତେ ଜଣକର ସକ୍ଷମତାର ଗୋଟିଏ ମାପକାଠି ଅଟେ । ପ୍ରଥମ ଧାରଣା ସହିତ ସମସ୍ୟା - ନୈଷ୍ଠିକତା ପ୍ରତି ନିର୍ଭର କରିବା - କିମ୍ବା "ସଠିକ୍ ବିଶ୍ୱାସ" ହେଉଛି ଶୟତାନ, ସେ ନିଜେ, କୌଣସି ମନୁଷ୍ୟଠାରୁ ବି ଅଧିକ ଶାସ୍ତ୍ର ଜାଣେ ।
ଈଶ୍ୱରଙ୍କ ବାକ୍ୟ କହେ - ଆପଣ ବିଶ୍ୱାସ କରନ୍ତି ଯେ ଜଣେ ମାତ୍ର ଈଶ୍ୱର ଅଛନ୍ତି । ଉତ୍ତମ ! ଏପରିକି ଭୁତମାନେ ସୁଦ୍ଧା ତାହା ବିଶ୍ୱାସ କରନ୍ତି ଏବଂ କମ୍ପିତ ହୁଅନ୍ତି । ଜଣେ ବ୍ୟକ୍ତିଙ୍କର ଆତ୍ମିକତାର ଉତ୍ତମ ମାପକାଠି ହେଉଛି ଅର୍ଥପ୍ରାକ୍ସି (ଙଜଞଐଙଚଜଇଢଣ) ବା ସଠିକ୍ ବିଶ୍ୱାସ ସହିତ ସଠିକ୍ କାର୍ଯ୍ୟ - "ସଠିକ୍ କାର୍ଯ୍ୟର ଅଭ୍ୟାସ" । ଆମ୍ଭମାନେ ଯାହା ଯାହା ଜାଣୁ ତାହା ଉପରେ କେବଳ ଆଧାର କରି ପରିପକ୍ୱତା ମାପିବା ଅପେକ୍ଷା ପାଳନ କରିବା ଏବଂ ଅନ୍ୟମାନଙ୍କୁ ସହଭାଗୀ କରାଇବାରେ ବିଶ୍ୱସ୍ତତା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ ।
ଦ୍ୱିତୀୟ ଧାରଣା ସହିତ ସମସ୍ୟା - ତାହା ଯେ ଜଣକୁ ନେତୃତ୍ୱ ନେବା ପୁର୍ବେ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ପାଇବା ଉଚିତ ଏହା ଏପରି ଯେ କେହି ବି ସମ୍ପୂର୍ଣ୍ଣ ପ୍ରଶିକ୍ଷିତ ନୁହଁନ୍ତି । ଯୀଶୁ ସଦ୍ୟ ସେବକ ମାନଙ୍କୁ ଯେଉଁମାନଙ୍କର କି ଈଶ୍ୱରଙ୍କ ରାଜ୍ୟ ନିମନ୍ତେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ନିମନ୍ତେ ଅନେକ କିଛି ଶିଖିବାର ଥିଲା ସେମାନଙ୍କୁ ପଠାଇ ଦର୍ଶାଇ ଅଛନ୍ତି । ଈଶ୍ୱରଙ୍କ ବାକ୍ୟ କହେ - ଯୀଶୁ ତାହାଙ୍କ ବାର ଜଣ ଶିଷ୍ୟଙ୍କୁ ଏକତ୍ର ଡାକିଲେ ଏବଂ ସେମାନଙ୍କୁ ସମସ୍ତ ଦୁଷ୍ଟାତ୍ମା ଏବଂ ରୋଗ ଉପରେ ଶକ୍ତି ପ୍ରଦାନ କଲେ ।
ତା' ପରେ ସେ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ କହିବାକୁ ଏବଂ ରୋଗୀମାନଙ୍କୁ ସୁସ୍ଥ କାରିବାକୁ ପଠାଇଲେ । ପିତର ଯୀଶୁ ତ୍ରାଣକର୍ତ୍ତା ବୋଲି ବିଶ୍ୱାସ ସ୍ୱୀକାର କରିବା ପୂର୍ବେ ଏହି ଲୋକମାନଙ୍କୁ ପଠାଗଲା - ଏପରି କିଛି ଯାହାକୁ ଆମେ ବିଶ୍ୱାସର ପ୍ରଥମ ପଦକ୍ଷେପ ବୋଲି ବିବେଚନା କରୁ । ଏବଂ ପଠାଯିବା ପରେ ମଧ୍ୟ ଯୀଶୁ ପିତରଙ୍କୁ ଏକାଧିକ ଥର ସୂଚିତ କରିଥିଲେ ଏବଂ ତଥାପି ପିତର ପରେ ଯୀଶୁଙ୍କୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଥିଲେ । ଅନ୍ୟ ଅନୁଗାମୀ ମାନେ ଈଶ୍ୱରଙ୍କ ରାଜ୍ୟରେ କିଏ ମହାନ୍ ଏବଂ ପ୍ରତ୍ୟେକଙ୍କ କେଉଁ ଭୁମିକା ରହିବ ବୋଲି ଯୁକ୍ତି କରୁଥିଲେ ।
ସେମାନଙ୍କର ଅନେକ କିଛି ଶିଖିବାର ଥିଲା କିନ୍ତୁ ଯୀଶୁ ସେମାନଙ୍କୁ ସେମାନେ ଆଗରୁ ଜାଣିଥିବା ବିଷୟକୁ ଅନ୍ୟମାନଙ୍କୁ ସହଭାଗୀ କରାଇବାକୁ ନିୟୋଜିତ କରିଥିଲେ । ବିଶ୍ୱସ୍ତତା - ଜ୍ଞାନରୁ ଅଧିକ କିଛି - ଏପରି ଏକ ବିଷୟ ଯାହା ଯୀଶୁଙ୍କୁ ଅନୁଗମନ କରିବାକୁ ଆରମ୍ଭ କରିବା ମାତ୍ରେ ଆରମ୍ଭ ହୋଇଥାଏ ।
ପରିପକ୍ୱତା ସମୟ ଉପରେ ନିର୍ଭରଶୀଳ ଅଟେ, କିନ୍ତୁ ବିଶ୍ୱସ୍ତତା ଜଣେ ଶିଷ୍ୟଙ୍କ ଜୀବନରେ ଯେକୌଣସି ଏବଂ ପ୍ରତ୍ୟେକ ମୁହୁର୍ତ୍ତରେ ପ୍ରଦର୍ଶନ କରାଯାଇ ପାରିବ ।
ନିଜକୁ ପଚାରନ୍ତୁ
- ଆପଣ ଆଗରୁ ଜାଣିଥିବା ଈଶ୍ୱରଙ୍କ ଆଜ୍ଞା ଗୁଡ଼ିକ ବିଷୟରେ ଚିନ୍ତା କରନ୍ତୁ । ଏହି ବିଷୟ ଗୁଡ଼ିକକୁ ପାଳନ କରିବା ଏବଂ ଅନ୍ୟମାନଙ୍କୁ ସହଭାଗୀ କରାଇବା କ୍ଷେତ୍ରରେ ଆପଣ କିପରି "ବିଶ୍ୱସ୍ତ" ଅଟନ୍ତି?
ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ
ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।
ମାଗଣାରେ ପଞ୍ଜିକରଣ କରନ୍ତୁ