Zúme Training Guidebook

Intensive Course

ନିବିଡ଼ ଅଧିବେଶନ ୧

ଚେକ୍-ଇନ୍

(1 min)

ସମସ୍ତ ଅଂଶଗ୍ରହଣକାରୀ ଏବଂ ସହଯୋଗକାରୀଙ୍କୁ ଚେକ-ଇନ୍ କରାନ୍ତୁ ।

Or six.zume.training/checkin and use code: 1397

ପ୍ରାର୍ଥନା କରନ୍ତୁ

(5 min)

ପ୍ରାର୍ଥନା ସହିତ ଆରମ୍ଭ କରନ୍ତୁ । ପବିତ୍ରଆତ୍ମାଙ୍କ ବିନା ଆଧ୍ୟାତ୍ମିକ ଜ୍ଞାନ ଏବଂ ପରିବର୍ତ୍ତନ ସମ୍ଭବ ନୁହେଁ । ଏହି ଅଧିବେଶନ କାଳ ମଧ୍ୟରେ ଆପଣଙ୍କୁ ମାର୍ଗଦର୍ଶନ କରିବା ପାଇଁ ତାଙ୍କୁ ଆମନ୍ତ୍ରଣ କରିବା ପାଇଁ ଏକ ଗୋଷ୍ଠୀ ଭାବରେ ସମୟ ନିଅନ୍ତୁ ।

ସାରାଂଶ

(1 min)

ଏହି ଅଧିବେଶନରେ, ଆମେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା:

ଏବଂ ଆମେ ଏହି ସାଧନଗୁଡ଼ିକ ଆମର ଟୁଲକିଟ୍ ରେ ଯୋଡ଼ିବା:

  • ଈଶ୍ୱର ସାଧାରଣ ଲୋକମାନଙ୍କୁ ବ୍ୟବହାର କରନ୍ତି
  • ଶିଷ୍ୟ ଏବଂ ମଣ୍ଡଳୀର ସରଳ ଅର୍ଥ
  • ଆତ୍ମିକ ଶ୍ୱାସପ୍ରଶ୍ୱାସ ଈଶ୍ୱରଙ୍କୁ ଶୁଣିବା ଏବଂ ପାଳନ କରିବା ଅଟେ
  • ଉପଭୋକ୍ତା ବନାମ ଉତ୍ପାଦକ ଜୀବନ ଶୈଳୀ
  • ଏସ୍‌ଓଏପିଏସ୍ ବାଇବଲ ଅଧ୍ୟୟନ
  • ଉତ୍ତରଦାୟୀ ଦଳ
  • ପ୍ରାର୍ଥନାରେ କିପରି ଏକ ଘଣ୍ଟତ ବିତାଇବେ?
  • ସମ୍ପର୍କୀୟ ଅଧ୍ୟକ୍ଷ୍ୟତା - ୧୦୦ ଜଣଙ୍କ ତାଲିକା

READ

(5 min)

ଈଶ୍ବର ସାଧାରଣ ଲୋକମାନଙ୍କୁ ବ୍ୟବହାର କରନ୍ତି

ଯୁମେ ପ୍ରଶିକ୍ଷଣକୁ ପୁଣିଥରେ ସ୍ୱାଗତ । ଯୁମେ ହେଉଛି ଖମୀର ପାଇଁ ଗ୍ରୀକ୍‌ ଶବ୍ଦ ।

ଯୀଶୁ ଆମକୁ କହନ୍ତି ଯେ ଈଶ୍ୱରଙ୍କ ରାଜ୍ୟ ଖମୀର ଭଳି । ଜଣେ ସ୍ତ୍ରୀଲୋକ ବଡ ପାତ୍ରରେ ଥିବା ଅଟା ସହିତ ଅଳ୍ପ ଖମୀର ମିଶାଏ ।

ସେ ଖମୀରକୁ ମିଶାଉ ଥିବା ବେଳେ, ଏହା ବ୍ୟାପୀ ସମସ୍ତ ଦଳା ଅଟାକୁ ଫୁଲାଇ ଦିଏ ।

ଯୀଶୁ ଆମକୁ ଦର୍ଶାଉଥିଲେ ଯେ ଜଣେ ସାଧାରଣ ବ୍ୟକ୍ତି/ କିଛି କ୍ଷୁଦ୍ର ଜିନିଷକୁ ନେଇପାରିବ ଏବଂ ଏହାକୁ ବ୍ୟବହାର କରି ଏକ ଅତି ବଡ ପ୍ରଭାବ ପକାଇ ପାରିବ ।

ଆମର ସ୍ୱପ୍ନ ହେଉଛି ତାହା କରିବାକୁ ଯାହା ଯୀଶୁ କହିଲେ ଈଶ୍ୱରଙ୍କ ରାଜ୍ୟରେ ଏକ କ୍ଷୁଦ୍ର ଉପକରଣ ବ୍ୟବହାର କରି ଏକ ବଡ ପ୍ରଭାବ ପକାଇବାରେ ଲୋକମାନଙ୍କୁ ସାହାଯ୍ୟ କରିବା ।

ଯୀଶୁଙ୍କର ତାଙ୍କ ଅନୁଗାମୀମାନଙ୍କୁ ଶେଷ ନିର୍ଦ୍ଦେଶ ଅତି ସରଳ ଥିଲା । ସେ କହିଲେ --- ସ୍ୱର୍ଗ ଓ ପୃଥିବୀର ଅଧିକାର ମୋତେ ଦିଆଯାଇଛି । ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର । ପରମ ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବପ୍ତିସ୍ମ ଦିଅ । ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି , ସେସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ । ଜଗତର ଶେଷ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି ।

ଯୀଶୁଙ୍କ ଆଦେଶ ଅତି ସରଳ ଥିଲା । ଶିଷ୍ୟ କର ---

ତାହା କିପରି କରାଯିବ ସେ ବିଷୟରେ ତାଙ୍କ ନିର୍ଦ୍ଦେଶବି ସରଳ ଥିଲା -- ଯେଉଁଠାକୁବି ଯାଉଛ ସେଠାରେ ଶିଷ୍ୟ କର ।

  • ପରମ ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବାପ୍ତିସ୍ମ ଦେଇ ଶିଷ୍ୟ କର ।
  • ମୋ କହିଥିବା କଥା ସବୁକୁ ପାଳନ କରିବାକୁ ଶିକ୍ଷା ଦେଇ ଶିଷ୍ୟ କର ।

ତେଣୁ ଜଣେ ଶିଷ୍ୟ କରିବାର ସୋପାନଗୁଡିକ କ'ଣ ?

  • ଆମେ ସବୁ ସମୟରେ ଶିଷ୍ୟ କରୁ ଯେଉଁଠାକୁବି ଯାଉ ଆଉ ଯାଉ ଯାଉ ।
  • ଯେବେ ଜଣେ କେହି ଯୀଶୁଙ୍କ ଅନୁଗାମୀ ହେବାର ନିଷ୍ପତ୍ତି ନିଅନ୍ତି ସେ ବାପ୍ତିସ୍ମ ପାଇବା ଉଚିତ ।
  • ସେମାନେ ବୃଦ୍ଧି ପାଉଥିବା ବେଳେ ଯୀଶୁଙ୍କ ଆଦେଶ ପାଳନ କରିବା ପାଇଁ ଆମେ ପ୍ରତ୍ୟେକ ଶିଷ୍ୟଙ୍କୁ ଶିକ୍ଷା ଦେବା ଉଚିତ।

ଯେହେତୁ ତାଙ୍କର ଅନ୍ୟତମ ଆଦେଶ ହେଉଛି ଶିଷ୍ୟ କରିବା ତାର ମାନେ ହେଲା ଯୀଶୁଙ୍କ ଅନୁଗାମୀ ପ୍ରତ୍ୟେକ ଶିଷ୍ୟଙ୍କୁ କିପରି ଅନ୍ୟଙ୍କୁ ଶିଷ୍ୟ କରିବାକୁ ହେବ ତାହା ଶିଖିବାକୁ ହେବ ।

ସେହି ଶିଷ୍ୟମାନଙ୍କୁ ଶିଷ୍ୟ କରିବାକୁ ହେବ ଆଉ ଶିଷ୍ୟ ହେଇଥିବା ଶିଷ୍ୟମାନଙ୍କୁ ମଧ୍ୟ ଶିଷ୍ୟ କରିବାକୁ ହେବ ।

ଶିଷ୍ୟମାନଙ୍କୁ ବହୁଗୁଣିତ କରିବା ଯୁମେ ସେହିପରି ଭାବେ କାମ କରେ ।

ଏହା ଖମୀର ପରି ଦଳା ଅଟା ଭିତରେ ସର୍ବତ୍ର ପ୍ରବେଶ କରେ ଦଳା ଅଟା ଫୁଲି ନଯିବା ପର୍ଯ୍ୟନ୍ତ ।

ଯାଇ ଶିଷ୍ୟ କରିବା ପାଇଁ ଆଦେଶ ଦେବାବେଳେ ଯୀଶୁ ଏକ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

ଯୀଶୁ କହିଲେ - ଜଗତର ଶେଷ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି ।

ଯୀଶୁଙ୍କର ପ୍ରତ୍ୟେକ ଅନୁଗାମୀ ଭରସା ରଖିବା ଉଚିତ ଯେ ଯୀଶୁ ସର୍ବଦା ଆମ ସହ ଅଛନ୍ତି । କାରଣ ସେ ଅଛନ୍ତି ।

ମାତ୍ର ତାର ଏହା ମଧ୍ୟ ଅର୍ଥ ଯେ ଯୀଶୁଙ୍କର ପ୍ରତ୍ୟେକ ଅନୁଗାମୀ ସମର୍ପିତ ହେବା ଉଚିତ ଯେ ସେ ଚାହାଁନ୍ତି ଆମେ ପ୍ରତ୍ୟେକେ ଶିଷ୍ୟ କରୁ । କାରଣ ସେ ଚାହାଁନ୍ତି।

ଯୀଶୁ କହିଲେ - ସ୍ୱର୍ଗ ଓ ପୃଥିବୀର ଅଧିକାର ମୋତେ ଦିଆଯାଇଛି । ତେଣୁ ଯାଅ ଓ ଶିଷ୍ୟ କର ।

ଆମକୁ ପଠାଇବା ବେଳେ ଯେଉଁ ଅଧିକାର ଉପରେ ଯୀଶୁ ନିର୍ଭର କରନ୍ତି ହେଉଛି/ ତାଙ୍କ ନିଜ ଅଧିକାର ।

ଯୀଶୁ କହନ୍ତି ତାଙ୍କଠାରୁ ବଡ ଆଉ କୌଣସି କର୍ତ୍ତୃତ୍ୱ ନାହିଁ । କୌଣସି ପ୍ରଥାର ଅଧିକ କର୍ତ୍ତୃତ୍ୱ ନାହିଁ ।

କୌଣସି ସଭ୍ୟତାର ଅଧିକ କର୍ତ୍ତୃତ୍ୱ ନାହିଁ । ଧରା ପୃଷ୍ଠରେ କୌଣସି ଆଇନ୍‌ ର ଅଧିକ କର୍ତ୍ତୃତ୍ୱ ନାହିଁ ।

ଯୀଶୁ କହିଲେ - ଯାଅ ଓ ଶିଷ୍ୟ କର ।

ଆଉ ଯୁମେ ପରି ଖମୀର ପରି ଆମେ ଆଗେଇବା ଓ ବୃଦ୍ଧି ପାଇବା କାର୍ଯ୍ୟ ସମାପ୍ତ ନହେବା ପର୍ଯ୍ୟନ୍ତ ।

ଚର୍ଚ୍ଚା କରନ୍ତୁ

(10 min)

  1. ଯଦି ଯୀଶୁ ତାଙ୍କର ପ୍ରତ୍ୟେକ ଅନୁଗାମୀ ତାଙ୍କର ମହାନ ଆଦେଶ ମାନନ୍ତୁ ବୋଲି ଚାହିଁଥିଲେ, ତେବେ ପ୍ରକୃତରେ ଏତେ କମ୍ ଲୋକ କାହିଁକି ଶିଷ୍ୟ ନିର୍ମାଣ କରନ୍ତି?

READ

(5 min)

ଶିଷ୍ୟ ଏବଂ ମଣ୍ଡଳୀ

ସେସମସ୍ତ ପ।ଳନ କରିବ।କୁ ସେମ।ନଙ୍କୁ ଶିକ୍ଷ। ଦିଅ ଯୁମେ ପ୍ରଶିକ୍ଷଣକୁ ପୁଣିଥରେ ସ୍ୱାଗତ । ହି ସେସନ୍‌ରେ ଆମେ ଆଲୋଚନା କରିବା ଶିଷ୍ୟଗଣ ଓ ମଣ୍ଡଳୀ ବିଷୟରେ ।

ଏକ ଶିଷ୍ୟ କ 'ଣ? ଆପଣ କିପରି ଜଣକୁ ଶିଷ୍ୟ କରିବେ?

କପରି ଆପଣ ଯୀଶୁଙ୍କର ଜଣେ ଅନୁଗାମୀକୁ ଯୀଶୁଙ୍କ ଆଦେଶ ସବୁ ମାନିବାର ଶିକ୍ଷା ଦେଇପାରିବେ? କପରି ଆପଣ ଭୌତିକ ଜୀବନ ବଞ୍ଚୁଥିବା ଜଣେ ବ୍ୟକ୍ତିଙ୍କୁ ନେଇ ଈଶ୍ୱରଙ୍କ ରାଜ୍ୟର ନାଗରିକ ହେବା ପାଇଁ ସୁସଜ୍ଜିତ କରିପାରିବେ?

ଶିଷ୍ୟ ଶବ୍ଦର ମାନେ ହେଲା ଜଣେ ଅନୁଗାମୀ । ତେଣୁ ଜଣେ ଶିଷ୍ୟ ହେଉଛି ଈଶ୍ୱରଙ୍କର ଜଣେ ଅନୁଗାମୀ । ଯୀଶୁ କହିଲେ --- ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଛି । ତେଣୁ ଈଶ୍ୱରଙ୍କ ରାଜ୍ୟରେ ଯୀଶୁ ହେଉଛନ୍ତି ଆମର ରାଜା । ଆମେ ହେଉଛେ ତାଙ୍କ ନାଗରିକ ତାଙ୍କ ଇଚ୍ଛାଧୀନ ପ୍ରଜା । ତାଙ୍କର କାମନା, ଉଦ୍ଦେଶ୍ୟ, ଅଭିପ୍ରାୟ, ପ୍ରାଥମିକତା ଓ ମୂଲ୍ୟ ସବୁ ସର୍ବୋଚ୍ଚ ଓ ସର୍ବୋତ୍ତମ । ତାଙ୍କ ବାକ୍ୟ ହେଉଛି ନିୟମ । ତେବେ ରାଜ୍ୟର ବ୍ୟବସ୍ଥା କ'ଣ? ଯୀଶୁ ତାଙ୍କ ନାଗରିକମାନଙ୍କୁ କ'ଣ କରିବାକୁ କୁହନ୍ତି?

ଯୀଶୁ କହିଲେ - ତୁମ୍ଭେ ନିଜର ସମସ୍ତ ହୃଦୟ, ସମସ୍ତ ଆତ୍ମା, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ତୁମ୍ଭର ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର । ଯୀଶୁ କହିଲେ - ତୁମ୍ଭେ ନିଜକୁ ପ୍ରେମ କରିଲା ଭଳି, ନିଜ ପ୍ରତବାସୀକି ପ୍ରେମ କର । ଯୀଶୁ କହିଲେ ପୁରାତନ ନିୟମରୁ ପରମେଶ୍ୱରଙ୍କ ଆଦେଶ ଓ ସମସ୍ତ ବ୍ୟବସ୍ଥାଶାସ୍ତ୍ର ଏବଂ ଭବିଷ୍ୟବକ୍ତାଙ୍କ କଥନର ଏହି ଦୁଇଟି ବାକ୍ୟରେ ସାରାଂଶ କରିହେବ - ଈଶ୍ୱରଙ୍କୁ ପ୍ରେମ କର ଆଉ ଲୋକଙ୍କୁ ପ୍ରେମ କର । ଯୀଶୁ କହିଲେ - ଶିଷ୍ୟ କର । ଯୀଶୁ କହିଲେ - ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ ।

ଯେହେତୁ ଶିଷ୍ୟ କରିବାରେ ଯୀଶୁଙ୍କ ଆଦେଶ ପାଳନର ଶିକ୍ଷା ଅନ୍ତର୍ଭୁକ୍ତ ନୂତନ ନିୟମର ଗୋଟିଏ ବାକ୍ୟରେ ସାରାଂଶ କରିହେବ - ଶିଷ୍ୟ କର ।

ଜଣେ ଶିଷ୍ୟ ହେଉଛନ୍ତି ଯୀଶୁଙ୍କ ଅନୁଗାମୀ ଯିଏ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଲୋକଙ୍କୁ ପ୍ରେମ କରନ୍ତି ଆଉ ଶିଷ୍ୟ କରନ୍ତି ।

ତେବେ ଏକ ଚର୍ଚ୍ଚ କ 'ଣ ?

ଆପଣ ବୋଧହୁଏ ଭାବୁଥାଇ ପାରନ୍ତି ଯେ ଚର୍ଚ୍ଚ ହେଉଛି ଏକ ଭବନ ଯେଉଁଠାକୁ ଆପଣ ଯାଆନ୍ତି । ମାତ୍ର ଈଶ୍ୱରଙ୍କ ବାକ୍ୟ ଚର୍ଚ୍ଚକୁ ଏକ ମଣ୍ଡଳୀ ଭାବରେ ବର୍ଣ୍ଣନା କରେ ଏକ ସମାଜ ଯାହାର ଆପଣ ଅଂଶ ।

ଚର୍ଚ୍ଚ ଶବ୍ଦକୁ ବାଇବଲରେ ତିନୋଟି ଭିନ୍ନ ଉପାୟରେ ବର୍ଣ୍ଣନା କରାଯାଇଛି ।

  • **ୟୁନିଭର୍ସାଲ୍ ‌ ଚର୍ଚ୍ଚ **ଅର୍ଥାତ୍‌ ପରମେଶ୍ୱରଙ୍କ ମଣ୍ଡଳୀ ଯେତେ ଲୋକ ପୂର୍ବେ ଥିଲେ ଅଛନ୍ତି ଓ ରହିବେ ହେଉଛନ୍ତି ଯୀଶୁଙ୍କର ଅନୁଗାମୀ ।
  • **ସିଟି କିମ୍ବା ରିଜିଓନାଲ୍ ‌ ଚର୍ଚ୍ଚ **ଅର୍ଥାତ୍‌ ର୍ନଗର କିମ୍ବା ଆଞ୍ଚଳିକ ମଣ୍ଡଳୀ ସେ ସମସ୍ତ ଲୋକେ ଯିଏ ଯୀଶୁଙ୍କ ଅନୁସରଣ କରନ୍ତି ଓ ପୃଥିବୀର କୌଣସି ନିର୍ଦ୍ଧିଷ୍ଟ ସ୍ଥାନ କିମ୍ବା ତାର ଆଖପାଖରେ ବାସ କରନ୍ତି ।
  • **ହାଉସ୍ ‌ ଚର୍ଚ୍ଚ ଅର୍ଥାତ୍‌ ଘର **ମଣ୍ଡଳୀ ସେ ସମସ୍ତ ଲୋକେ ଯିଏ ଯୀଶୁଙ୍କ ଅନୁସରଣ କରନ୍ତି ଓ ଆପଣା ମଧ୍ୟରୁ ଜଣଙ୍କ କିମ୍ବା ଅନେକଙ୍କ ଘରେ ସମ୍ମିଳିତ ହୁଅନ୍ତି ।

ଏକ ଆତ୍ମିକ ପରିବାର ଯୀଶୁଙ୍କ ଅନୁଗାମୀ ଯିଏ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଲୋକଙ୍କୁ ପ୍ରେମ କରନ୍ତି ଆଉ ଶିଷ୍ୟ କରନ୍ତି । ଆଉ ଯିଏ ସ୍ଥାନୀୟ ଭାବେ ସମ୍ମିଳିତ ହୁଅନ୍ତି ସେମାନେ ଏହି ଶେଷ ପ୍ରକାରର ଚର୍ଚ୍ଚର ଅଂଶ ହୁଅନ୍ତି । ଘର ମଣ୍ଡଳୀ କିମ୍ବା ସରଳ ଚର୍ଚ୍ଚ ।

ଯେବେ ସରଲ ଚର୍ଚ୍ଚର ଏହି ଦଳଗୁଡିକ କିଛି ଅଧିକ ବଡ କାମ କରିବା ପାଇଁ ପରସ୍ପର ସହିତ ସମ୍ପର୍କିତ ହୁଅନ୍ତି ଏକତ୍ରିତ ହୁଅନ୍ତି ସେମାନେ ଏକ ନଗର କିମ୍ବା ଏକ ଆଞ୍ଚଳିକ ମଣ୍ଡଳୀ ଗଢିପାରିବେ ।

ସେସବୁ ସରଳ ଚର୍ଚ୍ଚଗୁଡିକ ଅଞ୍ଚଳରେ ନେଟ୍‌ୱାର୍କ କରି ଆଉ ଈତିହାସରେ ବିସ୍ତାରିତ ହୋଇ ୟୁନିଭର୍ସାଲ୍‌ ଚର୍ଚ୍ଚ ଅର୍ଥାତ୍‌ ପରମେଶ୍ୱରଙ୍କ ମଣ୍ଡଳୀ ଗଠନ କରନ୍ତି ।

ତାହା ହେଉଛି ଚର୍ଚ୍ଚ ଏକ ବଡ ସି ସହ ।

ସରଳ ମଣ୍ଡଳୀଗୁଡିକ ହେଉଛନ୍ତି ଯୀଶୁଙ୍କୁ ସେମାନଙ୍କ ରାଜା ଭାବେ କେନ୍ଦ୍ରରେ ରଖି ଆତ୍ମିକ ପରିବାର । ସରଳ ମଣ୍ଡଳୀଗୁଡିକ ହେଉଛନ୍ତି ଆତ୍ମିକ ପରିବାର ଯିଏ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଅନ୍ୟମାନଙ୍କୁ ପ୍ରେମ କରନ୍ତି ଆଉ ଶିଷ୍ୟ କରନ୍ତି ଯିଏ ବହୁଗୁଣିତ ହୁଅନ୍ତି । କେତେକ ମଣ୍ଡଳୀଗୁଡିକର ଭବନ ଆଉ କାର୍ଯ୍ୟକ୍ରମ ଆଉ ବିତ୍ତ ଆଉ କର୍ମଚାରୀ ଥାଆନ୍ତି । ମାତ୍ର ସରଳ ମଣ୍ଡଳୀଗୁଡିକର ଏସବୁ କିଛି ଦରକାର ନଥାଏ ଈଶ୍ୱରଙ୍କୁ ପ୍ରେମ କରିବାକୁ, ଅନ୍ୟମାନଙ୍କୁ ପ୍ରେମ କରିବାକୁ ଆଉ ଆଉ ଶିଷ୍ୟ କରିବାକୁ ଯିଏ ବହୁଗୁଣିତ ହୁଅନ୍ତି । ଆଉ ଯେହେତୁ କିଛିବି ଅଧିକ ମଣ୍ଡଳୀକୁ ବେଶୀ ଜଟିଳ କରେ ଓ ବହୁଗୁଣିତ ହେବାକୁ କଷ୍ଟକର କରେ ଆମ ପ୍ରଶିକ୍ଷଣ, ଭବନ ଆଉ କାର୍ଯ୍ୟକ୍ରମ ଆଉ ବିତ୍ତ ଆଉ କର୍ମଚାରୀ ପରି ଜିନିଷଗୁଡିକୁ ସରଳ ମଣ୍ଡଳୀରୁ ବହୁଗୁଣିତ ହୋଇ ନିର୍ମିତ ନଗର କିମ୍ବା ଆଞ୍ଚଳିକ ମଣ୍ଡଳୀ ପାଇଁ ଛାଡିଦିଏ ।

ମନେରଖନ୍ତୁ, ଜୁମେ ର ମାନେ ହେଲା ଖମୀର ଏକ ସରଳ ଏକ-କୋଷିକା ବିଶିଷ୍ଟ ଜୀବ ଯାହା ଦ୍ରୁତ ଗତିରେ ପ୍ରଜନନ କରେ ।

ଜୁମେ ପ୍ରଶିକ୍ଷଣରେ ଆମେ ସେହି ଖମୀର ପରି ହେବାକୁ ଯାଉଛେ - ସରଳ ଆଉ ବହୁଗୁଣିତ ହେବାରେ ସକ୍ଷମ । ହେଲେ ବହୁଗୁଣିତ ହେବା ଆରମ୍ଭ କରିବା ପୂର୍ବରୁ ଆମେ ନିଶ୍ଚିତ ରୂପେ ଜାଣିବା ଉଚିତ ଯେ ଈଶ୍ୱର କ'ଣ ବହୁଗୁଣିତ କରିବାକୁ ଚାହାଁନ୍ତି କାରଣ ବହୁଗୁଣିତ ହେବା ଭଲ ହୋଇପାରେ ମାତ୍ର ସର୍ବଦା ନୁହେଁ । କର୍କଟ ରୋଗ ମଧ୍ୟ ବହୁଗୁଣିତ ହୁଏ । ଆଉ ଏହା ପ୍ରାଣଘାତକ । ତେବେ କିପରି ଆମେ ଜୀବନ ପ୍ରଜନନ କରୁ ଆଉ ମୃତୁ୍ୟ ନୁହେଁ? ଆଉ କିପରି ଆମେ ନିଶ୍ଚିତ କରିବା ଯେ ଆମେ ପ୍ରଜନନର ଯୋଗ୍ୟ ଶିଷ୍ୟ ସବୁ?

ଚର୍ଚ୍ଚା କରନ୍ତୁ

(10 min)

  1. ଯେତେବେଳେ ଆପଣ ଏକ ମଣ୍ଡଳୀ ବିଷୟରେ ଚିନ୍ତା କରନ୍ତି, ସେତେବେଳେ ମନରେ କ'ଣ ଆସିଥାଏ?
  2. ସେହି ଚିତ୍ର ଏବଂ ଭିଡିଓରେ ଯାହାକୁ "ସରଳ ମଣ୍ଡଳୀ" ଭାବରେ ବର୍ଣ୍ଣନା କରାଯାଇଛି ତାହା ମଧ୍ୟରେ ପାର୍ଥକ୍ୟ କ'ଣ?
  3. କେଉଁଟି ସଂଖ୍ୟା ବୃଦ୍ଧି କରିବାରେ ସହଜ ଅଟେ ବୋଲି ଆପଣ ଭାବୁଛନ୍ତି ଏବଂ କାହିଁକି?

READ

(5 min)

ଈଶ୍ବରଙ୍କ କଥା ଶୁଣିବା ଓ ଆଜ୍ଞାବହ ହେବା

ଯୁମେ ପ୍ରଶିକ୍ଷଣକୁ ପୁଣିଥରେ ସ୍ୱାଗତ । ଏହି ସେସନ୍‌ରେ ଆମେ ଆଲୋଚନା କରିବା ଈଶ୍ୱରଙ୍କଠାରୁ ଶୁଣିବା ଓ ଶୁଣିଥିବା ବାକ୍ୟକୁ ପାଳନ କରିବା ବିଷୟରେ ।

ପ୍ରାଣବାୟୁ ହିଁ ଜୀବନ । ଆମେ ନିଶ୍ୱାସରେ ନେଉ ଆମେ ପ୍ରଶ୍ୱାସରେ ଛାଡୁ ଜୀବନ ।

ଈଶ୍ୱରଙ୍କ ରାଜ୍ୟରେ ଶ୍ୱାସ ପ୍ରକ୍ରିୟା ଅତି ଗୁରୁତ୍ୱପୂର୍ଣ୍ଣ ବାସ୍ତବରେ ଈଶ୍ୱର ତାଙ୍କ ଆତ୍ମାଙ୍କୁ ଡାକନ୍ତି ପ୍ରାଣବାୟୁ ।

ରାଜ୍ୟରେ ଆମେ ନିଶ୍ୱାସ ନେଉ ଯେବେ ଆମେ ଈଶ୍ୱରଙ୍କଠାରୁ ଶୁଣୁ । ଆମେ ନିଶ୍ୱାସ ନେଉ ଯେବେ ଆମେ ଈଶ୍ୱରଙ୍କଠାରୁ ଶୁଣୁ ତାଙ୍କ ବାକ୍ୟ ମାଧ୍ୟମରେ । ଯାହା ହେଉଛି ବାଇବଲ । ଆମେ ନିଶ୍ୱାସ ନେଉ ଯେବେ ଆମେ ଈଶ୍ୱରଙ୍କଠାରୁ ଶୁଣୁ ପ୍ରାର୍ଥନା ଓ ତାଙ୍କ ସହ କଥାବାର୍ତ୍ତାରେ । ଆମେ ନିଶ୍ୱାସ ନେଉ ଯେବେ ଆମେ ଈଶ୍ୱରଙ୍କଠାରୁ ଶୁଣୁ ତାଙ୍କ ଶରୀର ଅର୍ଥାତ୍‌ ମଣ୍ଡଳୀ, ଯୀଶୁଙ୍କ ଅନ୍ୟ ଅନୁଗାମୀଙ୍କ ମାଧ୍ୟମରେ । ଆମେ ନିଶ୍ୱାସ ନେଉ ଯେବେ ଆମେ ଈଶ୍ୱରଙ୍କଠାରୁ ଶୁଣୁ ତାଙ୍କ କାର୍ଯ୍ୟ ମାଧ୍ୟମରେ - ଘଟଣା, ଅନୁଭୂତି ଓ କେବେକେବେ ନିର୍ଯାତନା ଓ ପୀଡା ମାଧ୍ୟମରେ, ଯାହା ମଧ୍ୟ ଦେଇ ସେ ନିଜ ପିଲାମାନଙ୍କୁ ନିଅନ୍ତି ।

ରାଜ୍ୟରେ ଆମେ ପ୍ରଶ୍ୱାସ ଛାଡୁ ଯେବେ ଆମେ ଈଶ୍ୱରଙ୍କଠାରୁ ଯାହା ଶୁଣୁ ତା ଉପରେ ପଦକ୍ଷେପ ନେଉ । ଆମେ ପ୍ରଶ୍ୱାସ ଛାଡୁ ଯେବେ ଆମେ ମାନି ପାଳନ କରୁ ।

କେବେକେବେ ପାଳନ କରିବା ପାଇଁ ପ୍ରଶ୍ୱାସ ଛାଡିବାର ମାନେହେଲା ଆମ କଳ୍ପନା, ଆମ ବାକ୍ୟ, କିମ୍ବା ଆମ କର୍ମକୁ ଯୀଶୁ ଏବଂ ତାଙ୍କ ଇଚ୍ଛା ସହ ସହମତିକୁ ଆଣିବା ।

କେବେକେବେ ପାଳନ କରିବା ପାଇଁ ପ୍ରଶ୍ୱାସ ଛାଡିବାର ମାନେହେଲା ତାକୁ ବାଣ୍ଟିବା ଯାହା ଯୀଶୁ ଆମ ସହ ବାଣ୍ଟିଥିଲେ - ତାକୁ ଦାନ କରିବା ଯାହା ସେ ଆମକୁ ଦେଇଥିଲେ ଯାହାଦ୍ୱାରା ଅନ୍ୟମାନେବି ଆଶୀଷ ପାଇବେ ଯେପରି ଈଶ୍ୱର ଆମକୁ ଆଶୀଷ ଦେଉଛନ୍ତି ।

ଯୀଶୁଙ୍କର ଜଣେ ଅନୁଗାମୀ ପାଇଁ ନିଶ୍ୱାସ ନେବା ଓ ପ୍ରଶ୍ୱାସ ଛାଡିବା ହେଉଛି ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ଆମର ଜୀବନ । ଯୀଶୁ କହଲେ - ପୁତ୍ର ନିଜେ ନିଜେ କିଛି କରିପାରିବେ ନାହିଁ । ସେ କେବଳ ତାହାହିଁ କରନ୍ତି ଯାହା ନିଜ ପିତାଙ୍କୁ କରିବାର ଦେଖନ୍ତି । ଯାହା ପିତା କରନ୍ତି ପୁତ୍ରବି କରନ୍ତି ।

ଯୀଶୁ କହଲେ - ମୁଁ ନିଜର ଅଧିକାରରୁ କହୁନାହିଁ ପିତା ଯିଏ ମୋତେ ପଠାଇଛନ୍ତି, ଆଦେଶ ଦେଇଛନ୍ତି କ'ଣ କହିବି ଆଉ ତାକୁ କିପରି କହିବି ।

ଯୀଶୁ କହଲେ ପ୍ରତ୍ୟେକ କଥା ଯାହା ସେ କହିଲେ ଆଉ ପ୍ରତ୍ୟେକ କାମ ଯାହା ସେ ସମ୍ପାଦନ କଲେ ଈଶ୍ୱରଙ୍କ କଥନ ଓ ତାଙ୍କ ଆଦେଶ ପାଳନ ଉପରେ ଆଧାରିତ ଥିଲା ।

ନିଶ୍ୱାସ ନିଅନ୍ତୁ ଈଶ୍ୱରଙ୍କଠାରୁ ଶୁଣନ୍ତୁ । ପ୍ରଶ୍ୱାସ ଛାଡନ୍ତୁ ଯାହା ଶୁଣିଲେ ତାକୁ ପାଳନ କରନ୍ତୁ ଆଉ ତାକୁ ଅନ୍ୟମାନଙ୍କ ସହ ବାଣ୍ଟନ୍ତୁ ।

ଯୀଶୁ କହିଲେଯେ ପବିତ୍ର ଆତ୍ମା, ତାଙ୍କ ପ୍ରାଣବାୟୁ, ଯାହା ଆମ ପରି ତାଙ୍କର ପ୍ରତ୍ୟେକ ଅନୁଗାମୀଙ୍କ ଅନ୍ତରରେ ଫୁଙ୍କି ଦିଆଯିବ, ତାହା ଯୋଗୁ ତାଙ୍କ ଅନୁଗାମୀମାନେମଧ୍ୟ ଈଶ୍ୱରଙ୍କଠାରୁ ଶୁଣିବେ ।

ଯୀଶୁ କହିଲେ ସହାୟକ ପବିତ୍ର ଆତ୍ମା ଯାହାଙ୍କୁ ପିତା ମୋ ନାମରେ ପଠାଇବେ ତୁମ୍ଭମାନଙ୍କୁ ସବୁକିଛି ଶିଖାଇବେ ଓ ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଅଛି ତାହା ମେନ ପକାଇ ଦେବେ ।

ନିଶ୍ୱାସ ନିଅନ୍ତୁ ଈଶ୍ୱରଙ୍କଠାରୁ ଶୁଣନ୍ତୁ । ପ୍ରଶ୍ୱାସ ଛାଡନ୍ତୁ ଯାହା ଶୁଣିଲେ ତାକୁ ପାଳନ କରନ୍ତୁ ଆଉ ତାକୁ ଅନ୍ୟମାନଙ୍କ ସହ ବାଣ୍ଟନ୍ତୁ ।

ଯୀଶୁ ଆମକୁ ଦେଖାଉଥିଲେ କିପରି ବଞ୍ଚିବାକୁ ହେବ ।

ତେବେ ଆମେ ଈଶ୍ୱରଙ୍କ ସ୍ୱର କିପରି ଶୁଣିବା ? କିପରି ଆମେ ଜାଣିବା କ'ଣ ମାନିବାକୁ ହେବ ?

ଯୀଶୁ ନିଜକୁ ଉତ୍ତମ ମେଷପାଳକ କହୁଥିଲେ । ସେ ନିଜ ଅନୁଗାମୀମାନଙ୍କୁ ତାଙ୍କ ମେଷ କହୁଥିଲେ । ଯୀଶୁ କହିଲେ - ମୋ ସ୍ୱର ମୋ ମେଷମାନେଶୁଣନ୍ତି । ମୁଁ ସେମାନଙ୍କୁ ଜାଣେ ଓ ସେମାନେମୋତେ ଅନୁସରଣ କରନ୍ତି - । ଯୀଶୁ କହିଲେ - ଯେଉଁ ଲୋକ ପରମେଶ୍ୱରଙ୍କର, ସେ ପରମେଶ୍ୱର ଯାହା କହନ୍ତି ଗ୍ରହଣ କରେ । କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କର କଥା ଗ୍ରହଣ କରୁନାହଁ, କାରଣ ତୁମ୍ଭେ ପରମେଶ୍ୱରଙ୍କର ନୁହଁ ।

ଯୀଶୁଙ୍କ ଅନୁଗାମୀ ଭାବେ ଆମେ ତାଙ୍କ ସ୍ୱର ଶୁଣିବା ପାଇଁ ସମର୍ପିତ ରହିବା ଉ ତ ।

  • ଆମେ ସ୍ଥିର ରହି ତାଙ୍କ ସ୍ୱର ଶୁଣିପାରୁ ।
  • ଆମେ ଯୀଶୁଙ୍କ ଉପରେ ଲକ୍ଷ୍ୟ କେନ୍ଦ୍ରିତ କହି ତାଙ୍କ ସ୍ୱର ଶୁଣିପାରୁ ।
  • ଆମେ ତାଙ୍କ ସ୍ୱର ଶୁଣିପାରୁ ଆମ ଭାବନାରେ, ଆମ ଦୂରଦୃଷ୍ଟିରେ, ଆମ ଅନୁଭୂତିରେ ଆଉ ବିଚାରରେ ।
  • ଆମେ ତାଙ୍କ ସ୍ୱର ଶୁଣିପାରୁ ଯେବେ ଆମେ ଲେଖିପକାଉ ଆଉ ଯାହା ଶୁଣୁ ତାକୁ ପରୀକ୍ଷା କରୁ ।

ପ୍ରତ୍ୟେକ ସ୍ୱର, ପ୍ରତ୍ୟେକ ଭାବନା, ପ୍ରତ୍ୟେକ ଦୂରଦୃଷ୍ଟି, ଅନୁଭୂତି କିମ୍ବା ବିଚାର ଈଶ୍ୱରଙ୍କ ସ୍ୱର ନୁହେଁ । କେବେକେବେ ଏହା ଥାଏ ଶତ୍ରୁର ସ୍ୱର ଯୀଶୁ କହିଲେ ଆମ୍ଭ ଶତ୍ରୁ ଏକ ମିଥ୍ୟାବଦୀ ଓ ମିଥ୍ୟାର ପିତା ଯୀଶୁ କହିଲେ ଆମ ଶତ୍ରୁ େଚାରି, ହତ୍ୟା ଏବଂ ଧ୍ୱଂସ କରିବାକୁ ଆସେ ।

ମାତ୍ର ଈଶ୍ୱର କହନ୍ତି ଆମେ ତାଙ୍କଠାରୁ ଶୁଣିବା ଆଉ ଯେବେ ସେ କହିବେ ଆମେ ଜାଣିବା ଯେ ଏହା ସେ । ଅଭାସ ଆଉ ପ୍ରାର୍ଥନା ଦ୍ୱାରା ଆମେ ଈଶ୍ୱରଙ୍କ ସ୍ୱରକୁ ଅଧିକ ଭଲ ଭାବେ ଜାଣି ପାରିବା ଆମେ ଯାହା ଶୁଣୁଛେ ତାହା ଈଶ୍ୱରଙ୍କ ସ୍ୱର କିମ୍ବା ଅନ୍ୟ କାହାର ତାହା ହ୍ନିବାକୁ ଆମେ ଶିଖି ପାରିବା ।

ଆମେ ଯାହା ଶୁଣୁ ତାକୁ ପରୀକ୍ଷା କରିବାର କେତୋଟି ଉପାୟ ନିମ୍ନରେ ଦିଆଯାଇଛି ।

  • ଯେବେ ଯୀଶୁ କହନ୍ତି ତାଙ୍କ କଥନ ତାଙ୍କ ଲିଖିତ ବାକ୍ୟ ଅର୍ଥାତ୍‌ ବାଇବଲ ସହ ସମାନ ରହିବ, ଯାହା ସେ ଆଗରୁ କହି ସାରିଛନ୍ତି । ତାଙ୍କ କଥିତ ବାକ୍ୟ କଦାପି ତାଙ୍କ ଲିଖିତ ବାକ୍ୟଠାରୁ ଭିନ୍ନ ହେବ ନାହିଁ ।
  • ଯେବେ ଯୀଶୁ କହନ୍ତି ତାଙ୍କ କଥନ ଆମ ହୃଦୟକୁ ଆଶା ଓ ଶାନ୍ତି ଦେବ । ତାଙ୍କ କଥନ ଆମକୁ ଦୋଷୀ କିମ୍ବା ନିରୁାହିତ କରି ଛାଡିବ ନାହିଁ । ଯୀଶୁ ଦୋଷ ଦିଅନ୍ତି ନାହିଁ ସେ ପ୍ରେମ ଭାବ ସହ ସଂଶୋଧନ କରନ୍ତି ।
  • ଯୀଶୁଙ୍କ କଥନ ଶାରୀରିକ ଲାଳସାକୁ ପ୍ରକାଶ କରିବ ନାହିଁ । ଯୌନ ବ୍ୟଭିଚାର ଆଉ ଅପବିତ୍ରତା, ଭ୍ରଷ୍ଟତା, ମୂର୍ତ୍ତିପୂଜା ଆଉ ତନ୍ତ୍ରବିଦ୍ୟା, ଘୃଣା ଓ ବିବାଦ, ଈର୍ଷ୍ୟା ଆଉ କ୍ରୋଧ, ସ୍ୱାର୍ଥପର ଉଚ୍ଚାକାଂକ୍ଷା, ମତଭେଦ, କଳହପ୍ରିୟତା ଓ ଈର୍ଷ୍ୟା, ମଦ୍ୟପାନ ଓ ନଗ୍ନନୃତ୍ୟ ଏସବୁ ଈଶ୍ୱରଙ୍କ କଥନ ନୁହେଁ ।
  • ଯେବେ ଯୀଶୁଙ୍କ କହନ୍ତି ତାଙ୍କ କଥନ ଈଶ୍ୱରଙ୍କ ଆତ୍ମାର ଫଳ ପ୍ରକାଶ କରିବ । ଯେପରି ପ୍ରେମ ଓ ଆନନ୍ଦ, ଶାନ୍ତି ଓ ଧୈର୍ଯ୍ୟ ଦୟା ଓ ଭଲପଣିଆ, ବିଶ୍ୱସ୍ତତା, କୋମଳତା, ଆଉ ଆତ୍ମ-ସଂଜମ ।
  • ଯେବେ ଯୀଶୁଙ୍କ କହନ୍ତି ତାଙ୍କ କଥନ ଆମକୁ ସନ୍ଦେହ ବଦଳରେ ଆତ୍ମବିଶ୍ୱାସ ଦିଏ, ଆମେ ନିଜ ଅନ୍ତରରେ ଜ୍ଞାନ ଓ ଶାନ୍ତି ଅନୁଭବ କରୁ ଯେ ଯାହା ଆମେ ଶୁଣୁଛୁ ହେଉଛି ଈଶ୍ୱରଙ୍କଠାରୁ ଆମେ ସବୁକିଛି ଏକାସାଙ୍ଗରେ ଶୁଣିନପାରୁ ଆମେ କେବଳ ଆଂଶିକ ଭାବେ ଶୁଣିପାରୁ ଯାହା ଆମର ଜାଣିବା ଦରକାର । ମାତ୍ର ଯାହା ଆମେ ଶୁଣିବା ହେବ ଶକ୍ତ ଯାହା ଘଡିଘଡିକେ ବଦଳେ ନାହିଁ ।

ଯୀଶୁଙ୍କ ପ୍ରତ୍ୟେକ ଅନୁଗାମୀ ପାଇଁ ଭଲ ଖବର ହେଉଛି ଯେବେ ଆମେ ନିଶ୍ୱାସ ନେଉ ଆଉ ଈଶ୍ୱରଙ୍କଠାରୁ ଶୁଣୁ ଯେବେ ଆମେ ପ୍ରଶ୍ୱାସ ଛାଡୁ ଆଉ ଯାହା ଆମେ ଶୁଣୁ ତାର ପାଳନ କରୁ ତାକୁ ଅନ୍ୟମାନଙ୍କ ସହ ବାଣ୍ଟୁ ଈଶ୍ୱର ଆହୁରି ସ୍ପଷ୍ଟ ରୂପେ କହିବେ ।

ତାଙ୍କ ପ୍ରାଣବାୟୁ ଆମ ଅନ୍ତରରେ ଅଧିକ ପ୍ରବାହିତ ହୁଏ ।

ଆମେ ତାଙ୍କ ସ୍ୱର ଅଧିକ ସ୍ପଷ୍ଟରୂପେ ଶୁଣୁ । ଆମେ ଜାଣୁ ଏହା ତାଙ୍କ ସ୍ୱର ଅନ୍ୟ କାହାର ନୁହେଁ । ଆମେ ଜଗତରେ ତାଙ୍କ କାର୍ଯ୍ୟକୁ ଦେଖୁ ଆଉ ଯୋଗଦେଇ ତାଙ୍କ ସହିତ କାମ କର ।

ଆମେ ନିଶ୍ୱାସରେ ନେଉ ଆମେ ପ୍ରଶ୍ୱାସରେ ଛାଡୁ ଜୀବନ ।

ଚର୍ଚ୍ଚା କରନ୍ତୁ

(10 min)

  1. ଈଶ୍ବରଙ୍କ ସ୍ବର ଶୁଣିବା ଓ ଚିହ୍ନି ପାରିବା କାହିଁକି ଜରୁରୀ ଅଟେ ?
  2. ପ୍ରଭୁଙ୍କ କଥା ଶୁଣିବା ଓ ପ୍ରତିକ୍ରିୟା ଦେବା ପ୍ରକୃତରେ କ'ଣ ନିଶ୍ୱାସ ନେବା ଭଳି? କାହିଁକି ଏବଂ କାହିଁକି ନୁହେଁ ?

READ

(5 min)

ଏସ୍.ଓ.ଏ.ପି.ଏସ୍ ବାଇବଲ ପଠନ

ଯୀଶୁ କହିଲେ - ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର ପରମପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବାପ୍ତିସ୍ମ ଦିଅ । ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ ।

ଯଦି ଯୀଶୁଙ୍କ ପ୍ରତ୍ୟେକ ଅନୁଗାମୀ ଯୀଶୁଙ୍କ ଆଦେଶକୁ ମାନିବେ ତେବେ ସେମାନଙ୍କୁ ଯୀଶୁଙ୍କ ଆଦେଶ ସବୁ କ'ଣ ଜାଣିବାକୁ ହେବ ।

ମହାନ ଆଦେଶ ଆଉ ମହାନ ନିଯୁକ୍ତି ହେଉଛି ଈଶ୍ୱର ଆମକୁ ଯାହା କହିବାକୁ ଚାହାଁନ୍ତି ତାର ଏକ ସାରାଂଶ । ମାତ୍ର ଯଦି ଜଣେ ଅନୁଗାମୀ ପୂର୍ଣ୍ଣ ରୂପେ ବୃଦ୍ଧି ପାଇ ଈଶ୍ୱରଙ୍କ ଅନୁରୂପ ହେବାକୁ ଚାହାଁନ୍ତି ତେବେ ସେମାନେ ଅଧିକ ଜାଣିବା ଓ ମାନିବା କଥା ।

ସୋପ୍‌ସ୍‌ର ମାନେ ହେଲା :

  • ଧର୍ମଶାସ୍ତ୍ର
  • ନିରୀକ୍ଷଣ
  • ପ୍ରୟୋଗ
  • **ପ୍ରାର୍ଥନା ଆଉ **
  • ବାଣ୍ଟିବା

ଏକ ପ୍ରଭାବକାରୀ ବାଇବଲ୍‌ ଅଧ୍ୟୟନ ପଦ୍ଧତି ଶିଖିବା ଓ ମନେରଖିବା ପାଇଁ ଏହା ହେଉଛି ଏକ ସରଳ ଉପାୟ ଯାହାକୁ ଯୀଶୁଙ୍କର ଯେକୌଣସି ଅନୁଗାମୀ ବ୍ୟବହାର କରି ପାରିବେ । ଚାଲନ୍ତୁ ପ୍ରତ୍ୟେକ ବିଭାଗକୁ ଟିକେ ଅଧିକ ଦେଖିବା ।

ଯେବେ ଆପଣ ବାଇବଲ୍‌କୁ ପଢ଼ନ୍ତି ଓ ଶୁଣନ୍ତି:

  • ଧର୍ମଶାସ୍ତ୍ର: ଦୁଇ କିମ୍ବା ଅଧିକ ପଦ ଲେଖିପକାନ୍ତୁ ଯାହା ଆପଣଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ ଅର୍ଥପୂର୍ଣ୍ଣ ଆଜି ।
  • ନିରୀକ୍ଷଣ: ଆପଣ ଅର୍ଥ ଅଧିକ ଭଲ ଭାବେ ବୁଝିବା ପାଇଁ ପଦଗୁଡିକୁ କିମ୍ବା ଏହାର ମୁଖ୍ୟ ବାର୍ତ୍ତାକୁ ନିଜ ଭାଷାରେ ପୁଣିଥରେ ଲେଖି ପକାନ୍ତୁ ।
  • ପ୍ରୟୋଗ: ଆପଣଙ୍କ ନିଜ ଜୀବନରେ ଏହି ଆଦେଶ କିମ୍ବା କଳ୍ପନାଗୁଡିକୁ ମାନିବାର ଅର୍ଥ ବିଷୟରେ ଭାବନ୍ତୁ । ଆପଣଙ୍କୁ ଭିନ୍ନ ଭାବେ କ'ଣ କରିବାକୁ ହେବ? ଏହାକୁ ଲେଖି ପକାନ୍ତୁ ।
  • ପ୍ରାର୍ଥନା: ଏକ ପ୍ରାର୍ଥନା ଲେଖନ୍ତୁ ଯାହା ଈଶ୍ୱରଙ୍କୁ କହେ ଆପଣ ତାଙ୍କ ବାକ୍ୟରେ କ'ଣ ପଢ଼ିଛନ୍ତି ଆଉ ତାଙ୍କ ଆଦେଶ ସବୁକୁ ମାନିବା ଓ ଯାହା ଶିଖିଛନ୍ତି ତାକୁ କାମରେ ଲଗାଇବା ବିଷୟରେ ଆପଣ କ'ଣ ଭାବନ୍ତି?
  • ବାଣ୍ଟିବା: ଈଶ୍ୱରଙ୍କୁ ପଚାରନ୍ତୁ ଆପଣ ଯାହା ଶିଖିଛନ୍ତି ଆଉ କିପରି ତାକୁ କାର୍ଯ୍ୟାନ୍ୱିତ କରୁଛନ୍ତି ତାକୁ ଆପଣ କାହା ସହ ବାଣ୍ଟନ୍ତୁ ବୋଲି ସେ ଚାହୁଁଛନ୍ତି ।

ଚାଲନ୍ତୁ ସୋପ୍‌ସ୍‌କୁ କାମରେ ଲଗାଇବା :

  • ଧର୍ମଶାସ୍ତ୍ର: ସଦାପ୍ରଭୁ କୁହନ୍ତି, ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ ଏବଂ ତୁମ୍ଭମାନଙ୍କର ମାର୍ଗସବୁ ଆମ୍ଭର ମାର୍ଗପରି ନୁହେଁ । ଯେପରି ପୃଥିବୀଠାରୁ ସ୍ୱର୍ଗମଣ୍ଡଳ ଉଚ୍ଚତର ସେହିପରି ଆମ୍ଭର ଚ଼ିନ୍ତାଧାରା ତୁମ୍ଭମାନଙ୍କର ଚ଼ିନ୍ତାଧାରାଠାରୁ ଉଚ୍ଚତର । ସେହିପରି ଆମ୍ଭର ମାର୍ଗସବୁ ତୁମ୍ଭମାନଙ୍କର ମାର୍ଗଠାରୁ ଉଚ୍ଚତର । ଯିଶାଇୟ ୫୫:୮-୯
  • ନିରୀକ୍ଷଣ: ଜଣେ ମନୁଷ୍ୟ ଭାବରେ ଯାହା ମୁଁ ଜାଣେ ଓ ତାକୁ କିପରି କରିବାକୁ ହେବ ସେଥିରେ ମୁଁ ସୀମିତ ମାତ୍ର ଈଶ୍ୱର କୌଣସି ଉପାୟରେ ସୀମିତ ନୁହଁନ୍ତି । ସେ ସବୁକିଛି ଦେଖନ୍ତି ଓ ଜାଣନ୍ତି । ସେ କିଛିବି କରିପାରିବେ ।
  • ପ୍ରୟୋଗ: ଯେହେତୁ ଈଶ୍ୱର ସବୁକିଛି ଜାଣନ୍ତି ଓ ତାଙ୍କ ମାର୍ଗସବୁ ସର୍ବୋତ୍ତମ, ମୋ ଉପାୟରେ ସବୁକିଛି କରିବା ଉପରେ ନିର୍ଭର ନକରି ଯଦି ମୁଁ ତାଙ୍କର ଅନୁସରଣ କରେ ଜୀବନରେ ଅଧିକ ସଫଳତା ପାଇବି ।
  • ପ୍ରାର୍ଥନା: ପ୍ରଭୁ ମୁଁ ଜାଣେନା କିପରି ଆପଣଙ୍କୁ ଖୁସି ଓ ଅନ୍ୟଙ୍କୁ ସାହାଯ୍ୟ କରିପାରୁଥିବା ଭଲ ଜୀବନ ବଞ୍ଚିବି । ମୋ ମାର୍ଗରେ ଭୁଲ ହେଉଛି ମୋ ଭାବନା କଷ୍ଟଦାୟୀ ପରିବର୍ତ୍ତେ ଦୟାକରି ମୋତେ ଆପଣଙ୍କ ମାର୍ଗ ଓ କଳ୍ପନା ଶିଖାନ୍ତୁ ମୁଁ ଆପଣଙ୍କ ଅନୁଗମନ କରୁଥିବା ବେଳେ ଆପଣଙ୍କ ପବିତ୍ରଆତ୍ମା ମୋତେ ରାସ୍ତା ଦେଖାନ୍ତୁ ।
  • ବାଣ୍ଟିବା: ମୁଁ ଏହି ପଦଗୁଡିକୁ ଓ ପ୍ରୟୋଗକୁ ମୋ ସାଙ୍ଗ ଅଜୟଙ୍କ ସହ ବାଣ୍ଟିବି ଯିଏ କଷ୍ଟକର ସମୟ ଦେଇ ଯାଉଛନ୍ତି ଆଉ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ସବୁ ପାଇଁ ନିର୍ଦ୍ଦେଶ ଦରକାର କରନ୍ତି ।

ସୋପ୍‌ସ୍‌ ବାଇବଲ୍‌ ଅଧ୍ୟୟନ ଯୁମେ ଟୁଲ୍‌କିଟ୍‌ରେ ଅନ୍ୟତମ ସରଳ ଉପକରଣ ।

ଲକ୍ଷ୍ୟ ପ୍ରାପ୍ତ ହେଲା

(30 min)

ଏସ୍.ଓ.ଏ.ପି.ଏସ୍. ବାଇବଲ ଅଧ୍ୟୟନ

ଶାସ୍ତ୍ର

ଗୋଟିଏ ବା ଏକାଧିକ ପଦ ଲେଖନ୍ତୁ ଯାହାକି ଆଜି ଆପଣଙ୍କ ନିମନ୍ତେ ଅର୍ଥପୂର୍ଣ୍ଣ ଅଟେ ।

ଲକ୍ଷ୍ୟ

ଅଧିକ ଭଲରୂପେ ବୁଝିବା ପାଇଁ ସେହି ପଦଗୁଡ଼ିକ କିମ୍ବା ମୂଳ ବିଷୟଗୁଡ଼ିକ ଆପଣଙ୍କ ନିଜ ଭାଷାରେ ପୁନର୍ବାର ଲେଖନ୍ତୁ ।

ପ୍ରୟୋଗ

ଆପଣଙ୍କ ନିଜ ଜୀବନରେ ଏହି ଆଜ୍ଞାଗୁଡ଼ିକର ଅର୍ଥ କ'ଣ ସେ ବିଷୟରେ ଚିନ୍ତା କରନ୍ତୁ ।

ପ୍ରାର୍ଥନା

ଆପଣ ଯାହା ଶିକ୍ଷା କରିଛନ୍ତି ଓ ଆଜ୍ଞାବହ ହେବାକୁ ଆପଣ ଯେଉଁ ଯୋଜନା କରନ୍ତି ସେ ବିଷୟରେ ଈଶ୍ୱରଙ୍କୁ କହି ଏକ ପ୍ରାର୍ଥନା ଲେଖନ୍ତୁ ।

ଅଂଶୀ କରିବା

ଆପଣ ଯାହା ଶିକ୍ଷା କରିଛନ୍ତି / ପ୍ରୟୋଗ କରିଛନ୍ତି କାହାକୁ ସେ ବିଷୟରେ କହିବେ ବୋଲି ଈଶ୍ୱର ଇଚ୍ଛା କରନ୍ତି ତାହାଙ୍କୁ ସେ ବିଷୟରେ ପଚାରନ୍ତୁ ।

ନିମ୍ନରେ ଏସ୍.ଓ.ଏ.ପି କାର୍ଯ୍ୟ କରିବାର ଏକ ଉଦାହରଣ ଅଛି :

ଏସ୍ - "ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ । କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ, ସେପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ ।" ଯିଶାଇୟ ୫୫:୮-୯

- ମନୁଷ୍ୟ ଭାବରେ, ମୁଁ ଜ୍ଞାନ ସୀମିତ ଓ କିପରି କରିବାକୁ ହେବ ସେ ବିଷୟରେ ମଧ୍ୟ ସୀମିତ ବିଷୟ ଜାଣିଛି । ଈଶ୍ୱର କୌଣସିମତେ ସୀମିତ ନୁହଁନ୍ତି । ସେ ପ୍ରତ୍ୟେକ ବିଷୟ ଦେଖନ୍ତି ଓ ଜାଣନ୍ତି । ସେ ଯେକୌଣସି ବିଷୟ କରିପାରିବେ ।

- ଈଶ୍ୱର ପ୍ରତ୍ୟେକ ବିଷୟ ଜାଣିଥିବାରୁ ପୁଣି ତାହାଙ୍କ ମାଗସକଳ ସର୍ବୋତ୍ତମ ହୋଇଥିବାରୁ, ବିଷୟଗୁଡ଼ିକ ମୋର ନିଜ ଉପାୟରେ କରିବାରେ ଆସ୍ଥା ସ୍ଥାପନ କରିବା ଅପେକ୍ଷା ମୁଁ ଯଦି ତାହାଙ୍କୁ ଅନୁସରଣ କରିବି ତେବେ ମୁଁ ଅଧିକ ସଫଳ ହୋଇପାରିବି ।

ପି - ପ୍ରଭୁ, ତୁମର ସନ୍ତୋଷଜନକ ଓ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପରି ଏକ ଉତ୍ତମ ଜୀବନଯାପନ କିପରି କରିପାରିବି ମୁଁ ତାହା ଜାଣେ ନାହିଁ । ମୋର ଉପାୟଗୁଡ଼ିକ ଭୁଲ୍ ଆଡ଼କୁ କଢ଼ାଇ ନେଇଥାଏ । ମୋର ଚିନ୍ତାଧାରା ଆଘାତ ଦେବାକୁ କଢ଼ାଇ ନେଇଥାଏ । ବରଂ ଦୟାକରି ମୋତେ ତୁମର ଉପାୟଗୁଡ଼ିକ ଓ ଚିନ୍ତାଧାରା ଶିଖାଅ । ମୁଁ ତୁମର ଅନୁସରଣ କଲା ବେଳେ ତୁମର ପବିତ୍ର ଆତ୍ମା ମୋତେ ପରିଚାଳନା କରନ୍ତୁ ।

ଏସ୍ - ମୁଁ ଏହି ପଦଗୁଡ଼ିକ ଓ ଏହି ପ୍ରୟୋଗ ମୋର ସାଙ୍ଗ, ଷ୍ଟିଭ୍ଙ୍କୁ କହିବି, ଯେ କି ଏକ କଷ୍ଟକର ସମୟରେ ଗତି କରୁଛନ୍ତି ଓ ସେ ସମ୍ମୁଖୀନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନିମନ୍ତେ ଦିଗଦର୍ଶନ ଆବଶ୍ୟକ କରନ୍ତି ।

READ

(5 min)

ଉତ୍ତରଦାୟିତ୍ୱ ଗୋଷ୍ଠୀ

ଯୀଶୁ କହଲେ - ଯେଉଁ ଲୋକକୁ ଅଧିକ ଦିଆଯାଇଛି, ସେ ସେହି ବିଷୟ ପାଇଁ ଦାୟୀ ହେବ । ଯେଉଁ ଲୋକକୁ ଅଧିକ ଦିଆଯାଇଛି, ତ'ଠାରୁ ବହୁତ ଅଧିକ ଆଶା କରାଯିବ ।

ଯୀଶୁ ଉତ୍ତରଦାୟିତ୍ୱ ବିଷୟରେ ଅେନକ କାହାଣୀ ବାଣ୍ଟିଥିଲେ ଆଉ ଆମକୁ ଅନେକ ସତ୍ୟ କହିଥିଲେ କିପରି ଆମେ ଆମ କର୍ମ ଓ କଥନ ପାଇଁ ଉତ୍ତରଦାୟୀ ହେବୁ ।

ଯୀଶୁ ଆମକୁ ବର୍ତ୍ତମାନ ଏହି ବିଷୟସବୁ କହନ୍ତି ଯାହାଦ୍ୱାରା ଆମେ ପର ପାଇଁ ପ୍ରସ୍ତୁତ ରହିବୁ । ଆଉ ଯେହେତୁ ଦିନେ ଆମେ ତାଙ୍କ ପାଖରେ ଉତ୍ତରଦାୟୀ ହେବୁ, ଏବେ ପରସ୍ପର ପ୍ରତି ଉତ୍ତରଦାୟିତ୍ୱର ଅଭ୍ୟାସ କରିବା ଭଲ ହେବ ।

ଉତ୍ତରଦାୟିତ୍ୱର ଦଳ ସମ ଲିଙ୍ଗର ଦୁଇ କିମ୍ବା ତିନି ଲୋକଙ୍କୁ ନେଇ ଗଠିତ- ପୁରୁଷଙ୍କ ସହ ପୁରୁଷ ମହିଳାଙ୍କ ସହ ମହିଳା ଯିଏ ସପ୍ତାହକୁ ଥରେ ଏକ ପ୍ରଶ୍ନାବଳୀ ଆଲୋଚନା କରିବାକୁ ଏକତ୍ରିତ ହୁଅନ୍ତି ଯାହା ସବୁ ଠିକ୍‌ଠାକ୍‌ ଚାଲିଥିବା କ୍ଷେତ୍ର ଆଉ କ୍ଷେତ୍ର ଯେଉଁଠି ସଂଶୋଧନ ଦରକାର ତାକୁ ପ୍ରକାଶିତ କରିବାରେ ସାହାଯ୍ୟ କରେ ।

ଯୀଶୁଙ୍କର ପ୍ରତ୍ୟେକ ଅନୁଗାମୀ ଉତ୍ତରଦାୟୀ ହେବ ତେଣୁ ଯୀଶୁଙ୍କର ପ୍ରତ୍ୟେକ ଅନୁଗାମୀ ଆତ୍ମୀୟମାନଙ୍କ ସହ ଉତ୍ତରଦାୟୀତ୍ୱ ଅଭ୍ୟାସ କରିବା ଉଚିତ ।

ଉତ୍ତରଦାୟିତ୍ୱର ଦଳ ଜୁମେ ଟୁଲ୍‌ କିଟ୍‌ ରେ ଆଉଏକ ସରଳ ଉପକରଣ ।

ଲକ୍ଷ୍ୟ ପ୍ରାପ୍ତ ହେଲା

(20 min)

ଉତ୍ତରଦାୟୀ ଦଳଗୁଡ଼ିକ

  1. ଈଶ୍ୱର କାର୍ଯ୍ୟ କରିବା ବିଷୟ ଆପଣ କିପରି ଦେଖିଛନ୍ତି ?
  2. ଆପଣଙ୍କର ଉଭୟ ବାକ୍ୟ ଓ କାର୍ଯ୍ୟରେ କ'ଣ ଆପଣ ଯୀଶୁ ଖ୍ରୀଷ୍ଟଙ୍କର ମହାନତା ବିଷୟରେ ଏହି ସପ୍ତାହରେ ସାକ୍ଷ୍ୟ ଦେଇଛନ୍ତି ?
  3. ଆପଣ କ'ଣ ଯୌନଗତ କମନୀୟତା ପ୍ରତି ପ୍ରକାଶିତ ହୋଇଛନ୍ତି ନା ଆପଣଙ୍କ ମନରେ ଯଥାର୍ଥ ଯୌନଗତ ଚିନ୍ତାଧାରା ପୋଷଣ କରିଛନ୍ତି ?
  4. ଆପଣ ଅର୍ଥ ବ୍ୟବହାର କଲା ବେଳେ ସେଥିରେ ଈଶ୍ୱରଙ୍କ ମାଲିକାନାକୁ କ'ଣ ସ୍ୱୀକାର କରିଛନ୍ତି ?
  5. ଆପଣ କ'ଣ କୌଣସି ବିଷୟକୁ ଲୋଭ କରିଛନ୍ତି ?
  6. ଆପଣଙ୍କ ବାକ୍ୟ ଦ୍ୱାରା ଆପଣ କ'ଣ କାହାର ଖ୍ୟାତିକୁ ବା ଅନୁଭବକୁ ଆଘାତ ଦେଇଛନ୍ତି ?
  7. ଆପଣ କ'ଣ ବାକ୍ୟରେ ବା କାର୍ଯ୍ୟରେ ଅବିଶ୍ୱସ୍ତ ହୋଇଛନ୍ତି ନା କୌଣସି ବିଷୟକୁ ଅତିରଞ୍ଜିତ କରି କହିଛନ୍ତି ?
  8. ଆପଣ କ'ଣ କୌଣସି ଆସକ୍ତିରେ (କିମ୍ବା ଅଳସୁଆମି ବା ବିଶୃଙ୍ଖଳିତ କାର୍ଯ୍ୟରେ) ଅଛନ୍ତି ?
  9. ଆପଣ କ'ଣ ଲୁଗାପଟା, ସାଙ୍ଗସାଥୀ, କାର୍ଯ୍ୟ, କିମ୍ବା ଧନସମ୍ପତ୍ତିର କ୍ରୀତଦାସ ହୋଇଛନ୍ତି ?
  10. ଆପଣ କ'ଣ କାହାକୁ କ୍ଷମା କରିବାରେ ବିଫଳ ହୋଇଛନ୍ତି ?
  11. ଆପଣ କେଉଁ ବ୍ୟସ୍ତତା ବା ଚିନ୍ତାର ସମ୍ମୁଖୀନ ହେଉଛନ୍ତି ?
  12. ଆପଣ କ'ଣ ଅଭିଯୋଗ ବା ବଚସା କରିଛନ୍ତି ?
  13. ଆପଣଙ୍କର କ'ଣ ଏକ ଧନ୍ୟବାଦୀ ଅନ୍ତଃକରଣ ଅଛି ?
  14. ଆପଣ କ'ଣ ସମ୍ମାନ ପାଉଛନ୍ତି, ଆପଣଙ୍କୁ କ'ଣ ଅନ୍ୟମାନେ ବୁଝୁଛନ୍ତି ଓ ଆପଣ କ'ଣ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କରେ ଦୟାଳୁ ହୋଇଛନ୍ତି ?
  15. ଆପଣ କେଉଁ ପ୍ରଲୋଭିତ ଚିନ୍ତା, ବାକ୍ୟ, ବା କାର୍ଯ୍ୟର ସମ୍ମୁଖୀନ ହୋଇଛନ୍ତି ଓ ଆପଣ କିପରି ସେଥିପ୍ରତି ପ୍ରତିକ୍ରିୟା ପ୍ରକାଶ କରିଥିଲେ ?
  16. ଅନ୍ୟମାନଙ୍କ ସେବା କରିବାକୁ ବା ସେମାନଙ୍କ ପ୍ରତି, ବିଶେଷରୂପେ ବିଶ୍ୱାସୀମାନଙ୍କ ପ୍ରତି ଆଶୀର୍ବାଦର କାରଣ ହେବାକୁ ଆପଣ କିପରି ସୁଯୋଗ ନେଇଛନ୍ତି ?
  17. ଆପଣ କ'ଣ ପ୍ରାର୍ଥନାର ନିର୍ଦ୍ଦିଷ୍ଟ ଉତ୍ତର ଦେଖିଛନ୍ତି ?

ସମୀକ୍ଷା

(1 min)

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ଧାରଣାଗୁଡ଼ିକ:

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ସାଧନଗୁଡ଼ିକ:

  • ଈଶ୍ୱର ସାଧାରଣ ଲୋକମାନଙ୍କୁ ବ୍ୟବହାର କରନ୍ତି
  • ଶିଷ୍ୟ ଏବଂ ମଣ୍ଡଳୀର ସରଳ ଅର୍ଥ
  • ଆତ୍ମିକ ଶ୍ୱାସପ୍ରଶ୍ୱାସ ଈଶ୍ୱରଙ୍କୁ ଶୁଣିବା ଏବଂ ପାଳନ କରିବା ଅଟେ
  • ଉପଭୋକ୍ତା ବନାମ ଉତ୍ପାଦକ ଜୀବନ ଶୈଳୀ
  • ଏସ୍‌ଓଏପିଏସ୍ ବାଇବଲ ଅଧ୍ୟୟନ
  • ଉତ୍ତରଦାୟୀ ଦଳ
  • ପ୍ରାର୍ଥନାରେ କିପରି ଏକ ଘଣ୍ଟତ ବିତାଇବେ?
  • ସମ୍ପର୍କୀୟ ଅଧ୍ୟକ୍ଷ୍ୟତା - ୧୦୦ ଜଣଙ୍କ ତାଲିକା

Take a Break

ସାରାଂଶ

(1 min)

ଏହି ଅଧିବେଶନରେ, ଆମେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା:

ଏବଂ ଆମେ ଏହି ସାଧନଗୁଡ଼ିକ ଆମର ଟୁଲକିଟ୍ ରେ ଯୋଡ଼ିବା:

  • ଈଶ୍ୱର ସାଧାରଣ ଲୋକମାନଙ୍କୁ ବ୍ୟବହାର କରନ୍ତି
  • ଶିଷ୍ୟ ଏବଂ ମଣ୍ଡଳୀର ସରଳ ଅର୍ଥ
  • ଆତ୍ମିକ ଶ୍ୱାସପ୍ରଶ୍ୱାସ ଈଶ୍ୱରଙ୍କୁ ଶୁଣିବା ଏବଂ ପାଳନ କରିବା ଅଟେ
  • ଉପଭୋକ୍ତା ବନାମ ଉତ୍ପାଦକ ଜୀବନ ଶୈଳୀ
  • ଏସ୍‌ଓଏପିଏସ୍ ବାଇବଲ ଅଧ୍ୟୟନ
  • ଉତ୍ତରଦାୟୀ ଦଳ
  • ପ୍ରାର୍ଥନାରେ କିପରି ଏକ ଘଣ୍ଟତ ବିତାଇବେ?
  • ସମ୍ପର୍କୀୟ ଅଧ୍ୟକ୍ଷ୍ୟତା - ୧୦୦ ଜଣଙ୍କ ତାଲିକା

READ

(5 min)

ଉପଭୋକ୍ତା ନୁହେଁ ଉତ୍ପାଦକ

ଏହି ସେସନ୍‌ରେ ଆମେ ଆଲୋଚନା କରିବା କିପରି ଆମେ ଜଣେ ଯୀଶୁଙ୍କ ଅନୁଗାମୀଙ୍କୁ ସାହାଯ୍ୟ କରିପାରିବା ଈଶ୍ୱରଙ୍କ ରାଜ୍ୟରେ ଜଣେ ଉତ୍ପାଦକ ହେବା ପାଇଁ ଖାଲି ଜଣେ ଉପଭୋକ୍ତା ହେବା ପରିବର୍ତ୍ତେ ।

ତାଙ୍କ ତ୍ରୁଟିଶୂନ୍ୟ ଯୋଜନାରେ, ଈଶ୍ୱର ଆମକୁ ଭାରସାମ୍ୟରେ ବଞ୍ଚିବାକୁ ସୃଷ୍ଟି କରିଥିଲେ ଉପିାଦନ କରିବା ପାଇଁ ଅପଚୟ କରିବା ପାଇଁ ସୃଷ୍ଟି କରିବା ପାଇଁ ଆଉ ବ୍ୟବହାର କରିବା ପାଇଁ ଢ଼ାଳି ଦେବା ପାଇଁ ଆଉ ପୂର୍ଣ୍ଣ ହେବା ପାଇଁ ଯାହାଦ୍ୱାରା ଆମେ ପୁଣି ଢ଼ାଳି ଦେଇ ପାରିବା ।ହେଲେ, ଆମର ଭଗ୍ନ ଜଗତରେ ଲୋକେ ଈଶ୍ୱରଙ୍କ ଯୋଜନାର ପ୍ରତ୍ୟାଖ୍ୟାନ କରିଛନ୍ତ ଆଉ ଅେନକେ ତାଙ୍କ ଶକ୍ତି ଖର୍ଚ୍ଚ କରନ୍ତି ଈଶ୍ୱରଙ୍କ ସମୀକରଣକୁ ଆଂଶିକ ଭାବେ ବଞ୍ଚି । ସେମାନେ ଶିଖନ୍ତି ହେଲେ ସେମାନେ ବାଣ୍ଟନ୍ତି ନାହିଁ ସେମାନେ ପୂର୍ଣ୍ଣ ହୁଅନ୍ତି ମାତ୍ର କଦାପି ଢ଼ାଳନ୍ତି ନାହିଁ ସେମାନେ ଅପଚୟ କରନ୍ତି ମାତ୍ର ଉପିାଦନ କରନ୍ତି ନାହିଁ ।

ଯଦି ଆମେ ଶିଷ୍ୟ କରିବାକୁ ଯାଉଛେ ଯିଏ ବହୁଗୁଣିତ କରିବେ ତେବେ ଆମକୁ ସେମାନଙ୍କ ସହ ବାଣ୍ଟିବାକୁ ହେବ କିପରି ସେମାନେ ଉତ୍ପାଦକ ହୋଇପାରିବେ ଖାଲି ଉପଭୋକ୍ତା ନୁହେ ।

ଶୁଣନ୍ତୁ ଏହିପରି - ଏକ ଅବଲୋକନ ଭାବରେ ଚାରିଟି ଉପାୟରେ ଆମର ଆତ୍ମିକ ବୃଦ୍ଧି କରିବା ପାଇଁ ଈଶ୍ୱର ତାଙ୍କ ଲିଖିତ ବାକ୍ୟ ବ୍ୟବହାର କରନ୍ତି ଯାହାକୁ ଆମେ ଧର୍ମଶାସ୍ତ୍ର କିମ୍ବା ବାଇବଲ କହୁ ।

ପ୍ରତ୍ୟେତ ଶିଷ୍ୟ ଧର୍ମଶାସ୍ତ୍ର ଶିଖିବାକୁ, ବ୍ୟାଖ୍ୟା କରିବାକୁ, ଓ ପ୍ରୟୋଗ କରିବାକୁ ସଜ୍ଜିତ ରହିବା ଉଚିତ । ହଜାର ହଜାର ବର୍ଷ ଧରି ଆଉ ଅେନକ ବିଭିନ୍ନ ଲେଖକଙ୍କ ମାଧ୍ୟମରେ ଈଶ୍ୱର ବିଶ୍ୱସ୍ତ ଲୋକମାନଙ୍କର ହୃଦୟକୁ ତାଙ୍କ ବାକ୍ୟ କହିଲେ ଯିଏ ଯାହା ଶୁଣିଲେ ତାକୁ ଲେଖି ପକାଇଲେ ଆଉ ବାଣ୍ଟିଲେ । ଧର୍ମଶାସ୍ତ୍ରଗୁଡିକ ଆମକୁ ଈଶ୍ୱରଙ୍କ କାହାଣୀ, ତାଙ୍କ ଯୋଜନା, ତାଙ୍କ ହୃଦୟ, ତାଙ୍କ ଉପାୟଗୁଡିକ ବିଷୟରେ ଶିଖାନ୍ତି ।

ଏକ ପୂର୍ବ ସେସନ୍‌ରେ ଆପଣ ଶିଖିଥିଲେ ଦୁଇଟି ସରଳ ଉପକରଣ ବିଷୟରେ ଏସ୍‌ଓଏପିଏସ୍‌ ବାଇବଲ ଅଧ୍ୟୟନ ଆଉ ଉତ୍ତରଦାୟୀ ସମୂହ । ଆଗାମୀ ଏକ ସେସନ୍‌ରେ ଆପଣ ଶିଖିବେ ଆଉ ଏକ ସରଳ ଉପକରଣ ତିନିତୃତୀୟାଂଶ ଦଳ ବିଷୟରେ । ଏହି ତିନୋଟି ଉପକରଣ ନୂତନ ଅନୁଗାମୀଙ୍କୁ ଈଶ୍ୱରଙ୍କ ଲିଖିତ ବାକ୍ୟକୁ ଶିଖିବା, ବ୍ୟାଖ୍ୟା କରିବା ପ୍ରୟୋଗ କରିବାରେ ସଜ୍ଜିତ କରିବା ପାଇଁ ଏକତ୍ର କାମ କରନ୍ତି । ସେମାନେ କେବଳ ଈଶ୍ୱରଙ୍କ ବାକ୍ୟର ଶ୍ରୋତା ହେବାକୁ ଶିଖିବେ ନାହିଁ ବରଂ କର୍ମକାରୀ ଓ ବଣ୍ଟନକାରୀ ହେବାକୁ ମଧ୍ୟ ଶିଖିବେ ।

ଆମର ଆତ୍ମିକ ବୃଦ୍ଧି କରିବା ପାଇଁ ଈଶ୍ୱର ତାଙ୍କ କଥିତ ବାକ୍ୟ ମଧ୍ୟ ବ୍ୟବହାର କରନ୍ତି - ଯାହାକୁ ଆମେ ପ୍ରାର୍ଥନା ମାଧ୍ୟମରେ ଚିହ୍ନିପାରୁ । ପ୍ରାର୍ଥନା ହେଉଛି ଈଶ୍ୱରଙ୍କୁ କହିବା ଏବଂ ଶୁଣିବା ଈଶ୍ୱରଙ୍କୁ ଅନ୍ତରଙ୍ଗ ଭାବେ ଜାଣିବାରେ ଓ ତାଙ୍କ ହୃଦୟ, ତାଙ୍କ ଇଚ୍ଛା ତାଙ୍କ ଉପାୟଗୁଡିକୁ ବୁଝିବାରେ ପ୍ରାର୍ଥନା ଆମକୁ ସାହାଯ୍ୟ କରେ । ପ୍ରାର୍ଥନା ଆମକୁ ସାହାଯ୍ୟ କରେ ସେବା କାର୍ଯ୍ୟରେ ଓ ଅନ୍ୟମାନଙ୍କ ସେବା କରିବାରେ ଆମକୁ ନିର୍ଦ୍ଦିଷ୍ଟ ଉପାୟଗୁଡିକୁ ଶିଖିବା ଓ ବାଣ୍ଟିବାରେ ସାହାଯ୍ୟ କରେ ଯାହା ବ୍ୟକ୍ତି ବିଶେଷ କିମ୍ବା ଦଳକୁ ଈଶ୍ୱରଙ୍କ ବିଷୟରେ ଅଧିକ ଭଲ ଭାବେ ଜାଣିବାରେ ସାହାଯ୍ୟ କରେ ।

ଦୁଇଟି ସରଳ ଉପକରଣ ପ୍ରାର୍ଥନା ଆଚରଣ ଓ ପ୍ରାର୍ଥନା ଚକ୍ର ଅନୁଗାମୀମାନଙ୍କୁ ଏକ ବ୍ୟକ୍ତିଗତ ପ୍ରାର୍ଥନା ଜୀବନ ବିକାଶ କରିବାରେ ଅନ୍ୟମାନଙ୍କ ସାହାଯ୍ୟ ପାଇଁ ପ୍ରାର୍ଥନାର ବିଭିନ୍ନ ଉପାୟ ବିଷୟରେ ଜାଣିବାରେ ସାହାଯ୍ୟ କରେ । ଏହି ଉପକରଣଗୁଡିକ ନଅଟକି ପ୍ରାର୍ଥନା କରିବାର ଅଭ୍ୟାସକୁ ବିକାଶ କରିବାରେ ଆଉ କେବଳ ଯାହା ଦେଖୁଛେ ତାହା ଉପରେ ନିର୍ଭର ନକରି ଏକ ଆତ୍ମିକ ଦୃଷ୍ଟିକୋଣରୁ ଜଗତକୁ ଦେଖିବାକୁ ଶିଖିବାରେ ସାହାଯ୍ୟ କରିବ ।

ଅବିରତ ବ୍ୟବହାରରେ, ସେଗୁଡିକ ଯୀଶୁଙ୍କର ଜଣେ ଅନୁଗାମୀକୁ ସେମାନଙ୍କ ପ୍ରାର୍ଥନା କରିବାର ଓ ଈଶ୍ୱରଙ୍କଠାରୁ ଶୁଣି ତାକୁ ବାଣ୍ଟିବାର କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରନ୍ତି ।

ଆମକୁ ଆତ୍ମିକ ରୂପେ ବୃଦ୍ଧି କରିବା ପାଇଁ ଈଶ୍ୱର ତାଙ୍କ ବିଶ୍ୱସୀମାନଙ୍କ ସାମୁହିକ ଶରୀରକୁ ବ୍ୟବହାର କରନ୍ତି, ଯାହାକୁ ଆମେ ମଣ୍ଡଳୀ କିମ୍ବା ଖ୍ରୀଷ୍ଟାନୁଗାମୀ ସମୂହ କହୁ । ବିଶ୍ୱସୀମାନଙ୍କ ସମୂହ ଭାବରେ ଆମେ ସଂଯୁକ୍ତ । ଈଶ୍ୱରଙ୍କ ବାକ୍ୟ କହେ ଯେ ଖ୍ରୀଷ୍ଟଙ୍କଠାରେ ଆମ୍ଭେ ଏକ ଶରୀରର ଅେନକ ଅଙ୍ଗ, ଓ ଆମ୍ଭେ ପରସ୍ପରର ସମ୍ପତ୍ତି ଅନ୍ୟ ଭାଷାରେ ଆମେ କେବଳ ଈଶ୍ୱଙ୍କ ସହ ସଂଯୁକ୍ତ ନୋହୁଁ, ଆମେ ପରସ୍ପର ସହିତ ସଂଯୁକ୍ତ ମଧ୍ୟ ।

ଈଶ୍ୱରଙ୍କ କହନ୍ତି ପରସ୍ପର ପ୍ରତି ସମର୍ପିତ ରୁହ । ଈଶ୍ୱରଙ୍କ କହନ୍ତି ପରସ୍ପରର ସେବା କର । ଆମ ପ୍ରତ୍ୟେକଙ୍କର ଭିନ୍ନ ଶକ୍ତି ଅଛି । ଆଉ ପ୍ରତ୍ୟେକଙ୍କର ଦୁର୍ବଳତାବି ଅଛି । ଈଶ୍ୱର ଆଶା କରନ୍ତି ଆମେ ଆମ ଶକ୍ତିର ବ୍ୟବହାର କରି ଦୁର୍ବଳମାନଙ୍କୁ ସାହାଯ୍ୟ କରୁ । ଆଉ ସେ ଆଶା କରନ୍ତି ଯେ ଆମେ ଆମର ଦୁର୍ବଳତାରେ ସେ ଯାହାଙ୍କୁ ଶକ୍ତି ଦେଇଛନ୍ତି ତାଙ୍କଠାରୁ ସାହାଯ୍ୟ ନେଉ । ତିନିତୃତୀୟାଂଶ ଦଳ, ଉତ୍ତରଦାୟୀ ସମୂହ ଆଉ ସହକର୍ମୀ ଉପଦେଶ ପରି ସରଳ ଉପକରଣଗୁଡିକ ଆମକୁ ପରସ୍ପରକୁ ପ୍ରେମ କରିବାକୁ, ଈଶ୍ୱରଙ୍କ କଥାକୁ ମାନି ପାଳନ କରିବାକୁ ଓ ଶିଖିଥିବା ବାକ୍ୟକୁ ଅନ୍ୟମାନଙ୍କ ସହ ବାଣ୍ଟିବାକୁ ଉତ୍ସାହିତ କରିବାରେ ସାହାଯ୍ୟ କରନ୍ତି ।

ଈଶ୍ୱର ଉତ୍ପୀଡ଼ନ ଓ କଷ୍ଟଭୋଗ, ବଳିଦାନ ଓ କ୍ଷତିର ମଧ୍ୟ ବ୍ୟବହାର କରନ୍ତି, ଯାହା ଆମେ ଯୀଶୁଙ୍କ ତରଫରୁ ଭୋଗକରୁ , ଆତ୍ମିକ ରୂପେ ବୃଦ୍ଧି ପାଇବା ପାଇଁ । ଆମେ ଯୀଶୁଙ୍କୁ ପ୍ରେମ କରୁ ଓ ମାନୁ ବୋଲି ଯେବେ ଲୋକେ ଆମର ଦମନ କରନ୍ତି ଓ କଷ୍ଟ ଦିଅନ୍ତି କିମ୍ବା ଯେବେ ଆମେ ଯୀଶୁଙ୍କୁ ପ୍ରେମ କରୁଥିବା ଓ ମାନୁଥିବା ସତ୍ତେ୍ୱ ମନ୍ଦ ବିଷୟ ସବୁ ଘଟେ ଈଶ୍ୱର ସେହି ଉତ୍ପୀଡ଼ନ ଓ କଷ୍ଟଭୋଗକୁ ବ୍ୟବହାର କରନ୍ତି ଆମ ଚରିତ୍ରକୁ ନିର୍ମଳ କରିବା ପାଇଁ ଆଉ ଆମକୁ ଅଧିକ ଯୀଶୁଙ୍କ ପରି କରିବା ପାଇଁ । ସେ ଆମ ଚରିତ୍ରର ବିକାଶ କରନ୍ତି ଆମ ବିଶ୍ୱାସକୁ ଦୃଢ଼ ଓ ପରିଷ୍କୃତ କରନ୍ତି ଆମକୁ ସେବା ପାଇଁ ସଜ୍ଜିତ କରନ୍ତି ବିଶେଷ ରୂପରେ କଷ୍ଟ ପାଉଥିବା ଲୋକଙ୍କ ସେବା ପାଇଁ । ଏସବୁ ମଧ୍ୟରେ ନିଜକୁ ଅଧିକ ସ୍ପଷ୍ଟ କରନ୍ତି ସେ ସବୁ ଲୋକଙ୍କ ଆଗରେ ଯିଏ ଆମ ପୀଡାକୁ ଜାଣନ୍ତି । ଈଶ୍ୱର ଆମକୁ କହନ୍ତି ଯେ ଯୀଶୁଙ୍କ ଅନୁଗାମୀ ଭାବରେ ଆମେ ଉପିୀଡିତ ହେବାର ଆଶା ରଖିବା ଉଚିତ ।

ଯୀଶୁ କହିଲେ - ତୁମ୍ଭେମାନେ ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କୁ ଯାତନା ଦେବେ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ମିଛରେ ନାନା କଥା କହିବେ । କିନ୍ତୁ ତୁମ୍ଭମାନେ ଧନ୍ୟ । ତେଣୁ ଖୁସି ହୋଇ ଆନନ୍ଦ କର । କାରଣ ସ୍ୱର୍ଗରେ ତୁମ୍ଭମାନେ ଏକ ମହତ୍‌ ପୁରସ୍କାର ପାଇବ । ତୁମ୍ଭ ପୂର୍ବବର୍ତ୍ତୀ ଭବୀଷ୍ୟଦ୍‌ବକ୍ତାମାନଙ୍କୁ ମଧ୍ୟ ଲୋକମାନେ ଏହି ଭଳି ଯାତନା ଦେଇଥିଲେ ।

ତିନିତୃତୀୟାଂଶ ଦଳ, ଆଉ ଉତ୍ତରଦାୟୀ ସମୂହ ପରି ସରଳ ଉପକରଣଗୁଡିକ ଯୀଶୁଙ୍କ ଅନୁଗାମୀମାନଙ୍କୁ ସୁଯୋଗ ଦିଏ ସେମାନେ ଭୋଗୁଥିବା ଉତ୍ପୀଡ଼ନ ଓ ଯାତନାକୁ ବାଣ୍ଟିବା ପାଇଁ ଏହି ଦଳଗୁଡିକ ଆପଣଙ୍କୁ ଏକ ସୁଯୋଗ ଦିଏ ଶିଷ୍ୟମାନଙ୍କୁ ଶିକ୍ଷା ଦେବାକୁ ଯେ ଈଶ୍ୱରଙ୍କ ବାକ୍ୟ କହେ ସେମାନେ କଷ୍ଟ ସମୟ ଆଶା କରିବା କଥା । ଆଉ ଈଶ୍ୱରଙ୍କ ପ୍ରେମରେ ବିଶ୍ୱାସ ରଖି ଭଲ ରୂପେ ତାର ଉତ୍ତର ଦେବା କଥା ।

ତିନିତୃତୀୟାଂଶ ଦଳ, ଆଉ ଉତ୍ତରଦାୟୀ ସମୂହ ପରି ସରଳ ଉପକରଣଗୁଡିକ ଯୀଶୁଙ୍କ ଅନୁଗାମୀମାନଙ୍କୁ ସୁଯୋଗ ଦିଏ ସେମାନେ ଭୋଗୁଥିବା ଉତ୍ପୀଡ଼ନ ଓ ଯାତନାକୁ ବାଣ୍ଟିବା ପାଇଁ ଏହି ଦଳଗୁଡିକ ଆପଣଙ୍କୁ ଏକ ସୁଯୋଗ ଦିଏ ଶିଷ୍ୟମାନଙ୍କୁ ଶିକ୍ଷା ଦେବାକୁ ଯେ ଈଶ୍ୱରଙ୍କ ବାକ୍ୟ କହେ ସେମାନେ କଷ୍ଟ ସମୟ ଆଶା କରିବା କଥା । ଆଉ ଈଶ୍ୱରଙ୍କ ପ୍ରେମରେ ବିଶ୍ୱାସ ରଖି ଭଲ ରୂପେ ତାର ଉତ୍ତର ଦେବା କଥା ।

ଧର୍ମଶାସ୍ତ୍ର। ପ୍ରାର୍ଥନା। ଶାରୀରିକ ଜୀବନ। ଉତ୍ପୀଡ଼ନ ଓ କଷ୍ଟଭୋଗ। ଏସବୁ ଉପାୟରେ ଈଶ୍ୱର ଆମର ବୃଦ୍ଧି କରନ୍ତି ଅଧିକତର ତାଙ୍କ ଆଦର୍ଶ ପୁତ୍ର ଯୀଶୁଙ୍କ ପରି ହେବାକୁ ।

ସରଳ ଉପକରଣଗୁଡିକ ଆମକୁ ଖାଲି ଈଶ୍ୱର ଦେଇଥିବା ଭଲ ଜିନିଷଗୁଡିକର ଉପଭୋକ୍ତା ହେବାରେ ସାହାଯ୍ୟ କରନ୍ତି ନାହିଁ ବରଂ ଉତ୍ପାଦକ ଓ ବଣ୍ଟନକାରୀ ହେବାରେ ମଧ୍ୟ ସାହାଯ୍ୟ କରନ୍ତି ।

ଚର୍ଚ୍ଚା କରନ୍ତୁ

(10 min)

  1. ଉପରୋକ୍ତ ଚାରୋଟି କ୍ଷେତ୍ର (ପ୍ରାର୍ଥନା, ଈଶ୍ବରଙ୍କ ବାକ୍ୟ, ଇତ୍ୟାଦି) ମଧ୍ୟରୁ କେଉଁଟି ଆପଣ ପୂର୍ବରୁ ଅଭ୍ୟାସ କରୁଛନ୍ତି?
  2. କେଉଁଗୁଡିକ ବିଷୟରେ ଆପଣ ନିଶ୍ଚିତ ନୁହଁନ୍ତି?
  3. ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆପଣ କେତେ ପ୍ରସ୍ତୁତ ଅନୁଭବ କରନ୍ତି?

READ

(5 min)

ପ୍ରାର୍ଥନା ଚକ୍ର

ଯୀଶୁ ଅଧିକାଂଶ ସମୟରେ ତାଙ୍କ ଅନୁଗାମୀମାନଙ୍କୁ ପ୍ରାର୍ଥନାର ଉଦ୍ଦେଶ୍ୟ, ଅଭ୍ୟାସ ଓ ପ୍ରତିଶ୍ରୁତିଗୁଡିକ ବିଷୟରେ ଶିକ୍ଷା ଦେଉଥିଲେ ।

ଯୀଶୁ କହିଲେ - ମାଗ ସେଥିରେ ପରମେଶ୍ୱର ତାହା ତୁମ୍ଭକୁ ଦେବେ । ଖୋଜ ଏବଂ ତୁମ୍ଭେ ପାଇବ । ଦ୍ୱାର ଠକ୍‌ ଠକ୍‌ କର ଓ ତାହା ତୁମ୍ଭ ପାଇଁ ଖୋଲି ଯିବ । କାରଣ ଯେଉଁ ଲୋକ ମାଗୁଥାଏ, ସେ ପାଏ । ଯେଉଁ ଲୋକ ଖୋଜୁଥାଏ, ସେ ପାଏ । ଓ ଯେଉଁ ଲୋକ ଦ୍ୱାର ଠକ୍‌ ଠକ୍‌ କରୁଥାଏ, ତା ପାଇଁ କବାଟ ଖୋଲି ଯାଏ ।

ଯୀଶୁ ତାଙ୍କ ଅନୁଗାମୀମାନଙ୍କୁ ଶିକ୍ଷା ଦେଉଥିଲେ ଯେ ପ୍ରାର୍ଥନା ଏକ ସାର୍ବଜନିକ ପ୍ରଶଂସା, ସ୍ୱାର୍ଥପର ଇଚ୍ଛା ସୂଚୀ କିମ୍ବା ଅର୍ଥହୀନ ଭାଷଣ ନୁହେଁ ଯାହାର ଆମେ ବାରମ୍ବାର ପୁନରାବୃତ୍ତି କରୁଥାଉ ।

ଯୀଶୁ ଆମକୁ ଦେଖାଇଲେଯେ ପ୍ରାର୍ଥନାରେ ଶକ୍ତି ଅଛି କାରଣ ଏହା ଆମକୁ ପ୍ରେମ କରୁଥିବା ଆମର ସ୍ୱର୍ଗସ୍ଥ ପିତାଙ୍କ ସହ ଏକ ସିଧା ଓ ଅନବରତ ବାର୍ତ୍ତାଳାପ । କୌଣସି ଭଲ କଥୋପକଥନ ପରି ଏକ ଭଲ ପ୍ରାର୍ଥନାର ମାନେ ହେଲା ଉଭୟ ପକ୍ଷଙ୍କୁ ଶୁଣିବାକୁ ମିଳେ ଆଉ କହିବାକୁବି ମିଳେ । ମାତ୍ର ବିଶ୍ୱର ସ୍ରଷ୍ଟା ଈଶ୍ୱରଙ୍କ ସହ କଥାବାର୍ତ୍ତା କରିବା ଭୟପ୍ରଦ ଲାଗେ ଆଉ ବାସ୍ତବରେ କିଛି ଉତ୍ତର ଶୁଣିବା । ଅଧିକାଂଶ ଲୋକଙ୍କ ପାଇଁ ତାହା ସମ୍ପୂର୍ଣ୍ଣ ଭୟାନକ ହୋଇପାରେ ।

ଭଲ ଖବର ହେଉଛି ଯେ ପ୍ରାର୍ଥନାରେ ବିକାଶ କରିବା ଆମକୁ ପ୍ରେମ କରୁଥିବା ଈଶ୍ୱରଙ୍କ ସହ ଅଧିକ ଭଲ ଓ ଗଭୀରତର କଥାବାର୍ତ୍ତା କେବଳ ସମ୍ଭବ ନୁହେଁ ବରଂ ଈଶ୍ୱର ଠିକ୍‌ ତାହାହିଁ ଚାହାଁନ୍ତି ।

ମାତ୍ର ଯେବେ ପ୍ରାର୍ଥନା ଏକ ନୂଆ ଭାଷା ଶିଖିବା ପରି ଲାଗେ ଆପଣ କିପରି ଅଧିକ ଭଲ କରିବେ? ଉତ୍ତର ହେଉଛି ସହଜ ଆପଣ ଅଭ୍ୟାସ କରିବେ । ପ୍ରାର୍ଥନା ଚକ୍ର ହେଉଛି ପ୍ରାର୍ଥନା ଅଭ୍ୟାସ କରିବା ପାଇଁ ଏକ ସରଳ ଉପକରଣ ଯାହାକୁ ଆପଣ ନିଜେ ବ୍ୟବହାର କରିପାରିବେ ଆଉ ଯେକୌଣସି ଅନୁଗାମୀଙ୍କ ସହ ବାଣ୍ଟି ପାରିବେ ।

ପ୍ରତ୍ୟେକ ୫ ମିନିଟ୍‌ ର କେବଳ ୧୨ଟି ସରଳ ସୋପାନରେ ପ୍ରାର୍ଥନା ଚକ୍ର ଆପଣଙ୍କୁ ପ୍ରାର୍ଥନା କରିବାକୁ ବାଇବଲ ଶିଖାଉଥିବା ୧୨ଟି ମାର୍ଗ ମଧ୍ୟ ଦେଇ ପଥପ୍ରଦର୍ଶନ କରେ । ଶେଷରେ ଆପଣ ଘଣ୍ଟାଏ ପାଇଁ ପ୍ରାର୍ଥନା କରନ୍ତି । ବାଇବଲ୍‌ ଆମକୁ କହେ - କଦାପି ପ୍ରାର୍ଥନା କରିବା ବନ୍ଦ କର ନାହିଁ । ଆମ ଭିତରୁ ଅନେକେ କହିପାରିବେନି ଆମେ ତାହା କରୁ । ମାତ୍ର ଏହି ଘଣ୍ଟାଏ ପ୍ରାର୍ଥନା ପରେ ଆପଣ ଗୋଟିଏ ସୋପାନ ପାଖେଇ ଆସିବେ ।

ପ୍ରାର୍ଥନା ଚକ୍ର ଆଉ ଏକ ସରଳ ଉପକରଣ ଯୁମେ ଟୁଲ୍‌କିଟ୍‌ରେ ।

ଲକ୍ଷ୍ୟ ପ୍ରାପ୍ତ ହେଲା

(60 min)

ପ୍ରାର୍ଥନା ଚକ୍ର

କେବଳ ୧୨ଟି ସରଳ ସୋପାନରେ - ପ୍ରତିଟି ୫ ମିନିଟ୍ ଲେଖାଏଁ - ବାଇବଲ ଆମକୁ ପ୍ରାର୍ଥନା କରିବାକୁ ଯେପରି ଶିକ୍ଷା ଦିଏ, ଏହି ପ୍ରାର୍ଥନା ଚକ୍ର ଆପଣଙ୍କୁ ସେହିପରି ବାରଟି ଉପାୟରେ ପରିଚାଳନା ଦେଇଥାଏ । ଶେଷରେ, ଆପଣଙ୍କୁ ଗୋଟିଏ ଘଣ୍ଟା ଧରି ପ୍ରାର୍ଥନା କରିବାକୁ ପଡ଼ିବ ।

ପ୍ରଶଂସା - ସଦାପ୍ରଭୁଙ୍କୁ ପ୍ରଶଂସା କରି ଆପଣଙ୍କର ପ୍ରାର୍ଥନା ସମୟ ଆରମ୍ଭ କରନ୍ତୁ । ବର୍ତ୍ତମାନ ଆପଣଙ୍କ ମନରେ ଯାହା ଅଛି ସେହି ବିଷୟ ନିମନ୍ତେ ତାହାଙ୍କ ପ୍ରଶଂସା କରନ୍ତୁ । ଗତ ସପ୍ତାହରେ ସେ ଆପଣଙ୍କ ଜୀବନରେ ଯାହା କରିଅଛନ୍ତି, ସେହି ଗୋଟିଏ ବିଶେଷ ବିଷୟ ନିମନ୍ତେ ତାହାଙ୍କ ପ୍ରଶଂସା କରନ୍ତୁ । ଆପଣଙ୍କ ପରିବାରର ମଙ୍ଗଳ ନିମନ୍ତେ ତାହାଙ୍କର ପ୍ରଶଂସା କରନ୍ତୁ ।

ଅପେକ୍ଷା କରନ୍ତୁ - ସଦାପ୍ରଭୁଙ୍କୁ ଅପେକ୍ଷା କରି ସମୟ କ୍ଷେପଣ କରନ୍ତୁ । ନୀରବ ରୁହନ୍ତୁ ଓ ତାହାଙ୍କୁ ଏକତ୍ର ଆପଣଙ୍କ ନିମନ୍ତେ ପ୍ରତିଫଳନ କରିବାକୁ ଦିଅନ୍ତୁ ।

ସ୍ୱୀକାର କରନ୍ତୁ - ପବିତ୍ର ଆତ୍ମାଙ୍କୁ ଆପଣଙ୍କ ଜୀବନରେ ତାହାଙ୍କୁ ଅସନ୍ତୁଷ୍ଟ କରୁଥିବା ଯେକୌଣସି ବିଷୟ ପ୍ରଦର୍ଶନ କରିବାକୁ ଅନୁରୋଧ କରନ୍ତୁ । ତାହାଙ୍କୁ ଆମର ଭୁଲ୍ ମନୋବୃତ୍ତିକୁ, ତଥା ସେହି ନିର୍ଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକୁ ସୂଚୀତ କରିବାକୁ ଅନୁରୋଧ କରନ୍ତୁ ଯେଉଁଥିପାଇଁ ଆପଣ ଏପର୍ଯ୍ୟନ୍ତ ସ୍ୱୀକାର ପ୍ରାର୍ଥନା କରି ନାହାନ୍ତି । ବର୍ତ୍ତମାନ ପ୍ରଭୁଙ୍କ ପ୍ରତି ତାହା ସ୍ୱୀକାର କରନ୍ତୁ ଯେପରି ଆପଣ ଶୁଚି ହୋଇପାରିବେ ।

ବାକ୍ୟ ପଢ଼ନ୍ତୁ - ଗୀତସଂହିତା, ଭାବବାଦୀମାନଙ୍କର ବାକ୍ୟ, ଓ ନୂତନ ନିୟମରେ ଥିବା ପ୍ରାର୍ଥନା ବିଷୟରେ ପରିଚ୍ଛେଦଗୁଡ଼ିକ ପଢ଼ିବାରେ ସମୟ କ୍ଷେପଣ କରନ୍ତୁ ।

ପ୍ରଶ୍ନ କରନ୍ତୁ - ଆପଣଙ୍କ ପକ୍ଷରୁ ଅନୁରୋଧ କରାଯାଇଥାଏ ।

ମଧ୍ୟସ୍ଥ ପ୍ରାର୍ଥନା - ଅନ୍ୟମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଥାଏ ।

ବାକ୍ୟକୁ ପ୍ରାର୍ଥନା କରନ୍ତୁ - ନିର୍ଦ୍ଦିଷ୍ଟ ପରିଚ୍ଛେଦଗୁଡ଼ିକ ପ୍ରାର୍ଥନା କରନ୍ତୁ । ଶାସ୍ତ୍ରୀୟ ପ୍ରାର୍ଥନା ତଥା ଗୀତସଂହିତାର ଗୀତ ସଂଖ୍ୟା ଏହି ଉଦ୍ଦେଶ୍ୟ ନିମନ୍ତେ ଲେଖାଯାଇଛି ।

ଧନ୍ୟବାଦ ଦିଅନ୍ତୁ - ଆପଣଙ୍କ ଜୀବନରେ ବିଷୟଗୁଡ଼ିକ ନିମନ୍ତେ ଆପଣଙ୍କ ପରିବାର ପକ୍ଷରୁ ଓ ଆପଣଙ୍କ ମଣ୍ଡଳୀ ପକ୍ଷରୁ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତୁ ।

ଗୀତ ଗାନ କରନ୍ତୁ - ପ୍ରଶଂସା କିମ୍ବା ଉପାସନା ଗୀତ କିମ୍ବା ଅନ୍ୟ ଏକ ସ୍ତୋତ୍ର କିମ୍ବା ଆତ୍ମିକ ସଙ୍ଗୀତ ଗାନ କରନ୍ତୁ ।

ଧ୍ୟାନ କରନ୍ତୁ - ତୁମ ପ୍ରତି କଥାବାର୍ତ୍ତା କରିବାକୁ ସଦାପ୍ରଭୁଙ୍କୁ ଅନୁରୋଧ କରନ୍ତୁ । ସେ ଆପଣଙ୍କ ଉପରେ ଯେଉଁ ପ୍ରଭାବ ପକାନ୍ତି ତାକୁ ଲିପିବଦ୍ଧ କରିବାକୁ ଏକ ପେନ୍ ଓ କାଗଜ ନିଅନ୍ତୁ ।

ଶୁଣନ୍ତୁ - ଆପଣ ଯାହା ପଢ଼ିଛନ୍ତି, ଆପଣ ଯାହା ପ୍ରାର୍ଥନା କରିଛନ୍ତି ଓ ଆପଣ ଯାହା ଗାଇଛନ୍ତି ସେସବୁକୁ ଏକତ୍ରିତ କରନ୍ତୁ ଓ ଆପଣଙ୍କ ସହିତ କଥାବାର୍ତ୍ତା କରିବାକୁ ଈଶ୍ୱର କିପରି ଭାବରେ ସେସବୁକୁ ଏକତ୍ରିତ କରିଅଛନ୍ତି ତାହା ଦେଖନ୍ତୁ ।

ପ୍ରଶଂସା କରନ୍ତୁ - ପ୍ରଭୁଙ୍କ ସହିତ କ୍ଷେପଣ କରିବାକୁ ଥିବା ସମୟ ନିମନ୍ତେ ଓ ସେ ଆପଣଙ୍କ ଉପରେ ଯେଉଁ ପ୍ରଭାବ ପକାଇଅଛନ୍ତି ସେଥିପାଇଁ ତାହାଙ୍କ ପ୍ରଶଂସା କରନ୍ତୁ । ତାହାଙ୍କର ଗୌରବମୟ ମନୋବୃତ୍ତି ନିମନ୍ତେ ତାହାଙ୍କର ପ୍ରଶଂସା କରନ୍ତୁ ।

ଡିକ୍ ଇଷ୍ଟମ୍ୟାନଙ୍କ ପୁସ୍ତକ ଦି ଆଓ୍ବାର ଟୁ ଚେଞ୍ଜ ଦି ୱାର୍ଲ୍ଡରୁ (C) ୨୦୦୨, ଡିକ୍ ଇଷ୍ଟମ୍ୟାନଙ୍କ ଦ୍ୱାରା, ଚୁଜେନ୍ ବୁକ୍ସ୍, ଗ୍ରାଣ୍ଡ ରାପିଡ୍ସ, ଏମଆଇ, ଅନୁମତି ଦ୍ୱାରା ବ୍ୟବହୃତ ।

ଚର୍ଚ୍ଚା କରନ୍ତୁ

(10 min)

  1. ପ୍ରାର୍ଥନାରେ ଏକ ଘଣ୍ଟା ବିତାଇବା ଉପରେ ଆପଣଙ୍କର ପ୍ରତିକ୍ରିୟା କ'ଣ?
  2. ଆପଣ କେମିତି ଅନୁଭବ କରୁଛନ୍ତି ?
  3. ଆପଣ କିଛି ଶୁଣିଲେ ଅଥବା ଶିକ୍ଷା କଲେ କି ?
  4. ଯଦି ଆପଣ ଏହି ପ୍ରକାର ପ୍ରାର୍ଥନାକୁ ଏକ ନିୟମିତ ଅଭ୍ୟାସ ରେ ପରିଣତ କରନ୍ତି ତେବେ ଜୀବନ କିପରି ହେବ?

READ

(5 min)

୧୦୦ର ତାଲିକା

ଯୀଶୁ କହଲେ - ଯାଅ ଓ ଶିଷ୍ୟ କର । ଆଉ ତାଙ୍କ ଅନୁଗାମୀମାନେ ଠିକ୍‌ ତାହାହିଁ କଲେ ।

ସେମାନେତାଙ୍କ ପରିବାର ପାଖକୁ ଗଲେ ମିତ୍ରମାନଙ୍କ ପାଖକୁ ଗଲେ ନଗରରେ ଜଣାଶୁଣା ଲୋକମାନଙ୍କ ପାଖକୁ ଗଲେ ସହକର୍ମୀମାନଙ୍କ ପାଖକୁ ଗଲେ । ସେମାନେଗଲେ ।

ଯୀଶୁ କହିଲେ ଯାଅ ଆଉ ସେମାନେମାନିଲେ । ଆଉ ଈଶ୍ୱରଙ୍କ ପରିବାର ବୃଦ୍ଧି ପାଇଲା ।

ଈଶ୍ୱର ଆମକୁ ଆଗରୁ ସମ୍ବନ୍ଧୀମାନଙ୍କୁ ଦେଇଛନ୍ତି । ଆମକୁ ଯାଇ ଶିଷ୍ୟ କରିବା ଦରକାର । ଏସବୁ ଆମର ପରିବାର ମିତ୍ର ପଡୋଷୀ ସହକର୍ମୀ ଆଉ ସହପାଠୀ ଲୋକେ ଯେଉଁମାନଙ୍କୁ ଆମେ ସାରା ଜୀବନ ଜାଣିଛୁ । ଆଉ ଲୋକେ ଯାହାଙ୍କୁ ଏବେ ଏବେ ଭେଟିଛୁ ।

ଈଶ୍ୱର ଆଗରୁ ଆମ ଜୀବନରେ ରଖିଥିବା ଲୋକମାନଙ୍କ ପ୍ରତି ବିଶ୍ୱସ୍ତ ରହିବା ହେଉଛି ଶିଷ୍ୟମାନଙ୍କୁ ବହୁଗୁଣିତ କରିବାରେ ଏକ ମହାନ ପଦକ୍ଷେପ । ଆଉ ଏହା ଆରମ୍ଭ ହୋଇପାରିବ ତାଲିକା ତିଆର କରିବାର ଏକ ସରଳ ପଦକ୍ଷେପରୁ ।

୧୦୦ ଜଣଙ୍କର ଏକ ତାଲିକା ହେଉଛି ଶିଷ୍ୟଙ୍କୁ ବହୁଗୁଣିତ କରୁଥିବା ଯୁମେ ଟୁଲ୍‌କିଟ୍‌ରେ ଏକ ସରଳ ଉପକରଣ ।

ଲକ୍ଷ୍ୟ ପ୍ରାପ୍ତ ହେଲା

(30 min)

ଆପଣଙ୍କ ନିଜ ୧୦୦ର ତାଲିକା ତିଆରି କରନ୍ତୁ

ଆପଣଙ୍କ ସମ୍ପର୍କଗତ ପରିଚାଳକତ୍ଵ ତାଲିକା ତିଆରି କରନ୍ତୁ: ଆପଣଙ୍କ ପ୍ରଭାବ ବଳୟରେ ଥିବା ଲୋକମାନଙ୍କର ନାମ ଲେଖନ୍ତୁ । ପ୍ରତ୍ୟେକ ବ୍ୟକ୍ତି ଶିଷ୍ୟ, ଏପର୍ଯ୍ୟନ୍ତ ବିଶ୍ୱାସୀ ନୁହେଁ, କିମ୍ବା ଅଜ୍ଞାତ ଅଟନ୍ତି କି ନାହିଁ ତାହା ଚିହ୍ନିତ କରନ୍ତୁ ।

ଗୋଷ୍ଠୀ ଭାବେ ସମୟ କାଢନ୍ତୁ ଯେପରି ସମସ୍ତେ ନିଜର ତାଲିକା ତିଆରି କରିପାରିବେ । ଆପଣ କାଗଜ କିମ୍ବା ଆପଣଙ୍କର ପ୍ରଶିକ୍ଷଣ ସାମଗ୍ରୀରେ ଥିବା ଡିଜିଟାଲ ଉପକରଣଗୁଡ଼ିକୁ ବ୍ୟବହାର କରିପାରିବେ ।

ସମୀକ୍ଷା

(1 min)

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ଧାରଣାଗୁଡ଼ିକ:

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ସାଧନଗୁଡ଼ିକ:

  • ଈଶ୍ୱର ସାଧାରଣ ଲୋକମାନଙ୍କୁ ବ୍ୟବହାର କରନ୍ତି
  • ଶିଷ୍ୟ ଏବଂ ମଣ୍ଡଳୀର ସରଳ ଅର୍ଥ
  • ଆତ୍ମିକ ଶ୍ୱାସପ୍ରଶ୍ୱାସ ଈଶ୍ୱରଙ୍କୁ ଶୁଣିବା ଏବଂ ପାଳନ କରିବା ଅଟେ
  • ଉପଭୋକ୍ତା ବନାମ ଉତ୍ପାଦକ ଜୀବନ ଶୈଳୀ
  • ଏସ୍‌ଓଏପିଏସ୍ ବାଇବଲ ଅଧ୍ୟୟନ
  • ଉତ୍ତରଦାୟୀ ଦଳ
  • ପ୍ରାର୍ଥନାରେ କିପରି ଏକ ଘଣ୍ଟତ ବିତାଇବେ?
  • ସମ୍ପର୍କୀୟ ଅଧ୍ୟକ୍ଷ୍ୟତା - ୧୦୦ ଜଣଙ୍କ ତାଲିକା

ନିବିଡ଼ ଅଧିବେଶନ ୨

ଚେକ୍-ଇନ୍

(1 min)

ସମସ୍ତ ଅଂଶଗ୍ରହଣକାରୀ ଏବଂ ସହଯୋଗକାରୀଙ୍କୁ ଚେକ-ଇନ୍ କରାନ୍ତୁ ।

Or six.zume.training/checkin and use code: 2341

ପ୍ରାର୍ଥନା କରନ୍ତୁ

(5 min)

ଗତ ଅଧିବେଶନରେ ଆପଣମାନେ ଯେପରି ଈଶ୍ୱରଙ୍କୁ ଅନୁଭବ କରିଛନ୍ତି ସେଥିପାଇଁ ପ୍ରାର୍ଥନା କରନ୍ତୁ ଏବଂ ଧନ୍ୟବାଦ ଦିଅନ୍ତୁ ଏବଂ ଏକତ୍ରିତ ହୋଇଥିବା ସମୟର ନେତୃତ୍ୱ କରିବାକୁ ତାଙ୍କ ପବିତ୍ରାତ୍ମାଙ୍କୁ ଆମନ୍ତ୍ରଣ କରନ୍ତୁ ।

ସାରାଂଶ

(1 min)

ଏହି ଅଧିବେଶନରେ, ଆମେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା:

ଏବଂ ଆମେ ଏହି ସାଧନଗୁଡ଼ିକ ଆମର ଟୁଲକିଟ୍ ରେ ଯୋଡ଼ିବା:

  • ଈଶ୍ୱରଙ୍କ ରାଜ୍ୟ ଅର୍ଥନୀତି
  • ସର୍ବଶ୍ରେଷ୍ଠ ଆଶୀର୍ବାଦର ଦର୍ଶନ
  • ଶିଷ୍ୟତ୍ୱର ବତକ ଛୁଆ ଭଳି ପ୍ରକୃତି - ତୁରନ୍ତ ନେତୃତ୍ୱ ନେବା
  • ଈଶ୍ୱରଙ୍କ ରାଜ୍ୟ ଯେଉଁଠି ନାହିଁ ତାହା ଦେଖିବା ନିମନ୍ତେ ଚକ୍ଷୁ
  • ସୁସମାଚାର ଏବଂ ଏହାକୁ କିପରି ଅନ୍ୟମାନଙ୍କୁ ପ୍ରଦାନ କରିବା
  • ବାପ୍ତିସ୍ମ ଏବଂ ଏହା କିପରି କରିବାକୁ ହେବ
  • ଆପଣଙ୍କ ୩ -ମିନିଟ୍ ସାକ୍ଷ୍ୟ ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ
  • ପ୍ରଭୁଭୋଜ ଏବଂ ଏହାର ପରିଚାଳନା

READ

(5 min)

ଆଧ୍ୟାତ୍ମିକ ଅର୍ଥନୀତି

ଏହି ସେସନ୍‌ରେ ଆମେ ଆଲୋaନା କରିବା ଈଶ୍ୱରଙ୍କ ଆତ୍ମିକ ଅର୍ଥ ବ୍ୟବସ୍ଥା ବିଷୟରେ । ଏହି ଭଗ୍ନ ଜଗତରେ ଲୋକେ ପୁରସ୍କୃତ ଅନୁଭବ କରନ୍ତି ଯେବେ ସେମାନେ ନିଅନ୍ତି, ଯେବେ ସେମାନେ ପାଆନ୍ତି ଆଉ ଯେବେ ସେମାନେ ତାଙ୍କ ଆଖପାଖର ଲୋକଙ୍କ ଅପେକ୍ଷା ଅଧିକ ପାଆନ୍ତି ।

ତାଙ୍କ ଧର୍ମଶାସ୍ତ୍ରରେ ସଦାପ୍ରଭୁ ତାଙ୍କ ଲୋକମାନଙ୍କୁ କୁହନ୍ତି - "ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କ ସଂକଳ୍ପ ପରି ନୁହେଁ, ଏବଂ ତୁମ୍ଭମାନଙ୍କର ମାର୍ଗ ସବୁ ଆମ୍ଭ ମାର୍ଗ ପରି ନୁହେଁ ।'' ଈଶ୍ୱର ଆମକୁ ତାଙ୍କ ରାଜ୍ୟର ଅର୍ଥ ବ୍ୟବସ୍ଥା ଦେଖାନ୍ତି ଆମେ ପୁରସ୍କୃତ ହେଉ ଯାହା ପାଉ ତାହା ଦ୍ୱାରା ନୁହେଁ ବରଂ ଯାହା ଦାନ କରୁ ତାହା ଦ୍ୱାରା । ଈଶ୍ୱର କୁହନ୍ତି - "ମୁଁ ତୁମ୍ଭଙ୍କୁ ଉଦ୍ଧାର କରିବି, ଓ ତୁମ୍ଭେ ଏକ ଆଶୀର୍ବାଦ ହେବ ।'' ଯୀଶୁ କହିଲେ -"ଗ୍ରହଣ କରିବା ଅପେକ୍ଷା ଦାନ ଦେବା ଅଧିକ ଶ୍ରେଷ୍ଠ ଅଟେ ।'' ଈଶ୍ୱର ଆମକୁ ଯାହା ଦିଅନ୍ତି ତାକୁ ଦାନ କରିବା ଆଉ ଆତ୍ମୀୟମାନଙ୍କୁ ଆଶୀର୍ବାଦ କରିବା ଯେବେ ଈଶ୍ୱର ଆମକୁ ଆଶୀର୍ବାଦ କରନ୍ତି ହେଉଛି ଆମେ ପୂର୍ବେ ଶିଖିଥିବା ଆତ୍ମିକ ପ୍ରାଣବାୟୁ ପାଇଁ ଭିତ୍ତିମୂଳ । ଆମେ ନିଶ୍ୱାସ ନେଉ ଏବଂ ଈଶ୍ୱରଙ୍କଠାରୁ ଶୁଣୁ । ଆମେ ପ୍ରଶ୍ୱାସ ଛାଡୁ ଆଉ ଯାହା ଶୁଣୁ ତାର ପାଳନ କରୁ ଓ ଆତ୍ମୀୟମାନଙ୍କ ସହ ବାଣ୍ଟୁ ।

ଈଶ୍ୱର ଆମ ସହ ଯାହା ବାଣ୍ଟିଛନ୍ତି ଆମେ ଯେତେବେଳେ ତାକୁ ପାଳନ କରିବାରେ ଓ ବାଣ୍ଟିବାରେ ବିଶ୍ୱସ୍ତ ହେଉ ସେତେବେଳେ ଅଧିକ ବାଣ୍ଟିବାକୁ ପ୍ରତିଶ୍ରୁତି ଦିଅନ୍ତି । ଯୀଶୁ କହିଲେ -" ଛୋଟ ଛୋଟ ବିଷୟରେ ଯଦି ଜଣକୁ ବିଶ୍ୱାସ କରାଯାଇପାରିବ, ତେବେ ତାକୁ ବଡ ବିଷୟ ପାଇଁ ମଧ୍ୟ ବିଶ୍ୱାସ କରାଯାଇପାରିବ।''

ଏହା ହେଉଛି ପଥ ଗଭୀରତର ଅନ୍ତର୍ଦୃଷ୍ଟି, ଅଧିକତର ଅନ୍ତରଙ୍ଗତା ପାଇଁ ଆଉ ଈଶ୍ୱର ଆମ ପାଇଁ ସୃଷ୍ଟି କରିଥିବା ସେହି ପ୍ରାଚୁର୍ଯ୍ୟ ଭରା ଜୀବନ ବଞ୍ଚିବା ପାଇଁ । ଏହି ଉପାୟରେ ଈଶ୍ୱର ଆମ କରିବା ପାଇଁ ଆଗରୁ ଯୋଜନା କରିଥିବା ଉତ୍ତମ କାର୍ଯ୍ୟରେ ଆମେ ଆaରଣ କରିପାରିବା ।

ଯଦି ଆମେ ଈଶ୍ୱରଙ୍କ ମହାନତମ ପୁରସ୍କାର ଦ୍ୱାରା ପୁରସ୍କୃତ ହେବାକୁ ଚାହୁଁ, ତେବେ ଆମକୁ ସେହି ଦୁଇଟି ବିଷୟ ଅଭ୍ୟାସ କରିବାକୁ ଯାହାକୁ ସେ ଆଶୀର୍ବାଦ ଦେବେ ବୋଲି ପ୍ରତିଶ୍ରୁତି ଦିଅନ୍ତି ।

ଆମେ ନିଶ୍ଚିତ ରୂପେ --

  • ମାନିବା ଓ ବାଣ୍ଟିବା
  • କରିବା ଓ ଶିଖାଇବା
  • ଅଭ୍ୟାସ କରିବା ଓ ହସ୍ତାନ୍ତରିତ କରିବା

- ସବୁକିଛି ଯାହା ଈଶ୍ୱର ଆମକୁ କରିବାକୁ କୁହନ୍ତି ।

ଯଦି ଆମେ ଚାହୁଁ ଆତ୍ମୀୟମାନେ ଈଶ୍ୱରଙ୍କ ମହାନତମ ପୁରସ୍କାର ପାଆନ୍ତୁ, ତେବେ ଆମକୁ ତାଙ୍କୁ ଦେଖାଇବାକୁ ହେବ କିପରି ତାହା କରିବେ । ଏହା ହେଉଛି ଶିଷ୍ୟ ହେବାର ଏକ ମୁଖ୍ୟ ଭାଗ ଆଉ ଏହା ହେଉଛି ଶିଷ୍ୟ କରିବାର ଏକ ମୁଖ୍ୟ ଭାଗ ।

  • ଆମେ ଅନୁଗାମୀ ଆଉ ଅଗ୍ରଣୀ
  • ଆମେ ବିଦ୍ୟାର୍ଥୀ ଆଉ ଶିକ୍ଷକ
  • ଆମେ ଆଶୀର୍ବାଦପ୍ରାପ୍ତ ଆଉ ଆମେ ଏକଆଶୀର୍ବାଦ

ଈଶ୍ୱର ଚାହାଁନ୍ତିନି ଯେ ଆମେ ମାନିବା ଓ ବାଣ୍ଟିବା ଆରମ୍ଭ କରିବା ପୂର୍ବରୁ ସବୁକିଛି ଜାଣିବା ପାଇଁ ଅପେକ୍ଷା କରୁ । ସେଦିନ କଦାପି ଆସିବ ନାହିଁ । ଆମେ ବହୁଗୁଣିତ କରିବାକୁ ଆରମ୍ଭ କରିବା ପୂର୍ବରୁ ଈଶ୍ୱର ଚାହାଁନ୍ତିନି ଯେ ଆମେ ସମ୍ପୂର୍ଣ୍ଣ ରୂପେ ପରିପକ୍ୱ ହେଉ । ସେ ଚାହାଁନ୍ତି ଆମେ ସଙ୍ଗେ ସଙ୍ଗେ ବହୁଗୁଣିତ କରୁ ।

ଈଶ୍ୱର ଚାହାଁନ୍ତି ଯାହା ଆମେ ଆଗରୁ ଜାଣିଛୁ ତାକୁ ମାନି ପାଳନ କରୁ । ଆଉ ଯାହା ଆଗରୁ ଶୁଣିଛୁ ତାକୁ ବାଣ୍ଟୁ । ଆଉ ତା'ପରେ ସେ ଚାହାଁନ୍ତି ଆମେ ଆତ୍ମୀୟମାନଙ୍କୁ ଶିକ୍ଷା ଦେଉ ସେଇଆ କରିବାକୁ । ଯେତେହେଲେ - ତାହା ମାନିବା ଆଉ ବାଣ୍ଟିବା, ଯାହା ସେ ଆମକୁ ଆଗରୁ କରିବାକୁ କହିଛନ୍ତି । ଏହାହିଁ ପଥ ପରିପକ୍ୱତା ଓ ବୃଦ୍ଧିକୁ ।

ଚର୍ଚ୍ଚା କରନ୍ତୁ

(10 min)

  1. ଈଶ୍ୱରଙ୍କ ଆଧ୍ୟାତ୍ମିକ ଅର୍ଥବ୍ୟବସ୍ଥା ଏବଂ ଆମର ଆମ ସଂସାରିକ କାର୍ଯ୍ୟ କରିବାର ପଦ୍ଧତି ମଧ୍ୟରେ ଆପଣ କ'ଣ ପାର୍ଥକ୍ୟ ଦେଖୁଛନ୍ତି?
  2. ଆପଣ କାହିଁକି ବୋଲି ଭାବନ୍ତି ଯେ ଯୀଶୁ ତାଙ୍କ ସୁସମାଚାର ବାଣ୍ଟିବା ପାଇଁ ଅନ୍ୟ କୌଣସି ଉପାୟ ପରିବର୍ତ୍ତେ ସାଧାରଣ ଲୋକଙ୍କୁ ବାଛିଥିଲେ?
  3. କ'ଣ କଲେ ଆପଣ ଈଶ୍ୱରଙ୍କ କାହାଣୀ ବାଣ୍ଟିବାକୁ ସହଜସାଧ୍ୟ ଅନୁଭବ କରିବେ ?

ଯୀଶୁ କହିଲେ, "କିନ୍ତୁ ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତିପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୂଦା ପ୍ରଦେଶ ଓ ଶମିରୋଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷ ହେବ ।"

ଚର୍ଚ୍ଚା କରନ୍ତୁ

(10 min)

  1. ଈଶ୍ବରଙ୍କ "ସାକ୍ଷୀ" ହେବା ଏବଂ ତାଙ୍କ କାହାଣୀ କହିବା ନିମନ୍ତେ ଆପଣ ଯେତେବେଳେ ଆଦେଶ ଶୁଣନ୍ତି, ସେତେବେଳେ ଆପଣଙ୍କ ମନରେ କ'ଣ ଆସେ?
  2. ଆପଣ କାହିଁକି ବୋଲି ଭାବନ୍ତି ଯେ ଯୀଶୁ ତାଙ୍କ ସୁସମାଚାର ବାଣ୍ଟିବା ପାଇଁ ଅନ୍ୟ କୌଣସି ଉପାୟ ପରିବର୍ତ୍ତେ ସାଧାରଣ ଲୋକଙ୍କୁ ବାଛିଥିଲେ?
  3. କ'ଣ କଲେ ଆପଣ ଈଶ୍ୱରଙ୍କ କାହାଣୀ ବାଣ୍ଟିବାକୁ ସହଜସାଧ୍ୟ ଅନୁଭବ କରିବେ ?

ସୁସମାଚାର

ଈଶ୍ୱରଙ୍କ କାହାଣୀ (ଯାହାକୁ ମଧ୍ୟ ସୁସମାଚାର କୁହାଯାଏ) କହିବା ପାଇଁ କୌଣସି "ସର୍ବୋତ୍ତମ ଉପାୟ" ନାହିଁ, କାରଣ ସର୍ବୋତ୍ତମ ଉପାୟ ଆପଣ କାହା ସହିତ ବାଣ୍ଟୁଛନ୍ତି ତାହା ଉପରେ ନିର୍ଭର କରିବ।

ନିମ୍ନଲିଖିତ ଦୁଇଟି ଉପସ୍ଥାପନା ସମୀକ୍ଷା କରନ୍ତୁ ଏବଂ ଅଭ୍ୟାସ ପାଇଁ ଗୋଟିଏ ବାଛନ୍ତୁ।

READ

(5 min)

ଉପସ୍ଥାପନା 1

ଏହି ସେସନ୍‌ରେ ଆମେ ଶିଖିବା କିପରି ବାଣ୍ଟିବାକୁ ହେବ ଈଶ୍ୱରଙ୍କ କାହାଣୀ ସୁସମାଚାରକୁ ସୃଷ୍ଟିର ପ୍ରାରମ୍ଭରୁ ବିଚାର ପର୍ଯ୍ୟନ୍ତ ମନୁଷ୍ୟ ଜାତିର ପ୍ରାରମ୍ଭରୁ ଏହି ଯୁଗର ଅନ୍ତପର୍ଯ୍ୟନ୍ତ । ଈଶ୍ୱରଙ୍କ କାହାଣୀକୁ ବାଣ୍ଟିବାର ଅନେକ ଉପାୟ ରହିଛି ।

ସର୍ବୋତ୍ତମ ଉପାୟ ଆପଣ ବାଣ୍ଟୁଥିବା ବ୍ୟକ୍ତି, ଜଗତ ବିଷୟରେ ତାଙ୍କଦୃଷ୍ଟିକୋଣ ଓ ତାଙ୍କ ଜୀବନ ଅନୁଭୂତି ଉପରେ ନିର୍ଭର କରିବ ।

ଈଶ୍ୱର ବାଣ୍ଟିବାକୁ ଇଚ୍ଛୁକ ହୃଦୟଗୁଡିକୁ ବ୍ୟବହାର କରନ୍ତି ଶୁଣିବାକୁ ଇଚ୍ଛୁକ ହୃଦୟଗୁଡିକ ଉପରେ କାମ କରିବାକୁ ।

ଏହା ତାଙ୍କର କାମ ସେ ଖାଲି ଆମକୁ ଯୋଗ ଦେବାକୁ ନିମନ୍ତ୍ରିତ କରନ୍ତି ।

ଈଶ୍ୱରଙ୍କ କାହାଣୀକୁ ବାଣ୍ଟିବାର ଗୋଟିଏ ଉପାୟ ହେଉଛି, ଈଶ୍ୱରଙ୍କ ସୃଷ୍ଟିରୁ ଏହି ଯୁଗର ଅନ୍ତରେ ତାଙ୍କ ବିଚାର ପର୍ଯ୍ୟନ୍ତ କ'ଣ ଘଟିଲା ତାହାର ବର୍ଣ୍ଣନା କରି । ଯେବେ ଆମେ ଏହି ଉପାୟରେ ଈଶ୍ୱରଙ୍କ କାହାଣୀକୁ କହୁ, ଆମେ ଏହାକୁ ଲମ୍ବା କିମ୍ବା ଛୋଟ ବର୍ଣ୍ଣିତ କରିପାରିବା କିମ୍ବା ଖାଲି ସାରାଂଶ କହିପାରିବା ମାତ୍ର ସର୍ବଦା ଶୁଣୁଥିବା ବ୍ୟକ୍ତିଙ୍କ ସଂସ୍କୃତି ସହ ସମ୍ପୃକ୍ତ ରହିବା ଉଚିତ । ବିଭିନ୍ନ ସଂସ୍କୃତିର ଓ ବିଶ୍ୱ ଦୃଷ୍ଟିକୋଣର ଲୋକମାନଙ୍କୁ ତାଙ୍କ କାହାଣୀ କହିବାରେ ସାହାଯ୍ୟ କରିବା ପାଇଁ ଆପଣ ହସ୍ତ ଭଙ୍ଗୀ ମଧ୍ୟ ବ୍ୟବହାର କରିପାରିବେ ଯାହା ଏହାକୁ କହିବାରେ ଓ ଶିକ୍ଷା ଦେବାରେ ସହଜ କରାଏ ।

ଏଇଠି ସୁସମାଚାରର ଈଶ୍ୱରଙ୍କ କାହାଣୀ -

ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀ ଓ ଏଥି ଭିତରେ ଥିବା ସବୁକିଛି ସୃଷ୍ଟି କଲେ । ସେ ପ୍ରଥମ ମନୁଷ୍ୟ ଓ ପ୍ରଥମ ସ୍ତ୍ରୀ ସୃଷ୍ଟି କଲେ । ସେ ସେମାନଙ୍କୁ ଏକ ସୁନ୍ଦର ଉଦ୍ୟାନରେ ରଖିଲେ ସେ ସେମାନଙ୍କୁ ନିଜ ପରିବାରର ଅଂଶ କଲେ ଓ ସେମାନଙ୍କ ସହ ଏକ ନିକଟ ସମ୍ବନ୍ଧ ରଖିଲେ । ସେ ସେମାନଙ୍କୁ ଅନନ୍ତଜୀବୀ ରୂପେ ସୃଷ୍ଟି କଲେ । ଏପରି ଏହି ଆଦର୍ଶ ସ୍ଥାନରେ ମଧ୍ୟ ମନୁଷ୍ୟ ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କଲା ଓ ପୃଥିବୀକୁ ପାପ ଓ ପୀଡା ଆଣିଲା । ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ ଉଦ୍ୟାନରୁ ତଡିଦେଲେ । ସଦାପ୍ରଭୁ ପରମେଶ୍ୱର ଓ ମନୁଷ୍ୟ ଭିତରେ ସମ୍ବନ୍ଧ ଭାଙ୍ଗିଗଲା । ଏବେ ମନୁଷ୍ୟକୁ ମରିବାକୁ ହେଲା ।

ଶହ ଶହ ବର୍ଷ ଧରି ପରମେଶ୍ୱର ପୃଥିବୀକୁ ଦୂତଗଣ ପଠାଇଲେ । ସେମାନେ ମନୁଷ୍ୟକୁ ତାର ପାପ ବିଷୟରେ ମେନ ପକାଇ ଦେଲେ । ମାତ୍ର ଆଉମଧ୍ୟ ପରମେଶ୍ୱରଙ୍କ ବିଶ୍ୱସ୍ତତା ଓ ପ୍ରତିଶ୍ରୁତି ବିଷୟରେ କହିଲେ ଯେ ସେ ପୃଥିବୀକୁ ଜଣେ ତ୍ରାଣକର୍ତ୍ତା ପଠାଇବେ ।

ତ୍ରାଣକର୍ତ୍ତା ଈଶ୍ୱର ଓ ମନୁଷ୍ୟ ମଧ୍ୟରେ ନିକଟ ସମ୍ବନ୍ଧକୁ ପୁନର୍ସ୍ଥାପିତ କରିବେ । ତ୍ରାଣକର୍ତ୍ତା ମନୁଷ୍ୟକୁ ମୃତ୍ୟୁଠାରୁ ରକ୍ଷାକରିବେ । ତ୍ରାଣକର୍ତ୍ତା ମନୁଷ୍ୟକୁ ଅନନ୍ତ ଜୀବନ ଦେବେ ଓ ଚିରନ୍ତନ ପାଇଁ ତା ସହିତ ରହିବେ ।

ଈଶ୍ୱର ଆମକୁ ଏତେ ପ୍ରେମ କରନ୍ତି ଯେ ଯେତେବେଳେ ଠିକ୍‌ ସମୟ ଆସିଲା ସେ ପୃଥିବୀକୁ ତାଙ୍କ ପୁତ୍ରଙ୍କୁ ପଠାଇଲେ ସେହି ତ୍ରାଣକର୍ତ୍ତା ହେବା ପାଇଁ । ଯୀଶୁ ଥିଲେ ଈଶ୍ୱରଙ୍କ ପୁତ୍ର ସେ ଜଗତରେ ଜନ୍ମ ହୋଇଥିଲେ ଜଣେ କୁମାରୀଙ୍କ ମାଧ୍ୟମରେ ସେ ଏକ ଆଦର୍ଶ ଜୀବନ ବଞ୍ଚିଲେ । ସେ କଦାପି ପାପ କଲେ ନାହିଁ ।

ଯୀଶୁ ଲୋକଙ୍କୁ ଈଶ୍ୱରଙ୍କ ବିଷୟରେ ଶିକ୍ଷାଦେଲେ । ତାଙ୍କ ମହାନ ଶକ୍ତିର ପ୍ରଦର୍ଶନ କରି ସେ ଅନେକ aମତ୍କାର ସମ୍ପାଦନ କଲେ ସେ ଅନେକ ଭୁତଙ୍କୁ ତଡିଲେ ସେ ଅନେକ ଲୋକଙ୍କୁ ଆରୋଗ୍ୟ କଲେ ସେ ନେତ୍ରହୀନକୁ ଦୃଷ୍ଟି ଦାନ କଲେ ସେ ବଧୀରକୁ ଶ୍ରବଣ ଶକ୍ତି ଦେଲେ ସେ ପଙ୍ଗୁକୁ ଚାଲିବା ଶକ୍ତି ଦେଲେ ଏପରିକି ଯୀଶୁ ମୃତକୁ ଜୀବନ ଦାନ ଦେଲେ । ଅନେକ ଧାର୍ମିକ ଅଗ୍ରଣୀମାନେ ଭୟ ପାଇଲେ ଓ ଯୀଶୁଙ୍କ ପ୍ରତି ଇର୍ଷ୍ୟା କଲେ । ସେମାନେ ତାଙ୍କର ମୃତ୍ୟୁ ଚାହିଁଲେ ।

ଯେହେତୁ ସେ କଦାପି ପାପ କରିନଥିଲେ, ଯୀଶୁଙ୍କୁ ମରିବାର ନଥିଲା । ମାତ୍ର ଆମ ସମସ୍ତଙ୍କ ପାଇଁ ଏକ ବଳିଦାନ ଭାବରେ ସେ ମୃତ୍ୟୁକୁ ବାଛିଲେ । ତାଙ୍କର କଷ୍ଟମୟ ମୃତ୍ୟୁ ମନୁଷ୍ୟ ଜାତିର ପାପକୁ ଲୁଚାଇ ଦେଲା ଏହା ପରେ ଯୀଶୁଙ୍କୁ ଏକ କବରରେ ପୋତି ଦିଆଗଲା । ଯୀଶୁ କରିଥିବା ବଳିଦାନକୁ ଈଶ୍ୱର ଦେଖିଲେ ଆଉ ସ୍ୱୀକାର କଲେ । ତୃତୀୟ ଦିବସରେ ମୃତମାନଙ୍କ ମଧ୍ୟରୁ ତାଙ୍କର ପୁନରୁତ୍ଥାନ କରି ଈଶ୍ୱର ତାଙ୍କର ସ୍ୱୀକୃତି ପ୍ରଦର୍ଶିତ କଲେ ।

ଈଶ୍ୱର କହିଲେ ଯଦି ଆମେ ବିଶ୍ୱାସ କରୁ ଆଉ ଆମ ପାପ ପାଇଁ ଯୀଶୁଙ୍କ ବଳିଦାନକୁ ଗ୍ରହଣ କରୁ ଯଦି ଆମେ ପାପଠାରୁ ଦୂରେଇ ଯାଉ ଆଉ ଯୀଶୁଙ୍କ ଅନୁଗମନ କରୁ ଈଶ୍ୱର ଆମକୁ ସମସ୍ତ ପାପରୁ ପରିଷ୍କୃତ କରନ୍ତି । ଆଉ ପୁଣିଥରେ ତାଙ୍କ ପରିବାରକୁ ସ୍ୱାଗତ କରନ୍ତି ।

ଆମ ଅନ୍ତରରେ ରହି ଯୀଶୁଙ୍କ ଅନୁଗମନରେ ଆମକୁ ସକ୍ଷମ କରିବା ପାଇଁ ଈଶ୍ୱର ପବିତ୍ର ଆତ୍ମାଙ୍କୁ ପଠାନ୍ତି । ଏହି ପୁନର୍ସ୍ଥାପିତ ସମ୍ବନ୍ଧକୁ ଦର୍ଶାଇ ଦୃଢ଼ କରିବା ପାଇଁ ଆମକୁ ଜଳରେ ବାପ୍ତିସ୍ମ ଦିଆଯାଏ । ମୃତ୍ୟୁର ଏକ ଚିହ୍ନ ଭାବରେ ଆମକୁ ପାଣି ତଳେ କବର ଦିଆଯାଏ । ନୂତନ ଜୀବନର ଚିହ୍ନ ଭାବରେ ଯୀଶୁଙ୍କ ଅନୁଗମନ କରିବା ପାଇଁ ଆମକୁ ପାଣିରୁ ଉଠାଇ ନିଆଯାଏ । ଯେବେ ଯୀଶୁ ମୃତଙ୍କ ମଧ୍ୟରୁ ପୁନରୁତ୍‌ ଥିତ ହେଲେ ସେ ୪୦ ଦିନ ଜଗତରେ ବିତାଇଲେ ।

ଯୀଶୁ ତାଙ୍କ ଅନୁଗାମୀମାନଙ୍କୁ ଶିକ୍ଷା ଦେଲେ ସବୁଆଡେ ଯାଇ ଜଗତ ସାରା ସମସ୍ତଙ୍କୁ ତାଙ୍କ ପରିତ୍ରାଣ ବିଷୟରେ ସୁସମାଚାର ଦେବାକୁ । ଯୀଶୁ କହିଲେ - ତେଣୁ ଯାଅ ଓ ସବୁ ଦେଶର ଲୋକଙ୍କୁ ମୋର ଶିଷ୍ୟ କର ପରମ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବାପ୍ତିସ୍ମ ଦିଅ ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ । ଜଗତର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ, ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି ।

ତା'ପରେ ସେମାନଙ୍କ ଦୃଷ୍ଟି ସମ୍ମୁଖରେ ଯୀଶୁଙ୍କୁ ସ୍ୱର୍ଗକୁ ଉଠାଇ ନିଆଯାଇଥିଲା । ଦିନେ ଯୀଶୁ ଯେପରି ଯାଇଥିଲେ ସେପରି ଭାବେ ପୁଣିଥରେ ଫେରିବେ । ଯେଉଁମାନେ ତାଙ୍କୁ ପ୍ରେମ କଲେ ନାହିଁ ଓ ତାଙ୍କ ଆଦେଶ ପାଳନ କଲେ ନାହିଁ ତାଙ୍କୁ ଚିରନ୍ତନ ଦଣ୍ଡ ଦେବେ । ଯେଉଁମାନେ ତାଙ୍କୁ ପ୍ରେମ କଲେ ଓ ତାଙ୍କ ଆଦେଶ ପାଳନ କଲେ ତାଙ୍କୁ ଗ୍ରହଣ କରିବେ ଓ ଚିରନ୍ତନ ପୁରସ୍କାର ଦେବେ । ଆମେ ତାଙ୍କ ସହ ସବୁଦିନ ପାଇଁ ରହିବା ଏକ ନୂତନ ସ୍ୱର୍ଗରେ ଓ ଏକ ନୂତନ ପୃଥିବୀରେ ।

ଯୀଶୁ ମୋ ପାପ ପାଇଁ କରିଥିବା ବଳିଦାନକୁ ମୁଁ ବିଶ୍ୱାସ କଲି ଓ ଗ୍ରହଣ କଲି । ସେ ମୋତେ ପରିଷ୍କାର କରିଛନ୍ତି ଓ ଈଶ୍ୱରଙ୍କ ପରିବାରର ଅଂଶ ଭାବେ ପୁନର୍ସ୍ଥାପିତ କରିଛନ୍ତି । ସେ ମୋତେ ପ୍ରେମ କରନ୍ତି ମୁଁ ତାଙ୍କୁ ପ୍ରେମ କରେ ଆଉ ତାଙ୍କ ସହ ତାଙ୍କ ରାଜ୍ୟରେ ଚିରଦିନ ପାଇଁ ରହିବି ।

ଈଶ୍ୱର ଆପଣଙ୍କୁ ପ୍ରେମ କରନ୍ତି ଚାହାଁନ୍ତି ଆପଣବି ଏହି ଉପହାରକୁ ପାଆନ୍ତୁ । ଆପଣ ଏହିକ୍ଷଣି ତାହା କରିବାକୁ ଚାହିଁବେକି?

READ

(5 min)

୩-ଚକ୍ର

ଯୁମେ ପ୍ରଶିକ୍ଷଣକୁ ପୁଣିଥରେ ସ୍ୱାଗତ ।

ଏହି ଅଧିବେଶନରେ, ଆମେ ତିନିଟି ବୃତ୍ତ ନାମକ ଏକ ଉପକରଣ ବ୍ୟବହାର କରି ଈଶ୍ବରଙ୍କ କାହାଣୀ, ସୁସମାଚାରକୁ କିପରି ବାଣ୍ଟିବା ତାହା ଶିଖିବା ।

ଈଶ୍ୱରଙ୍କ କାହାଣୀକୁ ବାଣ୍ଟିବାର ଅନେକ ଉପାୟ ଅଛି । ସର୍ବୋତ୍ତମ ଉପାୟ ଆପଣ ସାକ୍ଷ୍ୟ ଦେଉଥିବା ବ୍ୟକ୍ତି, ଏବଂ ଦୁନିଆ ବିଷୟରେ ସେମାନଙ୍କର ଦୃଷ୍ଟିକୋଣ ଏବଂ ସେମାନଙ୍କ ଜୀବନ ଅନୁଭୂତି ଉପରେ ନିର୍ଭର କରିବ।

ଈଶ୍ବର ଶୁଣିବାକୁ ଇଚ୍ଛୁକ ହୃଦୟ ଉପରେ କାର୍ଯ୍ୟ କରିବା ପାଇଁ ସାକ୍ଷ୍ୟ ଦେବାକୁ ଇଚ୍ଛୁକ ଥିବା ହୃଦୟର ବ୍ୟବହାର କରନ୍ତି ।

ଏହା ହେଉଛି ତାଙ୍କର କାର୍ଯ୍ୟ; ସେ କେବଳ ଆମକୁ ଏଥିରେ ଯୋଗ ଦେବାକୁ ଆମନ୍ତ୍ରଣ କରନ୍ତି ।

ଈଶ୍ବରଙ୍କ କାହାଣୀ ବାଣ୍ଟିବାର ଏକ ଉପାୟ ହେଉଛି ଏକ ସରଳ ଚିତ୍ର ଯାହା ଆମେ ତିନିଟି ବୃତ୍ତ ବୋଲି କହୁ ।

ଆମେ ସମସ୍ତେ ଏକ ଅତ୍ୟନ୍ତ ଭଗ୍ନ ସଂସାରରେ ବାସ କରୁ । ଆମେ ଦୁଃଖ, ମୃତ୍ୟୁ, ଯୁଦ୍ଧ, ରୋଗ, ନିଶା ଆଦିର କାହାଣୀ ଦେଖିଥାଉ ଓ ଶୁଣିଥାଉ । ଏହା ସବୁଆଡ଼େ ଅଛି । କିନ୍ତୁ ଏହା ଈଶ୍ବରଙ୍କ ମୂଳ ଯୋଜନା ନୁହେଁ ।

ଈଶ୍ବରଙ୍କ ସିଦ୍ଧ ପରିକଳ୍ପନା ହେଉଛି ପ୍ରେମ, ଆନନ୍ଦ, ଏକତା ଓ ଶାନ୍ତିରେ ପରିପୂର୍ଣ୍ଣ ଏକ ଜଗତ ।

ଆମେ ଯେପରି ଈଶ୍ବରଙ୍କ ପରିପୂର୍ଣ୍ଣ ଯୋଜନାରୁ ନିଜକୁ ପୃଥକ କଲୁ ଓ ଭାଙ୍ଗିପଡ଼ିଥିଲୁ, ତାହାହିଁ ହେଉଛି ଯାହାକୁ ବାଇବେଲ 'ପାପ' ବୋଲି କହିଥାଏ।

ପାପ ହେଉଛି ଈଶ୍ବରଙ୍କ ପଥରୁ ବିମୁଖ ହୋଇ ନିଜ ପଥକୁ ଅନୁସରଣ କରିବା । ପାପ ଆମ୍ଭମାନଙ୍କୁ ଈଶ୍ବରଙ୍କଠାରୁ ପୃଥକ କରେ । ପାପ ଆମକୁ ଭାଙ୍ଗିପକାଇଥାଏ । ପାପ ଆମକୁ ଆଧ୍ୟାତ୍ମିକ ମୃତ୍ୟୁ ଆଡ଼କୁ କଢ଼ାଇନିଏ ।

ଲୋକମାନେ ଭଗ୍ନ ଅବସ୍ଥାରୁ ବାହାରିବାକୁ ଚାହାଁନ୍ତି । ବାହାରକୁ ବାହାରିବା ପାଇଁ ଆମେ ବିଭିନ୍ନ ପ୍ରକାର ଉପାୟ କରିଥାଉ ।

ଆମ ଭିତରୁ କିଛି ନିଶାଦ୍ରବ୍ୟ ଏବଂ ମଦ୍ୟପାନର ପ୍ରୟୋଗ କରନ୍ତି । ଆମ ଭିତରୁ କିଛି ଲୋକ ଭଲ ଚାକିରି କରି ବା ବହୁତ ଟଙ୍କା ରୋଜଗାର କରି ବାହାରକୁ ବାହାରିବାକୁ ଚେଷ୍ଟା କରନ୍ତି । ଆମ ଭିତରୁ କିଛି ଲୋକ ଭାବନ୍ତି ଏକ ସମ୍ପର୍କ ସେମାନଙ୍କୁ ବାହାରକୁ କରିଦେବ । କିଛି ଲୋକ ଧର୍ମ ମଧ୍ୟ ଚେଷ୍ଟା କରନ୍ତି । ଆମେ ଭାବୁଛୁ ଭଲ ଆଚରଣ ବା ଅନ୍ୟକୁ ସାହାଯ୍ୟ କରିବା ଦ୍ବାରା ଆମେ ମୁକ୍ତ ହେବୁ ।

ଏସବୁ ମଧ୍ୟରୁ କୌଣସିଟି ମଧ୍ୟ ପ୍ରକୃତରେ ଭଗ୍ନଅବସ୍ଥାର ସମସ୍ୟାକୁ ସମାଧାନ କରିନଥାଏ।

ଏପରିକି ଯେତେବେଳେ ଆମକୁ ଲାଗୁଛି ଯେ ଆମେ ଗୋଟିଏ ମୁହୂର୍ତ୍ତ ପାଇଁ ଦୂରେଇ ଯାଉଛୁ, ଆମେ ଯେଉଁଠାରେ ଆରମ୍ଭ କରିଥିଲୁ ସେଠାକୁ ଫେରି ଆସିଥାଉ ।

ଏଠାରେ ଏକ କଠିନ ସତ୍ୟ ଅଛି: ଯଦି ଆମେ ଏବେବି ସେଇଠି ଅଛୁ, ଏହି ଜୀବନ ସମାପ୍ତ ହେବାବେଳେ ବି ଭାଙ୍ଗି ପଡ଼ିଅଛୁ, ତେବେ ବାଇବଲ କୁହେ ଆମେ ଈଶ୍ବରଙ୍କ ଠାରୁ ସ୍ଥାୟୀ ଭାବରେ ଅଲଗା ହୋଇ ଯାଇଛୁ, ଚିରଦିନ ପାଇଁ ।

ବାଇବଲ ସେହି ସ୍ଥାନକୁ ନର୍କ ବୋଲି କହିଥାଏ ।

କିନ୍ତୁ ଈଶ୍ବର ଚାହାନ୍ତି ନାହିଁ ଯେ ଆମେ ଭଗ୍ନ ଅବସ୍ଥାରେ ପଡ଼ିରହିବା। ବାଇବଲ କୁହେ ଯେ ଈଶ୍ବର ଆମ୍ଭମାନଙ୍କୁ ଏଡ଼େ ପ୍ରେମ କଲେ ଯେ ସେ ଆମ୍ଭମାନଙ୍କ ନିମନ୍ତେ ଏକ ପଥ ପ୍ରସ୍ତୁତ କରିବା ନିମନ୍ତେ ନିଜ ପୁତ୍ରଙ୍କୁ ପଠାଇଲେ ।

ଯୀଶୁ ପୃଥିବୀକୁ ଆସି ଆମର ପାପକୁ ଲୋପ କରିବାକୁ ଏବଂ ଆମକୁ ଭଗ୍ନାବସ୍ଥାରୁ ଦୂରେଇ ନେବାକୁ ଆସିଥିଲେ।

କିନ୍ତୁ କିପରି ? ଯୀଶୁ ଏସବୁ କିପରି କରିପାରିଲେ?

ଯୀଶୁ ଏକ ସିଦ୍ଧ ଜୀବନ ଅତିବାହିତ କରିଥିଲେ । ଯୀଶୁ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ କେବେ ପାପ କରିନଥିଲେ । ଯୀଶୁ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏକି ଈଶ୍ବରଙ୍କ ପରିପୂର୍ଣ୍ଣ ଯୋଜନାରେ ରହିଥିଲେ । ତା'ପରେ ଯୀଶୁ ତାଙ୍କ ସିଦ୍ଧ ଜୀବନକୁ ତ୍ୟାଗ କରି ଆମ ସ୍ଥାନ ନେଇଥିଲେ ।

ସେ ଆମ ପାପର ମୂଲ୍ୟ ଦେବାକୁ କ୍ରୁଶରେ ମୃତ୍ୟୁବରଣ କଲେ ।

ତେଣୁ ଯୀଶୁ, ଈଶ୍ବରଙ୍କ ପୁତ୍ର, ଆମ୍ଭମାନଙ୍କର ପାପକୁ ତାଙ୍କ ମୃତ୍ୟୁ ଦ୍ବାରା ଲୋପ କଲେ ।

ଯୀଶୁଙ୍କ ମୃତ୍ୟୁ ଓ ସମାଧି ହେବାର ତିନି ଦିନ ପରେ, ସେ ମୃତ୍ୟୁରୁ ପୁନରୁତ୍ଥିତ ହେଲେ ।

ତାଙ୍କର ମହାନ ବଳିଦାନ ସକାଶୁଁ, ଈଶ୍ୱର ଯୀଶୁଙ୍କୁ ସ୍ବର୍ଗର ଓ ପୃଥିବୀର ସମସ୍ତ ବିଷୟର ରାଜା କଲେ।

ରାଜା ଯୀଶୁ ଆମ୍ଭମାନଙ୍କ ପାଇଁ ଭଗ୍ନାବସ୍ଥାରୁ ମୁକ୍ତିର ପଥ ପ୍ରସ୍ତୁତ କଲେ । ଈଶ୍ବର କହିଲେ ଯେ ଯଦି ଆମେ ଆମ ପାପରୁ ବିମୁଖ ହେବା ଏବଂ ଯୀଶୁ ଆମ ପାଇଁ ମୃତ୍ୟୁବରଣ କଲେ ବୋଲି ବିଶ୍ବାସ କରିବା, ଏବଂ ପିତା, ପୁତ୍ର ଏବଂ ପବିତ୍ରଆତ୍ମାଙ୍କ ନାମରେ ବାପ୍ତିଜିତ ହେବା, ତେବେ ଈଶ୍ବର ଯୀଶୁଙ୍କ ପରି ଆମ୍ଭମାନଙ୍କୁ ପୁନରୁତ୍ଥିତ କରିବେ, ଯେପରି ଆମେ ଏକ ନୂତନ ପ୍ରକାରର ଜୀବନରେ ଈଶ୍ବରଙ୍କ ପରିବାରର ଅଂଶ ଭାବରେ ଅନନ୍ତକାଳ ଚାଲିବା ।

ତାପରେ ଆମେ ଭଗ୍ନ ସଂସାରରେ ଏହି ନୂତନ ଜୀବନକୁ ଆଦର୍ଶ କରିଥାଉ, ଏବଂ ଯୀଶୁଙ୍କ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିଥାଉ ଯେତେବେଳେ ସେ ଏକ ନୂତନ ସ୍ୱର୍ଗ ଏବଂ ନୂତନ ପୃଥିବୀ ନିର୍ମାଣ କରିବେ ଯେଉଁଠାରେ ଆମେ ତାଙ୍କ ସହିତ ଚିରଦିନ ପାଇଁ ସମ୍ପୂର୍ଣ୍ଣ ପରିପୂର୍ଣ୍ଣତାରେ ରହିପାରିବା ।

ଈଶ୍ବର ଚାହାନ୍ତି ଯେ ଆମେ ତାଙ୍କ ସହିତ ଆମ ସମ୍ପର୍କ ବୃଦ୍ଧି କରିବା । ଈଶ୍ବର ଚାହାଁନ୍ତି ଯେ ଆମେ ପୁନଃସ୍ଥାପିତ ହୋଇ ତାଙ୍କ ପୂର୍ଣ୍ଣ ମୂଳ ରୂପରେଖକୁ ଫେରି ଆସିବା ।

ପରମେଶ୍ୱରଙ୍କ ପରିବାରର ଏକ ଅଂଶ ଭାବରେ, ଯୀଶୁ ଆମକୁ ଏକ ମିଶନ, ବଞ୍ଚିବାର ଏକ କାରଣ ଏବଂ ସର୍ବୋତ୍ତମ ସମ୍ଭାବ୍ୟ ଜୀବନ ବଞ୍ଚିବାର ଏକ ଉପାୟ ଦିଅନ୍ତି।

ଆମ୍ଭମାନଙ୍କ ପାଇଁ ଯୀଶୁଙ୍କ ମିଶନ ହେଉଛି ଯିବା। ଯୀଶୁ ଆମକୁ ପଠାନ୍ତି, ଯେପରି ତାଙ୍କ ପିତା, ଈଶ୍ବର ତାଙ୍କୁ ପଠାଇଥିଲେ, ଭଗ୍ନାବସ୍ଥାକୁ ଫେରି ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ଈଶ୍ବରଙ୍କ ଅନନ୍ତକାଳୀନ ପରିବାରର ଏକ ଅଂଶ ହେବା ପାଇଁ ।

ଏହି ତିନି ବୃତ୍ତୀୟ ଜଗତରେ, କେବଳ ଦୁଇ ପ୍ରକାରର ଲୋକ ଅଛନ୍ତି: ଯେଉଁମାନେ ଈଶ୍ୱରଙ୍କ ପରିପୂର୍ଣ୍ଣ ରଚନାର ଏକ ଅଂଶ ଅଟନ୍ତି, ଯେଉଁମାନେ ଈଶ୍ୱରଙ୍କ ଉଦ୍ଧାର ଅଭିଯାନରେ ଜୀବନ ଯାପନ କରନ୍ତି, ଯେଉଁମାନେ ଈଶ୍ୱରଙ୍କୁ ତାଙ୍କ ଚିରସ୍ଥାୟୀ ପରିବାର ସହିତ ପୁନର୍ବାର ଯୋଡ଼ିବାରେ ସାହାଯ୍ୟ କରନ୍ତି, କିମ୍ବା ଯେଉଁମାନେ ଏବେବି ଭାଙ୍ଗି ପଡିଛନ୍ତି, ସେମାନେ ମୁକ୍ତ ହେବା ପାଇଁ ସବୁକିଛି ଚେଷ୍ଟା କରୁଛନ୍ତି, ଆଶା କରୁଛନ୍ତି ଯେ କେହି ଜଣେ ସେମାନଙ୍କୁ ଉଦ୍ଧାର କରିବ ।

ଆପଣ ଜାଣନ୍ତି କି ଆପଣ ବର୍ତ୍ତମାନ କେଉଁଠାରେ ଅଛନ୍ତି? ଆପଣ ଜାଣନ୍ତି କି ଆପଣ କେଉଁଠାରେ ରହିବାକୁ ଚାହୁଁଛନ୍ତି?

ଭଗବାନଙ୍କ କାହାଣୀକୁ ବାଣ୍ଟିବାର ଅନେକ ଉପାୟ ଅଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାଣ୍ଟିବା ।

ଈଶ୍ବର ଶୁଣିବାକୁ ଇଚ୍ଛୁକ ହୃଦୟ ଉପରେ କାର୍ଯ୍ୟ କରିବା ପାଇଁ ସାକ୍ଷ୍ୟ ଦେବାକୁ ଇଚ୍ଛୁକ ଥିବା ହୃଦୟର ବ୍ୟବହାର କରନ୍ତି ।

ଏହା ହେଉଛି ତାଙ୍କର କାର୍ଯ୍ୟ; ସେ କେବଳ ଆମକୁ ଏଥିରେ ଯୋଗ ଦେବାକୁ ଆମନ୍ତ୍ରଣ କରନ୍ତି ।

ଲକ୍ଷ୍ୟ ପ୍ରାପ୍ତ ହେଲା

(45 min)

ସୁସମାଚାର ପ୍ରଚାର କରନ୍ତୁ

God's Story: Creation to Judgement Style

ଆଦ୍ୟରେ ଈଶ୍ୱର ସମଗ୍ର ଜଗତ ଓ ଏଥିରେ ଥିବା ସମସ୍ତ ବିଷୟ ତିଆରି କଲେ ।

ସେ ପ୍ରଥମ ପୁରୁଷ ଓ ପ୍ରଥମ ମହିଳା ସୃଷ୍ଟି କଲେ । ସେ ସେମାନଙ୍କୁ ଏକ ସୁନ୍ଦର ବଗିଚାରେ ରଖିଲେ । ସେ ସେମାନଙ୍କୁ ତାହାଙ୍କ ପରିବାରର ଅଂଶବିଶେଷ କଲେ ଓ ସେମାନଙ୍କ ସହିତ ତାହାଙ୍କର ଏକ ଘନିଷ୍ଠ ସମ୍ପର୍କ ଥିଲା ।

ସେ ସେମାନଙ୍କୁ ଚିରକାଳ ବାସ କରିବାକୁ ସୃଷ୍ଟି କରିଥିଲେ । ମୃତ୍ୟୁ ବୋଲି କିଛି ବିଷୟ ନ ଥିଲା । ଏପରିକି ଏହି ଯଥାର୍ଥ ସ୍ଥାନରେ, ମନୁଷ୍ୟ ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲା ଓ ଜଗତ ମଧ୍ୟକୁ ପାପ ଓ ଦୁଃଖଭୋଗ ଆଣିଥିଲା । ଈଶ୍ୱର ମନୁଷ୍ୟକୁ ବଗିଚାରୁ ବିତାଡ଼ିତ କରିଥିଲେ । ମନୁଷ୍ୟ ଓ ଈଶ୍ୱରଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗି ଯାଇଥିଲା । ବର୍ତ୍ତମାନ ମନୁଷ୍ୟକୁ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଅନେକ ଶହ ବର୍ଷ ଧରି ଈଶ୍ୱର ଜଗତକୁ ଅନେକ ବାର୍ତ୍ତାବହ ପ୍ରେରଣ କରିବାକୁ ଲାଗିଲେ । ସେମାନେ ମନୁଷ୍ୟକୁ ତା'ର ପାପ ବିଷୟରେ ସ୍ମରଣ କରିଦେଲେ, ମାତ୍ର ତାକୁ ଈଶ୍ୱରଙ୍କ ବିଶ୍ୱସ୍ତତା ଓ ଜଗତ ମଧ୍ୟରେ ଜଣେ ଉଦ୍ଧାରକର୍ତ୍ତା ପ୍ରେରଣ କରିବାର ପ୍ରତିଜ୍ଞା ବିଷୟରେ ମଧ୍ୟ ସ୍ମରଣ କରିଦେଲେ ।

ଉଦ୍ଧାରକର୍ତ୍ତା ଈଶ୍ୱର ଓ ମନୁଷ୍ୟ ମଧ୍ୟରେ ଘନିଷ୍ଠ ସମ୍ପର୍କ ପୁନଃସଂସ୍ଥାପିତ କରିବେ । ଉଦ୍ଧାରକର୍ତ୍ତା ମନୁଷ୍ୟକୁ ମୃତ୍ୟୁରୁ ଉଦ୍ଧାର କରିବେ । ଉଦ୍ଧାରକର୍ତ୍ତା ଅନନ୍ତ ଜୀବନ ପ୍ରଦାନ କରିବେ ଓ ମନୁଷ୍ୟ ସହିତ ଚିରକାଳ ରହିବେ । ଈଶ୍ୱର ଆମକୁ ଏତେ ପ୍ରେମ କରନ୍ତି ଯେ ଯଥାର୍ଥ ସମୟରେ, ସେହି ଉଦ୍ଧାରକର୍ତ୍ତା ହେବା ପାଇଁ ସେ ଆପଣା ପୁତ୍ରଙ୍କୁ ଜଗତ ମଧ୍ୟକୁ ପ୍ରେରଣ କରିଥିଲେ ।

ଯୀଶୁ ଈଶ୍ୱରଙ୍କ ପୁତ୍ର ଥିଲେ । ଜଣେ କୁମାରୀ ଗର୍ଭରୁ ସେ ଜଗତରେ ଜନ୍ମଗ୍ରଣ କରିଥିଲେ । ସେ ଏକ ସିଦ୍ଧ ଜୀବନଯାପନ କରିଥିଲେ । ସେ କେବେ ବି ପାପ କରି ନ ଥିଲେ । ଯୀଶୁ ଲୋକମାନଙ୍କୁ ଈଶ୍ୱରଙ୍କ ବିଷୟରେ ଶିକ୍ଷା ଦେଇଥିଲେ । ସେ ଆପଣା ମହାନ୍ ଶକ୍ତି ପ୍ରଦର୍ଶନ କରି ଅନେକ ଆଶ୍ଚର୍ଯ୍ୟକର୍ମ ସାଧନ କରିଥିଲେ । ସେ ଅନେକ ମନ୍ଦାତ୍ମା ବାହାର କରିଥିଲେ । ସେ ଅନେକ ଲୋକଙ୍କୁ ସୁସ୍ଥ କରିଥିଲେ । ସେ ଅନ୍ଧକୁ ଦେଖିବାକୁ ଦେଇଥିଲେ । ସେ ବଧିରକୁ ଶୁଣିବାକୁ ଦେଇଥିଲେ । ସେ ଛୋଟାକୁ ଚାଲିବାକୁ ଦେଇଥିଲେ । ଏପରିକି ଯୀଶୁ ମୃତକୁ ଉଠାଇଥିଲେ । ଅନେକ ଧର୍ମନେତାଙ୍କୁ ଧମକ ଦିଆଯାଇଥିଲା ଓ ସେମାନେ ଯୀଶୁଙ୍କ ବିଷୟରେ ଇର୍ଷାପରାୟଣ ଥିଲେ ।

ସେମାନେ ତାହାଙ୍କୁ ବଧ କରିବାକୁ ଇଚ୍ଛା କରିଥିଲେ । ଯଶୁ କେବେ ବି ପାପ କରି ନ ଥିବାରୁ, ତାହାଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ି ନ ଥିଲା ।

ମାତ୍ର ଆମ ସମସ୍ତଙ୍କ ନିମନ୍ତେ ଏ ବଳିଦାନ ସ୍ୱରୂପ ସେ ମୃତ୍ୟୁବରଣ କରିବାକୁ ମନୋନୀତ କରିଥିଲେ । ତାହାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ମନୁଷ୍ୟ ଜାତିର ପାପକୁ ଘୋଡ଼ାଇ ଦେଇଥିଲା । ଏହାପରେ ଯୀଶୁ ଏକ କବରରେ କବରପ୍ରାପ୍ତ ହୋଇଥିଲେ । ଈଶ୍ୱର ଯୀଶୁ କରିଥିବା ବଳିଦାନ ଦେଖିଥିଲେ ଓ ଏହା ଗ୍ରହଣ କରିଥିଲେ । ଈଶ୍ୱର ତୃତୀୟ ଦିବସରେ ଯୀଶୁଙ୍କୁ ମୃତ୍ୟୁରୁ ଉଠାଇ ତାହାଙ୍କ ଗ୍ରହଣୀୟତା ପ୍ରଦର୍ଶନ କରିଥିଲେ ।

ପରମେଶ୍ୱର କହିଲେ ଯେ ଯଦି ଆମେ ଆମ ପାପ ପାଇଁ ଯୀଶୁଙ୍କ ବଳିଦାନକୁ ବିଶ୍ୱାସ କରୁ ଏବଂ ଗ୍ରହଣ କରୁ - ଯଦି ଆମେ ଆମ ପାପରୁ ଦୂରେଇ ଯାଇ ଯୀଶୁଙ୍କୁ ଅନୁସରଣ କରୁ, ତେବେ ପରମେଶ୍ୱର ଆମ୍ଭମାନଙ୍କୁ ସମସ୍ତ ପାପରୁ ପରିଷ୍କାର କରନ୍ତି ଏବଂ ଆମକୁ ତାଙ୍କ ପରିବାରରେ ସ୍ୱାଗତ କରନ୍ତି।

ଈଶ୍ବର ପବିତ୍ରଆତ୍ମାଙ୍କୁ ଆମ୍ଭମାନଙ୍କ ଭିତରେ ବାସ କରିବା ପାଇଁ ପଠାନ୍ତି ଏବଂ ଯୀଶୁଙ୍କ ଅନୁଗାମୀ ହେବା ନିମନ୍ତେ ଆମ୍ଭମାନଙ୍କୁ ସକ୍ଷମ କରନ୍ତି । ଆମେ ଏହି ପୁନଃସ୍ଥାପିତ ସମ୍ପର୍କକୁ ଦର୍ଶାଇବା ଏବଂ ମୁଦ୍ରିତ କରିବା ପାଇଁ ଜଳରେ ବାପ୍ତିଜିତ ହୋଇଅଛୁ ।

ମୃତ୍ୟୁର ପ୍ରତୀକ ଭାବେ ଆମକୁ ଜଳ ତଳେ ସମାଧି ଦିଆଯାଏ । ନୂତନ ଜୀବନର ପ୍ରତୀକ ଭାବରେ ଆମେ ଯୀଶୁଙ୍କୁ ଅନୁସରଣ କରିବା ପାଇଁ ଜଳରୁ ଉତ୍ଥିତ ହୋଇଥାଉ ।

ଯୀଶୁ ଯେତେବେଳେ ମୃତ୍ୟୁରୁ ଉଠିଲେ, ସେତେବେଳେ ସେ ପୃଥିବୀରେ ୪୦ ଦିନ କ୍ଷେପଣ କରିଥିଲେ ।

ଯୀଶୁ ଆପଣା ଅନୁଗାମୀମାନଙ୍କୁ ସର୍ବତ୍ର ଯିବା ପାଇଁ ଓ ଜଗତର ସର୍ବତ୍ର ପ୍ରତ୍ୟେକଙ୍କୁ ଆପଣା ପରିତ୍ରାଣର ସୁସମାଚାର କହିବାକୁ ଶିଖାଇଥିଲେ । ଯୀଶୁ କହିଥିଲେ - ଯାଅ ଓ ସମସ୍ତ ଜାତିର ଲୋକଙ୍କୁ ଶିଷ୍ୟ କରି, ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ସେମାନଙ୍କୁ ବାପ୍ତିସ୍ମ ଦିଅ; ପୁଣି ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଇଅଛି ସେମାନଙ୍କୁ ତାହା ଶିକ୍ଷା ଦିଅ । ମୁଁ ତୁମ୍ଭମାନଙ୍କ ସହିତ ସର୍ବଦା - ଏପରିକି ଏହି ଯୁଗର ଶେଷ ପର୍ଯ୍ୟନ୍ତ ରହିବି ।

ଯୀଶୁଙ୍କୁ ସେମାନଙ୍କ ଚକ୍ଷୁ ସମ୍ମୁଖରେ ଉପରକୁ ସ୍ୱର୍ଗକୁ ନିଆଯାଇଥିଲା । ଦିନେ ଯୀଶୁ ଯେପରି ଯାଇଥିଲେ ସେହିପରି ପୁନର୍ବାର ଆସିବେ । ଯେଉଁମାନେ ତାହାଙ୍କୁ ପ୍ରେମ କରିବେ ନାହିଁ ଓ ତାହାଙ୍କ ଆଜ୍ଞାବହ ହେବେ ନାହିଁ ସେ ସେମାନଙ୍କୁ ଚିରକାଳ ପାଇଁ ଦଣ୍ଡ ଦେବେ । ଯେଉଁମାନେ ତାହାଙ୍କୁ ପ୍ରେମ କରିବେ ଓ ତାହାଙ୍କ ଆଜ୍ଞାବହ ହେବେ ସେ ସେମାନଙ୍କୁ ଚିରକାଳ ପାଇଁ ଦଣ୍ଡ ଦେବେ । ଏକ ନୂତନ ଆକାଶମଣ୍ଡଳ ଓ ଏକ ନୂଆ ପୃଥିବୀରେ ସେ ତାହାଙ୍କ ସହିତ ଚିରକାଳ ବାସ କରିବେ ।

ମୋର ପାପ ନିମନ୍ତେ ଯୀଶୁ ଯେଉଁ ବଳିଦାନ ଦେଇଥିଲେ ମୁଁ ତାହା ବିଶ୍ୱାସ ଓ ଗ୍ରହଣ କରିଥିଲି । ସେ ମୋତେ ଶୁଚି କରିଥିଲେ ଓ ଈଶ୍ୱରଙ୍କ ପରିବାରର ଅଂଶବିଶେଷରୂପେ ପୁନଃସଂସ୍ଥାପିତ କରିଥିଲେ । ସେ ମୋତେ ପ୍ରେମ କରନ୍ତି ଓ ମୁଁ ତାହାଙ୍କୁ ପ୍ରେମ କରେ ଓ ତାହାଙ୍କ ରାଜ୍ୟରେ ତାହାଙ୍କ ସହିତ ଚିରକାଳ ବାସ କରିବି । ଈଶ୍ୱର ଆପଣଙ୍କୁ ପ୍ରେମ କରନ୍ତି ଓ ଆପଣ ଏହି ଉପହାର ଗ୍ରହଣ କରନ୍ତୁ ବୋଲି ଇଚ୍ଛା କରନ୍ତି । ଆପଣ ବର୍ତ୍ତମାନ ତାହା କରିବେ କି ?

କାହାଣୀ କହିବାରେ ସହଜ ଅନୁଭବ ନ କରିବା ପର୍ଯ୍ୟନ୍ତ ସୁସମାଚାରର ଏହି ଉପସ୍ଥାପନାକୁ ନିଜେ ଅଭ୍ୟାସ କରନ୍ତୁ।

READ

(5 min)

ବାପ୍ତିସ୍ମ

ଯୀଶୁ କହିଲେ - ଯାଅ ଓ ସମସ୍ତ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେସେମାନଙ୍କୁ ବାପ୍ତିସ୍ମ ଦିଅ । ବାପ୍ତିସ୍ମ - କିମ୍ବା ମୌଳିକ ଭାଷାରେ ବାପ୍ତିସ୍ମର ମାନେହେଲା ସିକ୍ତ କରିବା କିମ୍ବା ବୁଡାଇବା । ଠିକ୍‌ ଆପଣ ଏକ ଲୁଗାକୁ ରଙ୍ଗ କରିବା ପରି - ଏହା ରଙ୍ଗକୁ ଶୋଷି ନିଏ ଓ ବଦଳି ବାହାରକୁ ଆସେ ।

ବାପ୍ତିସ୍ମ ଆମ ନୂତନ ଜୀବନର ଏକ ଛବି ଯୀଶୁଙ୍କ ପ୍ରତିବିମ୍ବରେ ସିକ୍ତ ଈଶ୍ୱରଙ୍କ ପ୍ରତି ଆଜ୍ଞାନୁବର୍ତ୍ତିତାରେ ପରିବର୍ତ୍ତିତ ପାପ ପ୍ରତି ଆମର ମୃତୁ୍ୟର ଏହା ଏକ ଛବି ଠିକ୍‌ ଯେପରି ଯୀଶୁ ଆମ ପାପ ପାଇଁ ମରିଥିଲେ ଜାବନର ପୁରୁଣା ଉପାୟର ସମାଧି ଠିକ୍‌ ଯେପରି ଯୀଶୁଙ୍କୁ ସମାଧି ଦିଆଯାଇଥିଲା ଯୀଶୁଙ୍କଠାରେ ଏକ ନୂତନ ଜୀବନକୁ ପୁନର୍ଜନ୍ମ ଠିକ୍‌ ଯେପରି ଯୀଶୁଙ୍କର ପୁନରୁତ୍ଥାନ ହୋଇଥିଲା ଆଉ ଆଜି ସେ ଜୀବିତ ।

ଯଦି ଆପଣ ପୂର୍ବରୁ କାହାକୁ ବାପ୍ତିଜିତ କରିନାହାଁନ୍ତି ଏହା ଭୀତିପ୍ରଦ ଲାଗିପାରେ ହେଲେ ଲାଗିବା କଥା ନୁହେଁ ଏଇଠି କେତେକ ସରଳ ସୋପାନ । କିଛି ଠିଆ ପାଣି ଖୋଜନ୍ତୁ ନୂତନ ଶିଷ୍ୟଙ୍କ ବୁଡିବା ପାଇଁ ଯଥେଷ୍ଟ ଗଭୀର ହେବା ଉ ତ ତେଣିକି ଏହା ଗଡିଆ ହେଉ ନଦୀ ହ୍ରଦ କିମ୍ବା ସମୁଦ୍ର ହେଉ । ଏହା ଏକ ବାଥ୍‌ ଟବ୍‌ ହେଇପାରେ କିମ୍ବା ଅନ୍ୟ କିଛି ।

ଶିଷ୍ୟକୁ ଆପଣ ନିଜର ଗୋଟିଏ ହାତ ଧରିବାକୁ ଦିଅନ୍ତୁ ନିଜର ଆର ହାତକୁ ଶିଷ୍ୟଙ୍କ ପିଠିରେ ରକନ୍ତୁ ।

ଶିଷ୍ୟ ତାଙ୍କ ନିଷ୍ପତ୍ତି ଭଲଭାବେ ବୁଝିଛନ୍ତି ନା ନାହିଁ ନିଶ୍ଚିତ କରିବାକୁ ଏପରି ଦୁଇଟି ପ୍ରଶ୍ନ ତାଙ୍କୁ ପଚାରନ୍ତୁ ।

  • ତୁମେ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ପ୍ରଭୁ ଓ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିଛକି ?
  • ତୁମର ବାକି ଜୀବନ ପାଇଁ ତୁମେ ତାଙ୍କୁ ନିଜ ରଜା ରୂପେ ମାନିବ ଓ ସେବା କରିବକି ?

ଯଦି ସେମାନେଉଭୟକୁ ହଁ କୁହନ୍ତି ତେବେ ଏପରି କିଛି କୁହନ୍ତୁ :

  • ଯେହେତୁ ତୁମେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ ଜ୍ଞାପନ କରିଛ ମୁଁ ଏବେ ତୁମକୁ ପରମ ପିତା ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଉଛି ।

ସେମାନଙ୍କୁ ପାଣିରେ ପଶିବାକୁ କୁହନ୍ତୁ ପୁରା ବୁଡାନ୍ତୁ ଆଉ ଫେରସ୍ତ ଉଠାଇ ଆଣନ୍ତୁ ।

ଆପଣ ଯୀଶୁଙ୍କର ଜଣେ ନୂଆ ଅନୁଗାମୀଙ୍କୁ ବାପ୍ତିଜିତ କରିଛନ୍ତି । ସ୍ୱର୍ଗର ଜଣେ ନୂତନ ନାଗରିକଙ୍କୁ ଜୀବନ୍ତ ଈଶ୍ୱରଙ୍କ ଜଣେ ନୂତନ ସନ୍ତାନଙ୍କୁ । ଏହା ଉତ୍ସବର ସମୟ ।

ବାପ୍ତିସ୍ମ ପ୍ରଥମ ସଂସ୍କାର ଯୀଶୁ ତାଙ୍କ ଅନୁଗାମୀମାନଙ୍କୁ ଦେଇଥିଲେ ଓ ଯୁମେ ଟୁଲ୍‌କିଟ୍‌ ପାଇଁ ଏକ ଭିତ୍ତିମୂଳ ।

ଚର୍ଚ୍ଚା କରନ୍ତୁ

(10 min)

  1. ଆପଣ କେବେ କାହାକୁ ବାପ୍ତିସ୍ମ ଦେଇଛନ୍ତି କି?
  2. ଆପଣ ଏହାକୁ ବିଚାର କରିବେ କି?
  3. ଯଦି ଏହି ମହାନ ଆଜ୍ଞା ଯୀଶୁଙ୍କ ପ୍ରତ୍ୟେକ ଅନୁଗାମୀଙ୍କ ପାଇଁ ଅଟେ, ଏହାର ଅର୍ଥ କ'ଣ ଯୀଶୁଙ୍କ ପ୍ରତ୍ୟେକ ଅନୁଗାମୀ ଅନ୍ୟମାନଙ୍କୁ ବାପ୍ତିସ୍ମ ଦେବାପାଇଁ ଅନୁମତି ଅଛି କି? କାହିଁକି ଓ କାହିଁକି ନୁହେଁ ?

ଗୁରୁତ୍ବପୂର୍ଣ୍ଣ ସ୍ମାରକ - ଆପଣ ବାପ୍ତିଜିତ ହୋଇଛନ୍ତି କି?

ଯଦି ନୁହଁ, ତେବେ ଆମେ ଆପଣଙ୍କୁ ଏହି ପ୍ରଶିକ୍ଷଣର ଆଉ ଏକ ଅଧିବେଶନ ପୂର୍ବରୁ ଏହା ଯୋଜନା କରିବାକୁ ଉତ୍ସାହିତ କରୁ । ଏହି ମହତ୍ତ୍ୱପୂର୍ଣ୍ଣ ଦିନରେ ଯୀଶୁଙ୍କୁ "ହଁ" କହିବା ପାଇଁ ଆପଣଙ୍କ ଦଳକୁ ଆମନ୍ତ୍ରିତ କରନ୍ତୁ ।

ସମୀକ୍ଷା

(1 min)

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ଧାରଣାଗୁଡ଼ିକ:

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ସାଧନଗୁଡ଼ିକ:

  • ଈଶ୍ୱରଙ୍କ ରାଜ୍ୟ ଅର୍ଥନୀତି
  • ସର୍ବଶ୍ରେଷ୍ଠ ଆଶୀର୍ବାଦର ଦର୍ଶନ
  • ଶିଷ୍ୟତ୍ୱର ବତକ ଛୁଆ ଭଳି ପ୍ରକୃତି - ତୁରନ୍ତ ନେତୃତ୍ୱ ନେବା
  • ଈଶ୍ୱରଙ୍କ ରାଜ୍ୟ ଯେଉଁଠି ନାହିଁ ତାହା ଦେଖିବା ନିମନ୍ତେ ଚକ୍ଷୁ
  • ସୁସମାଚାର ଏବଂ ଏହାକୁ କିପରି ଅନ୍ୟମାନଙ୍କୁ ପ୍ରଦାନ କରିବା
  • ବାପ୍ତିସ୍ମ ଏବଂ ଏହା କିପରି କରିବାକୁ ହେବ
  • ଆପଣଙ୍କ ୩ -ମିନିଟ୍ ସାକ୍ଷ୍ୟ ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ
  • ପ୍ରଭୁଭୋଜ ଏବଂ ଏହାର ପରିଚାଳନା

ଗୁରୁତ୍ୱପୁର୍ଣ୍ଣ ସ୍ମାରକ: ଆପଣଙ୍କ ଦଳ ପରବର୍ତ୍ତୀ ଅଧିବେଶନରେ ପ୍ରଭୁଭୋଜ ପାଳନ କରିବ । ଭୋଜପଦାର୍ଥ ଗୁଡ଼ିକ ମନେରଖିବାରେ ସୁନିଶ୍ଚିତ କରନ୍ତୁ (ରୋଟି ଏବଂ ଦ୍ରାକ୍ଷାରସ)।

Take a Break

ସାରାଂଶ

(1 min)

ଏହି ଅଧିବେଶନରେ, ଆମେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା:

ଏବଂ ଆମେ ଏହି ସାଧନଗୁଡ଼ିକ ଆମର ଟୁଲକିଟ୍ ରେ ଯୋଡ଼ିବା:

  • ଈଶ୍ୱରଙ୍କ ରାଜ୍ୟ ଅର୍ଥନୀତି
  • ସର୍ବଶ୍ରେଷ୍ଠ ଆଶୀର୍ବାଦର ଦର୍ଶନ
  • ଶିଷ୍ୟତ୍ୱର ବତକ ଛୁଆ ଭଳି ପ୍ରକୃତି - ତୁରନ୍ତ ନେତୃତ୍ୱ ନେବା
  • ଈଶ୍ୱରଙ୍କ ରାଜ୍ୟ ଯେଉଁଠି ନାହିଁ ତାହା ଦେଖିବା ନିମନ୍ତେ ଚକ୍ଷୁ
  • ସୁସମାଚାର ଏବଂ ଏହାକୁ କିପରି ଅନ୍ୟମାନଙ୍କୁ ପ୍ରଦାନ କରିବା
  • ବାପ୍ତିସ୍ମ ଏବଂ ଏହା କିପରି କରିବାକୁ ହେବ
  • ଆପଣଙ୍କ ୩ -ମିନିଟ୍ ସାକ୍ଷ୍ୟ ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ
  • ପ୍ରଭୁଭୋଜ ଏବଂ ଏହାର ପରିଚାଳନା

READ

(5 min)

ତିନି-ମିନିଟର ସାକ୍ଷ୍ୟ

ଯୀଶୁ ତାଙ୍କ ଅନୁଗାମୀମାନଙ୍କୁ କହିଲେ - ତୁମ୍ଭେମାନେ ସମସ୍ତେ ଏହି ଘଟଣାଗୁଡିକର ସାକ୍ଷୀ । ଯୀଶୁଙ୍କର ଅନୁଗାମୀ ରୂପେ ଆମେବି ସାକ୍ଷୀ ଆମମାନଙ୍କ ଜୀବନ ଉପରେ ଯୀଶୁଙ୍କ ପ୍ରଭାବ ବିଷୟରେ ପ୍ରମାଣ ଦେବା ଈଶ୍ୱରଙ୍କ ସହ ଆପଣଙ୍କ ସମ୍ବନ୍ଧର କାହାଣୀକୁ ସାକ୍ଷ କୁହାଯାଏ । ସମସ୍ତଙ୍କର ଏକ କାହାଣୀ ଅଛି । ଆପଣଙ୍କ କାହାଣୀକୁ ଅଭ୍ୟାସ କରିବା ପାଇଁ ଏହା ଏକ ସୁଯୋଗ ।

ଅଭ୍ୟାସ କରିବା ପାଇଁ ଜଣେ କିମ୍ବା ଦୁଇଜଣ ଅନୁଗାମୀଙ୍କୁ ବାଛନ୍ତୁ ଆଉ ଆପଣଙ୍କ ୧୦୦ର ତାଲିକାରୁ ୫ ଟି ନାମ ନିଅନ୍ତୁ । ନିଶ୍ଚିତ କରନ୍ତୁ ଯେ ଆପଣ ଯେଉଁ ଶ୍ରେଣୀର ଲୋକଙ୍କୁ ବାଛୁଛନ୍ତି ସେମାନେ ଅବିଶ୍ୱାସୀ କିମ୍ବା ଆଧ୍ୟାତ୍ମିକ ସ୍ଥିତି ଅଜଣା ଶ୍ରେଣୀର ଥିବେ । ଆପଣଙ୍କ ତାଲିକାରୁ ବାଛିଥିବା ୫ ଜଣ ଲୋକଙ୍କ ମଧ୍ୟରୁ ଜଣକର ଅଭିନୟ ଆପଣଙ୍କର ଅଭ୍ୟାସ ଅଂଶୀଦାର ଦ୍ୱାରା କରାଇ ଆପଣଙ୍କ ଯୀଶୁ କାହାଣୀ ଆପଣଙ୍କ ସାକ୍ଷ ଅଭ୍ୟାସ କରନ୍ତୁ । ପ୍ରତ୍ୟେକ ୫ ଜଣଙ୍କ ପାଇଁ ଏହାକୁ ନିର୍ଦ୍ଦିଷ୍ଟ କରି ନିଜ କାହାଣୀକୁ ଆକାର ଦେବାର ଅଭ୍ୟାସ କରନ୍ତୁ । ପ୍ରାୟ ତିନି ମିନିଟ୍‌ରେ ଆପଣ ଆପଣଙ୍କ କାହାଣୀର କ୍ଷୁଦ୍ର ସଂସ୍କରଣ ବାଣ୍ଟିବାକୁ ସକ୍ଷମ ହେବା ଉଚିତ ।

ଆପଣଙ୍କ କାହାଣୀକୁ ଆକାର ଦେବାର ଅସୀମ ଉପାୟ ସବୁ ଅଛି ମାତ୍ର ଏଇଠି କେତୋଟି ଉପାୟ ଯାହାକୁ ଆମେ ଅନ୍ୟମାନଙ୍କ ସହ ଭଲ କାମ କରିବାର ଦେଖିଛୁ - ଆପଣ କାହିଁକି ଯୀଶୁଙ୍କ ଅନୁଗମନର ଚୟନ କଲେ ସେ ବିଷୟରେ ଏକ ସରଳ ବକ୍ତବ୍ୟ ବାଣ୍ଟି ପାରିବେ । ସଦ୍ୟ ନୂତନ ବିଶ୍ୱାସୀଙ୍କ ପାଇଁ ଏହା ଭଲ କାମ କରେ - ଆପଣ ନିଜର ପୂର୍ବ ଓ ପର କାହାଣୀ ବାଣ୍ଟି ପାରିବେ ଆପଣ ଯୀଶୁଙ୍କୁ ଜାଣିବା ପୂର୍ବରୁ ଆପଣଙ୍କ ଜୀବନ କିପରି ଥିଲା ଆଉ ଏବେ ଆପଣଙ୍କ ଜୀବନ କିପରି ଅଛି । ସରଳ ଆଉ ଶକ୍ତିଶାଳୀ ।

ଆପଣ ନିଜ ସହ ଓ ବିନା କାହାଣୀ ବାଣ୍ଟି ପାରିବେ । ଯୀଶୁଙ୍କ ସହ ଆପଣଙ୍କ ଜୀବନ କେମିତି ଅଛି ଆଉ ତାଙ୍କ ବିନା ଏହା କିପରି ରହିବ ଯଦି ଆପଣ ଅତି ଯୁବା ବୟସରେ ବିଶ୍ୱାସକୁ ଆସିଥାଆନ୍ତି ତେବେ ଆପଣଙ୍କ କାହାଣୀର ଏହି ସଂସ୍କରଣ ଭଲ କାମକରେ ।

ଯେବେ ଆପଣ ବାଣ୍ଟିବା ଶେଷ କରନ୍ତି ଆପଣଙ୍କ ଅଂଶୀଦାରଙ୍କୁ ତାଙ୍କ ପାଳି ନେବାକୁ ଦିଅନ୍ତୁ । ଆପଣ ଉଭୟେ ନିଜ ନିଜର ପାଞ୍ଚ ନସାରିବା ପର୍ଯ୍ୟନ୍ତ ଆଗ ପଛ ହେଉଥାଆନ୍ତୁ । ଏହାଠାରୁ ଆହୁରି ବଡ ପ୍ରଭାବ ପକାଇବାକୁ ଚାହାଁନ୍ତି?

ଆପଣଙ୍କ କାହାଣୀ ବାଣ୍ଟିବାବେଳେ ଏହାକୁ ତିନି-ଭାଗ ବିଶିଷ୍ଟ ଏକ ପ୍ରଣାଳୀର ଅଂଶ ଭାବେ ଭାବିବା ସାହାଯ୍ୟକାରୀ ହେବ:

  • ସେମାନଙ୍କ କାହାଣୀ - ଆପଣ କଥାବାର୍ତ୍ତା କରୁଥିବା ଲୋକଙ୍କୁ କୁହନ୍ତୁ ତାଙ୍କ ଆଧ୍ୟାତ୍ମିକ ଯାତ୍ରା ବିଷୟରେ ବାଣ୍ଟିବାକୁ ।
  • ଆପଣଙ୍କ କାହାଣୀ - ତା'ପରେ ସେମାନଙ୍କ କାହାଣୀ ଚାରିପଟେ ଆକାର ଦିଆଯାଇଥିବା ଆପଣଙ୍କ ସାକ୍ଷ ବାଣ୍ଟନ୍ତୁ ।
  • ଈଶ୍ୱରଙ୍କ କାହାଣୀ - ଶେଷରେ ଈଶ୍ୱରଙ୍କ କାହାଣୀକୁ ଏପରି ଭାବେ ବାଣ୍ଟନ୍ତୁ ଯେପରି ତାହା ସଂଯୁକ୍ତ ହେବ ତାଙ୍କ ବିଶ୍ୱଦୃଷ୍ଟି, ମୂଲ୍ୟବୋଧ ଓ ପ୍ରାଥମିକତା ସହ ।

ଆଉ ଯଦି ଆପଣ କିପରି ଆରମ୍ଭ କରିବେ ବିଷୟରେ ଚିନ୍ତିତ - ଏହାକୁ ସରଳ ରଖନ୍ତୁ ।

ଖାଲି ଏକ ବକ୍ତବ୍ୟ ବାଣ୍ଟନ୍ତୁ ଯେ କାହିଁକି ଆପଣ ଯୀଶୁଙ୍କ ଅନୁଗମନର ନିଷ୍ପତ୍ତି ନେଲେ । ଜୀବନଗୁଡିକର ପରିବର୍ତ୍ତନ ପାଇଁ ଈଶ୍ୱର ଆପଣଙ୍କ କାହାଣୀ ବ୍ୟବହାର କରିପାରିବେ ହେଲେ ମେନ ରଖନ୍ତୁ ଆପଣଙ୍କୁ ଏହା କହିବାକୁ ହେବ ।

ଆପଣଙ୍କ ତିନି - ମିନିଟ୍‌ ସାକ୍ଷ ଯୁମେ ଟୁଲ୍‌କିଟ୍‌ରେ ଆଉ ଏକ ସରଳ ଉପକରଣ ।

ଲକ୍ଷ୍ୟ ପ୍ରାପ୍ତ ହେଲା

(30 min)

ତିନି ମିନିଟର ସାକ୍ଷ୍ୟ

ତିନୋଟି ମୌଳିକ ପ୍ରକାର ସାକ୍ଷ୍ୟ

ଆପଣଙ୍କ କାହାଣୀର ଆକାର ଦେବା ପାଇଁ ଅସୀମ ଉପାୟ ଅଛି, ମାତ୍ର ଆମେ ଏଠାରେ କିଛି ଉପାୟ ଦେଖିଛୁ, ଯାହାକି ଭଲରୂପେ କାର୍ଯ୍ୟ କରିଥାଏ :

  • ଏକ ସରଳ ଉକ୍ତି - ଆପଣ ଯୀଶୁଙ୍କୁ ଅନୁସରଣ କରିବାକୁ କାହିଁକି ମନୋନୟନ କଲେ ସେ ବିଷୟରେ ଆପଣ ଏକ ସରଳ ଉକ୍ତି କହିପାରିବେ । ଜଣେ ନୂତନ ବିଶ୍ୱାସୀ ନିମନ୍ତେ ଏହା ଭଲରୂପେ କାର୍ଯ୍ୟ କରିଥାଏ ।
  • ପୂର୍ବରୁ ଓ ପରେ - ଆପଣ ଆପଣଙ୍କର "ପୂର୍ବରୁ" ଓ "ପରେ" କାହାଣୀ କହିପାରିବେ - ଅର୍ଥାତ୍ ଆପଣ ଯୀଶୁଙ୍କୁ ଜାଣିବା ପୂର୍ବରୁ ଆପଣଙ୍କ ଜୀବନ କିପରି ଥିଲା ଓ ବର୍ତ୍ତମାନ ଆପଣଙ୍କ ଜୀବନ କିପରି ଅଛି । ସରଳ ଓ ଶକ୍ତିଶାଳୀ ।
  • ସହିତ ଓ ପୃଥକ୍ - ଆପଣ ଆପଣଙ୍କର "ସହିତ" ଓ "ପୃଥକ୍" କାହାଣୀ କହିପାରିବେ - "ଯୀଶୁଙ୍କ ସହିତ" ଆପଣଙ୍କ ଜୀବନ କ'ଣ ଅଟେ ଓ "ତାହାଙ୍କ ବିନା" ଏହା କିପରି ହେବ । ଆପଣ ଯଦି ସାନ ବେଳୁ ବିଶ୍ୱାସଲାଭ କରିବେ, ତେବେ ଆପଣଙ୍କ କାହାଣୀର ଏହି ସଂସ୍କରଣ ଭଲରୂପେ କାର୍ଯ୍ୟ କରିବ ।

ଆପଣଙ୍କ ସାକ୍ଷ୍ୟ ବାଣ୍ଟିବାର ତିନୋଟି ଅଂଶ

ଆପଣଙ୍କ କାହାଣୀ କହିଲା ବେଳେ ଏହାକୁ ଏକ ତିନି-ପ୍ରକାର ପ୍ରକ୍ରିୟାର ଅଂଶ ଭାବରେ ଚିନ୍ତା କରିବା ସହାୟକ ହେବ :

  • ସେମାନଙ୍କ କାହାଣୀ - ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରୁଛନ୍ତି ତାଙ୍କୁ ସେମାନଙ୍କ ଆତ୍ମିକ ଯାତ୍ରା ବିଷୟରେ ପଚାରନ୍ତୁ ।
  • ଆପଣଙ୍କ କାହାଣୀ - ତା'ପରେ ଆପଣଙ୍କ ସାକ୍ଷ୍ୟ କୁହନ୍ତୁ ଯାହାକି ସେମାନଙ୍କ ଅନୁଭୂତି ଚତୁର୍ଦ୍ଦିଗରେ ଅଛି ।
  • ଈଶ୍ୱରଙ୍କ କାହାଣୀ - ଶେଷରେ ଈଶ୍ୱରଙ୍କ କାହାଣୀକୁ ଏପରି ଭାବରେ କୁହନ୍ତୁ ଯେପରି ତାହା ସେମାନଙ୍କ ବିଶ୍ୱ-ମତ, ମୂଲ୍ୟ ଓ ଅଗ୍ରାଧିକାର ସହିତ ସଂଯୁକ୍ତ ହୋଇଥାଏ ।

ଆପଣଙ୍କ ସାକ୍ଷ୍ୟ ଦୀର୍ଘ ହେବା ଉଚିତ୍ ନୁହେଁ, କିମ୍ବା ପ୍ରଭାବପୂର୍ଣ୍ଣ ହେବା ପାଇଁ ଏହାକୁ ଅଧିକ ପୁଙ୍ଖାନୁପୁଙ୍ଖ ଭାବରେ କୁହାଯିବାକୁ ପଡ଼ିବ ନାହିଁ । ପ୍ରକୃତରେ, ଆପଣଙ୍କ ସାକ୍ଷ୍ୟକୁ ପ୍ରାୟ ୩ ମିନିଟ୍ ମଧ୍ୟରେ ରଖିବା ଦ୍ୱାରା ତାହା ପ୍ରଶ୍ନ ନିମନ୍ତେ ଓ ଗଭୀର କଥାବାର୍ତ୍ତା କରିବା ପାଇଁ ସମୟ ଦେବ । କିପରି ଆରମ୍ଭ କରିବେ ସେ ବିଷୟରେ ଯଦି ଆପଣ ବ୍ୟସ୍ତ ହେଉଛନ୍ତି - ତେବେ ଏହାକୁ ସରଳ କରନ୍ତୁ । ଜୀବନ ପରିବର୍ତ୍ତନ କରିବା ପାଇଁ ଈଶ୍ୱର ଆପଣଙ୍କ କାହାଣୀ ବ୍ୟବହାର କରିପାରିବେ, ମାତ୍ର ମନେରଖନ୍ତୁ - ଆପଣଙ୍କୁ ହିଁ ଏହା କହିବାକୁ ପଡ଼ିବ ।

READ

(5 min)

ମହାନ, ମହାନତର, ମହାନତମ ଆଶୀର୍ବାଦ

ଏହି ସେସନ୍‌ରେ ଆମେ ଆଲୋଚନା କରିବା ଈଶ୍ୱରଙ୍କ ମହାନ, ମହାନତର ଓ ମହାମତମ ଆଶୀଷ ଆଉ କିପରି ସେଗୁଡିକୁ ଅନ୍ୟମାନଙ୍କ ସହ ବାଣ୍ଟିବେ ବିଷୟରେ । ଯେବେ ଜଣେ ଯୀଶୁଙ୍କ ଅନୁଗମନର ଚୟନ କରନ୍ତି ତେବେ କିପରି ଆପଣ ତାଙ୍କୁ ଠିକ୍‌ ପଥରେ ଚାଲିବାରେ ସାହାଯ୍ୟ କରନ୍ତି? କିପରି ଆପଣ ତାଙ୍କୁ ସାହାଯ୍ୟ କରନ୍ତି ଈଶ୍ୱରଙ୍କ ରାଜ୍ୟରେ ଜଣେ ଉପିାଦକ ହେବାକୁ, କେବଳ ଆଉ ଜଣେ ଉପଭୋକ୍ତା ନୁହେଁ? କିପରି ଆପଣ ତାଙ୍କୁ ସାହାଯ୍ୟ କରନ୍ତି ଈଶ୍ୱର ଦେବାକୁ ରାଜି ଥିବା ସମସ୍ତ ଆଶୀଷ ପାଇବାରେ?

ମୁଁ ସେମାନଙ୍କୁ ଏଇଆ କହି ଆରମ୍ଭ କରେ ...

  • ଯୀଶୁଙ୍କ ଅନୁଗମନ ହେଉଛି ଏକ ଆଶୀଷ ।
  • ଅନ୍ୟମାନଙ୍କୁ ଯୀଶୁଙ୍କ ଅନୁଗମନ ଆଡକୁନେଇଯିବା ହେଉଛି ଏକ ମହାନ ଆଶୀଷ ।
  • ଏକ ନୂତନ ଆତ୍ମିକ ପରିବାର ଆରମ୍ଭ କରିବା ହେଉଛି ଏକ ମହାନତର ଆଶୀଷ ।
  • ଅନ୍ୟମାନଙ୍କୁ ନୂତନ ଆତ୍ମିକ ପରିବାରଗୁଡିକ ଆରମ୍ଭ କରିବା ପାଇଁ ସଜ୍ଜିତ କରିବା ହେଉଛି ଏକ ମହାନତମ ଆଶୀଷ ।

ଆପଣ ଯୀଶୁଙ୍କ ଅନୁଗମନ କରିବାକୁ ଚୟନ କରିଛନ୍ତି ଆଉ ତେଣୁ ଈଶ୍ୱର ଆପଣଙ୍କୁ ଆଶୀଷ ଦେଇଛନ୍ତି । ମୁଁ ବି ଈଶ୍ୱରଙ୍କର ମହାନ, ମହାନତର ଓ ମହାନତମ ଆଶୀଷ ପାଇବାକୁ ଚାହେଁ । ମୁଁ ଆପଣଙ୍କୁ ଦେଖାଇ ପାରେକି କେମିତି?

ଯଦି ସେ ଅଧିକ ଜାଣିବାକୁ ଚାହାଁନ୍ତି, ମୁଁ ତାଙ୍କୁ ସେ ଜାଣିଥିବା ଶହେ ଜଣ ଲୋକଙ୍କର ଏକ ତାଲିକା କରିବାକୁ କହେ । ତା'ପରେ ମୁଁ ତାଙ୍କୁ ସେ ତାଲିକାରୁ ପାଞ୍ଚ ଜଣଙ୍କୁ ବାଛିବାକୁ କହେ - ପାଞ୍ଚ ଜଣ ଯିଏ ଯୀଶୁଙ୍କୁ ଜାଣନ୍ତି ନାହିଁ - ପାଞ୍ଚ ଜଣ ଯାହାଙ୍କ ସହ ସେ ସଙ୍ଗେ ସଙ୍ଗେ ବାଣିବାକୁ ଚାହିଁବେ ।

ଯୀଶୁଙ୍କ ଅନୁଗମନ ହେଉଛି ଏକ ଆଶୀଷ । ଅନ୍ୟ କାହା ସହ ଆପଣ ଏହି ଆଶୀଷ ବାଣ୍ଟିବାକୁ ଚାହିଁବେ?

ମୁଁ ସେମାନଙ୍କୁ ଶିକ୍ଷା ଦିଏ ତାଙ୍କ ସାକ୍ଷ ବାଣ୍ଟିବାକୁ ଶ୍ୱର ସେମାନଙ୍କ ଜୀବନରେ କ'ଣ କରୁଛନ୍ତି ତାର କାହାଣୀ । ମୁଁ ସେମାନଙ୍କୁ ଶିକ୍ଷା ଦିଏ ସୁସମାଚାର ବାଣ୍ଟିବାକୁ ଈଶ୍ୱର ଜଗତରେ କ'ଣ କରୁଛନ୍ତି ତାର କାହାଣୀ । ମୁଁ ସେମାନଙ୍କୁ ଶିକ୍ଷା ଦିଏ କପରି ଈଶ୍ୱରଙ୍କ ମହାନ, ମହାନତର ଓ ମହାନତମ ଆଶୀଷ ବାଣ୍ଟିବେ ସେ ବିଷୟରେ ।

ମୁଁ ତାଙ୍କୁ ସେ ବାଣ୍ଟିବାକୁ ବାଛିଥିବା ପାଞ୍ଚ ଜଣ ଲୋକଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ସହ ଥରଟିଏ ଅଭ୍ୟାସ କରିବାକୁ କହେ । ପ୍ରଥମେ ତାଙ୍କ ନିଜ କାହାଣୀ ତା'ପରେ ଈଶ୍ୱରଙ୍କ କାହାଣୀ ତା'ପରେ ଈଶ୍ୱରଙ୍କ ଆଶୀଷ । ପ୍ରତ୍ୟେକ ଥର ମୁଁ ତାଙ୍କ ତାଲିକାର ପାଞ୍ଚ ଜଣ ଲୋକଙ୍କ ମଧ୍ୟରୁ ଜଣେ ହେବାର ଅଭିନୟ କରେ । ପ୍ରତ୍ୟେକ ଥର ସେମାନେ ସେମାନଙ୍କ କାହାଣୀ ବାଣ୍ଟନ୍ତି ସେମାନେ ଈଶ୍ୱରଙ୍କ କାହାଣୀ ବାଣ୍ଟନ୍ତି । ସେମାନେ ମୋତେବି ଯୀଶୁଙ୍କ ଅନୁଗାମୀ ହେବାକୁ ନିମନ୍ତ୍ରଣ ଦିଅନ୍ତି । ସେମାନେ ଈଶ୍ୱରଙ୍କ ମହାନ, ମହାନତର ଓ ମହାନତମ ଆଶୀଷ ବିଷୟରେ ଶିକ୍ଷା ଦିଅନ୍ତି । ପ୍ରତ୍ୟେକ ଥର ମୁଁ ସେମାନଙ୍କୁ ଏପରି ପ୍ରଶ୍ନ ପଚାରେ କିମ୍ବା ମନ୍ତବ୍ୟ କରେ ଯାହା ମୁଁ ଭାବେ ସେହି ବ୍ୟକ୍ତି କରିପାରନ୍ତି । ଆମେ ଅଭ୍ୟାସ କରିସାରିବା ପରେ, ମୁଁ ତାଙ୍କୁ ପୁଣି ଭେଟିବାକୁ କହେ ଯଦି ସମ୍ଭବ କେବଳ ଦୁଇଦିନ ପରେ - ଖାଲି ଦେଖିବାକୁ ଯେ ବାଣ୍ଟିବା କାମ କିପରି ଚାଲିଛି ।

ତାଙ୍କ ତାଲିକାର ପାଞ୍ଚ ଜଣଙ୍କୁ ଭେଟିବା ପାଇଁ ମୁଁ ତାଙ୍କୁ ଯଥେଷ୍ଟ ସମୟ ଦେବାକୁ ଚାହେଁ ମାତ୍ର ଏତେ ବେଶୀ ସମୟବି ଦେବାକୁ ଚାହେଁନା ଯେ ସେମାନେ ଏହାକୁ ଏଡାଇ ଦେବେ କିମ୍ବା ଭୁଲିଯିବେ ।

ସମ୍ପର୍କରେ ରହିବା ପାଇଁ ମୁଁ ସର୍ବଦା ଏକ ଫୋନ୍‌ ନମ୍ବର୍‌ କିମ୍ବା ଇମେଲ୍‌ ଠିକଣା କିମ୍ବା ଅନ୍ୟ କୌଣସି ସାଧନ ମାଗେ । ମୁଁ ସେମାନଙ୍କ ସହ ପ୍ରାର୍ଥନା କରେ ଯେପରି ଈଶ୍ୱର ଠିକ୍‌ ବାକ୍ୟ ଦେବେ ଠିକ୍‌ ଯେପରି ସେମାନେ ମୋ ସହ ବାଣ୍ଟିଛନ୍ତି ।

ଦୁଇ ଦିନ ପରେ ଆମେ ପୁଣି ଭେଟୁ ଆଉ ବଣ୍ଟନ କିପରି ଚାଲିଛି କଥାବାର୍ତ୍ତା କରୁ ।

ଯଦି ସେମାନେ ବାଣ୍ଟି ନଥାନ୍ତି ମୁଁ ସେମାନଙ୍କ ସହ ଅଧିକ ବାଣ୍ଟିବାକୁ ଚାହେଁ । ମୁଁ ସେହିକ୍ଷଣି ତାଙ୍କ ସହ ସେ ପାଞ୍ଚ ଜଣଙ୍କ ମଧ୍ୟରୁ ଜଣଙ୍କ ପାଖକୁ ଯିବାକୁ ଚାହେଁ ଯିଏ ଉପଲ' ଥାଆନ୍ତି । ବାଣ୍ଟିବା ଆରମ୍ଭ କରିବାରେ ମୁଁ ତାଙ୍କୁ ସାହାଯ୍ୟ କରିବାକୁ ସବୁକିଛି କରେ । ମାତ୍ର ନୂଆ ଜିନିଷ ବିଷୟରେ କହେନା ଯାହା ସେମାନେ ଆଗରୁ ଶିଖିଛନ୍ତି ତାହା ସହ ବିଶ୍ୱସ୍ତ ରହିବା ପାଇଁ ସର୍ବୋତ୍ତମ ସୁଯୋଗ ଦିଏ ।

ଯଦି ସେମାନେ ମନା କରନ୍ତି କିମ୍ବା ବାହାନା କରନ୍ତି ମୁଁ ଈଶ୍ୱରଙ୍କୁ ପଚାରେ ତାଙ୍କ ରାଜ୍ୟରେ ଫଳଦାୟୀ ହେବା ପାଇଁ ଏହା ଭଲ ମାଟିକି କିମ୍ବା ମୁଁ ଅନ୍ୟ କେଉଁଠି ନିବେଶ କରିବା ଉଚାତ ।

ଯଦି ସେମାନେ ବାଣ୍ଟି ଥାଆନ୍ତି ଆମେ ଉବ ପାଳନ କରୁ ।

ଯଦି ତାଙ୍କ ତାଲିକାରେ ଥିବା କେହିବି ବିଶ୍ୱାସ କରିନଥାନ୍ତି ମୁଁ ଖୁସି ହୁଏ ଯେ ସେମାନେ ଶୁଣିଲେ ମାନିଲେ ଆଉ ବାଣ୍ଟିଲେ । ତାହା ହେଉଛି ବିଶ୍ୱସ୍ତ ରହିବା । ଆଉ ଯେହେତୁ ସେମାନେ ଅଳ୍ପ ସହ ବିଶ୍ୱାସୀ ଥାଆନ୍ତି ମୁଁ ସେମାନଙ୍କ ସହ ଖୁସିରେ ଅଧିକ ବାଣ୍ଟେ ।

ମୁଁ ବାପ୍ତିସ୍ମ ବିଷୟରେ ବାଣ୍ଟେ ଓ ବ୍ୟବହାର କରିବା ପାଇଁ ଆଉ ଏକ ଉପକରଣ ଦିଏ ଯେପରିକି ପ୍ରାର୍ଥନା ଆଚରଣ କିମ୍ବା ଉତ୍ତରଦାୟୀ ଦଳ । ମୁଁ ସେମାନଙ୍କୁ ତାଙ୍କ ଶହେ ଜଣର ତାଲିକାରୁ ଅନ୍ୟ କାହାକୁ ବାଛିବାକୁ କହେ ଲୋକେ ଯିଏ ଯୀଶୁଙ୍କୁ ଜାଣନ୍ତି ନାହିଁ କିମ୍ବା ତାଙ୍କ ଅନୁଗମନ କରନ୍ତି ନାହିଁ ।

ଆଉ ତା'ପରେ ମୁଁ ସେମାନଙ୍କ ସହ ଅଭ୍ୟାସ କରେ ଠିକ୍‌ ପୂର୍ବ ପରି ତାଙ୍କ କାହାଣୀ ଈଶ୍ୱରଙ୍କ କାହାଣୀ ଓ ଈଶ୍ୱରଙ୍କ ଆଶୀଷ ସହ ଆଉ ଆମେ ପ୍ରାର୍ଥନା କରୁ । ଏବେ ଯଦି ସେମାନେ ବାଣ୍ଟିଲେ ଆଉ ତାଙ୍କ ତାଲିକାରୁ କେହି ବିଶ୍ୱାସ କଲେ, ଆମେ ବାସ୍ତବରେ ଉବ ପାଳନ କରୁ ।

ଈଶ୍ୱରଙ୍କ ପରିବାର ବୃଦ୍ଧି ପାଉଛି । ମୁଁ ସବୁବେଳେ ପଚାରେ ସେମାନେ ମହାନ, ମହାନତର ଓ ମହାନତମ ଆଶୀଷ ବିଷୟରେ ବାଣ୍ଟିଲେ ନା ନାହିଁ କାରଣ ଏହାହିଁ ଈଶ୍ୱରଙ୍କ ପରିବାରରେ ବୃଦ୍ଧି କରାଏ ।

ଯଦି ସେମାନେ ଈଶ୍ୱରଙ୍କ ପରିବାର ବିଷୟରେ ବାଣ୍ଟିନଥାନ୍ତି ଆମେ ଏହାକୁ ପୁଣି ଥରେ କରୁ ଆଶୀଷ କିପରି ଯୀଶୁଙ୍କର ଜଣେ ନୂଆ ଅନୁଗାମୀ ଏକ ତାଲିକା ତିଆର କରିପାରିବେ କିପରି ସେମାନେ ନିଜ କାହାଣୀ, ଈଶ୍ୱରଙ୍କ କାହାଣୀ ଓ ଆଶୀଷ ବାଣ୍ଟି ପାରିବେ ସବୁକିଛି ଯାହାଦ୍ୱାରା ଯୀଶୁଙ୍କ ନୂତନ ଅନୁଗାମୀ ଶିଖି ପାରିବେ ଓ ବାଣ୍ଟି ପାରିବେ ମଧ୍ୟ ।

ଆମେ ଅଭ୍ୟାସ କରିସାରିବା ପରେ, ମୁଁ ସେମାନଙ୍କୁ ସେହି ନୂତନ ବିଶ୍ୱାସୀଙ୍କ ପାଖକୁ ପଠେଇଦିଏ, ଯାହାଦ୍ୱାରା ସେମାନେ ବାଣ୍ଟି ପାରିବେ । ମାତ୍ର ସେମାନଙ୍କ ବିଷୟରେ କ'ଣ ଯେଉଁମାନେ ବାଣ୍ଟିସାରିଛନ୍ତି, ଆଉ ତାଙ୍କ ତାଲିକାରେ ଜଣେ ବିଶ୍ୱାସ କରିଛନ୍ତି, ଆଉ ସେମାନେ ଆଶୀଷ ବାଣ୍ଟିଛନ୍ତି?

ଯେବେ ତାହା ଘଟେ, ମୁଁ ଅତି ଆନନ୍ଦିତ ହୁଏ ।

ଏହି ବ୍ୟକ୍ତି ହେଉଛନ୍ତି ସେହି ଯାହାଙ୍କୁ ଈଶ୍ୱରଙ୍କ ବାକ୍ୟ କହେ ଭଲ ମାଟି, ଜଣେ ଯିଏ ମୋ ଦେଖିବାଠାରୁ ଅଧିକ ଭଲ ଉପାୟରେ ଈଶ୍ୱରଙ୍କ ପରିବାରକୁ ବଢ଼ାଇ ପାରିବେ । ଯେବେ ମୁଁ ଏପରି ଜଣେ ବ୍ୟକ୍ତିଙ୍କୁ ପାଏ ମୁଁ ତାଙ୍କୁ ବାରମ୍ବାର ଭେଟିବାର ଯୋଜନା କରେ । ମୁଁ ତାଙ୍କ ଆତ୍ମିକ ବିକାଶରେ ଅତି ନିବେଶ କରେ ।

ମୁଁ ବାପ୍ତିସ୍ମ ଏବଂ କିପରି ତିନିତୃତୀୟାଂଶ ଦଳ ଆରମ୍ଭ କରିବେ ପରି ନୂଆ ଶିକ୍ଷା ବାଣ୍ଟେ । ଏବେ ସେମାନେ ଏକ ଆତ୍ମିକ ପରିବାର ବୃଦ୍ଧି କରିବା ଆରମ୍ଭ କରିପାରିବେ । ସେହି ଏକା ଯୀଶୁଙ୍କ ନୂତନ ଅନୁଗାମୀଙ୍କ ସହ ଆରମ୍ଭ କରି ।

ଯେହେତୁ ସେମାନେ ଅତି ବିଶ୍ୱାସୀ ମୁଁ ଯଥା ସମ୍ଭବ ବାଣ୍ଟିବାରେ ଆନନ୍ଦ ପାଏ ଆଉ ଦେଖେ ଈଶ୍ୱର କ'ଣ କରୁଛନ୍ତି । ସର୍ବଦା ଥରକରେ ଗୋଟିଏ ପାଦ ସର୍ବଦା ତାଙ୍କୁ ଶିଖିବାକୁ, ମାନିବାକୁ ଓ ଜାଣିଥିବା ସବୁକିଛିକୁ ବାଣ୍ଟିବାକୁ ସୁଯୋଗ ଦେଇ ।

ମୁଁ ଏହି ବ୍ୟକ୍ତିଙ୍କ ପାଇଁ ବାରମ୍ବାର ପ୍ରାର୍ଥନା ମଧ୍ୟ କରେ । ତାଙ୍କ ସହ ବାଣ୍ଟିବାର ଓ ତାଙ୍କ ସହ ଶିଖିବାର ସୁଯୋଗ ପାଇଥିବାରୁ । ଆଉ ସର୍ବଦା ଈଶ୍ୱରଙ୍କୁ କହେ ସେମାନଙ୍କୁ ତାଙ୍କ ମହାନତମ ଆଶୀଷ ଦେବାକୁ ।

ଚର୍ଚ୍ଚା କରନ୍ତୁ

(10 min)

  1. ଯେତେବେଳେ ଆପଣ ପ୍ରଥମେ ଯୀଶୁଙ୍କୁ ଅନୁସରଣ କରିବା ଆରମ୍ଭ କଲେ ସେତେବେଳେ ଆପଣଙ୍କୁ ଏହି ଢାଞ୍ଚା ଶିଖାଯାଇଥିଲା କି? ଯଦି ନୁହେଁ, ତେବେ କ'ଣ ଭିନ୍ନ ଥିଲା?
  2. ବିଶ୍ବାସୀ ହେବା ପରେ, କେତେ ସମୟ ପରେ ଆପଣ ଅନ୍ୟମାନଙ୍କୁ ଶିଷ୍ୟ କରିବା ଆରମ୍ଭ କଲେ?
  3. ଯଦି ନୂତନ ଅନୁଗାମୀମାନେ ତୁରନ୍ତ ଅନ୍ୟମାନଙ୍କୁ ବାଣ୍ଟିବା ଓ ଶିଷ୍ୟ କରିବା ଆରମ୍ଭ କରନ୍ତି ତେବେ କ'ଣ ହେବ ବୋଲି ଆପଣ ଭାବନ୍ତି?

READ

(5 min)

ବତକଛୁଆ ଶିଷ୍ୟତ୍ୱ

ଯୁମେ ପ୍ରଶିକ୍ଷଣକୁ ପୁଣି ଥରେ ସ୍ୱାଗତ । ଏହି ସତ୍ରରେ, ଆମେ ଶିଖିବା କିପରି ବତକଙ୍କ ପିଲାମାନେ ଯିଏ ବାସ୍‌ ପହଁରିବା ଶିଖୁଥାଆନ୍ତି ଆମକୁ ଶିଷ୍ୟ କରିବାର ସିଦ୍ଧାନ୍ତଗୁଡିକ ଭିତରୁ ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତକୁ ଶିଖିବାରେ ସାହାଯ୍ୟ କରନ୍ତି ।

ଆପଣ କେବେ ଦଳେ ଶିଶୁ ବତକଙ୍କୁ ବାହାରେ ବୁଲୁଥିବାର ଦେଖିଛନ୍ତି କି?

ଆପଣ ଜଗତରେ କେଉଁଠିବି ଥାଆନ୍ତୁ ଏହା ସର୍ବଦା ଏକା ପରି ଦିଶେ । ଏକ ମା ବତକ ଆଗରେ ଚାଲେ ଆଉ ତାର ପିଲେ ଅନୁଗମନ କରନ୍ତି ଜଣକ ପରେ ଜଣେ ସମସ୍ତେ ଏକ ଧାଡିରେ । ମା ବତକ ଆଗରେ ଚାଲେ ଶିଶୁ ବତକମାନେ ଅନୁଗମନ କରନ୍ତି ।

ହେଲେ ଯଦି ଆପଣ ଆହୁରି ଟିକେ ପାଖରୁ ଦେଖନ୍ତି ଆଉ କିଛି ଘଟୁଥିବାର ମଧ୍ୟ ଆପଣ ଦେଖିବେ । ପ୍ରକୃତରେ ପ୍ରତ୍ୟେକ ଶିଶୁ ବତକ ଦୁଇଟି ଭୁମିକା ନିର୍ବାହ କରୁଥାଏ ଠିକ୍‌ ସେହି ଏକା ସମୟରେ । ପ୍ରତ୍ୟେକ ଶିଶୁ ବତକ ହେଉଛି ଏକ ଅନୁଗାମୀ କାରଣ ଏହା ମା ବତକ କିମ୍ବା ଠିକ୍‌ ତା ଆଗରେ ଚାଲୁଥିବା ଆଉ ଏକ ଶିଶୁ ବତକର ଅନୁଗମନ କରୁଥାଏ ।

ଆଉ, ଠିକ୍‌ ସେହି ଏକା ସମୟରେ -- ପ୍ରତ୍ୟେକ ଶିଶୁ ବତକ ହେଉଛି ଜଣେ ଅଗ୍ରଣୀ, କାରଣ ଏହା ଠିକ୍‌ ଏହାର ପଛ ପଟେ ଚାଲୁ ଥିବା ଶିଶୁ ବତକ (କିମ୍ବା ଶିଶୁ ବତକମାନଙ୍କ) ର ନେତୃତ୍ୱ କରୁଥାଏ ।

ତେଣୁ ଏହି ଶିଶୁ ବତକ ଜଣେ ଅନୁଗାମୀ କିମ୍ବା ଜଣେ ଅଗ୍ରଣୀ? ଏହା ଉଭୟ । ତେଣୁ "ବୁଲିବାକୁ ବାହାରିଥିବା'' ବତକମାନଙ୍କର, ଶିଷ୍ୟ କରିବା ସହ ଗଭୀର ସମ୍ବନ୍ଧ ଅଛି ।

ଈଶ୍ୱର ଚାହାଁନ୍ତି ତାଙ୍କ ପରିବାର ଦୂର ପର୍ଯ୍ୟନ୍ତ ବଢୁ । ତେଣୁ ସେ ଆଶା କରନ୍ତି ପ୍ରତ୍ୟେକ ଅନୁଗାମୀ ଜଣେ ଅଗ୍ରଣୀ ହେବାକୁ । ପ୍ରତ୍ୟେକ ବିଶ୍ୱାସୀ ଜଣେ ବଣ୍ଟନକାରୀ ହେବାକୁ ଆଉ ପ୍ରତ୍ୟେକ ଶିଷ୍ୟ ଜଣେ ଶିଷ୍ୟ ନିର୍ମାତା ହେବାକୁ - ଠିକ୍‌ ସେହି ଏକା ସମୟରେ ।

ଶିଷ୍ୟ ଏବଂ ଶିଷ୍ୟ ନିର୍ମାତା ଭାବରେ, ଏକ ଅନ୍ୟତମ ଫାନ୍ଦ ଯେଉଁଥିରେ ଆମେ ପଡୁ ହେଉଛି ମିଥ୍ୟା ବିଶ୍ୱାସ ଯେ ଆମକୁ ସବୁକିଛି ଜାଣିବାକୁ ହେବ କିମ୍ବା ଅେନକ କିଛି ଜାଣିବାକୁ ହେବ, ଆମେ କିଛି ବାଣ୍ଟିବା ପୂର୍ବରୁ । ହେଲେ ସେପରି ଭାବେ ଶିଷ୍ୟତ୍ୱ କାମ କରେ ନାହିଁ ।

ଶିଷ୍ୟମାନେ ଶିଶୁ ବତକ ପରି । ଜଣେ ଅଗ୍ରଣୀ ହେବା ପାଇଁ, ସେମାନଙ୍କୁ ସବୁକିଛି ଜାଣିବାର ଆବଶ୍ୟକତା ନାହିଁ । ସେମାନଙ୍କୁ ଖାଲି ଗୋଟିଏ ପାଦ ଆଗରେ ରହିବାକୁ ହେବ । ଈଶ୍ୱର ଚାହାଁନ୍ତି ତାଙ୍କ ପରିବାର ବିଶ୍ୱସ୍ତତାରେ ବଢୁ - ତେଣୁ ସେ ଆଶା କରନ୍ତି ପ୍ରତ୍ୟେକ ଅଗ୍ରଣୀ ଜଣେ ଅନୁଗାମୀ ହୁଅନ୍ତୁ ପ୍ରତ୍ୟେକ ବଣ୍ଟନକାରୀ ଜଣେ ବିଶ୍ୱାସୀ ହୁଅନ୍ତୁ ଆଉ ପ୍ରତ୍ୟେକ ଶିଷ୍ୟ - ନିର୍ମାତା ଜଣେ ଶିଷ୍ୟ ହୁଅନ୍ତୁ - ଠିକ୍‌ ସେହି ଏକା ସମୟରେ ମଧ୍ୟ ।

ଶିଷ୍ୟ ଏବଂ ଶିଷ୍ୟ ନିର୍ମାତା ଭାବରେ, ଅନ୍ୟ ଏକ ଫାନ୍ଦ ଯେଉଁଥିରେ ଆମେ ପଡୁ ହେଉଛି ମିଥ୍ୟା ବିଶ୍ୱାସ ଯେ କେହି ଜଣେ କେଉଁଠି ସବୁକିଛି ଜାଣନ୍ତି ଏବଂ ଯଦି ଆମେ ତାଙ୍କୁ ପାଇ ତାଙ୍କ ଅନୁଗାମୀ ହେଉ ତେବେ ସବୁକିଛି ଠିକ୍‌ ହେଇଯିବ ।

ହେଲେ ସେପରି ଭାବେ ମଧ୍ୟ ଶିଷ୍ୟତ୍ୱ କାମ କରେ ନାହିଁ ।

ଈଶ୍ୱରଙ୍କ ରାଜ୍ୟରେ କେବଳ ଏକମାତ୍ର "ମା ବତକ'' ଅଛନ୍ତି ଯାହାଙ୍କର ଆମେ ସମସ୍ତେ ଅନୁଗମନ କରୁ ଆଉ ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ । ପ୍ରଚାରକ ନୁହଁନ୍ତି ପାଳକ ନୁହଁନ୍ତି ସେମିନାରୀ ପ୍ରଧ୍ୟାପକ ନୁହଁନ୍ତି କେବଳ ଯୀଶୁ ହେଉଛନ୍ତି ଆମ ସମ୍ପୂର୍ଣ୍ଣ ବିଶ୍ୱାସର ଅଧିକାରୀ ।

ବାକି ଆମେ ସବୁ "ପ୍ରଣାଳୀରେ'' । ସର୍ବଦା ଜଣେ କେହି ଯୀଶୁଙ୍କ ନିକଟତର ରହିବେ ଯାହାଙ୍କର ଆମେ ଅନୁଗମନ କରିପାରିବା । ସର୍ବଦା ଜଣେ କେହି ଆହୁରି ଦୂରରେ ରହିବେ ଯାହାଙ୍କର ଆମେ ଅଗ୍ରଣୀ ହୋଇପାରିବା । ହେଲେ ଆମ ସ୍ଥିତି ଯାହାବି ହେଉନା କାହିଁକି ଆମ ଆଖି ଆଉ ଆମ ହୃଦୟ ସର୍ବଦା ସମ୍ପୂର୍ଣ୍ଣ ରୂପେ ଯୀଶୁଙ୍କ ଉପରେ ନିବଦ୍ଧ ରହିବା ଆବଶ୍ୟକ ।

ବାଇବଲ୍‌ରେ ପାଉଲ ଯିଏ ନତନ ନିୟମର ଅଧିକାଂଶ ଭାଗ ଲେଖିଥିଲେ ଆଉ ଅେନକ ପ୍ରାରମ୍ଭିକ ମଣ୍ଡଳୀଗୁଡିକୁ ଆରମ୍ଭ କରିଥିଲେ ଖାଲି ଲେଖିଲେ ନାହିଁ "ମୋର ଅନୁସରଣ କର'' ସେ ଲେଖିଲେ, "ଯେପରି ଖ୍ରୀଷ୍ଟଙ୍କ ଅନୁସରଣ କରୁଛି, ତୁମ୍ଭେମାନେ ସେପରି ଅନୁସରଣ କର ।''

ପାଉଲ ଜାଣିଥିଲେ ଯାହା ଶିଶୁ ବତକମାନେ ସବୁଆଡେ ଜାଣନ୍ତି, ଆଉ ଯାହା ପ୍ରତ୍ୟେକ ଶିଷ୍ୟ ମଧ୍ୟ ଜାଣିବା ଉଚିତ । ଈଶ୍ୱରଙ୍କ ରାଜ୍ୟରେ ପ୍ରତ୍ୟେକ ଅଗ୍ରଣୀଙ୍କୁ ଜଣେ ଅନୁଗାମୀ ହେବା ଆବଶ୍ୟକ ଆଉ ଆମେ ସମସ୍ତେ ଯୀଶୁଙ୍କ ଅନୁଗମନ କରୁ ।

ବାଇବଲରେ ପାଉଲ ଆଉମଧ୍ୟ ଲେଖିଲେ, "ମୁଁ ଶିକ୍ଷା ଦେଇଥିବା କଥାସବୁ ତୁମ୍ଭେ ଶୁଣିଛ ... ଯେଉଁ ବତକଙ୍କୁ ତୁମ୍ଭେ ବିଶ୍ୱାସ କରିପାରିବ, ସେମାନଙ୍କୁ ସେହି ଉପଦେଶଗୁଡିକ ଦିଅ, ତା'ହେଲେ ସେମାନେ ଅନ୍ୟ ଲୋକମାନଙ୍କୁ ସେହି ଉପଦେଶ ଦେଇ ପାରିବେ ।''

ପାଉଲ ଜାଣିଥିଲେ ଯାହା ଶିଶୁ ବତକମାନେ ସବୁଆଡେ ଜାଣନ୍ତି, ଆଉ ଯାହା ପ୍ରତ୍ୟେକ ଶିଷ୍ୟ ମଧ୍ୟ ଜାଣିବା ଉଚିତ । ଈଶ୍ୱରଙ୍କ ରାଜ୍ୟରେ ପ୍ରତ୍ୟେକ ଅନୁଗାମୀଙ୍କୁ ଜଣେ ଅଗ୍ରଣୀ ହେବା ଆବଶ୍ୟକ ଆଉ ଆମେ ସମସ୍ତେ ଯୀଶୁଙ୍କ ପରି ଅଗ୍ରଣୀ ହେବା ଉଚିତ ଅନ୍ୟମାନଙ୍କ ପାଇଁ ଆମ ଜୀବନ ବଳିଦାନ ଦେଇ ।

ଯଦି ଆପଣ ଦେଖିବାକୁ ଚାହାଁନ୍ତି ଈଶ୍ୱରଙ୍କ ରାଜ୍ୟ ଦୂର ପର୍ଯ୍ୟନ୍ତ ବଢୁ ଆଉ ବିଶ୍ୱସ୍ତତାରେ ବଢୁ ତେବେ ଶିଶୁ ବତକମାନଙ୍କ ପରି ଶିଷ୍ୟ - ନିର୍ମାଣ କଥା ଭାବନ୍ତୁ ଠିକ୍‌ ସେହି ଏକା ସମୟରେ ଜଣେ ଅନୁଗାମୀ ଓ ଜଣେ ଅଗ୍ରଣୀ ହୁଅନ୍ତୁ।

ଚର୍ଚ୍ଚା କରନ୍ତୁ

(10 min)

  1. ଶିଷ୍ୟତ୍ୱର କେଉଁ ଏକ କ୍ଷେତ୍ର‍ରେ(ବାଇବଲ ପଢିବା/ବୁଝିବା, ପ୍ରାର୍ଥନା କରିବା, ଈଶ୍ବରଙ୍କ କାହାଣୀ ବାଣ୍ଟିବା, ଇତ୍ୟାଦି) ଯାହା ବିଷୟରେ ଆପଣ ଅଧିକ ଶିଖିବାକୁ ଚାହାଁନ୍ତି? କିଏ ସେହି ବ୍ୟକ୍ତି ଯିଏ ଆପଣଙ୍କୁ ସାହାଯ୍ୟ କରିପାରନ୍ତି ?
  2. ଶିଷ୍ୟତ୍ୱର କେଉଁ ଏକ କ୍ଷେତ୍ର‍ ଯାହା ଆପଣ ଭାବୁଛନ୍ତି ଆପଣ ଅନ୍ୟମାନଙ୍କ ସହ ବାଣ୍ଟି ପାରନ୍ତି ? ସେହି ବ୍ୟକ୍ତି କିଏ ଯାହା ସହିତ ଆପଣ ବାଣ୍ଟି ପାରନ୍ତି ?

READ

(5 min)

ଈଶ୍ୱରଙ୍କ ରାଜ୍ୟ ଯେଉଁଠି ନାହିଁ ତାହା ଦେଖିବା ନିମନ୍ତେ ଚକ୍ଷୁ

ଏହି ସେସନ୍‌ରେ ଆମେ ଶିଖିବା କିପରି ଶିଷ୍ୟମାନେ ଦ୍ରୁତ ଓ ବିସ୍ତୃତ ଭାବେ ବହୁଗୁଣିତ କରନ୍ତି ଯେବେ ସେମାନେ ଦେଖିବା ଆରମ୍ଭ କରନ୍ତି କେଉଁଠି ଈଶ୍ୱରଙ୍କ ରାଜ୍ୟ ନାହିଁ ।

ମନୁଷ୍ୟ ଭାବେ ଆମେ ଦେଖି ପାରୁଥିବା ବିଷୟଗୁଡିକ ବିଷୟରେ ଭାବୁ, ଲକ୍ଷକେନ୍ଦ୍ରିତ କରୁ ଆଉ କାମ କରୁ । ଆମେ ଏହାକୁ ବାସ୍ତବତା କହୁ । ଯେପରି ଆଖିରେ ଦେଖୁ । ମାତ୍ର ଯେବେ ଆମେ ଦେଖି ନପାରୁଥିବା କିମ୍ବା ଏବେ ଅସ୍ତିତ୍ୱରେ ନଥିବା ବିଷୟଗୁଡିକ ଉପରେ ଲକ୍ଷକେନ୍ଦ୍ରିତ କରୁ ରାଜ୍ୟ ଦ୍ରୁତତର ବୃଦ୍ଧି ପାଏ ।

ପୃଥିବୀରେ ଆମ ଚାରିପଟେ ଅେନକ ସ୍ଥାନ ଅଛି ଯେଉଁଠି ଈଶ୍ୱରଙ୍କ ଇଚ୍ଛା ପାଳିତ ହୁଏ ନାହିଁ । ସ୍ୱର୍ଗରେ ହେବା ପରି ବଡ ବ୍ୟବଧାନ ଥାଏ ଯେଉଁଠି ଭଙ୍ଗୁରତା ଉପିୀଡନ କଷ୍ଟଭୋଗ ଏପରିକି ମୃତୁ୍ୟ ହୋଇଥାଏ ନିତିଦିନିଆ ଜୀବନର ଅଂଶ ।

ପ୍ରତ୍ୟେକ ଶିଷ୍ୟ ଯୀଶୁଙ୍କର ପ୍ରତ୍ୟେକ ଅନୁଗାମୀ ଦେଖିବା ପାଇଁ ସକ୍ଷମ ହେବା ଉଚିତ କେଉଁଠି ଇଶ୍ୱରଙ୍କ ରାଜ୍ୟ ଅଛି ବିଶେଷ କରି କେଉଁଠି ନାହିଁ । ରାଜ୍ୟର କାମ ହେଉଛି ସେହି ବ୍ୟବଧାନଗୁଡିକ ଭିତରେ ପ୍ରବେଶ କରିବା ବିଷୟରେ । ସେହି ଅନ୍ଧାରିଆ ସ୍ଥାନଗୁଡିକରେ ବ୍ୟବଧାନ କମ୍‌ କରିବା ପାଇଁ ଆଉ ଏଠି ଏହି ପୃଥିବୀରେ ଆମ ଜୀବନ କାଳରେ ସେଠାକୁ ଆଲୋକ ଓ ଜୀବନ ଆଣିବା ପାଇଁ ।

ଦୁଇଟି ଉପାୟରେ ଆମେ ଦେଖି ପାରିବା ଈଶ୍ୱରଙ୍କ ରାଜ୍ୟ କେଉଁଠି ନାହିଁ ଆମେ ଆଗରୁ ଜାଣିଥିବା ଲୋକଙ୍କ ମାଧ୍ୟମରେ ଆଉ ଏପର୍ଯ୍ୟନ୍ତ ଭେଟି ନଥିବା ଲୋକଙ୍କ ମାଧ୍ୟମରେ ।

ପ୍ରଥମ ଉପାୟଟି ହେଉଛି ଆମେ ଆଗରୁ ଜାଣିଥିବା ଲୋକଙ୍କ ମାଧ୍ୟମରେ ଏବେ ସମ୍ବନ୍ଧ ଥିବା ମିତ୍ର ଓ ପରିବାର, ସହକର୍ମୀ, ସହପାଠୀ, ପଡୋଶୀ ଇତ୍ୟାଦିଙ୍କ ମାଧ୍ୟମରେ । ଏହି ଉପାୟରେ ଈଶ୍ୱରଙ୍କ କାହାଣୀ ଦ୍ରୁତ ଗତିରେ ଯାତ୍ରା କରେ । ଆମେ ଏହି ଲୋକଙ୍କୁ ପ୍ରେମ କରୁ, ତାଙ୍କ ଚିନ୍ତା କରୁ କାରଣ ଆମେ ତାଙ୍କୁ ଆଗରୁ ଜାଣୁ । ଏହା ପ୍ରାକୃତିକ ।

ଯୀଶୁ ଜଣେ ସ୍ୱାର୍ଥପର ଧନୀ ଲୋକଙ୍କ କାହାଣୀ କହିଲେ ସେ ଜୀବନକାଳରେ ଅଭିମାନୀ ଥିଲେ ଆଉ ଏବେ ନର୍କରେ ଦଣ୍ଡ ପାଉଥିଲେ । ଧନୀ ଲୋକ ଜଣକ କହିଲେ - "ତେବେ ପିତା, ଦୟାକରି ଲାଜାରକୁ ପୃଥିବୀରେ ଥିବା ମୋ ବାପାଙ୍କ ଘରକୁ ପଠାଅ । ସେ ମୋ ପାଞ୍ଚ ଭାଇଙ୍କୁ ସତର୍କ କରାଇ ଦେବ । ତା'ହେଲେ ସେମାନେ ଏ ଯନ୍ତ୍ରଣା ଭୋଗ କରିବା ସ୍ଥାନକୁ ଆସିବେ ନାହିଁ ।''

ଯୀଶୁ ଆମକୁ ଦେଖାଇଲେ କିପରି ସ୍ୱାର୍ଥପର ଓ କଷ୍ଟ ଭୋଗୁଥିବା ଲୋକଙ୍କର ମଧ୍ୟ ତାଙ୍କ ପରିଜନଙ୍କ ପାଇଁ ମଧ୍ୟ କିଛି ପ୍ରେମ ଓ ଚିନ୍ତା ଥାଏ ।

ଆମେ ଜାଣିଥିବା ଲୋକଙ୍କୁ ଆମ ଜୀବନରେ ରଖାଯାଇଛି କାରଣ ଈଶ୍ୱର ଆମକୁ ପ୍ରେମ କରନ୍ତି ଆଉ ଚାହାନ୍ତି ଆମେ ସେମାନଙ୍କୁ ପ୍ରେମ କରୁ । ଆମେ ପ୍ରେମ, ଧୈର୍ଯ୍ୟ ଓ ଦୃଢ଼ତା ସହ ସେହି ସମ୍ବନ୍ଧଗୁଡିକର ଭଲ ସେବକ ହେବା ଉଚିତ । ଶିଷ୍ୟମାନେ ବହୁଗୁଣିତ କରନ୍ତି ଯେବେ ସେମାନେ ଈଶ୍ୱର ତାଙ୍କ ଚାରିପଟେ ରଖିଥିବା ଲୋକଙ୍କ ପାଇଁ ଚିନ୍ତା କରନ୍ତି ଆଉ ଏ ବିଷୟରେ କିଛି କରିବା ପାଇଁ ସେମାନଙ୍କର ଏକ ଯୋଜନା ଥାଏ ।

ଆପଣ ସେମାନଙ୍କ ଯତ୍ନ ବଢ଼ାଇବାରେ ସାହାଯ୍ୟ କରିପାରିବେ ଏବଂ ଅଳ୍ପ କେତୋଟି ସୋପାନରେ ବହୁଗୁଣିତ କରିବା ପାଇଁ ଏକ ସରଳ ଯୋଜନା କରିପାରିବେ । ଏଇଠି କେମିତି ସେମାନେ ଆଗରୁ ଜାଣିଥିବା ୧୦୦ ଲୋକଙ୍କର ଏକ ତାଲିକା ଲେଖିବାକୁ କୁହନ୍ତୁ । ତାଙ୍କୁ ସେହି ତାଲିକାକୁ ୩ ଶ୍ରେଣୀରେ ବିଭକ୍ତ କରିବାକୁ କୁହନ୍ତୁ ।

  • ଯେଉଁମାନେ ଯୀଶୁଙ୍କ ଅନୁଗମନ କରନ୍ତି ।
  • ଯେଉଁମାନେ ଯୀଶୁଙ୍କ ଅନୁଗମନ କରନ୍ତି ନାହିଁ ।
  • ଯେଉଁମାନେ ନିଶ୍ଚିତ ନୁହଁନ୍ତି ଅନୁଗମନ କରନ୍ତି ନା ନାହିଁ ।

ଅନୁଗାମୀମାନଙ୍କ ପାଇଁ - ଶିଷ୍ୟମାନେ ତାଙ୍କୁ ଅଧିକ ଫଳପ୍ରଦ ଓ ବିଶ୍ୱସ୍ତ ହେବା ପାଇଁ ସଜ୍ଜିତ ଓ ଉତ୍ସାହିତ କରିପାରିବେ । ଅନୁଗମନ କରୁନଥିବା ଲୋକଙ୍କ ପାଇଁ - ଶିଷ୍ୟମାନେ ଶିଖିବା କଥା କିପରି ବାଣ୍ଟିବେ ଓ ସେମାନଙ୍କୁ ଜଣେ ପ୍ରେମ ପୂର୍ଣ୍ଣ ଈଶ୍ୱରଙ୍କ ସହ ପରିଚିତ କରାଇବେ । ସେମାନଙ୍କ ପାଇଁ ଯେଉଁମାନେ ନିଶ୍ଚିତ ନୁହଁନ୍ତି - ଶିଷ୍ୟମାନେ ଶିଖିବା କଥା କିପରି ସେମାନଙ୍କ ସମୟ ନିବେଶ କରିବେ ଓ ଅଧିକ ଶିଖିବେ ।

ଆଉ ଏକ ଉପାୟ ମଧ୍ୟ ଅଛି ଯେଉଁଠି ଆମେ ଦେଖୁ ଈଶ୍ୱରଙ୍କ ରାଜ୍ୟ ହେଉଛି ଆମେ ଭେଟି ନଥିବା ଲୋକଙ୍କ ମାଧ୍ୟମରେ । ଏହି ଲୋକେ ଆମ ସମ୍ବନ୍ଧର ବାହାରେ ଥାଆନ୍ତି ଲୋକେ ଯାହାଙ୍କୁ ଆମେ ଜାଣୁନା ପଡୋଶୀ ଯାହାଙ୍କୁ କେବେବି ନମସ୍କାର ଠାରୁ ଅଧିକ କିଛି କହିନଥାଉ ବ୍ୟବସାୟୀ ଯାହାଙ୍କୁ ଆମେ ରାସ୍ତାରେ ଅତିକ୍ରମ କରୁ, ପ୍ରତି ଅଜଣା ଗaeo, ସହର ଓ ନଗରରେ ଥିବା ଅଚିହ୍ନା ଲୋକେ ।

ଯୀଶୁ କହିଲେ - ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର । ଯୀଶୁ କହିଲେ - ପ୍ରଥମେ ଯିରୁଶାଲମ୍‌ ର ଲୋକମାନଙ୍କୁ, ତା'ପରେ ତୁମ୍ଭେମାନେ ସମଗ୍ର ଯିହୂଦା ପ୍ରଦେଶ, ଶମିରୋଣ ଓ ପୃଥିବୀର ସମସ୍ତ ଅଞ୍ଚଳରେ ତୁମ୍ଭେମାନେ ମୋ ବିଷୟରେ କହିବ ।

ଆମେ ଜାଣିଥିବା ଲୋକଙ୍କ ସହ ବାଣ୍ଟିବା ଦ୍ୱାରା ଈଶ୍ୱରଙ୍କ କାହାଣୀ ଦ୍ରୁତତମ ଗତିରେ ଯାତ୍ରା କରେ । ଆମେ ଏପର୍ଯ୍ୟନ୍ତ ଜାଣିନଥିବା ଲୋକଙ୍କ ସହ ବାଣ୍ଟିବା ଦ୍ୱାରା ଈଶ୍ୱରଙ୍କ କାହାଣୀ ସବୁଠାରୁ ଦୂର ସ୍ଥାନକୁ ଯାତ୍ରା କରେ ।

ଯଦି ଆମେ ଅଜଣା ଲୋକଙ୍କୁ ପ୍ରେମ କରୁ ଓ ତାଙ୍କ ବିଷୟରେ ଚିନ୍ତା କରୁ, ତେବେ ତାହା ପ୍ରାକୃତିକ ନୁହେଁ । ଏହା ଅଲୌକିକ ଆଉ ଆମ ଜୀବନରେ ପବିତ୍ର ଆତ୍ମା କାମ କରୁଥିବାର ପ୍ରମାଣ । ନୁ୍ୟନତମ, ଅନ୍ତିମ ଓ ଲୁପ୍ତ ହେଉଛନ୍ତି ଈଶ୍ୱରଙ୍କ ପ୍ରିୟ । ଏମାନଙ୍କ ପାଇଁ ସେ ବାରମ୍ବାର ନିଜ ହୃଦୟକୁ ଢ଼ାଳି ଦିଅନ୍ତି ।

ଯଦି ଆମେ ଈଶ୍ୱରଙ୍କ ପରି ହେବାକୁ ଚାହୁଁ ତେବେ ଏମାନଙ୍କଠାରେ ଆମକୁ ନିଜ ଜୀବନ ନିବେଶ କରିବାକୁ ହେବ । ଈଶ୍ୱର ଆମକୁ ଆଦେଶ ଦିଅନ୍ତି ଯିବାକୁ ଯିବାର ଏକ ଅଂଶ ହେଲା ଯିବା ଖାଲି ସେମାନଙ୍କ ପାଖକୁ ନୁହେଁ ଯିଏ ପାଖରେ ବରଂ ସେମାନଙ୍କ ପାଖକୁବି ଯେଉଁମାନ୍‌ ଆଧ୍ୟାତ୍ମିକ ଅନ୍ଧାର କୋଣରେ ବଞ୍ଚନ୍ତି - ଲୋକେ ଯିଏ ଯୀଶୁଙ୍କ ନାମ ଶୁଣିବି ନଥାନ୍ତି ।

ଈଶ୍ୱରଙ୍କ ବାକ୍ୟ କହେ - ପରମେଶ୍ୱର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି । ଯୀଶୁଙ୍କ ଅନୁଗାମୀ ଭାବେ ଆମେ ସେ ଦେଉଥିବା ପରି ଅନୁଗ୍ରହ ଦେବା ଉଚିତ । ବିନୀତ, ହତାଶ ଓ ଲୁପ୍ତମାନଙ୍କୁ । ଶିଷ୍ୟମାନେ ବହୁଗୁଣିତ କରନ୍ତି ଯେବେ ସେମାନେ ଈଶ୍ୱର ତାଙ୍କ ଚାରିପଟେ ରଖିଥିବା ଲୋକମାନଙ୍କର ଚିନ୍ତା କରନ୍ତି । ଶିଷ୍ୟମାନେ ଆହୁରି ଅଧିକ ବହୁଗୁଣିତ କରନ୍ତି ଯେବେ ସେମାନେ ଈଶ୍ୱର ତାଙ୍କ ଚାରିପଟେ ରଖିନଥିବା ଲୋକମାନଙ୍କର ଚିନ୍ତା କରନ୍ତି । ହେଲେ ତଥାପିବି ତାଙ୍କର ଏକ ଯୋଜନା ଦରକାର ହୁଏ ।

ଆପଣ ଜଣେ ଶିଷ୍ୟଙ୍କ ଅନ୍ୟମାନଙ୍କ ପ୍ରତି ଯତ୍ନରେ ବୃଦ୍ଧି କରିବାରେ ଓ ଈଶ୍ୱର ଆଗରୁ ଶୁଣିବା ପାଇଁ ପ୍ରସ୍ତୁତ କରିଥିବା ଲୋକଙ୍କୁ ଖୋଜିବାରେ ପ୍ରଶିକ୍ଷିତ ଓ ବହୁଗୁଣ କରିବା ପାଇଁ ଏକ ସରଳ ଯୋଜନା ନିର୍ମାଣ କରିବାରେ ସାହାଯ୍ୟ କରିପାରିବେ । ଯୀଶୁ କହଲେ - ଯେକୌଣସି ଘରେ ପ୍ରବେଶ କରିବା ମାତ୍ରେ ପ୍ରଥମେ କୁହ - ଏ ଘରକୁ ଶାନ୍ତି ମିଳୁ । ଯଦି ସେଠାରେ କେହି ଶାନ୍ତି ପ୍ରିୟ ଲୋକ ଥିବ, ତେବେ ତୁମ୍ଭମାନଙ୍କ ଶାନ୍ତି ଆଶୀର୍ବାଦ ତାହାକୁ ମିଳିବ । ଯଦି ସେଠାରେ କେହି ଶାନ୍ତି ପ୍ରିୟ ଲୋକ ନଥିବ, ତେବେ ତୁମ୍ଭମାନଙ୍କ ଶାନ୍ତି ଆଶୀର୍ବାଦ ତୁମ୍ଭମାନଙ୍କ ପାଖକୁ ଫେରିଆସିବ ।

ଯାହାଙ୍କୁ ଈଶ୍ୱର ଶୁଣିବା ପାଇଁ ପୂର୍ବରୁ ପ୍ରସ୍ତୁତ କରିଥାଆନ୍ତି, ଆମେ ତାଙ୍କୁ ଶାନ୍ତିର ଲୋକ ବୋଲି କହୁା ଜଣେ ଯିଏ ଈଶ୍ୱରଙ୍କ ବାର୍ତ୍ତାର ପ୍ରତୁ୍ୟତ୍ତର ଦିଅନ୍ତି ଆଉ ମାନିବାରେ ଓ ଅନ୍ୟମାନଙ୍କ ସହ ବାଣ୍ଟିବାରେ ବିଶ୍ୱସ୍ତ ରହନ୍ତି । ଏକ ସ୍ଥାନରେ ଯେଉଁଠି ଆମେ ଅତି କମ୍‌ ଲୋକଙ୍କୁ ଜାଣିଥାଉ ଆମ ମିତ୍ର, ପରିବାର, ସହକର୍ମୀ, ସହପାଠୀ ଓ ପଡୋଶୀମାନଙ୍କ ସହ ବାଣ୍ଟିବା ପରିବର୍ତ୍ତେ ଆମେ ଜଣେ ଶାନ୍ତିର ଲୋକଙ୍କୁ ପ୍ରଶିକ୍ଷିତ କରୁ କିପରି ତାଙ୍କର ଏହି ଲୋକମାନଙ୍କ ପାଖରେ ପହଞ୍ଚିବେ ।

ମାତ୍ର ସର୍ବୋତ୍ତମ ଫଳାଫଳ ତେବେ ଆସେ, ଯେବେ ଆମେ ବିଶ୍ୱାସୀଙ୍କ ଉପରେ ଲକ୍ଷ୍ୟ କେନ୍ଦ୍ରିତ କରୁ । ମେନରଖନ୍ତୁ ଈଶ୍ୱର ଯାହା କହନ୍ତି ତାକୁ ମାନି ଓ ଅନ୍ୟମାନଙ୍କ ସହ ବାଣ୍ଟି ଆମେ ବିଶ୍ୱସ୍ତତା ପ୍ରଦର୍ଶିତ କରୁ । ବିଶ୍ୱସ୍ତ ଲୋକେ ଯିଏ ମାନନ୍ତି ଆଉ ବାଣ୍ଟନ୍ତି ଯୀଶୁ କହିଥିବା ଉତ୍ତମ ମାଟି ପରି ।

ଯୀଶୁ କହିଲେ - ଆଉ କିଛି ବୀଜ ଭଲ ମାଟି ଉପରେ ପଡିଲା ଓ ତାହା ବଢ଼ି ସେଥିରେ ଫଳ ଫଳିଲା । କେତେକ ଗଛରେ ଶହେ ଗୁଣ, କେତେକରେ ଷାଠିଏ ଗୁଣ ଓ ଆଉ କେତେକରେ ତିରିଶ୍‌ ଗୁଣ ଅଧିକ ଫଳିଲା ।

  • ବିଶ୍ୱସ୍ତ ଲୋକଙ୍କର କଠିନ ହୃଦୟ ନଥାଏ ଯାହା ଈଶ୍ୱରଙ୍କ ବାକ୍ୟକୁ ପ୍ରତ୍ୟାଖ୍ୟାନ କରେ ।
  • ଉପିୀଡିତ ହେବା ବେଳେ କିମ୍ବା ଖରାପ ସମୟରେ ବିଶ୍ୱସ୍ତ ଲୋକେ ପଥଭ୍ରଷ୍ଟ ହୁଅନ୍ତି ନାହିଁ ।
  • ସାଂସାରିକ ଚିନ୍ତା କିମ୍ବା କ୍ଷଣସ୍ଥାୟୀ ଧନ ବିଶ୍ୱସ୍ତ ଲୋକଙ୍କୁ ଲକ୍ଷ୍ୟଚୁ୍ୟତ କରେନାହିଁ ।
  • ବିଶ୍ୱସ୍ତ ଲୋକେ ହେଉଛନ୍ତି ଗରାଶୀୟର ଭୂତଗ୍ରସ୍ତ ଲୋକ ପରି ଯିଏ ମାନିଲା ଓ ବାଣ୍ଟିଲା ଯାହା ଯୀଶୁ ତାକୁ ଦେଖାଇଲେ ।

ଜଣେ ବିଶ୍ୱସ୍ତ ଲୋକ ଯିଏ ମାନିଲା ଓ ବାଣ୍ଟିଲା ଅେନକ, ଅେନକ ଲୋକଙ୍କୁ ଉତ୍ପନ୍ନ କଲା ଯିଏ ଯୀଶୁଙ୍କୁ ଅଧିକ ଜାଣିବାକୁ ଚାହିଁଲେ ।

ଆମ ଆଖି ଖୋଲି ଦେଖିବା ଯେଉଁଠି ରାଜ୍ୟ ନାହିଁ ଆଉ ଆମେ ଜାଣିଥିବା ଓ ଏପର୍ଯ୍ୟନ୍ତ ନଜାଣିଥିବା ଲୋକଙ୍କ ପାଖରେ ପହଞ୍ଚି ଶିଷ୍ୟମାନେ ବହୁଗୁଣିତ କରନ୍ତି ଆଉ ଈଶ୍ୱରଙ୍କ ରାଜ୍ୟ ଦୂରଦୂରାନ୍ତକୁ ଦ୍ରୁତ ବିସ୍ତାର କରେ ।

ଚର୍ଚ୍ଚା କରନ୍ତୁ

(10 min)

  1. ଆପଣ କାହା ସହିତ ଅଧିକ ଆରାମରେ କଥାବାର୍ତ୍ତା କରନ୍ତି - ଆପଣ ପୂର୍ବରୁ ଜାଣିଥିବା ଲୋକମାନଙ୍କ ସହିତ କିମ୍ବା ଆପଣ ଏପର୍ଯ୍ୟନ୍ତ ଭେଟି ନଥିବା ଲୋକମାନଙ୍କ ସହିତ?
  2. ତାହା କିଏ ବୋଲି ଆପଣ ଚିନ୍ତାକରନ୍ତି ?
  3. ଯେଉଁମାନଙ୍କ ସହିତ ଆପଣ ଅଧିକ ଆରାମ ଅନୁଭବ କରନ୍ତି ନାହିଁ ସେମାନଙ୍କ ସହିତ କିପରି ଭଲ ଭାବରେ ବାଣ୍ଟିବେ?

READ

(5 min)

ପ୍ରଭୁଭୋଜ ଏବଂ ଏହାର ପରିଚାଳନା

ଯୀଶୁ କହିଲେ - ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ଜୀବନ୍ତ ଆହାର । ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ, ତେବେ ସେ ଚିରଦିନ ପାଇଁ ବଞ୍ଚିରହିବ । ଏହି ଖାଦ୍ୟ ହେଉଛି ମୋର ଶରୀର । ମୁଁ ମୋର ଶରୀର ଦେଇଦେବି, ତଦ୍ଦ୍ୱାରା ଜଗତର ଲୋକମାନେ ଜୀବନ ପାଇପାରିବେ ।

ପବିତ୍ର ଭୋଜ କିମ୍ବା ପ୍ରଭୁ ଭୋଜ ହେଉଛି ଯୀଶୁଙ୍କ ସହ ଆମର ଅନ୍ତରଙ୍ଗ ସମ୍ପର୍କ ଓ ଅବିରତ ସମ୍ବନ୍ଧ ପାଳନ କରିବାର ଏକ ଉପାୟ ।

ପାଳନ କରିବା ପାଇଁ ଏଇଠି ଏକ ସରଳ ଉପାୟ ।

ଯେବେ ଆପଣ ଯୀଶୁଙ୍କ ଅନୁଗାମୀ ଭାବେ ଏକତ୍ରିତ ହୁଅନ୍ତି ନୀରବ ଧ୍ୟାନରେ ସମୟ ବିତାନ୍ତୁ ନୀରବରେ ନିଜ ପାପ ବିଷୟରେ ଭାବନ୍ତୁ ଓ ସ୍ୱୀକାର କରନ୍ତୁ ।

କାହା ଦ୍ୱାରା ଧର୍ମଶାସ୍ତ୍ରରୁ ଏହି ପଦ ପଢ଼ାନ୍ତୁ - _ଯେଉଁ ଶିକ୍ଷା ପ୍ରଭୁଙ୍କଠାରୁ ମୁଁ ଗ୍ରହଣ କରିଥିଲି, ସେହି ସମାନ ଶିକ୍ଷା ତୁମ୍ଭମାନଙ୍କୁ ଦେଲି । ଯେଉଁ ରାତ୍ରୀରେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଧରାଇ ଦିଆଯାଇଥିଲା ସେହି ରାତ୍ରୀରେ ସେ ରୋଟୀ ନେଲେ ଓ ତା ' ପାଇଁ ଧନ୍ୟବାଦ ଦେଇଥିଲେ । ତା'ପରେ ସେହି ରୋଟୀକୁ ଛିଣ୍ଡାଇ ସେ କହିଲେ ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର ମୋତେ ସ୍ମରଣ କରିବା ପାଇଁ ତୁମ୍ଭେମାନେ ଏହା କର । _(୧ କରିନ୍ଥୀୟଙ୍କ ୧୧:୨୩-୨୪)

ଆପଣ ନିଜ ଦଳ ପାଇଁ ଅଲଗା ରଖିଥିବା ରୋଟୀକୁ ଦଳ ମଧ୍ୟରେ ବାଣ୍ଟି ଦିଅନ୍ତୁ ଓ ଖାଆନ୍ତୁ ।

ପଢ଼ିବା ଚାଲୁ ରଖନ୍ତୁ - ସେହିପରି ସେମାନେ ଖାଇସାରିବା ପରେ ସେ ପାନପାତ୍ର ନେଲେ ଓ କହିଲେ - ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ଚୁକ୍ତିର ନିଦର୍ଶନ । ତୁମ୍ଭେମାନେ ଯେତେଥର ଏହି ପାତ୍ରକୁ ପାନ କରିବ, ମୋତେ ସ୍ମରଣ କରିବା ପାଇଁ ତାହା କରିବ । (୧ କରିନ୍ଥୀୟ ୧୧:୨୫)

ଆପଣ ନିଜ ଦଳ ପାଇଁ ଅଲଗା ରଖିଥିବା ଫଳ କିମ୍ବା ଦ୍ରାକ୍ଷା ରସକୁ ଦଳ ମଧ୍ୟରେ ବାଣ୍ଟି ଦିଅନ୍ତୁ ଓ ପିଅନ୍ତୁ ।

ପଢ଼ିବା ଶେଷ କରନ୍ତୁ - ପ୍ରତ୍ୟେକ ଥର ଏହି ରୋଟୀ ଖାଇଲା ବେଳେ ଓ ଏହି ପାନ ପାତ୍ରରୁ ପାନ କଲାବେଳେ ପ୍ରଭୁଙ୍କ ଦିନ ଆସିବା ପର୍ଯ୍ୟନ୍ତ, ପ୍ରଭୁଙ୍କ ମୃତ୍ୟୁ ର ଘୋଷଣା କରୁଥିବ । (୧ କରିନ୍ଥୀୟ ୧୧:୨୬)

ଆପଣ ପ୍ରଭୁଭୋଜରେ ଭାଗ ନେଇଛନ୍ତି ।

ପ୍ରାର୍ଥନା କିମ୍ବା ଗାନରେ ଉତ୍ସବ ପାଳନ କରନ୍ତୁ ଆପଣ ତାଙ୍କର ଓ ସେ ଆପଣଙ୍କର ।

ପ୍ରଭୁଭୋଜ ପ୍ରଥମ ମଣ୍ଡଳୀରୁ ଏକ ପବିତ୍ର ସଂସ୍କାର ଓ ଯୁମେ ଟୁଲ୍‌କିଟ୍‌ ର ଏକ ଆବଶ୍ୟକୀୟ ଅଂଶ ।

ଲକ୍ଷ୍ୟ ପ୍ରାପ୍ତ ହେଲା

(10 min)

ପ୍ରଭୁଭୋଜ

ଆପଣମାନେ ଯେତେବେଳେ ଯୀଶୁଙ୍କ ଅନୁଗାମୀ ଭାବରେ ଏକତ୍ରିତ ହୁଅନ୍ତି :

  1. ସେତେବେଳେ ନୀରବ ଧ୍ୟାନ କରି ସମୟ କ୍ଷେପଣ କରନ୍ତୁ, ନୀରବରେ ଆପଣଙ୍କ ପାପ ବିବେଚନା ଓ ସ୍ୱୀକାର କରନ୍ତୁ ।
  2. ଆପଣ ପ୍ରସ୍ତୁତ ହେଲା ପରେ ଜଣଙ୍କୁ ଶାସ୍ତ୍ରରୁ ଏହି ପରିଚ୍ଛେଦ ପଢ଼ିବାକୁ ଦିଅନ୍ତୁ -- "କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଅଛି, ତାହା ଏହି, ଶତ୍ରୁହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୋଟୀ ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର ; ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।" ୧ମ କରିନ୍ଥୀୟ ୧୧:୨୩-୨୪
  3. ଆପଣ ଆପଣଙ୍କ ଦଳ ନିମନ୍ତେ ପୃଥକ୍ କରି ରଖିଥିବା ରୋଟୀ ଦିଅନ୍ତୁ ଓ ଭୋଜନ କରନ୍ତୁ ।
  4. ପଠନ ଜାରି ରଖନ୍ତୁ -- "ସେହିପରି ଭୋଜନ ଉତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ; ତୁମ୍ଭେମାନେ ଯେତେଥର ଏଥିରୁ ପାନ କର, ସେତେଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।" ୧ମ କରିନ୍ଥୀୟ ୧୧:୨୫
  5. ଆପଣ ଆପଣଙ୍କ ଦଳ ନିମନ୍ତେ ପୃଥକ୍ ରଖିଥିବା ଫଳରସ ବା ଦ୍ରାକ୍ଷାରସ ବିତରଣ କରନ୍ତୁ ଓ ପାନ କରନ୍ତୁ ।
  6. ପଠନ ଶେଷ କରନ୍ତୁ -- "କାରଣ ଯେତେଥର ତୁମ୍ଭେମାନେ ଏହି ରୋଟୀ ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେଥର ତୁମ୍ଭେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ ।" ୧ମ କରିନ୍ଥୀୟ ୧୧:୨୬

ପ୍ରାର୍ଥନା ଓ ସଙ୍ଗୀତ ଗାନ କରି ପାଳନ କର । ଆପଣ ପ୍ରଭୁଭୋଜରେ ଅଂଶୀ ହୋଇଛନ୍ତି । ଆପଣ ତାହାଙ୍କର ଅଟନ୍ତି, ଓ ସେ ଆପଣଙ୍କର ଅଟନ୍ତି !

ସମୀକ୍ଷା

(1 min)

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ଧାରଣାଗୁଡ଼ିକ:

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ସାଧନଗୁଡ଼ିକ:

  • ଈଶ୍ୱରଙ୍କ ରାଜ୍ୟ ଅର୍ଥନୀତି
  • ସର୍ବଶ୍ରେଷ୍ଠ ଆଶୀର୍ବାଦର ଦର୍ଶନ
  • ଶିଷ୍ୟତ୍ୱର ବତକ ଛୁଆ ଭଳି ପ୍ରକୃତି - ତୁରନ୍ତ ନେତୃତ୍ୱ ନେବା
  • ଈଶ୍ୱରଙ୍କ ରାଜ୍ୟ ଯେଉଁଠି ନାହିଁ ତାହା ଦେଖିବା ନିମନ୍ତେ ଚକ୍ଷୁ
  • ସୁସମାଚାର ଏବଂ ଏହାକୁ କିପରି ଅନ୍ୟମାନଙ୍କୁ ପ୍ରଦାନ କରିବା
  • ବାପ୍ତିସ୍ମ ଏବଂ ଏହା କିପରି କରିବାକୁ ହେବ
  • ଆପଣଙ୍କ ୩ -ମିନିଟ୍ ସାକ୍ଷ୍ୟ ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ
  • ପ୍ରଭୁଭୋଜ ଏବଂ ଏହାର ପରିଚାଳନା

ନିବିଡ଼ ଅଧିବେଶନ ୩

ଚେକ୍-ଇନ୍

(1 min)

ସମସ୍ତ ଅଂଶଗ୍ରହଣକାରୀ ଏବଂ ସହଯୋଗକାରୀଙ୍କୁ ଚେକ-ଇନ୍ କରାନ୍ତୁ ।

Or six.zume.training/checkin and use code: 3455

ପ୍ରାର୍ଥନା କରନ୍ତୁ

(5 min)

ପ୍ରାର୍ଥନା କରନ୍ତୁ ଏବଂ ଈଶ୍ବରଙ୍କ ଲୋକମାନଙ୍କ ସାକ୍ଷ୍ୟ ମାଧ୍ୟମରେ ତାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଦିଅନ୍ତୁ । ଆପଣଙ୍କ ଏକତ୍ରିତ ହୋଇଥିବା ସମୟର ନେତୃତ୍ୱ କରିବାକୁ ତାଙ୍କ ପବିତ୍ରାତ୍ମାଙ୍କୁ ଆମନ୍ତ୍ରଣ କରନ୍ତୁ ।

ସାରାଂଶ

(1 min)

ଏହି ଅଧିବେଶନରେ, ଆମେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା:

ଏବଂ ଆମେ ଏହି ସାଧନଗୁଡ଼ିକ ଆମର ଟୁଲକିଟ୍ ରେ ଯୋଡ଼ିବା:

  • ଜଣେ ଶାନ୍ତିର ବ୍ୟକ୍ତି ଏବଂ କିପରି ତାଙ୍କୁ ଅନ୍ୱେଷଣ କରିବେ
  • ବିଶ୍ୱସ୍ତତା ଜ୍ଞାନ ଅପେକ୍ଷା ଉତ୍ତମ ଅଟେ
  • ବିଏଲ୍‌ଇଏସ୍‌ଏସ୍ ପ୍ରାର୍ଥନା ଢାଞ୍ଚା
  • ପ୍ରାର୍ଥନାରେ ଚାଲିବା ଏବଂ ଏହା କିପରି କରାଯାଏ
  • ୩/୩ ଦଳ ସାକ୍ଷାତକାର ଶୈଳୀ

READ

(5 min)

ପ୍ରାର୍ଥନା ପଦଯାତ୍ରା

ପରମେଶ୍ୱରଙ୍କ ବାକ୍ୟ କହେଯେ - ସର୍ବପ୍ରଥମେ ସବୁ ଲୋକଙ୍କ ପାଇଁ ପ୍ରାର୍ଥନା କରିବାକୁ ମୁଁ ତୁମ୍ଭକୁ କହୁଅଛି । ସମସ୍ତଙ୍କ ପାଇଁ ପରମେଶ୍ୱରଙ୍କୁ କୁହ ଓ ଧନ୍ୟବାଦ ଦିଅ । ତୁମ୍ଭେ ରାଜା ଓ ଅଧିକାରୀମାନଙ୍କ ଲାଗି ପ୍ରାର୍ଥନା କରିବା ଉଚିତ । ତେବେ ଆମ୍ଭେ ପରମେଶ୍ୱରଙ୍କ ପାଇଁ ଏକ ସମ୍ମାନ ଓ ଭକ୍ତିଭରା ଜୀବନ ବିତେଇ ପାରିବା । ଏହା ଉତ୍ତମ ଓ ଏହା ଆମର ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ । ପରମେଶ୍ୱର ଚାହାଁନ୍ତି ଯେ ସମସ୍ତେ ଉଦ୍ଧାର ପାଆନ୍ତୁ ଓ ସତ୍ୟକୁ ଜାଣନ୍ତୁ ।

ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବାର ଈଶ୍ୱରଙ୍କ ଆଦେଶକୁ ପାଳନ କରିବାର ଏକ ସହଜ ଉପାୟ ହେଉଛି ପ୍ରାର୍ଥନା ବିଚରଣ । ପ୍ରାର୍ଥନା ବିଚରଣ ହେଉଛି ଯାହା ଏହାର ଅର୍ଥ - ବୁଲାବୁଲି କରୁଥିବାବେଳେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ।

ଆଖି ବନ୍ଦକରି ମୁଣ୍ଡ ନୁଆଁଇବା ପରିବର୍ତ୍ତେ, ଆମେ ଆମ ଚାରିପଟେ ଥିବା ଆବଶ୍ୟକତା ପ୍ରତି ଆଖି ଖୋଲା ରଖୁ ଓ ହୃଦୟ ନତ ରଖି ନମ୍ର ଭାବେ ଈଶ୍ୱରଙ୍କୁ ହସ୍ତକ୍ଷେପ କରିବାକୁ କହୁ । ଆପଣ ନିଜେ ଏକୁଟିଆ କିମ୍ବା ଦୁଇ ତିନି ଜଣିଆ କ୍ଷୁଦ୍ର ଦଳରେ ପ୍ରାର୍ଥନା ବିଚରଣ କରିପାରିବେ ।

ଯଦି ଆପଣ ଏକ ଦଳରେ ଯାଆନ୍ତି ତେବେ ସମସ୍ତେ ପାଟିକରି ପ୍ରାର୍ଥନା କରିବାକୁ େଚଷ୍ଟା କରନ୍ତୁ, ସମସ୍ତେ ଯାହା ଦେଖୁଛନ୍ତି ସେ ବିଷୟରେ ଓ ଈଶ୍ୱର ସେମାନଙ୍କ ହୃଦୟକୁ ଆଣୁଥିବା ଆବଶ୍ୟକତାଗୁଡିକ ବିଷୟରେ ଈଶ୍ୱରଙ୍କ ସହ କଥୋପକଥନ କରନ୍ତୁ ।

ଯଦି ଆପଣ ନିଜେ ଏକୁଟିଆ ଯାଆନ୍ତି ତେବେ ନୀରବରେ ପ୍ରାର୍ଥନା କରନ୍ତୁ କିମ୍ବା ଯଦି ରାସ୍ତାରେ କାହାକୁ ଭେଟନ୍ତି ପାଟିକରି ପ୍ରାର୍ଥନା କରନ୍ତୁ ।

ନିଜ ପ୍ରାର୍ଥନା ବିଚରଣ ସମୟରେ କ'ଣ ପ୍ରାର୍ଥନା କରିବେ ତାକୁ ଜାଣିବାର ଚାରିଟି ଉପାୟ ଅଛି ।

  • ପର୍ଯ୍ୟବେକ୍ଷଣ - ଆପଣ କ'ଣ ଦେଖୁଛନ୍ତି? ଯଦି ଆପଣ ଅଗଣାରେ ଗୋଟିଏ ପିଲାର ଖେଳନା ଦେଖନ୍ତି, ଆପଣ ଆଖପାଖର ପିଲା, ପରିବାର କିମ୍ବା ସ୍କୁଲ୍‌ଗୁଡିକ ପାଇଁ ପ୍ରାର୍ଥନା କରିପାରନ୍ତି ।
  • ଅନୁସନ୍ଧାନ - ଆପଣ କ'ଣ ଜାଣନ୍ତି? ଯଦି ଆପଣ ପରିପାଶ୍ୱର୍ ବିଷୟରେ ପଢ଼ିଛନ୍ତି, ତେବେ ଆପଣ ସେଠି ରହୁଥିବା ଲୋକଙ୍କ ବିଷୟରେ କିଛି ଜାଣିଥାଇ ପାରନ୍ତି କିମ୍ବା ସେ ଇଲାକାରେ ଅପରାଧ କିମ୍ବା ଅନ୍ୟାୟ ହେଉଛି ନା ନାହିଁ । ଏସବୁ ବିଷୟରେ ପ୍ରାର୍ଥନା କରନ୍ତୁ ଓ ଈଶ୍ୱରଙ୍କ ପଦକ୍ଷେପ ମାଗନ୍ତୁ ।
  • ପ୍ରକାଶନ - ପବିତ୍ରଆତ୍ମା ଆପଣଙ୍କ ହୃଦୟକୁ କହିପାରନ୍ତି କିମ୍ବା ପ୍ରାର୍ଥନାର ଏକ ନିର୍ଦ୍ଦିଷ୍ଟ ଆବଶ୍ୟକତା କିମ୍ବା କ୍ଷେତ୍ର ପାଇଁ ମନକୁ ଏକ କଳ୍ପନା ଆଣି ପାରନ୍ତି । ଶୁଣନ୍ତୁ ଓ ପ୍ରାର୍ଥନା କରନ୍ତୁ ।
  • ଧର୍ମଶାସ୍ତ୍ର - ଆପଣ ନିଜ ବିଚରଣର ପ୍ରସ୍ତୁତିରେ ଈଶ୍ୱରଙ୍କ ବାକ୍ୟର ଅଂଶ ପଢ଼ିଥାଇ ପାରନ୍ତି କିମ୍ବା ଆପଣ ଚାଲୁଥିବାବେଳେ ପବିତ୍ରଆତ୍ମା ଆପଣଙ୍କ ମନକୁ ଏକ ଶାସ୍ତ୍ରପଦ ଆଣି ପାରନ୍ତି । ସେହି ପଦ ଓ କିପରି ତାହା ସେହି କ୍ଷେତ୍ରର ଲୋକଙ୍କୁ ପ୍ରଭାବିତ କରିପାରେ ସେ ବିଷୟରେ ପ୍ରାର୍ଥନା କରନ୍ତୁ ।

ଏଇଠି ପାଞ୍ଚଟି ପ୍ରଭାବ କ୍ଷେତ୍ର ଯାହା ଉପରେ ପ୍ରାର୍ଥନା ବିଚରଣ ସମୟରେ ଲକ୍ଷ୍ୟ କେନ୍ଦ୍ରିତ କରିପାରିବେ :

  • ସରକାର - କୋର୍ଟଘର, କମିଶନ୍‌ ଭବନ, କିମ୍ବା ଆଇନ୍‌ ଲାଗୁ କରିବା ସଂସ୍ଥାଗୁଡିକ ପରି ସରକାରୀ କେନ୍ଦ୍ରଗୁଡିକୁ ଖୋଜନ୍ତୁ ଓ ସେଗୁଡିକ ପାଇଁ ପ୍ରାର୍ଥନା କରନ୍ତୁ । କ୍ଷେତ୍ରର ସୁରକ୍ଷା, ନ୍ୟାୟ ଓ ଏହାରନେତାଙ୍କ ଈଶ୍ୱରୀୟ ଜ୍ଞାନ ପାଇଁ ପ୍ରାର୍ଥନା କରନ୍ତୁ ।
  • ବ୍ୟବସାୟ ଓ ବାଣିଜ୍ୟ - ବିତ୍ତିୟ ରାଜ୍ୟ କିମ୍ବା ଶପିଙ୍ଗ୍‌ କ୍ଷେତ୍ର ପରି ବାଣିଜି୍ୟକ କେନ୍ଦ୍ରଗୁଡିକ ପାଇଁ ପ୍ରାର୍ଥନା କରନ୍ତୁ । ଧାର୍ମିକ ନିବେଶ ଓ ସାଧନର ଭଲ ପରିଚାରକତ୍ୱ ପାଇଁ ପ୍ରାର୍ଥନା କରନ୍ତୁ । ଆର୍ଥିକ ନ୍ୟାୟ ଓ ସୁଯୋଗ ବଦାନ୍ୟ ଆଉ ଐଶ୍ୱରୀୟ ଦାନୀ ଯିଏ ଲୋକଙ୍କୁ ଲାଭ ଆଗରେ ରଖନ୍ତି ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ।
  • ଶିକ୍ଷା - ସ୍କୁଲ୍‌ ଓ ଶାସକୀୟ ଭବନ, ବ୍ୟବସାୟିକ ପ୍ରଶିକ୍ଷଣ କେନ୍ଦ୍ର, ସମୁଦାୟ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକ ପରିଶିକ୍ଷଣ କେନ୍ଦ୍ରଗୁଡିକୁ ଖୋଜି ସେଗୁଡିକ ପାଇଁ ପ୍ରାର୍ଥନା କରନ୍ତୁ । ଈଶ୍ୱରଙ୍କ ସତ୍ୟର ଶିକ୍ଷା ପାଇଁ ଓ ସେଗୁଡିକର ଛାତ୍ରମାନଙ୍କ ମନର ସୁରକ୍ଷା ପାଇଁ ଧାର୍ମିକ ଶିକ୍ଷଣ କେନ୍ଦ୍ରଗୁଡିକ ପାଇଁ ପ୍ରାର୍ଥନା କରନ୍ତୁ । ପ୍ରାର୍ଥନା କରନ୍ତୁ ଯେ ମିଥ୍ୟା ଓ ଦ୍ୱନ୍ଦ ବିକାଶର ପ୍ରତ୍ୟେକ େଚଷ୍ଟାରେ ଈଶ୍ୱର ହସ୍ତକ୍ଷେପ କରିବେ । ପ୍ରାର୍ଥନା କରନ୍ତୁ ଯେ ଏହି ସ୍ଥାନଗୁଡିକ ଏପରି ବିଜ୍ଞ ନାଗରିକମାନଙ୍କୁ ବାହାରକୁ ପଠାଇବେ ଯାହାଙ୍କର ସେବା ଓନେତୃତ୍ୱ କରିବାର ହୃଦୟ ଥିବ ।
  • ସଞ୍ଚାର - ରେଡିଓ ଷ୍ଟେସନ୍‌ସ୍‌, ଟିଭି ଷ୍ଟେସନ୍‌ସ୍‌, ଖବରକାଗଜ ମୁଦ୍ରକ ପରି ସଞ୍ଚାର କେନ୍ଦ୍ର ଗୁଡିକ ପାଇଁ ପ୍ରାର୍ଥନା କରନ୍ତୁ । ଈଶ୍ୱରଙ୍କ କାହାଣୀ ଓ ତାଙ୍କ ଅନୁଗାମୀମାନଙ୍କର ସାକ୍ଷ ନଗର ଓ ସାରା ବିଶ୍ୱରେ ଖେଳିଯାଉ ସେଥିପାଇଁ ପ୍ରାର୍ଥନା କରନ୍ତୁ । ପ୍ରାର୍ଥନା କରନ୍ତୁ ଯେ ତାଙ୍କ ବାର୍ତ୍ତା ତାଙ୍କ ମାଧ୍ୟମ ଦ୍ୱାରା ତାଙ୍କ ଲୋକମାନଙ୍କୁ ମିଳୁ ଆଉ ସର୍ବତ୍ର ଈଶ୍ୱରଙ୍କ ଲୋକେ ଈଶ୍ୱରଙ୍କ କାମକୁ ଦେଖନ୍ତୁ ।
  • ଆଧ୍ୟାତ୍ମିକତା - ଗୀର୍ଜା ଭବନ, ମସ୍‌ଜିଦ୍‌ କିମ୍ବା ମନ୍ଦିର ପରି ଆଧ୍ୟାତ୍ମିକ କେନ୍ଦ୍ରଗୁଡିକ ପାଇଁ ପ୍ରାର୍ଥନା କରନ୍ତୁ । ପ୍ରାର୍ଥନା କରନ୍ତୁ ଯେ ପ୍ରତ୍ୟେକ ଆଧ୍ୟାତ୍ମିକ ଅେନ୍ୱଷକ ଯୀଶୁଙ୍କଠାରେ ଶାନ୍ତି ଓ ଆରାମ ପାଉ ଓ କୌଣସି ମିଥ୍ୟା ଧର୍ମ ଦ୍ୱାରା ଧ୍ୟାନ ବିକର୍ଷିତ ଓ ଭ୍ରମିତ ନହେଉ ।

ଶେଷରେ, ନିମ୍ନରେ ପାଞ୍ଚଟି ଉପାୟ ଦିଆଯାଇଛି ଯାହାଦ୍ୱାରା ଆପଣ ପ୍ରାର୍ଥନା ବିଚରଣ ବେଳେ ଭେଟୁଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରିପାରିବେ ।

ଆପଣ ବୁଲୁବୁଲୁ ପ୍ରାର୍ଥନା କରୁଥିବାବେଳେ ସୁଯୋଗଗୁଡିକ ପ୍ରତି ସଜାଗ ରୁହନ୍ତୁ ଓ ରାସ୍ତାରେ ଭେଟୁଥିବା ବ୍ୟକ୍ତି କିମ୍ବା ଦଳଗୁଡିକ ପାଇଁ ପ୍ରର୍ଥନା କରିବାକୁ ଈଶ୍ୱରଙ୍କ ଆତ୍ମାଙ୍କ ସ୍ମରଣିକାକୁ ଶୁଣନ୍ତୁ । ଆପଣ କହିପାରନ୍ତି ଆମେ ଏହି ସମ୍ପ୍ରଦାୟ ପାଇଁ ପ୍ରାର୍ଥନା କରୁଛୁ । କିଛି ନିର୍ଦ୍ଦିଷ୍ଟ କଥା ଅଛିକି ଯେଉଁଥି ପାଇଁ ଆମେ ପ୍ରାର୍ଥନା କରିପାରିବୁ । କିମ୍ବା କୁହନ୍ତୁ ମୁଁ ଏହି କ୍ଷେତ୍ର ପାଇଁ ପ୍ରାର୍ଥନା କରୁଛି । କିଛି ନିର୍ଦ୍ଦିଷ୍ଟ କଥା ଅଛିକି ଯେଉଁଥି ପାଇଁ ଆମେ ପ୍ରାର୍ଥନା କରିପାରିବୁ । ସେମାନଙ୍କ ଉତ୍ତର ଶୁଣିବା ପରେ ଆପଣ ସେମାନଙ୍କୁ ତାଙ୍କ ନିଜ ଆବଶ୍ୟକତା ବିଷୟରେ ପଚାରି ପାରନ୍ତି । ଯଦି ସେମାନେ ବାଣ୍ଟନ୍ତି ସଙ୍ଗେସଙ୍ଗେ ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ଯଦି ପ୍ରଭୁ ରାସ୍ତା ଦେଖାନ୍ତି ଆପଣ ଅନ୍ୟ ଆବଶ୍ୟକତାଗୁଡିକ ପାଇଁ ମଧ୍ୟ ପ୍ରାର୍ଥନା କରିପାରନ୍ତି ।

ଆପଣଙ୍କୁ ପ୍ରାର୍ଥନାର ୫ଟି ଭିନ୍ନ ଉପାୟ ମେନରଖିବାରେ ସାହାଯ୍ୟ କରିବା ପାଇଁ ବ୍ଲେସ୍‌ ଶବ୍ଦକୁ ମେନରଖନ୍ତୁ :

    •   ବଡି ଶରୀର ସ୍ୱାସ୍ଥ୍ୟ
      
    •   ଲେବର୍‌ ଶ୍ରମ କାମ ଓ ବିତ୍ତ
      
    •   ଇମୋଶନାଲ୍‌ ଭାବନାତ୍ମକନେðତିକ
      
    •   ସୋସାଲ୍‌ ସମାଜିକ ସମ୍ବନ୍ଧ
      
    •   ସ୍ପିରିଚୁଆଲ୍‌ ଆଧ୍ୟାତ୍ମିକ
      

ଅଧିକାଂଶ କ୍ଷେତ୍ରରେ ଆପଣ ଯତ୍ନନେଇ ପ୍ରାର୍ଥନା କରୁଛନ୍ତି ବୋଲି ସେମାନେ କୃତଜ୍ଞ ହେବେ ।

ଯଦି ସେହି ଲୋକ ଖ୍ରୀଷ୍ଟିଆନ୍‌ ନୁହଁନ୍ତି ଆପଣଙ୍କ ପ୍ରାର୍ଥନା ଏକ ଆଧ୍ୟାତ୍ମିକ ପରିବର୍ତ୍ତନ ଓ ଆପଣଙ୍କ ଆଉ ଈଶ୍ୱରଙ୍କ କାହାଣୀ ବାଣ୍ଟିବା ପାଇଁ ଏକ ସୁଯୋଗ ଦେବ । ଆପଣ ଏକ ବାଇବଲ୍‌ ଅଧ୍ୟୟନର ଅଂଶ ହେବା ପାଇଁ କିମ୍ବା ତାଙ୍କ ନିଜ ଘରେ ଗୋଟିଏ କରିବା ପାଇଁ ତାଙ୍କୁ ନିମନ୍ତ୍ରିତ କରିପାରିବେ ।

ଯଦି ସେହି ଲୋକ ଖ୍ରୀଷ୍ଟିଆନ୍‌ ଆପଣ ତାଙ୍କୁ ଆପଣଙ୍କ ପ୍ରାର୍ଥନା ବିଚରଣରେ ଯୋଗ ଦେବାକୁ ନିମନ୍ତ୍ରିତ କରିପାରିବେ, କିମ୍ବା କେମିତି ପ୍ରାର୍ଥନା ବିଚରଣ କରିବେ ତାର ପ୍ରଶିକ୍ଷଣ ଦେଇ ପାରିବେ ଆଉ ପ୍ରଭାବ କ୍ଷେତ୍ର ପାଇଁ ପ୍ରାର୍ଥନା କରିବା ଓ ଈଶ୍ୱରଙ୍କ ପରିବାରକୁ ଆହୁରି ବଢ଼ାଇବା ପାଇଁ ବ୍ଲେସ୍‌ ପରି ସରଳ ସୋପାନ ବ୍ୟବହାର କରିପାରିବେ ।

ପ୍ରାର୍ଥନା ବିଚରଣ ଯୁମେ ଟୁଲ୍‌ କିଟ୍‌ ରେ ଆଉ ଏକ ସରଳ ଉପକରଣ ।

READ

(5 min)

ଶାନ୍ତିର ପାତ୍ର

ଜୁମେ ପ୍ରଶିକ୍ଷଣକୁ ପୁଣି ଥରେ ସ୍ୱାଗତ । ଏକ ପୂର୍ବ ସତ୍ରରେ ଆପଣଙ୍କୁ ଜଣେ ଶାନ୍ତି ପ୍ରିୟ ଲୋକଙ୍କ କଳ୍ପନା ସହିତ ପରିଚିତ କରାଯାଇ ଥିଲା । ଏହି ସତ୍ରରେ ଆମେ ବିସ୍ତୃତରେ ଜାଣିବା କିଏ ସେହି ବ୍ୟକ୍ତି ହୋଇପାରିବେ ଏବଂ କିପରି ଜାଣିବେ ଯେ ଆପଣ ସେପରି ଜଣକୁ ଖୋଜି ପାଇଛନ୍ତି ।

ଜଣେ ଶାନ୍ତି ପ୍ରିୟ ଲୋକ ଦ୍ରୁତ ଶିଷ୍ୟ ନିର୍ମାଣରେ ସାହାଯ୍ୟ କରିପାରିବେ ଏପରିକି ଏକ ସ୍ଥାନରେ ଯେଉଁଠି ଯୀଶୁଙ୍କ ଅନୁଗାମୀମାନେ ଅତି ଅଳ୍ପ ସଂଖ୍ୟାରେ ଥାଆନ୍ତି ।

ଯେବେ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଶିଷ୍ୟ କରିବା ପାଇଁ ନୂଆ କ୍ଷେତ୍ରଗୁଡିକୁ ପଠାଇଲେ, ସେ ସେମାନଙ୍କୁ ଏକ ସରଳ କିନ୍ତୁ ମହତ୍ୱପୂର୍ଣ୍ଣ ଆଦେଶ ଦେଲେ ।

ଯୀଶୁ କହିଲେ "ସାଙ୍ଗରେ ଟଙ୍କା, ଥଳି, ଯୋତା କିଛି ହେଲେ ନିଅନାହିଁ । ରାସ୍ତାରେ କାହାରି ସହିତ କଥାବାର୍ତ୍ତା ହେବା ପାଇଁ ଅଟକି ଯିବ ନାହିଁ । ଯେକୌଣସି ଘରେ ପ୍ରବେଶ କରିବା ମାତ୍ରେ ପ୍ରଥମେ କୁହ, 'ଏ ଘରକୁ ଶାନ୍ତି ମିଳୁ' । ଯଦି ସେଠାରେ କେହି ଶାନ୍ତି ପ୍ରିୟ ଲୋକ ଥିବ, ତେବେ ତୁମ୍ଭମାନଙ୍କର ଶାନ୍ତି ଆଶୀର୍ବାଦ ତାହାକୁ ମିଳିବ । ଯଦି ସେଠାରେ କେହି ଶାନ୍ତି ପ୍ରିୟ ଲୋକ ନଥିବ, ତୁମ୍ଭମାନଙ୍କ ଶାନ୍ତି ଆଶୀର୍ବାଦ ତୁମ୍ଭମାନଙ୍କ ପାଖକୁ ଫେରି ଆସିବ । ତୁମ୍ଭମାନେ ଶାନ୍ତି ଥିବା ଘରେ ରୁହ । ସେ ଲୋକମାନେ ତୁମ୍ଭକୁ ଯାହା ଦେବେ ତାହା ଖାଅ ଓ ପିଅ । କାରଣ କାମ କରିବା ଲୋକର ତା ବେତନ ଉପରେ ଅଧିକାର ଅଛି । ଅନ୍ୟ ଘରେ ରହିବା ପାଇଁ ସେହି ଘର ଛାଡି ଯାଅ ନାହିଁ ।''

ହେଲେ ସେସବୁର ମାନେ କ'ଣ?

ଯେବେ ଆମେ ଶିଷ୍ୟ କରିବା ବିଷୟରେ ଭାବୁ, ଆମର ପ୍ରଥମ ଭାବନା ହୋଇପାରେ - ଆମେ ଆମ ଆର୍ଥିକ ସ୍ଥିତି ଠିକ୍‌ କରୁ, ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବାଛୁ ଆଉ ଏକ ସ୍ପଷ୍ଟ କାର୍ଯ୍ୟ ଯୋଜନା ରଖୁ । ଯଦି ଯୀଶୁ କହିଲେ "ଯାଅ'', ଆମେ "ଯିବା'' କଥା ଆଉ ଆଗେଇ ଚାଲିବା କଥା । ସମସ୍ତଙ୍କୁ, ସର୍ବତ୍ର, ସବୁ ସମୟରେ କହିବା କଥା ।

ହେଲେ ଯୀଶୁ, ତାଙ୍କ ନିର୍ଦ୍ଦେଶାବଳୀରେ, ଆର୍ଥିକ ସ୍ଥିତି ଏବଂ ଉତ୍ସାହ ବିଷୟରେ କମ୍‌ ଆଉ ଲକ୍ଷ୍ୟ-କେନ୍ଦ୍ରିତ କରିବା ବିଷୟରେ ଅନେକ ଅଧିକ ଚିନ୍ତିତ ଥିବା ପରି ଲାଗୁଥିଲେ । ଯୀଶୁ ଚାହିଁଥିଲେ ତାଙ୍କ ଶିଷ୍ୟମାନେ ଖୋଜନ୍ତୁ ଆଉ ନିବେଶ କରନ୍ତୁ ଜଣେ ଶାନ୍ତି ପ୍ରିୟ ଲୋକଙ୍କଠାରେ ।

ଯେତେବେଳେ ଆପଣ ଶିଷ୍ୟ-ବିରଳ କିମ୍ବା ଆଦୌ ଶିଷ୍ୟ ନଥିବା ଏକ ସ୍ଥାନରେ ଶିଷ୍ୟ କରିବାକୁ ଚାହାଁନ୍ତି ସେତେବେଳେ ଜଣେ ଶାନ୍ତି ପ୍ରିୟ ଲୋକଙ୍କୁ ଖୋଜିବା, କରିବା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ କାମ ହୋଇପାରେ ।

ଜଣେ ଶାନ୍ତି ପ୍ରିୟ ଲୋକ ହେଉଛନ୍ତି:

  • ଜଣେ ଯିଏ ଶୁଣିବା ପାଇଁ ଉନ୍ମୁକ୍ତ ଆପଣଙ୍କ କାହାଣୀ ଈଶ୍ୱରଙ୍କ କାହାଣୀ ଆଉ ଯୀଶୁଙ୍କ ସୁସମାଚାରକୁ ।
  • ଜଣେ ଯିଏ ସତ୍କାରଶୀଳ ଆଉ ତାଙ୍କ ଘର କିମ୍ବା କାର୍ଯ୍ୟ ସ୍ଥଳୀକୁ କିମ୍ବା ପରିବାର ଓ ମିତ୍ରମାନଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆପଣଙ୍କୁ ସ୍ୱାଗତ କରନ୍ତି ।
  • ଜଣେ ଯିଏ ଅନ୍ୟମାନଙ୍କୁ ଜାଣନ୍ତି କିମ୍ବା ଅନ୍ୟମାନେ ତାଙ୍କୁ ଜାଣନ୍ତି ଆଉ ଯିଏ ଏକ କ୍ଷୁଦ୍ର ଦଳକୁ କିମ୍ବା ଏପରିକି ଏକ ଭିଡକୁ ଏକତ୍ରିତ କରିବା ପାଇଁ ଉତ୍ସାହିତ ।
  • ଜଣେ ଯିଏ ବିଶ୍ୱସ୍ତ ଯାହା ଶିଖନ୍ତି ଅନ୍ୟମାନଙ୍କ ସହ ବାଣ୍ଟନ୍ତି - ଆପଣ ଚାଲିଯିବା ପରେବି ।

ବାଇବଲ୍‌ରେ, ଆମେ ଜାଣୁ ଯୀଶୁ ଏବଂ ତାଙ୍କ ଅନୁଗାମୀମାନେ ଏପରି ଶାନ୍ତି ପ୍ରିୟ ଲୋକଙ୍କୁ ଭେଟିବାର ଯେଉଁମାନେ ଟିକେ ଅପ୍ରତ୍ୟାଶିତ ।

ଗରାଶୀୟ ଅଞ୍ଚଳରେ ଯୀଶୁ ଜଣେ ଦୁଷ୍ଟାତ୍ମା - କବଳିତ ଲୋକଙ୍କୁ ଭେଟିଲେ ଯିଏ କବରରେ ବେଡି ବନ୍ଧନରେ ରହୁଥିଲେ ଆମେ ତାଙ୍କୁ ଜଣେ ଶାନ୍ତି ପ୍ରିୟ ଲୋକ ଭାବରେ କଳ୍ପନା କରିପାରିବା ନାହିଁ । ମାତ୍ର ସେ ଯୀଶୁଙ୍କଠାରୁ ଶୁଣିବା ପାଇଁ ଉନ୍ମୁକ୍ତ ଥିଲେ । ସେ ସତ୍କାରଶୀଳ ଥିଲେ ଆଉ ଯେଉଁଠି ରହୁଥିଲେ ସେଠାକୁ ଯୀଶୁଙ୍କୁ ସ୍ୱାଗତ କଲେ । ସେ ବିଖ୍ୟାତ ଥିଲେ ଆଉ ସହଜରେ ଭିଡ ଏକତ୍ରିତ କରିପାରୁଥିଲେ, ଯଦିଓ ତାହା ତାଙ୍କ ଉପଦ୍ରବୀ ବ୍ୟବହାର ଯୋଗୁ ଥିଲା ।

ଆଉ ଯୀଶୁ ପାଇଲେ ଯେ ସେ ବିଶ୍ୱସ୍ତ ଥିଲେ ଆଉ ସେ ବାଣ୍ଟିଲେ ତାଙ୍କ ପାଇଁ ଯୀଶୁଙ୍କ ମହତ୍ୱ ବିଷୟରେ ନିଜ ପରିବାର ସହ ତାଙ୍କ ସମୁଦାୟ ସହ ତାଙ୍କ ଦେଶ ସହ । ବାସ୍ତବରେ, ଯେତେବେଳେ ଯୀଶୁ ସେହି ଅଞ୍ଚଳକୁ ଫେରିଲେ, ଏକ ବିରାଟ ଭିଡ ଏକାଠି ହେଲା ସେହି ଲୋକଙ୍କୁ ଦେଖିବା ପାଇଁ ଯାହାଙ୍କ ବିଷୟରେ ଏତେ ଶୁଣିଥିଲା ।

ଶମିରୋଣରେ, କୂଅ ନିକଟରେ ଯୀଶୁ ଜଣେ ସ୍ତ୍ରୀକୁ ଭେଟିଲେ ସେ ଯୀଶୁଙ୍କ ପ୍ରତି ଉନ୍ମୁକ୍ତ ଥିଲେ ସତ୍କାରଶୀଳ ହେବାକୁ ରାଜି ଥିଲେ ପାଣି ପିଇବା ପାଇଁ ତାଙ୍କ ଅନୁରୋଧକୁ ପୂରଣ କଲେ ଆମେ ଜାଣିଲେ ତାଙ୍କର ପାଞ୍ଚ ଜଣ ସ୍ୱାମୀ ଥିଲେ ଆଉ ସେ ଅନ୍ୟ ଜଣେ ଲୋକ ସହିତ ରହୁଥିଲେ । ତେଣୁ ଏକ କ୍ଷୁଦ୍ର ସହରରେ ଅନ୍ୟମାନେ ନିଶ୍ଚୟ ତାଙ୍କ ବିଷୟରେ ଜାଣିଥିବେ । ଯୀଶୁ ତାଙ୍କ ସହ କଥାବାର୍ତ୍ତା କରିବା ପରେ ସେ ବିଶ୍ୱସ୍ତ ଥିଲେ ଅତି ଶୀଘ୍ର ବହୁତ କିଛି ବାଣ୍ଟିଥିଲେ ଯେ ସାରା ସହର ଯୀଶୁଙ୍କୁ ରହିଯାଇ ସେମାନଙ୍କ ସହ ବି ବାଣ୍ଟିବା ପାଇଁ କହିଲା ଆଉ ସେ ତାହା କଲେ ।

ତେଣୁ, ଯଦି ଜଣେ ଶାନ୍ତି ପ୍ରିୟ ଲୋକ କେଉଁଠିବି ବାସ କରି ପାରିବେ କିଛିବି କରିପାରିବେ ଆଉ ଆମେ ଜାଣିଥିବା କିମ୍ବା ଭେଟିଥିବା କେହିବି ହୋଇ ପାରିବେ ଆମେ କିପରି ଜଣକୁ ଖୋଜି ପାଇବା?

ତିନିଟି ସରଳ ମାର୍ଗ --

ଆମେ ସମ୍ପ୍ରଦାୟରେ ଲୋକଙ୍କଠାରୁ ସୁପାରିଶ ମାଗୁ - ଏଠି କିଏ ବିଶ୍ୱସନୟ? ଏଠି କେହି ଅଛନ୍ତିକି ଯିଏ ନିଜ ପୂର୍ବରୁ ଅନ୍ୟମାନଙ୍କ ବିଷୟରେ ଭାବନ୍ତି? ଯଦି ଆମେ ସେହି ଏକା ନାମକୁ ବାରମ୍ବାର ଶୁଣୁ ତାଙ୍କୁ ଭେଟିବାକୁ ଚେଷ୍ଟା କରୁ ଆଧ୍ୟାତ୍ମିକ କଳ୍ପନା ସବୁ ବାଣ୍ଟୁ ଆଉ ଦେଖୁ ସେମାନେ ଶୁଣିବା ଓ ବାଣ୍ଟିବା ପାଇଁ ଉନ୍ମୁକ୍ତ ନା ନାହିଁ ।

ପ୍ରାର୍ଥନା ଆଚରଣ ସମୟରେ କିମ୍ବା କାମରେ କିମ୍ବା ଖେଳରେ ଯେବେବି ଏକ ସୁଯୋଗ ଥାଏ ଆମେ କାହା ପାଇଁ ପ୍ରାର୍ଥନା କରିବାକୁ ପ୍ରସ୍ତାବ ଦେଉ ଆଉ ତାପରେ ସେହି ପ୍ରାର୍ଥନାକୁ ଏକ ଆଧ୍ୟାତ୍ମିକ କଥୋପକଥନ ଭିତରକୁ ନେଇଯାଉ ।

ଆମେ ପ୍ରତ୍ୟେକ କଥାବାର୍ତ୍ତାରେ ଆଧ୍ୟାତ୍ମିକ ବିଚାରଗୁଡିକୁ ପ୍ରବେଶ କରାଉ ଦେଖିବା ପାଇଁ ଯେ ଈଶ୍ୱର କୌଣସି ବ୍ୟକ୍ତିଙ୍କ ଜୀବନରେ କାମ କରୁଛନ୍ତି ନା ନାହିଁ । ଯଦି ସେମାନେ ଉନ୍ମୁକ୍ତ ଏବଂ ରାଜି ତେବେ ଆମେ ପଚାରୁ ଅଧିକ ଆଲୋଚନା କରିବା ପାଇଁ ସେମାନେ ଏକ ଦଳକୁ ଏକତ୍ରିତ କରିବା ପାଇଁ ରାଜି କି? ସୁପାରିଶ ମାଗିବା, ପ୍ରାର୍ଥନାର ପ୍ରସ୍ତାବ, ଆଧ୍ୟାତ୍ମିକ ବିଚାରଗୁଡିକର ପ୍ରବେଶ । ଏହି ସବୁ ଉପାୟରେ ଆମେ ଜଣେ ଶାନ୍ତି ପ୍ରିୟ ଲୋକଙ୍କ ଖୋଜ ଆରମ୍ଭ କରିପାରିବା ।

ଯେମିତିବି ଉପାୟରେ ଆମେ ସେମାନଙ୍କୁ ଖୋଜି ପାଉ ଯୀଶୁ କହିଲେ ଜଣେ ଶାନ୍ତି ପ୍ରିୟ ଲୋକ ହେଉଛନ୍ତି ସେହି ଯାହାଙ୍କ ସହ ଆମେ ଆମ ଶିଷ୍ୟ କରିବାର ଅଧିକାଂଶ ସମୟ ବିତାଇ ପାରିବା ।

ଏହା ଭାବିବା ସହଜ ଯେ ଆମ ସମୟର ଅତି "ଉଚିତ'' ବ୍ୟବହାର ହେଉଛି ନିଜକୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମବାଣ୍ଟରେ ଅର୍ପଣ କରିବା । ହେଲେ ଯୀଶୁ କହିଲେ ଏବଂ ଦର୍ଶାଇଲେ ଯେ ସେ ଚାହାଁନ୍ତିନି ଆମେ ସମସ୍ତଙ୍କ ସହ ଉପରଠାଉରିଆ ରହୁ ବରଂ ଅଳ୍ପ କେତେଜଣଙ୍କୁ ଗଭୀରତାରେ ନିଜକୁ ଦେଉ ।

ଯୀଶୁ ଅଧିକାଂଶ ସମୟରେ ଭିଡ ଆକର୍ଷିତ କରୁଥିଲେ । ମାତ୍ର ବାଇବଲ୍‌ ଆମକୁ ବାରମ୍ବାର କହେ ଯେ ଯୀଶୁ କେବଳ ତାଙ୍କ ବାର ଜଣ ଅନୁଗାମୀଙ୍କ ସହ ଅଧିକାଂଶ ସମୟ ବିତାଇବା ପାଇଁ ଭିଡଠାରୁ ଦୂରେଇ ଯାଉଥିଲେ ।

ଅନେକ ଥର ଯୀଶୁ କେବଳ ତିନି ଜଣର ଆହୁରି କ୍ଷୁଦ୍ର ଦଳ ସହ ନିଜର ଅଧିକ ସମୟ ଅତିବାହିତ କରୁଥିଲେ ।

ଯଦି ଯୀଶୁ, ଯାହାଙ୍କର ଅତି ଅଧିକ ଶକ୍ତି ଥିଲା, ଅତି ଅଧିକ ଉର୍ଜା ଥିଲା, ଅତି ଅଧିକ କର୍ତ୍ତୃତ୍ୱ ଥିଲା, ଅନୁଶାସନ, ବିଜ୍ଞତା, ଜ୍ଞାନ, ବୁଝିବା ଶକ୍ତି, ଏବଂ ଅନୁକମ୍ପା ଥିଲା ତାଙ୍କ ସମୟକୁ ଗଭୀରତାରେ ଅଳ୍ପ କେତେଜଣଙ୍କ ସହ ନିବେଶ କରିବାକୁ ବାଛିଲେ, ଆଉ ତାଙ୍କ ଶିଷ୍ୟମାନଙ୍କୁ ସେଇଆ କରିବାକୁ କହିଲେ ତେବେ ଆମେ ତାଙ୍କର ସେହି ସିଦ୍ଧ ଢ଼ାଞ୍ଚାକୁ ଅନୁସରଣ କରିବା ଓ ବାଣ୍ଟିବା ବିଜ୍ଞତା ହେବନାହିଁକି?

ଜଣେ ଶାନ୍ତିପ୍ରିୟ ଲୋକ ।

ସେମାନେ ସହଜରେ ମିଳନ୍ତି ନାହିଁ - ବୋଧହୁଏ ହଜାରରେ ଜଣେ ହେଲେ ଗୁପ୍ତ ଧନର ଖୋଜରେ କରିଥିବା କଷ୍ଟର ମୂଲ୍ୟ ପରି ଈଶ୍ୱରଙ୍କ ପରିବାରରେ ସେମାନଙ୍କ ବଢୁଥିବା ମୂଲ୍ୟକୁ ମାପି ହେବ ନାହିଁ ।

ଚର୍ଚ୍ଚା କରନ୍ତୁ

(10 min)

  1. ଜଣେ "ଅପଖ୍ୟାତ" ବ୍ୟକ୍ତି (ଯେପରି ଶମିରୋଣୀୟା ସ୍ତ୍ରୀ କିମ୍ବା ଗଦରୀୟସ୍ଥ ଜଣେ ଭୂତଗ୍ରସ୍ତ ବ୍ୟକ୍ତି) କ'ଣ ପ୍ରକୃତରେ ଜଣେ ନ୍ତିର ପାତ୍ର ହୋଇପାରିବେ କି ? କାହିଁକି ଅଥବା କାହିଁକି ନୁହଁ?
  2. ଆପଣଙ୍କ ନିକଟତମ କେଉଁ ଏକ ସମୁଦାୟ ଅଥବା ସମାଜର ଏକ ଅଂଶ ବିଶେଷରେ ଈଶ୍ବରଙ୍କ ରାଜ୍ୟ ଉପସ୍ଥିତି ଅତି ଅଳ୍ପ (କିମ୍ବା ନାହିଁ)?
  3. ଏକ ଶାନ୍ତିର ପାତ୍ର (ଯିଏକି ଉନ୍ମୁକ୍ତ, ଅତିଥି ପରାୟଣ, ଅନ୍ୟମାନଙ୍କ ଠାରେ ପରିଚିତ ଓ ବିତରଣକାରୀ ) କିପରି ସେହି ସମୁଦାୟରେ ସୁସମାଚାର ପ୍ରସାର ତ୍ୱରାନ୍ୱିତ କରିପାରନ୍ତି ?

ଲକ୍ଷ୍ୟ ପ୍ରାପ୍ତ ହେଲା

(10 min)

ବି.ଏଲ୍.ଇ.ଏସ୍.ଏସ୍. ପ୍ରାର୍ଥନା

ବି.ଏଲ.ଇ.ଏସ.ଏସ. ପ୍ରାର୍ଥନା ଶୈଳୀ

The BLESS prayer pattern gives five ways you can pray for people you meet at any time, but especially while prayer walking.

  • ଶରୀର - ସ୍ୱାସ୍ଥ୍ୟ
  • ପରିଶ୍ରମ - କାର୍ଯ୍ୟ ଓ ଅର୍ଥ
  • ଆବେଗ - ନୈତିକତା
  • ସାମାଜିକ - ସମ୍ପର୍କ
  • ଆତ୍ମିକତା - ଈଶ୍ୱରଙ୍କୁ ଅଧିକରୂପେ ଜାଣିବା ଓ ପ୍ରେମ କରିବା

ଲକ୍ଷ୍ୟ ପ୍ରାପ୍ତ ହେଲା

(90 min)

ପ୍ରାର୍ଥନାରେ ଗମନାଗମନ

ଚାରୋଟି ଉତ୍ସ ଯାହା ଆପଣଙ୍କୁ ପ୍ରାର୍ଥନା କରିବାରେ ମାର୍ଗଦର୍ଶନ କରିପାରେ:

  1. ଲକ୍ଷ୍ୟ - ଆପଣ କ'ଣ ଦେଖନ୍ତି ? ଆପଣ ଯଦି ଏକ ସ୍ଥାନରେ ଜଣେ ପିଲାର ଖେଳନା ଦେଖନ୍ତି, ତେବେ ଆପଣ ପ୍ରତିବାସୀର ପିଲାମାନଙ୍କ ନିମନ୍ତେ, ପରିବାରଗୁଡ଼ିକ ନିମନ୍ତେ କିମ୍ବା ସେହି କ୍ଷେତ୍ରରେ ଥିବା ବିଦ୍ୟାଳୟ ନିମନ୍ତେ ପ୍ରାର୍ଥନା କରିବାକୁ ପ୍ରେରଣା ପାଇପାରିବେ ।
  2. ଅନୁସନ୍ଧାନ - ଆପଣ କ'ଣ ଜାଣନ୍ତି ? ଆପଣ ଯଦି ପ୍ରତିବାସୀଙ୍କ ବିଷୟରେ ପଢ଼ିଛନ୍ତି, ତେବେ ଆପଣ ହୁଏତ ସେଠାରେ ବାସ କରୁଥିବା ଲୋକମାନଙ୍କ ବିଷୟରେ, କିମ୍ବା ସେହି ଅଞ୍ଚଳର ଲୋକମାନେ ଅପରାଧ ବା ଅନ୍ୟାୟ ପ୍ରପୀଡ଼ିତ କି ନାହିଁ ସେ ବିଷୟରେ କିଛି ଜାଣନ୍ତି । ଏହି ବିଷୟଗୁଡ଼ିକ ବିଷୟରେ ପ୍ରାର୍ଥନା କରନ୍ତୁ ଓ କାର୍ଯ୍ୟ କରିବାକୁ ଈଶ୍ୱରଙ୍କୁ ଅନୁରୋଧ କରନ୍ତୁ ।
  3. ପ୍ରକାଶନ - ପବିତ୍ର ଆତ୍ମା ହୁଏତ ଏକ ନିର୍ଦ୍ଦିଷ୍ଟ ଆବଶ୍ୟକତା ବା ପ୍ରାର୍ଥନାର ବିଷୟ ନିମନ୍ତେ ଆପଣଙ୍କ ହୃଦୟରେ ଆଘାତ କରିବେ କିମ୍ବା ମନରେ ଏକ ଧାରଣା ଆଣିବେ । ଶୁଣନ୍ତୁ - ଓ ପ୍ରାର୍ଥନା କରନ୍ତୁ !
  4. ଶାସ୍ତ୍ର - ଆପଣଙ୍କ ଗମନାଗମନର ପ୍ରସ୍ତୁତି ନିମନ୍ତେ କିମ୍ବା ଆପଣ ଚାଲିଲା ବେଳେ ଈଶ୍ୱରଙ୍କ ବାକ୍ୟର କିଛି ଅଂଶ ହୁଏତ ଆପଣ ପଢ଼ିବେ, ପବିତ୍ର ଆତ୍ମା ହୁଏତ ମନରେ ଏକ ଶାସ୍ତ୍ରାଂଶ ଆଣିବେ । ସେହି ପରିଚ୍ଛେଦ ଓ ଏହା ସେହି ଅଞ୍ଚଳରେ ଥିବା ଲୋକମାନଙ୍କ ଉପରେ କିପରି ପ୍ରଭାବ ପକାଇଥାଏ ସେ ବିଷୟରେ ପ୍ରାର୍ଥନା କରନ୍ତୁ ।

ପାଞ୍ଚଟି ପ୍ରଭାବ କ୍ଷେତ୍ର ଯେଉଁ ବିଷୟରେ ଆମେ ପ୍ରାର୍ଥନା ଉପରେ ଧ୍ୟାନ ଦେବା ଉଚିତ୍:

  1. ସରକାର - ସରକାରୀ କେନ୍ଦ୍ରଗୁଡ଼ିକୁ ଦେଖନ୍ତୁ ଓ ପ୍ରାର୍ଥନା କରନ୍ତୁ, ଯେପରି ବିଚାରାଳୟ କାର୍ଯ୍ୟାଳୟ, କମିଶନ୍ କୋଠାଗୁଡ଼ିକ ବା ଆଇନ୍ କାର୍ଯ୍ୟକାରୀ କରୁଥିବା କାର୍ଯ୍ୟାଳୟଗୁଡ଼ିକ । କ୍ଷେତ୍ରର ସୁରକ୍ଷା ନିମନ୍ତେ, ନ୍ୟାୟ ନିମନ୍ତେ ଓ ଏହାର ନେତାମାନଙ୍କ ଐଶ୍ୱରିକ ଜ୍ଞାନ ନିମନ୍ତେ ପ୍ରାର୍ଥନା କରନ୍ତୁ ।
  2. ବ୍ୟବସାୟ ଓ ବାଣିଜ୍ୟ - ଆର୍ଥିକ ସହରଗୁଡ଼ିକ କିମ୍ବା ଦୋକାନ କ୍ଷେତ୍ର ଭାବରେ ବାଣିଜ୍ୟ କେନ୍ଦ୍ରଗୁଡ଼ିକ ଅନ୍ୱେଷଣ କରନ୍ତୁ ଓ ପ୍ରାର୍ଥନା କରନ୍ତୁ । ଧାର୍ମିକ ବିନିଯୋଗ ଉତ୍ସଗୁଡ଼ିକର ଉତ୍ତମ ଭଣ୍ଡାରଘରିଆ ନିମନ୍ତେ ପ୍ରାର୍ଥନା କରନ୍ତୁ । ଅର୍ଥନୈତିକ ନ୍ୟାୟ ଓ ସୁଯୋଗ ଓ ହୃଷ୍ଟଚିତ୍ତ ଓ ଐଶ୍ୱରିକ ଦାତାମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ, ଯେଉଁମାନେ ଲାଭ ନ ଦେଖି ଲୋକମାନଙ୍କୁ ଦେଖିଥା'ନ୍ତି ।
  3. ଶିକ୍ଷା - ଶିକ୍ଷା କେନ୍ଦ୍ରଗୁଡ଼ିକ ଅନ୍ୱେଷଣ କରନ୍ତୁ ଓ ପ୍ରାର୍ଥନା କରନ୍ତୁ ଯେପରି ବିଦ୍ୟାଳୟ ଓ ପ୍ରଶାସନିକ ଘର, ଧନ୍ଦାମୂଳକ ତାଲିମ୍ କେନ୍ଦ୍ରଗୁଡ଼ିକ, ସାମ୍ପ୍ରଦାୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ । ଧାର୍ମିକ ଶିକ୍ଷାଦାତାଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ ଯେପରି ସେମାନେ ଈଶ୍ୱରଙ୍କ ସତ୍ୟ ଶିକ୍ଷା ଦେବେ ଓ ସେମାନଙ୍କ ଛାତ୍ରମାନଙ୍କ ମନକୁ ସୁରକ୍ଷିତ କରିବେ । ପ୍ରାର୍ଥନା କରନ୍ତୁ ଯେପରି ମିଥ୍ୟା ବା ଦ୍ୱନ୍ଦ ବୃଦ୍ଧି କରିବାକୁ ସମସ୍ତ ଉଦ୍ୟମରେ ଈଶ୍ୱର ହସ୍ତକ୍ଷେପ କରିବେ । ପ୍ରାର୍ଥନା କରନ୍ତୁ ଯେ ଏହି ସ୍ଥାନଗୁଡ଼ିକ ଜ୍ଞାନୀ ନାଗରିକମାନଙ୍କୁ ପ୍ରେରଣ କରିବ, ଯେଉଁମାନଙ୍କର ସେବା ଓ ପରିଚାଳନା କରିବା ପାଇଁ ଏକ ହୃଦୟ ଅଛି ।
  4. ଯୋଗାଯୋଗ - ଯୋଗାଯୋଗ କେନ୍ଦ୍ରଗୁଡ଼ିକ ଅନ୍ୱେଷଣ କରନ୍ତୁ ଓ ପ୍ରାର୍ଥନା କରନ୍ତୁ, ଯେପରି ରେଡ଼ିଓ କେନ୍ଦ୍ରଗୁଡ଼ିକ, ଟିଭି ଷ୍ଟେସନ୍ଗୁଡ଼ିକ ଓ ଖବର କାଗଜ ପ୍ରକାଶକ ସଂସ୍ଥାଗୁଡ଼ିକ । ଈଶ୍ୱରଙ୍କ କାହାଣୀ ଓ ତାହାଙ୍କ ଅନୁଗାମୀମାନଙ୍କ ସାକ୍ଷ୍ୟ ଯେପରି ସହରରେ ଓ ସମଗ୍ର ଜଗତରେ ପ୍ରଚାରିତ ହେବ ସେଥିପାଇଁ ପ୍ରାର୍ଥନା କରନ୍ତୁ । ପ୍ରାର୍ଥନା କରନ୍ତୁ ଯେପରି ତାହାଙ୍କ ବାର୍ତ୍ତା ତାହାଙ୍କ ମାଧ୍ୟମରେ ତାହାଙ୍କର ଅନେକ ସଂଖ୍ୟକ ଲୋକଙ୍କ ପ୍ରତି ପରିବେଷିତ ହେବ ଓ ଯେପରି ଈଶ୍ୱରଙ୍କ ଲୋକମାନେ ସର୍ବତ୍ର ଈଶ୍ୱରଙ୍କ କାର୍ଯ୍ୟ ଦେଖିବେ ।
  5. ଆତ୍ମିକତା - ଆତ୍ମିକ କେନ୍ଦ୍ରଗୁଡ଼ିକ ଅନ୍ୱେଷଣ କରନ୍ତୁ ଓ ପ୍ରାର୍ଥନା କରନ୍ତୁ ଯେପରି ମଣ୍ଡଳୀ କୋଠାଗୁଡ଼ିକ, ମସ୍ଜିଦ୍ ବା ମନ୍ଦିରଗୁଡ଼ିକ । ପ୍ରାର୍ଥନା କରନ୍ତୁ ଯେପରି ଆତ୍ମିକ ଅନ୍ୱେଷଣକାରୀ ଯୀଶୁଙ୍କଠାରେ ଶାନ୍ତି ଓ ସାନ୍ତ୍ୱନା ପାଇବେ ଓ କୌଣସି ଭ୍ରାନ୍ତ ଧର୍ମ ଦ୍ୱାରା ବିଚଳିତ ବା ଦ୍ୱନ୍ଦଗ୍ରସ୍ତ ହେବେ ନାହିଁ ।

ପ୍ରାର୍ଥନା କରନ୍ତୁ

(5 min)

ପ୍ରାର୍ଥନା ପଦଯାତ୍ରାରେ ବାହାରିବା ପୂର୍ବରୁ, ଆପଣଙ୍କ ଦଳ ସହିତ ପ୍ରାର୍ଥନା କରି ଏକତ୍ରିତ ହେବାର ସମୟ ସମାପ୍ତ କରନ୍ତୁ ।

ଈଶ୍ୱରଙ୍କ ଧନ୍ୟବାଦ ଯେ ସେ ହଜିଯାଇଥିବା, ଶେଷ ଓ ସର୍ବନିମ୍ନଙ୍କୁ ଭଲ ପାଆନ୍ତି – ଆମ ସମେତ!

ଆପଣ ତାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କ ହୃଦୟକୁ ଏବଂ ଆପଣ ଯେଉଁମାନଙ୍କୁ ଭେଟିବେ ସେମାନଙ୍କର ହୃଦୟକୁ ତାଙ୍କ କାର୍ଯ୍ୟ ପାଇଁ ପ୍ରସ୍ତୁତ କରନ୍ତୁ ।

Take a Break

ସାରାଂଶ

(1 min)

ଏହି ଅଧିବେଶନରେ, ଆମେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା:

ଏବଂ ଆମେ ଏହି ସାଧନଗୁଡ଼ିକ ଆମର ଟୁଲକିଟ୍ ରେ ଯୋଡ଼ିବା:

  • ଜଣେ ଶାନ୍ତିର ବ୍ୟକ୍ତି ଏବଂ କିପରି ତାଙ୍କୁ ଅନ୍ୱେଷଣ କରିବେ
  • ବିଶ୍ୱସ୍ତତା ଜ୍ଞାନ ଅପେକ୍ଷା ଉତ୍ତମ ଅଟେ
  • ବିଏଲ୍‌ଇଏସ୍‌ଏସ୍ ପ୍ରାର୍ଥନା ଢାଞ୍ଚା
  • ପ୍ରାର୍ଥନାରେ ଚାଲିବା ଏବଂ ଏହା କିପରି କରାଯାଏ
  • ୩/୩ ଦଳ ସାକ୍ଷାତକାର ଶୈଳୀ

READ

(5 min)

ବିଶ୍ୱସ୍ତ‍ତା

ଏହି ସେସନ୍‌ରେ ଆମେ ଶିଖିବା କିପରି ଆଧ୍ୟାତ୍ମିକ ପରପକ୍ୱତା ମାପିବାକୁ ଜ୍ଞାନ ଓ ପ୍ରଶିକ୍ଷଣ ଅପେକ୍ଷା ବିଶ୍ୱସ୍ତତା ହେଉଛି ଏକ ଅଧିକ ଭଲ ସାଧନ । ଦୁଇଟି କଳ୍ପନା ଅଛି ଯାହା ଆଜି ମଣ୍ଡଳୀରେ ଅେନକ ସମସ୍ୟା ସୃଷ୍ଟି କରିଛି ।

ପ୍ରଥମ କଳ୍ପନା ହେଉଛି ଜଣଙ୍କର ଆଧ୍ୟାତ୍ମିକ ପରିପକ୍ୱତା ସେ ଈଶ୍ୱରଙ୍କ ବାକ୍ୟ ବିଷୟରେ କେତେ ଜାଣିଛନ୍ତି ତାହା ସହ ସମ୍ପୃକ୍ତ । ସେମାନେ କାର୍ଯ୍ୟ କରନ୍ତି ଯେପରି ଠିକ୍‌ ବିଶ୍ୱାସ କିମ୍ବା ଋଢ଼ିବାଦୀତା ଜଣଙ୍କର ବିଶ୍ୱାସର ଭଲ ମାପ ।

ଦ୍ୱିତୀୟ କଳ୍ପନା ହେଉଛି ଯେ ନେତୃତ୍ୱ କରିବାରେ ଜଣଙ୍କର କ୍ଷମତା ସେମାନେ ପୂର୍ଣ୍ଣ ରୂପେ ସେବାକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ଆବଶ୍ୟକ କରେ । ସେମାନେ କାର୍ଯ୍ୟ କରନ୍ତି ଯେପରି ସମ୍ପୂର୍ଣ୍ଣ ଜ୍ଞାନ ସେବା କରିବାରେ ଜଣଙ୍କର କ୍ଷମତାର ଏକ ଭଲ ମାପ ।

ପ୍ରଥମ କଳ୍ପନା ସହିତ ସମସ୍ୟା ହେଉଛି ଋଢ଼ିବାଦିତା କିମ୍ବା ଠିକ୍‌ ବିଶ୍ୱାସ ଉପରେ ନିର୍ଭର କରିବା ହେଉଛି ଶୟତାନ ନିଜେ କୌଣସି ମନୁଷ୍ୟଠାରୁ ଅଧିକ ଧର୍ମଶାସ୍ତ୍ର ଜାଣେ । ଈଶ୍ୱରଙ୍କ ବାକ୍ୟ କହେ - ତୁମ୍ଭେ ବିଶ୍ୱାସ କର ଯେ, କେବଳ ଜଣେ ପରମେଶ୍ୱର ଅଛନ୍ତି:

ଭଲ କଥା କିନ୍ତୁ ଭୂତମାନେ ମଧ୍ୟ ଏହା ବିଶ୍ୱାସ କରନ୍ତି ଓ ଭୟରେ ଥରହର ହୁଅନ୍ତି ।

ଜଣଙ୍କର ଆଧ୍ୟାତ୍ମିକ ପରିପକ୍ୱତାର ଅଧିକ ଭଲ ମାପ ହେଉଛି ଅର୍ଥୋପ୍ରାକ୍ସି ଅର୍ଥାତ୍‌ ଠିକ୍‌ ଅଭ୍ୟାସ । ଆମେ ଯାହା ଜାଣିଛେ ତାହା ଉପରେ ଆଧାରିତ କରି ପରିପକ୍ୱତା ମାପିବା ଅପେକ୍ଷା ମାନିବା ଓ ବାଣ୍ଟିବାରେ ବିଶ୍ୱସ୍ତତା ବିଷୟରେ ଚିନ୍ତା କରିବା ଉଚିତ ।

ଦ୍ୱିତୀୟ କଳ୍ପନା ଯେ ନେତୃତ୍ୱ ନେବା ପୂର୍ବରୁ ଜଣେ ପୂର୍ଣ୍ଣ ପ୍ରଶିକ୍ଷିତ ହେବା ଉଚିତ ସହ ସମସ୍ୟା ହେଉଛି ଏଇଆ ଯେ କେହିବି କେବେ ସମ୍ପୂର୍ଣ୍ଣ ପ୍ରଶିକ୍ଷିତ ହେଇପାରନ୍ତିନି ।

ରାଜ୍ୟରେ କେତେକ ଅତି ଗୁରୁତ୍ୱପୂର୍ଣ୍ଣ କାମ କରିବା ପାଇଁ ଯୀଶୁ ଯୁବା ଅଗ୍ରଣୀମାନଙ୍କୁ ବାହାରକୁ ପଠାଉଥିଲେ ଯିଏ ଅେନକ ବିଷୟ ଶିଖି ନଥିଲେ ।

ଈଶ୍ୱରଙ୍କ ବାକ୍ୟ କହେ - ଯୀଶୁ ବାରଜଣ ପ୍ରେରିତଙ୍କୁ ଏକାଠି ଡାକିଲେ । ସେ ସେମାନଙ୍କୁ ଭୂତମାନଙ୍କ ଉପରେ କ୍ଷମତା ଓ ଅଧିକାର ପ୍ରଦାନ କଲେ । ସେ ପ୍ରେରିତମାନଙ୍କୁ ରୋଗ ଭଲ କରିଦେବା ପାଇଁ ମଧ୍ୟ ଶକ୍ତି ଦେଲେ । ତା'ପରେ ସେ ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ସୁସମାଚାର ଶୁଣାଇବା ପାଇଁ ଓ ରୋଗୀମାନଙ୍କୁ ସୁସ୍ଥ କରିବା ପାଇଁ ପଠାଇଲେ ।

ପିତର ତାଙ୍କ ବିଶ୍ୱାସ ଯେ ଯୀଶୁହିଁ ତ୍ରାଣକର୍ତ୍ତା ବାଣ୍ଟିବା ପୂର୍ବରୁ ଏହି ପ୍ରେରିତମାନଙ୍କୁ ପଠାଯାଇଥିଲା କିଛି ଯାହାକୁ ଆମେ ବିଶ୍ୱାସର ପ୍ରଥମ ପାଦ ରୂପେ ବିଚାର କରିବା କଥା ଏପରିକି ପଠାଯିବା ପରେବି ଯୀଶୁ ଅେନକ ଥର ପିତରଙ୍କୁ ତାଙ୍କ ଭୁଲ୍‌ ପାଇଁ ସମାଲୋଚନା କରିଥିଲେ ଆଉ ପରେ ପିତର ଯୀଶୁଙ୍କୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରିଥିଲେ । ଅନ୍ୟ ଅନୁଗାମୀମାନେ ଯୁକ୍ତି କରୁଥିଲେ ଯେ ମହାନତମ କିଏ ଥିଲା ଓ ଈଶ୍ୱରଙ୍କ ଭବିଷ୍ୟତ ରାଜ୍ୟରେ କିଏ କେଉଁ ଭୂମିକା ନିର୍ବାହ କରିବେ ।

ସେମାନ ସମସ୍ତଙ୍କୁ ଅେନକ କିଛି ଶିଖିବାର ବାକି ଥିଲା । ସେମାନେ ଯାହା ଜାଣିଥିଲେ ତାରି ଆଧାରରେ ଯୀଶୁ ସେମାନଙ୍କୁ କାମରେ ଲଗାଇଲେ ।

ଜ୍ଞାନଠାରୁ ଅଧିକ ବିଶ୍ୱସ୍ତତା ହେଉଛି କିଛି ଯାହା ଯୀଶୁଙ୍କ ଅନୁଗମନ କରିବା ମାତ୍ରକେ ଆରମ୍ଭ ହୁଏ ।

ପ୍ରଶିକ୍ଷଣଠାରୁ ଅଧିକ ବିଶ୍ୱସ୍ତତା ହେଉଛି କିଛି ଯାହାକୁ ମପା ଯାଇହେବ ଆମକୁ ଦିଆଯାଇଥିବା ବିଷୟ ସହ ଆମେ କ'ଣ କରୁ, ସେଥିରୁ ।

ଯଦି ଆମେ ମାନୁ ଓ ବାଣ୍ଟୁ ଯାହା ଆମେ ଅନ୍ୟମାନଙ୍କ ସହ ଶୁଣୁ ତେବେ ଆମେ ବିଶ୍ୱସ୍ତ ।

ଯଦି ଆମେ ଶୁଣୁ ହେଲେ ମାନିବାକୁ ଓ ବାଣ୍ଟିବାକୁ ମନାକରୁ ତେବେ ଆମେ ଅବିଶ୍ୱସ୍ତ ।

ଆମେ ଶିଷ୍ୟମାନଙ୍କୁ ବହୁଗୁଣିତ କରୁଥିବାବେଳେ ଚାଲନ୍ତୁ ନିଶ୍ଚିତ କରିବା ଯେ ଆମେ ଠିକ୍‌ ବିଷୟ ସବୁକୁ ମାପୁଛେ ।

ଚର୍ଚ୍ଚା କରନ୍ତୁ

(10 min)

  1. ଆପଣ ପୂର୍ବରୁ ଜାଣିଥିବା ଈଶ୍ୱରଙ୍କ ଆଜ୍ଞାଗୁଡ଼ିକ ବିଷୟରେ ଚିନ୍ତା କରନ୍ତୁ । ସେହିସବୁ ବିଷୟ ପାଳନ କରିବାରେ ଓ ଅନ୍ୟମାନଙ୍କୁ ଜଣାଇବାରେ ଆପଣ କେତେ "ବିଶ୍ୱସ୍ତ" ଅଟନ୍ତି ?

READ

(75 min)

୩/୩ ଦଳୀୟ ବୈଠକ

ଯୁମେ ପ୍ରଶିକ୍ଷଣକୁ ପୁଣି ଥରେ ସ୍ୱାଗତ । ଏହି ଅଧିବେଶନରେ, ଆମେ ଶିଖିବା ଯେ କିପରି ଏକ ୩/୩ (ଟିପ୍ପଣୀ: "ତିନି-ତୃତୀୟାଂଶ" ଭାବରେ ଉଚ୍ଚାରଣ କରନ୍ତୁ) ଗୋଷ୍ଠୀ ହେଉଛି ବୈଠକର ଏକ ପଦ୍ଧତି ଯାହା ଯୀଶୁଙ୍କ ଅନୁଗାମୀମାନଙ୍କୁ ପରସ୍ପରକୁ ଯୀଶୁଙ୍କୁ ଅଧିକ ନିକଟତର ଭାବରେ ଅନୁସରଣ କରିବାରେ ସାହାଯ୍ୟ କରେ ।

ଯୀଶୁ କହିଲେ, 'କାରଣ ଯେଉଁ ସ୍ଥାନରେ ଦୁଇ କି ତିନି ଜଣ ମୋʼ ନାମରେ ଏକତ୍ର ହୁଅନ୍ତି, ସେହି ସ୍ଥାନରେ ମୁଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ଅଛି। ' ଏହା ଏକ ଶକ୍ତିଶାଳୀ ପ୍ରତିଶ୍ରୁତି ଏବଂ ଯୀଶୁଙ୍କର ପ୍ରତ୍ୟେକ ଅନୁଗାମୀ ଏହାର ଲାଭ ଉଠାଇବା ଉଚିତ୍ । କିନ୍ତୁ ଯେତେବେଳେ ଆପଣ ଏକ ଗୋଷ୍ଠୀ ଭାବରେ ଏକାଠି ହୁଅନ୍ତି, ଆପଣ ଆପଣଙ୍କ ସମୟ କିପରି ବିତାଇବା ଉଚିତ୍?

ଏକ 3/3 (ଟିପ୍ପଣୀ: "ତିନି-ତୃତୀୟାଂଶ" ଭାବରେ ଉଚ୍ଚାରଣ କରନ୍ତୁ) ଗୋଷ୍ଠୀ ହେଉଛି ଏକ ଦଳ ଯାହା ସେମାନଙ୍କର ସମୟକୁ ଏକତ୍ର 3 ଭାଗରେ ବିଭକ୍ତ କରନ୍ତି, ଯାହା ଦ୍ୱାରା ସେମାନେ ଯୀଶୁଙ୍କ ଆଦେଶ ଅନୁଯାୟୀ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ପାଳନ କରିବାକୁ ଅଭ୍ୟାସ କରିପାରିବେ।

ଏହା ଏହିପରି କାର୍ଯ୍ୟ କରେ:

  • ପଛକୁ ଚାହିଁବା (ଦୃଶ୍ୟ - ୧/୩) ଗୋଷ୍ଠୀଗତ ସମୟର ପ୍ରଥମ ତୃତୀଯାଂଶ ଆମେ ଏକତ୍ର ହେବା ପରଠାରୁ ଘଟିଥିବା ଘଟଣାଗୁଡ଼ିକୁ ମନେ ପକାଇ ବିତାଇଥାଉ ।
  • ଉପରକୁ ଚାହିଁବା (ଦୃଶ୍ୟ - ୨/୩) ଗୋଷ୍ଠୀଗତ ସମୟର ମଧ୍ୟମ ତୃତୀୟାଂଶ ଶାସ୍ତ୍ର, ଆଲୋଚନା ଏବଂ ପ୍ରାର୍ଥନା ମାଧ୍ୟମରେ ଈଶ୍ବରଙ୍କ ଜ୍ଞାନ ଏବଂ ପଥପ୍ରଦର୍ଶନ ପାଇଁ ଉପରକୁ ଚାହିଁବା ।
  • ଆଗକୁ ଦେଖନ୍ତୁ (ଦୃଶ୍ୟ - ୩/୩) ଗୋଷ୍ଠୀଗତ ସମୟର ଶେଷ ତୃତୀୟାଂଶ ସମୟ ଆମେ ଯାହା ଶିଖିଛୁ ତାହାକୁ କିପରି ପ୍ରୟୋଗ କରିପାରିବା ଏବଂ ମାନିପାରିବା ସେହି ଅପେକ୍ଷାରେ ବିତାଇବା ।

ଏହି ଅଧିବେଶନରେ ଆପଣଙ୍କ ଗୋଷ୍ଠୀକୁ ୩/୩ ଗୋଷ୍ଠୀର ସଂକ୍ଷିପ୍ତ ସଂସ୍କରଣ ମାଧ୍ୟମରେ ପରିଚାଳିତ କରାଯିବ ଯାହା ଆପଣଙ୍କୁ ବାସ୍ତବ ଜୀବନରେ ସମ୍ପୂର୍ଣ୍ଣ ସଂସ୍କରଣ ପାଇଁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ । ଆଧ୍ୟାତ୍ମିକ ଶ୍ୱାସକ୍ରିୟା ଉପରେ ଅଧିବେଶନକୁ ମନେରଖନ୍ତୁ? ନିଶ୍ୱାସ ନିଅନ୍ତୁ, ଈଶ୍ବରଙ୍କ ଠାରୁ ଶୁଣନ୍ତୁ । ନିଃଶ୍ବାସ ନିଅନ୍ତୁ, ଯାହା ଶୁଣୁଛନ୍ତି ତାହା ପାଳନକରନ୍ତୁ ଏବଂ ଅନ୍ୟମାନଙ୍କ ସହିତ ବାଣ୍ଟନ୍ତୁ । ଏକ ୩/୩ୟାଂଶ ଗୋଷ୍ଠୀର ମୂଳ କଥା ଏହି। ଏକ ୩/୩ ଗୋଷ୍ଠୀ ଏପରି ଏକ ଗୋଷ୍ଠୀ ଯାହା ସେମାନଙ୍କର ସମୟକୁ ୩ ଭାଗରେ ବିଭକ୍ତ କରିଥାଏ, ଯାହାଫଳରେ ସେମାନେ ଈଶ୍ବରଙ୍କଠାରୁ ଶୁଣିବାର ଅଭ୍ୟାସ କରିପାରିବେ ଏବଂ ଯୀଶୁଙ୍କ ଆଦେଶର କେତେକ ଗୁରୁତ୍ବପୂର୍ଣ୍ଣ ବିଷୟକୁ ପାଳନ କରିବା ଏବଂ ସେଗୁଡ଼ିକର ଆଦାନପ୍ରଦାନ କରିପାରିବେ ।

ଏହି ଅଭ୍ୟାସ ଅଧିବେଶନ ଏକ ଘଣ୍ଟାରୁ କିଛି ଅଧିକ ସମୟ ଧରି ଚାଲିବ ଏବଂ ଏହା ଦ୍ରୁତ ଗତିରେ ଚାଲିବ । ଯଦି ଆପଣଙ୍କର ଏକ ବୃହତ ଗୋଷ୍ଠୀ ଅଛି କିମ୍ବା ଗଭୀର ଆଲୋଚନା ପସନ୍ଦ କରନ୍ତି, ତେବେ ଆପଣ ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ଏକ ଘଡ଼ି କିମ୍ବା ଟାଇମର୍ ସହିତ ଆପଣଙ୍କୁ ବାଟରେ ରଖିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିପାରିବେ ।

ବାସ୍ତବ ଜୀବନରେ, ଏହି ପଦକ୍ଷେପଗୁଡ଼ିକ ଧୀର ଗତିରେ ଚାଲିବ, କିନ୍ତୁ ଆପଣ ଅଭ୍ୟାସ କରୁଥିବା ସମୟରେ ଏହା ଜାରି ରଖିବା ନିଶ୍ଚିତ କରନ୍ତୁ ଯାହା ଦ୍ୱାରା ଆପଣଙ୍କ ପାଖରେ ସମୟ ର ଅଭାବ ହେବ ନାହିଁ । କୌଣସି ପଦକ୍ଷେପକୁ ଏଡ଼ାଇ ଯାଆନ୍ତୁ ନାହିଁ - ସେଗୁଡିକ ସମସ୍ତ ଗୁରୁତ୍ୱପୂର୍ଣ୍ଣ!

ମନେରଖନ୍ତୁ ୩/୩ ଗୋଷ୍ଠୀ ଏକ ବାଇବଲ ଅଧ୍ୟୟନ ସହିତ ସମାନ ନୁହେଁ - ଏହା ଉଦ୍ଦେଶ୍ୟମୂଳକ ଅଟେ! ଏହି ଅନୁଭୂତିକୁ ସାକ୍ଷାତର ଏକ ନୂତନ ଉପାୟ ଶିଖିବା ପାଇଁ ଏକ ସୁଯୋଗ ଭାବରେ ବ୍ୟବହାର କରନ୍ତୁ ଏବଂ ଦେଖନ୍ତୁ ଯେ ଆପଣଙ୍କ ସମୟ ପାଇଁ ଈଶ୍ବର କେଉଁ ସବୁ ଉତ୍ତମ ଯୋଜନା କରିଛନ୍ତି । ଯିବା ପାଇଁ ପ୍ରସ୍ତୁତ କି ? ଚାଲନ୍ତୁ ଆରମ୍ଭ କରିବା!

ପଛକୁ ଚାହିଁବା

ଆମେ ଆମ ସମୟର ପ୍ରଥମ ତୃତୀଯାଂଶକୁ ପରସ୍ପରର ଯତ୍ନ ନେବା, ଧନ୍ଯବାଦ ଦେବା, ସଂଘର୍ଷ ବାଣ୍ଟିବା ଏବଂ ଆମ ଗୋଷ୍ଠୀର ଅନ୍ୟ ସଦସ୍ୟମାନଙ୍କ ପାଇଁ ପ୍ରାର୍ଥନା କରି ଅତିବାହିତ କରିବା । ଆମେ ଏହା ମଧ୍ୟ ଯାଞ୍ଚ କରିବୁ ଯେ ଦଳରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଗତ ଥର ପାଇଁ ଆମେ ଏକାଠି ଥିବା ବେଳେ ସେମାନେ କ'ଣ ଶିଖିଲେ ତାହା ପାଳନ କରିବା ଏବଂ ବାଣ୍ଟିବାର ସୁଯୋଗ ପାଇଛନ୍ତି କି ନାହିଁ ।

**ପ୍ରତ୍ୟେକ ବ୍ୟକ୍ତି କିଛି ସମୟ ନେଇ ସେମାନେ ଯେଉଁଥିପାଇଁ କୃତଜ୍ଞ ଅଟନ୍ତି ବାଣ୍ଟନ୍ତୁ । ଏହି ଭିଡ଼ିଓର ପୋଜ୍ ବଟନ ଦବାନ୍ତୁ ଏବଂ ବର୍ତ୍ତମାନ ତାହା କରନ୍ତୁ... **

ଆପଣ ସେଠାରେ ଅଛନ୍ତି କି? ପ୍ରକୃତରେ, ଆମେ ଚାହୁଁଛୁ ଯେ ଆପଣ ବିରାମ ନିଅନ୍ତୁ, ଏବଂ ଆପଣଙ୍କ ଗୋଷ୍ଠୀର ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ବାଣ୍ଟନ୍ତୁ ଯେଉଁଥିପାଇଁ ଆପଣ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛନ୍ତି। ଆପଣ ଫେରିବା ପର୍ଯ୍ୟନ୍ତ ଆମେ ଏଠାରେ ରହିବୁ । (୨ ମିନିଟ୍)

**ଦ୍ବିତୀୟ ପଦକ୍ଷେପ - "ଆପଣଙ୍କ ସଂଘର୍ଷ ବାଣ୍ଟିବା" ଏବଂ "ପରସ୍ପର ପାଇଁ ପ୍ରାର୍ଥନା କରିବା। **

ବର୍ତ୍ତମାନ ଆପଣଙ୍କ ଗୋଷ୍ଟୀର ପ୍ରତ୍ୟେକ ବ୍ୟକ୍ତି ଙ୍କୁ ସଂକ୍ଷିପ୍ତ ଭାବରେ କିଛି ବାଣ୍ଟିବାକୁ କୁହନ୍ତୁ ଯାହା ସହିତ ସେମାନେ ସଂଘର୍ଷ କରୁଛନ୍ତି। ସେମାନେ ଯାହା ବାଣ୍ଟିଛନ୍ତି ସେ ବିଷୟରେ ଅନ୍ୟ କେହି ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ସ୍ଥଗିତ ରଖନ୍ତୁ, ତା'ପରେ ବାଣ୍ଟନ୍ତୁ ଏବଂ ପ୍ରାର୍ଥନା କରନ୍ତୁ। (୮ ମିନିଟ୍)

ତୃତୀୟ ପଦକ୍ଷେପ - "ଗୋଷ୍ଠୀ ଉପରେ ଧ୍ୟାନ କେନ୍ଦ୍ରିତ କରିବା"

ଯେତେବେଳେ ବି ଆପଣମାନେ ଭେଟନ୍ତି, ଆପଣମାନେ ସମୟ ବାହାର କରି ମନେ ପକାଇବାକୁ ଚାହିଁବେ ଯେ ଆପଣମାନେ କାହିଁକି ଏକତ୍ରିତ ହୋଇଛନ୍ତି - ଈଶ୍ୱରଙ୍କୁ ପ୍ରେମ କରିବା, ଅନ୍ୟମାନଙ୍କୁ ପ୍ରେମ କରିବା, ଯୀଶୁଙ୍କୁ ଜଣାଇବା ଏବଂ ଅନ୍ୟମାନଙ୍କୁ ମଧ୍ୟ ତାଙ୍କୁ ବାଣ୍ଟିବାରେ ସାହାଯ୍ୟ କରିବା। ଦଳକୁ ମିଶନ ଉପରେ କେନ୍ଦ୍ରିତ କରିବା ପାଇଁ ଅନେକ ଉପାୟ ଅଛି, କିନ୍ତୁ ଏହି ଅଭ୍ୟାସ ଅଧିବେଶନ ପାଇଁ କେହିଜଣେ ମାଥିଉ ୨୨:୩୭-୩୮ ଉଚ୍ଚ ସ୍ୱରରେ ଦଳକୁ ପଢ଼ିବାକୁ କୁହନ୍ତୁ । ସ୍ଥଗିତ ରଖନ୍ତୁ, ତା'ପରେ ପଢନ୍ତୁ। (୨ ମିନିଟ୍)

ଚତୁର୍ଥ ପର୍ଯ୍ୟାୟ - "ଯାଞ୍ଚ କରିବା"

ଏହା ହେଉଛି ସେହି ଅଂଶ ଯାହା କିଛି ଗୋଷ୍ଠୀ ଏଡ଼ାଇବାକୁ ଚାହାଁନ୍ତି, କାରଣ ଏହାର ଅର୍ଥ ହେଉଛି ପ୍ରଶ୍ନ ପଚାରିବା ଯାହା ବେଳେବେଳେ କଷ୍ଟକର ହୋଇପାରେ । ଦୟାକରି ଏହାକୁ ଏଡ଼ାଇ ଯାଆନ୍ତୁ ନାହିଁ ।

ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଏତେ ଭଲ ପାଉଥିଲେ ଯେ ସେ କଠିନ ପ୍ରଶ୍ନ ପଚାରି ପାରୁଥିଲେ । ଯଦି ଆମେ ଯୀଶୁଙ୍କ ଭଳି ହେବାକୁ ଚାହୁଁଛୁ, ତେବେ ଆମେ ମଧ୍ୟ ପରସ୍ପରକୁ ସେତିକି ଭଲ ପାଇବାରେ ତାହା କରିବା ଉଚିତ । ଏହି ପଦକ୍ଷେପରେ , ଆପଣ ଗୋଷ୍ଠୀର ପ୍ରତ୍ୟେକ ବ୍ୟକ୍ତିଙ୍କୁ ରିପୋର୍ଟ ଦେବେ ଯେ ସେମାନେ ଶୁଣିଥିବା କଥାକୁ ପାଳନ କରିଛନ୍ତି କି ନାହିଁ ।

ଗତ ଥର ଆପଣ ଏକତ୍ର ହୋଇଥିବାବେଳେ ଈଶ୍ବର ଆପଣଙ୍କୁ କ'ଣ କରିବାକୁ କହିଥିଲେ । ପ୍ରତ୍ୟେକ ଯୁମେ ଅଧିବେଶନରେ, ଆମେ ଏହି ପ୍ରତିବଦ୍ଧତାକୁ ଆମର "ଆଗକୁ ଚାହିଁବା"ର ପଦକ୍ଷେପ ଭାବରେ ନମୁନା କରିଛୁ ଯେଉଁଠାରେ ଆମେ ଆପଣଙ୍କୁ ଆଜ୍ଞା ପାଳନ, ସାକ୍ଷ୍ୟଦେବା ଏବଂ ପ୍ରାର୍ଥନା କରିବାକୁ କହୁଛୁ । ଆମେ ଆମର "ପଛକୁ ଚାହିଁବା" ପର୍ଯ୍ୟାୟରେ ଉତ୍ତରଦାୟିତ୍ୱ ନମୁନା ଅନୁସରଣ କରୁ ଯେଉଁଥିରେ ଆମେ ଆପଣଙ୍କୁ ସେହି ସମାନ ପ୍ରତିବଦ୍ଧତା ଉପରେ ଯାଞ୍ଚ କରିବାକୁ କହିଥାଉ ।

ଯଦି ଆପଣ ପ୍ରଶିକ୍ଷଣରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଦକ୍ଷେପଗୁଡ଼ିକରେ ଅଧିକ ସମୟ ବିତାଉନାହାନ୍ତି, ତେବେ ଆରମ୍ଭ କରିବା ପାଇଁ ଏହା ଏକ ଭଲ ସମୟ ଅଟେ ।

ଈଶ୍ବରଙ୍କୁ ପ୍ରେମ କରିବାର ଏକ ଅଂଶ ହେଉଛି ସେ ଯାହା କୁହନ୍ତି ତାହା ପାଳନ କରିବା । ପରସ୍ପରକୁ ପ୍ରେମ କରିବାର ଏକ ଅଂଶ ହେଉଛି ଈଶ୍ବରଙ୍କଠାରୁ ଯାହା ଶୁଣନ୍ତି ତାହା ପାଳନ କରିବା ନିମନ୍ତେ ଜଣକୁ ସାହାଯ୍ୟ କରିବା । ପ୍ରେମର ଅର୍ଥ ହେଉଛି ଅନ୍ୟର ପ୍ରତିବଦ୍ଧତାକୁ ଗମ୍ଭୀରତାର ସହ ନେବା - ଏବଂ ତାଙ୍କୁ ସ୍ନେହପୂର୍ଣ୍ଣ ଭାବରେ ପ୍ରେମ ପ୍ରଦର୍ଶନ କରିବା - ସବୁକିଛି ଏକ ସମୟରେ ।

ବିରାମ ଦିଅନ୍ତୁ ଏବଂ ପ୍ରତ୍ୟେକ ବ୍ୟକ୍ତି ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଏପର୍ଯ୍ୟନ୍ତ ଆପଣ ଯାହା ଶିଖିଛନ୍ତି ତାହାକୁ ଆପଣ କିପରି ପାଳନ କରିଛନ୍ତି?
  • ଆପଣ ଯାହା ଶିଖିଛନ୍ତି ସେଥିରେ ଆପଣ କାହାକୁ ପ୍ରଶିକ୍ଷଣ ଦେଇଛନ୍ତି?
  • ଆମେ ଏକ ଗୋଷ୍ଠୀ ଭାବରେ ଏକତ୍ର ହେବା ପରଠାରୁ ଆପଣ କାହା ସହିତ ଆପଣଙ୍କ କାହାଣୀ କିମ୍ବା ଭଗବାନଙ୍କ କାହାଣୀ ବାଣ୍ଟିଛନ୍ତି କି?

(୧୨ ମିନିଟ୍)

ଯେତେବେଳେ ଆମେ ଆମର ୩/୩ ଗୋଷ୍ଠୀର 'ପଛକୁ ଚାହିଁବା' ବିଭାଗ ଶେଷ କରୁ, ଏଠାରେ କିଛି ଅଛି ଯାହା ଆପଣଙ୍କ ଅଧିବେଶନକୁ ଆହୁରି ଭଲ କରିବାରେ ସାହାଯ୍ୟ କରିବ:

ଯୁମେ କୋଚିଂ ଟିପ୍

ବେଳେବେଳେ ଏକ ଗୋଷ୍ଠୀରେ, ଜଣେ ବ୍ୟକ୍ତି ଅଧିକାଂଶ ସମୟ କଥାବାର୍ତ୍ତା କରିଥାନ୍ତି । ଏପରି ହେବାକୁ ଦିଅନ୍ତୁ ନାହିଁ । ଗୋଷ୍ଠୀରେ ପ୍ରତ୍ୟେକ ବ୍ୟକ୍ତିର ମୂଲ୍ୟ ଅଛି, ତେଣୁ ନିଶ୍ଚିତ କରନ୍ତୁ ଯେ ପ୍ରତ୍ୟେକ ବ୍ୟକ୍ତି ଭାଗିଦାରୀ ହେବାର ସୁଯୋଗ ପାଆନ୍ତି । ଯଦି ଅନ୍ୟମାନଙ୍କୁ କଥା କହିବାର ସୁଯୋଗ ମିଳୁନାହିଁ, ତେବେ ସବୁଠାରୁ ଅଧିକ କଥା କହୁଥିବା ବ୍ୟକ୍ତିଙ୍କୁ ଦୟାକରି ମନେ ପକାଇ ଦିଅନ୍ତୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶୁଣାଯିବା ଉଚିତ ।

ଉପରକୁ ଚାହିଁବା

ଆମର ଏକତ୍ର ହୋଇଥିବା ସମୟର ମଧ୍ୟ ତୃତୀୟାଂଶ ସମୟରେ, ଆମେ ଈଶ୍ୱରଙ୍କ ପବିତ୍ର ଆତ୍ମାଙ୍କୁ ଈଶ୍ୱରଙ୍କ ବାକ୍ୟକୁ ଭଲ ଭାବରେ ବୁଝିବା ପାଇଁ ଆମ ଗୋଷ୍ଠୀର ନେତୃତ୍ୱ ନେବାକୁ ନିମନ୍ତ୍ରଣ କରୁ। ଈଶ୍ୱରଙ୍କ ଉଦ୍ଦେଶ୍ୟ ଏବଂ ଯୋଜନାଗୁଡ଼ିକୁ ଅନୁସନ୍ଧାନ ଏବଂ ବୁଝିବାରେ ସାହାଯ୍ୟ କରିବା ପାଇଁ ଆମେ ବାଇବେଲର ଏକ ଅଂଶକୁ ଉଚ୍ଚ ସ୍ୱରରେ ପଢ଼ିବୁ ଏବଂ ତା'ପରେ କିଛି ସରଳ ପ୍ରଶ୍ନ ପଚାରିବୁ ଏବଂ ଉତ୍ତର ଦେବୁ ।

**ପ୍ରଥମ ପଦକ୍ଷେପ - ନେତୃତ୍ୱ ନେବା ପାଇଁ ଈଶ୍ବରଙ୍କ ପବିତ୍ର ଆତ୍ମାଙ୍କୁ ନିମନ୍ତ୍ରଣ କରନ୍ତୁ **

ପ୍ରାର୍ଥନା କରିବା ପାଇଁ କିଛି ସମୟ ନିଅନ୍ତୁ। ଈଶ୍ବରଙ୍କ ସହ ସରଳ ଏବଂ ସଂକ୍ଷିପ୍ତ ଭାବରେ କଥାବାର୍ତ୍ତା କରନ୍ତୁ। ଯେଉଁ ଅଧ୍ୟାୟ ପଢ଼ିବାକୁ ଯାଉଛନ୍ତି ସେଥିରୁ ଆପଣଙ୍କୁ ଶିକ୍ଷା ଦେବା ପାଇଁ ତାଙ୍କର ପବିତ୍ର ଆତ୍ମାଙ୍କୁ କୁହନ୍ତୁ। ବିରାମ ନେଇ ପ୍ରାର୍ଥନା କରନ୍ତୁ। (୨ ମିନିଟ୍)

ଦ୍ବିତୀୟ ପଦକ୍ଷେପ - ଈଶ୍ବରଙ୍କ ବାକ୍ୟ ପଢ଼ନ୍ତୁ ଓ ପ୍ରଶ୍ନ ପଚାରନ୍ତୁ

ଦଳ ଭିତରୁ ଜଣଙ୍କୁ ବାଇବଲରୁ ପଢ଼ିବାକୁ କୁହନ୍ତୁ । ଏହି ଅଭ୍ୟାସ ଅଧିବେଶନ ପାଇଁ, ଲୂକ ୧୮:୯-୧୪ ପଢନ୍ତୁ । ଯେତେବେଳେ ଆପଣ ପଢା ଶେଷ କରିବେ, ଗୋଷ୍ଠୀକୁ ଏହି ଦୁଇଟି ପ୍ରଶ୍ନର ଉତ୍ତର ଦେବାକୁ ହେବ:

  • ଏହି ଶାସ୍ତ୍ରାଂଶରେ ଆପଣଙ୍କୁ କ'ଣ ଭଲ ଲାଗିଲା?
  • କେଉଁ ବିଷୟକୁ ବୁଝିବା ଆପଣଙ୍କ ପାଇଁ କଷ୍ଟକର କିମ୍ବା ଆହ୍ୱାନପୂର୍ଣ୍ଣଥିଲା ଥିଲା?

ଯଦି ଆପଣଙ୍କ ଦଳରେ ମୌଖିକ ଶିକ୍ଷାର୍ଥୀ ଅଛନ୍ତି - ଯେଉଁମାନେ ଭଲ ଭାବରେ ପଢ଼ିପାରନ୍ତି ନାହିଁ କିମ୍ବା ଶୁଣିବା ଦ୍ବାରା ଶିଖିବାକୁ ପସନ୍ଦ କରନ୍ତି - ତେବେ ନିଶ୍ଚିତ କରନ୍ତୁ ଯେ ଆପଣ ଅତିକମରେ ଦୁଇଥର ଏହି ଅଂଶକୁ ସମ୍ପୂର୍ଣ୍ଣ ଭାବରେ ପଢିବେ ।

ବିରାମ ନିଅନ୍ତୁ, ତା'ପରେ ପ୍ରଶ୍ନଗୁଡ଼ିକପଢ଼ନ୍ତୁ ଏବଂ ଉତ୍ତର ଦିଅନ୍ତୁ। (୧୦ ମିନିଟ୍)

ଏବେ ଅନ୍ୟ ଜଣେ ବ୍ୟକ୍ତି ସେହି ଶାସ୍ତ୍ରାଂଶକୁ ଦ୍ବିତୀୟ ଥର ପଢ଼ନ୍ତୁ, ଏବଂ ତା'ପରେ ଦଳ ଏହି ଦୁଇଟି ପ୍ରଶ୍ନର ଉତ୍ତର ଦିଅନ୍ତୁ:

  • ଏହି ଶାସ୍ତ୍ରାଂଶରୁ ଆମେ ବ୍ୟକ୍ତିମାନଙ୍କ ବିଷୟରେ କ'ଣ ଶିଖିପାରିବା?
  • ଏହି ଶାସ୍ତ୍ରାଂଶରୁ ଆମେ ଈଶ୍ବରଙ୍କ ବିଷୟରେ କ'ଣ ଶିକ୍ଷା କରିପାରିବା?

ମନେରଖନ୍ତୁ ଶାସ୍ତ୍ରାଂଶକୁ ଲାଗି ରୁହନ୍ତୁ ଏବଂ ଏହାକୁ ସରଳ ରଖନ୍ତୁ! (୧୦ ମିନିଟ୍)

ଆମର ୩/୩ ଗୋଷ୍ଠୀର ଉପରକୁ ଚାହିଁବା ବିଭାଗର ଏହା ହେଉଛି ସମାପ୍ତି, ଏବଂ ଠାରେ କିଛି ଅଛି ଯାହା ଆପଣଙ୍କ ଅଧିବେଶନକୁ ଆହୁରି ଭଲ କରିବାରେ ସାହାଯ୍ୟ କରିବ:

ଯୁମେ କୋଚିଂ ଟିପ୍

ଯେତେବେଳେ ଆପଣ ଈଶ୍ବରଙ୍କ ବାକ୍ୟ ଅଧ୍ୟୟନ କରୁଛନ୍ତି, ଅନ୍ୟ ପୁସ୍ତକ, ଶିକ୍ଷକ କିମ୍ବା ମତାମତ ପରିବର୍ତ୍ତେ ତାଙ୍କ ବାକ୍ୟ ଉପରେ ଧ୍ୟାନ ଦିଅନ୍ତୁ । "ଆପଣ ଏହାର ଅର୍ଥ କ'ଣ ଭାବୁଛନ୍ତି?" ବୋଲି ପଚାରିବା ପରିବର୍ତ୍ତେ, "ଏହି ଅଧ୍ୟାୟ କ'ଣ କହୁଛି?" ବୋଲି ପଚାରନ୍ତୁ । ଯଦି ଆପଣଙ୍କ ଗୋଷ୍ଠୀରେ କେହି ଜଣେ ଶିକ୍ଷା ଦେବାକୁ ପସନ୍ଦ କରନ୍ତି, ତେବେ ତାଙ୍କୁ ନମ୍ରତାର ସହ ମନେ ପକାଇ ଦିଅନ୍ତୁ ଯେ ଈଶ୍ବରଙ୍କ ପବିତ୍ରଆତ୍ମା ଏବଂ ସିଦ୍ଧ ବାକ୍ୟ ଗୋଷ୍ଠୀକୁ ଶିକ୍ଷା ଦେଇପାରିବ । ଆମେ ସମସ୍ତେ ଏକାଠି ଶିଖିବା ପାଇଁ ଏଠାରେ ଅଛୁ । ଏବଂ ଆଲୋଚନା ସମୟରେ ନିରବତା କିମ୍ବା ବିରାମକୁ ଭୟ କରନ୍ତୁ ନାହିଁ । ଈଶ୍ବର କାର୍ଯ୍ୟ କରୁଛନ୍ତି ଏପରିକି ଯେତେବେଳେ ସବୁ ନୀରବ ଲାଗେ । ତାଙ୍କ ବାକ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ, ସେହି ଶାସ୍ତ୍ରାଂଶରେ ଲାଗି ରୁହନ୍ତୁ, ଏବଂ ବାକି କାର୍ଯ୍ୟ କରିବାକୁ ଈଶ୍ବରଙ୍କୁ ବିଶ୍ବାସ କରନ୍ତୁ ।

ଆଗକୁ ଚାହିଁବା

ଆମ ସମୟର ଶେଷ ତୃତୀୟାଂଶରେ, ଆମେ ଈଶ୍ବରଙ୍କ ବାକ୍ୟରୁ ଯାହା ଶିଖିଛୁ ତାହା ଦ୍ବାରା ଆମେ କିପରି ଆଜ୍ଞାବହ ହୋଇପାରିବା ଏବଂ ଅନ୍ୟମାନଙ୍କୁ କିପରି ତାଲିମ ଦେଇପାରିବା, ତାହା ଆବିଷ୍କାର କରିବା ନିମନ୍ତେ ଆଗ୍ରହର ସହିତ ଅପେକ୍ଷା କରିବା ଉପରେ ଆମେ ଧ୍ୟାନ ଦେବୁ । ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ଈଶ୍ବରଙ୍କୁ କିଛି ସରଳ ପ୍ରଶ୍ନ ପଚାରନ୍ତି ଏବଂ ତା'ପରେ ପ୍ରାର୍ଥନାରେ ତାଙ୍କ ଉତ୍ତରକୁ ଅପେକ୍ଷା କରନ୍ତି । ତା'ପରେ ଆମେ ସାକ୍ଷ୍ୟ ଦେଉ ଏବଂ ଆମର ପ୍ରତିଶ୍ରୁତି ବାଣ୍ଟିଥାଉ ଅଭ୍ୟାସ କରୁ ଏବଂ ଆମର ଏକତ୍ରିତ ସମୟର ସମାପ୍ତି ପାଇଁ ପ୍ରାର୍ଥନା କରୁ |

ପଦକ୍ଷେପ ୧ - ଈଶ୍ବରଙ୍କ ଉଦ୍ଦେଶ୍ୟ ନିମନ୍ତେ ପ୍ରାର୍ଥନା କରିବା

ଆପଣଙ୍କ ଗୋଷ୍ଠୀର ପ୍ରତ୍ୟେକ ବ୍ୟକ୍ତି ନିରବରେ ପ୍ରାର୍ଥନା କରନ୍ତୁ ଏବଂ ଈଶ୍ବରଙ୍କୁ ଏହି ପ୍ରଶ୍ନଗୁଡିକ ପଚାରନ୍ତୁ:

  • • ହେ ଈଶ୍ବର, ଆପଣ ମୋତେ ଯାହା ଶିକ୍ଷା ଦେଉଛନ୍ତି, ତାହା ମୁଁ କିପରି ପାଳନ କରିପାରିବି ଏବଂ କାର୍ଯ୍ୟକାରୀ କରିପାରିବି?
  • • ଏହି ଶାସ୍ତ୍ରାଂଶରୁ ମୁଁ କାହାକୁ ପ୍ରଶିକ୍ଷଣ ଦେଇପାରିବି, ଯାହାଫଳରେ ସେମାନେ ତୁମ୍ଭକୁ ଅଧିକ ଭଲ ପାଇବା ଓ ଆଜ୍ଞାବହ ହେବା ଶିଖିପାରିବେ?
  • • ମୁଁ ମୋ ସାକ୍ଷ୍ୟ କିମ୍ବା ଯୀଶୁଙ୍କ ବିଷୟରେ ତୁମ୍ଭ ସୁସମାଚାର କାହାକୁ ଜଣାଇବି?

ବିରାମ ନିଅନ୍ତୁ ଏବଂ ପ୍ରାର୍ଥନା କରନ୍ତୁ। (୫ ମିନିଟ୍)

ବର୍ତ୍ତମାନଠାରୁ ଯେତେବେଳେ ଆପଣଙ୍କ ଦଳ ପୁନର୍ବାର ଏକତ୍ରିତ ହେବେ, ସେହି ସମୟ ମଧ୍ୟରେ ଆପଣଙ୍କୁ ନିର୍ଦ୍ଦିଷ୍ଟ ଉତ୍ତର, ନିର୍ଦ୍ଦିଷ୍ଟ ନାମ ଏବଂ ନିର୍ଦ୍ଦିଷ୍ଟ ପଦକ୍ଷେପଗୁଡିକ ଦେବା ପାଇଁ ଈଶ୍ବରଙ୍କ ପବିତ୍ର ଆତ୍ମାଙ୍କୁ ପ୍ରାର୍ଥନା କରନ୍ତୁ ।

ପଦକ୍ଷେପ 2 - ପ୍ରତିବଦ୍ଧତା ସଂଗ୍ରହ କରିବା

ପ୍ରତ୍ୟେକ ପ୍ରଶ୍ନ ପାଇଁ ପ୍ରଭୁଙ୍କଠାରୁ ଯାହା ଶୁଣିଛନ୍ତି ତାହା ସାକ୍ଷ୍ୟ ଦେବାକୁ ଆପଣଙ୍କ ଗୋଷ୍ଠୀର ପ୍ରତ୍ୟେକ ବ୍ୟକ୍ତିଙ୍କୁ କୁହନ୍ତୁ। ଗୋଟିଏ, ଦୁଇଟି କିମ୍ବା ତିନୋଟି ପ୍ରଶ୍ନରେ କେହି ସଦାପ୍ରଭୁଙ୍କ ଠାରୁ କିଛି ଶୁଣିନଥିବେ। ସେମାନେ କେବଳ ରିପୋର୍ଟ କରିପାରିବେ ଯେ ସେମାନେ କିଛି ଶୁଣି ନାହାଁନ୍ତି ।

କିନ୍ତୁ ମନେରଖନ୍ତୁ, ଦଳକୁ ପ୍ରଭୁଙ୍କଠାରୁ ଶୁଣିବାକୁ ହେବ । ଯୀଶୁ କହିଲେ - " ମୋର ମେଷମାନେ ମୋର ସ୍ବର ଶୁଣନ୍ତି । " ଏବଂ ଆପଣଙ୍କ ଆଜ୍ଞାବହତାର ପଦକ୍ଷେପ ଯେତେ ନିର୍ଦ୍ଦିଷ୍ଟ ହେବ, ଆମେ ପୁନର୍ବାର ସାକ୍ଷାତ କରିବା ପୂର୍ବରୁ ସେଗୁଡ଼ିକୁ ପାଳନ କରିବା ସେତେ ସହଜ ହେବ ।

ବିରାମ ନିଅନ୍ତୁ, ଏବଂ ତା'ପରେ ଆପଣ ଯାହା ଶୁଣିଛନ୍ତି ତାହା ସାକ୍ଷ୍ୟ ଦିଅନ୍ତୁ। (୧୦ ମିନିଟ୍)

ପଦକ୍ଷେପ ୩ - ଆପଣଙ୍କ ଯୋଜନାକୁ ଅଭ୍ୟାସ କରନ୍ତୁ

ଆପଣମାନେ ଏକତ୍ର ସମୟ ବିତାଇବା ପୂର୍ବରୁ, ଆପଣଙ୍କ ୩/୩ ଗୋଷ୍ଠୀକୁ ଦୁଇ କିମ୍ବା ତିନି ଜଣିଆ ଛୋଟ ଛୋଟ ଦଳରେ ବିଭକ୍ତ କରନ୍ତୁ ଏବଂ ପ୍ରଭୁ ଆପଣଙ୍କୁ ଯାହା କରିବାକୁ କହିଛନ୍ତି ତାହା ଅଭ୍ୟାସ କରନ୍ତୁ ।

ମନେରଖନ୍ତୁ - ଅଭ୍ୟାସ ହେଉଛି ଆଜ୍ଞା ପାଳନ କରିବା, ପ୍ରଶିକ୍ଷଣ ଦେବା କିମ୍ବା ସାକ୍ଷ୍ୟଦେବା ନୁହେଁ, କିନ୍ତୁ ଏହା ଆପଣଙ୍କୁ ସେହି ବିଷୟଗୁଡ଼ିକୁ ଭଲ ଭାବରେ କରିବାକୁ ପ୍ରସ୍ତୁତ କରିଥାଏ । ପ୍ରତ୍ୟେକ ଛୋଟ ଗୋଷ୍ଠୀ ଏକତ୍ର ପ୍ରାର୍ଥନା କରି ପ୍ରଶିକ୍ଷଣ ସମାପନ କରନ୍ତୁ । ସେହି ଲୋକମାନଙ୍କ ପାଇଁ ବିଶେଷ ଭାବରେ ପ୍ରାର୍ଥନା କରନ୍ତୁ ଏବଂ ସେହି ଯୋଜନାଗୁଡିକ ପାଇଁ ପ୍ରାର୍ଥନା କରନ୍ତୁ ଯାହା ଈଶ୍ବର ଆପଣଙ୍କ ହୃଦୟରେ ରଖିଛନ୍ତି ।

ଯଦି ଆପଣଙ୍କ ଗୋଷ୍ଠୀରେ ମୌଖିକ ଶିକ୍ଷାର୍ଥୀ ଅଛନ୍ତି, ତେବେ ଆପଣ ପୂର୍ବରୁ ପଢ଼ିଥିବା ଈଶ୍ବରଙ୍କ ଶାସ୍ତ୍ରାଂଶକୁ ପୁନଃପଠନ କରିବା ପାଇଁ ଅଭ୍ୟାସ ସମୟର କିଛି ଅଂଶକୁ ପୃଥକ କରନ୍ତୁ । ଏହା ସମଗ୍ର ଦଳକୁ ବୈଠକ ମଧ୍ୟରେ ସେମାନେ ଭେଟିଥିବା ଅନ୍ୟମାନଙ୍କ ନିକଟରେ ସାକ୍ଷ୍ୟଦେବାକୁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବ ।

ବିରାମ ନିଅନ୍ତୁ, ତା'ପରେ ଅଭ୍ୟାସ ଏବଂ ପ୍ରାର୍ଥନା କରିବା ପାଇଁ ଗୋଷ୍ଠୀରେ ବିଭକ୍ତ ହୁଅନ୍ତୁ। ଯେଉଁମାନଙ୍କର ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ନାହିଁ ସେମାନେ ସେମାନଙ୍କର ସାକ୍ଷ୍ୟ କାହାଣୀ କିମ୍ବା ଈଶ୍ୱରଙ୍କ କାହାଣୀ ବାଣ୍ଟିବାକୁ ଅଭ୍ୟାସ କରିବା ଉଚିତ୍ । (୧୦ ମିନିଟ୍)

ଆମର ଏକତ୍ର ହୋଇଥିବା ସମୟ ସମ୍ପୂର୍ଣ୍ଣ କରିବା

ଯେତେବେଳେ ଆପଣ ନିଜ ଗୋଷ୍ଠୀକୁ ପୁଣିଥରେ ଏକତ୍ରିତ କରିବେ, ଉତ୍ସବ ପାଳନ କରିବାକୁ କିଛି ସମୟ ନିଅନ୍ତୁ! ଆପଣମାନେ 'ଆଗକୁ ଚାହିଁବା' ବିଭାଗକୁ ସମାପ୍ତ କରିସାରିଛନ୍ତି ଏବଂ ଏବେ ଆପଣମାନେ ୩/୩ ଦଳର ସମ୍ପୂର୍ଣ୍ଣ ଶୈଳୀକୁ ଅଭ୍ୟାସ କରିସାରିଛନ୍ତି ।

ଆପଣଙ୍କ ଗୋଷ୍ଠୀ ପରବର୍ତ୍ତୀ ଅଧିବେଶନରେ ଏହି ଭିଡିଓ ମାର୍ଗଦର୍ଶିକା ବିନା ଅଭ୍ୟାସ ଜାରି ରଖିବେ । ଏହି ପ୍ରକ୍ରିୟା ମାଧ୍ୟମରେ ଅନ୍ୟମାନଙ୍କୁ ଗୋଷ୍ଠୀକୁ ମାର୍ଗଦର୍ଶନ କରିବାକୁ ଅନୁମତି ଦେବା ନିଶ୍ଚିତ କରନ୍ତୁ। ଆପଣ ଜଣେ ପ୍ରତିଭାଶାଳୀ ଶିକ୍ଷକ ହେବା ଜରୁରୀ ନୁହେଁ, କେବଳ ଏହି ସରଳ ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ । ଆପଣ ଯିବା ପୂର୍ବରୁ, ଆପଣଙ୍କ ଅଧିବେଶନକୁ ଆହୁରି ଉନ୍ନତ କରିବା ପାଇଁ ଏଠାରେ ଆଉ ଏକ ପରାମର୍ଶ ଦିଆଯାଇଛି:

ଯୁମେ କୋଚିଂ ଟିପ୍

ସାରା ବିଶ୍ୱରେ, ୩/୩ୟାଂଶ ଗୋଷ୍ଠୀ ପ୍ରାୟତଃ ପ୍ରଭୁ ଭୋଜ, କିମ୍ବା ଭୋଜନ ଏବଂ ଅଧିକ ସାଧାରଣ ବାର୍ତ୍ତାଳାପକୁ ସେମାନଙ୍କର ସମୟର ଏକ ଅଂଶ ଭାବରେ ଅଂଶୀଦାର କରନ୍ତି । ଈଶ୍ବର ଆମକୁ ଏହି ପ୍ରକାରର ସହଭାଗୀତା ପ୍ରଦାନ କରିଛନ୍ତି -- ଉଦ୍ଦେଶ୍ୟମୂଳକ ଶିକ୍ଷା ଏବଂ ଅଭିବୃଦ୍ଧି ଏବଂ ଉଦ୍ଦେଶ୍ୟମୂଳକ ଜୀବନଯାପନ ଏବଂ ସମ୍ପର୍କ ଯାହା ଆମକୁ ଦୃଢ଼ କରିବାରେ, ଉତ୍ସାହିତ କରିବାରେ ଏବଂ ଆମକୁ ଗଢ଼ିବାରେ ସାହାଯ୍ୟ କରେ ଯାହା ଦ୍ବାରା ଆମେ ତାଙ୍କ ପୁତ୍ର, ଯୀଶୁଙ୍କ ପରି ହୋଇପାରିବା ।

ଏବଂ ବାସ ସେତିକି - ଆପଣଙ୍କ ଗୋଷ୍ଠୀ ବର୍ତ୍ତମାନ ସମସ୍ତ ତିନୋଟି ଅଂଶ ଅଭ୍ୟାସ କରିଛି - ଆମେ ଶେଷ ଥର ଭେଟିବା ପରଠାରୁ ଯାହା ହାସଲ କରିଛୁ ତାହା ଯାଞ୍ଚ କରିବା ପାଇଁ ପଛକୁ ଚାହିଁବା, ଏହି ସମୟ ମଧ୍ୟରେ ଈଶ୍ବର ଆମକୁ ଶିଖିବା ପାଇଁ କ'ଣ ଦେଇଛନ୍ତି ତାହା ବୁଝିବା ପାଇଁ ଉପରକୁ ଚାହିଁବା, ଏବଂ ଆମେ ଅଲଗା ଥିବାବେଳେ ଈଶ୍ବର ଆମ ହୃଦୟରେ ଯାହା ରଖିଛନ୍ତି ତାହା କାର୍ଯ୍ୟରେ ପରିଣତ କରିବା ପାଇଁ ଆଗକୁ ଚାହିଁବା ।

୩/୩ ଗୋଷ୍ଠୀ - ସାକ୍ଷାତ କରିବାର ଏକ ସରଳ ଏବଂ ବ୍ୟବହାରିକ ଉପାୟ ଯାହା ଆମକୁ ଯୀଶୁଙ୍କ ପରି ହେବାରେ ସାହାଯ୍ୟ କରେ।

ଚର୍ଚ୍ଚା କରନ୍ତୁ

(10 min)

  1. ଆପଣ କେବେ ୩/୩ ଦଳ ଓ ଆପଣ ପୂର୍ବରୁ ଥିବା (ନଚେତ ଶୁଣିଥିବା) ବାଇବଲ ଅଧ୍ୟୟନ ବା ଛୋଟ ଗୋଷ୍ଠୀ ମଧ୍ୟରେ କିଛି ପାର୍ଥକ୍ୟ ଦେଖିଛନ୍ତି କି? ଯଦି ସେମିତି, ତେବେ ଏହି ପାର୍ଥକ୍ୟଗୁଡ଼ିକ ଦଳ ଉପରେ କିପରି ପ୍ରଭାବ ପକାଇବ?
  2. କ'ଣ ୩/୩ ଦଳକୁ ଏକ ସରଳ ମଣ୍ଡଳୀ ବୋଲି ବିବେଚନା କରାଯାଇ ପାରେ କି? କାହିଁକି ଏବଂ କାହିଁକି ନୁହଁ ?

ସମୀକ୍ଷା

(1 min)

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ଧାରଣାଗୁଡ଼ିକ:

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ସାଧନଗୁଡ଼ିକ:

  • ଜଣେ ଶାନ୍ତିର ବ୍ୟକ୍ତି ଏବଂ କିପରି ତାଙ୍କୁ ଅନ୍ୱେଷଣ କରିବେ
  • ବିଶ୍ୱସ୍ତତା ଜ୍ଞାନ ଅପେକ୍ଷା ଉତ୍ତମ ଅଟେ
  • ବିଏଲ୍‌ଇଏସ୍‌ଏସ୍ ପ୍ରାର୍ଥନା ଢାଞ୍ଚା
  • ପ୍ରାର୍ଥନାରେ ଚାଲିବା ଏବଂ ଏହା କିପରି କରାଯାଏ
  • ୩/୩ ଦଳ ସାକ୍ଷାତକାର ଶୈଳୀ

NEXT STEP

ଆଜ୍ଞାବହ ହେବା

ଏହି ସପ୍ତାହରେ ୩/୩ ଦଳୀୟ ଅଭ୍ୟାସ ସମୟରେ ଆପଣ କରିଥିବା ପ୍ରତିବଦ୍ଧତା ଉପରେ ଆଧାର କରି ଆଜ୍ଞା ପାଳନ, ପ୍ରଶିକ୍ଷଣ ଏବଂ ବାଣ୍ଟିବାରେ ସମୟ ବିତାନ୍ତୁ ।

ବାଣ୍ଟିବା

ଆପଣଙ୍କ ଦଳ ପୁଣିଥରେ ଭେଟିବା ପୁର୍ବରୁ ପ୍ରାର୍ଥନା କରି ଈଶ୍ୱରଙ୍କୁ ମାଗନ୍ତୁ ଯେ ୩/୩ ଦଳର ଫର୍ମାଟ ସେ ଆପଣଙ୍କୁ କାହା ସହିତ ବାଣ୍ଟନ୍ତୁ ବୋଲି ସେ ଚାହାନ୍ତି । ଆପଣ ଯିବା ପୁର୍ବରୁ ଦଳ ନିକଟରେ ସେହି ବ୍ୟକ୍ତିଙ୍କ ନାମ ପ୍ରକାଶ କରନ୍ତୁ ।

ନିବିଡ଼ ଅଧିବେଶନ ୪

ଚେକ୍-ଇନ୍

(1 min)

ସମସ୍ତ ଅଂଶଗ୍ରହଣକାରୀ ଏବଂ ସହଯୋଗକାରୀଙ୍କୁ ଚେକ-ଇନ୍ କରାନ୍ତୁ ।

Or six.zume.training/checkin and use code: 4329

ପ୍ରାର୍ଥନା କରନ୍ତୁ

(5 min)

ପ୍ରାର୍ଥନା କରନ୍ତୁ ଓ ଯୀଶୁଙ୍କୁ ଅନୁସରଣ କରିବାରେ ଦଳର ପ୍ରତିବଦ୍ଧତା ନିମନ୍ତେ ଈଶ୍ୱରଙ୍କ ଧନ୍ୟବାଦ କରନ୍ତୁ ଏବଂ ଆପଣଙ୍କ ଏକତ୍ରିତ ହୋଇଥିବା ସମୟର ନେତୃତ୍ୱ କରିବାକୁ ତାଙ୍କ ପବିତ୍ରାତ୍ମାଙ୍କୁ ଆମନ୍ତ୍ରଣ କରନ୍ତୁ ।

ସାରାଂଶ

(1 min)

ଏହି ଅଧିବେଶନରେ, ଆମେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା:

ଏବଂ ଆମେ ଏହି ସାଧନଗୁଡ଼ିକ ଆମର ଟୁଲକିଟ୍ ରେ ଯୋଡ଼ିବା:

  • ଶିଷ୍ୟମାନଙ୍କୁ ପରିପକ୍ୱ କରିବା ନିମନ୍ତେ ପ୍ରଶିକ୍ଷଣ ଚକ୍ର
  • ନେତୃତ୍ୱ ପ୍ରକୋଷ୍ଠ
  • ୩/୩ ଦଳ ସାକ୍ଷାତକାର ଶୈଳୀ
  • ୩/୩ ଦଳ ସାକ୍ଷାତକାର ଶୈଳୀ

READ

(5 min)

ପ୍ରଶିକ୍ଷଣ ଚକ୍ର

ଏହି ସେସନ୍‌ରେ ଆମେ ଶିଖିବା ପ୍ରଶିକ୍ଷଣ ଚକ୍ର ବିଷୟରେ ଯାହା ଶିଷ୍ୟମାନଙ୍କୁ ଜଣକରୁ ଅେନକଙ୍କ ନିକଟକୁ ଯିବାରେ ସାହାଯ୍ୟ କରେ ଆଉ ଏକ ଲକ୍ଷ୍ୟକୁ ଅଭିଯାନରେ ବଦଳାଇ ଦିଏ ।

ଆପଣ କେବେ ସାଇକେଲ୍‌ ଚଳାଇବା ଶିଖିଛନ୍ତିକି? ଅନ୍ୟ କାହାକୁ ଶିଖିବାରେ ସାହାଯ୍ୟ କରିଛନ୍ତିକି? ଯଦି ହଁ, ତେବେ ଆପଣ ପୂର୍ବରୁ ପ୍ରଶିକ୍ଷଣ ଚକ୍ରକୁ ଜାଣିଛନ୍ତି ।

ଏହା ଆଦର୍ଶ, ସହାୟତା, ଦେଖିବା ଓ ଛାଡିବା ପରି ସହଜ । ପଛକୁ ଭାବନ୍ତୁ - ଆପଣ ଏକ ସାଇକଲ୍‌ ଚଢ଼ିବା ପୂର୍ବରୁ ବୋଧହୁଏ ଆପଣ ଅନ୍ୟ କାହାକୁ ଚଲାଉଥିବାର ଦେଖିଥିଲେ ତାହା ହେଉଛି ଆଦର୍ଶ ।

ଆଦର୍ଶ ।

ଆଦର୍ଶ , ସହାୟତା, ଦେଖିବା ଓ ଛାଡିବା ।

ସରଳ ଭାବେ ଆଦର୍ଶ ହେଉଛି କିପରି କରାଯିବ ସେବିଷୟରେ ଅନ୍ୟ କାହାକୁ ଏକ ଉଦାହରଣ ଦେଖାଇବା । ଯେବେ ପିଲେ ଅନ୍ୟ କାହାକୁ ଏକ ସାଇକଲ୍‌ ଚଲେଇବାର ଦେଖନ୍ତି ସେମାନେ ସଙ୍ଗେ ସଙ୍ଗେ କଳ୍ପନା ପାଆନ୍ତି । ଆଦର୍ଶ ହେଉଛି ସେହିପରି - ଏହାକୁ ବାରମ୍ବାର କରିବା ଦରକାର ନାହିଁ, ସାଧାରଣତଃ ଥରେ କଲେ ଯଥେଷ୍ଟ ।

ପଛକୁ ସେହି ପ୍ରଥମ ସାଇକଲ୍‌ ଚଲା ବିଷୟରେ ଭାବନ୍ତୁ ଆପଣ ଖାଲି ଦେଖିବାକୁ ଚାହିଁ ଥିଲେ କି? କିମ୍ବା ନିଜେ ଚଲେଇବାକୁ ଚେଷ୍ଟା କରିବାକୁ ଚାହିଁ ଥିଲେ । ଯଦି ଆପଣଙ୍କୁ କେହି କେବେ ସୁଯୋଗ ଦେଇନଥାନ୍ତେ ତେବେ?

ବାସ୍ତବରେ ଅତିରିକ୍ତ ଆଦର୍ଶ ପ୍ରଶିକ୍ଷଣ ପ୍ରଣାଳୀର କ୍ଷତି କରିପାରିବ । ଆଦର୍ଶ ହେଉଛି ଅନ୍ୟ କାହାକୁ ଟିକେ କରି ଦେଖାଇବା । ତାପରେ ତାଙ୍କୁ ଚେଷ୍ଟା କରିବାକୁ ଦେବା । ତେବେ ସେ ପ୍ରଥମ ଚଲେଇବାରେ କ'ଣ ହେଲା? ସେ ଆପଣଙ୍କୁ ସାଇକଲ୍‌ ଦେଇ ସେଠୁ ଚାଲିଗଲେକ?

ବୋଧହୁଏ ନୁହେଁ । ଅଧିକାଂଶ ଲୋକେ ଯେବେ ସାଇକଲ୍‌ ଚଲାଇବା ଶିଖନ୍ତି ପ୍ରଥମ କେତୋଟି ପେଡାଲ୍‌ ପାଇଁ କେହିଜଣେ ସେଠି ଥାଆନ୍ତି । ଆପଣଙ୍କ ପାଖେ ପାଖେ ଚାଲୁଥାଆନ୍ତି, ଆପଣଙ୍କୁ ରାସ୍ତାରେ ରଖୁଥାଆନ୍ତି ।

ତାହା ହେଉଛି ସହାୟତା ।

ଆଦର୍ଶ, ସହାୟତା , ଦେଖିବା ଓ ଛାଡିବା ।

ସହାୟତା କରିବା ହେଉଛି ଜଣେ ନୂଆ ଶିଖୁଥିବାଙ୍କୁ ଏକ କୌଶଳ ଅଭ୍ୟାସ କରିବାକୁ ଦେବା କିନ୍ତୁ ନିଶ୍ଚିତ କରିବା ଯେପରି ସେ ଜୋର୍‌ ରେ ନପଡନ୍ତି । ସହାୟତା କରିବା ଆଦର୍ଶ ହେବାଠାରୁ ଅଧିକ ସମୟ ନିଏ । ମାତ୍ର ଅତ୍ୟଧିକ ନୁହେଁ । ଏହା ଆବଶ୍ୟକ କରେ କିଛି ହାତଧରା, କିଛି ନିର୍ଦ୍ଦେଶନା ଓ କିଛି ଶିକ୍ଷାଦାନ । ମାତ୍ର ଏହା ମୌଳିକ ବିଷୟକୁ ହସ୍ତାନ୍ତର କରିବା । ଏହା କାହାକୁ ସିଦ୍ଧ କରିବା ନୁହେଁ । ଏହା ପେଡାଲ୍‌ ମାରିବା ଶିଖେଇବା ।

କଳ୍ପନା କରିପାରୁଛନ୍ତି ଆପଣ ଜୋର୍‌ ରେ ପେଡାଲ୍‌ ମାରି ଦ୍ରୁତ ଗତି ପାଇବା ବେଳକୁ ଜଣେ କେହି ଆପଣଙ୍କ ପାଶ୍ୱର୍ରେ ଦୌଡୁଥିବାର ସେ ବେଶୀ ସମୟ ତିଷ୍ଠି ପାରିବେନି ଆଉ ଆପଣ ନିଜ ଭାରସାମ୍ୟ ବଜାୟ ରଖିବା ଶିଖି ପାରିବେନି ।

ସହାୟତା ହେଉଛି କାହାକୁ ଆରମ୍ଭ କରାଇବା ଆଉ ତାଙ୍କୁ କିଛିବାଟ ନିଜେ ନିଜେ ଆଗେଇବାକୁ ଦେବା । ଆଉ ଯେବେ ସେମାନେ ଗତିଶୀଳ ହୁଅନ୍ତି ବାସ୍ତବରେ ପର ଲୋକ ପାଇଁ ଆଦର୍ଶ ହୁଅନ୍ତି । ଅନ୍ୟ କାହାରି ହାତ ସାଇକଲ୍‌ ଉପରେ ନଥିବାର ମାନେ ନୁହେଁଯେ ଆପଣ ଏକୁଟିଆ ଥାଆନ୍ତି । ସାଧାରଣତଃ କେହିଜଣେ ଆପଣଙ୍କ ଉପରେ ଆଖି ରଖି ଥାଆନ୍ତି - ହେଲେ ଦୂରରୁ ।

ତାହା ହେଉଛି ଦେଖିବା ।

ଆଦର୍ଶ, ସହାୟତା, ଦେଖିବା ଓ ଛାଡିବା ।

ଦେଖିବା ହେଉଛି ଶିଖୁଥିବା ବ୍ୟକ୍ତିଙ୍କୁ ପ୍ରଭାବିତ କରିବା ତାଙ୍କ କୌଶଳରେ ଦକ୍ଷ ନହେବା ପର୍ଯ୍ୟନ୍ତ । ଆଉ ଏସବୁ ଦଖଲ ନଦେଇ ନିୟନ୍ତ୍ରଣ ନନେଇ । ସାଇକଲ୍‌ ଚଲାଇବାରେ, କେହି କେହି ଅତି ଶୀଘ୍ର ଶିଖି ଯାଆନ୍ତି । ମାତ୍ର ତାର ମାନେ ନୁହେଁଯେ ସେମାନେ ରାସ୍ତାର ନିୟମ ସବୁ ଜାଣନ୍ତି । ଦେଖ ଖିବା ହେଉଛି ଜଣଙ୍କର ନିରାପତ୍ତା ବିଷୟରେ ନିଶ୍ଚିତ କରିବା ଆଖପାରେ କେହି ନଥିବାବେଳେ । ଦେଖିବା ହେଉଛି କେବଳ ନିଶ୍ଚିତ କରିବା ନୁହେଁ ଯେ ଜଣେ କ'ଣ କରିବେ ଜାଣନ୍ତି ବରଂ ଏହା ମଧ୍ୟ ସେ କରିବେ - କେହି ଦେଖୁ ନଥିବା ବେଳେବି ।

ପ୍ରଶିକ୍ଷଣ ଚକ୍ରର ଏହି ସୋପାନରେ ଶିକ୍ଷାର୍ଥୀ ବୃଦ୍ଧି ପାଇବେ ଆଉ ଅନ୍ୟମାନଙ୍କୁ ବୃଦ୍ଧି ପାଇବା ଶିକ୍ଷା ଦେବେ ଅନ୍ୟମାନଙ୍କୁ ବୃଦ୍ଧି ପାଇବା ଶିକ୍ଷା ଦେବେ ଅନ୍ୟମାନଙ୍କୁ ବୃଦ୍ଧି ପାଇବା ଶିକ୍ଷା ଦେବେ ଶିଷ୍ୟମାନେ ଯିଏ ଶିଷ୍ୟ କରନ୍ତି, ଯିଏ ଶିଷ୍ୟ କରନ୍ତି, ଯିଏ ଶିଷ୍ୟ କରନ୍ତି, ତୃତୀୟ ଏବଂ ଚତୁର୍ଥ ପିଢ଼ୀ ପର୍ଯ୍ୟନ୍ତ ।

ଦେଖିବା ହେଉଛି ନିଶ୍ଚିତ କରିବା ଜଣେ ଶିକ୍ଷାର୍ଥୀ ପରିପକ୍ୱ ହୁଅନ୍ତି ଏବଂ ଆନ୍ୟମନଙ୍କୁ ସାହାଯ୍ୟ କରିବା ପାଇଁ ଖାଲି ରାଜି ନୁହଁନ୍ତି ବରଂ ସକ୍ଷମବି । ଦେଖିବା କିଛି ସମୟ ନିଏ । ଏହା ଯୁଗ୍ମ ଭାବେ ଆଦର୍ଶ ଓ ସହାୟତା ଠାରୁ ଦଶ ଗୁଣା ହୋଇପାରେ ଆହୁରି ଅଧିକ ସମୟନେଇପାରେ ମାତ୍ର ଏହି ଆପେକ୍ଷା ପୁରସ୍କୃତ ହୁଏ । ଶେଷରେ ଚାଳକ ଖାଲି ସାଇକଲ୍‌ ଚଲାନ୍ତି ।

ଛାଡିବା ହେଉଛି ସେହି ବିଷୟରେ ।

ଆଦର୍ଶ, ସହାୟତା, ଦେଖିବା ଓ ଛାଡିବା

ଛାଡିବା ହେଉଛି ଏକ ସ୍ନାତକ ପରି ଜଣେ ଛାତ୍ର ଶିକ୍ଷକ ହୁଅନ୍ତି ଜଣେ ଶ୍ରମିକ ସହ-ଶ୍ରମିକ ହୁଅନ୍ତି ଜଣେ ଶିଷ୍ୟ ମିତ୍ର ହୁଅନ୍ତି ସାଇକଲ୍‌ ଚାଳନାରେ, ଯିଏ ଆପଣଙ୍କୁ ଶିଖାନ୍ତି ଆପଣଙ୍କ ସାଙ୍ଗରେ ସବୁ ରାଇଡ୍‌ ରେ ଯାଆନ୍ତି ନାହିଁ । କେବେକେବେ ଆପଣ ଅଲଗା ରାଇଡ୍‌ କରନ୍ତି । କିମ୍ବା ଅନ୍ୟମାନଙ୍କ ସହ କିମ୍ବା ଏକୁଟିଆ ।

ଛାଡିବା ହେଉଛି ଆପଣ ପ୍ରେମ କରୁଥିବା ଜଣକୁ ଏକ ଶେଷ ଉପହାର ଦେବା ସ୍ୱତନ୍ତ୍ରତାର ଉପହାର ଛାଡିବା ହେଉଛି କେବଳ ଆପଣ ଆଗରୁ ଯାଇଥିବା ସ୍ଥାନକୁ ଅନ୍ୟମାନଙ୍କୁ ଯିବା ପାଇଁ ସଜ୍ଜିତ କରିବା ନୁହେଁ । ବରଂ ଆପଣ ଅଦ୍ୟାବଧି ଯାଇନଥିବା ସ୍ଥାନକୁ ଯିବା ପାଇଁ ତାଙ୍କୁ ଉାହିତ କରିବା ।

ଆଦର୍ଶ, ସହାୟତା, ଦେଖିବା ଓ ଛାଡିବା । ପ୍ରଶିକ୍ଷଣ ଚକ୍ର ।

ଜଣଙ୍କ ଠାରୁ ଅେନକଙ୍କୁ। ଏକ ଲକ୍ଷ୍ୟରୁ ଏକ ଅଭିଯାନକୁ।

ଚର୍ଚ୍ଚା କରନ୍ତୁ

(10 min)

  1. ଆପଣ କେବେ କୌଣସି ପ୍ରଶିକ୍ଷଣ ଚକ୍ରରେ ଭାଗ ନେଇଛନ୍ତି କି?
  2. ଆପଣ କାହାକୁ ପ୍ରଶିକ୍ଷଣ ଦେଲେ ? କିମ୍ବା କିଏ ଆପଣଙ୍କୁ ପ୍ରଶିକ୍ଷଣ ଦେଇଥିଲା ?
  3. ସେହି ବ୍ୟକ୍ତି କ'ଣ ପ୍ରଶିକ୍ଷଣ ଚକ୍ରର ବିଭିନ୍ନ ଭାଗରେ ରହି ବିଭିନ୍ନ କୌଶଳ ଶିଖିପାରିବ କି?
  4. ସେପରି ଜଣେ ବ୍ୟକ୍ତିଙ୍କୁ ପ୍ରଶିକ୍ଷଣ ଦେବା କିପରି ଦେଖାଯିବ?

ଲକ୍ଷ୍ୟ ପ୍ରାପ୍ତ ହେଲା

(90 min)

୩/୩ ଗୋଷ୍ଠୀ ବୈଠକ

କ୍ୟୁଆର କୋଡ୍ ସ୍କାନ୍ କରନ୍ତୁ।

ପଛକୁ ଦେଖନ୍ତୁ - ଗତ ଅଧିବେଶନର ଆଜ୍ଞାମାନ ମାନିବା, ପ୍ରଶିକ୍ଷଣ ଦେବା ଓ ବାଣ୍ଟିବା ଚାଲେଞ୍ଜ ସବୁକୁ ବ୍ୟବହାର କରି ଏକ ଆରେକଙ୍କ ଯାଞ୍ଚ କରନ୍ତୁ । (୩୦ ମିନିଟ୍)

ଉପରକୁ ଦେଖନ୍ତୁ - ମାର୍କ ୫:୧-୨୦କୁ ଆପଣଙ୍କ ଗ୍ରୁପ୍ ର ପାଠ୍ୟ ଅଂଶ ଭାବରେ ବ୍ୟବହାର କରନ୍ତୁ ଏବଂ ଉପରକୁ ଦେଖନ୍ତୁ ଭାଗର ୧-୪ ପ୍ରଶ୍ନର ଉତ୍ତର ଦିଅନ୍ତୁ । (୩୦ ମିନିଟ୍)

ଆଗକୁ ଦେଖନ୍ତୁ - ଆପଣ କିପରି ଆଜ୍ଞାବହ ହେବେ, ପ୍ରଶିକ୍ଷଣ ଦେବେ ଏବଂ ବାଣ୍ଟିବେ ତାହା ବିକଶିତ କରିବାକୁ 'ଆଗକୁ ଦେଖନ୍ତୁ' ବିଭାଗରେ ପ୍ରଶ୍ନ 5, 6, ଏବଂ 7 କୁ ବ୍ୟବହାର କରନ୍ତୁ। (୩୦ ମିନିଟ୍‍)

ପଛକୁ ଦେଖିବା

ପଦକ୍ଷେପ ୧ - ଧନ୍ୟବାଦ ଦେବା

ପ୍ରତ୍ୟେକ ବ୍ୟକ୍ତିଙ୍କୁ କହିବାକୁ କିଛି ସମୟ ଦିଅନ୍ତୁ ଯାହା ପାଇଁ ସେମାନେ କୃତଜ୍ଞ ଅଟନ୍ତି ।

ପଦକ୍ଷେପ ୨ - ଆପଣଙ୍କ ସଂଘର୍ଷ ବାଣ୍ଟନ୍ତୁ ଓ ପରସ୍ପର ପାଇଁ ପ୍ରାର୍ଥନା କରନ୍ତୁ

ଆପଣଙ୍କ ଗ୍ରୁପ୍ ର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଂକ୍ଷିପ୍ତ ଭାବରେ କିଛି ବାଣ୍ଟିବାକୁ କୁହନ୍ତୁ ଯାହା ସହିତ ସେମାନେ ସଂଘର୍ଷ କରୁଛନ୍ତି। ସେମାନେ ଯାହା ବାଣ୍ଟନ୍ତି ସେ ବିଷୟରେ ଅନ୍ୟ କେହି ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ।

ପଦକ୍ଷେପ ୩ - ଗୋଷ୍ଠୀର ଧ୍ୟାନ କେନ୍ଦ୍ରିତ କରିବା

ସମୟ ନିଅନ୍ତୁ ଏବଂ ମନେରଖନ୍ତୁ ଆପଣ କାହିଁକି ଏକାଠି ଅଛନ୍ତି - ଈଶ୍ବରଙ୍କୁ ପ୍ରେମ କରିବା ପାଇଁ, ଅନ୍ୟମାନଙ୍କୁ ପ୍ରେମ କରିବା ପାଇଁ, ଯୀଶୁଙ୍କୁ ବାଣ୍ଟିବା ପାଇଁ, ଏବଂ ଅନ୍ୟମାନଙ୍କୁ ମଧ୍ୟ ତାଙ୍କୁ ବାଣ୍ଟିବାରେ ସାହାଯ୍ୟ କରିବା ପାଇଁ ।

ପଦକ୍ଷେପ ୪- ଯାଞ୍ଚ କରିବା

ପ୍ରତ୍ୟେକ ବ୍ୟକ୍ତି ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଏପର୍ଯ୍ୟନ୍ତ ଆପଣ ଯାହା ଶିଖିଛନ୍ତି ତାହାକୁ ଆପଣ କିପରି ପାଳନ କରିଛନ୍ତି?
  • ଆପଣ ଯାହା ଶିଖିଛନ୍ତି ସେଥିରେ ଆପଣ କାହାକୁ ପ୍ରଶିକ୍ଷଣ ଦେଇଛନ୍ତି?
  • ଆମେ ଏକ ଗୋଷ୍ଠୀ ଭାବରେ ଏକାଠି ରହିବା ପରଠାରୁ ଆପଣ କାହା ସହିତ ଆପଣଙ୍କ କାହାଣୀ କିମ୍ବା ଈଶ୍ୱରଙ୍କ କାହାଣୀ ବାଣ୍ଟିଛନ୍ତି?

ଉପରକୁ ଦେଖିବା

ପଦକ୍ଷେପ ୧ - ଈଶ୍ବରଙ୍କ ପବିତ୍ର ଆତ୍ମାକୁ ନେତୃତ୍ୱ ନେବାକୁ ନିମନ୍ତ୍ରଣ କରନ୍ତୁ

କିଛି ସମୟ ନେଇ ପ୍ରାର୍ଥନା କରନ୍ତୁ । ଈଶ୍ବରଙ୍କ ସହିତ ସରଳ ଓ ସଂକ୍ଷିପ୍ତ ଭାବରେ କଥାବାର୍ତ୍ତା କରନ୍ତୁ । ତାଙ୍କର ପବିତ୍ର ଆତ୍ମାଙ୍କୁ ପ୍ରାର୍ଥନା କରନ୍ତୁ ଯେ ଆପଣ ପଢିବାକୁ ଯାଉଥିବା ବାକ୍ୟଭାଗରୁ ଆପଣଙ୍କୁ ଶିକ୍ଷା ଦିଅନ୍ତୁ ।

ପଦକ୍ଷେପ ୨ - ଈଶ୍ବରଙ୍କ ବାକ୍ୟ ପଢନ୍ତୁ ଏବଂ ପ୍ରଶ୍ନ ପଚାରନ୍ତୁ

ଦଳ ଭିତରୁ ଜଣଙ୍କୁ ବାଇବଲରୁ ପଢ଼ିବାକୁ କୁହନ୍ତୁ । ଯେତେବେଳେ ଆପଣ ପଢ଼ି ସାରିଛନ୍ତି, ଦଳ ଏହି ଦୁଇଟି ପ୍ରଶ୍ନର ଉତ୍ତର ଦେବା ଉଚିତ୍:

  • ଏହି ଵାକ୍ୟାଂଶରେ ଆପଣଙ୍କୁ କ'ଣ ଭଲ ଲାଗିଲା?
  • କେଉଁ ବିଷୟ ଅହ୍ୱାନପୂର୍ଣ୍ଣ କିମ୍ବା ବୁଝିବା ଆପଣଙ୍କ ପାଇଁ କଷ୍ଟକର ଥିଲା?

ସେହି ଵାକ୍ୟାଂଶକୁ ଦ୍ବିତୀୟ ଥର ପଢନ୍ତୁ, ତା'ପରେ ଦଳ ଏହି ଦୁଇଟି ପ୍ରଶ୍ନର ଉତ୍ତର ଦିଅନ୍ତୁ:

  • ଏହି ଵାକ୍ୟାଂଶରୁ ଆମେ ବ୍ୟକ୍ତିମାନଙ୍କ ବିଷୟରେ କ'ଣ ଶିକ୍ଷା କରିପାରିବା?
  • ଏହି ଵାକ୍ୟାଂଶରୁ ଆମେ ଈଶ୍ବରଙ୍କ ବିଷୟରେ କ'ଣ ଶିକ୍ଷା କରିପାରିବା?

ମନେରଖନ୍ତୁ, ଏହି ଵାକ୍ୟାଂଶକୁ ଅନୁସରଣ କରନ୍ତୁ ଓ ସରଳ ରଖନ୍ତୁ ।

ଆଗକୁ ଦେଖିବା

ପଦକ୍ଷେପ ୧ - ଭଗବାନଙ୍କ ଉଦ୍ଦେଶ୍ୟ ପାଇଁ ପ୍ରାର୍ଥନା କରିବା

ଆପଣଙ୍କ ଗୋଷ୍ଠୀର ପ୍ରତ୍ୟେକ ବ୍ୟକ୍ତି ନୀରବରେ ପ୍ରାର୍ଥନା କରନ୍ତୁ ଏବଂ ଈଶ୍ୱରଙ୍କୁ ଏହି ପ୍ରଶ୍ନପଚାରନ୍ତୁ:

  • ହେ ଈଶ୍ବର, ତୁମେ ମୋତେ ଯାହା ଶିକ୍ଷା ଦେଇଅଛ ମୁଁ ତାହାକୁ କିପରି ମାନିପାରିବି ଏବଂ କାର୍ଯ୍ୟକାରୀ କରିପାରିବି?
  • ଏହି ଵାକ୍ୟାଂଶରୁ ମୁଁ କାହାକୁ ପ୍ରଶିକ୍ଷଣ ଦେଇପାରିବି ଯାହାଫଳରେ ସେମାନେ ତୁମକୁ ଅଧିକ ଭଲ ପାଇବା ଓ ଆଜ୍ଞାବହ ହେବା ଶିଖିପାରିବେ?
  • ତୁମେ କାହା ସହିତ ମୋର ସାକ୍ଷ୍ୟ ବା ଯୀଶୁଙ୍କ ଶୁଭ ସମାଚାର ବାଣ୍ଟିବି?

ବର୍ତ୍ତମାନଠାରୁ ଆପଣଙ୍କ ଦଳ ପୁନର୍ବାର ଏକତ୍ରିତ ହେବା ପର୍ଯ୍ୟନ୍ତ ଆପଣ ନେଇଥିବା ନିର୍ଦ୍ଦିଷ୍ଟ ଉତ୍ତର, ନିର୍ଦ୍ଦିଷ୍ଟ ନାମ ଏବଂ ନିର୍ଦ୍ଦିଷ୍ଟ ପଦକ୍ଷେପଗୁଡିକ ଦେବା ପାଇଁ ଈଶ୍ବରଙ୍କ ପବିତ୍ର ଆତ୍ମାଙ୍କୁ ପ୍ରାର୍ଥନା କରନ୍ତୁ ।

ପଦକ୍ଷେପ ୨ - ପ୍ରତିବଦ୍ଧତା ସଂଗ୍ରହ କରିବା

ପ୍ରତ୍ୟେକ ପ୍ରଶ୍ନ ପାଇଁ ସଦାପ୍ରଭୁଙ୍କଠାରୁ ଯାହା ଶୁଣିଛନ୍ତି ତାହା ବାଣ୍ଟିବାକୁ ଆପଣଙ୍କ ଗୋଷ୍ଠୀର ପ୍ରତ୍ୟେକ ବ୍ୟକ୍ତିଙ୍କୁ କୁହନ୍ତୁ। ଜଣେ ବ୍ୟକ୍ତି ହୁଏତ ଗୋଟିଏ, ଦୁଇଟି କିମ୍ବା ତିନୋଟି ପ୍ରଶ୍ନ ଉପରେ ଆଦୌ ପ୍ରଭୁଙ୍କଠାରୁ କିଛି ଶୁଣି ନ ଥିବେ । ସେମାନେ କେବଳ ଜଣେଇ ପାରିବେ ଯେ ସେମାନେ ଶୁଣି ନାହାଁନ୍ତି ।

କିନ୍ତୁ ମନେରଖନ୍ତୁ, ଗୋଷ୍ଠୀକୁ ସଦାପ୍ରଭୁଙ୍କ ଠାରୁ ଶୁଣିବା ଉଚିତ୍। ଯୀଶୁ କହିଲେ - " ମୋର ମେଷମାନେ ମୋର ସ୍ବର ଶୁଣନ୍ତି । " ଏବଂ ଆପଣଙ୍କ ଆଜ୍ଞାବହତାର ପଦକ୍ଷେପ ଯେତେ ନିର୍ଦ୍ଦିଷ୍ଟ ହେବ, ଆମେ ପୁନର୍ବାର ସାକ୍ଷାତ କରିବା ପୂର୍ବରୁ ସେଗୁଡ଼ିକୁ ପାଳନ କରିବା ସେତେ ସହଜ ହେବ ।

ପଦକ୍ଷେପ ୩ - ଆପଣଙ୍କ ଯୋଜନା ଅଭ୍ୟାସ କରିବା

ଆପଣ ଏକତ୍ରିତ ହୋଇଥିବା ସମୟ ସମାପ୍ତ କରିବା ପୂର୍ବରୁ, ଆପଣଙ୍କ ୩/୩ ଗୋଷ୍ଠୀକୁ ଦୁଇ କିମ୍ବା ତିନି ଜଣିଆ ଛୋଟ ଛୋଟ ଦଳରେ ବିଭକ୍ତ କରନ୍ତୁ ଏବଂ ପ୍ରଭୁ ଆପଣଙ୍କୁ ଯାହା କରିବାକୁ କହିଛନ୍ତି ତାହା ଅଭ୍ୟାସ କରନ୍ତୁ ।

ଚର୍ଚ୍ଚା କରନ୍ତୁ

(10 min)

  1. ଆପଣଙ୍କୁ ୩/୩ ଦଳ ବିଷୟରେ ସବୁଠାରୁ କ'ଣ ଭଲ ଲାଗିଲା? କାହିଁକି?
  2. କେଉଁଟି ସବୁଠାରୁ ଅଧିକ ଆହ୍ୱାନପୂର୍ଣ୍ଣ ଥିଲା? କାହିଁକି ?

ସମୀକ୍ଷା

(1 min)

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ଧାରଣାଗୁଡ଼ିକ:

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ସାଧନଗୁଡ଼ିକ:

  • ଶିଷ୍ୟମାନଙ୍କୁ ପରିପକ୍ୱ କରିବା ନିମନ୍ତେ ପ୍ରଶିକ୍ଷଣ ଚକ୍ର
  • ନେତୃତ୍ୱ ପ୍ରକୋଷ୍ଠ
  • ୩/୩ ଦଳ ସାକ୍ଷାତକାର ଶୈଳୀ
  • ୩/୩ ଦଳ ସାକ୍ଷାତକାର ଶୈଳୀ

Take a Break

ସାରାଂଶ

(1 min)

ଏହି ଅଧିବେଶନରେ, ଆମେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା:

ଏବଂ ଆମେ ଏହି ସାଧନଗୁଡ଼ିକ ଆମର ଟୁଲକିଟ୍ ରେ ଯୋଡ଼ିବା:

  • ଶିଷ୍ୟମାନଙ୍କୁ ପରିପକ୍ୱ କରିବା ନିମନ୍ତେ ପ୍ରଶିକ୍ଷଣ ଚକ୍ର
  • ନେତୃତ୍ୱ ପ୍ରକୋଷ୍ଠ
  • ୩/୩ ଦଳ ସାକ୍ଷାତକାର ଶୈଳୀ
  • ୩/୩ ଦଳ ସାକ୍ଷାତକାର ଶୈଳୀ

READ

(5 min)

ନେତୃତ୍ୱ କୋଷଗୁଡ଼ିକ

ଏହି ସେସନ୍‌ରେ ଆମେ ଶିଖିବା କିପରି ନେତୃତ୍ୱ କକ୍ଷଗୁଡିକ ଖୁବ୍‌ ଅଳ୍ପ ସମୟ ଭିତରେ ଅନୁଗାମୀମାନଙ୍କୁ ଆଜୀବନ ଅଗ୍ରଣୀ ହେବା ପାଇଁ ପ୍ରସ୍ତୁତ କରନ୍ତି ।

ଏକ ଦୁଇ ହୁଏ। ଦୁଇ ଚାରି ହୁଏ। ଚାରି ଆଠ ହୁଏ। ବ୍ୟକ୍ତିଗତ ଗୁଣାଣ ପିଢୀଗତ ବୃଦ୍ଧି ଘାତୀୟ ବୃଦ୍ଧି। ଏହାହିଁ ହେଉଛି ଢ଼ାଞ୍ଚା ଯାହା ଈଶ୍ୱର ତାଙ୍କ ସୃଷ୍ଟି ଭିତରେ ରଖିଲେ । ଏହି ଭାବରେ ଈଶ୍ୱର ଚାହାଁନ୍ତି ତାଙ୍କ ପରିବାର ବୃଦ୍ଧି ପାଉ । ଆମେ ଆଗରୁ ତିନିତୃତୀୟାଂଶ ଢ଼ାଞ୍ଚା ବିଷୟରେ ଜାଣିଛେ ଯାହା ଉପଭୋକ୍ତାମାନଙ୍କୁ ଉତ୍ପାଦକ କରେ, ଶିକ୍ଷାର୍ଥୀମାନଙ୍କୁ ଅଗ୍ରଣୀ କରେ ଆଉ ଶିଷ୍ୟମାନଙ୍କୁ ଶିଷ୍ୟ-ନିର୍ମାତା କରେ ।

ପଛକୁ ଦେଖନ୍ତୁ ଉପରକୁ ଦେଖନ୍ତୁ ଆଗକୁ ଦେଖନ୍ତୁ । ଶିଖନ୍ତୁ ମାନନ୍ତୁ ବାଣ୍ଟନ୍ତୁ।

ଏପରି ଭାବରେ ଏକତ୍ର ଭେଟ ବ୍ୟକ୍ତିଗତ ବିଶ୍ୱାସୀମାନଙ୍କଠାରେ ଅବିରତ ଆଧ୍ୟାତ୍ମିକ ବୃଦ୍ଧି ଓ ଯୀଶୁଙ୍କର ଦଳେ ଅନୁଗାମୀଙ୍କଠାରେ ଅବିରତ ପୁନରୁତ୍ପତ୍ତି ବୃଦ୍ଧି ଉପିନ୍ନ କରେ । ଏହି ଢ଼ାଞ୍ଚା ଶିଷ୍ୟମାନଙ୍କୁ ବହୁଗୁଣ କରିବାରେ ସାହାଯ୍ୟ କରେ ।

ହେଲେ ଯଦି ଏକ ଦଳ କେବଳ ଅଳ୍ପ ସମୟ ପାଇଁ ଏକତ୍ର ରହେ ତେବେ? ତଥାପିବି ସେମାନେ ବୃଦ୍ଧି ପାଇ ଓ ଈଶ୍ୱରଙ୍କ ରାଜ୍ୟକୁ ପ୍ରଜନନ କରି ପାରିବେକି? ଯେତେବେଳେ ଆପଣ ଜାଣନ୍ତି ଯେ କେତେବେଳ ପର୍ଯ୍ୟନ୍ତ ଏକ ଦଳ ଏକତ୍ର ରହିବ ତାର ଏକ ସୀମା ଅଛି ସେତେବେଳେ ତିନିତୃତୀୟାଂଶ ଢ଼ାଞ୍ଚାକୁ କାର୍ଯ୍ୟକାରୀ କରିବାର ଏକ ଉପାୟ ହେଉଛି ନେତୃତ୍ୱ କକ୍ଷ ।

ଆଜୀବନ ସ୍ଥାୟୀ ରହୁଥିବା ପ୍ରଜନନ ଢ଼ାଞ୍ଚାକୁ ଶିଖିବା ପାଇଁ ନେତୃତ୍ୱ କକ୍ଷଗୁଡିକ ବ୍ୟକ୍ତିଗତ ବିଶ୍ୱାସୀମାନଙ୍କୁ ଅଳ୍ପ ସମୟ ଭିତରେ ସଜ୍ଜିତ କରେ ।

ନେତୃତ୍ୱ କକ୍ଷଗୁଡିକ ଶିକ୍ଷାର୍ଥୀମାନଙ୍କୁ ଅଗ୍ରଣୀ ହେବାରେ ସାହାଯ୍ୟ କରେ ଯିଏ ତାପରେ ନୂଆ ଦଳ ସବୁ ଆରମ୍ଭ କରନ୍ତି, ନୂଆ ମଣ୍ଡଳୀଗୁଡିକୁ ପ୍ରଶିକ୍ଷିତ କରନ୍ତି ଆଉ ଈଶ୍ୱରଙ୍କ ପରିବାରକୁ ବଢ଼ାଇବା ପାଇଁ ନୂଆ ନେତୃତ୍ୱ କକ୍ଷଗୁଡିକୁ ଆରମ୍ଭ କରନ୍ତି ।

ନେତୃତ୍ୱ କକ୍ଷଗୁଡିକ ଭଲ କାମ କରେ ଯେବେ ଏକ ଦଳ ଭ୍ରାମ୍ୟମାଣ ହୁଏ । ଯାଯାବର, ଛାତ୍ର, ସାମରିକ କର୍ମଚାରୀ, ଋତୁକାଳୀନ ଶ୍ରମିକ ଯେଉଁମାନେ ଆଗରୁ ଯୀଶୁଙ୍କ ଅନୁଗମନ କରୁଛନ୍ତି ଏକ ନେତୃତ୍ୱ କକ୍ଷରେ ଭଲ କାମ କରନ୍ତି । ସେମାନଙ୍କ ସଂସ୍କୃତି, ପେଶା କିମ୍ବା ଜୀବନ କାଳ ଯୋଗୁ ଏକ ନିରବଚ୍ଛିନ୍ନ ଦଳ ସ୍ଥାପିତ କରିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇଥାଇପାରେ, ହେଲେ ଯାଉଥିବା ପ୍ରତ୍ୟେକ ସ୍ଥାନରେ ଦଳ ଆରମ୍ଭ କରିବା ପାଇଁ ସେମାନଙ୍କୁ ପ୍ରଶିକ୍ଷିତ କରାଯାଇ ପାରିବ ।

ଆଉ ମଧ୍ୟ ନେତୃତ୍ୱ କକ୍ଷଗୁଡିକ ଭଲ କାମ କରେ । ଯେବେ ଦଳେ ଲୋକ ଏକାସାଙ୍ଗେ ବିଶ୍ୱାସକୁ ଆସନ୍ତି । ଏକ ପରିବାର ମିତ୍ରମାନଙ୍କର ଏକ ନେଟ୍‌ୱାର୍କ କିମ୍ବା ଏପରିକି ଏକ ଛୋଟ ଗaeo ଅଳ୍ପ ସମୟ ଭିତରେ ପ୍ରଶିକ୍ଷିତ ହୋଇପାରିବ ଆଜୀବନ ଉତ୍ପାଦକ ହେବାପାଇଁ । ଏପରିକି ବ୍ୟକ୍ତିଗତ ଅନୁସରଣ କିମ୍ବା ଆଧ୍ୟାତ୍ମିକ ଶିକ୍ଷା ବିନା ।

ଏକ ପୂର୍ବ ସେସନ୍‌ରେ, ଆମେ ତିନିତୃତୀୟାଂଶ ଢ଼ାଞ୍ଚାର ଶେଷ ଦୁଇ ଭାଗ ବିଷୟରେ ଶିଖିଥିଲେ ଓ ଅଭ୍ୟାସ କରିଥିଲେ । ଏବେ ଆମେ ସମ୍ପୂର୍ଣ୍ଣ ଢ଼ାଞ୍ଚାକୁ ଅଭ୍ୟାସ କରିବା । ସମସ୍ତ ତିନି ଭାଗ ।ପଛକୁ ଦେଖନ୍ତୁ ଉପରକୁ ଦେଖନ୍ତୁ ଆଗକୁ ଦେଖନ୍ତୁ ।

ଚର୍ଚ୍ଚା କରନ୍ତୁ

(10 min)

  1. ଯୀଶୁଙ୍କ ଅନୁଗାମୀମାନଙ୍କର ଏପରି ଏକ ଗୋଷ୍ଠୀ ଯାହାଙ୍କୁ ଆପଣ ଜାଣିଛନ୍ତି କି ଯେଉଁମାନେ ପୂର୍ବରୁ ସାକ୍ଷାତ କରୁଛନ୍ତି ଅଥବା ଯୁମେ ପ୍ରଶିକ୍ଷଣ ଶିଖିବା ପାଇଁ ଏକ ନେତୃତ୍ୱ ସେଲ୍ ଗଠନ କରିବାକୁ ଇଚ୍ଛୁକ ଅଟନ୍ତି?
  2. ସେମାନଙ୍କୁ ଏକାଠି କରିବା ପାଇଁ କ'ଣ ଆବଶ୍ୟକ ହେବ?

ଲକ୍ଷ୍ୟ ପ୍ରାପ୍ତ ହେଲା

(90 min)

୩/୩ ଗୋଷ୍ଠୀ ବୈଠକ

କ୍ୟୁଆର କୋଡ୍ ସ୍କାନ୍ କରନ୍ତୁ।

ପଛକୁ ଦେଖନ୍ତୁ - ଗତ ଅଧିବେଶନର ଆଜ୍ଞାମାନ ମାନିବା, ପ୍ରଶିକ୍ଷଣ ଦେବା ଓ ବାଣ୍ଟିବା ଚାଲେଞ୍ଜ ସବୁକୁ ବ୍ୟବହାର କରି ଏକ ଆରେକଙ୍କ ଯାଞ୍ଚ କରନ୍ତୁ । (୩୦ ମିନିଟ୍)

ଉପରକୁ ଦେଖନ୍ତୁ - ପ୍ରେରିତ ୨:୪୨-୪୭ ଦଳର ପାଠ୍ୟ ଅଂଶ ରୁପେ ବ୍ୟବହାର କରନ୍ତୁ ଏବଂ ପ୍ରଶ୍ନ ୧-୪ ର ଉତ୍ତର ଦିଅନ୍ତୁ । (୩୦ ମିନିଟ୍‍)

ଆଗକୁ ଦେଖନ୍ତୁ - ଆପଣ କିପରି ଆଜ୍ଞାବହ ହେବେ, ପ୍ରଶିକ୍ଷଣ ଦେବେ ଏବଂ ବାଣ୍ଟିବେ ତାହା ବିକଶିତ କରିବାକୁ ୫,୬ ଏବଂ ୭ ପ୍ରଶ୍ନଗୁଡ଼ିକର ବ୍ୟବହାର କରନ୍ତୁ । (୩୦ ମିନିଟ)

ପଛକୁ ଦେଖିବା

ପଦକ୍ଷେପ ୧ - ଧନ୍ୟବାଦ ଦେବା

ପ୍ରତ୍ୟେକ ବ୍ୟକ୍ତିଙ୍କୁ କହିବାକୁ କିଛି ସମୟ ଦିଅନ୍ତୁ ଯାହା ପାଇଁ ସେମାନେ କୃତଜ୍ଞ ଅଟନ୍ତି ।

ପଦକ୍ଷେପ ୨ - ଆପଣଙ୍କ ସଂଘର୍ଷ ବାଣ୍ଟନ୍ତୁ ଓ ପରସ୍ପର ପାଇଁ ପ୍ରାର୍ଥନା କରନ୍ତୁ

ଆପଣଙ୍କ ଗ୍ରୁପ୍ ର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଂକ୍ଷିପ୍ତ ଭାବରେ କିଛି ବାଣ୍ଟିବାକୁ କୁହନ୍ତୁ ଯାହା ସହିତ ସେମାନେ ସଂଘର୍ଷ କରୁଛନ୍ତି। ସେମାନେ ଯାହା ବାଣ୍ଟନ୍ତି ସେ ବିଷୟରେ ଅନ୍ୟ କେହି ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ।

ପଦକ୍ଷେପ ୩ - ଗୋଷ୍ଠୀର ଧ୍ୟାନ କେନ୍ଦ୍ରିତ କରିବା

ସମୟ ନିଅନ୍ତୁ ଏବଂ ମନେରଖନ୍ତୁ ଆପଣ କାହିଁକି ଏକାଠି ଅଛନ୍ତି - ଈଶ୍ବରଙ୍କୁ ପ୍ରେମ କରିବା ପାଇଁ, ଅନ୍ୟମାନଙ୍କୁ ପ୍ରେମ କରିବା ପାଇଁ, ଯୀଶୁଙ୍କୁ ବାଣ୍ଟିବା ପାଇଁ, ଏବଂ ଅନ୍ୟମାନଙ୍କୁ ମଧ୍ୟ ତାଙ୍କୁ ବାଣ୍ଟିବାରେ ସାହାଯ୍ୟ କରିବା ପାଇଁ ।

ପଦକ୍ଷେପ ୪- ଯାଞ୍ଚ କରିବା

ପ୍ରତ୍ୟେକ ବ୍ୟକ୍ତି ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଏପର୍ଯ୍ୟନ୍ତ ଆପଣ ଯାହା ଶିଖିଛନ୍ତି ତାହାକୁ ଆପଣ କିପରି ପାଳନ କରିଛନ୍ତି?
  • ଆପଣ ଯାହା ଶିଖିଛନ୍ତି ସେଥିରେ ଆପଣ କାହାକୁ ପ୍ରଶିକ୍ଷଣ ଦେଇଛନ୍ତି?
  • ଆମେ ଏକ ଗୋଷ୍ଠୀ ଭାବରେ ଏକାଠି ରହିବା ପରଠାରୁ ଆପଣ କାହା ସହିତ ଆପଣଙ୍କ କାହାଣୀ କିମ୍ବା ଈଶ୍ୱରଙ୍କ କାହାଣୀ ବାଣ୍ଟିଛନ୍ତି?

ଉପରକୁ ଦେଖିବା

ପଦକ୍ଷେପ ୧ - ଈଶ୍ବରଙ୍କ ପବିତ୍ର ଆତ୍ମାକୁ ନେତୃତ୍ୱ ନେବାକୁ ନିମନ୍ତ୍ରଣ କରନ୍ତୁ

କିଛି ସମୟ ନେଇ ପ୍ରାର୍ଥନା କରନ୍ତୁ । ଈଶ୍ବରଙ୍କ ସହିତ ସରଳ ଓ ସଂକ୍ଷିପ୍ତ ଭାବରେ କଥାବାର୍ତ୍ତା କରନ୍ତୁ । ତାଙ୍କର ପବିତ୍ର ଆତ୍ମାଙ୍କୁ ପ୍ରାର୍ଥନା କରନ୍ତୁ ଯେ ଆପଣ ପଢିବାକୁ ଯାଉଥିବା ବାକ୍ୟଭାଗରୁ ଆପଣଙ୍କୁ ଶିକ୍ଷା ଦିଅନ୍ତୁ ।

ପଦକ୍ଷେପ ୨ - ଈଶ୍ବରଙ୍କ ବାକ୍ୟ ପଢନ୍ତୁ ଏବଂ ପ୍ରଶ୍ନ ପଚାରନ୍ତୁ

ଦଳ ଭିତରୁ ଜଣଙ୍କୁ ବାଇବଲରୁ ପଢ଼ିବାକୁ କୁହନ୍ତୁ । ଯେତେବେଳେ ଆପଣ ପଢ଼ି ସାରିଛନ୍ତି, ଦଳ ଏହି ଦୁଇଟି ପ୍ରଶ୍ନର ଉତ୍ତର ଦେବା ଉଚିତ୍:

  • ଏହି ଵାକ୍ୟାଂଶରେ ଆପଣଙ୍କୁ କ'ଣ ଭଲ ଲାଗିଲା?
  • କେଉଁ ବିଷୟ ଅହ୍ୱାନପୂର୍ଣ୍ଣ କିମ୍ବା ବୁଝିବା ଆପଣଙ୍କ ପାଇଁ କଷ୍ଟକର ଥିଲା?

ସେହି ଵାକ୍ୟାଂଶକୁ ଦ୍ବିତୀୟ ଥର ପଢନ୍ତୁ, ତା'ପରେ ଦଳ ଏହି ଦୁଇଟି ପ୍ରଶ୍ନର ଉତ୍ତର ଦିଅନ୍ତୁ:

  • ଏହି ଵାକ୍ୟାଂଶରୁ ଆମେ ବ୍ୟକ୍ତିମାନଙ୍କ ବିଷୟରେ କ'ଣ ଶିକ୍ଷା କରିପାରିବା?
  • ଏହି ଵାକ୍ୟାଂଶରୁ ଆମେ ଈଶ୍ବରଙ୍କ ବିଷୟରେ କ'ଣ ଶିକ୍ଷା କରିପାରିବା?

ମନେରଖନ୍ତୁ, ଏହି ଵାକ୍ୟାଂଶକୁ ଅନୁସରଣ କରନ୍ତୁ ଓ ସରଳ ରଖନ୍ତୁ ।

ଆଗକୁ ଦେଖିବା

ପଦକ୍ଷେପ ୧ - ଭଗବାନଙ୍କ ଉଦ୍ଦେଶ୍ୟ ପାଇଁ ପ୍ରାର୍ଥନା କରିବା

ଆପଣଙ୍କ ଗୋଷ୍ଠୀର ପ୍ରତ୍ୟେକ ବ୍ୟକ୍ତି ନୀରବରେ ପ୍ରାର୍ଥନା କରନ୍ତୁ ଏବଂ ଈଶ୍ୱରଙ୍କୁ ଏହି ପ୍ରଶ୍ନପଚାରନ୍ତୁ:

  • ହେ ଈଶ୍ବର, ତୁମେ ମୋତେ ଯାହା ଶିକ୍ଷା ଦେଇଅଛ ମୁଁ ତାହାକୁ କିପରି ମାନିପାରିବି ଏବଂ କାର୍ଯ୍ୟକାରୀ କରିପାରିବି?
  • ଏହି ଵାକ୍ୟାଂଶରୁ ମୁଁ କାହାକୁ ପ୍ରଶିକ୍ଷଣ ଦେଇପାରିବି ଯାହାଫଳରେ ସେମାନେ ତୁମକୁ ଅଧିକ ଭଲ ପାଇବା ଓ ଆଜ୍ଞାବହ ହେବା ଶିଖିପାରିବେ?
  • ତୁମେ କାହା ସହିତ ମୋର ସାକ୍ଷ୍ୟ ବା ଯୀଶୁଙ୍କ ଶୁଭ ସମାଚାର ବାଣ୍ଟିବି?

ବର୍ତ୍ତମାନଠାରୁ ଆପଣଙ୍କ ଦଳ ପୁନର୍ବାର ଏକତ୍ରିତ ହେବା ପର୍ଯ୍ୟନ୍ତ ଆପଣ ନେଇଥିବା ନିର୍ଦ୍ଦିଷ୍ଟ ଉତ୍ତର, ନିର୍ଦ୍ଦିଷ୍ଟ ନାମ ଏବଂ ନିର୍ଦ୍ଦିଷ୍ଟ ପଦକ୍ଷେପଗୁଡିକ ଦେବା ପାଇଁ ଈଶ୍ବରଙ୍କ ପବିତ୍ର ଆତ୍ମାଙ୍କୁ ପ୍ରାର୍ଥନା କରନ୍ତୁ ।

ପଦକ୍ଷେପ ୨ - ପ୍ରତିବଦ୍ଧତା ସଂଗ୍ରହ କରିବା

ପ୍ରତ୍ୟେକ ପ୍ରଶ୍ନ ପାଇଁ ସଦାପ୍ରଭୁଙ୍କଠାରୁ ଯାହା ଶୁଣିଛନ୍ତି ତାହା ବାଣ୍ଟିବାକୁ ଆପଣଙ୍କ ଗୋଷ୍ଠୀର ପ୍ରତ୍ୟେକ ବ୍ୟକ୍ତିଙ୍କୁ କୁହନ୍ତୁ। ଜଣେ ବ୍ୟକ୍ତି ହୁଏତ ଗୋଟିଏ, ଦୁଇଟି କିମ୍ବା ତିନୋଟି ପ୍ରଶ୍ନ ଉପରେ ଆଦୌ ପ୍ରଭୁଙ୍କଠାରୁ କିଛି ଶୁଣି ନ ଥିବେ । ସେମାନେ କେବଳ ଜଣେଇ ପାରିବେ ଯେ ସେମାନେ ଶୁଣି ନାହାଁନ୍ତି ।

କିନ୍ତୁ ମନେରଖନ୍ତୁ, ଗୋଷ୍ଠୀକୁ ସଦାପ୍ରଭୁଙ୍କ ଠାରୁ ଶୁଣିବା ଉଚିତ୍। ଯୀଶୁ କହିଲେ - " ମୋର ମେଷମାନେ ମୋର ସ୍ବର ଶୁଣନ୍ତି । " ଏବଂ ଆପଣଙ୍କ ଆଜ୍ଞାବହତାର ପଦକ୍ଷେପ ଯେତେ ନିର୍ଦ୍ଦିଷ୍ଟ ହେବ, ଆମେ ପୁନର୍ବାର ସାକ୍ଷାତ କରିବା ପୂର୍ବରୁ ସେଗୁଡ଼ିକୁ ପାଳନ କରିବା ସେତେ ସହଜ ହେବ ।

ପଦକ୍ଷେପ ୩ - ଆପଣଙ୍କ ଯୋଜନା ଅଭ୍ୟାସ କରିବା

ଆପଣ ଏକତ୍ରିତ ହୋଇଥିବା ସମୟ ସମାପ୍ତ କରିବା ପୂର୍ବରୁ, ଆପଣଙ୍କ ୩/୩ ଗୋଷ୍ଠୀକୁ ଦୁଇ କିମ୍ବା ତିନି ଜଣିଆ ଛୋଟ ଛୋଟ ଦଳରେ ବିଭକ୍ତ କରନ୍ତୁ ଏବଂ ପ୍ରଭୁ ଆପଣଙ୍କୁ ଯାହା କରିବାକୁ କହିଛନ୍ତି ତାହା ଅଭ୍ୟାସ କରନ୍ତୁ ।

ସମୀକ୍ଷା

(1 min)

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ଧାରଣାଗୁଡ଼ିକ:

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ସାଧନଗୁଡ଼ିକ:

  • ଶିଷ୍ୟମାନଙ୍କୁ ପରିପକ୍ୱ କରିବା ନିମନ୍ତେ ପ୍ରଶିକ୍ଷଣ ଚକ୍ର
  • ନେତୃତ୍ୱ ପ୍ରକୋଷ୍ଠ
  • ୩/୩ ଦଳ ସାକ୍ଷାତକାର ଶୈଳୀ
  • ୩/୩ ଦଳ ସାକ୍ଷାତକାର ଶୈଳୀ

ନିବିଡ଼ ଅଧିବେଶନ ୫

ଚେକ୍-ଇନ୍

(1 min)

ସମସ୍ତ ଅଂଶଗ୍ରହଣକାରୀ ଏବଂ ସହଯୋଗକାରୀଙ୍କୁ ଚେକ-ଇନ୍ କରାନ୍ତୁ ।

Or six.zume.training/checkin and use code: 5451

ପ୍ରାର୍ଥନା କରନ୍ତୁ

(5 min)

ପ୍ରାର୍ଥନା କରି ଈଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତୁ ଯେହେତୁ ତାଙ୍କ ମାର୍ଗସବୁ ଆମ ମାର୍ଗପରି ନୁହେଁ ଆଉ ତାଙ୍କ ସଙ୍କଳ୍ପ ସବୁ ଆମ ସଙ୍କଳ୍ପପରି ନୁହେଁ । ଆପଣଙ୍କ ଦଳର ପ୍ରୋତ୍ୟେକଙ୍କୁ ଖ୍ରୀଷ୍ଟଙ୍କ ମନ ଦେବାକୁ ପ୍ରାର୍ଥନା କରନ୍ତୁ - ଯାହା ତାଙ୍କ ପିତାଙ୍କ କାର୍ଯ୍ୟରେ ସଦା କେନ୍ଦ୍ରିତ ଥିବ । ପବିତ୍ରାତ୍ମାଙ୍କୁ ଆପଣଙ୍କ ଏକତ୍ରିତ ସମୟର ନେତୃତ୍ୱ ନେବାକୁ ଓ ଏହାକୁ ଏପର୍ଯ୍ୟନ୍ତ ହୋଇଥିବା ଏକ ଉତ୍ତମ ଅଧିବେଶନ କରିବାକୁ କୁହନ୍ତୁ ।

ପଛକୁ ଦେଖିବା

(5 min)

ଆରମ୍ଭ କରିବା ପୂର୍ବରୁ, କିଛି ସମୟ ନେଇ ପଛକୁ ଫେରି ଦେଖନ୍ତୁ ।

ଗତ ଅଧିବେଶନ ଶେଷରେ, ଆପଣଙ୍କ ଗୋଷ୍ଠୀର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆପଣମାନେ ଯାହା ଶିଖିଛନ୍ତି ତାହା କାର୍ଯ୍ୟରେ ପ୍ରୟୋଗ କରିବା ପାଇଁ ଚାଲେଞ୍ଜ୍ ଦିଆଯାଇଥିଲା ।

ଏହି ସପ୍ତାହରେ ଆପଣଙ୍କ ଦଳ କିପରି ପ୍ରଦର୍ଶନ କରିଛି ତାହା ଜାଣିବା ପାଇଁ କିଛି ସମୟ ନିଅନ୍ତୁ ।

ସାରାଂଶ

(1 min)

ଏହି ଅଧିବେଶନରେ, ଆମେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା:

ଏବଂ ଆମେ ଏହି ସାଧନଗୁଡ଼ିକ ଆମର ଟୁଲକିଟ୍ ରେ ଯୋଡ଼ିବା:

  • ଅଣ-କ୍ରମାଗତ ବୃଦ୍ଧି ଆଶା କରନ୍ତୁ
  • ସଂଖ୍ୟାବୃଦ୍ଧି ବିଷୟକ ବେଗ
  • ସବୁବେଳେ ଦୁଇଟି ମଣ୍ଡଳୀର ଅଂଶ
  • ନେଟ୍‌ୱାର୍କ୍‌ରେ ନେତୃତ୍ୱ
  • ଶିକ୍ଷାଦାନ ଯାଞ୍ଚ ତାଲିକା
  • ଚାରି କ୍ଷେତ୍ର ଉପକରଣ
  • ପିଢ଼ିଗତ ମାନଚିତ୍ରଣ
  • ସହକର୍ମୀ ପରାମର୍ଶଦାତା ଗୋଷ୍ଠୀ
  • ତିନି-ମାସ ଯୋଜନା

READ

(5 min)

ଅଣ-କ୍ରମିକ ବୃଦ୍ଧି

ଏହି ସେସନ୍‌ରେ ଆମେ ଶିଖିବା କିପରି ଈଶ୍ୱରଙ୍କ ରାଜ୍ୟର ଦ୍ରୁତ ବୃଦ୍ଧିର ଏକ ଉପାୟ ଭାବରେ ଏକ ସରଳ ରେଖା ଢ଼ାଞ୍ଚାରେ ଭାବିବାକୁ ଭାଙ୍ଗି ପାରିବା? ଅତି ଶୀଘ୍ର ଶିଷ୍ୟ କରିପାରୁଥିବା ଶିଷ୍ୟମାନଙ୍କୁ କରିବା ପାଇଁ ଆମକୁ ମନେ ରଖିବାକୁ ହେବଯେ ଅନେକ ବିଷୟ ଏକାସାଙ୍ଗରେ ଘଟି ପାରିବ ଆଉ ସେଗୁଡିକର ଘଟିବାର କୌଣସି ନିର୍ଦ୍ଦିଷ୍ଟ କ୍ରମ ନଥାଏ ।

ଆମକୁ ଅଣ-ଅନୁକ୍ରମିକ ବୃଦ୍ଧିର ଶକ୍ତି ବିଷୟରେ ଶିଖିବାକୁ ହେବ । ଯେବେ ଲୋକେ ଶିଷ୍ୟ ବୃଦ୍ଧି ବିଷୟରେ ଭାବନ୍ତି ସେମାନେ ଅଧିକାଂଶ ସମୟରେ ଏହାକୁ ଏକ ସୋପାନ ପରେ ସୋପାନ ପ୍ରଣାଳୀ ରୂପରେ ଭାବନ୍ତି ।

ପ୍ରଥମେ ପ୍ରାର୍ଥନା ତାପରେ ପ୍ରସ୍ତୁତି ତାପରେ ଈଶ୍ୱରଙ୍କ ସୁସମାଚାର ବାଣ୍ଟିବା ତାପରେ ଶିଷ୍ୟ ନିର୍ମାଣ କରିବା ତାପରେ ମଣ୍ଡଳୀ ଗଢ଼ିବା ତାପରେ ଅଗ୍ରଣୀ ବିକାଶ କରିବା ତାପରେ ପ୍ରଜନନ ।

ଯେବେ ଆମେ ଏପରି ଭାବେ ଶିଖୁ, ରାଜ୍ୟ ବୃଦ୍ଧି ସହଜ-ଅନୁଗାମୀ, ସରଳ ରେଖାକାର ଓ ଅନୁକ୍ରମିକ ପ୍ରଣାଳୀ ପରି ଲାଗେ । ଗୋଟିଏ ସମସ୍ୟା ହେଉଛି ଯେ ଏହା ସର୍ବଦା ସେପରି ଭାବେ କାମ କରେ ନାହିଁ । ବୃହତ୍ତର ସମସ୍ୟା ହେଉଛି ଯେ ସେପରି ଭାବେ ଏହା ସର୍ବୋତ୍ତମ କାମ କରେ ନାହିଁ ।

ଏହି ରେଖା ଜଣେ ବ୍ୟକ୍ତିଙ୍କ ଜୀବନର ପ୍ରତିନିଧିତ୍ୱ କରେ । ଏଇଠି ଜନ୍ମ । ଏଇଠି ସେମାନେ ପ୍ରଥମ ଥର ପାଇଁ ଈଶ୍ୱରଙ୍କ ସୁସମାଚାର ଶୁଣନ୍ତି ।

ଏଇଠି ସେମାନେ ଯୀଶୁଙ୍କ ଅନୁଗମନ କରିବାର ଚୟନ କରନ୍ତି । ଏଇଠି ସେମାନେ ପ୍ରଥମ ଥର ପାଇଁ ତାଙ୍କ କାହାଣୀ ଓ ଈଶ୍ୱରଙ୍କ କାହାଣୀ ବାଣ୍ଟନ୍ତି ଆଉ ଶିଷ୍ୟ ବହୁଗୁଣାନ ଆରମ୍ଭ କରନ୍ତି । ଆଉ ଏଇଠି ଏହି ଜୀବନର ଅନ୍ତ ହୁଏ ।

[image_pace1]

ତେଣୁ ଏଠାରୁ ଏପର୍ଯ୍ୟନ୍ତ ଯୀଶୁଙ୍କ ବିଷୟରେ ପ୍ରଥମେ ଶୁଣିବାଠାରୁ ଯୀଶୁଙ୍କ ବିଷୟରେ ପ୍ରଥମେ ବାଣ୍ଟିବା ପର୍ଯ୍ୟନ୍ତକୁ ଆମେ ଏକ ଆଧ୍ୟାତ୍ମିକ ପିଢ଼ୀ ଭାବରେ ବିଚାର କରିପାରିବା ।

ବହୁଗୁଣାଣ କରିବା ପୂର୍ବର ଏହି ସମୟ ଈଶ୍ୱରଙ୍କ ପରିବାରରେ ବୃଦ୍ଧି ପୂର୍ବର ଏହି ସମୟ ସାଧାରଣତଃ ଏହିପରି ଭାବେ ଶିଷ୍ୟତ୍ୱ ଶିକ୍ଷା ଦିଆଯାଏ । ମାତ୍ର ଯେବେ ଆମେ ମହାନତମ ଆଶୀର୍ବାଦ ପରି ଢ଼ାଞ୍ଚାକୁ ବ୍ୟବହାର କରୁ ଦେଖନ୍ତୁ କ'ଣ ଘଟେ?

[image_pace2]

ଏବେ ଜଣେ ନୂଆ ଶିଷ୍ୟ ସଙ୍ଗେ ସଙ୍ଗେ ବହୁଗୁଣାଣ ଆରମ୍ଭ କରନ୍ତି । ଆଧ୍ୟାତ୍ମିକ ପିଢ଼ୀ କମ୍‌ ହୁଏ । କେହିଜଣେ ଈଶ୍ୱରଙ୍କ ସୁସମାଚାର ଶୀଘ୍ରତର ଶୁଣନ୍ତି ଈଶ୍ୱରଙ୍କ ପରିବାର ଶୀଘ୍ରତର ବୃଦ୍ଧିପାଏ । ଚିରଦିନ ପାଇଁ ଅନେକ ଲୋକ ତ୍ରାଣ ପାଆନ୍ତି ।

ଆଉ ଏସବୁକିଛି ଘଟେ ସେମାନଙ୍କ ବହୁଗୁଣାଣ ସମୟରେ ଚାଳନା କରି । ମାତ୍ର କ'ଣ ହୁଏ ଯଦି ଆମେ ଆଗେଇ ଚାଲୁ । କ'ଣ ହୁଏ ଯଦି କେହିଜଣେ ଆହୁରି ଶୀଘ୍ର ବହୁଗୁଣାଣ ଆରମ୍ଭ କରନ୍ତି? କ'ଣ ହୁଏ ଯଦି ସେମାନେ ପ୍ରଥମେ ବିଶ୍ୱାସ କରିବା ପରେ ପରିବର୍ତ୍ତେ ପ୍ରଥମେ ଶୁଣିବା ପରେ ବାଣ୍ଟିବା ଆରମ୍ଭ କରନ୍ତି?

[image_pace3]

ସେମାନେ କେବେବି ଯୀଶୁଙ୍କୁ ହଁ କହିବା ପୂର୍ବରୁ ମିତ୍ର ଓ ପରିବାର ବର୍ଗଙ୍କ ସହିତ ଈଶ୍ୱରଙ୍କ ବାକ୍ୟରୁ ଯାହା ଶିଖନ୍ତି ତାକୁ ଏକ ଦଳ ଏକତ୍ର କରି ବାଣ୍ଟିବା ପାଇଁ ଉନ୍ମiକ୍ତ ଥାଆନ୍ତି । ଯଦି ଆମେ ସେହି ଲୋକମାନଙ୍କୁ ଦେଖାଉ ଯେ କିପରି ଏକ ଦଳ ଏକତ୍ର କରି ଯାହା ଶିଖିଛନ୍ତି ତାକୁ ବାଣ୍ଟିବେ ଆଉ କିପରି ତାହା କରାଯିବ ତାକୁ ଅନ୍ୟମାନଙ୍କୁ ଦେଖାଇବେ ତେବେ ଈଶ୍ୱରଙ୍କ ପରିବାର ଆହୁରି ଦ୍ରୁତ ଗତିରେ ବଢ଼ିବ ।

ଏବେ ଶିଷ୍ୟତ୍ୱ ହେଉଛି ଯୀଶୁଙ୍କ ନିକଟକୁ ଏକ ପଥ ଖାଲି ପରିତ୍ରାଣ ପରେ ବଣ୍ଟାଯାଉଥିବା କିଛି ବିଷୟ ନୁହେଁ । ଏହି ଭାବେ ଏକ ପରିବାର କିମ୍ବା ମିତ୍ରମଣ୍ଡଳୀ କିମ୍ବା ଏପରିକି ଏକ ଗaeo ଯୀଶୁଙ୍କ ଅନୁଗାମୀ ହୋଇପାରିବ । କ'ଣ ହୁଏ ଯଦି କେହିଜଣେ ତାଠୁବି ଶୀଘ୍ର ବହୁଗୁଣିତ କରନ୍ତି? କ'ଣ ହୁଏ ଯଦି କେହିଜଣେ ଈଶ୍ୱରଙ୍କ ପୁତ୍ରଙ୍କୁ ଭେଟିବା ପୂର୍ବରୁ ଈଶ୍ୱରଙ୍କ ବାକ୍ୟକୁ ବାଣ୍ଟନ୍ତି?

[image_pace4]

କେବେକେବେ ଏକ ଦଳ ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ବାକ୍ୟକୁ ଶୁଣିବା ପାଇଁ ସକ୍ଷମ ହୋଇନପାରନ୍ତି କିମ୍ବା ପ୍ରସ୍ତୁତ ନଥାନ୍ତି । ତଥାପିବି ଏହି ଦଳ ଈଶ୍ୱରଙ୍କ ଢ଼ାଞ୍ଚାରୁ ଶିଖି ପାରିବ ସମ୍ପ୍ରଦାୟ ବିକାଶ କିମ୍ବା ନେତୃତ୍ୱ ପ୍ରଶିକ୍ଷଣ ପରି ପ୍ରେଚଷ୍ଟା ମାଧ୍ୟମରେ । ଏହି ଦଳ ଈଶ୍ୱରଙ୍କ ଢ଼ାଞ୍ଚାକୁ ବହୁଗୁଣିତ କରିବା ଆରମ୍ଭ କରିପାରିବ ଶିଖିବା, ମାନିବା, ବାଣିବା, ଓ ଅନ୍ୟମାନଙ୍କୁ ତାହା କରିବ । ପାଇଁ ଶିକ୍ଷା ଦେବା ଏପରିକି ସେମାନେ ପ୍ରଥମେ ଯୀଶୁଙ୍କ ବିଷୟରେ ଶୁଣିବା ପୂର୍ବରୁ ।

ଯେବେ ଏହା ଘଟେ ସମ୍ମତ ହୃଦୟଗୁଡିକରେ ଈଶ୍ୱରଙ୍କ ଉପାୟ ଛାପି ହୋଇଯାଏ । ତାଙ୍କର ଢ଼ାଞ୍ଚା ସମ୍ପ୍ରଦାୟିକ ଓ ବ୍ୟକ୍ତିଗତ ଜୀବନରେ ଅନ୍ତର୍ଗତ ହୋଇଯାଏ । ତା'ପରେ ଯେବେ ଈଶ୍ୱର ତାଙ୍କ ଉପାୟ ପ୍ରସ୍ତୁତ କଲେ ସେମାନେ ଏପର୍ଯ୍ୟନ୍ତ ପାଉଥିବା ସତ୍ୟକୁ ଈଶ୍ୱରଙ୍କ ସୁସମାଚାର ପ୍ରକାଶ କରିପାରିବ । ଏହିପରି ଭାବରେ ଏକ ସଂସ୍ଥା ଏକ ସମ୍ପ୍ରଦାୟ କିମ୍ବା ଏପରିକି ଏକ ଦେଶ ଯୀଶୁଙ୍କ ଅନୁଗାମୀ ହୋଇପାରିବ ।

ତଥାପିବି ଅଣ-ଅନୁକ୍ରମିକ ବୃଦ୍ଧି ଆବଶ୍ୟକ କରେ କ'ଣ ଆବଶ୍ୟକ ଭାବନା । ତେଣିକି ପ୍ରଣାଳୀ ଯାହାବି ହେଉନା କାହିଁକି ସବୁଠୁ ବଡ ପ୍ରଶ୍ନ ସେହି ଏକା ରହେ । କିଏ ସେହି ଉତ୍ତମ ମାଟି ଯିଏ ବିଶ୍ୱସ୍ତ ରହିବେ? କିଏ ଶିଖିବେ, ଅଭ୍ୟାସ କରିବେ ଓ ବାଣ୍ଟିବେ ଈଶ୍ୱରଙ୍କ ଉପାୟ ସବୁକୁ?

ଏହି ଉତ୍ତମ ମାଟିକୁ ଅନାଚ୍ଛାଦିତ କରିବା ଏହି ଉତ୍ତମ ହୃଦୟଗୁଡିକୁ ଆବିଷ୍କାର କରିବା ଆମର ସମୟ, ଶକ୍ତି ଓ ପ୍ରେଚଷ୍ଟାର ଯୋଗ୍ୟ । ଏମାନଙ୍କ ପାଇଁ ଆମେ ଆମର ହୃଦୟ ଢ଼ାଳିଦେଉ । ଏମାନଙ୍କ ପାଇଁ ଆମେ ଆମର ଜୀବନ ଢ଼ାଳିଦେଉ । ଏହି ମାନେହିଁ ଈଶ୍ୱରଙ୍କ ରାଜ୍ୟକୁ ସବୁଠୁ ଭଲ ବୃଦ୍ଧି କରନ୍ତି ।

ଚର୍ଚ୍ଚା କରନ୍ତୁ

(10 min)

  1. ହି ଭିଡ଼ିଓରେ ସବୁଠାରୁ ଉଦ୍ଦୀପକ ଧାରଣା ଆପଣ କ'ଣ ବୋଲି ଭାବୁଛନ୍ତି? କାହିଁକି ?
  2. କେଉଁ ଚିନ୍ତାଧାରା ସବୁଠାରୁ ଅଧିକ ଆହ୍ୱାନପୂର୍ଣ୍ଣ? କାହିଁକି?

READ

(5 min)

ଗତି

ଏହି ସେସନ୍‌ରେ ଆମେ ଶିଖିବା କାହିଁକି ବହୁଗୁଣାଣ ମହତ୍ୱପୂର୍ଣ୍ଣ? ଆଉ କାହିଁକି ଦ୍ରୁତ ବହୁଗୁଣାଣ ଆହୁରି ଅଧିକ ମହତ୍ୱପୂର୍ଣ୍ଣ? ଏହି ଅଧିବେଶନ ଗତି ବିଷୟରେ । ଗତି ହେଉଛି ସମୟ ବିଷୟରେ । ଘଟଣାଗୁଡିକ କେତେ ଶୀଘ୍ର କିମ୍ବା କେତେ ଧୀରେ ଘଟେ । ଗତି ଗୁରୁତ୍ୱପୂର୍ଣ କାରଣ କେଉଁଠି ଆମେ ସମସ୍ତେ ଆମ ଚିରନ୍ତନକୁ ବିତେଇବା ଏକ ଅସ୍ତିତ୍ୱ ଯାହା ସମୟକୁ ଟପିଯାଏ ଏକ ଅତି ଅଳ୍ପ ସମୟ ଭିତରେ ନିର୍ଦ୍ଧାରିତ ହୁଏ ଯାହାକୁ ଆମେ ଜୀବନ କହୁ ।

ଈଶ୍ୱରଙ୍କ ବାକ୍ୟ ଆମକୁ କହେଯେ, ପରମେଶ୍ୱର ତୁମ୍ଭ ପ୍ରତି ଧୈର୍ଯ୍ୟବାନ ହେଉଛନ୍ତି । କୌଣସି ଲୋକ ନଷ୍ଟ ହେଉ ବୋଲି ଚାହାଁନ୍ତି ନାହିଁ । ଚାହାଁନ୍ତି ପ୍ରତ୍ୟେକ ଲୋକ ନିଜର ହୃଦୟ ପରିବର୍ତ୍ତନ କରୁ । ଈଶ୍ୱର ଆମକୁ ଅଧିକ ସମୟ ଦିଅନ୍ତି କାରଣ ସେ ଜାଣନ୍ତି ଆମକୁ ଯାହା କରିବା ପାଇଁ ସେ କହିଛନ୍ତି ତାହା କରିବା ପାଇଁ ଓ ଯେଉଁଠି ପହଞ୍ଚିବା କଥା ସେଠି ପହଞ୍ଚିବାରେ ଆମ ପାଖରେ ଅଳ୍ପ ସମୟ ଅଛି ।

ଯୀଶୁଙ୍କ ନିକଟ ଅନୁଗମନ ପାଇଁ ଆମକୁ ତାଙ୍କ ଲୋକଙ୍କ ପଛରେ ଶୀଘ୍ର ଅନୁଧାବନ କରିବାକୁ ହେବ ଆମେ ଆରାମରେ କରିପାରିବାନି ଆମକୁ ନିଜ ଗତି ବଢ଼ାଇବାକୁ ହେବ ।

ବିଶ୍ୱ ମଣ୍ଡଳୀ ଯୀଶୁଙ୍କର ସମସ୍ତ ଅନୁଗାମୀ ଏକତ୍ର ଏବେ ପୂର୍ବଠାରୁ ଅନେକ ଅଧିକ ବଡ । ବିଶ୍ୱ ମଣ୍ଡଳୀ ଯୀଶୁଙ୍କର ସମସ୍ତ ଅନୁଗାମୀ ଏକତ ବିଶ୍ୱ ଜନସଂଖ୍ୟାର ପୂର୍ବଠୁ ଏକ ବଡ ଅଂଶ । ମାତ୍ର ସେହି ବଡ ସଂଖ୍ୟା ସତ୍ତେ୍ୱ ବିଶ୍ୱ ମଣ୍ଡଳୀ ବିଶ୍ୱ ଜନସଂଖ୍ୟାଠାରୁ ଅଧିକ ଦ୍ରୁତ ବେଗରେ ବୃଦ୍ଧି ପାଉ ନାହିଁ ।

ତାର ମାନେ ହେଲାଯେ ଯେବେକି ପୂର୍ବାପେକ୍ଷା ଏବେ ଅଧିକ ଲୋକ ଯୀଶୁଙ୍କ ଅନୁଗମନ କରୁଛନ୍ତି ଯୀଶୁଙ୍କ ଅନୁଗମନ କରୁଥିବା ଲୋକଙ୍କ ସଂଖ୍ୟା ତାହାଠାରୁ ଅଧିକ । ଆଉ ସେମାନେ ତାଙ୍କ ଚିରଦିନ ତାଙ୍କଠାରୁ ପୃଥକ ହୋଇ ବିତାଇବେ ପୂର୍ବଠାରୁ ଆହୁରି ଅଧିକ ମାତ୍ରାରେ ।

ବହୁଗୁଣିତ କରୁଥିବା ଶିଷ୍ୟମାନଙ୍କୁ କରିବା ଗୁରୁତ୍ୱପୂର୍ଣ୍ଣ । ଜଣେ ଶିଷ୍ୟଙ୍କ ସହ ଆରମ୍ଭ କରନ୍ତୁ । ଯଦି ସେମାନେ ପ୍ରତି ୧୮ ମାସରେ ଥରେ ବହୁଗୁଣିତ କରି ଜଣେ ନୂଆ ଶିଷ୍ୟ କରନ୍ତି ସମ୍ପୂର୍ଣ୍ଣ ଦେଢ଼ ବର୍ଷରେ ଆଉ ତାପରେ ସହି ଶିଷ୍ୟମାନେବି ସୋଇଆ କରନ୍ତି ୧୦ ବର୍ଷରେ ଯୀଶୁଙ୍କର ୬୪ ଜଣ ନୂଆ ଅନୁଗାମୀ ହେବେ । ୬୪ ଜଣ ଲୋକେ ତାଙ୍କ ଚିରନ୍ତନ ଜଣେ ପ୍ରେମପୂର୍ଣ୍ଣ ଈଶ୍ୱରଙ୍କ ସହ ବିତାଇବେ ।

ମାତ୍ର କ'ଣ ହେଇଥାଆନ୍ତା ଯଦି ସେମାନେ ଟିକେ ଦ୍ରୁତ ଗତି କରିଥାଆନ୍ତେ? ଯଦି ସେମାନେ ନିଜର ଗତି ବଢ଼ାଇ ଥାଆନ୍ତେ ।

ଯଦି ସେମାନେ ଏବେ ୪ ମାସରେ ବହୁଗୁଣିତ କରନ୍ତି ବର୍ଷର ଏକaତୁର୍ଥଂଶରେ ୧୮ ମାସ ପରିବର୍ତ୍ତେ ଆଉ ସେହି ଶିଷ୍ୟମାନେବି ସେଇଆ କରି ଥାଆନ୍ତେ ୧୦ ବର୍ଷରେ ଏବେ ଯୀଶୁଙ୍କର ୧୦୦ କୋଟି ନୂଆ ଅନୁଗାମୀ ହୋଇଥାଆନ୍ତେ । ସେ ବିଷୟରେ ଭାବନ୍ତୁ । ୧୦୦ରୁ କମ୍‌ ପରିବର୍ତ୍ତେ । ଶହେ କୋଟିରୁ ଅଧିକ ।

ଏସବୁ ଖାଲି ଗତି ବଢ଼ାଇ।

୧୮ ମାସରୁ ୪ ମାସକୁ ଯିବାର ମାନେ ହେଲା ଆମେ ସାଢ଼େ ଚାରି ଗୁଣା ଅଧିକ ଦ୍ରୁତ ବେଗରେ ଗତି କରୁଛେ । ହେଲେ ସେହି ଦ୍ରୁତ ଗତି ଯଦି ୧୦ ବର୍ଷ ଅବଧିରେ ପ୍ରତ୍ୟେକ ଶିଷ୍ୟଙ୍କୁ ପ୍ରଯୁଯ୍ୟ କରାଯାଏ ତାର ମାନେ ହେଲା ଈଶ୍ୱରଙ୍କ ପରିବାର ୧୫୦ ଲକ୍ଷ ଗୁଣା ଅଧିକ ଦ୍ରୁତ ବେଗରେ ବୃଦ୍ଧି ପାଉଛି । ଏକ ଶହରୁ କମ୍‌ । ଶହେ କୋଟିରୁ ଅଧିକ।

ଗତି ଗୁରୁତ୍ୱପୂର୍ଣ୍ଣ।

ଆମ କାହାଣୀ ଓ ଈଶ୍ୱରଙ୍କ କାହାଣୀକୁ ବାଣ୍ଟିବା ଆଉ କାହାକୁ ଯୀଶୁଙ୍କ ଅନୁଗମନ ଆଡକୁ ନେଇଯିବା ଈଶ୍ୱରଙ୍କ ପରିବାରକୁ ବଢ଼ାଏ । ଜଣେ ନୂତନ ଅନୁଗାମୀଙ୍କ ସହ କିପରି ସେହି ଏକା କଥା ସଠିକ ରୂପେ କରିପାରିବେ ବାଣ୍ଟିବା ଜଙ୍ଗଲ ନିଆଁ ପରି ଈଶ୍ୱରଙ୍କ ପରିବାରକୁ ବଢ଼ାଏ । ଅତି ଦ୍ରୁତ ଗତିରେ । ରୋଟିରେ ଖମୀର ପରି।

ଯୁମେ ପରି।

ଖାଲି ଗତି ଯୋଗୁ।

ଚର୍ଚ୍ଚା କରନ୍ତୁ

(10 min)

  1. ଗତି କାହିଁକି ଗୁରୁତ୍ୱପୁର୍ଣ୍ଣ ?
  2. ଗତି ପାଇଁ ଈଶ୍ବରଙ୍କ ପ୍ରାଥମିକତା ସହିତ ଭଲ ଭାବରେ ସମନ୍ୱୟରେ ରଖିବାକୁ, ଆପଣଙ୍କ ଚିନ୍ତାଧାରା, ଆପଣଙ୍କ କାର୍ଯ୍ୟକଳାପ କିମ୍ବା ଆପଣଙ୍କ ମନୋଭାବରେ କ'ଣ ପରିବର୍ତ୍ତନ ଆବଶ୍ୟକତା ରହିଛି?
  3. ଏସପ୍ତାହରୁ ଆରମ୍ଭ କରି ସେହି ଗୋଟିଏ ବିଷୟ କ'ଣ କରିପାର ଯାହା ଭିନ୍ନତା ଆଣିବ ?

READ

(5 min)

ସର୍ବଦା ଦୁଇଟି ମଣ୍ଡଳୀର ଅଂଶ

ଏହି ସେସନ୍‌ରେ ଆମେ ଶିଖିବା କିପରି ଯୀଶୁଙ୍କ ଅନୁଗାମୀମାନେ ବୃଦ୍ଧିକୁ ଦ୍ରୁତ କରିବା ପାଇଁ ଓ ଏକ ବିଶ୍ୱସ୍ତ ଆଧ୍ୟାତ୍ମିକ ପରିବାରକୁ ବଢୁଥିବା ସହର-ବ୍ୟାପୀ ବିଶ୍ୱାସୀମାନଙ୍କ ଶରୀରରେ ବଦଳାଇବା ପାଇଁ ଦୁଇଟି ମଣ୍ଡଳୀର ଅଂଶ ହୋଇପାରିବେ । ଈଶ୍ୱରଙ୍କ ବାକ୍ୟରେ ଆମେ ଶିଖୁ ଯେ ଆମ ପାଇଁ ତାଙ୍କ ଆଦର୍ଶ ଯୋଜନା ହେଉଛି ଏକ ଆଧ୍ୟାତ୍ମିକ ପରିବାର ପରି ରହିବା । ବାଇବଲ୍‌ ଏହି ପରିବାର ବିଷୟରେ କହେ ତିନି ଆକାରରେ ଏକ ମଣ୍ଡଳୀ ଭାବେ ।

  • ପରମେଶ୍ୱରଙ୍କ ମଣ୍ଡଳୀ ସମସ୍ତ ବିଶ୍ୱାସୀମାନଙ୍କର ସମ୍ମିଳନ ଯିଏ ଥିଲେ ଯିଏ ଅଛନ୍ତି ଆଉ ଯିଏ ଆସିବେ ।
  • ଆଞ୍ଚଳିକ କିମ୍ବା ନଗର ମଣ୍ଡଳୀ ଏକ ନଗର କିମ୍ବା ଦେଶର ଏକ ଭାଗରେ ସମସ୍ତ ବିଶ୍ୱାସୀମାନଙ୍କର ସମ୍ମିଳନ ।
  • ସରଳ ମଣ୍ଡଳୀ ବିଶ୍ୱାସୀମାନଙ୍କର ଏକ କ୍ଷୁଦ୍ର ଦଳ ଯାହା ଭବନ କିମ୍ବା ଏକ ଘର ପରି ସ୍ଥାନରେ ଏକତ୍ରିତ ହୁଏ ।

ସବୁଠାରୁ କ୍ଷୁଦ୍ର ଦଳ ଏହି ପ୍ରାଥମିକ ମଣ୍ଡଳୀ ହେଉଛି ଆଧ୍ୟାତ୍ମିକ ପରିବାର ଯାହା ଏକତ୍ର ଜୀବନ ବଞ୍ଚେ ଏହା ସର୍ବୋତ୍ତମ କାମ କରେ ଯେବେ ଏହି ପରିବାର ଭେଟେ ଏବଂ କାମ କରେ ଥରକରେ ମାସମାସ କିମ୍ବା ବର୍ଷ ବର୍ଷ ଧରି । ସେହି ଏକା ସମୟରେ, ଯୀଶୁ ତାଙ୍କ ଅନୁଗାମୀମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ ଯେ ସେମାନେ ଅବିରତ ନୂତନ ଆଧ୍ୟାତ୍ମିକ ପରିବାରଗୁଡିକ ଆରମ୍ଭ କରି ଅଧିକ ଯୀଶୁଙ୍କ ପରି ହେବାପାଇଁ ସେଗୁଡିକର ବୃଦ୍ଧି କରିବା ଉଚିତ ଆଉ କିପରି ନୂତନ ଆଧ୍ୟାତ୍ମିକ ପରିବାରଗୁଡିକ ଆରମ୍ଭ କରିବେ ତାହା ଶିକ୍ଷା ଦେବା ମଧ୍ୟ ।

ଯୀଶୁ ଆମକୁ କହିଲେ - ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର ପରମପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବାପ୍ତିସ୍ମ ଦିଅ । ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ । ତେବେ ଏହି ଦୁଇଟି ବିଷୟ କିପରି ଏକାଠି ହୁଅନ୍ତି କିପରି ଆମେ ଏକ ମଣ୍ଡଳୀର ଅଂଶ ହୋଇପାରିବା ଆଉ ନୂଆ ମଣ୍ଡଳୀର ଆରମ୍ଭ କରିବାର ପ୍ରଣାଳୀରେ ରହିପାରିବା ସେହି ଏକା ସମୟରେ?

ଏକ ମୌଳିକ ମଣ୍ଡଳୀର କଳ୍ପନା କରନ୍ତୁ କେବଳ ଚାରି ପରିବାର ପ୍ରତି ଯୋଡା ଚିହ୍ମ ଏକ ଭିନ୍ନ ଦମ୍ପତ୍ତିର ପ୍ରତିନିଧିତ୍ୱ କରେ ଯିଏ ତାଙ୍କ ଘରର ଅଗ୍ରଣୀ । ସବୁ ଦମ୍ପତ୍ତିମାନେ ଗୋଟିଏ ମଣ୍ଡଳୀର ଅଂଶ - ଏହା ତାଙ୍କର ଚାଲିଥିବା ଆଧ୍ୟାତ୍ମିକ ପରିବାର ଏହା ସହ ସେମାନେ ଜୀବନ ବଞ୍ଚନ୍ତି ।

ଭାଇ ଓ ଭଉଣୀମାନେ ଯେଉଁମାନେ ତାଙ୍କୁ ପ୍ରେମ ଓ ଉତ୍ତମ କର୍ମରେ ଉାହିତ କରନ୍ତି । ମାତ୍ର ଏହି ଏକା ଦମ୍ପତ୍ତିମାନେ ପ୍ରତ୍ୟେକେ ଏକ ନୂଆ ଆଧ୍ୟାତ୍ମିକ ପରିବାର ଆରମ୍ଭ କରିବା ପାଇଁ କାମ କରୁଥାଆନ୍ତି । ସେମାନେ ସେହି ଏକା ଉପାୟରେ ଅଂଶଗ୍ରହଣ କରୁନାହାଁନ୍ତି ଯେପରି ସେମାନେ ନିଜ କ୍ଷୁଦ୍ର ଦଳ ପରିବାରରେ କରନ୍ତି । ମାତ୍ର ସେମାନେ ଆଦର୍ଶ ଓ ସହାୟତାରେ ସାହାଯ୍ୟ କରୁଛନ୍ତି ଏକ ନୂଆ ଆଧ୍ୟାତ୍ମିକ ପରିବାର ଆରମ୍ଭ ଓ ବୃଦ୍ଧି କରୁଥିବାବେଳେ ।

କଳ୍ପନା କରନ୍ତୁ କେବଳ ଗୋଟିଏ ମଣ୍ଡଳୀ ଠିକ୍‌ ସେହି ଏକା ସମୟରେ ଚାରିଟି ନୂଆ ମଣ୍ଡଳୀ ଆରମ୍ଭ କରୁଛନ୍ତି ଈଶ୍ୱର ଏପରି ରୂପେ ଏତେ ଦ୍ରୁତ ବେଗରେ ତାଙ୍କ ପରିବାରର ବୃଦ୍ଧି କରିପାରନ୍ତି । ଏପରି ଭାବେ ମଣ୍ଡଳୀ ଏହାର ଗତି ବଢ଼ାଇ ପାରିବ ।

ଏକ ପୂର୍ବ ସେସନ୍‌ରେ ଆମେ ଶିଖିଥିଲେ ପ୍ରଶିକ୍ଷଣ ଚକ୍ର ଆଦର୍ଶ ସହାୟତା ଦେଖିବା ଛାଡିବା ବିଷୟରେ ଆଉ ଆମେ ଜାଣୁ ଯେ ଏହି ପ୍ରଥମ ଦୁଇ ପର୍ଯ୍ୟାୟ ଆଦର୍ଶ ଆଉ ସହାୟତା ମଧ୍ୟ ଦେଇ ଆମକୁ ଶୀଘ୍ର ଆଗେଇବାକୁ ହେବ ନୂଆ ଅନୁଗାମୀମାନଙ୍କୁ ସୁସ୍ଥ ଓ ତାଙ୍କ ବିଶ୍ୱାସରେ ବୃଦ୍ଧପ୍ରାପ୍ତ ରଖିବା ପାଇଁ ।

ତେବେ ମୌଳିକ ମଣ୍ଡଳୀ ଓ ସେମାନେ ଆରମ୍ଭ କରିଥିବା ଚାରି ମଣ୍ଡଳୀର କ'ଣ ହୁଏ? ସେମାନଙ୍କୁ ଆଦର୍ଶ ଓ ସହାୟତା ଦ୍ୱାରା ସାହାଯ୍ୟ କରିବା ପରେ ଏହି ଦମ୍ପତ୍ତିମାନେ ଆଗରୁ ଏହି ନୂଆ ମଣ୍ଡଳୀଗୁଡିକୁ ଆଦର୍ଶ ଆଉ ସହାୟତା ଆରମ୍ଭ କରିବାରେ ସାହାଯ୍ୟ କରିସାରି ଥାଆନ୍ତି । ଏହି ଚାରି ନୂଆ ମଣ୍ଡଳୀ ପାଇଁ ଆମ ଦମ୍ପତ୍ତିମାନେ ଏବେ ଦେଖିବା ପର୍ଯ୍ୟାୟରେ ଅଛନ୍ତି ନୂଆ ମଣ୍ଡଳୀଗୁଡିକର ବିକାଶ ଉପରେ ଆଖି ରଖିଛନ୍ତି ସେମାନେ ଆଦର୍ଶ ଓ ସହାୟତା କରୁଥିବାବେଳେ ନୂଆ ମଣ୍ଡଳୀଗୁଡିକୁ ଶିକ୍ଷା ଦେଇ ସେମାନେ ନିଜେ ଆରମ୍ଭ କରିବା ପାଇଁ ସେମାନେ ସାହାଯ୍ୟ କରନ୍ତି । ଏକ ପୂର୍ବ ସେସନ୍‌ରେ ଆମେ ଶିଖିଥିଲେ ପ୍ରଶିକ୍ଷଣ ଚକ୍ର ଆଦର୍ଶ ସହାୟତା ଦେଖିବା ଛାଡିବା ବିଷୟରେ ଆଉ ଆମେ ଜାଣୁ ଯେ ଏହି ପ୍ରଥମ ଦୁଇ ପର୍ଯ୍ୟାୟ ଆଦର୍ଶ ଆଉ ସହାୟତା ମଧ୍ୟ ଦେଇ ଆମକୁ ଶୀଘ୍ର ଆଗେଇବାକୁ ହେବ ନୂଆ ଅନୁଗାମୀମାନଙ୍କୁ ସୁସ୍ଥ ଓ ତାଙ୍କ ବିଶ୍ୱାସରେ ବୃଦ୍ଧପ୍ରାପ୍ତ ରଖିବା ପାଇଁ । ତେବେ ମୌଳିକ ମଣ୍ଡଳୀ ଓ ସେମାନେ ଆରମ୍ଭ କରିଥିବା ଚାରି ମଣ୍ଡଳୀର କ'ଣ ହୁଏ? ସେମାନଙ୍କୁ ଆଦର୍ଶ ଓ ସହାୟତା ଦ୍ୱାରା ସାହାଯ୍ୟ କରିବା ପରେ ଏହି ଦମ୍ପତ୍ତିମାନେ ଆଗରୁ ଏହି ନୂଆ ମଣ୍ଡଳୀଗୁଡିକୁ ଆଦର୍ଶ ଆଉ ସହାୟତା ଆରମ୍ଭ କରିବାରେ ସାହାଯ୍ୟ କରିସାରି ଥାଆନ୍ତି । ଏହି ଚାରି ନୂଆ ମଣ୍ଡଳୀ ପାଇଁ ଆମ ଦମ୍ପତ୍ତିମାନେ ଏବେ ଦେଖିବା ପର୍ଯ୍ୟାୟରେ ଅଛନ୍ତି ନୂଆ ମଣ୍ଡଳୀଗୁଡିକର ବିକାଶ ଉପରେ ଆଖି ରଖିଛନ୍ତି ସେମାନେ ଆଦର୍ଶ ଓ ସହାୟତା କରୁଥିବାବେଳେ ନୂଆ ମଣ୍ଡଳୀଗୁଡିକୁ ଶିକ୍ଷା ଦେଇ ସେମାନେ ନିଜେ ଆରମ୍ଭ କରିବା ପାଇଁ ସେମାନେ ସାହାଯ୍ୟ କରନ୍ତି ।

ଅଧିକାଂଶ ଲୋକେ ଥରକରେ ଅନ୍ୟ ଗୋଟିଏ ଆଧ୍ୟାତ୍ମିକ ପରିବାରଠାରୁ ଅଧିକ ପରିବାର ପାଇଁ ଆଦର୍ଶ ଓ ସହାୟତା କରିବାକୁ ସକ୍ଷମ ହେବେ ନାହିଁ । ମାତ୍ର ସେମାନେ ଅନେକ ମଣ୍ଡଳୀ ଉପରେ ଦୃଷ୍ଟି ରଖି ସେମାନଙ୍କୁ ଶିକ୍ଷା ଦେଇ ପାରିବେ ଆଉ ସେମାନେ ବୃଦ୍ଧି ପାଉଥିବା ସମୟରେ ସହକର୍ମୀ ପରାମର୍ଶଦାତାଙ୍କ ସହ ସଂଯୁକ୍ତ ହେବାରେ ସେମାନଙ୍କୁ ସାହାଯ୍ୟ କରିବେ ।

ତାର ମାନେ ହେଲା ଏକ ଏକାକୀ ଆଧ୍ୟାତ୍ମିକ ପରିବାର ଏକ କ୍ଷୁଦ୍ର ଦଳ ମଣ୍ଡଳୀ ଠିକ୍‌ ସେହି ଏକା ସମୟରେ ଅନ୍ୟ ଅନେକ କ୍ଷୁଦ୍ର ଦଳ ମଣ୍ଡଳୀ ଆରମ୍ଭ କରିବାରେ ଭାଗ ନେଇ ପାରିବେ । ତେବେ ଏହି ମଣ୍ଡଳୀଗୁଡିକ ସହିତ କ'ଣ ଘଟେ ଯେବେ ସେଗୁଡିକ ବଢୁଥାଆନ୍ତି ଓ ଆରମ୍ଭ କରୁଥାଆନ୍ତି ନୂଆ ମଣ୍ଡଳୀଗୁଡିକୁ ଯାହା ନୂଆ ମଣ୍ଡଳୀଗୁଡିକୁ ଆରମ୍ଭ କରେ, ଯାହା ନୂଆ ମଣ୍ଡଳୀଗୁଡିକୁ ଆରମ୍ଭ କରେ? ଏକ ବିସ୍ତାରିତ ଆଧ୍ୟାତ୍ମିକ ପରିବାର ଭାବରେ ସେମାନେ ଜୀବନ କିପରି ବଞ୍ଚନ୍ତି?

ଉତ୍ତର ହେଉଛି ଏହି ସରଳ ମଣ୍ଡଳୀଗୁଡିକ ଏକ ବଢୁଥିବା ଶରୀରରେ କୋଷିକାଗୁଚ୍ଛ ପରି ଆଉ ସେଗୁଡିକ ପରସ୍ପର ସହିତ ସଂଯୁକ୍ତ ହୁଅନ୍ତି ଆଉ ଏକ ନଗର କିମ୍ବା ଆଞ୍ଚଳିକ ମଣ୍ଡଳୀରେ ନେଟ୍‌ୱାର୍କ କରନ୍ତି । ମଣ୍ଡଳୀଗୁଡିକ ସମ୍ବନ୍ଧିତ ସେମାନେ ଏକା ଡିଏନ୍‌ଏ ବାଣ୍ଟନ୍ତି ସେମାନେ ସମସ୍ତେ ସେହି ଏକା ବହୁଗୁଣିତ କରିଥିବା ପ୍ରଥମ ପରିବାର ସହିତ ସଂଯୁକ୍ତ ।

ଆଉ ଏବେ କିଛି ପଥପ୍ରଦର୍ଶନ ସହ ସେମାନେ ଆହୁରି ଅଧିକ କରିବା ପାଇଁ ଏକ ବୃହତ୍ତର ଶରୀର ଭାବେ ଏକତ୍ରିତ ହୁଅନ୍ତି ।

ଚର୍ଚ୍ଚା କରନ୍ତୁ

(10 min)

  1. ଗୋଟିଏ ପରିବାରକୁ ଲଗାତାର ବଢ଼ାଇବା ଏବଂ ବଢ଼ିବା ପାଇଁ ଏହାକୁ ବିଭାଜନ କରିବା ପରିବର୍ତ୍ତେ, ଏକ ସ୍ଥିର ଆତ୍ମିକ ପରିବାରକୁ ବଜାୟ ରଖିବାର କେତେକ ଲାଭ କ'ଣ ଯାହା ନୂତନମାନଙ୍କୁ ଜନ୍ମ ଦେଇଥାଏ, ଯେଉଁମାନେ ବଢ଼ନ୍ତି ଏବଂ ବର୍ଦ୍ଧିତ ହୁଅନ୍ତି?

READ

(5 min)

ଅନୁଶିକ୍ଷଣ ଯାଞ୍ଚ ତାଲିକା

ଯୀଶୁ କହିଲେ - ନିଜ ବନ୍ଧୁମାନଙ୍କ ପାଇଁ ପ୍ରାଣଦାନ ଦେଇ ଜଣେ ବ୍ୟକ୍ତି ସର୍ବୋତ୍କୃଷ୍ଟ ପ୍ରେମ ଦେଖାଇ ପାରିବ । ଯୀଶୁ ଆମକୁ କହିଲେ ତା'ପରେ ବାରମ୍ବାର ଆମକୁ ଦେଖାଇଲେ ଯେ ଈଶ୍ୱରଙ୍କ ପରିବାର ସର୍ବୋତ୍ତମ ବଢ଼େ ଯେବେ ଆମେ ଈଶ୍ୱରଙ୍କ ଇଚ୍ଛା ପୂରଣ ପାଇଁ ଆମ ନିଜ ଇଚ୍ଛା ତ୍ୟାଗ କରୁ ।

ଶିକ୍ଷଣ ଯାଞ୍ଚ ତାଲିକା ହେଉଛି ଏକ ସରଳ ଉପକରଣ ଯାହାକୁ ଆପଣ ପଥପ୍ରଦର୍ଶନ ପାଇଁ ବ୍ୟବହାର କରିପାରିବେ ଯେବେ ଆପଣ ଅନ୍ୟମାନଙ୍କୁ ଯୁମେ ପ୍ରଶିକ୍ଷଣର ବିଭିନ୍ନ ଭାଗ ଯେପରିକି ପ୍ରଶିକ୍ଷଣ ଚକ୍ର କିମ୍ବା ୧୦୦ର ତାଲିକା ଦେଇ ଯିବାରେ ସାହାଯ୍ୟ କରୁଥିବେ ।

ଅନ୍ୟମାନଙ୍କଠାରେ କେଉଁ କୌଶଳ ବିକଶିତ ହେବାର ଆପଣ ଦେଖୁଛନ୍ତି? ବିକଶିତ ହେବା ପାଇଁ କେଉଁସବୁ କ୍ଷେତ୍ର ଏବେବି ବାକି ଅଛି?

ଯାଉଥିବା ସବୁ ସ୍ଥାନରେ ଯୀଶୁଙ୍କ ଅନୁଗାମୀମାନଙ୍କୁ ଈଶ୍ୱରଙ୍କ ପରିବାରର ଅଗ୍ରଣୀ ଭାବେ ବିକଶିତ କରୁଥିବାବେଳେ ଲକ୍ଷ୍ୟ କେନ୍ଦ୍ରିତ ଓ ସଂଯୁକ୍ତ ରହିବାରେ ଶିକ୍ଷଣ ଯାଞ୍ଚ ତାଲିକା ଆପଣଙ୍କୁ ସାହାଯ୍ୟ କରିବ ।

ହଁ ଏହା ସମୟ ଓ ଚେଷ୍ଟା ଦରକାର କରେ । ହଁ ଏହାର ମାନେ ଈଶ୍ୱରଙ୍କ ସିଦ୍ଧ ଯୋଜନା ପାଇଁ ନିଜ ସ୍ୱାର୍ଥ ତ୍ୟାଗ । ଆଉ ହଁ ଏସବୁଠାରୁ ଅଧିକ ଏହାର ମୂଲ୍ୟ ଅଛି ।

ଶିକ୍ଷଣ ଯାଞ୍ଚ ତାଲିକା ଯୁମେ ଟୁଲ୍‌କିଟ୍‌ ରୁ ଏକ ସରଳ ଉପକରଣ ଯାହା ଆପଣଙ୍କୁ ଜୀବନର ମହାନତମ ଖେଳ ଈଶ୍ୱରଙ୍କର କାର୍ଯ୍ୟରେ ରହିବାରେ ସାହାଯ୍ୟ କରେ ।

ଲକ୍ଷ୍ୟ ପ୍ରାପ୍ତ ହେଲା

(20 min)

Coaching Checklist

ଚର୍ଚ୍ଚା କରନ୍ତୁ

(10 min)

  1. କେଉଁ ସାଧନ ଏବଂ ଧାରଣାଗୁଡ଼ିକୁ ଆପଣ ଭଲ ଭାବରେ ପ୍ରଶିକ୍ଷଣ ନେବାକୁ ସକ୍ଷମ ବୋଲି ଆପଣ ଅନୁଭବ କରିଥିଲେ?
  2. କେଉଁ ସାଧନ ଏବଂ ଧାରଣାଗୁଡିକ ଆପଣ ଭଲ ଭାବରେ ପ୍ରଶିକ୍ଷଣ ନେବାକୁ ସଂଘର୍ଷ କରିବେ ବୋଲି ଆପଣ ଅନୁଭବ କରିଥିଲେ?
  3. ଯାଞ୍ଚତାଲିକାରୁ କୌଣସି ସାଧନ ଅଥବା ଧାରଣା ଆପଣ ଯୋଗ ଅଥବା ବିୟୋଗ କରିବାକୁ ଚାହିଁବେ କି? କାହିଁକି ?

ଲକ୍ଷ୍ୟ ପ୍ରାପ୍ତ ହେଲା

(5 min)

Get a Coach

ଚାରୋଟି କ୍ଷେତ୍ର ଏବଂ ପିଢିଗତ ମାନଚିତ୍ରଣ ହେଉଛି ଏକ ସାଧନ ଯାହାକି ବଢ଼ୁଥିବା ଆନ୍ଦୋଳନ ପ୍ରୟାସକୁ ସହାୟତା କରିବା ପାଇଁ ପରିକଳ୍ପନା କରାଯାଇଛି ।

ଅନୁସ୍ମାରକ - ଏହିସବୁ ସାଧନକୁ ଆପଣଙ୍କ ଅଞ୍ଚଳରେ ପ୍ରୟୋଗ କରିବାରେ ସାହାଯ୍ୟ କରିବା ପାଇଁ ଯୁମେ କୋଚ୍ ଉପଲବ୍ଧ ଅଛନ୍ତି ।

ଚାରୋଟି କ୍ଷେତ୍ର

ଯୀଶୁ ଅନେକ ସମୟରେ ଶିଷ୍ୟମାନଙ୍କୁ ସେବାରୁ ଦୂରେଇ ନୀରବ ସ୍ଥାନକୁ ଟାଣି ନେଇ କାର୍ଯ୍ୟ କିପରି ଚାଲିଛି ତାହାର ସମୀକ୍ଷା କରୁଥିଲେ।

ଚାରୋଟି କ୍ଷେତ୍ର ଏକ ନେତୃତ୍ୱ କୋଷ ଦ୍ୱାରା ସେମାନଙ୍କ ସାମ୍ପ୍ରତିକ ପ୍ରୟାସ ଏବଂ ତାଙ୍କ ଚାରିପାଖରେ ଈଶ୍ୱରଙ୍କ ରାଜ୍ୟ କାର୍ଯ୍ୟକଳାପ ପ୍ରତିଫଳିତ କରିବା ପାଇଁ ବ୍ୟବହାର କରାଯାଏ । ଏହା ବିଶେଷ କରି ନେତୃବୃନ୍ଦଙ୍କ ପ୍ରୟାସକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ, ଯାହାଫଳରେ କୌଣସି କ୍ଷେତ୍ରକୁ ଅଣଦେଖା କରାଯାଇପାରିବ ନାହିଁ।

ପରବର୍ତ୍ତୀ ଦୁଇଟି ସ୍ଲାଇଡ୍ ସମୀକ୍ଷା କରନ୍ତୁ: କ୍ଷେତ୍ର ବିବରଣୀ ଏବଂ ଚାରୋଟି କ୍ଷେତ୍ର ଉଦାହରଣ

କ୍ଷେତ୍ର ବିବରଣୀ

ଚର୍ଚ୍ଚା କରନ୍ତୁ

(10 min)

  1. ଆପଣଙ୍କ ଆଖପାଖରେ ଥିବା ଖାଲି ସ୍ଥାନକୁ ଚିହ୍ନଟ କରନ୍ତୁ । କେଉଁ ସମୁଦାୟ କିମ୍ବା ଲୋକ ଗୋଷ୍ଠୀ ଯାହା ସହିତ ଆପଣ ସଂଯୁକ୍ତ ଅଟନ୍ତି, ଯେଉଁମାନଙ୍କର କୌଣସି ସୁସମାଚାର କାର୍ଯ୍ୟକଳାପ ନାହିଁ?
  2. ଯଦି ଗୋଟିଏ କ୍ଷେତ୍ରରେ ଅବହେଳା କରାଯାଏ, ତେବେ ଦୀର୍ଘକାଳୀନ ଅଭିବୃଦ୍ଧି କିପରି ପ୍ରଭାବିତ ହୁଏ? ଉଦାହରଣ ଦିଅନ୍ତୁ।
  3. କେଉଁ ଯୁମେ ସାଧନ କେଉଁ କ୍ଷେତ୍ରରେ ସହାୟକ ହେବ?

ପିଢ଼ିଗତ ମାନଚିତ୍ରଣ

ପିଢ଼ିଗତ ମାନଚିତ୍ରଣ (ଅର୍ଥାତ ପିଢ଼ି ମାନଚିତ୍ରଣ ବା ଜେନ ମ୍ୟାପିଂଙ୍ଗ) ହେଉଛି ଅନ୍ୟ ଏକ ସରଳ ସାଧନ ଯାହା ଏକ ଆନ୍ଦୋଳନର ନେତୃବୃନ୍ଦଙ୍କୁ ସେମାନଙ୍କ ଚାରିପାଖରେ ବୃଦ୍ଧିକୁ ବୁଝିବାରେ ସାହାଯ୍ୟ କରିଥାଏ ।

ଗୋଟିଏ କାଗଜ କିମ୍ବା ଏକାଧିକ କାଗଜରେ ଏକ ପିଢ଼ିବୃକ୍ଷର ମାନଚିତ୍ର ଆଙ୍କାଯାଇପାରେ । ଏହି ମାନଚିତ୍ର ଦର୍ଶାଇବାରେ ସାହାଯ୍ୟ କରେ ଯେ କେଉଁ ସ୍ଥାନରେ ବୃଦ୍ଧି ଅଟକି ରହିଛି ଏବଂ ପ୍ରଶିକ୍ଷଣର ଆବଶ୍ୟକତା ରହିଛି ।ଏହି ଆନ୍ଦୋଳନର ସ୍ୱାସ୍ଥ୍ୟ ନେତୃବୃନ୍ଦଙ୍କ ପାଇଁ ଏକ ସର୍ବୋଚ୍ଚ ଚିନ୍ତାର ବିଷୟ ଏବଂ ଫଳପ୍ରଦତା ହେଉଛି ସ୍ୱାସ୍ଥ୍ୟ ମାପିବାର ଏକ ସର୍ବୋଚ୍ଚ ଉପାୟ ।

ପରବର୍ତ୍ତୀ ସ୍ଲାଇଡରେ ଉଦାହରଣ ଦେଖନ୍ତୁ ।

ଚର୍ଚ୍ଚା କରନ୍ତୁ

(10 min)

ପିଢ଼ିଗତ ମାନଚିତ୍ରଣ ଉଦାହରଣକୁ ବ୍ୟବହାର କରି ନିମ୍ନଲିଖିତ ବିଷୟ ଉପରେ ଆଲୋଚନା କରନ୍ତୁ:

  1. କେଉଁ ନେତାମାନେ ସଂଖ୍ୟା ବୃଦ୍ଧି ଦେଖୁଛନ୍ତି?
  2. ଆପଣ ପରବର୍ତ୍ତୀ ସମୟରେ କେଉଁ ଗୋଷ୍ଠୀକୁ ବହୁଗୁଣିତ କରିବାକୁ ଆଶା କରିବେ?
  3. କେଉଁ ନେତାମାନେ ଅନ୍ୟ ନେତାମାନଙ୍କୁ ସାହାଯ୍ୟ ଓ ସଶକ୍ତ କରିପାରିବେ?
  4. ଆପଣ କୌଣସି ପିଢ଼ିରେ ଦୁର୍ବଳ ଉତ୍ତରଦାୟିତ୍ୱର ଏକ ଢାଞ୍ଚା ଦେଖୁଛନ୍ତି କି?

ସମୀକ୍ଷା

(1 min)

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ଧାରଣାଗୁଡ଼ିକ:

ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ସାଧନଗୁଡ଼ିକ:

  • ଅଣ-କ୍ରମାଗତ ବୃଦ୍ଧି ଆଶା କରନ୍ତୁ
  • ସଂଖ୍ୟାବୃଦ୍ଧି ବିଷୟକ ବେଗ
  • ସବୁବେଳେ ଦୁଇଟି ମଣ୍ଡଳୀର ଅଂଶ
  • ନେଟ୍‌ୱାର୍କ୍‌ରେ ନେତୃତ୍ୱ
  • ଶିକ୍ଷାଦାନ ଯାଞ୍ଚ ତାଲିକା
  • ଚାରି କ୍ଷେତ୍ର ଉପକରଣ
  • ପିଢ଼ିଗତ ମାନଚିତ୍ରଣ
  • ସହକର୍ମୀ ପରାମର୍ଶଦାତା ଗୋଷ୍ଠୀ
  • ତିନି-ମାସ ଯୋଜନା

NEXT STEP

ଆଜ୍ଞାବହ ହେବା

ଜଣେ ବନ୍ଧୁଙ୍କ ସହିତ 'ଗତି'ର ଧାରଣା ବାଣ୍ଟିବା ଅଭ୍ୟାସ କରନ୍ତୁ ଏବଂ ପ୍ରଭୁ ଏହାକୁ ଆପଣଙ୍କ ହୃଦୟ ଏବଂ ଆତ୍ମା ମଧ୍ୟରେ ଗଭୀର ଭାବରେ ଅନ୍ତର୍ଭୁକ୍ତ କରନ୍ତୁ ବୋଲି ପ୍ରାର୍ଥନା କରନ୍ତୁ। ସଦାପ୍ରଭୁଙ୍କୁ ମାଗନ୍ତୁ ଯେ ଆପଣ ଏହାକୁ କାହା ସହିତ ବାଣ୍ଟନ୍ତୁ ବୋଲି ସେ ଚାହାନ୍ତି।

ବାଣ୍ଟିବା

ଯଦି ଆପଣ ପୂର୍ବରୁ ନିଜର ଏକ ସରଳ ମଣ୍ଡଳୀ ଆରମ୍ଭ କରିସାରିଛନ୍ତି, ତେବେ ମଣ୍ଡଳୀର ସଦସ୍ୟମାନଙ୍କ ସହିତ "ସର୍ବଦା ଦୁଇଟି ମଣ୍ଡଳୀର ଅଂଶ"ର ଧାରଣାକୁ ବାଣ୍ଟନ୍ତୁ । ଯଦି ନୁହଁ, ତେବେ ଆପଣ ଜାଣିଥିବା ଅନ୍ୟ ଜଣେ ବିଶ୍ବାସୀଙ୍କ ସହ ବାଣ୍ଟନ୍ତୁ ।

ଉତ୍ସାହିତ ହୁଅନ୍ତୁ …

ଆପଣ ହୁଏତ ଏହା ଜାଣି ନ ଥିବେ, କିନ୍ତୁ ଆପଣ ବର୍ତ୍ତମାନ ସରଳ ମଣ୍ଡଳୀ ପ୍ରତିଷ୍ଠା କରିବା ଏବଂ ଅନେକ ପାଳକ ଓ ମିଶନାରୀଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ଶିଷ୍ୟ କରିବା ନିମନ୍ତେ ଅଧିକ ବ୍ୟବହାରିକ ପ୍ରଶିକ୍ଷଣ ପାଇଛନ୍ତି!

ତଥାପି ଯୁମେ ପ୍ରଶିକ୍ଷଣ କେବଳ ଆରମ୍ଭ ମାତ୍ର । ଏହି ଅଧିବେଶନରେ, ଆମେ ପ୍ରଶିକ୍ଷଣ ପରେ କ'ଣ ହେବ ସେ ବିଷୟରେ ଏକ ଯୋଜନା ପ୍ରସ୍ତୁତ କରିବୁ ଏବଂ ଆପଣମାନେ ଯାହା ଶିଖିଲେ ତାହା କାର୍ଯ୍ୟକାରୀ କରିବା ସମୟରେ ଆପଣମାନଙ୍କୁ ପରବର୍ତ୍ତୀ ସମୟରେ ଆବଶ୍ୟକ ହେଉଥିବା ସାଧନଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ଜଣାଇବୁ ।

ସାରାଂଶ

(1 min)

ଏହି ଅଧିବେଶନରେ, ଆମେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା:

ଏବଂ ଆମେ ଏହି ସାଧନଗୁଡ଼ିକ ଆମର ଟୁଲକିଟ୍ ରେ ଯୋଡ଼ିବା:

  • ଅଣ-କ୍ରମାଗତ ବୃଦ୍ଧି ଆଶା କରନ୍ତୁ
  • ସଂଖ୍ୟାବୃଦ୍ଧି ବିଷୟକ ବେଗ
  • ସବୁବେଳେ ଦୁଇଟି ମଣ୍ଡଳୀର ଅଂଶ
  • ନେଟ୍‌ୱାର୍କ୍‌ରେ ନେତୃତ୍ୱ
  • ଶିକ୍ଷାଦାନ ଯାଞ୍ଚ ତାଲିକା
  • ଚାରି କ୍ଷେତ୍ର ଉପକରଣ
  • ପିଢ଼ିଗତ ମାନଚିତ୍ରଣ
  • ସହକର୍ମୀ ପରାମର୍ଶଦାତା ଗୋଷ୍ଠୀ
  • ତିନି-ମାସ ଯୋଜନା

READ

(5 min)

ନେଟୱାର୍କରେ ନେତୃତ୍ୱ

ଏହି ସେସନ୍‌ରେ ଆମେ ଶିଖିବା କିପରି ନେଟ୍‌ୱାର୍କ ଗୁଡିକରେ ନେତୃତ୍ୱ କ୍ଷୁଦ୍ର ମଣ୍ଡଳୀଗୁଡିକର ବଢୁଥିବା ଏକ ଦଳକୁ ଏକତ୍ର କାମ କରିବାକୁ ନୂଆ ଅଗ୍ରଣୀମାନଙ୍କୁ ତିଆର କରିବାକୁ ଆଉ ଈଶ୍ୱର ତାଙ୍କ ଲୋକଙ୍କ ପାଇଁ କଳ୍ପନା କରଥିବା ଭଲ ବିଷୟଗୁଡିକଠାରୁ ଅଧିକ ସମ୍ପାଦନ କରିବାକୁ ଉତ୍ସାହିତ କରେ ।

ତେବେ ଏହି ମଣ୍ଡଳୀଗୁଡିକ ସହିତ କ'ଣ ଘଟେ ଯେବେ ସେଗୁଡିକ ବଢୁଥାଆନ୍ତି ଓ ଆରମ୍ଭ କରୁଥାଆନ୍ତି ନୂଆ ମଣ୍ଡଳୀଗୁଡିକୁ ଯାହା ନୂଆ ମଣ୍ଡଳୀଗୁଡିକୁ ଆରମ୍ଭ କରେ, ଯାହା ନୂଆ ମଣ୍ଡଳୀଗୁଡିକୁ ଆରମ୍ଭ କରେ? ଏକ ବିସ୍ତାରିତ ଆଧ୍ୟାତ୍ମିକ ପରିବାର ଭାବରେ ସେମାନେ ଜୀବନ କିପରି ବଞ୍ଚନ୍ତି?

ଉତ୍ତର ହେଉଛି ଏହି ସରଳ ମଣ୍ଡଳୀଗୁଡିକ ଏକ ବଢୁଥିବା ଶରୀରରେ କୋଷିକାଗୁଚ୍ଛ ପରି ଆଉ ସେଗୁଡିକ ପରସ୍ପର ସହିତ ସଂଯୁକ୍ତ ହୁଅନ୍ତି ଆଉ ଏକ ନଗର କିମ୍ବା ଆଞ୍ଚଳିକ ମଣ୍ଡଳୀରେ ନେଟ୍‌ୱାର୍କ କରନ୍ତି ।

ମଣ୍ଡଳୀଗୁଡିକ ସମ୍ବନ୍ଧିତ ସେମାନେ ଏକା ଡିଏନ୍‌ଏ ବାଣ୍ଟନ୍ତି ସେମାନେ ସମସ୍ତେ ସେହି ଏକା ବହୁଗୁଣିତ କରିଥିବା ପ୍ରଥମ ପରିବାର ସହିତ ସଂଯୁକ୍ତ । ଆଉ ଏବେ କିଛି ପଥପ୍ରଦର୍ଶନ ସହ ସେମାନେ ଆହୁରି ଅଧିକ କରିବା ପାଇଁ ଏକ ବୃହତ୍ତର ଶରୀର ଭାବେ ଏକତ୍ରିତ ହୁଅନ୍ତି । ନଗର ଓ ଆଞ୍ଚଳିକ ସ୍ତରରେ ଈଶ୍ୱରଙ୍କ ବାକ୍ୟ ଦର୍ଶାଏ ଯେ ବିଶ୍ୱାସୀମାନଙ୍କର ବଢୁଥିବା ଶରୀର ଦଳେ ନୂଆ ଅଗ୍ରଣୀଙ୍କଠାରୁ ସେବା ପାଏ ।

ନୂତନ ନିୟମରେ ମଣ୍ଡଳୀ ଏହି ସେବକମାନଙ୍କୁ କହେ ପଲର ପ୍ରାଚୀନ, ବିଶେଷ ସେବକ, ମେଷପାଳକ ଓ ଅଧ୍ୟକ୍ଷ । ଆମେ ଈଶ୍ୱରଙ୍କ ବାକ୍ୟରେ ଜାଣୁଯେ ଯିରୁଶାଲମ୍‌ ନଗରରେ ଅସଂଖ୍ୟ କ୍ଷୁଦ୍ର ଘର ମଣ୍ଡଳୀର ୭ ଜଣ ବେଶେଷ ସେବକ ସେବା କରୁଥିଲେ ।

ଆମେ ଈଶ୍ୱରଙ୍କ ବାକ୍ୟରେ ଜାଣୁଯେ ଏଫିସ୍‌ରେ ଅସଂଖ୍ୟ କ୍ଷୁଦ୍ର ଘର ମଣ୍ଡଳୀର ସେବା ଅଳ୍ପ କେତେଜଣ ପ୍ରଚୀନ । ମେଷପାଳକମାନଙ୍କ ଏକ ଦଳ କରୁଥିଲା ଯିଏ ଉତ୍ତମ ମେଷପାଳକ ଯୀଶୁଙ୍କ ଆଦର୍ଶର ଅନୁସରଣ କରୁଥିଲେ ଓ ତାଙ୍କ ପଲ ପାଇଁ ନିଜ ଜୀବନ ଦେବାକୁ ପ୍ରସ୍ତୁତ ଥିଲେ ।

ନଗର କିମ୍ବା ଅଞ୍ଚଳରେ ଆମେ ଦେଖୁ ପାଞ୍ଚଜଣଙ୍କ ଏକ ଦଳକୁନେତୃତ୍ୱ ଦାନ ଦିଆଯିବାର । ଈଶ୍ୱରଙ୍କ ବାକ୍ୟ କହେ ଖ୍ରୀଷ୍ଟ ପ୍ରେରିତ, ଭବିଷ୍ୟଦ୍‌ବକ୍ତା, ସୁସମାଚାର ପ୍ରଚାରକ, ପାଳକ ଓ ଶିକ୍ଷକମାନଙ୍କୁ ଖ୍ରୀଷ୍ଟଙ୍କ ଶରୀରକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତ ହେବେ ବୋଲି ଅନୁଗ୍ରହ ଦାନ ଦେଲେ ।

ଗୋଟିଏ କ୍ଷୁଦ୍ର ଦଳ ମଣ୍ଡଳୀର ସମସ୍ତ କାମ କରିପାରିବ ବୋଲି ଏହି ଆଧ୍ୟାତ୍ମିକ ଦାନ ଦିଆଯାଏ ନାହିଁ ବରଂ ସେମାନେ ସେବା କରିପାରିବେ ଓ ଯୀଶୁଙ୍କ ଅନୁଗାମୀମାନଙ୍କୁ କାମ କରିବା ପାଇଁ ପ୍ରସ୍ତୁତ କରିବେ ଯାହାଦ୍ୱାରା ବିଶ୍ୱାସୀଙ୍କ ସମଗ୍ର ଶରୀର ଏକତ୍ର କାମ କରିପାରିବ ଈଶ୍ୱରଙ୍କ ହୃଦୟରେ ଥିବା ସବୁକିଛିକୁ ସମ୍ପାଦନ କରିବା ପାଇଁ ।

ତାଙ୍କ ନିଜ ଆଧ୍ୟତ୍ମିକ ପରିବାରକୁ ଭେଟିବା ଅତିରିକ୍ତ କିମ୍ବା ବଦଳରେ ଏହି ଅଗ୍ରଣୀମାନେ ପରସ୍ପରକୁ ଭେଟନ୍ତି, ପ୍ରାର୍ଥନା କରନ୍ତି, ସାହଚର୍ଯ୍ୟ ଓ ଉତ୍ସାହିତ କରନ୍ତି ସେହି ଏକା ଉପାୟରେ ଯେପରି ଘରେ ଏକ ସରଳ ମଣ୍ଡଳୀ କରିବ।

ନେତୃତ୍ୱ ପ୍ରଶିକ୍ଷଣ ଭେଟଗୁଡିକରେ ଓ ସହକର୍ମୀ ପରାମର୍ଶରେ ତିନି ତୃତୀୟାଂଶ ଢ଼ାଞ୍ଚାକୁ ବ୍ୟବହାର କରାଯାଏ ।

ଠିକ୍‌ ଯେପରି ସ୍ଥାନୀୟ ସ୍ତରରେ କରାଯାଏ, ଉଚ୍ଚତର ସ୍ତରରେ ମଧ୍ୟ ଯୋଜନା ମୂଲ୍ୟାଙ୍କନ ଓ ଶିକ୍ଷା ପାଇଁ ଚାରି କ୍ଷେତ୍ର ଢ଼ାଞ୍ଚାକୁ ବ୍ୟବହାର କରାଯାଏ ।

ଯେବେ ଅଗ୍ରଣୀମାନେ ଭେଟନ୍ତି ସେମାନେ ଖାଲି ବ୍ୟକ୍ତିଗତ ଘଟଣା ବାଣ୍ଟନ୍ତିନି ବରଂ ତାଙ୍କନେଟ୍‌ୱାର୍କରେ ଘଟୁଥିବା ଘଟଣା ମଧ୍ୟ ବାଣ୍ଟନ୍ତି । ସେମାନେ ପରିବାରଗୁଡିକର ପ୍ରତିନିଧିତ୍ୱ କରନ୍ତି ଆଉ ସେମାନେ ସେବା କରୁଥିବା ଲୋକଙ୍କର ମଙ୍ଗଳ ବାଣ୍ଟନ୍ତି । ଏକ ଆଧ୍ୟାତ୍ମିକ ପରିବାରଗୁଡିକରନେଟ୍‌ୱାର୍କର କେନ୍ଦ୍ର ହେବାପାଇଁ ଭଲ ସ୍ଥାନ ହେଉଛି ସେହି ସ୍ଥାନ ଯେଉଁଠି ଏହିନେଟ୍‌ୱାର୍କ ଆରମ୍ଭ ହୁଏ । ଟେମ୍ପାରୁ ଆରମ୍ଭ ହେଉଥିବା ଏକ ମଣ୍ଡଳୀନେଟ୍‌ୱାର୍କ ଟେମ୍ପାରେ ଏକ ନଗର ମଣ୍ଡଳୀ ଭାବରେ ଆରମ୍ଭ ହେବ । ସେମାନେ ବୃଦ୍ଧି ପାଇ ରାଜ୍ୟ ସାରା ସେବା କଲାବେଳେ ସେମାନେ ଫ୍ଲୋରିଡାରେ ଥିବାନେଟ୍‌ୱାର୍କ ତରଫରୁ କାର୍ଯ୍ୟ କରିବେ । ସେମାନେ ଦେଶ ସାରା ଓ ବିଶ୍ୱ ସାରା ପଠାଇ ସେବା କରୁଥିବାବେଳେ ସେମାନେ ରାଷ୍ଟ୍ରିୟ ଓ ଏପରିକି ଅନ୍ତର୍ରାଷ୍ଟ୍ରିୟ ସ୍ତରରେ କାମ କରିବା ଆରମ୍ଭ କରନ୍ତି ।

ଯୀଶୁ କହିଲେ - ଛୋଟ ଛୋଟ ବିଷୟରେ ଯଦି ଜଣକୁ ବିଶ୍ୱାସ କରାଯାଇପାରିବ, ତେବେ ତାକୁ ବଡ ବିଷୟଗୁଡିକ ପାଇଁ ମଧ୍ୟ ବିଶ୍ୱାସ କରାଯାଇପାରିବ ।

ମଣ୍ଡଳୀଗୁଡିକର ଏହିନେଟ୍‌ୱାର୍କସ୍‌ ସଂଯୁକ୍ତ ରହନ୍ତି ତାଙ୍କ ସାଧାରଣ ଆଧ୍ୟାତ୍ମିକ ଡିଏନଏ ଆଉ ବଣ୍ଟିତ ପ୍ରାରମ୍ଭ ଯୋଗୁ । କେବେ କେବେନେଟ୍‌ୱାର୍କଗୁଡିକ ଭାଷା, ଏକତ୍ର ହେବାର ସୁଯୋଗ ଓ ଅନ୍ୟାନ୍ୟ କାରଣ ଯୋଗୁ ଅେନକନେଟ୍‌ୱାର୍କରେ ବିଭକ୍ତ ହୋଇଯାଏ ।

ଏହା ବୃଦ୍ଧିର ଏକ ଅଂଶ ଏକ ସମସ୍ୟା ନୁହେଁ । ସରଳ ମଣ୍ଡଳୀ ଓ ବ୍ୟକ୍ତିଗତ ଅନୁଗାମୀମାନଙ୍କର ସହମତି ଈଶ୍ୱରଙ୍କ ବାକ୍ୟକୁ ଶିଖିବାକୁ, ମାନିବକୁ ଓ ବାଣ୍ଟିବାକୁ ହେଉଛି ଏକ ଅଭିଯାନ ଆଧ୍ୟାତ୍ମିକ ଡିଏନ୍‌ଏ । ଯଦି ଏହାକୁ ସଫଳତାର ସହ ହସ୍ତାନ୍ତରିତ କରାଯଏ ପିଢୀଠୁଁ ପିଢୀ ମଣ୍ଡଳୀଠୁଁ ମଣ୍ଡଳୀ ଏବଂ ବିଶ୍ୱାସୀଠୁଁ ବିଶ୍ୱାସୀଙ୍କୁ ତେବେ ଶିଷ୍ୟମାନଙ୍କୁ ବହୁଗୁଣିତ କରିବାର ଏକ ନୂତନ ଅଭିଯାନ ଆରମ୍ଭ କରିବାକୁ ଆବଶ୍ୟକ ହେଉଥିବା ସବୁକିଛି ଆଗରୁ ଅଛି ସବୁ ଆଧ୍ୟାତ୍ମିକ ପରିବାରରେ ଆଉ ଯୀଶୁଙ୍କର ପ୍ରତ୍ୟେକ ବିଶ୍ୱାସୀଠାରେ ।

ଯେବେ ଅଭିଯାନରୁ ଅଭିଯାନ ଆରମ୍ଭ ହୁଏ ସେତିକି ବେଳେ ଆମେ ଏକ ନଗର କିମ୍ବା ରାଜ୍ୟ କିମ୍ବା ଏପରିକି ଏକ ରାଷ୍ଟ୍ରର ମଇଦାରେ ଖମୀର ବ୍ୟାପକ ପ୍ରବେଶ କରୁଥିବାର ଦେଖୁ । ସେହିପରି ଈଶ୍ୱରଙ୍କ ରାଜ୍ୟ ଏପରି ଭାବେ ଆସେ ଯେ ଈଶ୍ୱରଙ୍କ ଇଚ୍ଛା ସ୍ୱର୍ଗ ପରି ପୃଥିବୀରେ ମଧ୍ୟ ପୁରଣ ହୁଏ । ସେହିପରି ଆମେ ସବୁ ଦେଶର ଲୋକମାନଙ୍କୁ ତାଙ୍କ ଶିଷ୍ୟ କରିବାର ମହାନ ଆଦେଶକୁ ପୂରଣ କରିପାରିବା ।

ଚର୍ଚ୍ଚା କରନ୍ତୁ

(10 min)

  1. ସରଳ ମଣ୍ଡଳୀସମୁହର ନେଟୱାର୍କ ଗଭୀର, ବ୍ୟକ୍ତିଗତ ସମ୍ପର୍କ ଦ୍ୱାରା ସଂଯୁକ୍ତ ହେଲେ କ'ଣ କିଛି ଲାଭ ଅଛି? କେଉଁ କେତେକ ଉଦାହରଣ ଆପଣଙ୍କ ମନକୁ ଆସୁଛି?

READ

(5 min)

ସହପାଠୀ ପରାମର୍ଶଦାତା

ଯୀଶୁ କହିଲେ - ମୁଁ ତୁମ୍ଭକୁ ଗୋଟିଏ ନୂତନ ଆଜ୍ଞା ଦେଉଛି । ତୁମ୍ଭେମାନେ ପରସ୍ପରକୁ ପ୍ରେମ କର । ମୁଁ ତୁମ୍ଭେମାନଙ୍କୁ ଯେପରି ପ୍ରେମ କରୁଛି, ତୁମ୍ଭେମାନେ ପରସ୍ପରକୁ ସେହିପରି ପ୍ରେମ କରିବା ଉଚିତ । ତୁମ୍ଭେ ଯଦି ପରସ୍ପରକୁ ପ୍ରେମ କରିବ, ତେବେ ସମସ୍ତେ ଜାଣିବେ ଯେ ତୁମ୍ଭେମାନେ ମୋର ଶିଷ୍ୟ ।

ଏକ ସହକର୍ମୀ ଉପଦେଶକ ଦଳନେତୃତ୍ୱନେଉଥିବା ଲୋକଙ୍କୁନେଇ ଗଠିତ ଯେଉଁମାନେ ତିନିତୃତୀୟାଂଶ ଦଳ ଆରମ୍ଭ କରନ୍ତି । ଏହା ତିନିତୃତୀୟାଂଶ ଢ଼ାଞ୍ଚାର ମଧ୍ୟ ଅନୁଗମନ କରେ । ଆଉ ଆପଣଙ୍କ ଇଲାକାରେ ଈଶ୍ୱରଙ୍କ କାର୍ଯ୍ୟର ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ନିରୁପଣ ପାଇଁ ଏକ ଶକ୍ତିଶାଳୀ ଉପାୟ ।

ଏକ ସହକର୍ମୀ ଉପଦେଶକ ଦଳ ବ୍ୟକ୍ତିଗତ ଯୀଶୁ ଅନୁଗାମୀଙ୍କ ସହ ଅଗ୍ରଣୀ-ଠାରୁ-ଅଗ୍ରଣୀ ଉପଦେଶ ବ୍ୟବହାର କରେ । ସରଳ ମଣ୍ଡଳୀରେ ସେବା ସଂସ୍ଥାଗୁଡିକରେ କିମ୍ବା ଏପରିକି ବିଶ୍ୱ ସରଳ ମଣ୍ଡଳୀନେଟ୍‌ୱାର୍କରେ ଯାହା ସାରା ବିଶ୍ୱରେ ପହଞ୍ଚେ ।

ସହକର୍ମୀ ଉପଦେଶକ ଦଳଗୁଡିକ ଧର୍ମଶାସ୍ତ୍ରରୁ ଯୀଶୁଙ୍କ ସେବା ଉଦାହରଣର ଅନୁସରଣ କରନ୍ତି । ଜଣେ ଅନ୍ୟଜଣକୁ ପ୍ରଶ୍ନ ପଚାରନ୍ତି ଆଉ ପ୍ରତିକ୍ରିୟା ଦିଅନ୍ତି । ଏସବୁ ତିନିତୃତୀୟାଂଶ ଦଳର ମୌଳିକ ସମୟ ଢ଼ାଞ୍ଚା ବ୍ୟବହାର କରି କରାଯାଏ । ଏହି ଦଳଗୁଡିକର ଉଦ୍ଦେଶ୍ୟ ବିଚାର କରିବା ନୁହେଁ - ଜଣେ ସଦସ୍ୟଙ୍କୁ ଉଠାଇ ଅନ୍ୟ ଜଣଙ୍କୁ ଦବାଇବା ନୁହେଁ ।

ଯୀଶୁ କହିଲେ - ତୁମ୍ଭେ ଅନ୍ୟର ବିଚାର କଲେ ଠିକ୍‌ ସେହିଭଳି ତୁମ୍ଭରବି ବିଚାର କରାଯିବ । ତୁମ୍ଭେ ଅନ୍ୟକୁ ଯେଉଁଥିରେ ତଉଲିବ, ପରମେଶ୍ୱର ତୁମ୍ଭକୁ ସେହିଥିରେ ତଉଲିବେ ।

ପରିବର୍ତ୍ତେ, ସହକର୍ମୀ ଉପଦେଶକ ଦଳର ଉଦ୍ଦେଶ୍ୟ ହେଉଛି ଯୀଶୁଙ୍କ ଅନୁଗାମୀମାନଙ୍କର ପ୍ରାର୍ଥନା, ଅନୁବର୍ତ୍ତିତା, ପ୍ରୟୋଗ, ଏବଂ ଉତ୍ତରଦାୟିତ୍ୱ ମାଧ୍ୟମରେ ବୃଦ୍ଧି ପାଇବାରେ ସାହାଯ୍ୟ କରିବାକୁ ଏକ ସରଳ ଢ଼ାଞ୍ଚା ଉପଲବ୍ଧ କରାଇବା । ଅନ୍ୟ ଭାବରେ କହିବାକୁ ଗଲେ ପରସ୍ପରକୁ ପ୍ରେମ କରିବା ।

ଏହା ଏହିପରି କାର୍ଯ୍ୟ କରେ:

ପଛକୁ ଦେଖନ୍ତୁ

ପ୍ରଥମ ତୃତୀୟାଂଶ ସମୟରେ ପ୍ରାର୍ଥନାରେ ସମୟ ବିତାନ୍ତୁ ଏବଂ ଯତ୍ନ ନିଅନ୍ତୁ ଯେପରି ଆପଣ ଏକ ମୌଳିକ ତିନିତୃତୀୟାଂଶ ଦଳରେ କରିବେ । ତା'ପରେ ଦଳର ଦୂରଦୃଷ୍ଟିକୁ ଦେଖିବାରେ ସମୟ ବିତାନ୍ତୁ ଆମେ ଧର୍ମଶାସ୍ତ୍ର ପଢ଼ିବାବେଳେ ପ୍ରାର୍ଥନା ବିଶ୍ୱାସ ଓ ଈଶ୍ୱର ଆଜ୍ଞା ପାଳନ ଓ ମୁଖ୍ୟ ସମ୍ବନ୍ଧଗୁଡିକୁ ନିର୍ବାହ କଲାବେଳେ ବ୍ୟକ୍ତିଗତ ଭାବେ ଯୀଶୁଙ୍କଠାରେ ରହୁଛେ?

ଶେଷରେ ଏହି ପ୍ରଥମ ତୃତୀୟାଂଶ ସମୟରେ ଗତ ଅଧିବେଶନରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଧାର୍ଯ୍ୟ କର୍ମ ଯୋଜନା ଓ ସମର୍ପଣଗୁଡିକୁ ଦଳ ସମୀକ୍ଷା କରିବେ ଓ ପ୍ରତୁ୍ୟତ୍ତର ଦେବେ ।

ଦେଖନ୍ତୁ

ଦଳର ମଧ୍ୟ ଏକ ତୃତୀୟାଂଶ ସମୟ ଧର୍ମଶାସ୍ତ୍ର, ଆଲୋଚନା ଓ ପ୍ରାର୍ଥନା ମାଧ୍ୟମରେ ଈଶ୍ୱରଙ୍କ ଜ୍ଞାନ ଓ ନିର୍ଦ୍ଦେଶନାକୁ ଦେଖିବାରେ ଅତିବାହିତ କରାଯାଏ । ଏକ ସାନ ଓ ସରଳ ପ୍ରାର୍ଥନା ଅର୍ପଣ କରନ୍ତୁ ଈଶ୍ୱରଙ୍କୁ ତାଙ୍କ ବାକ୍ୟ ମାଧ୍ୟମରେ ତାଙ୍କ ଇଚ୍ଛା ଓ ମାର୍ଗ ଶିକ୍ଷା ଦେବାକୁ କୁହନ୍ତୁ । ପବିତ୍ର ଆତ୍ମାଙ୍କୁ କୁହନ୍ତୁ ଆପଣଙ୍କ ସମୟର ଅଗ୍ରଣୀ ହେବାକୁ ।

ଦଳ ସଦସ୍ୟମାନେ ସେମାନଙ୍କନେତୃତ୍ୱ କ୍ଷେତ୍ର ବିଷୟରେ ଈଶ୍ୱରଙ୍କ ବାକ୍ୟ ପ୍ରାର୍ଥନା କିମ୍ବା ଅନ୍ୟ ଅନୁଗାମୀଙ୍କ ମାଧ୍ୟମରେ ଈଶ୍ୱରଙ୍କଠାରୁ ଯାହା ଶିଖିଛନ୍ତି ତାକୁ ବାଣ୍ଟିବା ।

ଦଳ ଦ୍ୱାରା ଏହି ପ୍ରଶ୍ନଗୁଡିକ ଉପରେ ଆଲୋଚନା କରାନ୍ତୁ :

  • ଏକ ଫୋର୍‌ ଫିଲ୍‌ଡ୍‌ସ୍‌ ଡୟାଗ୍ରାମ୍‌ର ପ୍ରତ୍ୟେକ ଭାଗରେ ଆପଣ କିପରି କରୁଛନ୍ତି?
  • ଦୁଇ କ'ଣ ଭଲ କାମ କରୁଛି? ଆପଣଙ୍କର ସବୁଠୁ ବଡ ଆହ୍ୱାନଗୁଡିକ କ'ଣ?
  • ତିନି ଆପଣଙ୍କ ଏବେ ଥିବା ପିଢ଼ୀଗତ ନକ୍ସାର ସମୀକ୍ଷା କରନ୍ତୁ ।
  • ଚାରି କ'ଣ ଆପଣଙ୍କୁ ଆହ୍ୱାନ ଦେଲା କିମ୍ବା କ'ଣ ବୁଝିବାରେ ଆପଣଙ୍କୁ କଷ୍ଟ ଲାଗିଲା?
  • ପାଞ୍ଚ ଅଳ୍ପ ଦିନ ହେଲା ଈଶ୍ୱର ଆପଣଙ୍କୁ କ'ଣ ଦେଖାଉଛନ୍ତି?
  • ଛଅ ଅନୁଭବୀ ଅଗ୍ରଣୀ କିମ୍ବା ଅନ୍ୟ ଅଂଶଗ୍ରହଣକାରୀମାନଙ୍କଠାରୁ କୌଣସି ପ୍ରଶ୍ନ ଏବଂ ପ୍ରତୁ୍ୟତ୍ତର ଅଛିକି?

ଆଗକୁ ଦେଖନ୍ତୁ

ଦଳର ଶେଷ ଏକ ତୃତୀୟାଂଶ ସମୟ ଆମେ ପ୍ରତ୍ୟେକେ ଯାହା ଶିଖିଛେ ତାକୁ କିପରି ପ୍ରୟୋଗ କରିବା ଓ ପାଳନ କରିବା ତାହା ଯୋଜନା କରିବାରେ ଅତିବାହିତ କରାଯାଏ । ଦଳର ସମସ୍ତଙ୍କ ସହ ନୀରବ ପ୍ରାର୍ଥନାରେ ସମୟ ବିତାନ୍ତୁ ଆଉ ପବିତ୍ର ଆତ୍ମାଙ୍କୁ ପଚାରନ୍ତୁ କିପରି ଏହି ପ୍ରଶ୍ନଗୁଡିକର ଉତ୍ତର ଦେବେ :

  • ସାତ ଆମର ପର ଏକତ୍ର ସମୟ ପୂର୍ବରୁ କେଉଁ ପଦକ୍ଷେପ କିମ୍ବା ଲକ୍ଷ୍ୟକୁ ମୁଁ କାର୍ଯ୍ୟାନ୍ୱିତ କରେ ବୋଲି ଈଶ୍ୱର ଚାହିଁଥାଆନ୍ତେ । ଆପଣଙ୍କ କାର୍ଯ୍ୟରେ ଲକ୍ଷ୍ୟ କେନ୍ଦ୍ରିତ କରିବା ପାଇଁ ଫୋର୍‌ ଫିଲ୍‌ଡ୍‌ସ୍‌ ଉପକରଣ ବ୍ୟବହାର କରନ୍ତୁ ।
  • ଆଠ କିପରି ଏହି କାମରେ ମୋ ପରାମର୍ଶଦାତା ଓ ଅନ୍ୟ ଦଳ ସଦସ୍ୟ ମୋତେ ସାହାଯ୍ୟ କରିପାରିବେ?

ଶେଷରେ ଏକ ଦଳ ଭାବରେ ପ୍ରାର୍ଥନାରେ ଈଶ୍ୱରଙ୍କ ସହ କଥାବାର୍ତ୍ତା କରିବାରେ ସମୟ ବିତାନ୍ତୁ । ଦଳ ଦ୍ୱାରା ପ୍ରାର୍ଥନା କରାନ୍ତୁ ଯାହାଦ୍ୱାରା ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ପ୍ରାର୍ଥନା ହେବ । ଆଉ ଈଶ୍ୱରଙ୍କୁ କୁହନ୍ତୁ ସେସବୁ ଲୋକଙ୍କ ହୃଦୟକୁ ପ୍ରସ୍ତୁତ କରନ୍ତୁ ଯାହାଙ୍କ ପାଖକୁ ଦଳ ତାଙ୍କ ସପ୍ତାହରେ ଯିବେ ।

ଏହି ଅଧିବେଶନରେ ଯାହା ଈଶ୍ୱର ତାଙ୍କୁ ଶିଖାଇଛନ୍ତି ତାକୁ ପ୍ରୟୋଗ ଓ ପାଳନ କରିବାର ସାହସ ଓ ଶକ୍ତି ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଦେବାକୁ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ । ଯଦି ଜଣେ ଅନୁଭବୀ ଅଗ୍ରଣୀଙ୍କର ଆବଶ୍ୟକ ହୁଏ ଜଣେ ଯୁବା ଅଗ୍ରଣୀଙ୍କ ପାଇଁ ପ୍ରାର୍ଥନା କରିବାକୁ ସେହି ପ୍ରାର୍ଥନା ପାଇଁ ଏଇଟା ହେଉଛି ଉପଯୁକ୍ତ ସମୟ ।

ଯେହେତୁ ଅଧିକାଂଶତଃ ଏହି ଦଳଗୁଡିକ ଦୂରରେ ଭେଟନ୍ତି ଆପଣ ପ୍ରଭୁଭୋଜ ପାଳନ କରିବା କିମ୍ବା ଏକାଠି ଖାଇବା ସମ୍ଭବ ନହୋଇପାରେ । ମାତ୍ର ସ୍ୱାସ୍ଥ୍ୟ, ପରିବାର ଓ ମିତ୍ରମାନଙ୍କ ବିଷୟରେ ଖବରନେବା ନିଶ୍ଚିତ କରନ୍ତୁ ।

ଯୀଶୁ ଆମକୁ ବାରମ୍ବାର ଦେଖାଇଛନ୍ତି ଯେ ଯଦିଓ ସେ ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସବୁ ସମ୍ପାଦନ କରିଥିଲେ, ସର୍ବଦା ପ୍ରିୟଜନଙ୍କ ପାଇଁ ସମୟ ବାହାର କରି ତାର ଭାରସାମ୍ୟ ରଖୁଥିଲେ । ଅଧିକ ଶକ୍ତିଶାଳୀ ଅଗ୍ରଣୀମାନଙ୍କୁ ବିକଶିତ କରିବା ପାଇଁ ଏକ ସହକର୍ମୀ ଉପଦେଶକ ଦଳ ଯୁମେ ଟୁଲ୍‌କିଟ୍‌ରେ ଏକ ସରଳ ମାତ୍ର କୌଶଳପୂର୍ଣ୍ଣ ଉପକରଣ ।

ଲକ୍ଷ୍ୟ ପ୍ରାପ୍ତ ହେଲା

(45 min)

ସାଙ୍ଗ ଶିକ୍ଷକ ଦଳଗୁଡ଼ିକ

ଏକ ସହପାଠୀ ମାର୍ଗଦର୍ଶକ ଗୋଷ୍ଠୀ ପରିଚାଳନା ପାଇଁ ସରଳ ଫର୍ମାଟ:

ପଛକୁ ଦେଖ (ଆପଣଙ୍କ ସମୟର ୧/୩)

ପ୍ରଥମ ତୃତୀୟାଂଶ ସମୟରେ - ପ୍ରାର୍ଥନାରେ ସମୟ କ୍ଷେପଣ କରନ୍ତୁ ଓ ଆପଣ ଏକ ମୂଳ ୩/୩ ଦଳରେ ଯାହା କରିବେ କେବଳ ସେ ବିଷୟର ଯତ୍ନ ନିଅ । ତା'ପରେ ଦଳର ଦର୍ଶନ ଓ ପୂର୍ବ ପ୍ରତିବଦ୍ଧତାଗୁଡ଼ିକରେ ବିଶ୍ୱସ୍ତତା ଦେଖି ସମୟ କ୍ଷେପଣ କରନ୍ତୁ : ଆପଣ ଖ୍ରୀଷ୍ଟଙ୍କଠାରେ କେତେ ଉତ୍ତମ ଭାବରେ ଲାଗି ରହୁଛନ୍ତି ? (ଶାସ୍ତ୍ର, ପ୍ରାର୍ଥନା, ଆସ୍ଥା, ଆଜ୍ଞାବହତା, ମୂଳ ସମ୍ପର୍କ ?) ଗତ ଅଧିବେଶନରୁ ଆପଣଙ୍କ ଦଳ ଆପଣଙ୍କ କାର୍ଯ୍ୟ ଯୋଜନାଗୁଡ଼ିକ ସମ୍ପୂର୍ଣ୍ଣ କରିଥିଲେ କି ? ସେଗୁଡ଼ିକ ସମୀକ୍ଷା କରନ୍ତୁ ।

ଉପରକୁ ଦେଖନ୍ତୁ (ଆପଣଙ୍କ ସମୟର ୧/୩)

ଦଳକୁ ନିମ୍ନଲିଖିତ ସରଳ ପ୍ରଶ୍ନଗୁଡ଼ିକ ଆଲୋଚନା କରିବାକୁ ଦିଅନ୍ତୁ :

  • ଚାରିଟି କ୍ଷେତ୍ରର ଚିତ୍ରର ପ୍ରତି ବିଭାଗରେ ଆପଣ କ'ଣ କରୁଛନ୍ତି ?
  • କେଉଁ ବିଷୟ ଭଲରୂପେ କାର୍ଯ୍ୟ କରୁଛି ? ଆପଣଙ୍କର ସର୍ବବୃହତ୍ ଆହ୍ୱାନଗୁଡ଼ିକ କ'ଣ ଅଟେ ?
  • ଆପଣଙ୍କର ସାମ୍ପ୍ରତିକ ପିଢ଼ିର ମାନଚିତ୍ର ସମୀକ୍ଷା କରନ୍ତୁ ।
  • କେଉଁ ବିଷୟ ଆପଣଙ୍କୁ ଆହ୍ୱାନ ଦେଇଥିଲା କିମ୍ବା କେଉଁ ବିଷୟ ବୁଝିବା ଆପଣଙ୍କ ପକ୍ଷରେ କଷ୍ଟ ହୋଇଥିଲା ?
  • ଈଶ୍ୱର ସମ୍ପ୍ରତି ଆପଣଙ୍କୁ କେଉଁ ବିଷୟ ପ୍ରଦର୍ଶନ କରୁଅଛନ୍ତି ?
  • ଅଭିଜ୍ଞତା ଦ୍ୱାରା ପରିପକ୍ୱ ହୋଇଥିବା ନେତାମାନଙ୍କଠାରୁ ବା ଅନ୍ୟ ଅଂଶଗ୍ରହଣକାରୀମାନଙ୍କଠାରୁ କୌଣସି ପ୍ରଶ୍ନ ଅଛି କି ?

ଆଗକୁ ଦେଖନ୍ତୁ (ଆପଣଙ୍କ ସମୟର ୧/୩)

ପବିତ୍ର ଆତ୍ମାଙ୍କୁ ଏହିସବୁ ପ୍ରଶ୍ନର ଉତ୍ତର କିପରି ଦେବାକୁ ହେବ ତାହା ଦର୍ଶାଇବାକୁ ଅନୁରୋଧ କରି ଦଳରେ ପ୍ରତ୍ୟେକଙ୍କ ସହିତ ନୀରବ ପ୍ରାର୍ଥନାରେ ସମୟ କ୍ଷେପଣ କରନ୍ତୁ :

  • ଆମର ପରବର୍ତ୍ତୀ ସମୟ ପୂର୍ବରୁ ଈଶ୍ୱର ମୋତେ ଏକତ୍ରିତ ଭାବରେ ଅଭ୍ୟାସ କରିବାକୁ କେଉଁ ଯୋଜନା ବା ଲକ୍ଷ୍ୟ ଦେଇଅଛନ୍ତି ? (ଆପଣଙ୍କ କାର୍ଯ୍ୟ ଉପରେ ଆଲୋକପାତ କରିବାକୁ ସାହାଯ୍ୟ କରିବାକୁ ଚାରିଗୁଣ ଉପକରଣ ବ୍ୟବହାର କରନ୍ତୁ)
  • ମୋର ଶିକ୍ଷକ ବା ଅନ୍ୟ ଦଳ ସଦସ୍ୟଗଣ ମୋତେ ଏହି କାର୍ଯ୍ୟରେ ସାହାଯ୍ୟ କରିପାରିବେ ?

ଶେଷରେ ଏକ ଦଳ ଭାବରେ ପ୍ରାର୍ଥନାରେ ଈଶ୍ୱରଙ୍କ ପ୍ରତି କଥାବାର୍ତ୍ତା କରିବା ପାଇଁ ସମୟ କ୍ଷେପଣ କରନ୍ତୁ । ଦଳକୁ ପ୍ରାର୍ଥନା କରିବାକୁ ଦିଅନ୍ତୁ, ଯେପରି ପ୍ରତି ସଦସ୍ୟ ପ୍ରାର୍ଥନା କରିଥିବେ ଓ ଦଳ ଅନ୍ୟ ସମୟରେ ଯେଉଁମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବେ ଈଶ୍ୱର ସେମାନଙ୍କ ହୃଦୟ ପ୍ରସ୍ତୁତ କରିବେ ସେଥିପାଇଁ ତାହାଙ୍କୁ ଅନୁରୋଧ କରନ୍ତୁ । ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ ଯେପରି ସେ ଦଳର ପ୍ରତି ସଦସ୍ୟଙ୍କୁ ସାହସ ଓ ଶକ୍ତି ପ୍ରଦାନ କରିବେ ଯେପରି ସେମାନେ ଈଶ୍ୱର ସେମାନଙ୍କୁ ଏହି ଅଧିବେଶନରେ ଯାହା ଶିକ୍ଷା ଦେଇଅଛନ୍ତି ତାହା ପ୍ରୟୋଗ କରିବେ ଓ ସେଥିର ଆଜ୍ଞାବହ ହେବେ । ଯଦି ଅଭିଜ୍ଞତାରୁ ପରିପକ୍ୱ ହୋଇଥିବା ଜଣେ ନେତା ଜଣେ ସାନ ନେତାଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ପ୍ରାର୍ଥନା ଆବଶ୍ୟକ କରିବେ, ତେବେ ସେହି ପ୍ରାର୍ଥନା କରିବା ପାଇଁ ଏହା ହିଁ ଯଥାର୍ଥ ସମୟ । ଅନେକ ସମୟରେ ଏହି ଦଳଗୁଡ଼ିକ କିଛି ଦୂରରେ ଥାଇ ସଭା କରୁଥିବାରୁ, ଆପଣ ହୁଏତ ପ୍ରଭୁଭୋଜ ପାଳନ କରିପାରିବେ ନାହିଁ କିମ୍ବା ଭୋଜନରେ ଅଂଶୀ ହୋଇପାରିବେ ନାହିଁ, ମାତ୍ର ସ୍ୱାସ୍ଥ୍ୟ ଓ ପରିବାର ଓ ସାଙ୍ଗସାଥୀମାନଙ୍କ ବିଷୟରେ ଯାଞ୍ଚ କରିବାକୁ ନିଶ୍ଚିତରୂପେ ସମୟ ବାହାର କରନ୍ତୁ ।

ତିନି-ମାସ ଯୋଜନା

ଈଶ୍ବର ତାଙ୍କ ବାଇବଲରେ କୁହନ୍ତି, "ତୁମ୍ଭମାନଙ୍କ ପକ୍ଷରେ ଆମ୍ଭେ ଯେ ସକଳ ସଙ୍ଗଳ୍ପ କରିଅଛୁ, ତାହା ଆମ୍ଭେ ଜାଣୁ, ତୁମ୍ଭମାନଙ୍କର ଅନ୍ତିମ କାଳରେ ତୁମ୍ଭମାନଙ୍କୁ ଭରସା ଦେବା ନିମନ୍ତେ ସେସବୁ ଅମଙ୍ଗଳର ନୁହେଁ, ମଙ୍ଗଳର ସଙ୍କଳ୍ପ ଅଟେ।"

ଈଶ୍ୱର ଯୋଜନା ପ୍ରସ୍ତୁତ କରନ୍ତି, ଏବଂ ସେ ଆଶା କରନ୍ତି ଯେ ଆମେ ମଧ୍ୟ ଯୋଜନା କରିବା।

ଏକ ତିନିମାସର ଯୋଜନା ହେଉଛି ଏକ ସାଧନ ଯାହାକୁ ଆପଣ ଆପଣଙ୍କର ଧ୍ୟାନ ଏବଂ ପ୍ରୟାସକୁ କେନ୍ଦ୍ରିତ କରିବା ପାଇଁ ବ୍ୟବହାର କରିପାରିବେ ଏବଂ ବହୁଗୁଣିତ ହେଉଥିବା ଶିଷ୍ୟ କରିବା ପାଇଁ ଏହାକୁ ଈଶ୍ବରଙ୍କ ପ୍ରାଥମିକତାଗୁଡ଼ିକ ସହିତ ସମନ୍ଵୟରେ ରଖିବ ।

ପରବର୍ତ୍ତୀ ସ୍ଲାଇଡ୍ ଆପଣଙ୍କୁ ଦେଖାଇବ ଯେ କିପରି ଆପଣଙ୍କ ତିନି ମାସର ଯୋଜନା ପ୍ରସ୍ତୁତ କରିବେ। ଆମେ ଅନଲାଇନ୍ ସାଧନ ବ୍ୟବହାର କରିବାକୁ ସୁପାରିଶ କରୁ।

ଲକ୍ଷ୍ୟ ପ୍ରାପ୍ତ ହେଲା

(30 min)

Three Month Plan

ଚର୍ଚ୍ଚା କରନ୍ତୁ

(10 min)

  1. ପାଳି ନେଇ ଆପଣଙ୍କ ତିନିମାସର ଯୋଜନାକୁ ପରସ୍ପର ସହ ବାଣ୍ଟନ୍ତୁ ।
  2. ଏକ ପ୍ରଶିକ୍ଷଣ ସହଯୋଗୀ ଖୋଜନ୍ତୁ ଯିଏକି ଆପଣଙ୍କ ସହିତ ପ୍ରତି ସପ୍ତାହରେ ଯୋଗାଯୋଗ କରିବାକୁ ପ୍ରସ୍ତୁତ ଥିବେ । ସେମାନଙ୍କ ପାଇଁ ମଧ୍ୟ ସେପରି କରିବାକୁ ପ୍ରତିଶ୍ରୁତିବଦ୍ଧ ହୁଅନ୍ତୁ ।

ଲକ୍ଷ୍ୟ ପ୍ରାପ୍ତ ହେଲା

(0 min)

ସମୁଦାୟରେ ଯୋଗ ଦିଅନ୍ତୁ

ଯୁମେର ପ୍ରଶିକ୍ଷଣ ଭାଗ ସମାପ୍ତ ହେଉଛି, କିନ୍ତୁ ଉପକରଣ ଏବଂ ଧାରଣା ଉପରେ ଅଭ୍ୟାସ ଜାରି ରହିଛି ।

ଏହାକୁ ଏକୁଟିଆ କରନ୍ତୁ ନାହିଁ। ପ୍ରୋତ୍ସାହନ ଏବଂ ଅଭିବୃଦ୍ଧି ପାଇଁ ଏକ ସମୁଦାୟ ଖୋଜନ୍ତୁ।

କ୍ୟୁଆର କୋଡ ବ୍ୟବହାର କରି ଯୁମେ ସମୁଦାୟରେ ଯୋଗ ଦିଅନ୍ତୁ ।

Zúme Training — To saturate the world with multiplying disciples in our generation.