ଅଣ-କ୍ରମାଗତ ବୃଦ୍ଧି ଆଶା କରନ୍ତୁ
ଯେତେବେଳେ ଲୋକମାନେ ଶିଷ୍ୟମାନଙ୍କ ବୃଦ୍ଧି କରିବା ବିଷୟ ଚିନ୍ତା କରନ୍ତି, ସେମାନେ ଏହାକୁ ଗୋଟିଏ ପରେ ଗୋଟିଏ ହେବାକୁ ଥିବା ପ୍ରକ୍ରିୟା ବୋଲି ଧରି ନିଅନ୍ତି । କିଛି ଏଭଳି (୧) ପ୍ରଥମେ ପ୍ରାର୍ଥନା । (୨) ତା'ପରେ ପ୍ରସ୍ତୁତି । (୩) ତା'ପରେ ଈଶ୍ୱରଙ୍କ ସୁସମାଚାର ପ୍ରଚାର । (୪) ତା'ପରେ ଶିଷ୍ୟ ଗଠନ । (୫) ତା'ପରେ ମଣ୍ଡଳୀ ଗଠନ । (୬) ତା'ପରେ ନେତା ଗଠନ (୭) ତା'ପରେ ସଂଖ୍ୟା ବୃଦ୍ଧି ।
ଆମେ ଯେତେବେଳେ ଏହିପରି ଚିନ୍ତା କରୁ, ଈଶ୍ୱରଙ୍କ ରାଜ୍ୟର ବୃଦ୍ଧି କରିବାକୁ ସହଜ, ରୈଖିକ ଏବଂ କ୍ରମାଗତ ପ୍ରକ୍ରିୟା ଭଳି ମନେହୁଏ ।
ଗୋଟିଏ ସମସ୍ୟା ତାହା ନୁହେଁ ଯେ ଏହା କିପରି ସବୁବେଳେ କାର୍ଯ୍ୟ କରେ । ଗୋଟିଏ ବଡ଼ ସମସ୍ୟା ତାହା ନୁହେଁ ଯେ ଏହା କିପରି ସବୁବେଳେ ସର୍ବୋତ୍ତମ କାର୍ଯ୍ୟ କରେ !
ଆମେ ଯଦି ଈଶ୍ୱରଙ୍କ ରାଜ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବା ଦେଖିବାକୁ ଚାହୁଁ ଆମକୁ ଅଣ କ୍ରମାଗତ ବୃଦ୍ଧି ଆଶା କରିବାକୁ ଏପରିକି ଉତ୍ସାହିତ କରିବାକୁ ଆବଶ୍ୟକ ଅଛି ।
ଶିଷ୍ୟ ଗଠନ ପ୍ରକ୍ରିୟା ଅଣ-କ୍ରମାଗତ ଅଟେ । ଅନେକ ଲୋକ ଏହାକୁ ରୈଖିକ ଏବଂ କ୍ରମାଗତ ପ୍ରକ୍ରିୟା ବୋଲି ଭାବନ୍ତି : ପ୍ରାର୍ଥନା, ପ୍ରାକ୍-ସୁସମାଚାର ପ୍ରଚାର, ସୁସମାଚାର ପ୍ରଚାର, ଶିଷ୍ୟତ୍ୱ, ମଣ୍ଡଳୀ ଗଠନ, ନେତୃତ୍ୱ ବିକାଶ ଏବଂ ସଂଖ୍ୟା ବୃଦ୍ଧି । ଅବଶ୍ୟ ଏସବୁ ଜରୁରୀ ନୁହେଁ ଏହା ଯେପରି ହୋଇଥାଏ ।
ପାଞ୍ଚଟି ବିନ୍ଦୁ ଥିବା ଗୋଟିଏ ସମୟରେଖା କଳ୍ପନା କରନ୍ତୁ : ଜନ୍ମ (ବି), ଜଣେ ପ୍ରଥମ ଥର ସୁସମାଚାର ଶୁଣେ ଏବଂ ବୁଝେ(୧), ଯେତେବେଳେ ଜଣେ ଖ୍ରୀଷ୍ଟଙ୍କ ଅନୁଗମନ କରିବାକୁ ନିଷ୍ପତ୍ତି ନିଏ (+), ଯେତେବେଳେ ସେମାନେ ସଂଖ୍ୟାରେ ବୃଦ୍ଧି ପାଇବା ଆରମ୍ଭ କରନ୍ତି ( ସେମାନେ ଯାହା ଶିଖନ୍ତି ପ୍ରୟୋଗ କରନ୍ତି ଏବଂ ଅନ୍ୟମାନଙ୍କୁ ପ୍ରସାର କରନ୍ତି) (ଏମ୍), ଏବଂ ମୃତ୍ୟୁ (ଡି) ।
ଏହି ଦୃଶ୍ୟପଟ୍ଟରେ, ଆତ୍ମିକ ପିଢ଼ିର ଲମ୍ବ ପ୍ରାୟତଃ ବିନ୍ଦୁ ୧ ରୁ ବିନ୍ଦୁ ଗ ସମୟ ପର୍ଯ୍ୟନ୍ତ ।
ଯଦି ଆମେ ନୂତନ ବିଶ୍ୱାସୀମାନଙ୍କୁ ମହାନ୍ ଆଶୀର୍ବାଦର ଆଭିମୁଖ୍ୟ ଭଳି କିଛି ବିଷୟ ସହିତ ଆଗେଇ ନେଉ ଆମ୍ଭେମାନେ ଯାହା ପୂର୍ବେ ଦେଖିଅଛୁ, ଆମେ ଏହାକୁ ନିମ୍ନରେ ଥିବା ଦେଖାଯାଉଥିବା ଦୃଶ୍ୟ ଭଳି ପରିବର୍ତ୍ତିତ କରି ପାରିବା ।
ଏହି ଦୃଶ୍ୟପଟ୍ଟରେ, ଏବେ ମଧ୍ୟ ଆତ୍ମିକ ପିଢ଼ିର ଲମ୍ବ ବିନ୍ଦୁ ୧ ରୁ ବିନ୍ଦୁ ଗ ସମୟ ପର୍ଯ୍ୟନ୍ତ । ଆପଣ ଦେଖୁଥିବେ ଯେ ସମୟ ଏଠାରେ ଯଥେଷ୍ଟ ହ୍ରାସ ପାଇଅଛି । ଏହା ଏକାଧିକ ପିଢ଼ି ଉପରେ ଏକ ଜୋର୍ଦାର୍ ପରିବର୍ତ୍ତନ ଆଣିପାରେ ଯେହେତୁ ସେହି ପ୍ରଭାବ ବହୁଗୁଣିତ ହୁଏ । ଏପରି ଏକ ଦୃଶ୍ୟପଟ୍ଟର ସମ୍ଭାବନା ରହିଛି ଯେଉଁଠାରେ ଲୋକମାନେ ଖ୍ରୀଷ୍ଟଙ୍କ ପ୍ରତି ପ୍ରତିବଦ୍ଧତା କରିବା ଆଗରୁ ସଂଖ୍ୟାବୃଦ୍ଧି ଅଭ୍ୟାସ କରୁଛନ୍ତି ।
ଉଦାହରଣ ସ୍ୱରୁପ, ମନେ କରନ୍ତୁ ଆପଣ ଏପରି ଜଣକୁ ପାଇଛନ୍ତି ଯିଏ ଆତ୍ମିକ ବିଷୟ ପ୍ରତି ଆଗ୍ରହୀ କିନ୍ତୁ ଖ୍ରୀଷ୍ଟଙ୍କୁ ନିଜ ଜୀବନ ଦେବାକୁ ପ୍ରସ୍ତୁତ ନୁହଁନ୍ତି । ତଥାପି, ସେମାନେ, ନିଜର କେତେକ ବନ୍ଧୁମାନଙ୍କୁ ଓ ପରିବାରକୁ ଏକତ୍ର କରି ବାଇବଲ ଅଧ୍ୟୟନ କରିବାକୁ ମୁକ୍ତ ଅଟନ୍ତି । ଆପଣ ସେମାନଙ୍କୁ ଏହା କିପରି କରିବାକୁ ହେବ ଏବଂ ଅନ୍ୟମାନଙ୍କୁ ତାହା କରିବାକୁ କିପରି ପ୍ରଶିକ୍ଷଣ ଦେବେ ତାହା ଦର୍ଶାଇ ପାରନ୍ତି ।
ଏହା ହୋଇପାରେ ଯେ ପ୍ରଥମ ବ୍ୟକ୍ତି ଖ୍ରୀଷ୍ଟଙ୍କୁ ଅନୁଗମନ କରିବା ପୂର୍ବରୁ ସେମାନେ ଗଠନ କରିଥିବା ଦଳ ଏବଂ ନେତାମାନେ ସଜ୍ଜିତ ହେଉଛନ୍ତି । ଏହାର ଅର୍ଥ ଶିଷ୍ୟତ୍ୱକୁ ଏପରି କିଛି ଭାବେ ଦେଖିବା ପରିବର୍ତ୍ତେ ଆମେ ଲୋକମାନଙ୍କୁ ପରିତ୍ରାଣର ଶିଷ୍ୟ ଗଠନ କରିପାରିବା ଯାହା ଖ୍ରୀଷ୍ଟଙ୍କୁ ଅନୁଗମନ କରିବାକୁ ନିଷ୍ପତ୍ତି ନେବା ପରେ ହିଁ ହୋଇଥାଏ ।
ତାହା ଏହି ସମୟରେଖା ଦ୍ୱାରା ଉପସ୍ଥାପନ କରାଯାଇ ପାରେ :
ଏହି ଦୃଶ୍ୟପଟ୍ଟରେ, ସମୟ ପରେ (ଅନେକ ପିଢ଼ି ପରେ) ଆତ୍ମିକ ପିଢ଼ିର ଲମ୍ବ ବିନ୍ଦୁ ୧ରୁ ବିନ୍ଦୁ ଏମ୍ ସମୟ ପର୍ଯ୍ୟନ୍ତ ଯିବାକୁ ଆରମ୍ଭ କରିପାରେ । କେତେକ ପରିସ୍ଥିତିରେ, ଲୋକମାନେ ତତ୍କ୍ଷଣାତ୍ ସୁସମାଚାର ଶୁଣିବାକୁ ଅକ୍ଷମ କିମ୍ବା ପ୍ରସ୍ତୁତ ନୁହଁନ୍ତି, ତଥାପି ସଂଖ୍ୟାବୃଦ୍ଧି ଢାଞ୍ଚା ଶିକ୍ଷାଦେଇ ସମାନ ପ୍ରଭାବ ହାସଲ କରିବା ସମ୍ଭବ ଅଟେ କାରଣ ସେ ସବୁ ଗୋଷ୍ଠି ଉନ୍ନୟନ ଭଳି କ୍ଷେତ୍ରରେ ପ୍ରଜୁଜ୍ୟ । ତା'ପରେ, ସେମାନେ ଯେତେବେଳେ ସୁଯୋଗ ନିଜେ ଉପସ୍ଥାପିତ ହୁଏ, ଏହି ଯୋଗାଯୋଗ ସମ୍ପର୍କରେ ସୁସମାଚାରକୁ ପରିପ୍ରକାଶ କରାଯାଇ ପାରେ ।
ଏହା ନିମ୍ନକ୍ତ ଚିତ୍ର ପରି ଦେଖାଯାଇ ପାରେ :
ଗୋଟିଏ ଅର୍ଥରେ, ଶିଷ୍ୟମାନଙ୍କୁ ସଂଖ୍ୟାରେ ବୃଦ୍ଧି କରିବାରେ ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି କିଏ ଉତ୍ତମ ମୃତ୍ତିକା ଶୀଘ୍ର ଆବିଷ୍କାର କରିବା । ଏପରି ଜଣେ କିଏ ଯିଏକି ସେମାନେ ଯାହା ଶିଖନ୍ତି ତାହା ପ୍ରୟୋଗ କରିବାକୁ ଏବଂ ଅନ୍ୟମାନଙ୍କୁ ତାହା ପ୍ରଦାନ କରିବାକୁ ବିଶ୍ୱସ୍ତ ଅଟନ୍ତି? ଏପରି ଲୋକମାନେ ବିକାଶ କରିବା ନିମନ୍ତେ ସମୟ, ଶକ୍ତି ଏବଂ ପ୍ରୟାସ କରିବାରେ ଧ୍ୟାନ କେନ୍ଦ୍ରିତ କରିବା ଯୋଗ୍ୟ ଅଟନ୍ତି । ସେହି ଲୋକମାନେ ଯେଉଁମାନଙ୍କ ସହିତ ଆପଣଙ୍କୁ ପରାମର୍ଶ ଦେବା ସମ୍ପର୍କ ସ୍ଥାପନ କରିବା ଆବଶ୍ୟକ ଅଟେ । ଯେତେବେଳେ ଆପଣ ଆପଣଙ୍କ ସମ୍ପର୍କ ବାହାରେ ଥିବା ଲୋକମାନଙ୍କ ସହିତ କାମ କରୁଛନ୍ତି, ଏହିପରି ଲୋକମାନଙ୍କୁ ଚୟନ କରି ପୃଥକ୍ କରିବା ଜରୁରୀ ଅଟେ ।
ନୂତନ ଭୌଗଳିକ କ୍ଷେତ୍ରରେ ଏବଂ ଜନସମୂହଙ୍କ ବିଭିନ୍ନ ସ୍ତରରେ ଏବଂ ଜଡ଼ିତ ଥିବା ସମ୍ପର୍କ ମଧ୍ୟରେ ଈଶ୍ୱରଙ୍କ ରାଜ୍ୟର ବିସ୍ତାର କରିବାରେ ଏହିପରି ଲୋକମାନେ ମହତ୍ୱପୂର୍ଣ୍ଣ ଅଟନ୍ତି ।
ନିଜକୁ ପଚାରନ୍ତୁ
- ଜଣେ ନୂତନ ବିଶ୍ୱାସୀଙ୍କୁ ଶୀଘ୍ର ସଂଖ୍ୟାରେ ବୃଦ୍ଧି ପାଇବା ଆପଣ କେବେ ଦେଖିଛନ୍ତି କି?
- ଆମେ କେଉଁ ସବୁ କାର୍ଯ୍ୟ କରୁ ତାହା ପ୍ରକୃତରେ ଏହା ଜ୍ଞାତସାରରେ କିମ୍ବା ଅଜ୍ଞାତସାରରେ ସମ୍ପନ୍ନ ହେବାରେ ଧୀର କିମ୍ବା ବନ୍ଦ କରିଥାଏ ?
ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ
ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।
ମାଗଣାରେ ପଞ୍ଜିକରଣ କରନ୍ତୁ