ଅଧିବେଶନ 1
ଚେକ୍-ଇନ୍
(1 min)
ସମସ୍ତ ଅଂଶଗ୍ରହଣକାରୀ ଏବଂ ସହଯୋଗକାରୀଙ୍କୁ ଚେକ-ଇନ୍ କରାନ୍ତୁ ।
Or six.zume.training/checkin and use code: 3354
ପ୍ରାର୍ଥନା କରନ୍ତୁ
(5 min)
ପ୍ରାର୍ଥନା ସହିତ ଆରମ୍ଭ କରନ୍ତୁ । ପବିତ୍ରଆତ୍ମାଙ୍କ ବିନା ଆଧ୍ୟାତ୍ମିକ ଜ୍ଞାନ ଏବଂ ପରିବର୍ତ୍ତନ ସମ୍ଭବ ନୁହେଁ । ଏହି ଅଧିବେଶନ କାଳ ମଧ୍ୟରେ ଆପଣଙ୍କୁ ମାର୍ଗଦର୍ଶନ କରିବା ପାଇଁ ତାଙ୍କୁ ଆମନ୍ତ୍ରଣ କରିବା ପାଇଁ ଏକ ଗୋଷ୍ଠୀ ଭାବରେ ସମୟ ନିଅନ୍ତୁ ।
ସାରାଂଶ
(1 min)
ଏହି ଅଧିବେଶନରେ, ଆମେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା:
- ଈଶ୍ୱର ସାଧାରଣ ଲୋକମାନଙ୍କୁ ବ୍ୟବହାର କରନ୍ତି
- ଶିଷ୍ୟ ଏବଂ ମଣ୍ଡଳୀର ସରଳ ଅର୍ଥ
- ଆତ୍ମିକ ଶ୍ୱାସପ୍ରଶ୍ୱାସ ଈଶ୍ୱରଙ୍କୁ ଶୁଣିବା ଏବଂ ପାଳନ କରିବା ଅଟେ
READ
(5 min)
ଈଶ୍ବର ସାଧାରଣ ଲୋକମାନଙ୍କୁ ବ୍ୟବହାର କରନ୍ତି
ଯୁମେ ପ୍ରଶିକ୍ଷଣକୁ ପୁଣିଥରେ ସ୍ୱାଗତ । ଯୁମେ ହେଉଛି ଖମୀର ପାଇଁ ଗ୍ରୀକ୍ ଶବ୍ଦ ।
ଯୀଶୁ ଆମକୁ କହନ୍ତି ଯେ ଈଶ୍ୱରଙ୍କ ରାଜ୍ୟ ଖମୀର ଭଳି । ଜଣେ ସ୍ତ୍ରୀଲୋକ ବଡ ପାତ୍ରରେ ଥିବା ଅଟା ସହିତ ଅଳ୍ପ ଖମୀର ମିଶାଏ ।
ସେ ଖମୀରକୁ ମିଶାଉ ଥିବା ବେଳେ, ଏହା ବ୍ୟାପୀ ସମସ୍ତ ଦଳା ଅଟାକୁ ଫୁଲାଇ ଦିଏ ।
ଯୀଶୁ ଆମକୁ ଦର୍ଶାଉଥିଲେ ଯେ ଜଣେ ସାଧାରଣ ବ୍ୟକ୍ତି/ କିଛି କ୍ଷୁଦ୍ର ଜିନିଷକୁ ନେଇପାରିବ ଏବଂ ଏହାକୁ ବ୍ୟବହାର କରି ଏକ ଅତି ବଡ ପ୍ରଭାବ ପକାଇ ପାରିବ ।
ଆମର ସ୍ୱପ୍ନ ହେଉଛି ତାହା କରିବାକୁ ଯାହା ଯୀଶୁ କହିଲେ ଈଶ୍ୱରଙ୍କ ରାଜ୍ୟରେ ଏକ କ୍ଷୁଦ୍ର ଉପକରଣ ବ୍ୟବହାର କରି ଏକ ବଡ ପ୍ରଭାବ ପକାଇବାରେ ଲୋକମାନଙ୍କୁ ସାହାଯ୍ୟ କରିବା ।
ଯୀଶୁଙ୍କର ତାଙ୍କ ଅନୁଗାମୀମାନଙ୍କୁ ଶେଷ ନିର୍ଦ୍ଦେଶ ଅତି ସରଳ ଥିଲା । ସେ କହିଲେ --- ସ୍ୱର୍ଗ ଓ ପୃଥିବୀର ଅଧିକାର ମୋତେ ଦିଆଯାଇଛି । ତେଣୁ ଯାଅ ଓ ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର । ପରମ ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବପ୍ତିସ୍ମ ଦିଅ । ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି , ସେସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ । ଜଗତର ଶେଷ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି ।
ଯୀଶୁଙ୍କ ଆଦେଶ ଅତି ସରଳ ଥିଲା । ଶିଷ୍ୟ କର ---
ତାହା କିପରି କରାଯିବ ସେ ବିଷୟରେ ତାଙ୍କ ନିର୍ଦ୍ଦେଶବି ସରଳ ଥିଲା -- ଯେଉଁଠାକୁବି ଯାଉଛ ସେଠାରେ ଶିଷ୍ୟ କର ।
- ପରମ ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ତୁମ୍ଭେମାନେ ସେମାନଙ୍କୁ ବାପ୍ତିସ୍ମ ଦେଇ ଶିଷ୍ୟ କର ।
- ମୋ କହିଥିବା କଥା ସବୁକୁ ପାଳନ କରିବାକୁ ଶିକ୍ଷା ଦେଇ ଶିଷ୍ୟ କର ।
ତେଣୁ ଜଣେ ଶିଷ୍ୟ କରିବାର ସୋପାନଗୁଡିକ କ'ଣ ?
- ଆମେ ସବୁ ସମୟରେ ଶିଷ୍ୟ କରୁ ଯେଉଁଠାକୁବି ଯାଉ ଆଉ ଯାଉ ଯାଉ ।
- ଯେବେ ଜଣେ କେହି ଯୀଶୁଙ୍କ ଅନୁଗାମୀ ହେବାର ନିଷ୍ପତ୍ତି ନିଅନ୍ତି ସେ ବାପ୍ତିସ୍ମ ପାଇବା ଉଚିତ ।
- ସେମାନେ ବୃଦ୍ଧି ପାଉଥିବା ବେଳେ ଯୀଶୁଙ୍କ ଆଦେଶ ପାଳନ କରିବା ପାଇଁ ଆମେ ପ୍ରତ୍ୟେକ ଶିଷ୍ୟଙ୍କୁ ଶିକ୍ଷା ଦେବା ଉଚିତ।
ଯେହେତୁ ତାଙ୍କର ଅନ୍ୟତମ ଆଦେଶ ହେଉଛି ଶିଷ୍ୟ କରିବା ତାର ମାନେ ହେଲା ଯୀଶୁଙ୍କ ଅନୁଗାମୀ ପ୍ରତ୍ୟେକ ଶିଷ୍ୟଙ୍କୁ କିପରି ଅନ୍ୟଙ୍କୁ ଶିଷ୍ୟ କରିବାକୁ ହେବ ତାହା ଶିଖିବାକୁ ହେବ ।
ସେହି ଶିଷ୍ୟମାନଙ୍କୁ ଶିଷ୍ୟ କରିବାକୁ ହେବ ଆଉ ଶିଷ୍ୟ ହେଇଥିବା ଶିଷ୍ୟମାନଙ୍କୁ ମଧ୍ୟ ଶିଷ୍ୟ କରିବାକୁ ହେବ ।
ଶିଷ୍ୟମାନଙ୍କୁ ବହୁଗୁଣିତ କରିବା ଯୁମେ ସେହିପରି ଭାବେ କାମ କରେ ।
ଏହା ଖମୀର ପରି ଦଳା ଅଟା ଭିତରେ ସର୍ବତ୍ର ପ୍ରବେଶ କରେ ଦଳା ଅଟା ଫୁଲି ନଯିବା ପର୍ଯ୍ୟନ୍ତ ।
ଯାଇ ଶିଷ୍ୟ କରିବା ପାଇଁ ଆଦେଶ ଦେବାବେଳେ ଯୀଶୁ ଏକ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।
ଯୀଶୁ କହିଲେ - ଜଗତର ଶେଷ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି ।
ଯୀଶୁଙ୍କର ପ୍ରତ୍ୟେକ ଅନୁଗାମୀ ଭରସା ରଖିବା ଉଚିତ ଯେ ଯୀଶୁ ସର୍ବଦା ଆମ ସହ ଅଛନ୍ତି । କାରଣ ସେ ଅଛନ୍ତି ।
ମାତ୍ର ତାର ଏହା ମଧ୍ୟ ଅର୍ଥ ଯେ ଯୀଶୁଙ୍କର ପ୍ରତ୍ୟେକ ଅନୁଗାମୀ ସମର୍ପିତ ହେବା ଉଚିତ ଯେ ସେ ଚାହାଁନ୍ତି ଆମେ ପ୍ରତ୍ୟେକେ ଶିଷ୍ୟ କରୁ । କାରଣ ସେ ଚାହାଁନ୍ତି।
ଯୀଶୁ କହିଲେ - ସ୍ୱର୍ଗ ଓ ପୃଥିବୀର ଅଧିକାର ମୋତେ ଦିଆଯାଇଛି । ତେଣୁ ଯାଅ ଓ ଶିଷ୍ୟ କର ।
ଆମକୁ ପଠାଇବା ବେଳେ ଯେଉଁ ଅଧିକାର ଉପରେ ଯୀଶୁ ନିର୍ଭର କରନ୍ତି ହେଉଛି/ ତାଙ୍କ ନିଜ ଅଧିକାର ।
ଯୀଶୁ କହନ୍ତି ତାଙ୍କଠାରୁ ବଡ ଆଉ କୌଣସି କର୍ତ୍ତୃତ୍ୱ ନାହିଁ । କୌଣସି ପ୍ରଥାର ଅଧିକ କର୍ତ୍ତୃତ୍ୱ ନାହିଁ ।
କୌଣସି ସଭ୍ୟତାର ଅଧିକ କର୍ତ୍ତୃତ୍ୱ ନାହିଁ । ଧରା ପୃଷ୍ଠରେ କୌଣସି ଆଇନ୍ ର ଅଧିକ କର୍ତ୍ତୃତ୍ୱ ନାହିଁ ।
ଯୀଶୁ କହିଲେ - ଯାଅ ଓ ଶିଷ୍ୟ କର ।
ଆଉ ଯୁମେ ପରି ଖମୀର ପରି ଆମେ ଆଗେଇବା ଓ ବୃଦ୍ଧି ପାଇବା କାର୍ଯ୍ୟ ସମାପ୍ତ ନହେବା ପର୍ଯ୍ୟନ୍ତ ।
ଚର୍ଚ୍ଚା କରନ୍ତୁ
(10 min)
- ଯଦି ଯୀଶୁ ତାଙ୍କର ପ୍ରତ୍ୟେକ ଅନୁଗାମୀ ତାଙ୍କର ମହାନ ଆଦେଶ ମାନନ୍ତୁ ବୋଲି ଚାହିଁଥିଲେ, ତେବେ ପ୍ରକୃତରେ ଏତେ କମ୍ ଲୋକ କାହିଁକି ଶିଷ୍ୟ ନିର୍ମାଣ କରନ୍ତି?
READ
(5 min)
ଶିଷ୍ୟ ଏବଂ ମଣ୍ଡଳୀ
ସେସମସ୍ତ ପ।ଳନ କରିବ।କୁ ସେମ।ନଙ୍କୁ ଶିକ୍ଷ। ଦିଅ ଯୁମେ ପ୍ରଶିକ୍ଷଣକୁ ପୁଣିଥରେ ସ୍ୱାଗତ । ହି ସେସନ୍ରେ ଆମେ ଆଲୋଚନା କରିବା ଶିଷ୍ୟଗଣ ଓ ମଣ୍ଡଳୀ ବିଷୟରେ ।
ଏକ ଶିଷ୍ୟ କ 'ଣ? ଆପଣ କିପରି ଜଣକୁ ଶିଷ୍ୟ କରିବେ?
କପରି ଆପଣ ଯୀଶୁଙ୍କର ଜଣେ ଅନୁଗାମୀକୁ ଯୀଶୁଙ୍କ ଆଦେଶ ସବୁ ମାନିବାର ଶିକ୍ଷା ଦେଇପାରିବେ? କପରି ଆପଣ ଭୌତିକ ଜୀବନ ବଞ୍ଚୁଥିବା ଜଣେ ବ୍ୟକ୍ତିଙ୍କୁ ନେଇ ଈଶ୍ୱରଙ୍କ ରାଜ୍ୟର ନାଗରିକ ହେବା ପାଇଁ ସୁସଜ୍ଜିତ କରିପାରିବେ?
ଶିଷ୍ୟ ଶବ୍ଦର ମାନେ ହେଲା ଜଣେ ଅନୁଗାମୀ । ତେଣୁ ଜଣେ ଶିଷ୍ୟ ହେଉଛି ଈଶ୍ୱରଙ୍କର ଜଣେ ଅନୁଗାମୀ । ଯୀଶୁ କହିଲେ --- ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଛି । ତେଣୁ ଈଶ୍ୱରଙ୍କ ରାଜ୍ୟରେ ଯୀଶୁ ହେଉଛନ୍ତି ଆମର ରାଜା । ଆମେ ହେଉଛେ ତାଙ୍କ ନାଗରିକ ତାଙ୍କ ଇଚ୍ଛାଧୀନ ପ୍ରଜା । ତାଙ୍କର କାମନା, ଉଦ୍ଦେଶ୍ୟ, ଅଭିପ୍ରାୟ, ପ୍ରାଥମିକତା ଓ ମୂଲ୍ୟ ସବୁ ସର୍ବୋଚ୍ଚ ଓ ସର୍ବୋତ୍ତମ । ତାଙ୍କ ବାକ୍ୟ ହେଉଛି ନିୟମ । ତେବେ ରାଜ୍ୟର ବ୍ୟବସ୍ଥା କ'ଣ? ଯୀଶୁ ତାଙ୍କ ନାଗରିକମାନଙ୍କୁ କ'ଣ କରିବାକୁ କୁହନ୍ତି?
ଯୀଶୁ କହିଲେ - ତୁମ୍ଭେ ନିଜର ସମସ୍ତ ହୃଦୟ, ସମସ୍ତ ଆତ୍ମା, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ତୁମ୍ଭର ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର । ଯୀଶୁ କହିଲେ - ତୁମ୍ଭେ ନିଜକୁ ପ୍ରେମ କରିଲା ଭଳି, ନିଜ ପ୍ରତବାସୀକି ପ୍ରେମ କର । ଯୀଶୁ କହିଲେ ପୁରାତନ ନିୟମରୁ ପରମେଶ୍ୱରଙ୍କ ଆଦେଶ ଓ ସମସ୍ତ ବ୍ୟବସ୍ଥାଶାସ୍ତ୍ର ଏବଂ ଭବିଷ୍ୟବକ୍ତାଙ୍କ କଥନର ଏହି ଦୁଇଟି ବାକ୍ୟରେ ସାରାଂଶ କରିହେବ - ଈଶ୍ୱରଙ୍କୁ ପ୍ରେମ କର ଆଉ ଲୋକଙ୍କୁ ପ୍ରେମ କର । ଯୀଶୁ କହିଲେ - ଶିଷ୍ୟ କର । ଯୀଶୁ କହିଲେ - ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ ।
ଯେହେତୁ ଶିଷ୍ୟ କରିବାରେ ଯୀଶୁଙ୍କ ଆଦେଶ ପାଳନର ଶିକ୍ଷା ଅନ୍ତର୍ଭୁକ୍ତ ନୂତନ ନିୟମର ଗୋଟିଏ ବାକ୍ୟରେ ସାରାଂଶ କରିହେବ - ଶିଷ୍ୟ କର ।
ଜଣେ ଶିଷ୍ୟ ହେଉଛନ୍ତି ଯୀଶୁଙ୍କ ଅନୁଗାମୀ ଯିଏ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଲୋକଙ୍କୁ ପ୍ରେମ କରନ୍ତି ଆଉ ଶିଷ୍ୟ କରନ୍ତି ।
ତେବେ ଏକ ଚର୍ଚ୍ଚ କ 'ଣ ?
ଆପଣ ବୋଧହୁଏ ଭାବୁଥାଇ ପାରନ୍ତି ଯେ ଚର୍ଚ୍ଚ ହେଉଛି ଏକ ଭବନ ଯେଉଁଠାକୁ ଆପଣ ଯାଆନ୍ତି । ମାତ୍ର ଈଶ୍ୱରଙ୍କ ବାକ୍ୟ ଚର୍ଚ୍ଚକୁ ଏକ ମଣ୍ଡଳୀ ଭାବରେ ବର୍ଣ୍ଣନା କରେ ଏକ ସମାଜ ଯାହାର ଆପଣ ଅଂଶ ।
ଚର୍ଚ୍ଚ ଶବ୍ଦକୁ ବାଇବଲରେ ତିନୋଟି ଭିନ୍ନ ଉପାୟରେ ବର୍ଣ୍ଣନା କରାଯାଇଛି ।
- **ୟୁନିଭର୍ସାଲ୍ ଚର୍ଚ୍ଚ **ଅର୍ଥାତ୍ ପରମେଶ୍ୱରଙ୍କ ମଣ୍ଡଳୀ ଯେତେ ଲୋକ ପୂର୍ବେ ଥିଲେ ଅଛନ୍ତି ଓ ରହିବେ ହେଉଛନ୍ତି ଯୀଶୁଙ୍କର ଅନୁଗାମୀ ।
- **ସିଟି କିମ୍ବା ରିଜିଓନାଲ୍ ଚର୍ଚ୍ଚ **ଅର୍ଥାତ୍ ର୍ନଗର କିମ୍ବା ଆଞ୍ଚଳିକ ମଣ୍ଡଳୀ ସେ ସମସ୍ତ ଲୋକେ ଯିଏ ଯୀଶୁଙ୍କ ଅନୁସରଣ କରନ୍ତି ଓ ପୃଥିବୀର କୌଣସି ନିର୍ଦ୍ଧିଷ୍ଟ ସ୍ଥାନ କିମ୍ବା ତାର ଆଖପାଖରେ ବାସ କରନ୍ତି ।
- **ହାଉସ୍ ଚର୍ଚ୍ଚ ଅର୍ଥାତ୍ ଘର **ମଣ୍ଡଳୀ ସେ ସମସ୍ତ ଲୋକେ ଯିଏ ଯୀଶୁଙ୍କ ଅନୁସରଣ କରନ୍ତି ଓ ଆପଣା ମଧ୍ୟରୁ ଜଣଙ୍କ କିମ୍ବା ଅନେକଙ୍କ ଘରେ ସମ୍ମିଳିତ ହୁଅନ୍ତି ।
ଏକ ଆତ୍ମିକ ପରିବାର ଯୀଶୁଙ୍କ ଅନୁଗାମୀ ଯିଏ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଲୋକଙ୍କୁ ପ୍ରେମ କରନ୍ତି ଆଉ ଶିଷ୍ୟ କରନ୍ତି । ଆଉ ଯିଏ ସ୍ଥାନୀୟ ଭାବେ ସମ୍ମିଳିତ ହୁଅନ୍ତି ସେମାନେ ଏହି ଶେଷ ପ୍ରକାରର ଚର୍ଚ୍ଚର ଅଂଶ ହୁଅନ୍ତି । ଘର ମଣ୍ଡଳୀ କିମ୍ବା ସରଳ ଚର୍ଚ୍ଚ ।
ଯେବେ ସରଲ ଚର୍ଚ୍ଚର ଏହି ଦଳଗୁଡିକ କିଛି ଅଧିକ ବଡ କାମ କରିବା ପାଇଁ ପରସ୍ପର ସହିତ ସମ୍ପର୍କିତ ହୁଅନ୍ତି ଏକତ୍ରିତ ହୁଅନ୍ତି ସେମାନେ ଏକ ନଗର କିମ୍ବା ଏକ ଆଞ୍ଚଳିକ ମଣ୍ଡଳୀ ଗଢିପାରିବେ ।
ସେସବୁ ସରଳ ଚର୍ଚ୍ଚଗୁଡିକ ଅଞ୍ଚଳରେ ନେଟ୍ୱାର୍କ କରି ଆଉ ଈତିହାସରେ ବିସ୍ତାରିତ ହୋଇ ୟୁନିଭର୍ସାଲ୍ ଚର୍ଚ୍ଚ ଅର୍ଥାତ୍ ପରମେଶ୍ୱରଙ୍କ ମଣ୍ଡଳୀ ଗଠନ କରନ୍ତି ।
ତାହା ହେଉଛି ଚର୍ଚ୍ଚ ଏକ ବଡ ସି ସହ ।
ସରଳ ମଣ୍ଡଳୀଗୁଡିକ ହେଉଛନ୍ତି ଯୀଶୁଙ୍କୁ ସେମାନଙ୍କ ରାଜା ଭାବେ କେନ୍ଦ୍ରରେ ରଖି ଆତ୍ମିକ ପରିବାର । ସରଳ ମଣ୍ଡଳୀଗୁଡିକ ହେଉଛନ୍ତି ଆତ୍ମିକ ପରିବାର ଯିଏ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଅନ୍ୟମାନଙ୍କୁ ପ୍ରେମ କରନ୍ତି ଆଉ ଶିଷ୍ୟ କରନ୍ତି ଯିଏ ବହୁଗୁଣିତ ହୁଅନ୍ତି । କେତେକ ମଣ୍ଡଳୀଗୁଡିକର ଭବନ ଆଉ କାର୍ଯ୍ୟକ୍ରମ ଆଉ ବିତ୍ତ ଆଉ କର୍ମଚାରୀ ଥାଆନ୍ତି । ମାତ୍ର ସରଳ ମଣ୍ଡଳୀଗୁଡିକର ଏସବୁ କିଛି ଦରକାର ନଥାଏ ଈଶ୍ୱରଙ୍କୁ ପ୍ରେମ କରିବାକୁ, ଅନ୍ୟମାନଙ୍କୁ ପ୍ରେମ କରିବାକୁ ଆଉ ଆଉ ଶିଷ୍ୟ କରିବାକୁ ଯିଏ ବହୁଗୁଣିତ ହୁଅନ୍ତି । ଆଉ ଯେହେତୁ କିଛିବି ଅଧିକ ମଣ୍ଡଳୀକୁ ବେଶୀ ଜଟିଳ କରେ ଓ ବହୁଗୁଣିତ ହେବାକୁ କଷ୍ଟକର କରେ ଆମ ପ୍ରଶିକ୍ଷଣ, ଭବନ ଆଉ କାର୍ଯ୍ୟକ୍ରମ ଆଉ ବିତ୍ତ ଆଉ କର୍ମଚାରୀ ପରି ଜିନିଷଗୁଡିକୁ ସରଳ ମଣ୍ଡଳୀରୁ ବହୁଗୁଣିତ ହୋଇ ନିର୍ମିତ ନଗର କିମ୍ବା ଆଞ୍ଚଳିକ ମଣ୍ଡଳୀ ପାଇଁ ଛାଡିଦିଏ ।
ମନେରଖନ୍ତୁ, ଜୁମେ ର ମାନେ ହେଲା ଖମୀର ଏକ ସରଳ ଏକ-କୋଷିକା ବିଶିଷ୍ଟ ଜୀବ ଯାହା ଦ୍ରୁତ ଗତିରେ ପ୍ରଜନନ କରେ ।
ଜୁମେ ପ୍ରଶିକ୍ଷଣରେ ଆମେ ସେହି ଖମୀର ପରି ହେବାକୁ ଯାଉଛେ - ସରଳ ଆଉ ବହୁଗୁଣିତ ହେବାରେ ସକ୍ଷମ । ହେଲେ ବହୁଗୁଣିତ ହେବା ଆରମ୍ଭ କରିବା ପୂର୍ବରୁ ଆମେ ନିଶ୍ଚିତ ରୂପେ ଜାଣିବା ଉଚିତ ଯେ ଈଶ୍ୱର କ'ଣ ବହୁଗୁଣିତ କରିବାକୁ ଚାହାଁନ୍ତି କାରଣ ବହୁଗୁଣିତ ହେବା ଭଲ ହୋଇପାରେ ମାତ୍ର ସର୍ବଦା ନୁହେଁ । କର୍କଟ ରୋଗ ମଧ୍ୟ ବହୁଗୁଣିତ ହୁଏ । ଆଉ ଏହା ପ୍ରାଣଘାତକ । ତେବେ କିପରି ଆମେ ଜୀବନ ପ୍ରଜନନ କରୁ ଆଉ ମୃତୁ୍ୟ ନୁହେଁ? ଆଉ କିପରି ଆମେ ନିଶ୍ଚିତ କରିବା ଯେ ଆମେ ପ୍ରଜନନର ଯୋଗ୍ୟ ଶିଷ୍ୟ ସବୁ?
ଚର୍ଚ୍ଚା କରନ୍ତୁ
(10 min)
- ଯେତେବେଳେ ଆପଣ ଏକ ମଣ୍ଡଳୀ ବିଷୟରେ ଚିନ୍ତା କରନ୍ତି, ସେତେବେଳେ ମନରେ କ'ଣ ଆସିଥାଏ?
- ସେହି ଚିତ୍ର ଏବଂ ଭିଡିଓରେ ଯାହାକୁ "ସରଳ ମଣ୍ଡଳୀ" ଭାବରେ ବର୍ଣ୍ଣନା କରାଯାଇଛି ତାହା ମଧ୍ୟରେ ପାର୍ଥକ୍ୟ କ'ଣ?
- କେଉଁଟି ସଂଖ୍ୟା ବୃଦ୍ଧି କରିବାରେ ସହଜ ଅଟେ ବୋଲି ଆପଣ ଭାବୁଛନ୍ତି ଏବଂ କାହିଁକି?
READ
(5 min)
ଈଶ୍ବରଙ୍କ କଥା ଶୁଣିବା ଓ ଆଜ୍ଞାବହ ହେବା
ଯୁମେ ପ୍ରଶିକ୍ଷଣକୁ ପୁଣିଥରେ ସ୍ୱାଗତ । ଏହି ସେସନ୍ରେ ଆମେ ଆଲୋଚନା କରିବା ଈଶ୍ୱରଙ୍କଠାରୁ ଶୁଣିବା ଓ ଶୁଣିଥିବା ବାକ୍ୟକୁ ପାଳନ କରିବା ବିଷୟରେ ।
ପ୍ରାଣବାୟୁ ହିଁ ଜୀବନ । ଆମେ ନିଶ୍ୱାସରେ ନେଉ ଆମେ ପ୍ରଶ୍ୱାସରେ ଛାଡୁ ଜୀବନ ।
ଈଶ୍ୱରଙ୍କ ରାଜ୍ୟରେ ଶ୍ୱାସ ପ୍ରକ୍ରିୟା ଅତି ଗୁରୁତ୍ୱପୂର୍ଣ୍ଣ ବାସ୍ତବରେ ଈଶ୍ୱର ତାଙ୍କ ଆତ୍ମାଙ୍କୁ ଡାକନ୍ତି ପ୍ରାଣବାୟୁ ।
ରାଜ୍ୟରେ ଆମେ ନିଶ୍ୱାସ ନେଉ ଯେବେ ଆମେ ଈଶ୍ୱରଙ୍କଠାରୁ ଶୁଣୁ । ଆମେ ନିଶ୍ୱାସ ନେଉ ଯେବେ ଆମେ ଈଶ୍ୱରଙ୍କଠାରୁ ଶୁଣୁ ତାଙ୍କ ବାକ୍ୟ ମାଧ୍ୟମରେ । ଯାହା ହେଉଛି ବାଇବଲ । ଆମେ ନିଶ୍ୱାସ ନେଉ ଯେବେ ଆମେ ଈଶ୍ୱରଙ୍କଠାରୁ ଶୁଣୁ ପ୍ରାର୍ଥନା ଓ ତାଙ୍କ ସହ କଥାବାର୍ତ୍ତାରେ । ଆମେ ନିଶ୍ୱାସ ନେଉ ଯେବେ ଆମେ ଈଶ୍ୱରଙ୍କଠାରୁ ଶୁଣୁ ତାଙ୍କ ଶରୀର ଅର୍ଥାତ୍ ମଣ୍ଡଳୀ, ଯୀଶୁଙ୍କ ଅନ୍ୟ ଅନୁଗାମୀଙ୍କ ମାଧ୍ୟମରେ । ଆମେ ନିଶ୍ୱାସ ନେଉ ଯେବେ ଆମେ ଈଶ୍ୱରଙ୍କଠାରୁ ଶୁଣୁ ତାଙ୍କ କାର୍ଯ୍ୟ ମାଧ୍ୟମରେ - ଘଟଣା, ଅନୁଭୂତି ଓ କେବେକେବେ ନିର୍ଯାତନା ଓ ପୀଡା ମାଧ୍ୟମରେ, ଯାହା ମଧ୍ୟ ଦେଇ ସେ ନିଜ ପିଲାମାନଙ୍କୁ ନିଅନ୍ତି ।
ରାଜ୍ୟରେ ଆମେ ପ୍ରଶ୍ୱାସ ଛାଡୁ ଯେବେ ଆମେ ଈଶ୍ୱରଙ୍କଠାରୁ ଯାହା ଶୁଣୁ ତା ଉପରେ ପଦକ୍ଷେପ ନେଉ । ଆମେ ପ୍ରଶ୍ୱାସ ଛାଡୁ ଯେବେ ଆମେ ମାନି ପାଳନ କରୁ ।
କେବେକେବେ ପାଳନ କରିବା ପାଇଁ ପ୍ରଶ୍ୱାସ ଛାଡିବାର ମାନେହେଲା ଆମ କଳ୍ପନା, ଆମ ବାକ୍ୟ, କିମ୍ବା ଆମ କର୍ମକୁ ଯୀଶୁ ଏବଂ ତାଙ୍କ ଇଚ୍ଛା ସହ ସହମତିକୁ ଆଣିବା ।
କେବେକେବେ ପାଳନ କରିବା ପାଇଁ ପ୍ରଶ୍ୱାସ ଛାଡିବାର ମାନେହେଲା ତାକୁ ବାଣ୍ଟିବା ଯାହା ଯୀଶୁ ଆମ ସହ ବାଣ୍ଟିଥିଲେ - ତାକୁ ଦାନ କରିବା ଯାହା ସେ ଆମକୁ ଦେଇଥିଲେ ଯାହାଦ୍ୱାରା ଅନ୍ୟମାନେବି ଆଶୀଷ ପାଇବେ ଯେପରି ଈଶ୍ୱର ଆମକୁ ଆଶୀଷ ଦେଉଛନ୍ତି ।
ଯୀଶୁଙ୍କର ଜଣେ ଅନୁଗାମୀ ପାଇଁ ନିଶ୍ୱାସ ନେବା ଓ ପ୍ରଶ୍ୱାସ ଛାଡିବା ହେଉଛି ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ଆମର ଜୀବନ । ଯୀଶୁ କହଲେ - ପୁତ୍ର ନିଜେ ନିଜେ କିଛି କରିପାରିବେ ନାହିଁ । ସେ କେବଳ ତାହାହିଁ କରନ୍ତି ଯାହା ନିଜ ପିତାଙ୍କୁ କରିବାର ଦେଖନ୍ତି । ଯାହା ପିତା କରନ୍ତି ପୁତ୍ରବି କରନ୍ତି ।
ଯୀଶୁ କହଲେ - ମୁଁ ନିଜର ଅଧିକାରରୁ କହୁନାହିଁ ପିତା ଯିଏ ମୋତେ ପଠାଇଛନ୍ତି, ଆଦେଶ ଦେଇଛନ୍ତି କ'ଣ କହିବି ଆଉ ତାକୁ କିପରି କହିବି ।
ଯୀଶୁ କହଲେ ପ୍ରତ୍ୟେକ କଥା ଯାହା ସେ କହିଲେ ଆଉ ପ୍ରତ୍ୟେକ କାମ ଯାହା ସେ ସମ୍ପାଦନ କଲେ ଈଶ୍ୱରଙ୍କ କଥନ ଓ ତାଙ୍କ ଆଦେଶ ପାଳନ ଉପରେ ଆଧାରିତ ଥିଲା ।
ନିଶ୍ୱାସ ନିଅନ୍ତୁ ଈଶ୍ୱରଙ୍କଠାରୁ ଶୁଣନ୍ତୁ । ପ୍ରଶ୍ୱାସ ଛାଡନ୍ତୁ ଯାହା ଶୁଣିଲେ ତାକୁ ପାଳନ କରନ୍ତୁ ଆଉ ତାକୁ ଅନ୍ୟମାନଙ୍କ ସହ ବାଣ୍ଟନ୍ତୁ ।
ଯୀଶୁ କହିଲେଯେ ପବିତ୍ର ଆତ୍ମା, ତାଙ୍କ ପ୍ରାଣବାୟୁ, ଯାହା ଆମ ପରି ତାଙ୍କର ପ୍ରତ୍ୟେକ ଅନୁଗାମୀଙ୍କ ଅନ୍ତରରେ ଫୁଙ୍କି ଦିଆଯିବ, ତାହା ଯୋଗୁ ତାଙ୍କ ଅନୁଗାମୀମାନେମଧ୍ୟ ଈଶ୍ୱରଙ୍କଠାରୁ ଶୁଣିବେ ।
ଯୀଶୁ କହିଲେ ସହାୟକ ପବିତ୍ର ଆତ୍ମା ଯାହାଙ୍କୁ ପିତା ମୋ ନାମରେ ପଠାଇବେ ତୁମ୍ଭମାନଙ୍କୁ ସବୁକିଛି ଶିଖାଇବେ ଓ ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଅଛି ତାହା ମେନ ପକାଇ ଦେବେ ।
ନିଶ୍ୱାସ ନିଅନ୍ତୁ ଈଶ୍ୱରଙ୍କଠାରୁ ଶୁଣନ୍ତୁ । ପ୍ରଶ୍ୱାସ ଛାଡନ୍ତୁ ଯାହା ଶୁଣିଲେ ତାକୁ ପାଳନ କରନ୍ତୁ ଆଉ ତାକୁ ଅନ୍ୟମାନଙ୍କ ସହ ବାଣ୍ଟନ୍ତୁ ।
ଯୀଶୁ ଆମକୁ ଦେଖାଉଥିଲେ କିପରି ବଞ୍ଚିବାକୁ ହେବ ।
ତେବେ ଆମେ ଈଶ୍ୱରଙ୍କ ସ୍ୱର କିପରି ଶୁଣିବା ? କିପରି ଆମେ ଜାଣିବା କ'ଣ ମାନିବାକୁ ହେବ ?
ଯୀଶୁ ନିଜକୁ ଉତ୍ତମ ମେଷପାଳକ କହୁଥିଲେ । ସେ ନିଜ ଅନୁଗାମୀମାନଙ୍କୁ ତାଙ୍କ ମେଷ କହୁଥିଲେ । ଯୀଶୁ କହିଲେ - ମୋ ସ୍ୱର ମୋ ମେଷମାନେଶୁଣନ୍ତି । ମୁଁ ସେମାନଙ୍କୁ ଜାଣେ ଓ ସେମାନେମୋତେ ଅନୁସରଣ କରନ୍ତି - । ଯୀଶୁ କହିଲେ - ଯେଉଁ ଲୋକ ପରମେଶ୍ୱରଙ୍କର, ସେ ପରମେଶ୍ୱର ଯାହା କହନ୍ତି ଗ୍ରହଣ କରେ । କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କର କଥା ଗ୍ରହଣ କରୁନାହଁ, କାରଣ ତୁମ୍ଭେ ପରମେଶ୍ୱରଙ୍କର ନୁହଁ ।
ଯୀଶୁଙ୍କ ଅନୁଗାମୀ ଭାବେ ଆମେ ତାଙ୍କ ସ୍ୱର ଶୁଣିବା ପାଇଁ ସମର୍ପିତ ରହିବା ଉ ତ ।
- ଆମେ ସ୍ଥିର ରହି ତାଙ୍କ ସ୍ୱର ଶୁଣିପାରୁ ।
- ଆମେ ଯୀଶୁଙ୍କ ଉପରେ ଲକ୍ଷ୍ୟ କେନ୍ଦ୍ରିତ କହି ତାଙ୍କ ସ୍ୱର ଶୁଣିପାରୁ ।
- ଆମେ ତାଙ୍କ ସ୍ୱର ଶୁଣିପାରୁ ଆମ ଭାବନାରେ, ଆମ ଦୂରଦୃଷ୍ଟିରେ, ଆମ ଅନୁଭୂତିରେ ଆଉ ବିଚାରରେ ।
- ଆମେ ତାଙ୍କ ସ୍ୱର ଶୁଣିପାରୁ ଯେବେ ଆମେ ଲେଖିପକାଉ ଆଉ ଯାହା ଶୁଣୁ ତାକୁ ପରୀକ୍ଷା କରୁ ।
ପ୍ରତ୍ୟେକ ସ୍ୱର, ପ୍ରତ୍ୟେକ ଭାବନା, ପ୍ରତ୍ୟେକ ଦୂରଦୃଷ୍ଟି, ଅନୁଭୂତି କିମ୍ବା ବିଚାର ଈଶ୍ୱରଙ୍କ ସ୍ୱର ନୁହେଁ । କେବେକେବେ ଏହା ଥାଏ ଶତ୍ରୁର ସ୍ୱର ଯୀଶୁ କହିଲେ ଆମ୍ଭ ଶତ୍ରୁ ଏକ ମିଥ୍ୟାବଦୀ ଓ ମିଥ୍ୟାର ପିତା ଯୀଶୁ କହିଲେ ଆମ ଶତ୍ରୁ େଚାରି, ହତ୍ୟା ଏବଂ ଧ୍ୱଂସ କରିବାକୁ ଆସେ ।
ମାତ୍ର ଈଶ୍ୱର କହନ୍ତି ଆମେ ତାଙ୍କଠାରୁ ଶୁଣିବା ଆଉ ଯେବେ ସେ କହିବେ ଆମେ ଜାଣିବା ଯେ ଏହା ସେ । ଅଭାସ ଆଉ ପ୍ରାର୍ଥନା ଦ୍ୱାରା ଆମେ ଈଶ୍ୱରଙ୍କ ସ୍ୱରକୁ ଅଧିକ ଭଲ ଭାବେ ଜାଣି ପାରିବା ଆମେ ଯାହା ଶୁଣୁଛେ ତାହା ଈଶ୍ୱରଙ୍କ ସ୍ୱର କିମ୍ବା ଅନ୍ୟ କାହାର ତାହା ହ୍ନିବାକୁ ଆମେ ଶିଖି ପାରିବା ।
ଆମେ ଯାହା ଶୁଣୁ ତାକୁ ପରୀକ୍ଷା କରିବାର କେତୋଟି ଉପାୟ ନିମ୍ନରେ ଦିଆଯାଇଛି ।
- ଯେବେ ଯୀଶୁ କହନ୍ତି ତାଙ୍କ କଥନ ତାଙ୍କ ଲିଖିତ ବାକ୍ୟ ଅର୍ଥାତ୍ ବାଇବଲ ସହ ସମାନ ରହିବ, ଯାହା ସେ ଆଗରୁ କହି ସାରିଛନ୍ତି । ତାଙ୍କ କଥିତ ବାକ୍ୟ କଦାପି ତାଙ୍କ ଲିଖିତ ବାକ୍ୟଠାରୁ ଭିନ୍ନ ହେବ ନାହିଁ ।
- ଯେବେ ଯୀଶୁ କହନ୍ତି ତାଙ୍କ କଥନ ଆମ ହୃଦୟକୁ ଆଶା ଓ ଶାନ୍ତି ଦେବ । ତାଙ୍କ କଥନ ଆମକୁ ଦୋଷୀ କିମ୍ବା ନିରୁାହିତ କରି ଛାଡିବ ନାହିଁ । ଯୀଶୁ ଦୋଷ ଦିଅନ୍ତି ନାହିଁ ସେ ପ୍ରେମ ଭାବ ସହ ସଂଶୋଧନ କରନ୍ତି ।
- ଯୀଶୁଙ୍କ କଥନ ଶାରୀରିକ ଲାଳସାକୁ ପ୍ରକାଶ କରିବ ନାହିଁ । ଯୌନ ବ୍ୟଭିଚାର ଆଉ ଅପବିତ୍ରତା, ଭ୍ରଷ୍ଟତା, ମୂର୍ତ୍ତିପୂଜା ଆଉ ତନ୍ତ୍ରବିଦ୍ୟା, ଘୃଣା ଓ ବିବାଦ, ଈର୍ଷ୍ୟା ଆଉ କ୍ରୋଧ, ସ୍ୱାର୍ଥପର ଉଚ୍ଚାକାଂକ୍ଷା, ମତଭେଦ, କଳହପ୍ରିୟତା ଓ ଈର୍ଷ୍ୟା, ମଦ୍ୟପାନ ଓ ନଗ୍ନନୃତ୍ୟ ଏସବୁ ଈଶ୍ୱରଙ୍କ କଥନ ନୁହେଁ ।
- ଯେବେ ଯୀଶୁଙ୍କ କହନ୍ତି ତାଙ୍କ କଥନ ଈଶ୍ୱରଙ୍କ ଆତ୍ମାର ଫଳ ପ୍ରକାଶ କରିବ । ଯେପରି ପ୍ରେମ ଓ ଆନନ୍ଦ, ଶାନ୍ତି ଓ ଧୈର୍ଯ୍ୟ ଦୟା ଓ ଭଲପଣିଆ, ବିଶ୍ୱସ୍ତତା, କୋମଳତା, ଆଉ ଆତ୍ମ-ସଂଜମ ।
- ଯେବେ ଯୀଶୁଙ୍କ କହନ୍ତି ତାଙ୍କ କଥନ ଆମକୁ ସନ୍ଦେହ ବଦଳରେ ଆତ୍ମବିଶ୍ୱାସ ଦିଏ, ଆମେ ନିଜ ଅନ୍ତରରେ ଜ୍ଞାନ ଓ ଶାନ୍ତି ଅନୁଭବ କରୁ ଯେ ଯାହା ଆମେ ଶୁଣୁଛୁ ହେଉଛି ଈଶ୍ୱରଙ୍କଠାରୁ ଆମେ ସବୁକିଛି ଏକାସାଙ୍ଗରେ ଶୁଣିନପାରୁ ଆମେ କେବଳ ଆଂଶିକ ଭାବେ ଶୁଣିପାରୁ ଯାହା ଆମର ଜାଣିବା ଦରକାର । ମାତ୍ର ଯାହା ଆମେ ଶୁଣିବା ହେବ ଶକ୍ତ ଯାହା ଘଡିଘଡିକେ ବଦଳେ ନାହିଁ ।
ଯୀଶୁଙ୍କ ପ୍ରତ୍ୟେକ ଅନୁଗାମୀ ପାଇଁ ଭଲ ଖବର ହେଉଛି ଯେବେ ଆମେ ନିଶ୍ୱାସ ନେଉ ଆଉ ଈଶ୍ୱରଙ୍କଠାରୁ ଶୁଣୁ ଯେବେ ଆମେ ପ୍ରଶ୍ୱାସ ଛାଡୁ ଆଉ ଯାହା ଆମେ ଶୁଣୁ ତାର ପାଳନ କରୁ ତାକୁ ଅନ୍ୟମାନଙ୍କ ସହ ବାଣ୍ଟୁ ଈଶ୍ୱର ଆହୁରି ସ୍ପଷ୍ଟ ରୂପେ କହିବେ ।
ତାଙ୍କ ପ୍ରାଣବାୟୁ ଆମ ଅନ୍ତରରେ ଅଧିକ ପ୍ରବାହିତ ହୁଏ ।
ଆମେ ତାଙ୍କ ସ୍ୱର ଅଧିକ ସ୍ପଷ୍ଟରୂପେ ଶୁଣୁ । ଆମେ ଜାଣୁ ଏହା ତାଙ୍କ ସ୍ୱର ଅନ୍ୟ କାହାର ନୁହେଁ । ଆମେ ଜଗତରେ ତାଙ୍କ କାର୍ଯ୍ୟକୁ ଦେଖୁ ଆଉ ଯୋଗଦେଇ ତାଙ୍କ ସହିତ କାମ କର ।
ଆମେ ନିଶ୍ୱାସରେ ନେଉ ଆମେ ପ୍ରଶ୍ୱାସରେ ଛାଡୁ ଜୀବନ ।
ଚର୍ଚ୍ଚା କରନ୍ତୁ
(10 min)
- ଈଶ୍ବରଙ୍କ ସ୍ବର ଶୁଣିବା ଓ ଚିହ୍ନି ପାରିବା କାହିଁକି ଜରୁରୀ ଅଟେ ?
- ପ୍ରଭୁଙ୍କ କଥା ଶୁଣିବା ଓ ପ୍ରତିକ୍ରିୟା ଦେବା ପ୍ରକୃତରେ କ'ଣ ନିଶ୍ୱାସ ନେବା ଭଳି? କାହିଁକି ଏବଂ କାହିଁକି ନୁହେଁ ?
ସମୀକ୍ଷା
(1 min)
ଏହି ଅଧିବେଶନରେ ଶୁଣିବାକୁ ମିଳିଥିବା ଧାରଣାଗୁଡ଼ିକ:
- ଈଶ୍ୱର ସାଧାରଣ ଲୋକମାନଙ୍କୁ ବ୍ୟବହାର କରନ୍ତି
- ଶିଷ୍ୟ ଏବଂ ମଣ୍ଡଳୀର ସରଳ ଅର୍ଥ
- ଆତ୍ମିକ ଶ୍ୱାସପ୍ରଶ୍ୱାସ ଈଶ୍ୱରଙ୍କୁ ଶୁଣିବା ଏବଂ ପାଳନ କରିବା ଅଟେ
NEXT STEP
ଆଜ୍ଞାବହ ହେବା
ଏହି ପରିଭାଷାକୁ ଜଣେ ବନ୍ଧୁଙ୍କ ସହ ବାଣ୍ଟିବାର ଅଭ୍ୟାସ କରନ୍ତୁ ଏବଂ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ଯେ ସେ ଏହାକୁ ଆପଣଙ୍କ ହୃଦୟ ଏବଂ ଆତ୍ମା ମଧ୍ୟରେ ଗଭୀର ଭାବରେ ଅନ୍ତର୍ଭୁକ୍ତ କରନ୍ତୁ । ସଦାପ୍ରଭୁଙ୍କୁ ମାଗନ୍ତୁ, ସେ ଏଗୁଡ଼ିକୁ ଆପଣ କାହା ସହିତ ବାଣ୍ଟି ବୋଲି ସେ ଚାହାଁନ୍ତି।
ବାଣ୍ଟିବା
ପ୍ରଭୁ ଯେଉଁ ବ୍ୟକ୍ତିଙ୍କ ସହିତ ଏହା କରିବା ପାଇଁ ଆପଣଙ୍କୁ ପ୍ରେରିତ କରନ୍ତି, ତାଙ୍କ ସହିତ ତା'ର ପରିଭାଷା ବାଣ୍ଟନ୍ତୁ । ତା'ପରେ ସେମାନଙ୍କୁ ଅନ୍ୟ କାହା ସହିତ ବାଣ୍ଟିବା ପାଇଁ ପ୍ରସ୍ତୁତ କରନ୍ତୁ ।